< യോഹനഃ 20 >
1 അനന്തരം സപ്താഹസ്യ പ്രഥമദിനേ ഽതിപ്രത്യൂഷേ ഽന്ധകാരേ തിഷ്ഠതി മഗ്ദലീനീ മരിയമ് തസ്യ ശ്മശാനസ്യ നികടം ഗത്വാ ശ്മശാനസ്യ മുഖാത് പ്രസ്തരമപസാരിതമ് അപശ്യത്|
ସପ୍ତାହର ପ୍ରଥମ ଦିନ ପ୍ରତ୍ୟୁଷରେ ଅନ୍ଧକାର ଥାଉ ଥାଉ ମଗ୍ଦଲୀନୀ ମରୀୟମ ସମାଧି ନିକଟକୁ ଆସି ସେଥିରୁ ପଥର ଘୁଞ୍ଚାଯାଇଥିବା ଦେଖିଲେ।
2 പശ്ചാദ് ധാവിത്വാ ശിമോൻപിതരായ യീശോഃ പ്രിയതമശിഷ്യായ ചേദമ് അകഥയത്, ലോകാഃ ശ്മശാനാത് പ്രഭും നീത്വാ കുത്രാസ്ഥാപയൻ തദ് വക്തും ന ശക്നോമി|
ତେଣୁ ସେ ଦୌଡ଼ିଯାଇ ଶିମୋନ ପିତର ଓ ଯୀଶୁ ଯାହାଙ୍କୁ ସ୍ନେହ କରୁଥିଲେ, ସେହି ଅନ୍ୟ ଶିଷ୍ୟଙ୍କ ନିକଟକୁ ଆସିଲେ, ଆଉ ସେମାନଙ୍କୁ କହିଲେ, ସେମାନେ ସମାଧିରୁ ପ୍ରଭୁଙ୍କୁ ଘେନିଯାଇଅଛନ୍ତି, ପୁଣି, ତାହାଙ୍କୁ କେଉଁଠାରେ ରଖିଅଛନ୍ତି, ତାହା ଆମ୍ଭେମାନେ ଜାଣୁ ନାହୁଁ।
3 അതഃ പിതരഃ സോന്യശിഷ്യശ്ച ബർഹി ർഭുത്വാ ശ്മശാനസ്ഥാനം ഗന്തുമ് ആരഭേതാം|
ସେଥିରେ ପିତର ଓ ସେହି ଅନ୍ୟ ଶିଷ୍ୟ ସମାଧି ନିକଟକୁ ଯିବା ପାଇଁ ବାହାରିଲେ।
4 ഉഭയോർധാവതോഃ സോന്യശിഷ്യഃ പിതരം പശ്ചാത് ത്യക്ത്വാ പൂർവ്വം ശ്മശാനസ്ഥാന ഉപസ്ഥിതവാൻ|
ସେମାନେ ଦୁହେଁ ଏକସାଙ୍ଗରେ ଦୌଡ଼ିବାକୁ ଲାଗିଲେ, ଆଉ ସେହି ଅନ୍ୟ ଶିଷ୍ୟ ପିତରଙ୍କୁ ପଛରେ ପକାଇ ଆଗେ ସମାଧି ନିକଟରେ ପହଞ୍ଚିଲେ,
5 തദാ പ്രഹ്വീഭൂയ സ്ഥാപിതവസ്ത്രാണി ദൃഷ്ടവാൻ കിന്തു ന പ്രാവിശത്|
ପୁଣି, ନଇଁପଡ଼ି ଭିତରକୁ ଚାହିଁ ସରୁ ସୂକ୍ଷ୍ମ ବସ୍ତ୍ର ପଡ଼ିଥିବା ଦେଖିଲେ, ତଥାପି ସେ ଭିତରେ ପଶିଲେ ନାହିଁ।
6 അപരം ശിമോൻപിതര ആഗത്യ ശ്മശാനസ്ഥാനം പ്രവിശ്യ
ପରେ ଶିମୋନ ପିତର ମଧ୍ୟ ତାହାଙ୍କ ପଛେ ପଛେ ଆସି ପହଞ୍ଚିଲେ ଓ ସମାଧି ଭିତରେ ପ୍ରବେଶ କରି ଦେଖିଲେ ଯେ, ସରୁ ସୂକ୍ଷ୍ମ ବସ୍ତ୍ରଗୁଡ଼ିକ ପଡ଼ିଅଛି,
