< လူကး 22 >

1 အပရဉ္စ ကိဏွၑူနျပူပေါတ္သဝသျ ကာလ ဥပသ္ထိတေ
ନିସ୍ତାର ପର୍ବ ନାମକ ଖମୀରଶୂନ୍ୟ ରୁଟିର ପର୍ବ ନିକଟ ହୋଇ ଆସୁଥିଲା।
2 ပြဓာနယာဇကာ အဓျာယကာၑ္စ ယထာ တံ ဟန္တုံ ၑက္နုဝန္တိ တထောပါယာမ် အစေၐ္ဋန္တ ကိန္တု လောကေဘျော ဗိဘျုး၊
ଆଉ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ, କିପରି ଯୀଶୁଙ୍କୁ ବିନାଶ କରିପାରନ୍ତି, ସେଥିର ଉପାୟ ଖୋଜୁଥିଲେ, କାରଣ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ।
3 ဧတသ္တိန် သမယေ ဒွါဒၑၑိၐျေၐု ဂဏိတ ဤၐ္ကရိယောတီယရူဎိမာန် ယော ယိဟူဒါသ္တသျာန္တးကရဏံ ၑဲတာနာၑြိတတွာတ္
ସେତେବେଳେ ବାରଜଣଙ୍କ ସଂଖ୍ୟା ମଧ୍ୟରେ ଥିବା ଇଷ୍କାରିୟୋତୀୟ ନାମକ ଯିହୂଦାଠାରେ ଶୟତାନ ପ୍ରବେଶ କଲା;
4 သ ဂတွာ ယထာ ယီၑုံ တေၐာံ ကရေၐု သမရ္ပယိတုံ ၑက္နောတိ တထာ မန္တြဏာံ ပြဓာနယာဇကဲး သေနာပတိဘိၑ္စ သဟ စကာရ၊
ଆଉ ଯିହୂଦା ଯାଇ, କି ଉପାୟରେ ଯୀଶୁଙ୍କୁ ପ୍ରଧାନ ଯାଜକ ଓ ସେନାପତିମାନଙ୍କ ହାତରେ ଧରାଇଦେବ, ତାହା ସେମାନଙ୍କ ସହିତ କଥାବାର୍ତ୍ତା କଲା।
5 တေန တေ တုၐ္ဋာသ္တသ္မဲ မုဒြာံ ဒါတုံ ပဏံ စကြုး၊
ସେଥିରେ ସେମାନେ ଆନନ୍ଦିତ ହେଲେ ଓ ତାହାକୁ ଟଙ୍କା ଦେବା ପାଇଁ ଚୁକ୍ତି କଲେ।
6 တတး သောင်္ဂီကၖတျ ယထာ လောကာနာမဂေါစရေ တံ ပရကရေၐု သမရ္ပယိတုံ ၑက္နောတိ တထာဝကာၑံ စေၐ္ဋိတုမာရေဘေ၊
ଆଉ ଯିହୂଦା ଏକମତ ହୋଇ ଲୋକମାନଙ୍କ ଅନୁପସ୍ଥିତିରେ ଯୀଶୁଙ୍କୁ ସେମାନଙ୍କ ହାତରେ ଧରାଇ ଦେବା ନିମନ୍ତେ ସୁଯୋଗ ଖୋଜିବାକୁ ଲାଗିଲା।
7 အထ ကိဏွၑူနျပူပေါတ္မဝဒိနေ, အရ္ထာတ် ယသ္မိန် ဒိနေ နိသ္တာရောတ္သဝသျ မေၐော ဟန္တဝျသ္တသ္မိန် ဒိနေ
ପରେ ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରିବାକୁ ହୁଏ, ଖମୀରଶୂନ୍ୟ ରୁଟି ପର୍ବର ସେହି ଦିନ ଉପସ୍ଥିତ ହେଲା;
8 ယီၑုး ပိတရံ ယောဟနဉ္စာဟူယ ဇဂါဒ, ယုဝါံ ဂတွာသ္မာကံ ဘောဇနာရ္ထံ နိသ္တာရောတ္သဝသျ ဒြဝျာဏျာသာဒယတံ၊
ଆଉ ସେ ପିତର ଓ ଯୋହନଙ୍କୁ ଏହା କହି ପଠାଇଲେ, “ଆମ୍ଭେମାନେ ଯେପରି ଭୋଜନ କରିପାରିବୁ, ଏଥିପାଇଁ ତୁମ୍ଭେମାନେ ଯାଇ ଆମ୍ଭମାନଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର।”
9 တဒါ တော် ပပြစ္ဆတုး ကုစာသာဒယာဝေါ ဘဝတး ကေစ္ဆာ?
ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି?
