< ရောမိဏး 1 >

1 ဤၑွရော နိဇပုတြမဓိ ယံ သုသံဝါဒံ ဘဝိၐျဒွါဒိဘိ ရ္ဓရ္မ္မဂြန္ထေ ပြတိၑြုတဝါန် တံ သုသံဝါဒံ ပြစာရယိတုံ ပၖထက္ကၖတ အာဟူတး ပြေရိတၑ္စ ပြဘော ရျီၑုခြီၐ္ဋသျ သေဝကော ယး ပေါ်လး
ପାଉଲ, ଖ୍ରୀଷ୍ଟ ଯୀଶୁଙ୍କ ଦାସ ଓ ଆହୂତ ଜଣେ ପ୍ରେରିତ, ପୁଣି, ଈଶ୍ବର ଆପଣା ପୁତ୍ର ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ନିଜର ଯେଉଁ ସୁସମାଚାର ଧର୍ମଶାସ୍ତ୍ରରେ ଆପଣା ଭାବବାଦୀମାନଙ୍କ ଦ୍ୱାରା ପୂର୍ବରେ ପ୍ରତିଜ୍ଞା କରିଥିଲେ, ସେହି ସୁସମାଚାର ନିମନ୍ତେ ପୃଥକୀକୃତ,
2 သ ရောမာနဂရသ္ထာန် ဤၑွရပြိယာန် အာဟူတာံၑ္စ ပဝိတြလောကာန် ပြတိ ပတြံ လိခတိ၊
ସେ ରୋମରେ ଥିବା ଈଶ୍ବରଙ୍କ ପ୍ରିୟ ଓ ଆହୂତ ସମସ୍ତ ସାଧୁଙ୍କ ନିକଟକୁ ପତ୍ର ଲେଖୁଅଛି।
3 အသ္မာကံ သ ပြဘု ရျီၑုး ခြီၐ္ဋး ၑာရီရိကသမ္ဗန္ဓေန ဒါယူဒေါ ဝံၑောဒ္ဘဝး
ସେହି ଯୀଶୁ ଖ୍ରୀଷ୍ଟ ଶରୀର ସମ୍ବନ୍ଧରେ ଦାଉଦଙ୍କ ବଂଶଜାତ,
4 ပဝိတြသျာတ္မနး သမ္ဗန္ဓေန စေၑွရသျ ပြဘာဝဝါန် ပုတြ ဣတိ ၑ္မၑာနာတ် တသျောတ္ထာနေန ပြတိပန္နံ၊
କିନ୍ତୁ ଧର୍ମମୟ ପବିତ୍ର ଆତ୍ମା ସମ୍ବନ୍ଧରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଦ୍ୱାରା ଈଶ୍ବରଙ୍କ ପୁତ୍ର ବୋଲି ଶକ୍ତି ସହ ନିର୍ଦ୍ଧିଷ୍ଟ ହେଲେ
5 အပရံ ယေၐာံ မဓျေ ယီၑုနာ ခြီၐ္ဋေန ယူယမပျာဟူတာသ္တေ 'နျဒေၑီယလောကာသ္တသျ နာမ္နိ ဝိၑွသျ နိဒေၑဂြာဟိဏော ယထာ ဘဝန္တိ
ଆଉ, ଯେଉଁ ଅଣଯିହୁଦୀମାନଙ୍କ ମଧ୍ୟରେ ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କର ପ୍ରେରିତ ହୋଇଅଛ,
6 တဒဘိပြာယေဏ ဝယံ တသ္မာဒ် အနုဂြဟံ ပြေရိတတွပဒဉ္စ ပြာပ္တား၊
ତାହାଙ୍କ ନାମର ଗୌରବ ନିମନ୍ତେ ସେହି ଅଣଯିହୁଦୀ ସମସ୍ତେ ଯେପରି ବିଶ୍ୱାସ କରି ଆଜ୍ଞାକାରୀ ହୁଅନ୍ତି, ଏଥିନିମନ୍ତେ ଆମ୍ଭେମାନେ ତାହାଙ୍କଠାରୁ ଅନୁଗ୍ରହ ଓ ପ୍ରେରିତ ପଦ ପାଇଅଛୁ।
7 တာတေနာသ္မာကမ် ဤၑွရေဏ ပြဘုဏာ ယီၑုခြီၐ္ဋေန စ ယုၐ္မဘျမ် အနုဂြဟး ၑာန္တိၑ္စ ပြဒီယေတာံ၊
ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
8 ပြထမတး သရွွသ္မိန် ဇဂတိ ယုၐ္မာကံ ဝိၑွာသသျ ပြကာၑိတတွာဒ် အဟံ ယုၐ္မာကံ သရွွေၐာံ နိမိတ္တံ ယီၑုခြီၐ္ဋသျ နာမ ဂၖဟ္လန် ဤၑွရသျ ဓနျဝါဒံ ကရောမိ၊
ପ୍ରଥମରେ, ତୁମ୍ଭମାନଙ୍କ ବିଶ୍ୱାସର ସୁସମ୍ବାଦ ଯେ ସମୁଦାୟ ଜଗତରେ ଶୁଣାଯାଉଅଛି, ଏଥିନିମନ୍ତେ ମୁଁ ତୁମ୍ଭ ସମସ୍ତଙ୍କ ସକାଶେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ମୋହର ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛି।
9 အပရမ် ဤၑွရသျ ပြသာဒါဒ် ဗဟုကာလာတ် ပရံ သာမ္ပြတံ ယုၐ္မာကံ သမီပံ ယာတုံ ကထမပိ ယတ် သုယောဂံ ပြာပ္နောမိ, ဧတဒရ္ထံ နိရန္တရံ နာမာနျုစ္စာရယန် နိဇာသု သရွွပြာရ္ထနာသု သရွွဒါ နိဝေဒယာမိ,
କାରଣ ଯେପରି କୌଣସି ପ୍ରକାରେ ଏତେ ଦିନ ପରେ ଈଶ୍ବରଙ୍କ ଇଚ୍ଛା ହେଲେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଥରେ ସୁଯୋଗ ପାଇପାରେ,
10 ဧတသ္မိန် ယမဟံ တတ္ပုတြီယသုသံဝါဒပြစာရဏေန မနသာ ပရိစရာမိ သ ဤၑွရော မမ သာက္ၐီ ဝိဒျတေ၊
ଏଥିନିମନ୍ତେ ମୁଁ କିପରି ନିରନ୍ତର ତୁମ୍ଭମାନଙ୍କ ନାମ ଉଲ୍ଲେଖ କରି ମୋହର ସମସ୍ତ ପ୍ରାର୍ଥନାରେ ସର୍ବଦା ନିବେଦନ କରିଆସୁଅଛି, ସେ ବିଷୟରେ ଯେଉଁ ଈଶ୍ବରଙ୍କୁ ମୁଁ ମୋହର ଆତ୍ମା ଦେଇ ତାହାଙ୍କ ପୁତ୍ରଙ୍କ ସୁସମାଚାରରେ ସେବା କରେ, ସେ ମୋହର ସାକ୍ଷୀ ଅଟନ୍ତି।
11 ယတော ယုၐ္မာကံ မမ စ ဝိၑွာသေန ဝယမ် ဥဘယေ ယထာ ၑာန္တိယုက္တာ ဘဝါမ ဣတိ ကာရဏာဒ္
ଯେଣୁ ତୁମ୍ଭେମାନେ ଯେପରି ସ୍ଥିରୀକୃତ ହୋଇପାର, ସେଥିପାଇଁ ମୁଁ ତୁମ୍ଭମାନଙ୍କୁ କୌଣସି ଆତ୍ମିକ ଦାନ ଦେବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଏକାନ୍ତ ଇଚ୍ଛା କରୁଅଛି,
12 ယုၐ္မာကံ သ္ထဲရျျကရဏာရ္ထံ ယုၐ္မဘျံ ကိဉ္စိတ္ပရမာရ္ထဒါနဒါနာယ ယုၐ္မာန် သာက္ၐာတ် ကရ္တ္တုံ မဒီယာ ဝါဉ္ဆာ၊
