< Neemia 7 >
1 Și s-a întâmplat, după ce zidul a fost construit și eu am așezat ușile și portarii și cântăreții și leviții au fost rânduiți,
ପ୍ରାଚୀର ନିର୍ମିତ ହୁଅନ୍ତେ, ମୁଁ କବାଟସବୁ ଝୁଲାଇଲି, ପୁଣି ଦ୍ୱାରପାଳ ଓ ଗାୟକ ଓ ଲେବୀୟମାନେ ନିଯୁକ୍ତ ହେଲେ।
2 Că am dat fratelui meu Hanani și lui Hanania, conducătorul palatului, sarcina asupra Ierusalimului: pentru că era om credincios și se temea de Dumnezeu mai mult decât alții.
ତହୁଁ ମୁଁ ଆପଣା ଭ୍ରାତା ହନାନିକୁ ଓ ଦୁର୍ଗର ଶାସନକର୍ତ୍ତା ହନାନୀୟକୁ ଯିରୂଶାଲମ ଉପରେ ନିଯୁକ୍ତ କଲି; କାରଣ ହନାନୀୟ ବିଶ୍ୱସ୍ତ ଲୋକ ଥିଲା ଓ ସେ ଅନେକଙ୍କ ଅପେକ୍ଷା ପରମେଶ୍ୱରଙ୍କୁ ଭୟ କରୁଥିଲା।
3 Și le-am spus: Să nu fie porțile Ierusalimului deschise până soarele nu va fi arzător; și în timp ce ei stau acolo, să închidă ușile și să le zăvorască; și să rânduiască gărzi dintre locuitorii Ierusalimului, fiecare la garda lui și fiecare să fie în dreptul casei lui.
ଆଉ, ମୁଁ ସେମାନଙ୍କୁ କହିଲି, “ସୂର୍ଯ୍ୟ ପ୍ରଚଣ୍ଡ ନୋହିବା ପର୍ଯ୍ୟନ୍ତ ଯିରୂଶାଲମର ଦ୍ୱାରସବୁ ଫିଟା ନ ଯାଉ; ଲୋକମାନେ ପ୍ରହରୀକର୍ମରେ ଠିଆ ହେବା ବେଳେ ଦ୍ୱାରସବୁ ବନ୍ଦ କରନ୍ତୁ, ଆଉ ତୁମ୍ଭେମାନେ ତହିଁରେ ଅର୍ଗଳ ଦିଅ; ପୁଣି, ତୁମ୍ଭେମାନେ ଯିରୂଶାଲମ ନିବାସୀମାନଙ୍କୁ ପ୍ରହରୀ କରି ନିଯୁକ୍ତ କର, ସେମାନେ ପ୍ରତ୍ୟେକେ ଆପଣା ଆପଣା ପହରାରେ ଓ ପ୍ରତ୍ୟେକେ ଆପଣା ଆପଣା ଗୃହ ସମ୍ମୁଖରେ ରହନ୍ତୁ।”
4 Și cetatea era întinsă și mare, dar poporul era puțin în ea și casele nu erau construite.
