< 1 Cronici 9 >
1 Astfel tot Israelul a fost numărat după genealogii; și iată, ei au fost scriși în cartea împăraților lui Israel și Iuda, care au fost duși în Babilon pentru fărădelegea lor.
ଏହି ପ୍ରକାରେ ସମଗ୍ର ଇସ୍ରାଏଲ ବଂଶାବଳୀ କ୍ରମେ ଲିଖିତ ହେଲେ; ଦେଖ, ତାହା ଇସ୍ରାଏଲ ରାଜାମାନଙ୍କ ପୁସ୍ତକରେ ଲିଖିତ ଅଛି; ଏଥିଉତ୍ତାରେ ଯିହୁଦା ଆପଣାମାନଙ୍କ ଅବିଶ୍ଵସ୍ତତା ସକାଶୁ ବନ୍ଦୀ ହୋଇ ବାବିଲକୁ ନୀତ ହେଲେ।
2 Și primii locuitori care au locuit în stăpânirile lor, în cetățile lor erau: israeliții, preoții, leviții și netinimii.
ପୁଣି, ଇସ୍ରାଏଲ, ଯାଜକଗଣ, ଲେବୀୟମାନେ ଓ ନଥୀନୀୟମାନେ ସେମାନଙ୍କ ଅଧିକାରସ୍ଥ ନଗରସମୂହରେ ପ୍ରଥମେ ବସତି କଲେ।
3 Și în Ierusalim au locuit dintre copiii lui Iuda și dintre copiii lui Beniamin și dintre copiii lui Efraim și Manase;
ପୁଣି, ଯିହୁଦା-ସନ୍ତାନଗଣ ମଧ୍ୟରୁ, ବିନ୍ୟାମୀନ୍-ସନ୍ତାନଗଣ ମଧ୍ୟରୁ, ଇଫ୍ରୟିମ ଓ ମନଃଶି-ସନ୍ତାନଗଣ ମଧ୍ୟରୁ ଏମାନେ ଯିରୂଶାଲମରେ ବାସ କଲେ; ଯଥା,
4 Utai, fiul lui Amihud, fiul lui Omri, fiul lui Imri, fiul lui Bani, din copiii lui Farez, fiul lui Iuda.
ଯିହୁଦାର ପୁତ୍ର ପେରସର ସନ୍ତାନଗଣ ମଧ୍ୟରୁ ବାନିର ବୃଦ୍ଧ ପ୍ରପୌତ୍ର ଇମ୍ରିର ପ୍ରପୌତ୍ର ଅମ୍ରିଙ୍କର ପୌତ୍ର ଅମ୍ମୀହୂଦର ପୁତ୍ର ଊଥୟ;
5 Și dintre șiloniți: Asaia, întâiul născut, și fiii lui.
ଆଉ ଶୀଲୋନୀୟମାନଙ୍କ ମଧ୍ୟରୁ ପ୍ରଥମଜାତ ଅସାୟ ଓ ତାହାର ସନ୍ତାନଗଣ।
6 Și dintre fiii lui Zerah: Ieuel și frații lor, șase sute nouăzeci.
ଆଉ ସେରହର ସନ୍ତାନମାନଙ୍କ ମଧ୍ୟରୁ ଯୁୟେଲ ଓ ସେମାନଙ୍କ ଭ୍ରାତୃଗଣ, ଏମାନେ ଛଅ ଶହ ନବେ ଜଣ।
7 Și dintre fiii lui Beniamin: Salu, fiul lui Meșulam, fiul lui Hodavia, fiul lui Hasenua,
ବିନ୍ୟାମୀନ୍-ସନ୍ତାନଗଣ ମଧ୍ୟରୁ ହସନୁୟେଲର ପ୍ରପୌତ୍ର ହୋଦବୀୟର ପୌତ୍ର ମଶୁଲ୍ଲମ୍ର ପୁତ୍ର ସଲ୍ଲୁ;
8 Și Ibneia, fiul lui Ieroham și Ela, fiul lui Uzi, fiul lui Micri; și Meșulam, fiul lui Șefatia, fiul lui Reuel, fiul lui Ibnia;
ଆଉ ଯିରୋହମର ପୁତ୍ର ଯିବ୍ନୀୟ ଓ ମିଖ୍ରିର ପୌତ୍ର ଉଷିର ପୁତ୍ର ଏଲା, ଆଉ ଇଦ୍ନୀୟର ପ୍ରପୌତ୍ର ରୁୟେଲର ପୌତ୍ର ଶଫଟୀୟର ପୁତ୍ର ମଶୁଲ୍ଲମ୍;
9 Și frații lor, conform generațiilor, nouă sute cincizeci și șase. Toți acești bărbați erau mai marii părinților în casa părinților lor.