ବରଂ ଯେପରି ତୁମ୍ଭମାନଙ୍କର ଓ ମୋହର, ଉଭୟ ପକ୍ଷର ବିଶ୍ୱାସ ଦ୍ୱାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ତୁମ୍ଭମାନଙ୍କ ସହିତ ଉତ୍ସାହ ପ୍ରାପ୍ତ ହୁଏ।
13 ဟေ ဘြာတၖဂဏ ဘိန္နဒေၑီယလောကာနာံ မဓျေ ယဒွတ် တဒွဒ် ယုၐ္မာကံ မဓျေပိ ယထာ ဖလံ ဘုဉ္ဇေ တဒဘိပြာယေဏ မုဟုရ္မုဟု ရျုၐ္မာကံ သမီပံ ဂန္တုမ် ဥဒျတော'ဟံ ကိန္တု ယာဝဒ် အဒျ တသ္မိန် ဂမနေ မမ ဝိဃ္နော ဇာတ ဣတိ ယူယံ ယဒ် အဇ္ဉာတာသ္တိၐ္ဌထ တဒဟမ် ဥစိတံ န ဗုဓျေ၊
ହେ ଭାଇମାନେ, ଅବଶିଷ୍ଟ ଅଣଯିହୁଦୀମାନଙ୍କ ମଧ୍ୟରେ ଯେପ୍ରକାରେ, ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ସେହି ପ୍ରକାରେ ମୁଁ ଯେପରି କିଛି ଫଳପ୍ରାପ୍ତ ହୋଇପାରେ, ସେଥିନିମନ୍ତେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଯେ ଥରକୁଥର ମନସ୍ଥ କରିଥିଲି, କିନ୍ତୁ ଏପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇ ଆସିଅଛି; ସେ ବିଷୟରେ ଯେ ତୁମ୍ଭେମାନେ ଅଜ୍ଞ ଥାଅ, ଏହା ମୋହର ଇଚ୍ଛା ନୁହେଁ।
14 အဟံ သဘျာသဘျာနာံ ဝိဒွဒဝိဒွတာဉ္စ သရွွေၐာမ် ၒဏီ ဝိဒျေ၊
ଗ୍ରୀକ୍‍ କି ବର୍ବର, ଶିକ୍ଷିତ କି ଅଶିକ୍ଷିତ, ସମସ୍ତଙ୍କ ନିକଟରେ ମୁଁ ଋଣୀ।
15 အတဧဝ ရောမာနိဝါသိနာံ ယုၐ္မာကံ သမီပေ'ပိ ယထာၑက္တိ သုသံဝါဒံ ပြစာရယိတုမ် အဟမ် ဥဒျတောသ္မိ၊
ଅତଏବ, ରୋମବାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାର କରିବାକୁ ମୁଁ ଇଚ୍ଛୁକ ଅଟେ।
16 ယတး ခြီၐ္ဋသျ သုသံဝါဒေါ မမ လဇ္ဇာသ္ပဒံ နဟိ သ ဤၑွရသျ ၑက္တိသွရူပး သန် အာ ယိဟူဒီယေဘျော 'နျဇာတီယာန် ယာဝတ် သရွွဇာတီယာနာံ မဓျေ ယး ကၑ္စိဒ် တတြ ဝိၑွသိတိ တသျဲဝ တြာဏံ ဇနယတိ၊
କାରଣ ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, ଯେଣୁ ତାହା ବିଶ୍ୱାସ କରୁଥିବା ପ୍ରତ୍ୟେକଙ୍କ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ବରଙ୍କ ଶକ୍ତି ଅଟେ, ପ୍ରଥମତଃ ଯିହୁଦୀ ପକ୍ଷରେ, ଆଉ ମଧ୍ୟ ଗ୍ରୀକ୍‍ ପକ୍ଷରେ।
