< မာရ္ကး 7 >

1 အနန္တရံ ယိရူၑာလမ အာဂတား ဖိရူၑိနော'ဓျာပကာၑ္စ ယီၑေား သမီပမ် အာဂတား၊
ପରେ ଫାରୂଶୀମାନେ ଓ ଯିରୂଶାଲମ ସହରରୁ ଆସିଥିବା କେତେକ ଶାସ୍ତ୍ରୀ ତାହାଙ୍କ ନିକଟରେ ଏକତ୍ର ହେଲେ।
2 တေ တသျ ကိယတး ၑိၐျာန် အၑုစိကရဲရရ္ထာဒ အပြက္ၐာလိတဟသ္တဲ ရ္ဘုဉ္ဇတော ဒၖၐ္ဋွာ တာနဒူၐယန်၊
ସେମାନେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ କେତେକଙ୍କୁ ଅଶୁଚି, ଅର୍ଥାତ୍‍ ଅଧୁଆ ହାତରେ ଖାଇବା ଦେଖିଲେ।
3 ယတး ဖိရူၑိနး သရွွယိဟူဒီယာၑ္စ ပြာစာံ ပရမ္ပရာဂတဝါကျံ သမ္မနျ ပြတလေန ဟသ္တာန် အပြက္ၐာလျ န ဘုဉ္ဇတေ၊
ଫାରୂଶୀମାନେ ଓ ସମସ୍ତ ଯିହୁଦୀ ଲୋକ ପ୍ରାଚୀନମାନଙ୍କ ପରମ୍ପରାଗତ ରୀତିନୀତି ପାଳନ କରି ଭଲ ରୂପେ ହାତ ନ ଧୋଇଲେ ଭୋଜନ କରନ୍ତି ନାହିଁ।
4 အာပနာဒါဂတျ မဇ္ဇနံ ဝိနာ န ခါဒန္တိ; တထာ ပါနပါတြာဏာံ ဇလပါတြာဏာံ ပိတ္တလပါတြာဏာမ် အာသနာနာဉ္စ ဇလေ မဇ္ဇနမ် ဣတျာဒယောနျေပိ ဗဟဝသ္တေၐာမာစာရား သန္တိ၊
ପୁଣି, ହାଟବଜାରରୁ ଆସି ନିଜେ ଧୋଇ ନ ହେବା ପର୍ଯ୍ୟନ୍ତ ଖାଆନ୍ତି ନାହିଁ; ଆଉ, ଗିନା, ଢାଳ ଓ ପିତଳ ପାତ୍ରଗୁଡ଼ିକ ପାଣିରେ ବୁଡ଼ାଇ ଧୋଇବା ଇତ୍ୟାଦି ଅନ୍ୟାନ୍ୟ ଅନେକ ରୀତିନୀତି ପାଳନ କରିବା ନିମନ୍ତେ ସେମାନେ ଆଦେଶପ୍ରାପ୍ତ କରିଅଛନ୍ତି।
5 တေ ဖိရူၑိနော'ဓျာပကာၑ္စ ယီၑုံ ပပြစ္ဆုး, တဝ ၑိၐျား ပြာစာံ ပရမ္ပရာဂတဝါကျာနုသာရေဏ နာစရန္တော'ပြက္ၐာလိတကရဲး ကုတော ဘုဇံတေ?
ଏଣୁ ଫାରୂଶୀମାନେ ଓ ଶାସ୍ତ୍ରୀମାନେ ତାହାଙ୍କୁ ପଚାରିଲେ, ଆପଣଙ୍କର ଶିଷ୍ୟମାନେ ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଅନୁସାରେ କାହିଁକି ଆଚରଣ ନ କରି ଅଶୁଚି ହସ୍ତରେ ଭୋଜନ କରନ୍ତି?
