< ဣဗြိဏး 11 >

1 ဝိၑွာသ အာၑံသိတာနာံ နိၑ္စယး, အဒၖၑျာနာံ ဝိၐယာဏာံ ဒရ္ၑနံ ဘဝတိ၊
ବିଶ୍ୱାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ।
2 တေန ဝိၑွာသေန ပြာဉ္စော လောကား ပြာမာဏျံ ပြာပ္တဝန္တး၊
ତଦ୍ୱାରା ପ୍ରାଚୀନମାନେ ତ ସୁଖ୍ୟାତି ଲାଭ କଲେ।
3 အပရမ် ဤၑွရသျ ဝါကျေန ဇဂန္တျသၖဇျန္တ, ဒၖၐ္ဋဝသ္တူနိ စ ပြတျက္ၐဝသ္တုဘျော နောဒပဒျန္တဲတဒ် ဝယံ ဝိၑွာသေန ဗုဓျာမဟေ၊ (aiōn g165)
ବିଶ୍ୱାସ ଦ୍ୱାରା ଆମ୍ଭେମାନେ ବୁଝୁ ଯେ, ସମସ୍ତ ବିଶ୍ୱ ଈଶ୍ବରଙ୍କ ବାକ୍ୟ ଦ୍ୱାରା ରଚିତ, ଅତଏବ କୌଣସି ପ୍ରତ୍ୟକ୍ଷ ବିଷୟରୁ ଦୃଶ୍ୟ ବିଷୟ ଉତ୍ପନ୍ନ ହୋଇ ନାହିଁ। (aiōn g165)
4 ဝိၑွာသေန ဟာဗိလ် ဤၑွရမုဒ္ဒိၑျ ကာဗိလး ၑြေၐ္ဌံ ဗလိဒါနံ ကၖတဝါန် တသ္မာစ္စေၑွရေဏ တသျ ဒါနာနျဓိ ပြမာဏေ ဒတ္တေ သ ဓာရ္မ္မိက ဣတျသျ ပြမာဏံ လဗ္ဓဝါန် တေန ဝိၑွာသေန စ သ မၖတး သန် အဒျာပိ ဘာၐတေ၊
ବିଶ୍ୱାସ ଦ୍ୱାରା ହେବଲ ଈଶ୍ବରଙ୍କ ଛାମୁରେ କୟିନ ଅପେକ୍ଷା ଉତ୍କୃଷ୍ଟ ବଳି ଉତ୍ସର୍ଗ କଲେ ଓ ତଦ୍ୱାରା ସେ ଧାର୍ମିକ ବୋଲି ସାକ୍ଷ୍ୟ ପାଇଲେ; ଈଶ୍ବର ନିଜେ ତାହାଙ୍କ ଦାନ ସମ୍ବନ୍ଧରେ ସାକ୍ଷ୍ୟ ଦେଲେ, ଆଉ ସେ ମୃତ ହେଲେ ହେଁ ବିଶ୍ୱାସ ଦ୍ୱାରା ଆଜି ପର୍ଯ୍ୟନ୍ତ କଥା କହୁଅଛନ୍ତି।
5 ဝိၑွာသေန ဟနောက် ယထာ မၖတျုံ န ပၑျေတ် တထာ လောကာန္တရံ နီတး, တသျောဒ္ဒေၑၑ္စ ကေနာပိ န ပြာပိ ယတ ဤၑွရသ္တံ လောကာန္တရံ နီတဝါန်, တတ္ပြမာဏမိဒံ တသျ လောကာန္တရီကရဏာတ် ပူရွွံ သ ဤၑွရာယ ရောစိတဝါန် ဣတိ ပြမာဏံ ပြာပ္တဝါန်၊