10 တဒါ သောဝါဒီတ်, နဂရေ ပြဝိၐ္ဋေ ကၑ္စိဇ္ဇလကုမ္ဘမာဒါယ ယုဝါံ သာက္ၐာတ် ကရိၐျတိ သ ယန္နိဝေၑနံ ပြဝိၑတိ ယုဝါမပိ တန္နိဝေၑနံ တတ္ပၑ္စာဒိတွာ နိဝေၑနပတိမ် ဣတိ ဝါကျံ ဝဒတံ,
ଯୀଶୁ ସେମାନଙ୍କୁ କହିଲେ, “ଦେଖ, ତୁମ୍ଭେମାନେ ନଗରରେ ପ୍ରବେଶ କରନ୍ତେ ଜଳକୁମ୍ଭ ଘେନି ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ; ସେ ଯେଉଁ ଗୃହରେ ପ୍ରବେଶ କରିବ, ତାହାର ପଛେ ପଛେ ଯାଇ ଗୃହର କର୍ତ୍ତାଙ୍କୁ କହିବ,
11 ယတြာဟံ နိသ္တာရောတ္သဝသျ ဘောဇျံ ၑိၐျဲး သာရ္ဒ္ဓံ ဘောက္တုံ ၑက္နောမိ သာတိထိၑာလာ ကုတြ? ကထာမိမာံ ပြဘုသ္တွာံ ပၖစ္ဆတိ၊
‘ଗୁରୁ ଆପଣଙ୍କୁ ପଚାରୁଅଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ସେହି ଅତିଥିଶାଳା କାହିଁ?’
12 တတး သ ဇနော ဒွိတီယပြကောၐ္ဌီယမ် ဧကံ ၑသ္တံ ကောၐ္ဌံ ဒရ္ၑယိၐျတိ တတြ ဘောဇျမာသာဒယတံ၊
ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଗୋଟିଏ ଉପରିସ୍ଥ ବୃହତ କୋଠରୀ ଦେଖାଇଦେବେ; ସେ ସ୍ଥାନରେ ପ୍ରସ୍ତୁତ କର।”
13 တတသ္တော် ဂတွာ တဒွါကျာနုသာရေဏ သရွွံ ဒၖၐ္ဒွါ တတြ နိသ္တာရောတ္သဝီယံ ဘောဇျမာသာဒယာမာသတုး၊
ଆଉ, ସେହି ଦୁଇ ଜଣ ଶିଷ୍ୟ ଯାଇ, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ।
14 အထ ကာလ ဥပသ္ထိတေ ယီၑု ရ္ဒွါဒၑဘိး ပြေရိတဲး သဟ ဘောက္တုမုပဝိၑျ ကထိတဝါန္
ପୁଣି, ନିସ୍ତାର ପର୍ବର ସମୟ ଉପସ୍ଥିତ ହୁଅନ୍ତେ, ଯୀଶୁ ଓ ତାହାଙ୍କ ସଙ୍ଗେ ପ୍ରେରିତମାନେ ଭୋଜନ କରିବାକୁ ବସିଲେ।
15 မမ ဒုးခဘောဂါတ် ပူရွွံ ယုဘာဘိး သဟ နိသ္တာရောတ္သဝသျဲတသျ ဘောဇျံ ဘောက္တုံ မယာတိဝါဉ္ဆာ ကၖတာ၊
ଆଉ ସେ ସେମାନଙ୍କୁ କହିଲେ, “ମୋହର ଦୁଃଖଭୋଗ ପୂର୍ବେ ମୁଁ ତୁମ୍ଭମାନଙ୍କ ସହିତ ଏହି ନିସ୍ତାରଭୋଜ ପାଳନ କରିବାକୁ ଏକାନ୍ତ ବାଞ୍ଛା କଲି।
16 ယုၐ္မာန် ဝဒါမိ, ယာဝတ္ကာလမ် ဤၑွရရာဇျေ ဘောဇနံ န ကရိၐျေ တာဝတ္ကာလမ် ဣဒံ န ဘောက္ၐျေ၊
କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବରଙ୍କ ରାଜ୍ୟରେ ଏହା ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ମୁଁ ଆଉ କେବେ ହେଁ ତାହା ଭୋଜନ କରିବି ନାହିଁ।”
17 တဒါ သ ပါနပါတြမာဒါယ ဤၑွရသျ ဂုဏာန် ကီရ္တ္တယိတွာ တေဘျော ဒတွာဝဒတ်, ဣဒံ ဂၖဟ္လီတ ယူယံ ဝိဘဇျ ပိဝတ၊
ପୁଣି, ସେ ପାନପାତ୍ର ଗ୍ରହଣ କରି ଧନ୍ୟବାଦ ଦେଇ କହିଲେ, “ଏହା ନେଇ ଆପଣା ଆପଣା ମଧ୍ୟରେ ଭାଗ କର,
18 ယုၐ္မာန် ဝဒါမိ ယာဝတ္ကာလမ် ဤၑွရရာဇတွသျ သံသ္ထာပနံ န ဘဝတိ တာဝဒ် ဒြာက္ၐာဖလရသံ န ပါသျာမိ၊
କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ଆଜିଠାରୁ ଦ୍ରାକ୍ଷାଫଳର ରସ ଆଉ ପାନ କରିବି ନାହିଁ।”
19 တတး ပူပံ ဂၖဟီတွာ ဤၑွရဂုဏာန် ကီရ္တ္တယိတွာ ဘင်္က္တာ တေဘျော ဒတွာဝဒတ်, ယုၐ္မဒရ္ထံ သမရ္ပိတံ ယန္မမ ဝပုသ္တဒိဒံ, ဧတတ် ကရ္မ္မ မမ သ္မရဏာရ္ထံ ကုရုဓွံ၊
ପୁଣି, ସେ ରୁଟି ଘେନି ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, “ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି; ମୋତେ ସ୍ମରଣ କରିବା ନିମନ୍ତେ ଏହା କର।”
20 အထ ဘောဇနာန္တေ တာဒၖၑံ ပါတြံ ဂၖဟီတွာဝဒတ်, ယုၐ္မတ္ကၖတေ ပါတိတံ ယန္မမ ရက္တံ တေန နိရ္ဏီတနဝနိယမရူပံ ပါနပါတြမိဒံ၊
ଭୋଜନ ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ, “ଏହି ପାନପାତ୍ର ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ।
21 ပၑျတ ယော မာံ ပရကရေၐု သမရ္ပယိၐျတိ သ မယာ သဟ ဘောဇနာသန ဥပဝိၑတိ၊
କିନ୍ତୁ ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ତାହାର ହସ୍ତ ମୋʼ ସହିତ ମେଜ ଉପରେ ଅଛି।
22 ယထာ နိရူပိတမာသ္တေ တဒနုသာရေဏာ မနုၐျပုတြသျ ဂတိ ရ္ဘဝိၐျတိ ကိန္တု ယသ္တံ ပရကရေၐု သမရ္ပယိၐျတိ တသျ သန္တာပေါ ဘဝိၐျတိ၊
କାରଣ ଯେପରି ନିରୂପିତ ହୋଇଅଛି, ମନୁଷ୍ୟପୁତ୍ର ସେହିପରି ପ୍ରୟାଣ କରୁଅଛନ୍ତି ସତ୍ୟ, ତଥାପି ଯେଉଁ ଲୋକ ଦ୍ୱାରା ସେ ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ଡର ପାତ୍ର!”