ନଗର ପ୍ରଶସ୍ତ ଓ ବୃହତ ଥିଲା; ମାତ୍ର ତହିଁ ମଧ୍ୟରେ ଅଳ୍ପ ଲୋକ ଥିଲେ ଓ ଗୃହସବୁ ନିର୍ମିତ ହୋଇ ନ ଥିଲା।
5 Și Dumnezeul meu a pus în inima mea să adun pe nobili și pe conducători și pe popor, ca să fie socotiți prin genealogie. Și am găsit un registru al genealogiei celor care se urcaseră întâi și am găsit scris în el,
ଏଉତ୍ତାରେ ବଂଶାବଳୀ କ୍ରମେ ଗଣିତ ହେବା ପାଇଁ କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଲୋକମାନଙ୍କୁ ଏକତ୍ର କରିବାକୁ ମୋହର ପରମେଶ୍ୱର ମୋʼ ମନରେ ପ୍ରବୃତ୍ତି ଦେଲେ। ଆଉ, ଯେଉଁମାନେ ପ୍ରଥମେ ଆସିଥିଲେ, ମୁଁ ସେମାନଙ୍କର ବଂଶାବଳୀ-ପୁସ୍ତକ ପାଇଲି, ତହିଁରେ ଏହା ଲେଖା ଥିବାର ଦେଖିଲି, ଯଥା,
6 Aceștia sunt copiii provinciei, care s-au urcat din captivitate, dintre cei care fuseseră duși în captivitate, pe care Nebucadnețar, împăratul Babilonului, i-a dus, și care s-au întors la Ierusalim și în Iuda, fiecare la cetatea lui;
ଯେଉଁମାନେ ବନ୍ଦୀ ରୂପେ ନୀତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ପ୍ରଦେଶୀୟ ଏହି ସନ୍ତାନଗଣ ପ୍ରତ୍ୟେକେ ଯିରୂଶାଲମ ଓ ଯିହୁଦାସ୍ଥିତ ଆପଣା ଆପଣା ନଗରକୁ ଫେରି ଆସିଲେ, ବାବିଲର ରାଜା ନବୂଖଦ୍ନିତ୍ସର ଏମାନଙ୍କୁ ନେଇଯାଇଥିଲା;
7 Care au venit cu Zorobabel, Ieșua, Neemia, Azaria, Raamia, Nahamani, Mardoheu, Bilșan, Misperet, Bigvai, Nehum, Baana. Numărul, spun eu, al bărbaților poporului lui Israel era acesta:
ଏମାନେ ଯିରୁବ୍ବାବିଲ୍, ଯେଶୂୟ, ନିହିମୀୟା, ଅସରୀୟ, ରୟମା, ନହମାନି, ମର୍ଦ୍ଦଖୟ, ବିଲ୍ଶନ୍, ମିସ୍ପର, ବିଗ୍ବୟ, ନହୂମ, ବାନା ସଙ୍ଗେ ଫେରି ଆସିଲେ। ଇସ୍ରାଏଲ ବଂଶୀୟ ପୁରୁଷଗଣର ସଂଖ୍ୟା ଏହି, ଯଥା,