ବିଶ୍ୱାସ ଦ୍ୱାରା ହନୋକ ମୃତ୍ୟୁଭୋଗ ନ କରି ଉର୍ଦ୍ଧ୍ବକୁ ଉତ୍ଥିତ ହେଲେ; ସେ ଆଉ ଦେଖାଗଲେ ନାହିଁ, କାରଣ ଈଶ୍ବର ତାହାଙ୍କୁ ଅନ୍ତର୍ହିତ କରିଥିଲେ। ସେ ଯେ ଈଶ୍ବରଙ୍କର ସନ୍ତୋଷପାତ୍ର, ଅନ୍ତର୍ହିତ ହେବା ପୂର୍ବେ ସେଥିର ସାକ୍ଷ୍ୟ ପ୍ରାପ୍ତ ହୋଇଥିଲେ;
6 ကိန္တု ဝိၑွာသံ ဝိနာ ကော'ပီၑွရာယ ရောစိတုံ န ၑက္နောတိ ယတ ဤၑွရော'သ္တိ သွာနွေၐိလောကေဘျး ပုရသ္ကာရံ ဒဒါတိ စေတိကထာယာမ် ဤၑွရၑရဏာဂတဲ ရွိၑွသိတဝျံ၊
ଆଉ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ, କାରଣ ଈଶ୍ବର ଯେ ଅଛନ୍ତି, ଆଉ ସେ ଯେ ତାହାଙ୍କ ଅନ୍ୱେଷଣକାରୀମାନଙ୍କର ପୁରସ୍କାରଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ୱାସ କରିବା ଆବଶ୍ୟକ।
7 အပရံ တဒါနီံ ယာနျဒၖၑျာနျာသန် တာနီၑွရေဏာဒိၐ္ဋး သန် နောဟော ဝိၑွာသေန ဘီတွာ သွပရိဇနာနာံ ရက္ၐာရ္ထံ ပေါတံ နိရ္မ္မိတဝါန် တေန စ ဇဂဇ္ဇနာနာံ ဒေါၐာန် ဒရ္ၑိတဝါန် ဝိၑွာသာတ် လဘျသျ ပုဏျသျာဓိကာရီ ဗဘူဝ စ၊
ବିଶ୍ୱାସ ଦ୍ୱାରା ନୋହ ସେ ସମୟ ପର୍ଯ୍ୟନ୍ତ ଅପ୍ରକାଶିତ ବିଷୟ ସମ୍ବନ୍ଧରେ ପ୍ରତ୍ୟାଦେଶ ପାଇ ଭକ୍ତି ସହକାରେ ଆପଣା ପରିବାରର ରକ୍ଷା ନିମନ୍ତେ ଗୋଟିଏ ଜାହାଜ ନିର୍ମାଣ କଲେ, ପୁଣି, ସେହି ବିଶ୍ୱାସ ଦ୍ୱାରା ସେ ଜଗତକୁ ଦୋଷୀ କରି ବିଶ୍ୱାସାନୁଯାୟୀ ଧାର୍ମିକତାର ଅଧିକାରୀ ହେଲେ।
8 ဝိၑွာသေနေဗြာဟီမ် အာဟူတး သန် အာဇ္ဉာံ ဂၖဟီတွာ ယသျ သ္ထာနသျာဓိကာရသ္တေန ပြာပ္တဝျသ္တတ် သ္ထာနံ ပြသ္ထိတဝါန် ကိန္တု ပြသ္ထာနသမယေ က္က ယာမီတိ နာဇာနာတ်၊
ବିଶ୍ୱାସ ଦ୍ୱାରା ଅବ୍ରହାମ ଆହ୍ୱାନ ପ୍ରାପ୍ତ ହୁଅନ୍ତେ, ଯେଉଁ ଦେଶ ସେ ଅଧିକାରସ୍ୱରୂପେ ପାଇବାକୁ ଯାଉଥିଲେ, ଆଜ୍ଞାବହ ହୋଇ ସେଠାକୁ ବାହାରିଗଲେ, ପୁଣି, ସେ କେଉଁଠାକୁ ଯାଉଅଛନ୍ତି, ତାହା ନ ଜାଣି ସୁଦ୍ଧା ବାହାରିଗଲେ।
