< Galateni 5 >

1 Așadar, stați tari în libertatea cu care Cristos ne-a făcut liberi și nu vă prindeți din nou în jugul robiei.
ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି; ଅତଏବ ସ୍ଥିର ହୋଇ ରୁହ ଏବଂ ଦାସତ୍ୱ ଜୁଆଳିରେ ଆଉ ଥରେ ଯୋଚା ନ ଯାଅ।
2 Iată, eu, Pavel, vă spun că, dacă veți fi circumciși, Cristos nu vă va fi de niciun folos.
ଦେଖ, ମୁଁ ପାଉଲ ତୁମ୍ଭମାନଙ୍କୁ କହୁଅଛି, ଯଦି ତୁମ୍ଭମାନଙ୍କର ସୁନ୍ନତ ହୁଏ, ତେବେ ଖ୍ରୀଷ୍ଟଙ୍କ ଦ୍ୱାରା ତୁମ୍ଭମାନଙ୍କର କୌଣସି ଲାଭ ହେବ ନାହିଁ।
3 Fiindcă mărturisesc din nou fiecărui om ce se circumcide, că este dator să țină întreaga lege.
ମୁଁ ସୁନ୍ନତ ପ୍ରାପ୍ତ ହେଉଥିବା ପ୍ରତ୍ୟେକ ଜଣକୁ ପୁନର୍ବାର ସାକ୍ଷ୍ୟ ଦେଉଅଛି ଯେ, ସେ ସମସ୍ତ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ନିମନ୍ତେ ଦାୟୀ।
4 Cristos a devenit fără niciun efect pentru voi; voi toți care sunteți declarați drepți prin lege, sunteți căzuți din har.
ତୁମ୍ଭେମାନେ ଯେତେ ଲୋକ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଧାର୍ମିକ ଗଣିତ ହେବାକୁ ଚାହୁଁଅଛ, ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରୁ ବିଚ୍ଛିନ୍ନ ହୋଇଅଛ, ତୁମ୍ଭେମାନେ ଅନୁଗ୍ରହରୁ ପତିତ ହୋଇଅଛ।
5 Fiindcă noi prin Duhul așteptăm speranța dreptății prin credință.
କାରଣ ଆମ୍ଭେମାନେ ଈଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ବିଶ୍ୱାସ ହେତୁ ଧାର୍ମିକତା ପ୍ରାପ୍ତିର ଆଶାରେ ଅପେକ୍ଷା କରୁଅଛୁ।
6 Fiindcă în Isus Cristos nici circumcizia, nici necircumcizia nu are vreo putere, ci credința care lucrează prin dragoste.
ଯେଣୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁନ୍ନତ କି ଅସୁନ୍ନତ କିଛି ନୁହେଁ, କିନ୍ତୁ ପ୍ରେମରେ କାର୍ଯ୍ୟସାଧକ ବିଶ୍ୱାସ ହିଁ ସାର।
7 Ați alergat bine; cine v-a împiedicat ca să nu ascultați de adevăr?
ତୁମ୍ଭେମାନେ ତ ଉତ୍ତମ ରୂପେ ଦୌଡ଼ୁଥିଲ; କିଏ ତୁମ୍ଭମାନଙ୍କୁ ବାଧା ଦେଲା ଯେ, ସତ୍ୟର ଅବାଧ୍ୟ ହୋଇଅଛ?
8 Această convingere nu vine de la cel ce vă cheamă.
ତୁମ୍ଭମାନଙ୍କ ଆହ୍ୱାନକର୍ତ୍ତା ଈଶ୍ବରଙ୍କଠାରୁ ଏହି ପ୍ରବର୍ତ୍ତନା ଆସି ନାହିଁ।
9 Puțină dospeală dospește tot aluatul.
ଅଳ୍ପ ଖମୀର ପିଣ୍ଡୁଳାଯାକ ଖମୀରମୟ କରିଦିଏ।
10 Eu am încredere în voi, prin Domnul, că nu veți gândi nimic altceva; dar cel ce vă tulbură își va purta judecata, oricine ar fi.