7 സ്ഥാപിതവസ്ത്രാണി മസ്തകസ്യ വസ്ത്രഞ്ച പൃഥക് സ്ഥാനാന്തരേ സ്ഥാപിതം ദൃഷ്ടവാൻ|
ପୁଣି, ତାହାଙ୍କ ମୁଣ୍ଡରେ ଯେଉଁ ଗାମୁଛା ବନ୍ଧା ହୋଇଥିଲା, ତାହା ସରୁ ଲୁଗା ସହିତ ନ ଥାଇ ଅଲଗା ଗୋଟିଏ ସ୍ଥାନରେ ଗୁଡ଼ା ହୋଇ ରହିଅଛି।
8 തതഃ ശ്മശാനസ്ഥാനം പൂർവ്വമ് ആഗതോ യോന്യശിഷ്യഃ സോപി പ്രവിശ്യ താദൃശം ദൃഷ്ടാ വ്യശ്വസീത്|
ସେତେବେଳେ ଯେଉଁ ଅନ୍ୟ ଶିଷ୍ୟ ଆଗେ ସମାଧି ନିକଟକୁ ଆସିଥିଲେ, ସେ ମଧ୍ୟ ଭିତରେ ପ୍ରବେଶ କରି ଦେଖିଲେ ଓ ବିଶ୍ୱାସ କଲେ;
9 യതഃ ശ്മശാനാത് സ ഉത്ഥാപയിതവ്യ ഏതസ്യ ധർമ്മപുസ്തകവചനസ്യ ഭാവം തേ തദാ വോദ്ധും നാശൻകുവൻ|
କାରଣ ମୃତମାନଙ୍କ ମଧ୍ୟରୁ ତାହାଙ୍କୁ ଯେ ପୁନରୁତ୍ଥାନ ହେବାକୁ ହେବ, ଧର୍ମଶାସ୍ତ୍ରର ଏହି ବାକ୍ୟ ସେମାନେ ସେପର୍ଯ୍ୟନ୍ତ ବୁଝି ନ ଥିଲେ।
10 അനന്തരം തൗ ദ്വൗ ശിഷ്യൗ സ്വം സ്വം ഗൃഹം പരാവൃത്യാഗച്ഛതാമ്|
ପରେ ଶିଷ୍ୟମାନେ ପୁନର୍ବାର ସେମାନଙ୍କ ଗୃହକୁ ଚାଲିଗଲେ।
11 തതഃ പരം മരിയമ് ശ്മശാനദ്വാരസ്യ ബഹിഃ സ്ഥിത്വാ രോദിതുമ് ആരഭത തതോ രുദതീ പ്രഹ്വീഭൂയ ശ്മശാനം വിലോക്യ
କିନ୍ତୁ ମରୀୟମ ରୋଦନ କରୁ କରୁ ବାହାରେ ସମାଧି ନିକଟରେ ଠିଆ ହୋଇ ରହିଲେ; ପୁଣି, ରୋଦନ କରୁ କରୁ ସେ ନଇଁପଡ଼ି ସମାଧି ଭିତରକୁ ଚାହିଁ,
12 യീശോഃ ശയനസ്ഥാനസ്യ ശിരഃസ്ഥാനേ പദതലേ ച ദ്വയോ ർദിശോ ദ്വൗ സ്വർഗീയദൂതാവുപവിഷ്ടൗ സമപശ്യത്|
ଯୀଶୁଙ୍କ ଶରୀର ଯେଉଁ ସ୍ଥାନରେ ରଖାଯାଇଥିଲା, ସେଥିର ମୁଣ୍ଡ ପାଖରେ ଜଣେ ଓ ପାଦ ପାଖରେ ଆଉ ଜଣେ, ଏହିପରି ଦୁଇ ଜଣ ଶୁକ୍ଳ ବସ୍ତ୍ର ପରିହିତ ଦୂତଙ୍କୁ ବସିଥିବା ଦେଖିଲେ।
13 തൗ പൃഷ്ടവന്തൗ ഹേ നാരി കുതോ രോദിഷി? സാവദത് ലോകാ മമ പ്രഭും നീത്വാ കുത്രാസ്ഥാപയൻ ഇതി ന ജാനാമി|
