< ১ পিতরঃ 3 >

1 হে যোষিতঃ, যূযমপি নিজস্ৱামিনাং ৱশ্যা ভৱত তথা সতি যদি কেচিদ্ ৱাক্যে ৱিশ্ৱাসিনো ন সন্তি তর্হি
ସେହିପରି, ହେ ଭାର୍ଯ୍ୟାମାନେ, ତୁମ୍ଭେମାନେ ଆପଣା ଆପଣା ସ୍ୱାମୀଙ୍କର ବଶୀଭୂତା ହୁଅ,
2 তে ৱিনাৱাক্যং যোষিতাম্ আচারেণার্থতস্তেষাং প্রত্যক্ষেণ যুষ্মাকং সভযসতীৎৱাচারেণাক্রষ্টুং শক্ষ্যন্তে|
ଯେପରି ସେମାନଙ୍କ ମଧ୍ୟରୁ କେହି କେହି ବାକ୍ୟର ଅନାଜ୍ଞାବହ ହେଲେ ସୁଦ୍ଧା ତୁମ୍ଭମାନଙ୍କର ସଭୟ ସଦାଚରଣ ଦେଖି ବାକ୍ୟ ବିନୁ ଆପଣା ଆପଣା ଭାର୍ଯ୍ୟାର ଆଚରଣ ଦ୍ୱାରା ପରିବର୍ତ୍ତିତ ହେବେ।
3 অপরং কেশরচনযা স্ৱর্ণালঙ্কারধারণোন পরিচ্ছদপরিধানেন ৱা যুষ্মাকং ৱাহ্যভূষা ন ভৱতু,
ପୁଣି, କେଶବେଶ, ସୁବର୍ଣ୍ଣ ଆଭରଣ ଓ ସୁନ୍ଦର ବସ୍ତ୍ର ପରିଧାନ, ଏପରି ଯେଉଁ ବାହ୍ୟ ଭୂଷଣ, ତାହା ତୁମ୍ଭମାନଙ୍କର ଭୂଷଣ ନ ହୋଇ,
4 কিন্ত্ৱীশ্ৱরস্য সাক্ষাদ্ বহুমূল্যক্ষমাশান্তিভাৱাক্ষযরত্নেন যুক্তো গুপ্ত আন্তরিকমানৱ এৱ|
ହୃଦୟର ଯେଉଁ କୋମଳ ଓ ଶାନ୍ତିଯୁକ୍ତ ଗୁପ୍ତ ସ୍ୱଭାବ ଈଶ୍ବରଙ୍କ ଦୃଷ୍ଟିରେ ବହୁମୂଲ୍ୟ, ତାହା ହିଁ ତୁମ୍ଭମାନଙ୍କର ଅକ୍ଷୟ ଭୂଷଣ ହେଉ।
5 যতঃ পূর্ৱ্ৱকালে যাঃ পৱিত্রস্ত্রিয ঈশ্ৱরে প্রত্যাশামকুর্ৱ্ৱন্ তা অপি তাদৃশীমেৱ ভূষাং ধারযন্ত্যো নিজস্ৱামিনাং ৱশ্যা অভৱন্|
କାରଣ ପୂର୍ବକାଳରେ ସାଧ୍ୱୀ ସ୍ତ୍ରୀମାନେ ମଧ୍ୟ ଈଶ୍ବରଙ୍କଠାରେ ଭରସା ରଖି ଆପଣା ଆପଣା ସ୍ୱାମୀଙ୍କର ବଶୀଭୂତା ହୋଇ ଏହି ପ୍ରକାରେ ଆପଣା ଆପଣାକୁ ଭୂଷିତା କରୁଥିଲେ।
6 তথৈৱ সারা ইব্রাহীমো ৱশ্যা সতী তং পতিমাখ্যাতৱতী যূযঞ্চ যদি সদাচারিণ্যো ভৱথ ৱ্যাকুলতযা চ ভীতা ন ভৱথ তর্হি তস্যাঃ কন্যা আধ্ৱে|
ସେହିପରି ସାରା ଅବ୍ରହାମଙ୍କୁ ପ୍ରଭୁ ବୋଲି କହି ତାହାଙ୍କର ଆଜ୍ଞାବହ ହେଲେ; ତୁମ୍ଭେମାନେ ଯଦି କୌଣସି ବିଷୟରେ ଭୀତ ନ ହୋଇ ସଦାଚରଣ କର, ତେବେ ତୁମ୍ଭେମାନେ ହିଁ ତାହାଙ୍କର ସନ୍ତାନ।
7 হে পুরুষাঃ, যূযং জ্ঞানতো দুর্ব্বলতরভাজনৈরিৱ যোষিদ্ভিঃ সহৱাসং কুরুত, একস্য জীৱনৱরস্য সহভাগিনীভ্যতাভ্যঃ সমাদরং ৱিতরত চ ন চেদ্ যুষ্মাকং প্রার্থনানাং বাধা জনিষ্যতে|