6 တတး သ ပြတျုဝါစ ကပဋိနော ယုၐ္မာန် ဥဒ္ဒိၑျ ယိၑယိယဘဝိၐျဒွါဒီ ယုက္တမဝါဒီတ်၊ ယထာ သွကီယဲရဓရဲရေတေ သမ္မနျနတေ သဒဲဝ မာံ၊ ကိန္တု မတ္တော ဝိပြကရ္ၐေ သန္တိ တေၐာံ မနာံသိ စ၊
ସେ ସେମାନଙ୍କୁ କହିଲେ, “ରେ କପଟୀମାନେ, ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଯଥାର୍ଥ ରୂପେ ଭାବବାଣୀ କହିଅଛନ୍ତି, ଯେପରି ଲେଖାଅଛି, ‘ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ।
7 ၑိက္ၐယန္တော ဗိဓီန် န္နာဇ္ဉာ ဘဇန္တေ မာံ မုဓဲဝ တေ၊
ସେମାନେ ମନୁଷ୍ୟମାନଙ୍କ ବିଧିଗୁଡ଼ିକୁ ଧର୍ମର ଉପଦେଶବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି।’
8 ယူယံ ဇလပါတြပါနပါတြာဒီနိ မဇ္ဇယန္တော မနုဇပရမ္ပရာဂတဝါကျံ ရက္ၐထ ကိန္တု ဤၑွရာဇ္ဉာံ လံဃဓွေ; အပရာ ဤဒၖၑျောနေကား ကြိယာ အပိ ကုရုဓွေ၊
ତୁମ୍ଭେମାନେ ଈଶ୍ବରଙ୍କ ଆଜ୍ଞା ପରିତ୍ୟାଗ କରି ମନୁଷ୍ୟମାନଙ୍କ ପରମ୍ପରାଗତ ରୀତିନୀତି ଧରି ବସିଅଛ।”
9 အနျဉ္စာကထယတ် ယူယံ သွပရမ္ပရာဂတဝါကျသျ ရက္ၐာရ္ထံ သ္ပၐ္ဋရူပေဏ ဤၑွရာဇ္ဉာံ လောပယထ၊
ପୁଣି, ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣା ଆପଣା ପରମ୍ପରାଗତ ରୀତିନୀତି ପାଳନ କରିବା ନିମନ୍ତେ ଈଶ୍ବରଙ୍କ ଆଜ୍ଞା ଅଧିକ ଅଗ୍ରାହ୍ୟ କରୁଅଛ!
10 ယတော မူသာဒွါရာ ပြောက္တမသ္တိ သွပိတရော် သမ္မနျဓွံ ယသ္တု မာတရံ ပိတရံ ဝါ ဒုရွွာကျံ ဝက္တိ သ နိတာန္တံ ဟနျတာံ၊
କାରଣ ମୋଶା କହିଅଛନ୍ତି, ‘ଆପଣା ପିତାମାତାଙ୍କୁ ସମାଦର କର, ଆଉ ଯେ କେହି ଆପଣା ପିତା କି ମାତାଙ୍କୁ ଅଭିଶାପ ଦିଏ, ସେ ନିଶ୍ଚୟ ପ୍ରାଣଦଣ୍ଡ ଭୋଗ କରିବ।’
11 ကိန္တု မဒီယေန ယေန ဒြဝျေဏ တဝေါပကာရောဘဝတ် တတ် ကရ္ဗ္ဗာဏမရ္ထာဒ် ဤၑွရာယ နိဝေဒိတမ် ဣဒံ ဝါကျံ ယဒိ ကောပိ ပိတရံ မာတရံ ဝါ ဝက္တိ
କିନ୍ତୁ ତୁମ୍ଭେମାନେ କୁହ, କେହି ଯେବେ ପିତା କି ମାତାକୁ କହେ, ମୋʼଠାରୁ, ଯାହା ଦ୍ୱାରା ତୁମ୍ଭର ଉପକାର ହୋଇଥାଆନ୍ତା, ତାହା ‘କର୍ବାନ୍’, ଅର୍ଥାତ୍‍ ଈଶ୍ବରଙ୍କୁ ସମର୍ପିତ ହୋଇଅଛି,
12 တရှိ ယူယံ မာတုး ပိတု ရွောပကာရံ ကရ္တ္တာံ တံ ဝါရယထ၊
ତେବେ ତୁମ୍ଭେମାନେ ତାହାକୁ ପିତା କି ମାତାର କିଛି ଉପକାର କରିବାକୁ ଆଉ ଦେଉ ନ ଥାଅ;
