< Иеремия 39 >
1 В девятый год Седекии, царя Иудейского, в десятый месяц, пришел Навуходоносор, царь Вавилонский, со всем войском своим к Иерусалиму, и обложили его.
ଏଥିଉତ୍ତାରେ ଯିହୁଦାର ରାଜା ସିଦିକୀୟଙ୍କ ରାଜତ୍ଵର ନବମ ବର୍ଷର ଦଶମ ମାସରେ ବାବିଲର ରାଜା ନବୂଖଦ୍ନିତ୍ସର ଓ ତାହାର ସମସ୍ତ ସୈନ୍ୟ ଯିରୂଶାଲମର ବିରୁଦ୍ଧରେ ଆସି ତାହା ଅବରୋଧ କଲେ;
2 А в одиннадцатый год Седекии, в четвертый месяц, в девятый день месяца город был взят.
ସିଦିକୀୟଙ୍କ ରାଜତ୍ଵର ଏକାଦଶ ବର୍ଷର ଚତୁର୍ଥ ମାସର ନବମ ଦିନରେ ନଗରର ଏକ ସ୍ଥାନ ଭଗ୍ନ ହେଲା। ଏହିରୂପେ ଯିରୂଶାଲମ ହସ୍ତଗତ ହୁଅନ୍ତେ,
3 И вошли в него все князья царя Вавилонского, и расположились в средних воротах, Нергал-Шарецер, Самгар-Нево, Сарсехим, начальник евнухов, Нергал-Шарецер, начальник магов, и все остальные князья царя Вавилонского.
ବାବିଲ ରାଜାର ଅଧିପତିସକଳ, ଅର୍ଥାତ୍, ନେର୍ଗଲ ଶରେତ୍ସର, ସମ୍ଗର-ନବୋ, ଶର୍ସଖୀମ୍, ରବ୍ସାରୀସ୍, ନେର୍ଗଲ ଶରେତ୍ସର, ରବମାଗ୍ ପ୍ରଭୃତି ବାବିଲ ରାଜାର ଅବଶିଷ୍ଟ ଅଧିପତି ସମସ୍ତେ ଭିତରେ ଆସି ମଧ୍ୟମ ଦ୍ୱାରରେ ବସିଲେ।
4 Когда Седекия, царь Иудейский, и все военные люди увидели их, - побежали, и ночью вышли из города через царский сад в ворота между двумя стенами и пошли по дороге равнины.
ତହିଁରେ ଯିହୁଦାର ରାଜା ସିଦିକୀୟ ଓ ଯୋଦ୍ଧା ସମସ୍ତେ ସେମାନଙ୍କୁ ଦେଖି ପଳାଇଗଲେ, ସେମାନେ ରାତ୍ରିକାଳରେ ରାଜାର ଉଦ୍ୟାନ ନିକଟସ୍ଥ ପଥ ଦେଇ ଦୁଇ ପ୍ରାଚୀରର ମଧ୍ୟସ୍ଥିତ ଦ୍ୱାରରେ ନଗରରୁ ବାହାରିଗଲେ; ପୁଣି, ସେ ଆରବା ପଥରେ ଚାଲିଗଲା।
5 Но войско Халдейское погналось за ними; и настигли Седекию на равнинах Иерихонских; и взяли его и отвели к Навуходоносору, царю Вавилонскому, в Ривлу, в землю Емаф, где он произнес суд над ним.
