< ૨ કરિન્થિનઃ 6 >

1 તસ્ય સહાયા વયં યુષ્માન્ પ્રાર્થયામહે, ઈશ્વરસ્યાનુગ્રહો યુષ્માભિ ર્વૃથા ન ગૃહ્યતાં|
ଆହୁରି ମଧ୍ୟ ଈଶ୍ବରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ତୁମ୍ଭମାନଙ୍କଠାରେ ବୃଥା ନ ହୁଏ, ଏଥିପାଇଁ ତାହାଙ୍କ ସହିତ ଏକତ୍ର କର୍ମ କରୁ କରୁ ଆମ୍ଭେମାନେ ନିବେଦନ କରୁଅଛୁ।
2 તેનોક્તમેતત્, સંશ્રોષ્યામિ શુભે કાલે ત્વદીયાં પ્રાર્થનામ્ અહં| ઉપકારં કરિષ્યામિ પરિત્રાણદિને તવ| પશ્યતાયં શુભકાલઃ પશ્યતેદં ત્રાણદિનં|
କାରଣ ସେ କହନ୍ତି, “ଆମ୍ଭେ ଅନୁଗ୍ରହର ସମୟରେ ତୁମ୍ଭର ପ୍ରାର୍ଥନା ଶ୍ରବଣ କଲୁ, ଆଉ ପରିତ୍ରାଣର ଦିନରେ ଆମ୍ଭେ ତୁମ୍ଭର ସାହାଯ୍ୟ କଲୁ।” ଦେଖ, ଏବେ ମହା-ଅନୁଗ୍ରହର ସମୟ; ଦେଖ, ଏବେ ପରିତ୍ରାଣର ଦିନ।
3 અસ્માકં પરિચર્ય્યા યન્નિષ્કલઙ્કા ભવેત્ તદર્થં વયં કુત્રાપિ વિઘ્નં ન જનયામઃ,
ଯେପରି ଆମ୍ଭମାନଙ୍କ ସେବକପଦ ନିନ୍ଦିତ ନ ହୁଏ, ସେଥିପାଇଁ ଆମ୍ଭେମାନେ କୌଣସି ବିଷୟରେ ବାଧା ନ ଦେଉ,
4 કિન્તુ પ્રચુરસહિષ્ણુતા ક્લેશો દૈન્યં વિપત્ તાડના કારાબન્ધનં નિવાસહીનત્વં પરિશ્રમો જાગરણમ્ ઉપવસનં
ବରଂ ବହୁ ଧୈର୍ଯ୍ୟରେ, କ୍ଳେଶରେ, ଦୁର୍ଦ୍ଦଶାରେ, ସଙ୍କଟରେ,
5 નિર્મ્મલત્વં જ્ઞાનં મૃદુશીલતા હિતૈષિતા
ପ୍ରହାରରେ, କାରାବାସରେ, ବିପ୍ଳବରେ, ପରିଶ୍ରମରେ, ଜାଗରଣରେ, ଉପବାସରେ,
6 પવિત્ર આત્મા નિષ્કપટં પ્રેમ સત્યાલાપ ઈશ્વરીયશક્તિ
ପବିତ୍ରତାରେ, ଜ୍ଞାନରେ, ଦୀର୍ଘସହିଷ୍ଣୁତାରେ, କୋମଳଭାବରେ, ପବିତ୍ର ଆତ୍ମାଙ୍କଠାରେ, ନିଷ୍କପଟ ପ୍ରେମରେ,
7 ર્દક્ષિણવામાભ્યાં કરાભ્યાં ધર્મ્માસ્ત્રધારણં
ସତ୍ୟ ବାକ୍ୟରେ, ଈଶ୍ବରଙ୍କ ଶକ୍ତିରେ, ଦକ୍ଷିଣ ଓ ବାମହସ୍ତରେ ଧାର୍ମିକତାର ଅସ୍ତ୍ରଶସ୍ତ୍ର ଦ୍ୱାରା,
8 માનાપમાનયોરખ્યાતિસુખ્યાત્યો ર્ભાગિત્વમ્ એતૈઃ સર્વ્વૈરીશ્વરસ્ય પ્રશંસ્યાન્ પરિચારકાન્ સ્વાન્ પ્રકાશયામઃ|