13 ဣတ္ထံ သွပြစာရိတပရမ္ပရာဂတဝါကျေန ယူယမ် ဤၑွရာဇ္ဉာံ မုဓာ ဝိဓဒွွေ, ဤဒၖၑာနျနျာနျနေကာနိ ကရ္မ္မာဏိ ကုရုဓွေ၊
ଏହି ରୂପେ ତୁମ୍ଭେମାନେ ସ୍ୱପ୍ରଚଳିତ ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ବରଙ୍କ ବାକ୍ୟ ବ୍ୟର୍ଥ କରୁଅଛ ଓ ସେହି ପ୍ରକାର ଅନେକ କର୍ମ କରୁଅଛ।”
14 အထ သ လောကာနာဟူယ ဗဘာၐေ ယူယံ သရွွေ မဒွါကျံ ၑၖဏုတ ဗုဓျဓွဉ္စ၊
ସେ ପୁନର୍ବାର ଲୋକସମୂହକୁ ନିକଟକୁ ଡାକି ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମସ୍ତେ ମୋʼ କଥା ଶୁଣ ଓ ବୁଝ।
15 ဗာဟျာဒန္တရံ ပြဝိၑျ နရမမေဓျံ ကရ္တ္တာံ ၑက္နောတိ ဤဒၖၑံ ကိမပိ ဝသ္တု နာသ္တိ, ဝရမ် အန္တရာဒ် ဗဟိရ္ဂတံ ယဒွသ္တု တန္မနုဇမ် အမေဓျံ ကရောတိ၊
ମନୁଷ୍ୟର ବାହାରେ ଏପରି କୌଣସି ବିଷୟ ନାହିଁ, ଯାହାକି ତାହାର ଭିତରେ ପ୍ରବେଶ କରି ତାହାକୁ ଅଶୁଚି କରିପାରେ, କିନ୍ତୁ ଯାହା ଯାହା ମନୁଷ୍ୟଠାରୁ ବାହାରେ, ସେହିସବୁ ତାହାକୁ ଅଶୁଚି କରେ।
16 ယသျ ၑြောတုံ ၑြောတြေ သ္တး သ ၑၖဏောတု၊
[ଯଦି କାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।]”
17 တတး သ လောကာန် ဟိတွာ ဂၖဟမဓျံ ပြဝိၐ္ဋသ္တဒါ ၑိၐျာသ္တဒၖၐ္ဋာန္တဝါကျာရ္ထံ ပပြစ္ဆုး၊
ଆଉ ସେ ଲୋକସମୂହଠାରୁ ଗୃହ ମଧ୍ୟକୁ ଆସିଲା ଉତ୍ତାରେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ଦୃଷ୍ଟାନ୍ତଟିର ଭାବ ପଚାରିବାକୁ ଲାଗିଲେ।
18 တသ္မာတ် သ တာန် ဇဂါဒ ယူယမပိ ကိမေတာဒၖဂဗောဓား? ကိမပိ ဒြဝျံ ဗာဟျာဒန္တရံ ပြဝိၑျ နရမမေဓျံ ကရ္တ္တာံ န ၑက္နောတိ ကထာမိမာံ ကိံ န ဗုဓျဓွေ?
ସେଥିରେ ଯୀଶୁ ସେମାନଙ୍କୁ କହିବାକୁ ଲାଗିଲେ, “ତୁମ୍ଭେମାନେ ମଧ୍ୟ କଅଣ ସେହିପରି ଅବୋଧ? ଯାହା କିଛି ବାହାରୁ ମନୁଷ୍ୟ ଭିତରେ ପ୍ରବେଶ କରେ, ତାହା ତାହାକୁ ଅଶୁଚି କରିପାରେ ନାହିଁ,
19 တတ် တဒန္တရ္န ပြဝိၑတိ ကိန္တု ကုက္ၐိမဓျံ ပြဝိၑတိ ၑေၐေ သရွွဘုက္တဝသ္တုဂြာဟိဏိ ဗဟိရ္ဒေၑေ နိရျာတိ၊
କାରଣ ତାହା ତାହାର ହୃଦୟରେ ପ୍ରବେଶ କରେ ନାହିଁ, ମାତ୍ର ଉଦରରେ ପ୍ରବେଶ କରି ଶୌଚ ଦ୍ୱାରା ବର୍ହିଗତ ହୁଏ ଓ ଏହି ପ୍ରକାରେ ସମସ୍ତ ଖାଦ୍ୟ ପରିଷ୍କୃତ ହୋଇଥାଏ, ଏହା କଅଣ ବୁଝୁ ନାହଁ?”
