< ပြေရိတား 10 >

1 ကဲသရိယာနဂရ ဣတာလိယာချသဲနျာန္တရ္ဂတး ကရ္ဏီလိယနာမာ သေနာပတိရာသီတ္
କାଇସରିୟା ସହରରେ କର୍ଣ୍ଣିଲୀୟ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଇତାଲିକ ନାମକ ସୈନ୍ୟଦଳର ଜଣେ ଶତ-ସେନାପତି ଥିଲେ;
2 သ သပရိဝါရော ဘက္တ ဤၑွရပရာယဏၑ္စာသီတ်; လောကေဘျော ဗဟူနိ ဒါနာဒီနိ ဒတွာ နိရန္တရမ် ဤၑွရေ ပြာရ္ထယာဉ္စကြေ၊
ସେ ଜଣେ ଭକ୍ତ, ଆଉ ସପରିବାରରେ ଈଶ୍ବରଙ୍କୁ ଭୟ କରୁଥିଲେ। ସେ ଲୋକମାନଙ୍କୁ ବହୁତ ଦାନ ଦେଉଥିଲେ, ଆଉ ସର୍ବଦା ଈଶ୍ବରଙ୍କ ଛାମୁରେ ପ୍ରାର୍ଥନା କରୁଥିଲେ।
3 ဧကဒါ တၖတီယပြဟရဝေလာယာံ သ ဒၖၐ္ဋဝါန် ဤၑွရသျဲကော ဒူတး သပြကာၑံ တတ္သမီပမ် အာဂတျ ကထိတဝါန်, ဟေ ကရ္ဏီလိယ၊
ଦିନେ ଅପରାହ୍ନ ପ୍ରାୟ ତିନି ଘଣ୍ଟା ସମୟରେ ସେ ସ୍ପଷ୍ଟ ରୂପେ ଗୋଟିଏ ଦର୍ଶନ ପାଇଲେ, ଯେପରି ଈଶ୍ବରଙ୍କର ଜଣେ ଦୂତ ତାହାଙ୍କ ନିକଟକୁ ଆସି କହୁଅଛନ୍ତି, ହେ କର୍ଣ୍ଣିଲୀୟ।
4 ကိန္တု သ တံ ဒၖၐ္ဋွာ ဘီတော'ကထယတ်, ဟေ ပြဘော ကိံ? တဒါ တမဝဒတ် တဝ ပြာရ္ထနာ ဒါနာဒိ စ သာက္ၐိသွရူပံ ဘူတွေၑွရသျ ဂေါစရမဘဝတ်၊
ସେ ସେଥିରେ ତାହାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ଭୀତ ହୋଇ କହିଲେ, ହେ ପ୍ରଭୁ କଅଣ? ସେ ତାହାଙ୍କୁ କହିଲେ, ତୁମ୍ଭର ପ୍ରାର୍ଥନା ଓ ଦାନସବୁ ସ୍ମରଣାର୍ଥକ ବଳି ସ୍ୱରୂପେ ଊର୍ଦ୍ଧ୍ୱରେ ଈଶ୍ବରଙ୍କ ଛାମୁରେ ଉଠିଅଛି।
5 ဣဒါနီံ ယာဖောနဂရံ ပြတိ လောကာန် ပြေၐျ သမုဒြတီရေ ၑိမောန္နာမ္နၑ္စရ္မ္မကာရသျ ဂၖဟေ ပြဝါသကာရီ ပိတရနာမ္နာ ဝိချာတော ယး ၑိမောန် တမ် အာဟွာယယ;
ଏବେ ତୁମ୍ଭେ ଯାଫୋ ସହରକୁ ଲୋକ ପଠାଇ ଶିମୋନଙ୍କୁ ଡକାଇ ଆଣ, ତାହାଙ୍କ ଉପନାମ ପିତର;
6 တသ္မာတ် တွယာ ယဒျတ် ကရ္တ္တဝျံ တတ္တတ် သ ဝဒိၐျတိ၊
ସେ ଶିମୋନ ନାମକ ଜଣେ ଚର୍ମକାରକଙ୍କ ଅତିଥି ସ୍ୱରୂପେ ବାସ କରୁଅଛନ୍ତି, ତାହାଙ୍କ ଘର ସମୁଦ୍ରକୂଳରେ।
7 ဣတျုပဒိၑျ ဒူတေ ပြသ္ထိတေ သတိ ကရ္ဏီလိယး သွဂၖဟသ္ထာနာံ ဒါသာနာံ ဒွေါ် ဇနော် နိတျံ သွသင်္ဂိနာံ သဲနျာနာမ် ဧကာံ ဘက္တသေနာဉ္စာဟူယ