8 Copiii lui Pareoș, două mii o sută șaptezeci și doi.
ପରିୟୋଶର ସନ୍ତାନ ଦୁଇ ହଜାର ଏକ ଶହ ବାସ୍ତରି ଜଣ।
9 Copiii lui Șefatia, trei sute șaptezeci și doi.
ଶଫଟୀୟର ସନ୍ତାନ ତିନି ଶହ ବାସ୍ତରି ଜଣ।
10 Copiii lui Arah, șase sute cincizeci și doi.
ଆରହର ସନ୍ତାନ ଛଅ ଶହ ବାବନ ଜଣ।
11 Copiii lui Pahat-Moab, dintre copiii lui Ieșua și ai lui Ioab, două mii opt sute optsprezece.
ଯେଶୂୟ ଓ ଯୋୟାବର ସନ୍ତାନଗଣ ମଧ୍ୟରୁ ପହତ୍-ମୋୟାବର ସନ୍ତାନ ଦୁଇ ହଜାର ଆଠ ଶହ ଅଠର ଜଣ।
12 Copiii lui Elam, o mie două sute cincizeci și patru.
ଏଲମ୍ର ସନ୍ତାନ ଏକ ହଜାର ଦୁଇ ଶହ ଚଉବନ ଜଣ।
13 Copiii lui Zatu, opt sute patruzeci și cinci.
ସତ୍ତୂର ସନ୍ତାନ ଆଠ ଶହ ପଞ୍ଚଚାଳିଶ ଜଣ।
14 Copiii lui Zacai, șapte sute șaizeci.
ସକ୍କୟର ସନ୍ତାନ ସାତ ଶହ ଷାଠିଏ ଜଣ।
15 Copiii lui Binui, șase sute patruzeci și opt.
ବିନ୍ନୁୟିର ସନ୍ତାନ ଛଅ ଶହ ଅଠଚାଳିଶ ଜଣ।
16 Copiii lui Bebai, șase sute douăzeci și opt.
ବେବୟର ସନ୍ତାନ ଛଅ ଶହ ଅଠାଇଶ ଜଣ।
17 Copiii lui Azgad, două mii trei sute douăzeci și doi.
ଅସ୍ଗଦର ସନ୍ତାନ ଦୁଇ ହଜାର ତିନି ଶହ ବାଇଶ ଜଣ।
18 Copiii lui Adonicam, șase sute șaizeci și șapte.
ଅଦୋନୀକାମର ସନ୍ତାନ ଛଅ ଶହ ସତଷଠି ଜଣ।
19 Copiii lui Bigvai, două mii șaizeci și șapte.
ବିଗ୍ବୟର ସନ୍ତାନ ଦୁଇ ହଜାର ସତଷଠି ଜଣ।
20 Copiii lui Adin, șase sute cincizeci și cinci.
ଆଦୀନର ସନ୍ତାନ ଛଅ ଶହ ପଞ୍ଚାବନ ଜଣ।
21 Copiii lui Ater din Ezechia, nouăzeci și opt.
ହିଜକୀୟର ବଂଶଜାତ ଆଟେରର ସନ୍ତାନ ଅଠାନବେ ଜଣ।
22 Copiii lui Hașum, trei sute douăzeci și opt.
ହଶୂମର ସନ୍ତାନ ତିନି ଶହ ଅଠାଇଶ ଜଣ।
23 Copiii lui Bețai, trei sute douăzeci și patru.
ବେତ୍ସୟର ସନ୍ତାନ ତିନି ଶହ ଚବିଶ ଜଣ।
24 Copiii lui Harif, o sută doisprezece.
ହାରୀଫର ସନ୍ତାନ ଏକ ଶହ ବାର ଜଣ।
25 Copiii lui Gabaon, nouăzeci și cinci.
ଗିବୀୟୋନ୍ର ସନ୍ତାନ ପଞ୍ଚାନବେ ଜଣ।
26 Bărbații din Betleem și Netofa, o sută optzeci și opt.
ବେଥଲିହିମ ଓ ନଟୋଫାର ଲୋକ ଏକ ଶହ ଅଠାଅଶୀ ଜଣ।
27 Bărbații din Anatot, o sută douăzeci și opt.
ଅନାଥୋତ୍ର ଲୋକ ଏକ ଶହ ଅଠାଇଶ ଜଣ।
28 Bărbații din Bet-Azmavet, patruzeci și doi.
ବେଥ୍-ଅସ୍ମାବତର ଲୋକ ବୟାଳିଶ ଜଣ।