20 အပရမပျဝါဒီဒ် ယန္နရာန္နိရေတိ တဒေဝ နရမမေဓျံ ကရောတိ၊
ଆଉ ସେ କହିଲେ, “ଯାହା ମନୁଷ୍ୟଠାରୁ ବାହାରେ, ତାହା ହିଁ ତାହାକୁ ଅଶୁଚି କରେ।
21 ယတော'န္တရာဒ် အရ္ထာန် မာနဝါနာံ မနောဘျး ကုစိန္တာ ပရသ္တြီဝေၑျာဂမနံ
କାରଣ ଭିତରୁ, ମନୁଷ୍ୟର ହୃଦୟରୁ, କୁଚିନ୍ତା ବାହାରେ,
22 နရဝဓၑ္စော်ရျျံ လောဘော ဒုၐ္ဋတာ ပြဝဉ္စနာ ကာမုကတာ ကုဒၖၐ္ဋိရီၑွရနိန္ဒာ ဂရွွသ္တမ ဣတျာဒီနိ နိရ္ဂစ္ဆန္တိ၊
ବେଶ୍ୟାଗମନ, ଚୋରି, ନରହତ୍ୟା, ବ୍ୟଭିଚାର, ଲୋଭ, ଦୁଷ୍ଟତା, ଶଠତା, କାମୁକତା, ଈର୍ଷାଦୃଷ୍ଟି, ନିନ୍ଦା, ଅହଙ୍କାର, ମୂର୍ଖତା;
23 ဧတာနိ သရွွာဏိ ဒုရိတာနျန္တရာဒေတျ နရမမေဓျံ ကုရွွန္တိ၊
ଏହି ସମସ୍ତ ମନ୍ଦ ବିଷୟ ଭିତରୁ ବାହାରି ମନୁଷ୍ୟକୁ ଅଶୁଚି କରେ।”
24 အထ သ ဥတ္ထာယ တတ္သ္ထာနာတ် သောရသီဒေါန္ပုရပြဒေၑံ ဇဂါမ တတြ ကိမပိ နိဝေၑနံ ပြဝိၑျ သရွွဲရဇ္ဉာတး သ္ထာတုံ မတိဉ္စကြေ ကိန္တု ဂုပ္တး သ္ထာတုံ န ၑၑာက၊
ଏଥିଉତ୍ତାରେ ସେ ସେଠାରୁ ଉଠି ସୋର ସୀମାକୁ ଗଲେ, ଆଉ ଗୋଟିଏ ଗୃହରେ ପ୍ରବେଶ କରି, କେହି ଯେପରି ତାହା ନ ଜାଣେ, ଏହା ଇଚ୍ଛା କରୁଥିଲେ, ମାତ୍ର ସେ ଗୁପ୍ତ ହୋଇ ରହି ପାରିଲେ ନାହିଁ।
25 ယတး သုရဖဲနိကီဒေၑီယယူနာနီဝံၑောဒ္ဘဝသ္တြိယား ကနျာ ဘူတဂြသ္တာသီတ်၊ သာ သ္တြီ တဒွါရ္တ္တာံ ပြာပျ တတ္သမီပမာဂတျ တစ္စရဏယေား ပတိတွာ
ସେହିକ୍ଷଣି ଜଣେ ସ୍ତ୍ରୀ, ଯାହାର ଝିଅଟିକୁ ଅଶୁଚି ଆତ୍ମା ଲାଗିଥିଲା, ସେ ତାହାଙ୍କ ବିଷୟ ଶୁଣି ତାହାଙ୍କ ଚରଣ ତଳେ ଆସି ପଡ଼ିଲା।
26 သွကနျာတော ဘူတံ နိရာကရ္တ္တာံ တသ္မိန် ဝိနယံ ကၖတဝတီ၊