ସେମାନେ ତାହାଙ୍କୁ କହିଲେ, ଗୋ ନାରୀ, କାହିଁକି ରୋଦନ କରୁଅଛ? ସେ ସେମାନଙ୍କୁ କହିଲେ, କେଉଁମାନେ ମୋହର ପ୍ରଭୁଙ୍କୁ ଘେନିଯାଇଅଛନ୍ତି, ଆଉ ତାହାଙ୍କୁ କେଉଁ ସ୍ଥାନରେ ରଖିଅଛନ୍ତି, ତାହା ମୁଁ ଜାଣେ ନାହିଁ।
14 ഇത്യുക്ത്വാ മുഖം പരാവൃത്യ യീശും ദണ്ഡായമാനമ് അപശ്യത് കിന്തു സ യീശുരിതി സാ ജ്ഞാതും നാശക്നോത്|
ସେ ଏହା କହି ପଛକୁ ବୁଲିପଡ଼ି ଯୀଶୁଙ୍କୁ ଠିଆ ହୋଇଥିବା ଦେଖିଲେ, କିନ୍ତୁ ସେ ଯେ ଯୀଶୁ, ତାହା ଜାଣିଲେ ନାହିଁ।
15 തദാ യീശുസ്താമ് അപൃച്ഛത് ഹേ നാരി കുതോ രോദിഷി? കം വാ മൃഗയസേ? തതഃ സാ തമ് ഉദ്യാനസേവകം ജ്ഞാത്വാ വ്യാഹരത്, ഹേ മഹേച്ഛ ത്വം യദീതഃ സ്ഥാനാത് തം നീതവാൻ തർഹി കുത്രാസ്ഥാപയസ്തദ് വദ തത്സ്ഥാനാത് തമ് ആനയാമി|
ଯୀଶୁ ତାହାଙ୍କୁ କହିଲେ, “ଗୋ ନାରୀ, କାହିଁକି ରୋଦନ କରୁଅଛ? କାହାର ଅନ୍ୱେଷଣ କରୁଅଛ?” ସେ ତାହାଙ୍କୁ ଉଦ୍ୟାନର ମାଳୀ ବୋଲି ମନେ କରି କହିଲେ, ମହାଶୟ, ଆପଣ ଯଦି ତାହାଙ୍କୁ ଘେନିଯାଇଅଛନ୍ତି, ତାହାହେଲେ ତାହାଙ୍କୁ କେଉଁ ସ୍ଥାନରେ ରଖିଅଛନ୍ତି, ମୋତେ କୁହନ୍ତୁ, ଆଉ ମୁଁ ତାହାଙ୍କୁ ଘେନିଯିବି।
16 തദാ യീശുസ്താമ് അവദത് ഹേ മരിയമ്| തതഃ സാ പരാവൃത്യ പ്രത്യവദത് ഹേ രബ്ബൂനീ അർഥാത് ഹേ ഗുരോ|
ଯୀଶୁ ତାହାଙ୍କୁ କହିଲେ, “ମରୀୟମ।” ସେ ବୁଲିପଡ଼ି ଏବ୍ରୀ ଭାଷାରେ ତାହାଙ୍କୁ କହିଲେ, ରାବ୍ବୂନୀ, ଅର୍ଥାତ୍, ହେ ଗୁରୁ।
17 തദാ യീശുരവദത് മാം മാ ധര, ഇദാനീം പിതുഃ സമീപേ ഊർദ്ധ്വഗമനം ന കരോമി കിന്തു യോ മമ യുഷ്മാകഞ്ച പിതാ മമ യുഷ്മാകഞ്ചേശ്വരസ്തസ്യ നികട ഊർദ്ധ്വഗമനം കർത്തുമ് ഉദ്യതോസ്മി, ഇമാം കഥാം ത്വം ഗത്വാ മമ ഭ്രാതൃഗണം ജ്ഞാപയ|