ସେହି ପ୍ରକାରେ, ହେ ସ୍ୱାମୀମାନେ, ତୁମ୍ଭମାନଙ୍କ ପ୍ରାର୍ଥନାରେ ଯେପରି ବାଧା ନ ଜନ୍ମେ, ଏଥିନିମନ୍ତେ ସ୍ତ୍ରୀମାନଙ୍କୁ ଅପେକ୍ଷାକୃତ ଦୁର୍ବଳା-ପାତ୍ରୀ ଓ ଆପଣାମାନଙ୍କ ସହିତ ଜୀବନରୂପ ଅନୁଗ୍ରହଦାନର ସହାଧିକାରିଣୀ ଜାଣି ସେମାନଙ୍କୁ ସମାଦର କର, ପୁଣି, ଜ୍ଞାନରେ ସେମାନଙ୍କର ସହିତ ବାସ କର।
8 ৱিশেষতো যূযং সর্ৱ্ৱ একমনসঃ পরদুঃখৈ র্দুঃখিতা ভ্রাতৃপ্রমিণঃ কৃপাৱন্তঃ প্রীতিভাৱাশ্চ ভৱত|
ଶେଷ କଥା ଏହି, ତୁମ୍ଭେମାନେ ସମସ୍ତେ ଏକମନା, ପରସ୍ପରର ସୁଖଦୁଃଖର ସହଭାଗୀ, ଭ୍ରାତୃପ୍ରେମରେ ପ୍ରେମୀ, କୋମଳ ହୃଦୟ ଓ ନମ୍ରଚିତ୍ତ ହୁଅ;
9 অনিষ্টস্য পরিশোধেনানিষ্টং নিন্দাযা ৱা পরিশোধেন নিন্দাং ন কুর্ৱ্ৱন্ত আশিষং দত্ত যতো যূযম্ আশিরধিকারিণো ভৱিতুমাহূতা ইতি জানীথ|
ଅନିଷ୍ଟ ପରିବର୍ତ୍ତେ ଅନିଷ୍ଟ କିଅବା ନିନ୍ଦାର ପରିବର୍ତ୍ତେ ନିନ୍ଦା ନ କରି ଅନ୍ୟ ପକ୍ଷରେ ବରଂ ଆଶୀର୍ବାଦ କର, କାରଣ ତୁମ୍ଭେମାନେ ଯେପରି ଆଶୀର୍ବାଦର ଅଧିକାରୀ ହୁଅ, ଏଥିପାଇଁ ଆହୂତ ହୋଇଅଛ।
10 ১০ অপরঞ্চ, জীৱনে প্রীযমাণো যঃ সুদিনানি দিদৃক্ষতে| পাপাৎ জিহ্ৱাং মৃষাৱাক্যাৎ স্ৱাধরৌ স নিৱর্ত্তযেৎ|
ଯେଣୁ, “ଯେ ଜୀବନରେ ସୁଖଭୋଗ କରିବାକୁ ପୁଣି, ମଙ୍ଗଳର ଦିନ ଦେଖିବାକୁ ଇଚ୍ଛା କରେ, ସେ ମନ୍ଦ ବାକ୍ୟରୁ ଆପଣା ଜିହ୍ୱାକୁ, ଆଉ ପ୍ରବଞ୍ଚନା ବାକ୍ୟରୁ ଆପଣା ଓଷ୍ଠାଧରକୁ ବନ୍ଦ କରୁ;
11 ১১ স ত্যজেদ্ দুষ্টতামার্গং সৎক্রিযাঞ্চ সমাচরেৎ| মৃগযাণশ্চ শান্তিং স নিত্যমেৱানুধাৱতু|
ସେ ମନ୍ଦରୁ ବିମୁଖ ହୋଇ ସତ୍କର୍ମ କରୁ; ସେ ଶାନ୍ତି ଅନ୍ୱେଷଣ କରି ସେଥିର ଅନୁଗାମୀ ହେଉ।
12 ১২ লোচনে পরমেশস্যোন্মীলিতে ধার্ম্মিকান্ প্রতি| প্রার্থনাযাঃ কৃতে তেষাঃ তচ্ছ্রোত্রে সুগমে সদা| ক্রোধাস্যঞ্চ পরেশস্য কদাচারিষু ৱর্ত্ততে|
କାରଣ ଧାର୍ମିକମାନଙ୍କ ପ୍ରତି ପ୍ରଭୁଙ୍କ ଦୃଷ୍ଟି ଅଛି, ସେମାନଙ୍କ ବିନତି ପ୍ରତି ତାହାଙ୍କ କର୍ଣ୍ଣ ଉନ୍ମୁକ୍ତ ଅଟେ, କିନ୍ତୁ ପ୍ରଭୁଙ୍କର ମୁଖ ଦୁଷ୍କର୍ମକାରୀମାନଙ୍କ ପ୍ରତିକୂଳ।”
13 ১৩ অপরং যদি যূযম্ উত্তমস্যানুগামিনো ভৱথ তর্হি কো যুষ্মান্ হিংসিষ্যতে?