ସେ ସୁରଫୈନୀକୀୟା ଜାତିର ଜଣେ ଗ୍ରୀକ୍‍ ସ୍ତ୍ରୀଲୋକ ଥିଲା। ତାହାର ଝିଅଠାରୁ ଭୂତ ଛଡ଼ାଇବା ନିମନ୍ତେ ସେ ତାହାଙ୍କୁ ଅନୁରୋଧ କରିବାକୁ ଲାଗିଲା।
27 ကိန္တု ယီၑုသ္တာမဝဒတ် ပြထမံ ဗာလကာသ္တၖပျန္တု ယတော ဗာလကာနာံ ခါဒျံ ဂၖဟီတွာ ကုက္ကုရေဘျော နိက္ၐေပေါ'နုစိတး၊
ସେଥିରେ ସେ ତାହାକୁ କହିଲେ, “ପ୍ରଥମେ ସନ୍ତାନମାନଙ୍କୁ ତୃପ୍ତ ହେବାକୁ ଦିଅ, କାରଣ ସନ୍ତାନମାନଙ୍କ ଆହାର ନେଇ କୁକୁରମାନଙ୍କ ପାଖରେ ପକାଇବା ଉଚିତ୍ ନୁହେଁ।”
28 တဒါ သာ သ္တြီ တမဝါဒီတ် ဘေား ပြဘော တတ် သတျံ တထာပိ မဉ္စာဓးသ္ထား ကုက္ကုရာ ဗာလာနာံ ကရပတိတာနိ ခါဒျခဏ္ဍာနိ ခါဒန္တိ၊
କିନ୍ତୁ ସେ ତାହାଙ୍କୁ ଉତ୍ତର ଦେଲ, ହଁ, ପ୍ରଭୁ; କୁକୁରମାନେ ମଧ୍ୟ ମେଜ ତଳେ ପିଲାମାନଙ୍କ ଖାଦ୍ୟର ଗୁଣ୍ଡିଗୁଣ୍ଡା ଖାଆନ୍ତି।
29 တတး သော'ကထယဒ် ဧတတ္ကထာဟေတေား သကုၑလာ ယာဟိ တဝ ကနျာံ တျက္တွာ ဘူတော ဂတး၊
ସେଥିରେ ଯୀଶୁ ତାହାକୁ କହିଲେ, “ଏହି କଥା ନିମନ୍ତେ ଯାଅ, ତୁମ୍ଭ ଝିଅଠାରୁ ଭୂତ ବାହାରିଗଲାଣି।”
30 အထ သာ သ္တြီ ဂၖဟံ ဂတွာ ကနျာံ ဘူတတျက္တာံ ၑယျာသ္ထိတာံ ဒဒရ္ၑ၊
ପୁଣି, ସେ ଘରକୁ ଯାଇ ପିଲାଟି ଶଯ୍ୟାରେ ଶୋଇଥିବା ଓ ଭୂତ ବାହାରିଯାଇଥିବା ଦେଖିଲା।
31 ပုနၑ္စ သ သောရသီဒေါန္ပုရပြဒေၑာတ် ပြသ္ထာယ ဒိကာပလိဒေၑသျ ပြာန္တရဘာဂေန ဂါလီလ္ဇလဓေး သမီပံ ဂတဝါန်၊
ପୁନର୍ବାର ସେ ସୋର ସହରର ସୀମାରୁ ପ୍ରସ୍ଥାନ କରି ସୀଦୋନ ଓ ଦେକାପଲି ସହରର ସୀମା ମଧ୍ୟ ଦେଇ ଗାଲିଲୀ ସମୁଦ୍ର ନିକଟକୁ ଆସିଲେ।
32 တဒါ လောကဲရေကံ ဗဓိရံ ကဒွဒဉ္စ နရံ တန္နိကဋမာနီယ တသျ ဂါတြေ ဟသ္တမရ္ပယိတုံ ဝိနယး ကၖတး၊
ଆଉ ଲୋକେ ଜଣେ କାଲ ଓ ଖନାକୁ ତାହାଙ୍କ ନିକଟକୁ ଆଣି ତାହା ଉପରେ ହାତ ଥୋଇବା ନିମନ୍ତେ ତାହାଙ୍କୁ ବିନତି କଲେ।