17 ယတး ပြတျယသျ သမပရိမာဏမ် ဤၑွရဒတ္တံ ပုဏျံ တတ္သုသံဝါဒေ ပြကာၑတေ၊ တဒဓိ ဓရ္မ္မပုသ္တကေပိ လိခိတမိဒံ "ပုဏျဝါန် ဇနော ဝိၑွာသေန ဇီဝိၐျတိ"၊
ସେଥିରେ ତ ଈଶ୍ବରଦତ୍ତ ଧାର୍ମିକତା ପ୍ରକାଶିତ ହେଉଅଛି, ତାହା ବିଶ୍ୱାସମୂଳକ ଓ ବିଶ୍ୱାସଜନକ, ଯେପରି ଲେଖାଅଛି, “ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ।”
18 အတဧဝ ယေ မာနဝါး ပါပကရ္မ္မဏာ သတျတာံ ရုန္ဓန္တိ တေၐာံ သရွွသျ ဒုရာစရဏသျာဓရ္မ္မသျ စ ဝိရုဒ္ဓံ သွရ္ဂာဒ် ဤၑွရသျ ကောပး ပြကာၑတေ၊
କାରଣ ଯେଉଁ ଲୋକମାନେ ଅଧର୍ମରେ ସତ୍ୟକୁ ପ୍ରତିରୋଧ କରନ୍ତି, ସେମାନଙ୍କର ସମସ୍ତ ଅପବିତ୍ରତା ଓ ଅଧର୍ମ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ବରଙ୍କ କ୍ରୋଧ ପ୍ରକାଶିତ ହେଉଅଛି
19 ယတ ဤၑွရမဓိ ယဒျဒ် ဇ္ဉေယံ တဒ် ဤၑွရး သွယံ တာန် ပြတိ ပြကာၑိတဝါန် တသ္မာတ် တေၐာမ် အဂေါစရံ နဟိ၊
ଯେଣୁ ଈଶ୍ବରଙ୍କ ସମ୍ବନ୍ଧରେ ଯାହା ଜ୍ଞାତବ୍ୟ, ତାହା ସେମାନଙ୍କ ଅନ୍ତରରେ ପ୍ରକାଶିତ ହୋଇଅଛି; ଈଶ୍ବର ତ ସେମାନଙ୍କ ନିକଟରେ ତାହା ପ୍ରକାଶ କରିଅଛନ୍ତି।
20 ဖလတသ္တသျာနန္တၑက္တီၑွရတွာဒီနျဒၖၑျာနျပိ သၖၐ္ဋိကာလမ် အာရဘျ ကရ္မ္မသု ပြကာၑမာနာနိ ဒၖၑျန္တေ တသ္မာတ် တေၐာံ ဒေါၐပြက္ၐာလနသျ ပန္ထာ နာသ္တိ၊ (aïdios g126)
ଜଗତର ସୃଷ୍ଟିକାଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ, ଅର୍ଥାତ୍‍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ବରତ୍ତ୍ୱ, ସୃଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ନ ଥାଏ। (aïdios g126)
21 အပရမ် ဤၑွရံ ဇ္ဉာတွာပိ တေ တမ် ဤၑွရဇ္ဉာနေန နာဒြိယန္တ ကၖတဇ္ဉာ ဝါ န ဇာတား; တသ္မာတ် တေၐာံ သရွွေ တရ္ကာ ဝိဖလီဘူတား, အပရဉ္စ တေၐာံ ဝိဝေကၑူနျာနိ မနာံသိ တိမိရေ မဂ္နာနိ၊