29 Bărbații din Chiriat-Iearim, Chefira și Beerot, șapte sute patruzeci și trei.
କିରୀୟଥ୍-ଯିୟାରୀମ୍ର, କଫୀରାର ଓ ବେରୋତର ଲୋକ ସାତ ଶହ ତେୟାଳିଶ ଜଣ।
30 Bărbații din Rama și din Gheba, șase sute douăzeci și unu.
ରାମା ଓ ଗେବାର ଲୋକ ଛଅ ଶହ ଏକୋଇଶ ଜଣ।
31 Bărbații din Micmas, o sută douăzeci și doi.
ମିକ୍ମସର ଲୋକ ଏକ ଶହ ବାଇଶ ଜଣ।
32 Bărbații din Betel și din Ai, o sută douăzeci și trei.
ବେଥେଲ୍ ଓ ଅୟର ଲୋକ ଏକ ଶହ ତେଇଶ ଜଣ।
33 Bărbații celuilalt Nebo, cincizeci și doi.
ଅନ୍ୟ ନବୋର ଲୋକ ବାବନ ଜଣ।
34 Copiii celuilalt Elam, o mie două sute cincizeci și patru.
ଅନ୍ୟ ଏଲମ୍ର ସନ୍ତାନ ଏକ ହଜାର ଦୁଇ ଶହ ଚଉବନ ଜଣ।
35 Copiii lui Harim, trei sute douăzeci.
ହାରୀମ୍ର ସନ୍ତାନ ତିନି ଶହ କୋଡ଼ିଏ ଜଣ।
36 Copiii Ierihonului, trei sute patruzeci și cinci.
ଯିରୀହୋର ସନ୍ତାନ ତିନି ଶହ ପଞ୍ଚଚାଳିଶ ଜଣ।
37 Copiii lui Lod, ai lui Hadid și ai lui Ono, șapte sute douăzeci și unu.
ଲୋଦ୍, ହାଦୀଦ୍ ଓ ଓନୋର ସନ୍ତାନ ସାତ ଶହ ଏକୋଇଶ ଜଣ।
38 Copiii lui Sena, trei mii nouă sute treizeci.
ସନାୟାର ସନ୍ତାନ ତିନି ହଜାର ନଅ ଶହ ତିରିଶ ଜଣ।
39 Preoții: copiii lui Iedaia, din casa lui Ieșua, nouă sute șaptezeci și trei.
ଯାଜକମାନଙ୍କର ସଂଖ୍ୟା; ଯେଶୂୟ ବଂଶୀୟ ଯିଦୟୀୟର ସନ୍ତାନ ନଅ ଶହ ତେସ୍ତରି ଜଣ।
40 Copiii lui Imer, o mie cincizeci și doi.
ଇମ୍ମେରର ସନ୍ତାନ ଏକ ହଜାର ବାବନ ଜଣ।
41 Copiii lui Pașhur, o mie două sute patruzeci și șapte.
ପଶ୍ହୂରର ସନ୍ତାନ ଏକ ହଜାର ଦୁଇ ଶହ ସତଚାଳିଶ ଜଣ।
42 Copiii lui Harim, o mie șaptesprezece.
ହାରୀମ୍ର ସନ୍ତାନ ଏକ ହଜାର ସତର ଜଣ।
43 Leviții: copiii lui Ieșua, ai lui Cadmiel și dintre copiii lui Hodva, șaptezeci și patru.
ଲେବୀୟମାନଙ୍କର ସଂଖ୍ୟା; ହେଦବାର ସନ୍ତାନ, ଯେଶୂୟର ସନ୍ତାନ, କଦ୍ମୀୟେଲର ସନ୍ତାନ ଚଉସ୍ତରି ଜଣ।
44 Cântăreții: copiii lui Asaf, o sută patruzeci și opt.
ଗାୟକମାନଙ୍କ ସଂଖ୍ୟା; ଆସଫର ସନ୍ତାନ ଏକ ଶହ ଅଠଚାଳିଶ ଜଣ।
45 Portarii: copiii lui Șalum, copiii lui Ater, copiii lui Talmon, copiii lui Acub, copiii lui Hatita, copiii lui Șobai, o sută treizeci și opt.
ଦ୍ୱାରପାଳମାନଙ୍କ ସଂଖ୍ୟା; ଶଲ୍ଲୁମ୍ର ସନ୍ତାନ, ଆଟେରର ସନ୍ତାନ, ଟଲ୍ମୋନର ସନ୍ତାନ, ଅକ୍କୂବର ସନ୍ତାନ, ହଟୀଟାର ସନ୍ତାନ, ଶୋବୟର ସନ୍ତାନ ଏକ ଶହ ଅଠତିରିଶି ଜଣ।