ଯୀଶୁ ତାହାଙ୍କୁ କହିଲେ, “ମୋତେ ଧରି ରଖ ନାହିଁ, କାରଣ ମୁଁ ଏପର୍ଯ୍ୟନ୍ତ ପିତାଙ୍କ ନିକଟକୁ ଆରୋହଣ କରି ନାହିଁ; କିନ୍ତୁ ମୋହର ଭାଇମାନଙ୍କ ନିକଟକୁ ଯାଇ ସେମାନଙ୍କୁ କୁହ, ‘ମୁଁ ମୋହର ପିତା ଓ ତୁମ୍ଭମାନଙ୍କର ପିତା, ମୋହର ଈଶ୍ବର ଓ ତୁମ୍ଭମାନଙ୍କର ଈଶ୍ବରଙ୍କ ନିକଟକୁ ଆରୋହଣ କରୁଅଛି।’”
18 തതോ മഗ്ദലീനീമരിയമ് തത്ക്ഷണാദ് ഗത്വാ പ്രഭുസ്തസ്യൈ ദർശനം ദത്ത്വാ കഥാ ഏതാ അകഥയദ് ഇതി വാർത്താം ശിഷ്യേഭ്യോഽകഥയത്|
ମଗ୍ଦଲୀନୀ ମରୀୟମ ଯାଇ, ମୁଁ ପ୍ରଭୁଙ୍କୁ ଦେଖିଅଛି, ଆଉ ସେ ମୋତେ ଏହିସବୁ କହିଅଛନ୍ତି ବୋଲି ଶିଷ୍ୟମାନଙ୍କୁ ସମ୍ବାଦ ଦେଲେ।
19 തതഃ പരം സപ്താഹസ്യ പ്രഥമദിനസ്യ സന്ധ്യാസമയേ ശിഷ്യാ ഏകത്ര മിലിത്വാ യിഹൂദീയേഭ്യോ ഭിയാ ദ്വാരരുദ്ധമ് അകുർവ്വൻ, ഏതസ്മിൻ കാലേ യീശുസ്തേഷാം മധ്യസ്ഥാനേ തിഷ്ഠൻ അകഥയദ് യുഷ്മാകം കല്യാണം ഭൂയാത്|
ସେହି ଦିନ, ଅର୍ଥାତ୍, ସପ୍ତାହର ପ୍ରଥମ ଦିନ ସନ୍ଧ୍ୟା ସମୟରେ ଯେତେବେଳେ ଶିଷ୍ୟମାନେ ଯେଉଁ ଗୃହରେ ଥିଲେ, ସେଥିର ଦ୍ୱାରଗୁଡ଼ିକ ଯିହୁଦୀମାନଙ୍କ ଭୟରେ ରୁଦ୍ଧ ଥିଲା, ସେତେବେଳେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।”
20 ഇത്യുക്ത്വാ നിജഹസ്തം കുക്ഷിഞ്ച ദർശിതവാൻ, തതഃ ശിഷ്യാഃ പ്രഭും ദൃഷ്ട്വാ ഹൃഷ്ടാ അഭവൻ|
ପୁଣି, ଏହା କହି ସେ ସେମାନଙ୍କୁ ଆପଣା ହସ୍ତ ଓ କକ୍ଷଦେଶ ଦେଖାଇଲେ। ସେଥିରେ ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଆନନ୍ଦିତ ହେଲେ।
21 യീശുഃ പുനരവദദ് യുഷ്മാകം കല്യാണം ഭൂയാത് പിതാ യഥാ മാം പ്രൈഷയത് തഥാഹമപി യുഷ്മാൻ പ്രേഷയാമി|
ଯୀଶୁ ସେମାନଙ୍କୁ ପୁନର୍ବାର କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ; ପିତା ଯେପ୍ରକାରେ ମୋତେ ପ୍ରେରଣ କରିଅଛନ୍ତି, ମୁଁ ମଧ୍ୟ ସେପ୍ରକାରେ ତୁମ୍ଭମାନଙ୍କୁ ପ୍ରେରଣ କରୁଅଛି।”