ମାତ୍ର କଲ୍ଦୀୟମାନଙ୍କ ସୈନ୍ୟ ସେମାନଙ୍କ ପଛେ ଗୋଡ଼ାଇ ଯିରୀହୋ ପଦାରେ ସିଦିକୀୟ ନିକଟରେ ପହଞ୍ଚିଲେ ଓ ତାହାକୁ ଧରି ହମାତ୍ ଦେଶସ୍ଥ ରିବ୍ଲାରେ ବାବିଲର ରାଜା ନବୂଖଦ୍ନିତ୍ସର ନିକଟକୁ ଆଣିଲେ, ତହିଁରେ ସେ ତାହାର ଦଣ୍ଡାଜ୍ଞା ଦେଲା।
6 И заколол царь Вавилонский сыновей Седекии в Ривле перед его глазами, и всех вельмож Иудейских заколол царь Вавилонский;
ପୁଣି, ବାବିଲର ରାଜା ରିବ୍ଲାରେ ସିଦିକୀୟର ଦୃଷ୍ଟିଗୋଚରରେ ତାହାର ପୁତ୍ରମାନଙ୍କୁ ବଧ କଲା; ମଧ୍ୟ ବାବିଲର ରାଜା ଯିହୁଦାର ଅଧିପତି ସମସ୍ତଙ୍କୁ ବଧ କଲା।
7 а Седекии выколол глаза и заковал его в оковы, чтобы отвести его в Вавилон.
ଆହୁରି, ସେ ସିଦିକୀୟର ଚକ୍ଷୁ ଉପାଡ଼ି ତାହାକୁ ବାବିଲକୁ ନେଇଯିବା ନିମନ୍ତେ ଶୃଙ୍ଖଳରେ ବଦ୍ଧ କଲା।
8 Дом царя и домы народа сожгли Халдеи огнем, и стены Иерусалима разрушили.
ପୁଣି, କଲ୍ଦୀୟମାନେ ରାଜାର ଗୃହ ଓ ଲୋକମାନଙ୍କର ଗୃହସବୁ ଅଗ୍ନିରେ ଦଗ୍ଧ କଲେ, ଆଉ ଯିରୂଶାଲମର ପ୍ରାଚୀରସବୁ ଭାଙ୍ଗି ପକାଇଲେ।
9 А остаток народа, остававшийся в городе, и перебежчиков, которые перешли к нему, и прочий оставшийся народ Навузардан, начальник телохранителей, переселил в Вавилон.
ପୁଣି, ପ୍ରହରୀବର୍ଗର ସେନାପତି ନବୂଷରଦନ୍, ନଗରରେ ଥିବା ଅବଶିଷ୍ଟ ଲୋକମାନଙ୍କୁ, ମଧ୍ୟ ତାହାର ପକ୍ଷ ହୋଇଥିବା ପଳାତକମାନଙ୍କୁ ବନ୍ଦୀ କରି ବାବିଲକୁ ନେଇଗଲା।
10 Бедных же из народа, которые ничего не имели, Навузардан, начальник телохранителей, оставил в Иудейской земле и дал им тогда же виноградники и поля.
ମାତ୍ର ପ୍ରହରୀବର୍ଗର ସେନାପତି ନବୂଷରଦନ୍, କେତେଗୁଡ଼ିଏ ଦୀନ ଦରିଦ୍ର ଲୋକଙ୍କୁ ଯିହୁଦା ଦେଶରେ ଛାଡ଼ିକରି ଗଲା, ଆଉ ସେହି ସମୟରେ ସେମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଓ ଭୂମି ଦେଲା।
11 А о Иеремии Навуходоносор, царь Вавилонский, дал такое повеление Навузардану, начальнику телохранителей:
ପୁଣି, ବାବିଲର ରାଜା ନବୂଖଦ୍ନିତ୍ସର ଯିରିମୀୟଙ୍କ ବିଷୟରେ ପ୍ରହରୀବର୍ଗର ସେନାପତି ନବୂଷରଦନ୍କୁ ଏହି ଆଜ୍ଞା କଲା,
12 возьми его и имей его во внимании, и не делай ему ничего худого, но поступай с ним так, как он скажет тебе.