9 ဝိၑွာသေန သ ပြတိဇ္ဉာတေ ဒေၑေ ပရဒေၑဝတ် ပြဝသန် တသျား ပြတိဇ္ဉာယား သမာနာံၑိဘျာမ် ဣသှာကာ ယာကူဗာ စ သဟ ဒူၐျဝါသျဘဝတ်၊
ବିଶ୍ୱାସ ଦ୍ୱାରା ସେ ବିଦେଶୀ ସ୍ୱରୂପେ ପ୍ରତିଜ୍ଞାତ ଦେଶରେ ପ୍ରବାସୀ ହୋଇ ପ୍ରତିଜ୍ଞାର ସହାଧିକାରୀ ଇସ୍‌ହାକ ଓ ଯାକୁବଙ୍କ ସହିତ ତମ୍ବୁରେ ବାସ କଲେ;
10 ယသ္မာတ် သ ဤၑွရေဏ နိရ္မ္မိတံ သ္ထာပိတဉ္စ ဘိတ္တိမူလယုက္တံ နဂရံ ပြတျဲက္ၐတ၊
କାରଣ ଯେଉଁ ନଗର ଭିତ୍ତିମୂଳବିଶିଷ୍ଟ, ପୁଣି, ଯାହାର ଶିଳ୍ପୀ ଓ ନିର୍ମାତା ସ୍ୱୟଂ ଈଶ୍ବର, ଅବ୍ରହାମ ତହିଁର ଅପେକ୍ଷାରେ ଥିଲେ।
11 အပရဉ္စ ဝိၑွာသေန သာရာ ဝယောတိကြာန္တာ သန္တျပိ ဂရ္ဘဓာရဏာယ ၑက္တိံ ပြာပျ ပုတြဝတျဘဝတ်, ယတး သာ ပြတိဇ္ဉာကာရိဏံ ဝိၑွာသျမ် အမနျတ၊
ବିଶ୍ୱାସ ଦ୍ୱାରା ସାରା ନିଜେ ମଧ୍ୟ ପ୍ରତିଜ୍ଞାକାରୀଙ୍କୁ ବିଶ୍ୱସ୍ତ ଜ୍ଞାନ କରି ଗତବୟସ୍କା ହେଲେ ହେଁ ଗର୍ଭଧାରଣ କରିବାକୁ ଶକ୍ତି ପ୍ରାପ୍ତ ହେଲେ;
12 တတော ဟေတော ရ္မၖတကလ္ပာဒ် ဧကသ္မာတ် ဇနာဒ် အာကာၑီယနက္ၐတြာဏီဝ ဂဏနာတီတား သမုဒြတီရသ္ထသိကတာ ဣဝ စာသံချာ လောကာ ဥတ္ပေဒိရေ၊
ଏହେତୁରୁ ମଧ୍ୟ ମୃତକଳ୍ପ ଜଣେ ବ୍ୟକ୍ତିଙ୍କଠାରୁ ଆକାଶର ନକ୍ଷତ୍ରଗଣ ପରି ଅସଂଖ୍ୟ ଓ ସମୁଦ୍ରତୀରସ୍ଥ ବାଲୁକା ପରି ଅଗଣ୍ୟ ଏକ ଜାତି ଉତ୍ପନ୍ନ ହେଲା।
13 ဧတေ သရွွေ ပြတိဇ္ဉာယား ဖလာနျပြာပျ ကေဝလံ ဒူရာတ် တာနိ နိရီက္ၐျ ဝန္ဒိတွာ စ, ပၖထိဝျာံ ဝယံ ဝိဒေၑိနး ပြဝါသိနၑ္စာသ္မဟ ဣတိ သွီကၖတျ ဝိၑွာသေန ပြာဏာန် တတျဇုး၊
ଏସମସ୍ତେ ବିଶ୍ୱାସରେ ପ୍ରାଣତ୍ୟାଗ କଲେ; ସେମାନେ ପ୍ରତିଜ୍ଞାତ ଫଳପ୍ରାପ୍ତ ହେଲେ ନାହିଁ, ମାତ୍ର ଦୂରରୁ ତାହା ଦେଖି ଅଭିନନ୍ଦନ କଲେ ଏବଂ ପୃଥିବୀରେ ଆପଣାମାନଙ୍କୁ ବିଦେଶୀ ଓ ପ୍ରବାସୀ ବୋଲି ସ୍ୱୀକାର କଲେ।