ତାହାଙ୍କ ସାଙ୍ଗରେ କଥା କହୁଥିବା ଦୂତ ଗଲା ପରେ ସେ ଆପଣା ଗୃହର ଦାସମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ, ପୁଣି, ତାହାଙ୍କର ସେବା କରୁଥିବା ସୈନ୍ୟମାନଙ୍କ ମଧ୍ୟରୁ ଜଣେ ଭକ୍ତ ସୈନ୍ୟକୁ ଡାକିଲେ,
8 သကလမေတံ ဝၖတ္တာန္တံ ဝိဇ္ဉာပျ ယာဖောနဂရံ တာန် ပြာဟိဏောတ်၊
ଆଉ ସେମାନଙ୍କୁ ସମସ୍ତ କଥା ବୁଝାଇ ଯାଫୋ ସହରକୁ ପଠାଇଲେ।
9 ပရသ္မိန် ဒိနေ တေ ယာတြာံ ကၖတွာ ယဒါ နဂရသျ သမီပ ဥပါတိၐ္ဌန်, တဒါ ပိတရော ဒွိတီယပြဟရဝေလာယာံ ပြာရ္ထယိတုံ ဂၖဟပၖၐ္ဌမ် အာရောဟတ်၊
ପରଦିନ ସେମାନେ ଯାଉ ଯାଉ ଯେତେବେଳେ ସେହି ନଗରର ନିକଟବର୍ତ୍ତୀ ହେଲେ, ସେତେବେଳେ ପିତର ପ୍ରାୟ ଦିନ ବାର ଘଣ୍ଟା ସମୟରେ ପ୍ରାର୍ଥନା କରିବା ନିମନ୍ତେ ଛାତ ଉପରକୁ ଗଲେ,
10 ဧတသ္မိန် သမယေ က္ၐုဓာရ္တ္တး သန် ကိဉ္စိဒ် ဘောက္တုမ် အဲစ္ဆတ် ကိန္တု တေၐာမ် အန္နာသာဒနသမယေ သ မူရ္စ္ဆိတး သန္နပတတ်၊
ଆଉ ସେ କ୍ଷୁଧିତ ହୋଇ ଖାଇବାକୁ ଇଚ୍ଛା କଲେ, କିନ୍ତୁ ସେମାନେ ଖାଦ୍ୟ ପ୍ରସ୍ତୁତ କରୁଥିବା ସମୟରେ ସେ ମୂର୍ଚ୍ଛିତ ହୋଇ ଦର୍ଶନ ଦେଖିଲେ,
11 တတော မေဃဒွါရံ မုက္တံ စတုရ္ဘိး ကောဏဲ ရ္လမ္ဗိတံ ဗၖဟဒွသ္တြမိဝ ကိဉ္စန ဘာဇနမ် အာကာၑာတ် ပၖထိဝီမ် အဝါရောဟတီတိ ဒၖၐ္ဋဝါန်၊
ଆକାଶ ଖୋଲା ହୋଇଅଛି, ପୁଣି, ଗୋଟିଏ ପାତ୍ର ତଳକୁ ଆସୁଅଛି, ଯେପରି ଗୋଟିଏ ବଡ଼ ଚାଦର ଚାରି କୋଣରେ ଧରା ହୋଇ ପୃଥିବୀ ଉପରକୁ ଖସାଇ ଦିଆଯାଉଅଛି;
12 တန္မဓျေ နာနပြကာရာ ဂြာမျဝနျပၑဝး ခေစရောရောဂါမိပြဘၖတယော ဇန္တဝၑ္စာသန်၊
ସେଥିରେ ପୃଥିବୀର ସବୁପ୍ରକାର ଚାରିଗୋଡ଼ିଆ ପ୍ରାଣୀ, ସରୀସୃପ ଓ ଆକାଶର ପକ୍ଷୀଗୁଡ଼ିକ ଅଛନ୍ତି।
13 အနန္တရံ ဟေ ပိတရ ဥတ္ထာယ ဟတွာ ဘုံက္ၐွ တမ္ပြတီယံ ဂဂဏီယာ ဝါဏီ ဇာတာ၊
ଆଉ, ତାହାଙ୍କ ପ୍ରତି ଏହି ବାଣୀ ହେଲା, “ହେ ପିତର, ଉଠ, ବଧ କରି ଖାଅ।”
14 တဒါ ပိတရး ပြတျဝဒတ်, ဟေ ပြဘော ဤဒၖၑံ မာ ဘဝတု, အဟမ် ဧတတ် ကာလံ ယာဝတ် နိၐိဒ္ဓမ် အၑုစိ ဝါ ဒြဝျံ ကိဉ္စိဒပိ န ဘုက္တဝါန်၊