46 Netinimii: copiii lui Țiha, copiii lui Hasufa, copiii lui Tabaot.
ନଥୀନୀୟମାନଙ୍କ ସଂଖ୍ୟା; ସୀହର ସନ୍ତାନଗଣ, ହସୂଫାର ସନ୍ତାନଗଣ, ଟବ୍ବାୟୋତର ସନ୍ତାନଗଣ;
47 Copiii lui Cheros, copiii lui Sia, copiii lui Padon,
କେରୋସର ସନ୍ତାନଗଣ, ସୀୟର ସନ୍ତାନଗଣ, ପାଦୋନର ସନ୍ତାନଗଣ;
48 Copiii lui Lebana, copiii lui Hagaba, copiii lui Șalmai,
ଲବାନାର ସନ୍ତାନଗଣ, ହଗାବର ସନ୍ତାନଗଣ, ଶଲ୍ମୟର ସନ୍ତାନଗଣ;
49 Copiii lui Hanan, copiii lui Ghidel, copiii lui Gahar,
ହାନନ୍ର ସନ୍ତାନଗଣ, ଗିଦ୍ଦେଲର ସନ୍ତାନଗଣ, ଗହରର ସନ୍ତାନଗଣ;
50 Copiii lui Reaia, copiii lui Rețin, copiii lui Necoda,
ରାୟାର ସନ୍ତାନଗଣ, ରତ୍ସୀନର ସନ୍ତାନଗଣ, ନକୋଦର ସନ୍ତାନଗଣ;
51 Copiii lui Gazam, copiii lui Uza, copiii lui Paseah,
ଗସମର ସନ୍ତାନଗଣ, ଉଷର ସନ୍ତାନଗଣ, ପାସେହର ସନ୍ତାନଗଣ;
52 Copiii lui Besai, copiii lui Meunim, copiii lui Nefișesim,
ବେଷୟର ସନ୍ତାନଗଣ, ମିୟୂନୀମର ସନ୍ତାନଗଣ, ନଫିଷୀମର ସନ୍ତାନଗଣ;
53 Copiii lui Bacbuc, copiii lui Hacufa, copiii lui Harhur,
ବକ୍ବୁକର ସନ୍ତାନଗଣ, ହକୂଫାର ସନ୍ତାନଗଣ, ହର୍ହୂରର ସନ୍ତାନଗଣ;
54 Copiii lui Bațlit, copiii lui Mehida, copiii lui Harșa,
ବସ୍ଲୂତର ସନ୍ତାନଗଣ, ମହୀଦାର ସନ୍ତାନଗଣ, ହର୍ଶାର ସନ୍ତାନଗଣ;
55 Copiii lui Barcos, copiii lui Sisera, copiii lui Tamah,
ବର୍କୋସର ସନ୍ତାନଗଣ, ସୀଷରାର ସନ୍ତାନଗଣ, ତେମହର ସନ୍ତାନଗଣ;
56 Copiii lui Nețiah, copiii lui Hatifa.
ନତ୍ସୀହର ସନ୍ତାନଗଣ, ହଟୀଫାର ସନ୍ତାନଗଣ।
57 Copiii servitorilor lui Solomon: copiii lui Sotai, copiii lui Soferet, copiii lui Perida,
ଶଲୋମନର ଦାସମାନଙ୍କ ସନ୍ତାନଗଣର ସଂଖ୍ୟା; ସୋଟୟର ସନ୍ତାନଗଣ, ସୋଫେରତର ସନ୍ତାନଗଣ, ପରିଦାର ସନ୍ତାନଗଣ;
58 Copiii lui Iaala, copiii lui Darcon, copiii lui Ghidel,
ଯାଳାର ସନ୍ତାନଗଣ, ଦର୍କୋଣର ସନ୍ତାନଗଣ, ଗିଦ୍ଦେଲର ସନ୍ତାନଗଣ;
59 Copiii lui Șefatia, copiii lui Hatil, copiii lui Pocheret-Hațebaim, copiii lui Amon.
ଶଫଟୀୟର ସନ୍ତାନଗଣ, ହଟୀଲାର ସନ୍ତାନଗଣ, ପୋଖେରତ୍-ହତ୍ସବାୟିମର ସନ୍ତାନଗଣ, ଆମୋନ୍ର ସନ୍ତାନଗଣ।
60 Toți netinimii și copiii servitorilor lui Solomon, erau trei sute nouăzeci și doi.
ସମୁଦାୟ ନଥୀନୀୟ ଓ ଶଲୋମନର ଦାସମାନଙ୍କ ସନ୍ତାନଗଣର ସଂଖ୍ୟା ତିନି ଶହ ବୟାନବେ ଜଣ।
61 Și aceștia au fost cei care au urcat de asemenea de la Tel-Melah, Tel-Harșa, Cherub, Adon și Imer; dar ei nu au putut arăta casa tatălui lor, nici sămânța lor, dacă erau din Israel.