14 ယေ တု ဇနာ ဣတ္ထံ ကထယန္တိ တဲး ပဲတၖကဒေၑော 'သ္မာဘိရနွိၐျတ ဣတိ ပြကာၑျတေ၊
କାରଣ ଯେଉଁମାନେ ଏହିପରି କଥା କହନ୍ତି, ସେମାନେ ଯେ ନିଜର ଗୋଟିଏ ଦେଶ ଅନ୍ୱେଷଣ କରୁଅଛନ୍ତି, ଏହା ପ୍ରକାଶ କରନ୍ତି।
15 တေ ယသ္မာဒ် ဒေၑာတ် နိရ္ဂတာသ္တံ ယဒျသ္မရိၐျန် တရှိ ပရာဝရ္တ္တနာယ သမယမ် အလပ္သျန္တ၊
ପୁଣି, ଯେଉଁ ଦେଶରୁ ସେମାନେ ବାହାରି ଆସିଥିଲେ, ଯଦି ପ୍ରକୃତରେ ସେହି ଦେଶକୁ ସ୍ମରଣ କରିଥାଆନ୍ତେ, ତାହାହେଲେ ସେମାନଙ୍କର ବାହୁଡ଼ି ଯିବାକୁ ସୁଯୋଗ ଥିଲା।
16 ကိန္တု တေ သရွွောတ္ကၖၐ္ဋမ် အရ္ထတး သွရ္ဂီယံ ဒေၑမ် အာကာင်္က္ၐန္တိ တသ္မာဒ် ဤၑွရသ္တာနဓိ န လဇ္ဇမာနသ္တေၐာမ် ဤၑွရ ဣတိ နာမ ဂၖဟီတဝါန် ယတး သ တေၐာံ ကၖတေ နဂရမေကံ သံသ္ထာပိတဝါန်၊
କିନ୍ତୁ ସେମାନେ ଗୋଟିଏ ଉତ୍କୃଷ୍ଟତର, ଅର୍ଥାତ୍‍, ସ୍ୱର୍ଗୀୟ ଦେଶର ଆକାଂକ୍ଷା କରୁଥିଲେ; ଏହେତୁ ଈଶ୍ବର ସେମାନଙ୍କ ଈଶ୍ବର ବୋଲି ଖ୍ୟାତ ହେବାକୁ ସେମାନଙ୍କ ସମ୍ବନ୍ଧରେ ଲଜ୍ଜିତ ନୁହଁନ୍ତି, କାରଣ ସେ ସେମାନଙ୍କ ନିମନ୍ତେ ଗୋଟିଏ ନଗର ପ୍ରସ୍ତୁତ କରିଅଛନ୍ତି।
17 အပရမ် ဣဗြာဟီမး ပရီက္ၐာယာံ ဇာတာယာံ သ ဝိၑွာသေနေသှာကမ် ဥတ္သသရ္ဇ,
ବିଶ୍ୱାସ ଦ୍ୱାରା ଅବ୍ରହାମ ପରୀକ୍ଷିତ ହୋଇ ଇସ୍‌ହାକଙ୍କୁ ଉତ୍ସର୍ଗ କଲେ, ହଁ, ଯେଉଁ ବ୍ୟକ୍ତି ପ୍ରତିଜ୍ଞାସମୂହ ପ୍ରାପ୍ତ ହୋଇଥିଲେ, ଯାହାଙ୍କୁ କୁହାଯାଇଥିଲା ଯେ,
18 ဝသ္တုတ ဣသှာကိ တဝ ဝံၑော ဝိချာသျတ ဣတိ ဝါဂ် ယမဓိ ကထိတာ တမ် အဒွိတီယံ ပုတြံ ပြတိဇ္ဉာပြာပ္တး သ ဥတ္သသရ္ဇ၊
ଇସ୍‌ହାକଙ୍କଠାରୁ ତୁମ୍ଭର ବଂଶ ଖ୍ୟାତ ହେବ, ସେହି ବ୍ୟକ୍ତି ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଉତ୍ସର୍ଗ କରିବାକୁ ଯାଉଥିଲେ,