33 တတော ယီၑု ရ္လောကာရဏျာတ် တံ နိရ္ဇနမာနီယ တသျ ကရ္ဏယောင်္ဂုလီ ရ္ဒဒေါ် နိၐ္ဌီဝံ ဒတ္တွာ စ တဇ္ဇိဟွာံ ပသ္ပရ္ၑ၊
ଯୀଶୁ ତାହାକୁ ଲୋକସମୂହ ମଧ୍ୟରୁ ଅନ୍ତର କରି ଏକାକୀ ଘେନିଯାଇ ତାହାର ଦୁଇ କାନରେ ଆପଣା ଅଙ୍ଗୁଳି ଦେଲେ ଓ ଛେପ ପକାଇ ତାହାର ଜିହ୍ୱାକୁ ଛୁଇଁଲେ,
34 အနန္တရံ သွရ္ဂံ နိရီက္ၐျ ဒီရ္ဃံ နိၑွသျ တမဝဒတ် ဣတဖတး အရ္ထာန် မုက္တော ဘူယာတ်၊
ଆଉ ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଦୀର୍ଘ ନିଶ୍ୱାସ ପକାଇ ତାହାକୁ କହିଲେ, “ଇପ୍‌ପଥଃ,” ଅର୍ଥାତ୍‍ “ଫିଟିଯା।”
35 တတသ္တတ္က္ၐဏံ တသျ ကရ္ဏော် မုက္တော် ဇိဟွာယာၑ္စ ဇာဍျာပဂမာတ် သ သုသ္ပၐ္ဋဝါကျမကထယတ်၊
ସେଥିରେ ତାହାର କର୍ଣ୍ଣ ଉନ୍ମୁକ୍ତ ହେଲା ଓ ଜିହ୍ୱାର ବନ୍ଧନ ସେହିକ୍ଷଣି ଫିଟିଗଲା, ଆଉ ସେ ସ୍ପଷ୍ଟ ରୂପେ କଥା କହିବାକୁ ଲାଗିଲା।
36 အထ သ တာန် ဝါဎမိတျာဒိဒေၑ ယူယမိမာံ ကထာံ ကသ္မဲစိဒပိ မာ ကထယတ, ကိန္တု သ ယတိ နျၐေဓတ် တေ တတိ ဗာဟုလျေန ပြာစာရယန်;
ପୁଣି, ଏ ବିଷୟ କାହାରିକୁ ନ କହିବା ନିମନ୍ତେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଲେ; ମାତ୍ର ସେ ସେମାନଙ୍କୁ ଯେତେ ନିଷେଧ କଲେ, ସେମାନେ ସେତେ ଆହୁରି ଅଧିକ ତାହା ଘୋଷଣା କଲେ।
37 တေ'တိစမတ္ကၖတျ ပရသ္ပရံ ကထယာမာသုး သ ဗဓိရာယ ၑြဝဏၑက္တိံ မူကာယ စ ကထနၑက္တိံ ဒတ္တွာ သရွွံ ကရ္မ္မောတ္တမရူပေဏ စကာရ၊
ଆଉ ଲୋକମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ସେ ସମସ୍ତ କର୍ମ ଉତ୍ତମ ରୂପେ କରିଅଛନ୍ତି; ସେ ବଧିରମାନଙ୍କୁ ଶୁଣିବା ଶକ୍ତି ଓ ମୂକମାନଙ୍କୁ କହିବା ଶକ୍ତି ସୁଦ୍ଧା ପ୍ରଦାନ କରନ୍ତି।

< မာရ္ကး 7 >