22 ഇത്യുക്ത്വാ സ തേഷാമുപരി ദീർഘപ്രശ്വാസം ദത്ത്വാ കഥിതവാൻ പവിത്രമ് ആത്മാനം ഗൃഹ്ലീത|
ସେ ଏହା କହି ସେମାନଙ୍କ ଉପରେ ପ୍ରଶ୍ୱାସ ଛାଡ଼ି ସେମାନଙ୍କୁ କହିଲେ, “ପବିତ୍ର ଆତ୍ମାଙ୍କୁ ଗ୍ରହଣ କର।
23 യൂയം യേഷാം പാപാനി മോചയിഷ്യഥ തേ മോചയിഷ്യന്തേ യേഷാഞ്ച പാപാതി ന മോചയിഷ്യഥ തേ ന മോചയിഷ്യന്തേ|
ତୁମ୍ଭେମାନେ ଯଦି କାହାରି ପାପ କ୍ଷମା କରିବ, ତାହାର ପାପ କ୍ଷମା ହେବ; ପୁଣି, ଯଦି କାହାରି ପାପ କ୍ଷମା ନ କରିବ, ତାହାର ପାପ କ୍ଷମା ହେବ ନାହିଁ।”
24 ദ്വാദശമധ്യേ ഗണിതോ യമജോ ഥോമാനാമാ ശിഷ്യോ യീശോരാഗമനകാലൈ തൈഃ സാർദ്ധം നാസീത്|
କିନ୍ତୁ ଯୀଶୁ ଯେତେବେଳେ ଆସିଥିଲେ, ସେତେବେଳେ ଦ୍ୱାଦଶଙ୍କ ମଧ୍ୟରୁ ଥୋମା ନାମକ ଜଣେ, ଯାହାଙ୍କୁ ଦିଦୁମ କହନ୍ତି, ସେ ସେମାନଙ୍କ ସାଙ୍ଗରେ ନ ଥିଲେ।
25 അതോ വയം പ്രഭൂമ് അപശ്യാമേതി വാക്യേഽന്യശിഷ്യൈരുക്തേ സോവദത്, തസ്യ ഹസ്തയോ ർലൗഹകീലകാനാം ചിഹ്നം ന വിലോക്യ തച്ചിഹ്നമ് അങ്ഗുല്യാ ന സ്പൃഷ്ട്വാ തസ്യ കുക്ഷൗ ഹസ്തം നാരോപ്യ ചാഹം ന വിശ്വസിഷ്യാമി|
ଅତଏବ, ଅନ୍ୟ ଶିଷ୍ୟମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ପ୍ରଭୁଙ୍କୁ ଦେଖିଅଛୁ। କିନ୍ତୁ ସେ ସେମାନଙ୍କୁ କହିଲେ, ତାହାଙ୍କ ହାତରେ କଣ୍ଟାର ଚିହ୍ନସବୁ ନ ଦେଖିଲେ ଓ ସେହିସବୁ ସ୍ଥାନରେ ମୋହର ଅଙ୍ଗୁଳି ନ ଦେଲେ ଏବଂ ତାହାଙ୍କ କକ୍ଷଦେଶରେ ମୋହର ହାତ ନ ଦେଲେ ମୁଁ କଦାପି ବିଶ୍ୱାସ କରିବି ନାହିଁ।
26 അപരമ് അഷ്ടമേഽഹ്നി ഗതേ സതി ഥോമാസഹിതഃ ശിഷ്യഗണ ഏകത്ര മിലിത്വാ ദ്വാരം രുദ്ധ്വാഭ്യന്തര ആസീത്, ഏതർഹി യീശുസ്തേഷാം മധ്യസ്ഥാനേ തിഷ്ഠൻ അകഥയത്, യുഷ്മാകം കുശലം ഭൂയാത്|