କିନ୍ତୁ ପିତର କହିଲେ, ନାହିଁ, ପ୍ରଭୁ, ମୁଁ କେବେହେଲେ କୌଣସି ଅପବିତ୍ର ଓ ଅଶୁଚି ପଦାର୍ଥ ଖାଇ ନାହିଁ।
15 တတး ပုနရပိ တာဒၖၑီ ဝိဟယသီယာ ဝါဏီ ဇာတာ ယဒ် ဤၑွရး ၑုစိ ကၖတဝါန် တတ် တွံ နိၐိဒ္ဓံ န ဇာနီဟိ၊
ପୁଣି, ଦ୍ୱିତୀୟ ଥର ତାହାଙ୍କ ପ୍ରତି ଏହି ବାଣୀ ହେଲା, “ଈଶ୍ବର ଯାହା ଶୁଚି କରିଅଛନ୍ତି, ତାହା ତୁମ୍ଭେ ଅଶୁଚି ବୋଲି ନ କୁହ।”
16 ဣတ္ထံ တြိး သတိ တတ် ပါတြံ ပုနရာကၖၐ္ဋံ အာကာၑမ် အဂစ္ဆတ်၊
ଏହି ପ୍ରକାର ତିନି ଥର ହେଲା, ଆଉ ସଙ୍ଗେ ସଙ୍ଗେ ସେହି ପାତ୍ରଟି ଆକାଶକୁ ଉଠାଇ ନିଆଗଲା।
17 တတး ပရံ ယဒ် ဒရ္ၑနံ ပြာပ္တဝါန် တသျ ကော ဘာဝ ဣတျတြ ပိတရော မနသာ သန္ဒေဂ္ဓိ, ဧတသ္မိန် သမယေ ကရ္ဏီလိယသျ တေ ပြေၐိတာ မနုၐျာ ဒွါရသျ သန္နိဓာဝုပသ္ထာယ,
ପିତର ଯେଉଁ ଦର୍ଶନ ପାଇଥିଲେ, ସେଥିର ଅର୍ଥ କଅଣ, ତାହା ଭାବି ସେ ଅବାକ୍ ହେଉଥିବା ସମୟରେ, ଦେଖ, କର୍ଣ୍ଣିଲୀୟଙ୍କ ପ୍ରେରିତ ଲୋକମାନେ ଶିମୋନଙ୍କ ଗୃହର ଅନୁସନ୍ଧାନ କରି ଦ୍ୱାର ନିକଟରେ ଠିଆ ହୋଇ,
18 ၑိမောနော ဂၖဟမနွိစ္ဆန္တး သမ္ပၖဆျာဟူယ ကထိတဝန္တး ပိတရနာမ္နာ ဝိချာတော ယး ၑိမောန် သ ကိမတြ ပြဝသတိ?
ପିତର ଉପନାମପ୍ରାପ୍ତ ଶିମୋନ ସେଠାରେ ଅତିଥି ସ୍ୱରୂପେ ବାସ କରୁଅଛନ୍ତି କି ନାହିଁ, ତାହା ଡାକି ପଚାରିଲେ।
19 ယဒါ ပိတရသ္တဒ္ဒရ္ၑနသျ ဘာဝံ မနသာန္ဒောလယတိ တဒါတ္မာ တမဝဒတ်, ပၑျ တြယော ဇနာသ္တွာံ မၖဂယန္တေ၊
ପିତର ସେହି ଦର୍ଶନ ବିଷୟ ଚିନ୍ତା କରୁଥିବା ସମୟରେ ଆତ୍ମା ତାହାଙ୍କୁ କହିଲେ, ଦେଖ, ତିନି ଜଣ ଲୋକ ତୁମ୍ଭକୁ ଖୋଜୁଅଛନ୍ତି।
20 တွမ် ဥတ္ထာယာဝရုဟျ နိးသန္ဒေဟံ တဲး သဟ ဂစ္ဆ မယဲဝ တေ ပြေၐိတား၊
ଉଠ, ତଳକୁ ଯାଇ କିଛି ସନ୍ଦେହ ନ କରି ସେମାନଙ୍କ ସାଙ୍ଗରେ ଯାଅ, କାରଣ ଆମ୍ଭେ ସେମାନଙ୍କୁ ପଠାଇଅଛୁ।
21 တသ္မာတ် ပိတရော'ဝရုဟျ ကရ္ဏီလိယပြေရိတလောကာနာံ နိကဋမာဂတျ ကထိတဝါန် ပၑျတ ယူယံ ယံ မၖဂယဓွေ သ ဇနောဟံ, ယူယံ ကိန္နိမိတ္တမ် အာဂတား?
ସେଥିରେ ପିତର ସେହି ଲୋକମାନଙ୍କ ନିକଟକୁ ଓହ୍ଲାଇ ଆସି କହିଲେ, ଦେଖ, ତୁମ୍ଭେମାନେ ଯାହାକୁ ଖୋଜୁଅଛ, ମୁଁ ସେହି। ତୁମ୍ଭମାନଙ୍କ ଆସିବାର କାରଣ କଅଣ?