19 ယတ ဤၑွရော မၖတာနပျုတ္ထာပယိတုံ ၑက္နောတီတိ သ မေနေ တသ္မာတ် သ ဥပမာရူပံ တံ လေဘေ၊
କାରଣ ଈଶ୍ବର ଯେ ମୃତମାନଙ୍କ ମଧ୍ୟରୁ ସୁଦ୍ଧା ଉତ୍ଥାପନ କରିବାକୁ ସମର୍ଥ, ଆକ୍ଷରିକ ଭାବେ, ସେ ମଧ୍ୟ ତାହାଙ୍କୁ ଦୃଷ୍ଟାନ୍ତଭାବେ ମୃତ୍ୟୁରୁ ଫେରି ପାଇଲେ।
20 အပရမ် ဣသှာက် ဝိၑွာသေန ယာကူဗ် ဧၐာဝေ စ ဘာဝိဝိၐယာနဓျာၑိၐံ ဒဒေါ်၊
ବିଶ୍ୱାସ ଦ୍ୱାରା ଇସ୍‌ହାକ ଭବିଷ୍ୟତ ବିଷୟରେ ମଧ୍ୟ ଯାକୁବ ଓ ଏଷୌଙ୍କୁ ଆଶୀର୍ବାଦ କଲେ।
21 အပရံ ယာကူဗ် မရဏကာလေ ဝိၑွာသေန ယူၐဖး ပုတြယောရေကဲကသ္မဲ ဇနာယာၑိၐံ ဒဒေါ် ယၐ္ဋျာ အဂြဘာဂေ သမာလမ္ဗျ ပြဏနာမ စ၊
ବିଶ୍ୱାସ ଦ୍ୱାରା ଯାକୁବ ମୃତ୍ୟୁ ସମୟରେ ଯୋଷେଫଙ୍କର ପ୍ରତ୍ୟେକ ପୁତ୍ରଙ୍କୁ ଆଶୀର୍ବାଦ କଲେ, ପୁଣି, ଆପଣା ଯଷ୍ଟିର ଅଗ୍ରଭାଗରେ ଆଉଜିପଡ଼ି ପ୍ରଣାମ କଲେ।
22 အပရံ ယူၐဖ် စရမကာလေ ဝိၑွာသေနေသြာယေလွံၑီယာနာံ မိသရဒေၑာဒ် ဗဟိရ္ဂမနသျ ဝါစံ ဇဂါဒ နိဇာသ္ထီနိ စာဓိ သမာဒိဒေၑ၊
ବିଶ୍ୱାସ ଦ୍ୱାରା ଯୋଷେଫ ମୃତ୍ୟୁ ସମୟରେ ଇସ୍ରାଏଲ ସନ୍ତାନମାନଙ୍କର ପ୍ରସ୍ଥାନ ବିଷୟ ଉଲ୍ଲେଖ କଲେ, ପୁଣି, ଆପଣା ଅସ୍ଥି ସମ୍ବନ୍ଧରେ ଆଜ୍ଞା ଦେଲେ।
23 နဝဇာတော မူသာၑ္စ ဝိၑွာသာတ် တြာန် မာသာန် သွပိတၖဘျာမ် အဂေါပျတ ယတသ္တော် သွၑိၑုံ ပရမသုန္ဒရံ ဒၖၐ္ဋဝန္တော် ရာဇာဇ္ဉာဉ္စ န ၑင်္ကိတဝန္တော်၊
ବିଶ୍ୱାସ ଦ୍ୱାରା ମୋଶାଙ୍କ ପିତାମାତା ତାହାଙ୍କ ଜନ୍ମ ହେବା ସମୟରେ ତାହାଙ୍କୁ ଗୋଟିଏ ସୁନ୍ଦର ପିଲା ବୋଲି ଦେଖି ରାଜାଜ୍ଞାକୁ ଭୟ ନ କରି ତିନି ମାସ ପର୍ଯ୍ୟନ୍ତ ତାହାଙ୍କୁ ଗୋପନରେ ରଖିଲେ।
24 အပရံ ဝယးပြာပ္တော မူသာ ဝိၑွာသာတ် ဖိရော်ဏော ဒေါ်ဟိတြ ဣတိ နာမ နာင်္ဂီစကာရ၊
ବିଶ୍ୱାସ ଦ୍ୱାରା ମୋଶା ବୟସପ୍ରାପ୍ତ ହେଲା ଉତ୍ତାରେ ଫାରୋଙ୍କର କନ୍ୟାଙ୍କ ପୁତ୍ର ବୋଲି ଖ୍ୟାତ ହେବାକୁ ନାସ୍ତି କଲେ;