23 တဒါ တေၐာံ ကော ဇန ဧတတ် ကရ္မ္မ ကရိၐျတိ တတ် တေ ပရသ္ပရံ ပြၐ္ဋုမာရေဘိရေ၊
ତେଣୁ ସେମାନଙ୍କ ମଧ୍ୟରୁ କିଏ ଏହା କରିବାକୁ ଯାଉଅଛି, ସେ ବିଷୟରେ ସେମାନେ ପରସ୍ପର ବାଦାନୁବାଦ କରିବାକୁ ଲାଗିଲେ।
24 အပရံ တေၐာံ ကော ဇနး ၑြေၐ္ဌတွေန ဂဏယိၐျတေ, အတြာရ္ထေ တေၐာံ ဝိဝါဒေါဘဝတ်၊
ପୁଣି, ସେମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ବୋଲି ଗଣିତ, ସେ ବିଷୟରେ ସେମାନଙ୍କ ମଧ୍ୟରେ ବିବାଦ ଘଟିଲା।
25 အသ္မာတ် ကာရဏာတ် သောဝဒတ်, အနျဒေၑီယာနာံ ရာဇာနး ပြဇာနာမုပရိ ပြဘုတွံ ကုရွွန္တိ ဒါရုဏၑာသနံ ကၖတွာပိ တေ ဘူပတိတွေန ဝိချာတာ ဘဝန္တိ စ၊
ସେଥିରେ ସେ ସେମାନଙ୍କୁ କହିଲେ, “ଅଣଯିହୁଦୀମାନଙ୍କ ରାଜାମାନେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି, ଆଉ ଯେଉଁମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି, ସେମାନେ ଲୋକ-ସେବକ ବୋଲି ଖ୍ୟାତ ହୁଅନ୍ତି।
26 ကိန္တု ယုၐ္မာကံ တထာ န ဘဝိၐျတိ, ယော ယုၐ္မာကံ ၑြေၐ္ဌော ဘဝိၐျတိ သ ကနိၐ္ဌဝဒ် ဘဝတု, ယၑ္စ မုချော ဘဝိၐျတိ သ သေဝကဝဒ္ဘဝတု၊
କିନ୍ତୁ ତୁମ୍ଭେମାନେ ସେପ୍ରକାର ହୁଅ ନାହିଁ, ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଯେ ଜ୍ୟେଷ୍ଠ, ସେ କନିଷ୍ଠ ପରି ହେଉ, ପୁଣି, ଯେ ନେତା, ସେ ସେବକ ପରି ହେଉ।
27 ဘောဇနောပဝိၐ္ဋပရိစာရကယေား ကး ၑြေၐ္ဌး? ယော ဘောဇနာယောပဝိၑတိ သ ကိံ ၑြေၐ္ဌော န ဘဝတိ? ကိန္တု ယုၐ္မာကံ မဓျေ'ဟံ ပရိစာရကဣဝါသ္မိ၊
କାରଣ କିଏ ଶ୍ରେଷ୍ଠ? ଯେ ଭୋଜନ ନିମନ୍ତେ ମେଜରେ ବସିଅଛି, ନା ଯେ ସେବକ? ଭୋଜନ ନିମନ୍ତେ ମେଜରେ ବସିଅଛି, ସେ କି ଶ୍ରେଷ୍ଠ ନୁହଁନ୍ତି? କିନ୍ତୁ ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜଣେ ସେବକ ପରି ଅଛି।
28 အပရဉ္စ ယုယံ မမ ပရီက္ၐာကာလေ ပြထမမာရဘျ မယာ သဟ သ္ထိတာ
ମାତ୍ର ତୁମ୍ଭେମାନେ ମୋହର ସମସ୍ତ ପରୀକ୍ଷାରେ ମୋʼ ସହିତ ରହି ଆସିଅଛ;
29 ဧတတ္ကာရဏာတ် ပိတြာ ယထာ မဒရ္ထံ ရာဇျမေကံ နိရူပိတံ တထာဟမပိ ယုၐ္မဒရ္ထံ ရာဇျံ နိရူပယာမိ၊
ଏଣୁ ମୋହର ପିତା ଯେପରି ମୋ ନିମନ୍ତେ ରାଜ୍ୟ ନିରୂପଣ କଲେ, ମୁଁ ମଧ୍ୟ ସେପରି ତୁମ୍ଭମାନଙ୍କ ନିମନ୍ତେ ନିରୂପଣ କରୁଅଛି,
30 တသ္မာန် မမ ရာဇျေ ဘောဇနာသနေ စ ဘောဇနပါနေ ကရိၐျဓွေ သိံဟာသနေၐူပဝိၑျ စေသြာယေလီယာနာံ ဒွါဒၑဝံၑာနာံ ဝိစာရံ ကရိၐျဓွေ၊