22 တတသ္တေ ပြတျဝဒန် ကရ္ဏီလိယနာမာ ၑုဒ္ဓသတ္တွ ဤၑွရပရာယဏော ယိဟူဒီယဒေၑသ္ထာနာံ သရွွေၐာံ သန္နိဓော် သုချာတျာပန္န ဧကး သေနာပတိ ရ္နိဇဂၖဟံ တွာမာဟူယ နေတုံ တွတ္တး ကထာ ၑြောတုဉ္စ ပဝိတြဒူတေန သမာဒိၐ္ဋး၊
ସେମାନେ କହିଲେ, କର୍ଣ୍ଣିଲୀୟ ନାମକ ଜଣେ ଶତ-ସେନାପତି, ଯେ ଧାର୍ମିକ ବ୍ୟକ୍ତି ଓ ଈଶ୍ବରଙ୍କୁ ଭୟ କରନ୍ତି, ପୁଣି, ସମସ୍ତ ଯିହୁଦୀ ଜାତିଙ୍କ ନିକଟରେ ସୁଖ୍ୟାତି ପ୍ରାପ୍ତ, ସେ ନିଜ ଗୃହକୁ ଆପଣଙ୍କୁ ଡକାଇପଠାଇ ଆପଣଙ୍କଠାରୁ କଥା ଶୁଣିବା ନିମନ୍ତେ ପବିତ୍ର ଦୂତଙ୍କ ଦ୍ୱାରା ପ୍ରତ୍ୟାଦେଶ ପାଇଅଛନ୍ତି।
23 တဒါ ပိတရသ္တာနဘျန္တရံ နီတွာ တေၐာမာတိထျံ ကၖတဝါန်, ပရေ'ဟနိ တဲး သာရ္ဒ္ဓံ ယာတြာမကရောတ်, ယာဖောနိဝါသိနာံ ဘြာတၖဏာံ ကိယန္တော ဇနာၑ္စ တေန သဟ ဂတား၊
ସେଥିରେ ସେ ସେମାନଙ୍କୁ ଭିତରକୁ ଡାକି ନେଇ ସେମାନଙ୍କର ଆତିଥ୍ୟ କଲେ। ତହିଁ ଆରଦିନ ସେ ଉଠି ସେମାନଙ୍କ ସହିତ ପ୍ରସ୍ଥାନ କଲେ, ପୁଣି, ଯାଫୋ ସହରନିବାସୀ ଭାଇମାନଙ୍କ ମଧ୍ୟରୁ କେତେକ ଜଣ ତାହାଙ୍କ ସାଙ୍ଗରେ ଗଲେ।
24 ပရသ္မိန် ဒိဝသေ ကဲသရိယာနဂရမဓျပြဝေၑသမယေ ကရ္ဏီလိယော ဇ္ဉာတိဗန္ဓူန် အာဟူယာနီယ တာန် အပေက္ၐျ သ္ထိတး၊
ପରଦିନ ସେମାନେ କାଇସରିୟାରେ ପ୍ରବେଶ କଲେ, ଆଉ କର୍ଣ୍ଣିଲୀୟ ଆପଣା ଆତ୍ମୀୟ ଓ ନିକଟସ୍ଥ ବନ୍ଧୁମାନଙ୍କୁ ଡାକି ଏକତ୍ର କରି ସେମାନଙ୍କ ଅପେକ୍ଷାରେ ଥିଲେ।
25 ပိတရေ ဂၖဟ ဥပသ္ထိတေ ကရ္ဏီလိယသ္တံ သာက္ၐာတ္ကၖတျ စရဏယေား ပတိတွာ ပြာဏမတ်၊
ପିତର ପ୍ରବେଶ କରନ୍ତେ କର୍ଣ୍ଣିଲୀୟ ତାହାଙ୍କୁ ଭେଟି ଚରଣ ତଳେ ପଡ଼ି ତାହାଙ୍କୁ ପ୍ରଣାମ କଲେ।
26 ပိတရသ္တမုတ္ထာပျ ကထိတဝါန်, ဥတ္တိၐ္ဌာဟမပိ မာနုၐး၊
କିନ୍ତୁ ପିତର ତାହାଙ୍କୁ ଉଠାଇ କହିଲେ, ଠିଆ ହୁଅ; ମୁଁ ମଧ୍ୟ ଜଣେ ମନୁଷ୍ୟ।
27 တဒါ ကရ္ဏီလိယေန သာကမ် အာလပန် ဂၖဟံ ပြာဝိၑတ် တန္မဓျေ စ ဗဟုလောကာနာံ သမာဂမံ ဒၖၐ္ဋွာ တာန် အဝဒတ်,
ସେଥିରେ ସେ ତାହାଙ୍କ ସାଙ୍ଗରେ ଆଳାପ କରୁ କରୁ ଭିତରକୁ ଯାଇ ଦେଖିଲେ, ଅନେକ ଲୋକ ଏକତ୍ରିତ ହୋଇଅଛନ୍ତି,