25 ယတး သ က္ၐဏိကာတ် ပါပဇသုခဘောဂါဒ် ဤၑွရသျ ပြဇာဘိး သာရ္ဒ္ဓံ ဒုးခဘောဂံ ဝဝြေ၊
ପାପର କ୍ଷଣିକ ସୁଖଭୋଗ ଅପେକ୍ଷା ଈଶ୍ବରଙ୍କ ଲୋକମାନଙ୍କ ସହିତ ବରଂ ଦୁଃଖଭୋଗ କରିବାକୁ ସେ ପସନ୍ଦ କଲେ,
26 တထာ မိသရဒေၑီယနိဓိဘျး ခြီၐ္ဋနိမိတ္တာံ နိန္ဒာံ မဟတီံ သမ္ပတ္တိံ မေနေ ယတော ဟေတေား သ ပုရသ္ကာရဒါနမ် အပဲက္ၐတ၊
ପୁଣି, ମିସରର ସମସ୍ତ ଧନ ଅପେକ୍ଷା ଖ୍ରୀଷ୍ଟଙ୍କ ନିନ୍ଦାର ସହଭାଗୀ ହେବା ଶ୍ରେଷ୍ଠତର ଧନ ବୋଲି ମନେ କଲେ, କାରଣ ସେ ଭାବି ପୁରସ୍କାର ଦାନ ପ୍ରତି ଦୃଷ୍ଟିପାତ କଲେ।
27 အပရံ သ ဝိၑွာသေန ရာဇ္ဉး ကြောဓာတ် န ဘီတွာ မိသရဒေၑံ ပရိတတျာဇ, ယတသ္တေနာဒၖၑျံ ဝီက္ၐမာဏေနေဝ ဓဲရျျမ် အာလမ္ဗိ၊
ବିଶ୍ୱାସ ଦ୍ୱାରା ସେ ରାଜାଙ୍କ କ୍ରୋଧକୁ ଭୟ ନ କରି ମିସର ପରିତ୍ୟାଗ କଲେ, ଯେଣୁ ଯେ ଅଦୃଶ୍ୟ, ତାହାଙ୍କୁ ଦର୍ଶନ କଲା ପରି ସୁସ୍ଥିର ରହିଲେ।
28 အပရံ ပြထမဇာတာနာံ ဟန္တာ ယတ် သွီယလောကာန် န သ္ပၖၑေတ် တဒရ္ထံ သ ဝိၑွာသေန နိသ္တာရပရွွီယဗလိစ္ဆေဒနံ ရုဓိရသေစနဉ္စာနုၐ္ဌိတာဝါန်၊
ବିଶ୍ୱାସ ଦ୍ୱାରା ସେ ନିସ୍ତାର ପର୍ବ ଓ ରକ୍ତ ସେଚନ ବିଧି ପାଳନ କଲେ, ଯେପରି ପ୍ରଥମଜାତମାନଙ୍କର ସଂହାରକ ସେମାନଙ୍କୁ ସ୍ପର୍ଶ ନ କରନ୍ତି।
29 အပရံ တေ ဝိၑွာသာတ် သ္ထလေနေဝ သူဖ္သာဂရေဏ ဇဂ္မုး ကိန္တု မိသြီယလောကာသ္တတ် ကရ္တ္တုမ် ဥပကြမျ တောယေၐု မမဇ္ဇုး၊
ବିଶ୍ୱାସ ଦ୍ୱାରା ସେମାନେ ଶୁଷ୍କ ଭୂମି ପାର ହେଲା ପରି ସୂଫ ସାଗରର ଭିତର ଦେଇ ପାର ହେଲେ, କିନ୍ତୁ ମିସରୀୟମାନେ ପାର ହେବାକୁ ଚେଷ୍ଟା କରିବାକୁ ଯାଇ ବୁଡ଼ି ମଲେ।
30 အပရဉ္စ ဝိၑွာသာတ် တဲး သပ္တာဟံ ယာဝဒ် ယိရီဟေား ပြာစီရသျ ပြဒက္ၐိဏေ ကၖတေ တတ် နိပပါတ၊