କାରଣ ସେମାନେ ଈଶ୍ବରଙ୍କୁ ଜାଣି ତାହାଙ୍କୁ ଈଶ୍ବର ବୋଲି ଗୌରବ ଦେଲେ ନାହିଁ କି ଧନ୍ୟବାଦ ଦେଲେ ନାହିଁ, କିନ୍ତୁ ଆପଣା ଆପଣା ଅସାର ତର୍କବିତର୍କରେ ଜଡ଼ିତ ହେଲେ ଓ ସେମାନଙ୍କର ଅବୋଧ ମନ ଅନ୍ଧକାରମୟ ହେଲା;
22 တေ သွာန် ဇ္ဉာနိနော ဇ္ဉာတွာ ဇ္ဉာနဟီနာ အဘဝန္
ନିଜ ନିଜକୁ ଜ୍ଞାନୀ ବୋଲି ମନେ କରି ସେମାନେ ମୂର୍ଖ ହେଲେ,
23 အနၑွရသျေၑွရသျ ဂေါ်ရဝံ ဝိဟာယ နၑွရမနုၐျပၑုပက္ၐျုရောဂါမိပြဘၖတေရာကၖတိဝိၑိၐ္ဋပြတိမာသ္တဲရာၑြိတား၊
ପୁଣି, ଅକ୍ଷୟ ଈଶ୍ବରଙ୍କ ଗୌରବକୁ କ୍ଷୟଣୀୟ ମନୁଷ୍ୟ, ପକ୍ଷୀ, ଚତୁଷ୍ପଦ ପ୍ରାଣୀ, ସରୀସୃପାଦିଙ୍କ ଆକୃତିଯୁକ୍ତ ପ୍ରତିମାରେ ପରିଣତ କଲେ।
24 ဣတ္ထံ တ ဤၑွရသျ သတျတာံ ဝိဟာယ မၖၐာမတမ် အာၑြိတဝန္တး သစ္စိဒါနန္ဒံ သၖၐ္ဋိကရ္တ္တာရံ တျက္တွာ သၖၐ္ဋဝသ္တုနး ပူဇာံ သေဝါဉ္စ ကၖတဝန္တး; (aiōn g165)
ଏଣୁ ଈଶ୍ବର ସେମାନଙ୍କ ହୃଦୟର କୁଅଭିଳାଷ ଅନୁସାରେ ସେମାନଙ୍କୁ ଅଶୁଚିତାରେ ସମର୍ପଣ କଲେ, ଯେପରି ସେମାନଙ୍କ ଶରୀର ପରସ୍ପର ଦ୍ୱାରା କଳୁଷିତ ହୁଏ।
25 ဣတိ ဟေတောရီၑွရသ္တာန် ကုကြိယာယာံ သမရ္ပျ နိဇနိဇကုစိန္တာဘိလာၐာဘျာံ သွံ သွံ ၑရီရံ ပရသ္ပရမ် အပမာနိတံ ကရ္တ္တုမ် အဒဒါတ်၊
କାରଣ ସେମାନେ ଈଶ୍ବରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ଓ ସୃଷ୍ଟ ବସ୍ତୁର ପୂଜା ଓ ସେବା କଲେ ମାତ୍ର ସୃଷ୍ଟିକର୍ତ୍ତାଙ୍କୁ କଲେ ନାହିଁ; ଯେ ଯୁଗେ ଯୁଗେ ଧନ୍ୟ। ଆମେନ୍‍। (aiōn g165)
26 ဤၑွရေဏ တေၐု ကွဘိလာၐေ သမရ္ပိတေၐု တေၐာံ ယောၐိတး သွာဘာဝိကာစရဏမ် အပဟာယ ဝိပရီတကၖတျေ ပြာဝရ္တ္တန္တ;
ଏହି କାରଣରୁ ଈଶ୍ବର ସେମାନଙ୍କୁ ଜଘନ୍ୟ ପାପ ପ୍ରବୃତ୍ତିରେ ସମର୍ପଣ କଲେ, କାରଣ ସେମାନଙ୍କ ସ୍ତ୍ରୀମାନେ ସ୍ୱାଭାବିକ ବ୍ୟବହାର ପରିବର୍ତ୍ତେ ଅସ୍ୱାଭାବିକ ବ୍ୟବହାର କଲେ,
27 တထာ ပုရုၐာ အပိ သွာဘာဝိကယောၐိတ္သင်္ဂမံ ဝိဟာယ ပရသ္ပရံ ကာမကၖၑာနုနာ ဒဂ္ဓား သန္တး ပုမာံသး ပုံဘိး သာကံ ကုကၖတျေ သမာသဇျ နိဇနိဇဘြာန္တေး သမုစိတံ ဖလမ် အလဘန္တ၊