ତୁମ୍ଭେମାନେ ଯେ ଅନ୍ୟ ପ୍ରକାର ବିଚାର କରିବ ନାହିଁ, ଏହା ମୁଁ ତୁମ୍ଭମାନଙ୍କ ବିଷୟରେ ପ୍ରଭୁଙ୍କଠାରେ ଦୃଢ଼ ବିଶ୍ୱାସ କରୁଅଛି; କିନ୍ତୁ ଯେ ତୁମ୍ଭମାନଙ୍କୁ ଅସ୍ଥିର କରୁଅଛି, ସେ ଯେକେହି ହେଉ, ଆପଣାର ଦଣ୍ଡ ବହନ କରିବ।
11 Și eu, fraților, dacă mai predic circumcizia, de ce mai sunt persecutat? Atunci poticnirea crucii a fost înlăturată.
କିନ୍ତୁ ହେ ଭାଇମାନେ, ଯଦି ମୁଁ ଏବେ ସୁଦ୍ଧା ସୁନ୍ନତ ବିଧି ପ୍ରଚାର କରୁଅଛି, ତେବେ କାହିଁକି ମୁଁ ଏଯାଏଁ ତାଡ଼ନା ଭୋଗ କରୁଅଛି? ତାହାହେଲେ କ୍ରୁଶ ତ ଆଉ ବିଘ୍ନର କାରଣ ନୁହେଁ।
12 Aș dori să fie stârpiți cei ce vă tulbură.
ଯେଉଁମାନେ ତୁମ୍ଭମାନଙ୍କୁ ଅସ୍ଥିର କରୁଅଛନ୍ତି, ସେମାନେ ସମ୍ପୂର୍ଣ୍ଣ ଅଙ୍ଗହୀନ ହେଲେ, ଭଲ ହୁଅନ୍ତା।
13 Fiindcă, fraților, voi ați fost chemați la libertate; numai nu folosiți libertatea pentru [a da] ocazie cărnii, ci prin dragoste serviți unii altora.
କାରଣ, ହେ ଭାଇମାନେ, ତୁମ୍ଭେମାନେ ସ୍ୱାଧୀନତା ନିମନ୍ତେ ଆହୂତ ହୋଇଅଛ; କେବଳ ତୁମ୍ଭର ସ୍ୱାଧୀନତାକୁ ଶାରୀରିକ ଅଭିଳାଷ ପୂରଣ ନିମନ୍ତେ ସୁଯୋଗ ସ୍ୱରୂପେ ବ୍ୟବହାର ନ କର, ବରଂ ପ୍ରେମରେ ପରସ୍ପରର ସେବା କର।
14 Fiindcă toată legea este împlinită într-un cuvânt, în acesta: Să iubești pe aproapele tău ca pe tine însuți.
କାରଣ ସମସ୍ତ ମୋଶାଙ୍କ ବ୍ୟବସ୍ଥା ଏହି ଗୋଟିଏ ବାକ୍ୟରେ ସିଦ୍ଧ ହୁଏ, “ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।”
15 Dar dacă vă mușcați și vă mâncați unii pe alții, luați seama să nu fiți mistuiți unii de alții.
କିନ୍ତୁ ତୁମ୍ଭେମାନେ ଯଦି କାମୁଡ଼ାକାମୁଡ଼ି ହୋଇ ପରସ୍ପରକୁ ଗ୍ରାସ କର, ତେବେ ସାବଧାନ, ଯେପରି ପରସ୍ପର ଦ୍ୱାରା ବିନଷ୍ଟ ନ ହୁଅ।
16 Spun, așadar: Umblați în Duhul și nicidecum nu veți împlini pofta cărnii.
ମୋହର ଭାବ ଏହି, ଆତ୍ମାଙ୍କ ଦ୍ୱାରା ଆଚରଣ କର, ତାହାହେଲେ ତୁମ୍ଭେମାନେ ଶରୀରର ଅଭିଳାଷ ପୂର୍ଣ୍ଣ କରିବ ନାହିଁ।
17 Căci carnea poftește împotriva Duhului, și Duhul împotriva cărnii; și acestea sunt potrivnice unele altora, așa încât nu puteți face cele ce ați voi.