ବିଶ୍ୱାସ ଦ୍ୱାରା ଯିରୀହୋ ପ୍ରାଚୀର ସାତ ଦିନ ପର୍ଯ୍ୟନ୍ତ ଘେରିଲା ଉତ୍ତାରେ ଭୂମିସାତ୍‍ ହେଲା।
31 ဝိၑွာသာဒ် ရာဟဗ္နာမိကာ ဝေၑျာပိ ပြီတျာ စာရာန် အနုဂၖဟျာဝိၑွာသိဘိး သာရ္ဒ္ဓံ န ဝိနနာၑ၊
ବିଶ୍ୱାସ ଦ୍ୱାରା ରାହାବ ବେଶ୍ୟା ଗୁପ୍ତଚରମାନଙ୍କୁ ଆଶ୍ରୟ ଦେବାରୁ ଅନାଜ୍ଞାବହମାନଙ୍କ ସହିତ ବିନଷ୍ଟ ହେଲେ ନାହିଁ।
32 အဓိကံ ကိံ ကထယိၐျာမိ? ဂိဒိယောနော ဗာရကး ၑိမ္ၑောနော ယိပ္တဟော ဒါယူဒ် ၑိမူယေလော ဘဝိၐျဒွါဒိနၑ္စဲတေၐာံ ဝၖတ္တာန္တကထနာယ မမ သမယာဘာဝေါ ဘဝိၐျတိ၊
ଆଉ ଅଧିକ କଅଣ କହିବି? ଗିଦିୟୋନ, ବାରକ, ଶାମ୍‍ଶୋନ୍‍, ଯିପ୍ତହ, ଦାଉଦ, ଶାମୁୟେଲ ଓ ଭାବବାଦୀମାନଙ୍କ ବିଷୟ ଯଦି ମୁଁ ବର୍ଣ୍ଣନା କରେ, ତେବେ ସମୟ ଅଣ୍ଟିବ ନାହିଁ;
33 ဝိၑွာသာတ် တေ ရာဇျာနိ ဝၑီကၖတဝန္တော ဓရ္မ္မကရ္မ္မာဏိ သာဓိတဝန္တး ပြတိဇ္ဉာနာံ ဖလံ လဗ္ဓဝန္တး သိံဟာနာံ မုခါနိ ရုဒ္ဓဝန္တော
ବିଶ୍ୱାସ ଦ୍ୱାରା ସେମାନେ ରାଜ୍ୟଗୁଡ଼ିକ ଜୟ କଲେ, ଧର୍ମ ସାଧନ କଲେ, ପ୍ରତିଜ୍ଞାର ଫଳପ୍ରାପ୍ତ ହେଲେ, ସିଂହମାନଙ୍କ ମୁଖରୁ ବଞ୍ଚିତ ହେଲେ,
34 ဝဟ္နေရ္ဒာဟံ နိရွွာပိတဝန္တး ခင်္ဂဓာရာဒ် ရက္ၐာံ ပြာပ္တဝန္တော ဒေါ်ရ္ဗ္ဗလျေ သဗလီကၖတာ ယုဒ္ဓေ ပရာကြမိဏော ဇာတား ပရေၐာံ သဲနျာနိ ဒဝယိတဝန္တၑ္စ၊
ଅଗ୍ନିର ତେଜ ନିବାରଣ କଲେ, ଖଡ୍ଗଧାରରୁ ରକ୍ଷା ପାଇଲେ, ଦୁର୍ବଳ ସମୟରେ ସବଳ ହେଲେ, ଯୁଦ୍ଧରେ ବିଜୟୀ ହେଲେ, ପୁଣି, ଅଣଯିହୁଦୀମାନଙ୍କର ସୈନ୍ୟମାନଙ୍କୁ ବିତାଡ଼ିତ କଲେ।
35 ယောၐိတး ပုနရုတ္ထာနေန မၖတာန် အာတ္မဇာန် လေဘိရေ, အပရေ စ ၑြေၐ္ဌောတ္ထာနသျ ပြာပ္တေရာၑယာ ရက္ၐာမ် အဂၖဟီတွာ တာဍနေန မၖတဝန္တး၊