ଯେପରି ତୁମ୍ଭେମାନେ ମୋହର ରାଜ୍ୟରେ ମୋ ମେଜରେ ଭୋଜନପାନ କରିବ, ପୁଣି, ସିଂହାସନରେ ଉପବେଶନ କରି ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀକୁ ଶାସନ କରିବ।”
31 အပရံ ပြဘုရုဝါစ, ဟေ ၑိမောန် ပၑျ တိတဥနာ ဓာနျာနီဝ ယုၐ္မာန် ၑဲတာန် စာလယိတုမ် အဲစ္ဆတ်,
“ଶିମୋନ, ଶିମୋନ, ଦେଖ, ଗହମକୁ ଚାଲୁଣୀରେ ଚଲାଇବା ପରି ଶୟତାନ ତୁମ୍ଭମାନଙ୍କୁ ଚଲାଇବାକୁ ଅନୁମତି ପାଇଅଛି;
32 ကိန္တု တဝ ဝိၑွာသသျ လောပေါ ယထာ န ဘဝတိ ဧတတ် တွဒရ္ထံ ပြာရ္ထိတံ မယာ, တွန္မနသိ ပရိဝရ္တ္တိတေ စ ဘြာတၖဏာံ မနာံသိ သ္ထိရီကုရု၊
କିନ୍ତୁ ତୁମ୍ଭର ବିଶ୍ୱାସ ଯେପରି ଲୋପ ନ ହୁଏ, ଏଥିପାଇଁ ମୁଁ ତୁମ୍ଭ ନିମନ୍ତେ ନିବେଦନ କଲି; ପୁଣି, ତୁମ୍ଭେ ଫେରିଲା ଉତ୍ତାରେ ଆପଣା ଭାଇମାନଙ୍କୁ ସୁସ୍ଥିର କର।”
33 တဒါ သောဝဒတ်, ဟေ ပြဘောဟံ တွယာ သာရ္ဒ္ဓံ ကာရာံ မၖတိဉ္စ ယာတုံ မဇ္ဇိတောသ္မိ၊
ମାତ୍ର ସେ ତାହାଙ୍କୁ କହିଲେ, ହେ ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ଯିବାକୁ ଓ ମୃତ୍ୟୁଭୋଗ କରିବାକୁ ପ୍ରସ୍ତୁତ ଅଛି।
34 တတး သ ဥဝါစ, ဟေ ပိတရ တွာံ ဝဒါမိ, အဒျ ကုက္ကုဋရဝါတ် ပူရွွံ တွံ မတ္ပရိစယံ ဝါရတြယမ် အပဟွောၐျသေ၊
କିନ୍ତୁ ସେ କହିଲେ, “ହେ ପିତର, ମୁଁ ତୁମ୍ଭକୁ କହୁଅଛି, ଆଜି କୁକୁଡ଼ା ନ ଡାକୁଣୁ ତୁମ୍ଭେ ଯେ ମୋତେ ଜାଣ, ଏହା ତିନି ଥର ଅସ୍ୱୀକାର କରିବ।”
35 အပရံ သ ပပြစ္ဆ, ယဒါ မုဒြာသမ္ပုဋံ ခါဒျပါတြံ ပါဒုကာဉ္စ ဝိနာ ယုၐ္မာန် ပြာဟိဏဝံ တဒါ ယုၐ္မာကံ ကသျာပိ နျူနတာသီတ်? တေ ပြောစုး ကသျာပိ န၊
ଆଉ, ସେ ସେମାନଙ୍କୁ କହିଲେ, “ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଗାଞ୍ଜିଆ, ଝୋଲି ଓ ଜୋତା ବିନା ପଠାଇଥିଲି, ସେତେବେଳେ ତୁମ୍ଭମାନଙ୍କର କି କିଛି ଅଭାବ ହୋଇଥିଲା?” ସେମାନେ କହିଲେ, କିଛି ନାହିଁ।
36 တဒါ သောဝဒတ် ကိန္တွိဒါနီံ မုဒြာသမ္ပုဋံ ခါဒျပါတြံ ဝါ ယသျာသ္တိ တေန တဒ္ဂြဟီတဝျံ, ယသျ စ ကၖပါဏော နာသ္တိ တေန သွဝသ္တြံ ဝိကြီယ သ ကြေတဝျး၊
ସେଥିରେ ସେ ସେମାନଙ୍କୁ କହିଲେ, “ମାତ୍ର ଏବେ, ଯାହାର ଟଙ୍କା ରଖିବାର ମୁଣା ଅଛି, ସେ ତାହା ନେଉ, ସେହି ପ୍ରକାରେ ଝୋଲି ମଧ୍ୟ ନେଉ, ଆଉ ଯାହାର ନାହିଁ, ସେ ଆପଣା ବସ୍ତ୍ରଖଣ୍ଡକ ବିକି ଖଣ୍ଡା କିଣୁ।