ପୁଣି, ସେହିପରି ପୁରୁଷମାନେ ମଧ୍ୟ ସ୍ୱାଭାବିକ ସ୍ତ୍ରୀସଙ୍ଗ ପରିତ୍ୟାଗ କରି ପରସ୍ପର ଆପଣା ଆପଣା କାମନାରେ ଦଗ୍ଧ ହେଲେ, ପୁରୁଷ ସହିତ ପୁରୁଷ କୁତ୍ସିତ କର୍ମ କଲେ, ପୁଣି, ଆପଣା ଆପଣାଠାରେ ନିଜ ନିଜ ଭ୍ରଷ୍ଟତାର ସମୁଚିତ ପ୍ରତିଫଳ ପାଇଲେ।
28 တေ သွေၐာံ မနးသွီၑွရာယ သ္ထာနံ ဒါတုမ် အနိစ္ဆုကာသ္တတော ဟေတောရီၑွရသ္တာန် ပြတိ ဒုၐ္ဋမနသ္ကတွမ် အဝိဟိတကြိယတွဉ္စ ဒတ္တဝါန်၊
ଆଉ, ଯେପରି ସେମାନେ ଈଶ୍ବର ବିଷୟକ ଜ୍ଞାନ ଗ୍ରହଣ କରିବାକୁ ଅସ୍ୱୀକୃତ ହେଲେ, ସେହିପରି ଈଶ୍ବର ଅନୁଚିତ କର୍ମ କରିବା ନିମନ୍ତେ ସେମାନଙ୍କୁ ଭ୍ରଷ୍ଟ ମତିରେ ସମର୍ପଣ କଲେ।
29 အတဧဝ တေ သရွွေ 'နျာယော ဝျဘိစာရော ဒုၐ္ဋတွံ လောဘော ဇိဃာံသာ ဤရ္ၐျာ ဝဓော ဝိဝါဒၑ္စာတုရီ ကုမတိရိတျာဒိဘိ ရ္ဒုၐ္ကရ္မ္မဘိး ပရိပူရ္ဏား သန္တး
ସେମାନେ ସର୍ବ ପ୍ରକାର ଅଧର୍ମ, ଦୁଷ୍ଟତା, ଲୋଭ, ହିଂସା, ଈର୍ଷା, ବଧ, ବିବାଦ, ଛଳ ଓ ମନ୍ଦତାରେ ପରିପୂର୍ଣ୍ଣ;
30 ကရ္ဏေဇပါ အပဝါဒိန ဤၑွရဒွေၐကာ ဟိံသကာ အဟင်္ကာရိဏ အာတ္မၑ္လာဃိနး ကုကရ္မ္မောတ္ပာဒကား ပိတြောရာဇ္ဉာလင်္ဃကာ
ସେମାନେ ଚୁଗୁଲିଆ, ନିନ୍ଦକ, ଈଶ୍ବରଙ୍କ ଘୃଣ୍ୟ, ଅତ୍ୟାଚାରୀ, ଦାମ୍ଭିକ, ଅହଙ୍କାରୀ, ଦୁଷ୍ଟକର୍ମର ଉତ୍ପାଦକ,
31 အဝိစာရကာ နိယမလင်္ဃိနး သ္နေဟရဟိတာ အတိဒွေၐိဏော နိရ္ဒယာၑ္စ ဇာတား၊
ପିତାମାତାଙ୍କ ଅନାଜ୍ଞାବହ, ନିର୍ବୋଧ, ନିୟମ ଭଗ୍ନକାରୀ, ସ୍ୱାଭାବିକ ସ୍ନେହ-ରହିତ ଓ ନିର୍ଦ୍ଦୟ ଅଟନ୍ତି।
32 ယေ ဇနာ ဧတာဒၖၑံ ကရ္မ္မ ကုရွွန္တိ တဧဝ မၖတိယောဂျာ ဤၑွရသျ ဝိစာရမီဒၖၑံ ဇ္ဉာတွာပိ တ ဧတာဒၖၑံ ကရ္မ္မ သွယံ ကုရွွန္တိ ကေဝလမိတိ နဟိ ကိန္တု တာဒၖၑကရ္မ္မကာရိၐု လောကေၐွပိ ပြီယန္တေ၊
ଯେଉଁମାନେ ଏହିପରି ଆଚରଣ କରନ୍ତି, ସେମାନେ ଯେ ମୃତ୍ୟୁର ଯୋଗ୍ୟ, ଈଶ୍ବରଙ୍କର ଏହି ବିଧିବିଧାନ ସେମାନେ ଜାଣିଲେ ସୁଦ୍ଧା କେବଳ ଯେ ଏହି ପ୍ରକାର ଆଚରଣ କରନ୍ତି ତାହା ନୁହେଁ, କିନ୍ତୁ ଏହିପରି ଆଚରଣ କରୁଥିବା ଲୋକମାନଙ୍କ ପକ୍ଷ ଆନନ୍ଦରେ ସମର୍ଥନ କରନ୍ତି।

< ရောမိဏး 1 >