28 အနျဇာတီယလောကဲး မဟာလပနံ ဝါ တေၐာံ ဂၖဟမဓျေ ပြဝေၑနံ ယိဟူဒီယာနာံ နိၐိဒ္ဓမ် အသ္တီတိ ယူယမ် အဝဂစ္ဆထ; ကိန္တု ကမပိ မာနုၐမ် အဝျဝဟာရျျမ် အၑုစိံ ဝါ ဇ္ဉာတုံ မမ နောစိတမ် ဣတိ ပရမေၑွရော မာံ ဇ္ဉာပိတဝါန်၊
ଆଉ ସେ ସେମାନଙ୍କୁ କହିଲେ, କୌଣସି ଅଣଯିହୁଦୀ ସାଙ୍ଗରେ ମିଶିବା କିମ୍ବା ତାହା ପାଖକୁ ଯିବା ଯିହୁଦୀ ଲୋକ ପକ୍ଷରେ କିପରି ବିଧିସଙ୍ଗତ ନୁହେଁ, ତାହା ଆପଣମାନେ ଜାଣନ୍ତି; ତଥାପି କୌଣସି ଲୋକକୁ ଅପବିତ୍ର କି ଅଶୁଚି ବୋଲି ନ କହିବାକୁ ଈଶ୍ବର ମୋତେ ଦେଖାଇଅଛନ୍ତି।
29 ဣတိ ဟေတောရာဟွာနၑြဝဏမာတြာတ် ကာဉ္စနာပတ္တိမ် အကၖတွာ ယုၐ္မာကံ သမီပမ် အာဂတောသ္မိ; ပၖစ္ဆာမိ ယူယံ ကိန္နိမိတ္တံ မာမ် အာဟူယတ?
ସେଥିପାଇଁ ମୋତେ ଆହ୍ୱାନ କରାଯିବା ମାତ୍ରେ ମୁଁ ମଧ୍ୟ ଆପତ୍ତି ନ କରି ଆସିଲି। ଏଣୁ ମୁଁ ପଚାରେ, କି ନିମନ୍ତେ ଆପଣମାନେ ମୋତେ ଡକାଇଅଛନ୍ତି?
30 တဒါ ကရ္ဏီလိယး ကထိတဝါန်, အဒျ စတွာရိ ဒိနာနိ ဇာတာနိ ဧတာဝဒွေလာံ ယာဝဒ် အဟမ် အနာဟာရ အာသန် တတသ္တၖတီယပြဟရေ သတိ ဂၖဟေ ပြာရ္ထနသမယေ တေဇောမယဝသ္တြဘၖဒ် ဧကော ဇနော မမ သမက္ၐံ တိၐ္ဌန် ဧတာံ ကထာမ် အကထယတ်,
କର୍ଣ୍ଣିଲୀୟ କହିଲେ, ଚାରି ଦିନ ପୂର୍ବେ ଠିକ୍ ଏହି ସମୟରେ ମୁଁ ଆପଣା ଗୃହରେ ଅପରାହ୍ନ ତିନି ଘଣ୍ଟା ସମୟର ପ୍ରାର୍ଥନା କରୁଥିଲି; ଆଉ ଦେଖନ୍ତୁ, ଉଜ୍ଜ୍ୱଳବସ୍ତ୍ର ପରିହିତ ଜଣେ ବ୍ୟକ୍ତି ମୋ ସମ୍ମୁଖରେ ଠିଆ ହୋଇ କହିଲେ, କର୍ଣ୍ଣିଲୀୟ, ତୁମ୍ଭର ପ୍ରାର୍ଥନା ଶୁଣାଯାଇଅଛି,
31 ဟေ ကရ္ဏီလိယ တွဒီယာ ပြာရ္ထနာ ဤၑွရသျ ကရ္ဏဂေါစရီဘူတာ တဝ ဒါနာဒိ စ သာက္ၐိသွရူပံ ဘူတွာ တသျ ဒၖၐ္ဋိဂေါစရမဘဝတ်၊
ପୁଣି, ତୁମ୍ଭର ଦାନସବୁ ଈଶ୍ବରଙ୍କ ସାକ୍ଷାତରେ ସ୍ମରଣ କରାଯାଇଅଛି।
32 အတော ယာဖောနဂရံ ပြတိ လောကာန် ပြဟိတျ တတြ သမုဒြတီရေ ၑိမောန္နာမ္နး ကသျစိစ္စရ္မ္မကာရသျ ဂၖဟေ ပြဝါသကာရီ ပိတရနာမ္နာ ဝိချာတော ယး ၑိမောန် တမာဟူယယ; တတး သ အာဂတျ တွာမ် ဥပဒေက္ၐျတိ၊