37 ယတော ယုၐ္မာနဟံ ဝဒါမိ, အပရာဓိဇနဲး သာရ္ဒ္ဓံ ဂဏိတး သ ဘဝိၐျတိ၊ ဣဒံ ယစ္ဆာသ္တြီယံ ဝစနံ လိခိတမသ္တိ တန္မယိ ဖလိၐျတိ ယတော မမ သမ္ဗန္ဓီယံ သရွွံ သေတ္သျတိ၊
କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେପରି ଶାସ୍ତ୍ରରେ ଲେଖାଅଛି, ‘ତାହା ମୋʼଠାରେ ସିଦ୍ଧ ହେବା ଆବଶ୍ୟକ; ସେ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ,’ ଯେଣୁ ମୋ ସମ୍ବନ୍ଧୀୟ କଥା ସିଦ୍ଧ ହେଉଅଛି।”
38 တဒါ တေ ပြောစုး ပြဘော ပၑျ ဣမော် ကၖပါဏော်၊ တတး သောဝဒဒ် ဧတော် ယထေၐ္ဋော်၊
ସେଥିରେ ସେମାନେ କହିଲେ, ପ୍ରଭୁ ଦେଖନ୍ତୁ, ଏଠାରେ ଦୁଇଟା ଖଣ୍ଡା ଅଛି। ପୁଣି, ସେ ସେମାନଙ୍କୁ କହିଲେ, “ଯଥେଷ୍ଟ।”
39 အထ သ တသ္မာဒွဟိ ရ္ဂတွာ သွာစာရာနုသာရေဏ ဇဲတုနနာမာဒြိံ ဇဂါမ ၑိၐျာၑ္စ တတ္ပၑ္စာဒ် ယယုး၊
ସେ ବାହାରି ଆପଣା ଧାରାନୁସାରେ ଜୀତ ପର୍ବତକୁ ଗଲେ, ଆଉ ଶିଷ୍ୟମାନେ ମଧ୍ୟ ତାହାଙ୍କ ପଛେ ପଛେ ଗଲେ।
40 တတြောပသ္ထာယ သ တာနုဝါစ, ယထာ ပရီက္ၐာယာံ န ပတထ တဒရ္ထံ ပြာရ္ထယဓွံ၊
ସେହି ସ୍ଥାନରେ ଉପସ୍ଥିତ ହୋଇ ସେ ସେମାନଙ୍କୁ କହିଲେ, “ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ପ୍ରାର୍ଥନା କର।”
41 ပၑ္စာတ် သ တသ္မာဒ် ဧကၑရက္ၐေပါဒ် ဗဟိ ရ္ဂတွာ ဇာနုနီ ပါတယိတွာ ဧတတ် ပြာရ္ထယာဉ္စကြေ,
ଆଉ ସେ ସେମାନଙ୍କଠାରୁ ପ୍ରାୟ ଶହେ ହାତ ଦୂରକୁ ଯାଇ ଆଣ୍ଠୁପାତି ଏହି ପ୍ରାର୍ଥନା କରିବାକୁ ଲାଗିଲେ,
42 ဟေ ပိတ ရျဒိ ဘဝါန် သမ္မနျတေ တရှိ ကံသမေနံ မမာန္တိကာဒ် ဒူရယ ကိန္တု မဒိစ္ဆာနုရူပံ န တွဒိစ္ဆာနုရူပံ ဘဝတု၊
“ହେ ପିତା, ଯଦି ତୁମ୍ଭର ଇଚ୍ଛା ଥାଏ, ତେବେ ଏହି ପାନପାତ୍ର ମୋʼଠାରୁ ଦୂର କର; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ।”
43 တဒါ တသ္မဲ ၑက္တိံ ဒါတုံ သွရ္ဂီယဒူတော ဒရ္ၑနံ ဒဒေါ်၊
ଆଉ ସ୍ୱର୍ଗରୁ ଜଣେ ଦୂତ ଦର୍ଶନ ଦେଇ ତାହାଙ୍କୁ ଶକ୍ତି ପ୍ରଦାନ କଲେ।
44 ပၑ္စာတ် သောတျန္တံ ယာတနယာ ဝျာကုလော ဘူတွာ ပုနရ္ဒၖဎံ ပြာရ္ထယာဉ္စကြေ, တသ္မာဒ် ဗၖဟစ္ဆောဏိတဗိန္ဒဝ ဣဝ တသျ သွေဒဗိန္ဒဝး ပၖထိဝျာံ ပတိတုမာရေဘိရေ၊
ପୁଣି, ସେ ମର୍ମାନ୍ତିକ ଦୁଃଖରେ ମଗ୍ନ ହୋଇ ଆହୁରି ଏକାଗ୍ରଭାବେ ପ୍ରାର୍ଥନା କରିବାକୁ ଲାଗିଲେ ଓ ତାହାଙ୍କ ଝାଳ ଘନ ରକ୍ତଟୋପା ପରି ଭୂମିରେ ପଡ଼ିଲା।