ସ୍ତ୍ରୀଲୋକମାନେ ଆପଣା ଆପଣା ମୃତମାନଙ୍କୁ ପୁନରୁତ୍ଥାନ ଦ୍ୱାରା ପ୍ରାପ୍ତ ହେଲେ; ଅନ୍ୟମାନେ ଉତ୍କୃଷ୍ଟତର ପୁନରୁତ୍ଥାନ ପ୍ରାପ୍ତ ହେବା ନିମନ୍ତେ ଉଦ୍ଧାର ପାଇବାକୁ ଇଚ୍ଛା ନ କରି ମହାଯନ୍ତ୍ରଣା ଭୋଗ କଲେ।
36 အပရေ တိရသ္ကာရဲး ကၑာဘိ ရ္ဗန္ဓနဲး ကာရယာ စ ပရီက္ၐိတား၊
ଅନ୍ୟମାନେ ବିଦ୍ରୂପ, କୋରଡ଼ା ପ୍ରହାର, ହଁ, ବନ୍ଧନ ଓ କାରାବାସ ଦ୍ୱାରା ସୁଦ୍ଧା ପରୀକ୍ଷିତ ହେଲେ;
37 ဗဟဝၑ္စ ပြသ္တရာဃာတဲ ရှတား ကရပတြဲ ရွာ ဝိဒီရ္ဏာ ယန္တြဲ ရွာ က္လိၐ္ဋား ခင်္ဂဓာရဲ ရွာ ဝျာပါဒိတား၊ တေ မေၐာဏာံ ဆာဂါနာံ ဝါ စရ္မ္မာဏိ ပရိဓာယ ဒီနား ပီဍိတာ ဒုးခါရ္တ္တာၑ္စာဘြာမျန်၊
କେହି ଅବା ପ୍ରସ୍ତରାଘାତରେ ହତ, କେହି ଅବା ନିର୍ଯ୍ୟାତିତ, କେହି କରତ ଦ୍ୱାରା ଦ୍ୱିଖଣ୍ଡିତ, ପୁଣି, କେହି ଅବା ଖଡ୍ଗ ଦ୍ୱାରା ନିହତ ହେଲେ, କେହି କେହି ମେଷ ଓ ଛାଗଳର ଚର୍ମରେ ଆଚ୍ଛାଦିତ, ଅଭାବଗ୍ରସ୍ତ, କ୍ଳିଷ୍ଟ ଓ ତାଡନାପ୍ରାପ୍ତ ହୋଇ
38 သံသာရော ယေၐာမ် အယောဂျသ္တေ နိရ္ဇနသ္ထာနေၐု ပရွွတေၐု ဂဟွရေၐု ပၖထိဝျာၑ္ဆိဒြေၐု စ ပရျျဋန်၊
ପ୍ରାନ୍ତର, ପର୍ବତ, ଗୁହା, ପୁଣି, ପୃଥିବୀର ଗହ୍ୱର ଭ୍ରମଣ କଲେ; ଜଗତ ସେମାନଙ୍କର ଯୋଗ୍ୟ ନ ଥିଲା।
39 ဧတဲး သရွွဲ ရွိၑွာသာတ် ပြမာဏံ ပြာပိ ကိန္တု ပြတိဇ္ဉာယား ဖလံ န ပြာပိ၊
ବିଶ୍ୱାସ ଦ୍ୱାରା ଏହି ସମସ୍ତେ ସୁଖ୍ୟାତି ଲାଭ କରି ସୁଦ୍ଧା ପ୍ରତିଜ୍ଞାର ଫଳପ୍ରାପ୍ତ ହେଲେ ନାହିଁ,
40 ယတသ္တေ ယထာသ္မာန် ဝိနာ သိဒ္ဓါ န ဘဝေယုသ္တထဲဝေၑွရေဏာသ္မာကံ ကၖတေ ၑြေၐ္ဌတရံ ကိမပိ နိရ္ဒိဒိၑေ၊
ଯେଣୁ ଈଶ୍ବର ଆମ୍ଭମାନଙ୍କ ନିମନ୍ତେ ଉତ୍କୃଷ୍ଟତର ବିଷୟ ପ୍ରସ୍ତୁତ କରି ରଖିଥିଲେ, ଯେପରି ସେମାନେ ଆମ୍ଭମାନଙ୍କ ବିନା ସିଦ୍ଧ ଲାଭ ନ କରନ୍ତି।

< ဣဗြိဏး 11 >