“ତୁମ୍ଭେ ତାଙ୍କୁ ନେଇ ଭଲ ରୂପେ ତାଙ୍କର ତତ୍ତ୍ୱାବଧାନ କର ଓ ତାଙ୍କର କୌଣସି କ୍ଷତି କର ନାହିଁ; ପୁଣି, ସେ ଯେପରି ତୁମ୍ଭକୁ କହନ୍ତି, ସେପରି ତାଙ୍କ ପ୍ରତି କର।”
13 И послал Навузардан, начальник телохранителей, и Навузазван, начальник евнухов, и Нергал-Шарецер, начальник магов, и все князья царя Вавилонского
ତହିଁରେ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ଓ ନବୂଶସ୍ବନ୍, ରବ୍ସାରୀସ୍ ଓ ନେର୍ଗଲ ଶରେତ୍ସର, ରବମାଗ୍ ଓ ବାବିଲ ରାଜାର ସମସ୍ତ ପ୍ରଧାନବର୍ଗ ଲୋକ ପଠାଇଲେ।
14 послали и взяли Иеремию со двора стражи, и поручили его Годолии, сыну Ахикама, сына Сафанова, отвести его домой. И он остался жить среди народа.
ସେମାନେ ଲୋକ ପଠାଇ ପ୍ରହରୀ ପ୍ରାଙ୍ଗଣରୁ ଯିରିମୀୟଙ୍କୁ ଆଣିଲେ, ପୁଣି ଗୃହକୁ ନେଇଯିବା ନିମନ୍ତେ ତାଙ୍କୁ ଶାଫନ୍ର ପୌତ୍ର ଅହୀକାମ୍ର ପୁତ୍ର ଗଦଲୀୟଙ୍କ ହସ୍ତରେ ସମର୍ପଣ କଲେ; ତହିଁରେ ଯିରିମୀୟ ଲୋକମାନଙ୍କ ମଧ୍ୟରେ ବାସ କଲେ।
15 К Иеремии, когда он еще содержался во дворе темничном, было слово Господне:
ଯିରିମୀୟ ପ୍ରହରୀ ପ୍ରାଙ୍ଗଣରେ ବନ୍ଦ ଥିବା ସମୟରେ, ତାହାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
16 иди, скажи Авдемелеху Ефиоплянину: так говорит Господь Саваоф, Бог Израилев: вот, Я исполню слова Мои о городе сем во зло, а не в добро ему, и они сбудутся в тот день перед глазами твоими;
“ତୁମ୍ଭେ ଯାଇ କୂଶୀୟ ଏବଦ୍-ମେଲକକୁ କୁହ, ‘ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ଦେଖ, ମଙ୍ଗଳର ନିମନ୍ତେ ନୁହେଁ, ମାତ୍ର ଅମଙ୍ଗଳର ନିମନ୍ତେ ଆମ୍ଭେ ଏହି ନଗର ଉପରେ ଆପଣାର ବାକ୍ୟସବୁ ସଫଳ କରିବା; ପୁଣି, ସେଦିନ ତୁମ୍ଭ ସାକ୍ଷାତରେ ସେସବୁ ସଫଳ ହେବ।
17 но тебя Я избавлю в тот день, говорит Господь, и не будешь предан в руки людей, которых ты боишься.
ମାତ୍ର ସଦାପ୍ରଭୁ କହନ୍ତି, ସେଦିନରେ ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା; ପୁଣି, ତୁମ୍ଭେ ଯେଉଁ ଲୋକମାନଙ୍କ ବିଷୟରେ ଭୟ କରୁଅଛ, ସେମାନଙ୍କ ହସ୍ତରେ ସମର୍ପିତ ହେବ ନାହିଁ।
18 Я избавлю тебя, и ты не падешь от меча, и душа твоя останется у тебя вместо добычи, потому что ты на Меня возложил упование, сказал Господь.
କାରଣ ଆମ୍ଭେ ନିଶ୍ଚୟ ତୁମ୍ଭକୁ ରକ୍ଷା କରିବା, ତୁମ୍ଭେ ଖଡ୍ଗରେ ପତିତ ହେବ ନାହିଁ, ମାତ୍ର ତୁମ୍ଭ ପ୍ରାଣ ତୁମ୍ଭ ପ୍ରତି ଲୁଟିତ ଦ୍ରବ୍ୟ ସ୍ୱରୂପ ହେବ: ଯେହେତୁ ତୁମ୍ଭେ ଆମ୍ଭଠାରେ ବିଶ୍ୱାସ କରିଅଛ, ଏହା ସଦାପ୍ରଭୁ କହନ୍ତି।’”