ଗୌରବ ଓ ଅନାଦର ଦ୍ୱାରା, ଅଖ୍ୟାତି ଓ ସୁଖ୍ୟାତି ଦ୍ୱାରା, ପ୍ରତାରକ ତୁଲ୍ୟ, ଅଥବା ସତ୍ୟବାଦୀ,
9 ભ્રમકસમા વયં સત્યવાદિનો ભવામઃ, અપરિચિતસમા વયં સુપરિચિતા ભવામઃ, મૃતકલ્પા વયં જીવામઃ, દણ્ડ્યમાના વયં ન હન્યામહે,
ଅପରିଚିତ ତୁଲ୍ୟ, ଅଥବା ସୁପରିଚିତ, ମୃତକଳ୍ପ ତୁଲ୍ୟ, ଅଥବା ଦେଖ, ଆମ୍ଭେମାନେ ଜୀବିତ, ଶାସ୍ତିପ୍ରାପ୍ତ ତୁଲ୍ୟ,
10 શોકયુક્તાશ્ચ વયં સદાનન્દામઃ, દરિદ્રા વયં બહૂન્ ધનિનઃ કુર્મ્મઃ, અકિઞ્ચનાશ્ચ વયં સર્વ્વં ધારયામઃ|
ଅଥବା ନିହତ ନୋହୁଁ, ଦୁଃଖିତ ତୁଲ୍ୟ, କିନ୍ତୁ ସର୍ବଦା ଆନନ୍ଦିତ, ଦୀନହୀନର ତୁଲ୍ୟ, କିନ୍ତୁ ଅନେକଙ୍କ ପ୍ରତି ଧନଦାୟକ, ଅକିଞ୍ଚନ ତୁଲ୍ୟ, ଅଥବା ସର୍ବାଧିକାରୀ; ଏହି ସମସ୍ତରେ ଆମ୍ଭେମାନେ ଈଶ୍ବରଙ୍କ ସେବକ ସଦୃଶ ଆପଣା ଆପଣାକୁ ଯୋଗ୍ୟ ବୋଲି ପ୍ରକାଶ କରୁଅଛୁ।
11 હે કરિન્થિનઃ, યુષ્માકં પ્રતિ મમાસ્યં મુક્તં મમાન્તઃકરણાઞ્ચ વિકસિતં|
ହେ କରିନ୍ଥୀୟମାନେ, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ମୁଖ ଉନ୍ମୁକ୍ତ ହୋଇଅଛି, ଆମ୍ଭମାନଙ୍କ ହୃଦୟ ପ୍ରଶସ୍ତ ହୋଇଅଛି।
12 યૂયં મમાન્તરે ન સઙ્કોચિતાઃ કિઞ્ચ યૂયમેવ સઙ્કોચિતચિત્તાઃ|
ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ସ୍ନେହ ସଙ୍କୁଚିତ ନୁହେଁ, କିନ୍ତୁ ତୁମ୍ଭମାନଙ୍କର ସ୍ନେହ ସଙ୍କୁଚିତ।
13 કિન્તુ મહ્યં ન્યાય્યફલદાનાર્થં યુષ્માભિરપિ વિકસિતૈ ર્ભવિતવ્યમ્ ઇત્યહં નિજબાલકાનિવ યુષ્માન્ વદામિ|
ନିଜର ସନ୍ତାନମାନଙ୍କୁ କହିବା ପରି ମୁଁ କହୁଅଛି, ଅନୁରୂପ ପ୍ରତିଦାନ ନିମନ୍ତେ ତୁମ୍ଭେମାନେ ମଧ୍ୟ ପ୍ରଶସ୍ତମନା ହୁଅ।
14 અપરમ્ અપ્રત્યયિભિઃ સાર્દ્ધં યૂયમ્ એકયુગે બદ્ધા મા ભૂત, યસ્માદ્ ધર્મ્માધર્મ્મયોઃ કઃ સમ્બન્ધોઽસ્તિ? તિમિરેણ સર્દ્ધં પ્રભાયા વા કા તુલનાસ્તિ?