ଅତଏବ ଯାଫୋ ସହରକୁ ଲୋକ ପଠାଇ ପିତର ଉପନାମପ୍ରାପ୍ତ ଶିମୋନଙ୍କୁ ପାଖକୁ ଡକାଇ ଆଣ, ସେ ସମୁଦ୍ରକୂଳରେ ଶିମୋନ ଚର୍ମକାରକଙ୍କ ଗୃହରେ ଅତିଥି ରୂପେ ବାସ କରୁଅଛନ୍ତି।
33 ဣတိ ကာရဏာတ် တတ္က္ၐဏာတ် တဝ နိကဋေ လောကာန် ပြေၐိတဝါန်, တွမာဂတဝါန် ဣတိ ဘဒြံ ကၖတဝါန်၊ ဤၑွရော ယာနျာချာနာနိ ကထယိတုမ် အာဒိၑတ် တာနိ ၑြောတုံ ဝယံ သရွွေ သာမ္ပြတမ် ဤၑွရသျ သာက္ၐာဒ် ဥပသ္ထိတား သ္မး၊
ଏନିମନ୍ତେ ମୁଁ ଅବିଳମ୍ବରେ ଆପଣଙ୍କ ନିକଟକୁ ଲୋକ ପଠାଇଲି, ଆଉ ଆପଣ ଯେ ଆସିଅଛନ୍ତି, ଭଲ କରିଅଛନ୍ତି। ଅତଏବ ପ୍ରଭୁ ଆପଣଙ୍କୁ ଯାହାସବୁ ଆଦେଶ ଦେଇଅଛନ୍ତି, ତାହା ଶୁଣିବା ନିମନ୍ତେ ଆମ୍ଭେମାନେ ସମସ୍ତେ ଈଶ୍ବରଙ୍କ ସାକ୍ଷାତରେ ଉପସ୍ଥିତ ଅଛୁ।
34 တဒါ ပိတရ ဣမာံ ကထာံ ကထယိတုမ် အာရဗ္ဓဝါန်, ဤၑွရော မနုၐျာဏာမ် အပက္ၐပါတီ သန္
ସେଥିରେ ପିତର ମୁଖ ଫିଟାଇ କହିଲେ, ପ୍ରକୃତରେ ବର୍ତ୍ତମାନ ମୁଁ ଜାଣିଲି ଯେ ଈଶ୍ବର ପକ୍ଷପାତ କରନ୍ତି ନାହିଁ,
35 ယသျ ကသျစိဒ် ဒေၑသျ ယော လောကာသ္တသ္မာဒ္ဘီတွာ သတ္ကရ္မ္မ ကရောတိ သ တသျ ဂြာဟျော ဘဝတိ, ဧတသျ နိၑ္စယမ် ဥပလဗ္ဓဝါနဟမ်၊
କିନ୍ତୁ ପ୍ରତ୍ୟେକ ଜାତିରେ ଯେ କେହି ତାହାଙ୍କୁ ଭୟ କରି ଧର୍ମାଚରଣ କରେ, ସେ ଯେ ତାହାଙ୍କ ନିକଟରେ ଗ୍ରାହ୍ୟ ହୁଏ, ଏହା ମୁଁ ସତ୍ୟ ବୁଝୁଅଛି।
36 သရွွေၐာံ ပြဘု ရျော ယီၑုခြီၐ္ဋသ္တေန ဤၑွရ ဣသြာယေလွံၑာနာံ နိကဋေ သုသံဝါဒံ ပြေၐျ သမ္မေလနသျ ယံ သံဝါဒံ ပြာစာရယတ် တံ သံဝါဒံ ယူယံ ၑြုတဝန္တး၊
ସେ ତ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଶାନ୍ତିର ସୁସମାଚାର ପ୍ରଚାର କରାଇ ଇସ୍ରାଏଲ ସନ୍ତାନମାନଙ୍କ ନିକଟକୁ ଏହି ବାକ୍ୟ ପ୍ରେରଣ କଲେ; ସେହି ଯୀଶୁ ଖ୍ରୀଷ୍ଟ ସମସ୍ତଙ୍କର ପ୍ରଭୁ।
37 ယတော ယောဟနာ မဇ္ဇနေ ပြစာရိတေ သတိ သ ဂါလီလဒေၑမာရဘျ သမသ္တယိဟူဒီယဒေၑံ ဝျာပ္နောတ်;
ଆପଣମାନେ ଜାଣନ୍ତି ଯେ ବାପ୍ତିଜକ ଯୋହନଙ୍କ ଦ୍ୱାରା ପ୍ରଚାରିତ ବାପ୍ତିସ୍ମ ସମୟ ପରେ ସେହି ସୁସମ୍ବାଦ ଗାଲିଲୀରୁ ଆରମ୍ଭ କରି ସମଗ୍ର ଯିହୂଦିୟା ପ୍ରଦେଶରେ ପ୍ରଚାରିତ ହୋଇଅଛି,