କାରଣ ଶରୀରର ଅଭିଳାଷ ଆତ୍ମାଙ୍କ ପ୍ରତିକୂଳ, ଆଉ ଆତ୍ମାଙ୍କ ଅଭିଳାଷ ଶରୀରର ପ୍ରତିକୂଳ, ଯେଣୁ ଏହି ଦୁଇ ପରସ୍ପରର ବିପରୀତ; ଫଳତଃ ତୁମ୍ଭେମାନେ ଯାହା ଯାହା ଇଚ୍ଛା କର, ସେହିସବୁ କରିପାର ନାହିଁ।
18 Dar dacă sunteți conduși de Duhul, nu sunteți sub lege.
କିନ୍ତୁ ଯଦି ତୁମ୍ଭେମାନେ ଈଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୁଅ, ତେବେ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନୁହଁ।
19 Iar faptele cărnii sunt arătate; acestea sunt: adulter, curvie, necurăție, desfrânare,
ଶରୀରର କାର୍ଯ୍ୟଗୁଡ଼ାକ ତ ସ୍ପଷ୍ଟ ରୂପେ ଜଣା, ବ୍ୟଭିଚାର, ଅଶୁଚିତା
20 Idolatrie, vrăjitorie, ură, lupte, gelozii, furii, certuri, dezbinări, erezii,
କାମୁକତା, ପ୍ରତିମାପୂଜା, ନରହତ୍ୟା, କୁହୁକ, ଶତ୍ରୁତା, ବିବାଦ, ଦ୍ୱେଷ, କ୍ରୋଧ, ସ୍ୱାର୍ଥପରତା, ଦଳଭେଦ, ମତଭେଦ, ଈର୍ଷା,
21 Invidii, ucideri, beții, îmbuibări și cele asemănătoare acestora; despre care vă spun dinainte, așa cum v-am spus odinioară, că toți cei ce practică astfel de lucruri nu vor moșteni împărăția lui Dumnezeu.
ମତ୍ତତା, ରଙ୍ଗରସ, ଇତ୍ୟାଦି ପ୍ରକାର କର୍ମଗୁଡ଼ାକ; ମୁଁ ପୂର୍ବରେ ଯେପରି ତୁମ୍ଭମାନଙ୍କୁ କହିଥିଲି, ସେହିପରି ଆଗରୁ କହୁଅଛି ଯେ, ଯେଉଁମାନେ ଏହି ସବୁପ୍ରକାର କର୍ମ କରନ୍ତି, ସେମାନେ ଈଶ୍ବରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ।
22 Dar rodul Duhului este dragostea, bucuria, pacea, îndelunga răbdare, bunătatea, facerea de bine, credința,
କିନ୍ତୁ ପବିତ୍ର ଆତ୍ମାଙ୍କ ଫଳ ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘସହିଷ୍ଣୁତା, ପରୋପକାରିତା,
23 Blândețea, înfrânarea; împotriva acestora nu este lege.
ଭଦ୍ରତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମସଂଯମ; ଏହି ସମସ୍ତ ବିରୁଦ୍ଧରେ କୌଣସି ମୋଶାଙ୍କ ବ୍ୟବସ୍ଥା ନାହିଁ।
24 Și cei ai lui Cristos au crucificat carnea cu pasiunile și poftele ei.
ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର, ସେମାନେ ଶରୀରକୁ ସେଥିର କାମନା ଓ ଅଭିଳାଷ ସହିତ କ୍ରୁଶରେ ହତ କରିଅଛନ୍ତି।
25 Dacă trăim în Duhul, să și umblăm în Duhul.
ଯଦି ଆମ୍ଭେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଜୀବନ ପ୍ରାପ୍ତ କରିଅଛୁ, ତେବେ ପବିତ୍ର ଆତ୍ମାଙ୍କ ଦ୍ୱାରା ମଧ୍ୟ ଆଚରଣ କରୁ।
26 Să nu fim doritori de glorie deșartă, provocându-ne unii pe alții, invidiindu-ne unii pe alții.
ଆମ୍ଭେମାନେ ବୃଥା ଗର୍ବୀ ହୋଇ ପରସ୍ପରକୁ ବିରକ୍ତ ନ କରୁ ଓ ପରସ୍ପରକୁ ଈର୍ଷା ନ କରୁ।

< Galateni 5 >