45 အထ ပြာရ္ထနာတ ဥတ္ထာယ ၑိၐျာဏာံ သမီပမေတျ တာန် မနောဒုးခိနော နိဒြိတာန် ဒၖၐ္ဋွာဝဒတ္
ଆଉ ସେ ପ୍ରାର୍ଥନାରୁ ଉଠି ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ ଦୁଃଖ ହେତୁ ନିଦ୍ରିତ ଦେଖିଲେ;
46 ကုတော နိဒြာထ? ပရီက္ၐာယာမ် အပတနာရ္ထံ ပြရ္ထယဓွံ၊
ପୁଣି, ସେ ସେମାନଙ୍କୁ କହିଲେ, “କାହିଁକି ଶୋଉଅଛ? ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଉଠି ପ୍ରାର୍ଥନା କର।”
47 ဧတတ္ကထာယား ကထနကာလေ ဒွါဒၑၑိၐျာဏာံ မဓျေ ဂဏိတော ယိဟူဒါနာမာ ဇနတာသဟိတသ္တေၐာမ် အဂြေ စလိတွာ ယီၑောၑ္စုမ္ဗနာရ္ထံ တဒန္တိကမ် အာယယော်၊
ସେ କଥା କହୁଥିବା ସମୟରେ, ଦେଖ, ଲୋକସମୂହ ଆସି ଉପସ୍ଥିତ ହେଲେ, ଆଉ ଦ୍ୱାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ସେମାନଙ୍କ ଆଗେ ଆଗେ ଆସି ଯୀଶୁଙ୍କୁ ଚୁମ୍ବନ କରିବାକୁ ତାହାଙ୍କ ପାଖକୁ ଗଲା।
48 တဒါ ယီၑုရုဝါစ, ဟေ ယိဟူဒါ ကိံ စုမ္ဗနေန မနုၐျပုတြံ ပရကရေၐု သမရ္ပယသိ?
କିନ୍ତୁ ଯୀଶୁ ତାହାକୁ କହିଲେ, “ହେ ଯିହୂଦା, ଚୁମ୍ବନ ଦ୍ୱାରା କି ମନୁଷ୍ୟପୁତ୍ରଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରୁଅଛ?”
49 တဒါ ယဒျဒ် ဃဋိၐျတေ တဒနုမာယ သင်္ဂိဘိရုက္တံ, ဟေ ပြဘော ဝယံ ကိ ခင်္ဂေန ဃာတယိၐျာမး?
ଏଥିରେ କଅଣ, ତାହା ଦେଖି ତାହାଙ୍କ ସଙ୍ଗୀମାନେ କହିଲେ, ପ୍ରଭୁ, ଆମ୍ଭେମାନେ କଅଣ ଖଡ୍ଗରେ ଆଘାତ କରିବା?
50 တတ ဧကး ကရဝါလေနာဟတျ ပြဓာနယာဇကသျ ဒါသသျ ဒက္ၐိဏံ ကရ္ဏံ စိစ္ဆေဒ၊
ଆଉ ସେମାନଙ୍କ ମଧ୍ୟରୁ ଜଣେ ମହାଯାଜକଙ୍କ ଦାସକୁ ଖଣ୍ଡାରେ ଆଘାତ କରି ତାହାର ଡାହାଣ କାନ କାଟିପକାଇଲେ।
51 အဓူနာ နိဝရ္တ္တသွ ဣတျုက္တွာ ယီၑုသ္တသျ ၑြုတိံ သ္ပၖၐ္ဋွာ သွသျံ စကာရ၊
କିନ୍ତୁ ଯୀଶୁ ଉତ୍ତର ଦେଲେ, “ଏତିକି ସହିଥାଅ;” ପୁଣି, ସେ ତାହାର କାନ ଛୁଇଁ ତାହାକୁ ସୁସ୍ଥ କଲେ।
52 ပၑ္စာဒ် ယီၑုး သမီပသ္ထာန် ပြဓာနယာဇကာန် မန္ဒိရသျ သေနာပတီန် ပြာစီနာံၑ္စ ဇဂါဒ, ယူယံ ကၖပါဏာန် ယၐ္ဋီံၑ္စ ဂၖဟီတွာ မာံ ကိံ စောရံ ဓရ္တ္တုမာယာတား?
ଆଉ, ଯୀଶୁ ତାହାଙ୍କ ବିରୁଦ୍ଧରେ ଆସିଥିବା ପ୍ରଧାନ ଯାଜକ, ମନ୍ଦିରର ସେନାପତି ଓ ପ୍ରାଚୀନମାନଙ୍କୁ କହିଲେ, “ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ଘେନି ତୁମ୍ଭେମାନେ କଅଣ ବାହାରି ଆସିଲ?