38 ဖလတ ဤၑွရေဏ ပဝိတြေဏာတ္မနာ ၑက္တျာ စာဘိၐိက္တော နာသရတီယယီၑုး သ္ထာနေ သ္ထာနေ ဘြမန် သုကြိယာံ ကုရွွန် ၑဲတာနာ က္လိၐ္ဋာန် သရွွလောကာန် သွသ္ထာန် အကရောတ်, ယတ ဤၑွရသ္တသျ သဟာယ အာသီတ်;
ଅର୍ଥାତ୍‍ ନାଜରିତୀୟ ଯୀଶୁଙ୍କ କଥା, କିପରି ଈଶ୍ବର ତାହାଙ୍କୁ ପବିତ୍ର ଆତ୍ମା ଓ ଶକ୍ତିରେ ଅଭିଷିକ୍ତ କଲେ, ଆଉ ସେ ମଙ୍ଗଳ ସାଧନ କରୁ କରୁ ଓ ଶୟତାନ କର୍ତ୍ତୃକ ପ୍ରପୀଡ଼ିତ ସମସ୍ତ ଲୋକଙ୍କୁ ସୁସ୍ଥ କରୁ କରୁ ସର୍ବତ୍ର ଭ୍ରମଣ କଲେ, କାରଣ ଈଶ୍ବର ତାହାଙ୍କ ସହବର୍ତ୍ତୀ ଥିଲେ।
39 ဝယဉ္စ ယိဟူဒီယဒေၑေ ယိရူၑာလမ္နဂရေ စ တေန ကၖတာနာံ သရွွေၐာံ ကရ္မ္မဏာံ သာက္ၐိဏော ဘဝါမး၊ လောကာသ္တံ ကြုၑေ ဝိဒ္ဓွာ ဟတဝန္တး,
ପୁଣି, ସେ ଯିହୁଦୀମାନଙ୍କ ଦେଶ ଓ ଯିରୂଶାଲମ ସହରରେ ଯାହା ଯାହା ସାଧନ କଲେ, ଆମ୍ଭେମାନେ ସେହି ସମସ୍ତର ସାକ୍ଷୀ; ତାହାଙ୍କୁ ସେମାନେ କ୍ରୁଶରେ ଟଙ୍ଗାଇ ବଧ କଲେ।
40 ကိန္တု တၖတီယဒိဝသေ ဤၑွရသ္တမုတ္ထာပျ သပြကာၑမ် အဒရ္ၑယတ်၊
ତାହାଙ୍କୁ ଈଶ୍ବର ତୃତୀୟ ଦିବସରେ ଉଠାଇ ପ୍ରତ୍ୟକ୍ଷ ହେବାକୁ ଦେଲେ;
41 သရွွလောကာနာံ နိကဋ ဣတိ န ဟိ, ကိန္တု တသ္မိန် ၑ္မၑာနာဒုတ္ထိတေ သတိ တေန သာရ္ဒ္ဓံ ဘောဇနံ ပါနဉ္စ ကၖတဝန္တ ဧတာဒၖၑာ ဤၑွရသျ မနောနီတား သာက္ၐိဏော ယေ ဝယမ် အသ္မာကံ နိကဋေ တမဒရ္ၑယတ်၊
ସମସ୍ତ ଲୋକଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ ନାହିଁ, ମାତ୍ର ଈଶ୍ବରଙ୍କ ଦ୍ୱାରା ପୂର୍ବନିରୂପିତ ସାକ୍ଷୀ ଯେ ଆମ୍ଭେମାନେ, ଆମ୍ଭମାନଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ। ସେ ମୃତମାନଙ୍କ ମଧ୍ୟରୁ ଉଠିଲା ପରେ ଆମ୍ଭେମାନେ ତାହାଙ୍କ ସହିତ ଭୋଜନପାନ କଲୁ,
42 ဇီဝိတမၖတောဘယလောကာနာံ ဝိစာရံ ကရ္တ္တုမ် ဤၑွရော ယံ နိယုက္တဝါန် သ ဧဝ သ ဇနး, ဣမာံ ကထာံ ပြစာရယိတုံ တသ္မိန် ပြမာဏံ ဒါတုဉ္စ သော'သ္မာန် အာဇ္ဉာပယတ်၊
ଆଉ ଲୋକମାନଙ୍କ ନିକଟରେ ପ୍ରଚାର କରିବାକୁ, ପୁଣି, ମୃତ ଓ ଜୀବିତମାନଙ୍କର ବିଚାରକର୍ତ୍ତା ହେବା ନିମନ୍ତେ ଈଶ୍ବର ତାହାଙ୍କୁ ନିଯୁକ୍ତ କରିଅଛନ୍ତି ବୋଲି ସାକ୍ଷ୍ୟ ଦେବାକୁ ସେ ଆମ୍ଭମାନଙ୍କୁ ଆଜ୍ଞା ଦେଲେ।