ଆଉ ତୁମ୍ଭେମାନେ ଯଦି ଉତ୍ତମ ବିଷୟରେ ଉଦ୍‌ଯୋଗୀ ହୁଅ, ତେବେ କିଏ ତୁମ୍ଭମାନଙ୍କର ଅନିଷ୍ଟ କରିବ?
14 ১৪ যদি চ ধর্ম্মার্থং ক্লিশ্যধ্ৱং তর্হি ধন্যা ভৱিষ্যথ| তেষাম্ আশঙ্কযা যূযং ন বিভীত ন ৱিঙ্ক্ত ৱা|
ପୁଣି, ଯଦିବା ଧାର୍ମିକତା ସକାଶେ ତୁମ୍ଭମାନଙ୍କୁ ଦୁଃଖଭୋଗ କରିବାକୁ ପଡ଼େ, ତାହାହେଲେ ତୁମ୍ଭେମାନେ ଧନ୍ୟ। ସେମାନେ ଭୟ ଦେଖାଇଲେ ଭୀତ କିଅବା ଉଦ୍‍ବିଗ୍ନ ହୁଅ ନାହିଁ;
15 ১৫ মনোভিঃ কিন্তু মন্যধ্ৱং পৱিত্রং প্রভুমীশ্ৱরং| অপরঞ্চ যুষ্মাকম্ আন্তরিকপ্রত্যাশাযাস্তত্ত্ৱং যঃ কশ্চিৎ পৃচ্ছতি তস্মৈ শান্তিভীতিভ্যাম্ উত্তরং দাতুং সদা সুসজ্জা ভৱত|
କିନ୍ତୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆପଣା ଆପଣା ହୃଦୟରେ ପବିତ୍ର ରୂପେ ମାନ୍ୟ କର। ତୁମ୍ଭମାନଙ୍କଠାରେ ଥିବା ଭରସାର କାରଣ ସମ୍ବନ୍ଧରେ ଯେ କେହି ପ୍ରଶ୍ନ କରେ, ତାହାକୁ ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ରୁହ, କିନ୍ତୁ ନମ୍ର ଭାବରେ ଓ ସଭୟରେ ଉତ୍ତମ ବିବେକ ସହ ଉତ୍ତର ଦିଅ,
16 ১৬ যে চ খ্রীষ্টধর্ম্মে যুষ্মাকং সদাচারং দূষযন্তি তে দুষ্কর্ম্মকারিণামিৱ যুষ্মাকম্ অপৱাদেন যৎ লজ্জিতা ভৱেযুস্তদর্থং যুষ্মাকম্ উত্তমঃ সংৱেদো ভৱতু|
ଯେପରି ତୁମ୍ଭମାନଙ୍କ ନିନ୍ଦକମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କର ଖ୍ରୀଷ୍ଟୀୟ ଆଚରଣର ଦୋଷାରୋପ କରନ୍ତି, ସେଥିରେ ସେମାନେ ଲଜ୍ଜିତ ହେବେ।
17 ১৭ ঈশ্ৱরস্যাভিমতাদ্ যদি যুষ্মাভিঃ ক্লেশঃ সোঢৱ্যস্তর্হি সদাচারিভিঃ ক্লেশসহনং ৱরং ন চ কদাচারিভিঃ|
କାରଣ ଦୁଷ୍କର୍ମ ସକାଶେ ଦୁଃଖଭୋଗ କରିବାଠାରୁ ବରଂ ଯଦି ଈଶ୍ବରଙ୍କର ଇଚ୍ଛା ହୁଏ, ତାହାହେଲେ ସତ୍କର୍ମ ସକାଶେ ଦୁଃଖଭୋଗ କରିବା ଭଲ।
18 ১৮ যস্মাদ্ ঈশ্ৱরস্য সন্নিধিম্ অস্মান্ আনেতুম্ অধার্ম্মিকাণাং ৱিনিমযেন ধার্ম্মিকঃ খ্রীষ্টো ঽপ্যেককৃৎৱঃ পাপানাং দণ্ডং ভুক্তৱান্, স চ শরীরসম্বন্ধে মারিতঃ কিন্ত্ৱাত্মনঃ সম্বন্ধে পুন র্জীৱিতো ঽভৱৎ|