ଆଠ ଦିନ ପରେ ତାହାଙ୍କ ଶିଷ୍ୟମାନେ ପୁନର୍ବାର ଭିତରେ ଥିଲେ ଓ ଥୋମା ସେମାନଙ୍କ ସାଙ୍ଗରେ ଥିଲେ। ଦ୍ୱାରସବୁ ରୁଦ୍ଧ ଥିବା ସମୟରେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।”
27 പശ്ചാത് ഥാമൈ കഥിതവാൻ ത്വമ് അങ്ഗുലീമ് അത്രാർപയിത്വാ മമ കരൗ പശ്യ കരം പ്രസാര്യ്യ മമ കുക്ഷാവർപയ നാവിശ്വസ്യ|
ପରେ ସେ ଥୋମାଙ୍କୁ କହିଲେ, “ଏଆଡ଼େ ତୁମ୍ଭର ଅଙ୍ଗୁଳି ବଢ଼ାଇ ମୋହର ହାତ ଦେଖ ଓ ହାତ ବଢ଼ାଇ ମୋହର କକ୍ଷଦେଶରେ ଦିଅ; ଅବିଶ୍ୱାସୀ ନ ହୋଇ ବିଶ୍ୱାସୀ ହୁଅ।”
28 തദാ ഥോമാ അവദത്, ഹേ മമ പ്രഭോ ഹേ മദീശ്വര|
ଥୋମା ତାହାଙ୍କୁ ଉତ୍ତର ଦେଲେ, ମୋହର ପ୍ରଭୁ, ମୋହର ଈଶ୍ବର।
29 യീശുരകഥയത്, ഹേ ഥോമാ മാം നിരീക്ഷ്യ വിശ്വസിഷി യേ ന ദൃഷ്ട്വാ വിശ്വസന്തി തഏവ ധന്യാഃ|
ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ମୋତେ ଦେଖିବାରୁ ବିଶ୍ୱାସ କରିଅଛ? ଯେଉଁମାନେ ନ ଦେଖି ବିଶ୍ୱାସ କରିଅଛନ୍ତି, ସେମାନେ ଧନ୍ୟ।”
30 ഏതദന്യാനി പുസ്തകേഽസ്മിൻ അലിഖിതാനി ബഹൂന്യാശ്ചര്യ്യകർമ്മാണി യീശുഃ ശിഷ്യാണാം പുരസ്താദ് അകരോത്|
ଯୀଶୁ ଶିଷ୍ୟମାନଙ୍କ ସାକ୍ଷାତରେ ଏହିପରି ଅନେକ ଓ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟକର୍ମ ସାଧନ କଲେ, ସେହିସବୁ ଏହି ପୁସ୍ତକରେ ଲେଖା ହୋଇ ନାହିଁ;
31 കിന്തു യീശുരീശ്വരസ്യാഭിഷിക്തഃ സുത ഏവേതി യഥാ യൂയം വിശ്വസിഥ വിശ്വസ്യ ച തസ്യ നാമ്നാ പരമായുഃ പ്രാപ്നുഥ തദർഥമ് ഏതാനി സർവ്വാണ്യലിഖ്യന്ത|
କିନ୍ତୁ ତୁମ୍ଭେମାନେ ଯେପରି ବିଶ୍ୱାସ କର ଯେ, ଯୀଶୁ ଈଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି, ପୁଣି, ବିଶ୍ୱାସ କରି ଯେପରି ତୁମ୍ଭେମାନେ ତାହାଙ୍କ ନାମରେ ଜୀବନ ପ୍ରାପ୍ତ ହୁଅ, ଏଥିନିମନ୍ତେ ଏସମସ୍ତ ଲେଖାଯାଇଅଛି।