ଏମାନେ ଓ ଏମାନଙ୍କ ଭ୍ରାତୃଗଣ ଆପଣା ଆପଣା ବଂଶାବଳୀ ଅନୁସାରେ ନଅ ଶହ ଛପନ ଜଣ ଥିଲେ। ଏସମସ୍ତେ ଆପଣା ଆପଣା ପିତୃବଂଶାନୁସାରେ ପିତୃବଂଶର ପ୍ରଧାନ ଲୋକ ଥିଲେ।
10 Și dintre preoți: Iedaeia și Iehoiarib și Iachin,
ଆଉ ଯାଜକମାନଙ୍କ ମଧ୍ୟରେ ଯିଦୟୀୟ, ଯିହୋୟାରୀବ୍, ଯାଖୀନ୍
11 Și Azaria, fiul lui Hilchia, fiul lui Meșulam, fiul lui Țadoc, fiul lui Meraiot, fiul lui Ahitub, conducătorul casei lui Dumnezeu;
ଓ ପରମେଶ୍ୱରଙ୍କ ଗୃହର ଅଧ୍ୟକ୍ଷ ଅହୀଟୂବ୍ର ଅତି ବୃଦ୍ଧ ପ୍ରପୌତ୍ର ମରାୟୋତ୍ର ବୃଦ୍ଧ ପ୍ରପୌତ୍ର ସାଦୋକର ପ୍ରପୌତ୍ର ମଶୁଲ୍ଲମ୍ର ପୌତ୍ର ହିଲ୍କୀୟର ପୁତ୍ର ଅସରୀୟ,
12 Și Adaia, fiul lui Ieroham, fiul lui Pașhur, fiul lui Malchia; și Maesai, fiul lui Adiel, fiul lui Iahzera, fiul lui Meșulam, fiul lui Meșilemit, fiul lui Imer;
ଆଉ ମଲ୍କୀୟର ପ୍ରପୌତ୍ର ପଶ୍ହୂରର ପୌତ୍ର ଯିରୋହମର ପୁତ୍ର ଅଦାୟା, ପୁଣି, ଇମ୍ମେରର ଅତି ବୃଦ୍ଧ ପ୍ରପୌତ୍ର ମଶିଲ୍ଲମୋରର ବୃଦ୍ଧ ପ୍ରପୌତ୍ର ମଶୁଲ୍ଲମ୍ର ପ୍ରପୌତ୍ର ଯହସେରାର ପୌତ୍ର ଅଦୀୟେଲର ପୁତ୍ର ମାସୟ;
13 Și frații lor, capi ai casei părinților lor, o mie șapte sute șaizeci; bărbați capabili să facă lucrarea serviciului casei lui Dumnezeu.
ଏମାନେ ଓ ଏମାନଙ୍କ ଭ୍ରାତୃଗଣ ଏକ ହଜାର ସାତ ଶହ ଷାଠିଏ ଜଣ; ଏମାନେ ଆପଣା ଆପଣା ପିତୃବଂଶର ପ୍ରଧାନ ଓ ପରମେଶ୍ୱରଙ୍କ ଗୃହର ସେବାକର୍ମରେ ଅତି ଦକ୍ଷ ଥିଲେ।
14 Și dintre leviți: Șemaia, fiul lui Hașub, fiul lui Azricam, fiul lui Hașabia, din fiii lui Merari;
ଆଉ ଲେବୀୟମାନଙ୍କ ମଧ୍ୟରେ ମରାରି-ବଂଶଜାତ ହଶବୀୟର ପ୍ରପୌତ୍ର ଅସ୍ରୀକାମର ପୌତ୍ର ହଶୂବର ପୁତ୍ର ଶମୟୀୟ;
15 Și Bacbacar, Hereș și Galal și Matania, fiul lui Mica, fiul lui Zicri, fiul lui Asaf;
ଆଉ ବକ୍ବକର, ହେରଶ୍, ଗାଲଲ୍ ଓ ଆସଫର ପ୍ରପୌତ୍ର ସିଖ୍ରିର ପୌତ୍ର ମୀକାର ପୁତ୍ର ମତ୍ତନୀୟ
16 Și Obadia, fiul lui Șemaia, fiul lui Galal, fiul lui Iedutun și Berechia, fiul lui Așa, fiul lui Elcana, care au locuit în satele netofatiților.
ଓ ଯିଦୂଥୂନ୍ର ପ୍ରପୌତ୍ର ଗାଲଲ୍ର ପୌତ୍ର ଶମୟୀୟର ପୁତ୍ର ଓବଦୀୟ; ଆଉ ନଟୋଫାତୀୟମାନଙ୍କ ଗ୍ରାମବାସୀ ଇଲ୍କାନାର ପୌତ୍ର ଆସାର ପୁତ୍ର ବେରିଖୀୟ।
17 Și portarii erau: Șalum și Acub și Talmon și Ahiman și frații lor: Șalum era mai marele,
ଆଉ ଦ୍ୱାରପାଳ, ଶଲ୍ଲୁମ୍, ଅକ୍କୂବ, ଟଲ୍ମୋନ, ଅହୀମାନ୍ ଓ ଏମାନଙ୍କ ଭ୍ରାତୃଗଣ; ଶଲ୍ଲୁମ୍ ପ୍ରଧାନ ଥିଲା।