ଅବିଶ୍ୱାସୀମାନଙ୍କ ସହିତ ଅସମାନ ରୂପେ ଯୋଚା ନ ଯାଅ, କାରଣ ଧର୍ମ ଓ ଅଧର୍ମ ମଧ୍ୟରେ କି ସହଭାଗିତା? ଅବା ଅନ୍ଧକାର ସହିତ ଆଲୋକର କି ସହଭାଗିତା?
15 બિલીયાલદેવેન સાકં ખ્રીષ્ટસ્ય વા કા સન્ધિઃ? અવિશ્વાસિના સાર્દ્ધં વા વિશ્વાસિલોકસ્યાંશઃ કઃ?
ବିଲିୟାର୍‍ ସହିତ ଖ୍ରୀଷ୍ଟଙ୍କର କି ମିଳନ? କିମ୍ବା ଅବିଶ୍ୱାସୀ ସହିତ ବିଶ୍ୱାସୀର କି ଅଂଶ?
16 ઈશ્વરસ્ય મન્દિરેણ સહ વા દેવપ્રતિમાનાં કા તુલના? અમરસ્યેશ્વરસ્ય મન્દિરં યૂયમેવ| ઈશ્વરેણ તદુક્તં યથા, તેષાં મધ્યેઽહં સ્વાવાસં નિધાસ્યામિ તેષાં મધ્યે ચ યાતાયાતં કુર્વ્વન્ તેષામ્ ઈશ્વરો ભવિષ્યામિ તે ચ મલ્લોકા ભવિષ્યન્તિ|
ପ୍ରତିମା ସହିତ ଈଶ୍ବରଙ୍କ ମନ୍ଦିରର କି ସମ୍ବନ୍ଧ? କାରଣ ଆମ୍ଭେମାନେ ଜୀବିତ ଈଶ୍ବରଙ୍କ ମନ୍ଦିର ଅଟୁ, ଯେପରି ଈଶ୍ବର କହିଅଛନ୍ତି, “ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା, ଆଉ ସେମାନଙ୍କ ମଧ୍ୟରେ ଭ୍ରମଣ କରିବା; ଆମ୍ଭେ ସେମାନଙ୍କ ଈଶ୍ବର ହେବା, ଆଉ ସେମାନେ ଆମ୍ଭର ଲୋକ ହେବେ।”
17 અતો હેતોઃ પરમેશ્વરઃ કથયતિ યૂયં તેષાં મધ્યાદ્ બહિર્ભૂય પૃથગ્ ભવત, કિમપ્યમેધ્યં ન સ્પૃશત; તેનાહં યુષ્માન્ ગ્રહીષ્યામિ,
ଏଣୁ ପ୍ରଭୁ ଏହା କହନ୍ତି, “ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ବାହାରି ଆସ, ଆଉ ପୃଥକ ହୁଅ, ଆଉ, ଅଶୁଚି ପଦାର୍ଥ ସ୍ପର୍ଶ କର ନାହିଁ; ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା”
18 યુષ્માકં પિતા ભવિષ્યામિ ચ, યૂયઞ્ચ મમ કન્યાપુત્રા ભવિષ્યથેતિ સર્વ્વશક્તિમતા પરમેશ્વરેણોક્તં|
“ଆମ୍ଭେ ତୁମ୍ଭମାନଙ୍କର ପିତା ହେବା, ପୁଣି, ତୁମ୍ଭେମାନେ ଆମ୍ଭର ପୁତ୍ରକନ୍ୟା ହେବ, ଏହା ସର୍ବଶକ୍ତିମାନ ପ୍ରଭୁ କହନ୍ତି।”

< ૨ કરિન્થિનઃ 6 >