53 ယဒါဟံ ယုၐ္မာဘိး သဟ ပြတိဒိနံ မန္ဒိရေ'တိၐ္ဌံ တဒါ မာံ ဓရ္တ္တံ န ပြဝၖတ္တား, ကိန္တွိဒါနီံ ယုၐ္မာကံ သမယောန္ဓကာရသျ စာဓိပတျမသ္တိ၊
ମୁଁ ପ୍ରତିଦିନ ତୁମ୍ଭମାନଙ୍କ ସହିତ ମନ୍ଦିରରେ ଥିବା ସମୟରେ ତୁମ୍ଭେମାନେ ମୋ ବିରୁଦ୍ଧରେ ହାତ ବଢ଼ାଇଲ ନାହିଁ; କିନ୍ତୁ ଏହା ତୁମ୍ଭମାନଙ୍କର ସମୟ ଓ ଅନ୍ଧକାରର କର୍ତ୍ତାପଣ।”
54 အထ တေ တံ ဓၖတွာ မဟာယာဇကသျ နိဝေၑနံ နိနျုး၊ တတး ပိတရော ဒူရေ ဒူရေ ပၑ္စာဒိတွာ
ପରେ ସେମାନେ ତାହାଙ୍କୁ ଘେନିଯାଇ ମହାଯାଜକଙ୍କ ଗୃହକୁ ଆଣିଲେ; କିନ୍ତୁ ପିତର ଦୂରରେ ରହି ପଛେ ପଛେ ଗଲେ।
55 ဗၖဟတ္ကောၐ္ဌသျ မဓျေ ယတြာဂ္နိံ ဇွာလယိတွာ လောကား သမေတျောပဝိၐ္ဋာသ္တတြ တဲး သာရ္ဒ္ဓမ် ဥပဝိဝေၑ၊
ଆଉ ସେମାନେ ପ୍ରାଙ୍ଗଣ ମଧ୍ୟସ୍ଥଳରେ ନିଆଁ ଜାଳି ଏକାଠି ବସନ୍ତେ ପିତର ସେମାନଙ୍କ ମଧ୍ୟରେ ବସି ରହିଲେ।
56 အထ ဝဟ္နိသန္နိဓော် သမုပဝေၑကာလေ ကာစိဒ္ဒါသီ မနော နိဝိၑျ တံ နိရီက္ၐျာဝဒတ် ပုမာနယံ တသျ သင်္ဂေ'သ္ထာတ်၊
ଜଣେ ଦାସୀ ତାହାଙ୍କୁ ନିଆଁ ପାଖରେ ବସିଥିବା ଦେଖି ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲା, ଏ ଲୋକଟା ମଧ୍ୟ ତାହା ସାଙ୍ଗରେ ଥିଲା।
57 ကိန္တု သ တဒ် အပဟ္နုတျာဝါဒီတ် ဟေ နာရိ တမဟံ န ပရိစိနောမိ၊
କିନ୍ତୁ ସେ ଅସ୍ୱୀକାର କରି କହିଲେ, ହେ ନାରୀ, ମୁଁ ତାହାକୁ ଜାଣେ ନାହିଁ।
58 က္ၐဏာန္တရေ'နျဇနသ္တံ ဒၖၐ္ဋွာဗြဝီတ် တွမပိ တေၐာံ နိကရသျဲကဇနောသိ၊ ပိတရး ပြတျုဝါစ ဟေ နရ နာဟမသ္မိ၊
ଅଳ୍ପ ସମୟ ଉତ୍ତାରେ ଆଉ ଜଣେ ତାହାଙ୍କୁ ଦେଖି କହିଲା, ତୁମ୍ଭେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ। କିନ୍ତୁ ପିତର କହିଲେ, ନାହିଁ, ଭାଇ, ମୁଁ ନୁହେଁ।
59 တတး သာရ္ဒ္ဓဒဏ္ဍဒွယာတ် ပရံ ပုနရနျော ဇနော နိၑ္စိတျ ဗဘာၐေ, ဧၐ တသျ သင်္ဂီတိ သတျံ ယတောယံ ဂါလီလီယော လောကး၊
ପ୍ରାୟ ଘଣ୍ଟାକ ପରେ ଆଉ ଜଣେ ଦୃଢ଼ ଭାବରେ କହିବାକୁ ଲାଗିଲା, ଏ ଲୋକଟା ମଧ୍ୟ ନିଶ୍ଚୟ ତାହା ସଙ୍ଗରେ ଥିଲା, କାରଣ ସେ ତ ଗାଲିଲୀୟ ଲୋକ।
60 တဒါ ပိတရ ဥဝါစ ဟေ နရ တွံ ယဒ် ဝဒမိ တဒဟံ ဗောဒ္ဓုံ န ၑက္နောမိ, ဣတိ ဝါကျေ ကထိတမာတြေ ကုက္ကုဋော ရုရာဝ၊
କିନ୍ତୁ ପିତର କହିଲେ, ଭାଇ, ତୁମ୍ଭେ ଯାହା କହୁଅଛ, ମୁଁ ତାହା ଜାଣେ ନାହିଁ। ସେହିକ୍ଷଣି ସେ କହୁ କହୁ କୁକୁଡ଼ା ରାବିଲା;
61 တဒါ ပြဘုဏာ ဝျာဓုဋျ ပိတရေ နိရီက္ၐိတေ ကၖကဝါကုရဝါတ် ပူရွွံ မာံ တြိရပဟ္နောၐျသေ ဣတိ ပူရွွောက္တံ တသျ ဝါကျံ ပိတရး သ္မၖတွာ
ପୁଣି, ପ୍ରଭୁ ବୁଲିପଡ଼ି ପିତରଙ୍କୁ ଏକଦୃଷ୍ଟିରେ ଚାହିଁଲେ; ସେଥିରେ “ଆଜି କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ,” ଏହି ଯେଉଁ କଥା ପ୍ରଭୁ ପିତରଙ୍କୁ କହିଥିଲେ ତାହା ତାହାଙ୍କ ମନରେ ପଡ଼ିଲା,
62 ဗဟိရ္ဂတွာ မဟာခေဒေန စကြန္ဒ၊
ଆଉ ସେ ବାହାରକୁ ଯାଇ ଅତ୍ୟନ୍ତ ବ୍ୟାକୁଳ ହୋଇ ରୋଦନ କଲେ।
63 တဒါ ယဲ ရျီၑုရ္ဓၖတသ္တေ တမုပဟသျ ပြဟရ္တ္တုမာရေဘိရေ၊
ଆଉ ଯେଉଁ ଲୋକମାନେ ଯୀଶୁଙ୍କୁ ଧରି ରଖିଥିଲେ, ସେମାନେ ତାହାଙ୍କୁ ପ୍ରହାର କରୁ କରୁ ପରିହାସ କଲେ,
64 ဝသ္တြေဏ တသျ ဒၖၑော် ဗဒ္ဓွာ ကပေါလေ စပေဋာဃာတံ ကၖတွာ ပပြစ္ဆုး, ကသ္တေ ကပေါလေ စပေဋာဃာတံ ကၖတဝါန? ဂဏယိတွာ တဒ် ဝဒ၊
ପୁଣି, ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ପଚାରିବାକୁ ଲାଗିଲେ, ତୁ ପରା ଭାବବାଦୀ! କହ ତ କିଏ ତୋତେ ମାଇଲା?