ପୁଣି, ତେଲ୍-ମେଲହ, ତେଲ୍-ହର୍ଶା, କଋବ୍, ଅଦ୍ଦୋନ୍ ଓ ଇମ୍ମେର, ଏହି ସକଳ ସ୍ଥାନରୁ ଲୋକ ଆସିଲେ; ମାତ୍ର ସେମାନେ ଇସ୍ରାଏଲୀୟ ଲୋକ ବୋଲି ଆପଣା ଆପଣା ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ; ସେହି ଲୋକମାନେ ଏହି, ଯଥା,
62 Copiii lui Delaia, copiii lui Tobia, copiii lui Necoda, șase sute patruzeci și doi.
ଦଲୟିୟର ସନ୍ତାନ, ଟୋବୀୟର ସନ୍ତାନ, ନକୋଦର ସନ୍ତାନ, ଛଅ ଶହ ବୟାଳିଶ ଜଣ।
63 Și dintre preoți: Copiii lui Hobaia, copiii lui Hacoț, copiii lui Barzilai, care a luat pe una dintre fiicele lui Barzilai galaaditul, de soție, și a fost numit după numele lor.
ଯାଜକମାନଙ୍କ ମଧ୍ୟରୁ ହବାୟର ସନ୍ତାନଗଣ, ହକ୍କୋସ୍ର ସନ୍ତାନଗଣ, ବର୍ସିଲ୍ଲୟର ସନ୍ତାନଗଣ, ଏହି ବର୍ସିଲ୍ଲୟ ଗିଲୀୟଦୀୟ ବର୍ସିଲ୍ଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମାନୁସାରେ ଖ୍ୟାତ ହୋଇଥିଲା।
64 Aceștia și-au căutat înregistrarea printre cei care au fost socotiți prin genealogie, dar ea nu s-a găsit; de aceea au fost îndepărtați din preoție, ca întinați.
ଏମାନେ ବଂଶାବଳୀ କ୍ରମେ ଗଣିତ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କ ବଂଶାବଳୀ-ପତ୍ର ଅନ୍ୱେଷଣ କଲେ, ମାତ୍ର ପାଇଲେ ନାହିଁ; ଏହେତୁ ସେମାନେ ଅଶୁଚି ଗଣିତ ହୋଇ ଯାଜକ ପଦରୁ ବିଚ୍ୟୁତ ହେଲେ।
65 Și Tirșata le-a spus să nu mănânce din lucrurile preasfinte, până nu va sta în picioare un preot cu Urim și Tumim.
ପୁଣି, ଶାସନକର୍ତ୍ତା ସେମାନଙ୍କୁ କହିଲା ଯେ, ଊରୀମ୍ ଓ ତୁମ୍ମୀମ୍ଧାରୀ ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ଯାଜକ ଭାଗର (ପବିତ୍ର) ଖାଦ୍ୟ ଖାଇବ ନାହିଁ।
66 Toată adunarea împreună era de patruzeci și două de mii trei sute șaizeci,
ଆଉ, ସମସ୍ତ ସମାଜ ବୟାଳିଶ ହଜାର ତିନି ଶହ ଷାଠିଏ ଜଣ।
67 În afară de servitorii lor și de servitoarele lor, dintre care erau șapte mii trei sute treizeci și șapte; și aveau două sute patruzeci și cinci de cântăreți și cântărețe.