43 ယသ္တသ္မိန် ဝိၑွသိတိ သ တသျ နာမ္နာ ပါပါန္မုက္တော ဘဝိၐျတိ တသ္မိန် သရွွေ ဘဝိၐျဒွါဒိနောပိ ဧတာဒၖၑံ သာက္ၐျံ ဒဒတိ၊
ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଯେ ତାହାଙ୍କ ନାମରେ ପାପ କ୍ଷମା ପାଇବ, ଏହା ସମସ୍ତ ଭାବବାଦୀ ତାହାଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି।
44 ပိတရသျဲတတ္ကထာကထနကာလေ သရွွေၐာံ ၑြောတၖဏာမုပရိ ပဝိတြ အာတ္မာဝါရောဟတ်၊
ପିତର ଏହିସବୁ କଥା କହୁଥିବା ସମୟରେ ଯେତେ ଲୋକ ବାକ୍ୟ ଶୁଣୁଥିଲେ, ସେହି ସମସ୍ତଙ୍କ ଉପରେ ପବିତ୍ର ଆତ୍ମା ଅବତରଣ କଲେ।
45 တတး ပိတရေဏ သာရ္ဒ္ဓမ် အာဂတာသ္တွက္ဆေဒိနော ဝိၑွာသိနော လောကာ အနျဒေၑီယေဘျး ပဝိတြ အာတ္မနိ ဒတ္တေ သတိ
ସେଥିରେ ପିତରଙ୍କ ସହିତ ଆଗତ ସୁନ୍ନତ ବିଶ୍ୱାସୀମାନେ ସମସ୍ତେ ଅଣଯିହୁଦୀମାନଙ୍କ ଉପରେ ସୁଦ୍ଧା ପବିତ୍ର ଆତ୍ମାଙ୍କ ଦାନ ବୃଷ୍ଟି କରାଯିବା ଦେଖି ଆଚମ୍ଭିତ ହେଲେ;
46 တေ နာနာဇာတီယဘာၐာဘိး ကထာံ ကထယန္တ ဤၑွရံ ပြၑံသန္တိ, ဣတိ ဒၖၐ္ဋွာ ၑြုတွာ စ ဝိသ္မယမ် အာပဒျန္တ၊
କାରଣ ସେମାନେ ସେମାନଙ୍କୁ ବିଭିନ୍ନ ଭାଷାରେ କଥା କହୁଥିବା ଓ ଈଶ୍ବରଙ୍କ ପ୍ରଶଂସା କରୁଥିବା ଶୁଣୁଥିଲେ।
47 တဒါ ပိတရး ကထိတဝါန်, ဝယမိဝ ယေ ပဝိတြမ် အာတ္မာနံ ပြာပ္တာသ္တေၐာံ ဇလမဇ္ဇနံ ကိံ ကောပိ နိၐေဒ္ဓုံ ၑက္နောတိ?
ସେତେବେଳେ ପିତର ଉତ୍ତର ଦେଲେ, ଏହି ଯେଉଁ ଲୋକମାନେ ଆମ୍ଭମାନଙ୍କ ପରି ପବିତ୍ର ଆତ୍ମା ପ୍ରାପ୍ତ କରିଅଛନ୍ତି, ଏମାନେ ଯେପରି ବାପ୍ତିଜିତ ନ ହୁଅନ୍ତି, ସେଥିନିମନ୍ତେ କଅଣ କେହି ଜଳକୁ ନିଷେଧ କରିପାରିବ?
48 တတး ပြဘော ရ္နာမ္နာ မဇ္ဇိတာ ဘဝတေတိ တာနာဇ္ဉာပယတ်၊ အနန္တရံ တေ သွဲး သာရ္ဒ္ဓံ ကတိပယဒိနာနိ သ္ထာတုံ ပြာရ္ထယန္တ၊
ପୁଣି, ସେ ସେମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ନେବା ନିମନ୍ତେ ଆଦେଶ ଦେଲେ। ପରେ ସେମାନେ କିଛି ଦିନ ରହିବା ପାଇଁ ତାହାଙ୍କୁ ଅନୁରୋଧ କଲେ।

< ပြေရိတား 10 >