65 တဒနျတ် တဒွိရုဒ္ဓံ ဗဟုနိန္ဒာဝါကျံ ဝက္တုမာရေဘိရေ၊
ପୁଣି, ସେମାନେ ଆହୁରି ଅନେକ କଥା ତାହାଙ୍କ ବିରୁଦ୍ଧରେ କହି ତାହାଙ୍କର ନିନ୍ଦା କରିବାକୁ ଲାଗିଲେ।
66 အထ ပြဘာတေ သတိ လောကပြာဉ္စး ပြဓာနယာဇကာ အဓျာပကာၑ္စ သဘာံ ကၖတွာ မဓျေသဘံ ယီၑုမာနီယ ပပြစ္ဆုး, တွမ် အဘိၐိကတောသိ န ဝါသ္မာန် ဝဒ၊
ସକାଳ ହେଲାକ୍ଷଣି ଲୋକମାନଙ୍କର ପ୍ରାଚୀନବର୍ଗ ପୁଣି, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଏକତ୍ର ହୋଇ ଆପଣାମାନଙ୍କ ମହାସଭାକୁ ତାହାଙ୍କୁ ଘେନିଯାଇ କହିଲେ, ତୁମ୍ଭେ ଯଦି ଖ୍ରୀଷ୍ଟ, ତେବେ ଆମ୍ଭମାନଙ୍କୁ କୁହ।
67 သ ပြတျုဝါစ, မယာ တသ္မိန္နုက္တေ'ပိ ယူယံ န ဝိၑွသိၐျထ၊
କିନ୍ତୁ ସେ ସେମାନଙ୍କୁ କହିଲେ, “ମୁଁ ଯଦି ଆପଣମାନଙ୍କୁ କହେ, ଆପଣମାନେ ତ ବିଶ୍ୱାସ କରିବେ ନାହିଁ;
68 ကသ္မိံၑ္စိဒွါကျေ ယုၐ္မာန် ပၖၐ္ဋေ'ပိ မာံ န တဒုတ္တရံ ဝက္ၐျထ န မာံ တျက္ၐျထ စ၊
ପୁଣି, ମୁଁ ଯଦି ପ୍ରଶ୍ନ କରେ, ଆପଣମାନେ ଉତ୍ତର ଦେବେ ନାହିଁ।
69 ကိန္တွိတး ပရံ မနုဇသုတး သရွွၑက္တိမတ ဤၑွရသျ ဒက္ၐိဏေ ပါရ္ၑွေ သမုပဝေက္ၐျတိ၊
କିନ୍ତୁ ଏହାପରେ ମନୁଷ୍ୟପୁତ୍ର ଈଶ୍ବରଙ୍କ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହେବେ।”
70 တတသ္တေ ပပြစ္ဆုး, ရ္တိဟ တွမီၑွရသျ ပုတြး? သ ကထယာမာသ, ယူယံ ယထာရ္ထံ ဝဒထ သ ဧဝါဟံ၊
ସେଥିରେ ସମସ୍ତେ ପଚାରିଲେ, ତେବେ ତୁମ୍ଭେ କଅଣ ଈଶ୍ବରଙ୍କ ପୁତ୍ର? ସେ ସେମାନଙ୍କୁ କହିଲେ, “ମୁଁ ସେହି ବୋଲି ଆପଣମାନେ କହୁଅଛନ୍ତି।”
71 တဒါ တေ သရွွေ ကထယာမာသုး, ရ္တိဟ သာက္ၐျေ'န္သသ္မိန် အသ္မာကံ ကိံ ပြယောဇနံ? အသျ သွမုခါဒေဝ သာက္ၐျံ ပြာပ္တမ်၊
ତେଣୁ ସେମାନେ କହିଲେ, ସାକ୍ଷ୍ୟରେ ଆମ୍ଭମାନଙ୍କର ଆଉ କଅଣ ପ୍ରୟୋଜନ? ଆମ୍ଭେମାନେ ତ ଆପେ ଆପେ ତାହାର ନିଜ ମୁଖରୁ ଏହା ଶୁଣିଲୁ।

< လူကး 22 >