ଏହାଛଡ଼ା ସେମାନଙ୍କର ଦାସଦାସୀ ସାତ ହଜାର ତିନି ଶହ ସଇଁତିରିଶ ଜଣ ଥିଲେ; ଆହୁରି, ସେମାନଙ୍କର ଦୁଇ ଶହ ପଞ୍ଚଚାଳିଶ ଜଣ ଗାୟକ ଗାୟିକା ଥିଲେ।
68 Caii lor, șapte sute treizeci și șase; catârii lor, două sute patruzeci și cinci;
ସେମାନଙ୍କର ସାତ ଶହ ଛତିଶ ଅଶ୍ୱ; ଦୁଇ ଶହ ପଞ୍ଚଚାଳିଶ ଖଚର;
69 Cămilele lor, patru sute treizeci și cinci; șase mii șapte sute douăzeci de măgari.
ଚାରି ଶହ ପଞ୍ଚତିରିଶ ଓଟ; ଛଅ ହଜାର ସାତ ଶହ କୋଡ଼ିଏ ଗଧ ଥିଲେ।
70 Și unii dintre mai marii părinților au dat pentru lucrare. Tirșata a dat pentru tezaur o mie de drahme de aur, cincizeci de oale, cinci sute treizeci de haine preoțești.
ପୁଣି, ପିତୃବଂଶୀୟ ମୁଖ୍ୟମାନଙ୍କ ମଧ୍ୟରୁ କେହି କେହି ସେହି କାମ ନିମନ୍ତେ ଦାନ କଲେ। ଶାସନକର୍ତ୍ତା ଭଣ୍ଡାରରେ ଡାରିକ୍ ନାମକ ଏକ ହଜାର ସ୍ୱର୍ଣ୍ଣମୁଦ୍ରା, ପଚାଶ କୁଣ୍ଡ, ପାଞ୍ଚ ଶହ ତିରିଶ ଯାଜକୀୟ ବସ୍ତ୍ର ଦେଲା।
71 Și unii dintre mai marii părinților au dat pentru tezaurul lucrării douăzeci de mii de drahme de aur și două mii două sute de mine de argint.
ଆଉ, ପିତୃବଂଶୀୟ କେତେକ ମୁଖ୍ୟ ଲୋକ ନିଜ ଭଣ୍ଡାରରୁ ଡାରିକ୍ ନାମକ କୋଡ଼ିଏ ହଜାର ସ୍ୱର୍ଣ୍ଣମୁଦ୍ରା ଓ ଦୁଇ ହଜାର ଦୁଇ ଶହ ପାଉଣ୍ଡ ରୂପା କାମ ପାଇଁ ଦେଲେ।
72 Și ceea ce restul poporului a dat a fost douăzeci de mii de drahme de aur și două mii două sute de mine de argint și șaizeci și șapte de haine preoțești.
ଅନ୍ୟ ଲୋକ ସମସ୍ତେ ଡାରିକ୍ ନାମକ କୋଡ଼ିଏ ହଜାର ସ୍ୱର୍ଣ୍ଣମୁଦ୍ରା ଓ ଦୁଇ ହଜାର ପାଉଣ୍ଡ ରୂପା ଓ ସତଷଠି ଯାଜକୀୟ ବସ୍ତ୍ର ଦେଲେ।
73 Astfel preoții și leviții și portarii și cântăreții și unii din popor și netinimii și tot Israelul au locuit în cetățile lor; și când a venit luna a șaptea, copiii lui Israel erau în cetățile lor.
ଏହାପରେ ଯାଜକମାନେ, ଲେବୀୟମାନେ, ଦ୍ୱାରପାଳମାନେ ଓ ଗାୟକମାନେ, ଆଉ କେତେକ ଲୋକମାନେ ଓ ନଥୀନୀୟମାନେ (ମନ୍ଦିରର ସେବକମାନେ) ଓ ସମଗ୍ର ଇସ୍ରାଏଲ ଆପଣା ଆପଣା ନଗରରେ ବାସ କଲେ। ଆଉ ସପ୍ତମ ମାସ ବେଳକୁ ଇସ୍ରାଏଲ-ସନ୍ତାନଗଣ ଆପଣା ନଗରରେ ଥିଲେ।