ଯେଣୁ ଆମ୍ଭମାନଙ୍କୁ ଈଶ୍ବରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ। ସେ ଶରୀରରେ ମୃତ୍ୟୁଭୋଗ କଲେ ସତ, କିନ୍ତୁ ଆତ୍ମାରେ ଜୀବିତ ହେଲେ;
19 ১৯ তৎসম্বন্ধে চ স যাত্রাং ৱিধায কারাবদ্ধানাম্ আত্মনাং সমীপে ৱাক্যং ঘোষিতৱান্|
ସେଥିରେ ମଧ୍ୟ ସେ ବନ୍ଦୀ ଆତ୍ମାମାନଙ୍କ ନିକଟକୁ ଯାଇ ପ୍ରଚାର କଲେ;
20 ২০ পুরা নোহস্য সমযে যাৱৎ পোতো নিরমীযত তাৱদ্ ঈশ্ৱরস্য দীর্ঘসহিষ্ণুতা যদা ৱ্যলম্বত তদা তেঽনাজ্ঞাগ্রাহিণোঽভৱন্| তেন পোতোনাল্পেঽর্থাদ্ অষ্টাৱেৱ প্রাণিনস্তোযম্ উত্তীর্ণাঃ|
ପୂର୍ବକାଳରେ ନୋହଙ୍କ ସମୟରେ ଜାହାଜ ନିର୍ମିତ ହେଉଥିବା ବେଳେ, ଯେତେବେଳେ ଈଶ୍ବର ଦୀର୍ଘସହିଷ୍ଣୁ ହୋଇ ଅପେକ୍ଷା କରୁଥିଲେ, ସେହି ସମୟରେ ସେମାନେ ଅବାଧ୍ୟ ହୋଇଥିଲେ। ସେହି ଜାହାଜରେ ପ୍ରବେଶ କରି ଅଳ୍ପ ଲୋକ, ଅର୍ଥାତ୍‍ ଆଠ ପ୍ରାଣୀ, ଜଳ ମଧ୍ୟ ଦେଇ ରକ୍ଷା ପାଇଲେ;
21 ২১ তন্নিদর্শনঞ্চাৱগাহনং (অর্থতঃ শারীরিকমলিনতাযা যস্ত্যাগঃ স নহি কিন্ত্ৱীশ্ৱরাযোত্তমসংৱেদস্য যা প্রতজ্ঞা সৈৱ) যীশুখ্রীষ্টস্য পুনরুত্থানেনেদানীম্ অস্মান্ উত্তারযতি,
ସେଥିର ପ୍ରତିରୂପ ବାପ୍ତିସ୍ମ ଅର୍ଥାତ୍‍ ଶରୀରର ମଳିନତା ଦୂରୀକରଣ ନୁହେଁ, କିନ୍ତୁ ଈଶ୍ବରଙ୍କ ନିକଟରେ ଶୁଚି ବିବେକ ପାଇବା ନିମନ୍ତେ ପ୍ରାର୍ଥନା, ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଏବେ ତୁମ୍ଭମାନଙ୍କୁ ପରିତ୍ରାଣ କରୁଅଛି;
22 ২২ যতঃ স স্ৱর্গং গৎৱেশ্ৱরস্য দক্ষিণে ৱিদ্যতে স্ৱর্গীযদূতাঃ শাসকা বলানি চ তস্য ৱশীভূতা অভৱন্|
ସେହି ଯୀଶୁ ଖ୍ରୀଷ୍ଟ ସ୍ୱର୍ଗାରୋହଣ କରି ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଅଛନ୍ତି, ଆଉ ଦୂତମାନେ, କ୍ଷମତାବାନ ଓ ଶକ୍ତିଶାଳୀମାନେ ତାହାଙ୍କ ବଶୀଭୂତ ହୋଇଅଛନ୍ତି।

< ১ পিতরঃ 3 >

A Dove is Sent Forth from the Ark
A Dove is Sent Forth from the Ark