18 Care până atunci au așteptat în poarta împăratului spre est, ei erau portari în cetele copiilor lui Levi.
ଏମାନେ ଏପର୍ଯ୍ୟନ୍ତ ପୂର୍ବଦିଗସ୍ଥିତ ରାଜଦ୍ୱାରରେ ରହିଲେ; ଏମାନେ ଲେବୀ-ସନ୍ତାନମାନଙ୍କ ଛାଉଣିର ଦ୍ୱାରପାଳ।
19 Și Șalum fiul lui Kore, fiul lui Ebiasaf, fiul lui Core și frații săi, din casa tatălui său, coreiții, erau peste munca serviciului, păzitori ai porților tabernacolului; și părinții lor, fiind peste oștirea DOMNULUI, erau păzitori ai intrării.
ଏହି ଶଲ୍ଲୁମ୍ କୋରହର ପ୍ରପୌତ୍ର ଅବୀୟାସଫର ପୌତ୍ର କୋରିର ପୁତ୍ର; ଏ ଓ ଏହାର ପିତୃବଂଶଜ କୋରହୀୟ ଭ୍ରାତୃଗଣ ସେବାକର୍ମରେ ନିଯୁକ୍ତ ଓ ତମ୍ବୁଦ୍ୱାରସବୁର ରକ୍ଷକ ଥିଲେ। ଏମାନଙ୍କ ପିତୃଲୋକମାନେ ସଦାପ୍ରଭୁଙ୍କ ଛାଉଣିରେ ନିଯୁକ୍ତ ଓ ପ୍ରବେଶ ସ୍ଥାନର ରକ୍ଷକ ଥିଲେ।
20 Și Fineas, fiul lui Eleazar, a fost odinioară conducător peste ei și DOMNUL a fost cu el.
ପୂର୍ବକାଳରେ ଇଲୀୟାସରର ପୁତ୍ର ପୀନହସ୍ ସେମାନଙ୍କର ଅଧ୍ୟକ୍ଷ ଥିଲା, ଆଉ ସଦାପ୍ରଭୁ ତାହାର ସହବର୍ତ୍ତୀ ଥିଲେ।
21 Și Zaharia, fiul lui Meșelemia, era portar al ușii tabernacolului întâlnirii.
ମଶେଲିମୀୟର ପୁତ୍ର ଜିଖରୀୟ ସମାଗମ-ତମ୍ବୁର ଦ୍ୱାରପାଳ।
22 Toți aceștia aleși să fie portari la porți erau două sute doisprezece. Aceștia erau numărați prin genealogiile lor, în satele lor, pe aceștia David și Samuel, văzătorul, i-au rânduit în serviciul lor.
ଦ୍ୱାରପାଳର କାର୍ଯ୍ୟାର୍ଥେ ମନୋନୀତ ଏହି ଲୋକମାନେ ସର୍ବସୁଦ୍ଧା ଦୁଇ ଶହ ବାର ଜଣ; ଏମାନଙ୍କ ଗ୍ରାମ ସମୂହରେ ଏମାନଙ୍କ ବଂଶାବଳୀ ଲିଖିତ ହୋଇଥିଲା, ଦାଉଦ ଓ ଶାମୁୟେଲ ଦର୍ଶକ ଏମାନଙ୍କୁ ଏମାନଙ୍କ ନିରୂପିତ କର୍ମରେ ନିଯୁକ୍ତ କରିଥିଲେ।
23 Astfel ei și copiii lor au avut supravegherea, prin gărzi, a porților casei DOMNULUI, casa tabernacolului.
ଏହେତୁ ଏମାନେ ଓ ଏମାନଙ୍କ ସନ୍ତାନଗଣ ସଦାପ୍ରଭୁଙ୍କ ଗୃହର, ଅର୍ଥାତ୍, ତମ୍ବୁଗୃହର ଦ୍ୱାରପାଳ-କର୍ମରେ ପ୍ରହରକୁ ପ୍ରହର ନିଯୁକ୍ତ ହେଲେ।
24 Portarii erau spre cele patru vânturi: spre est, vest, nord și sud.
ଏହି ଦ୍ୱାରପାଳମାନେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଚାରି ଦିଗରେ ରହିଲେ।
25 Și frații lor, care erau în satele lor, veneau pentru șapte zile, din când în când, cu ei.
ଆଉ ଏମାନଙ୍କ ଗ୍ରାମସ୍ଥ ଭ୍ରାତୃଗଣକୁ ପ୍ରତି ସପ୍ତାହରେ ସେମାନଙ୍କ ସଙ୍ଗେ ରହିବା ପାଇଁ ସମୟକୁ ସମୟ ଆସିବାକୁ ହେଲା;
26 Fiindcă acești leviți, cei patru portari mai mari, erau în serviciul lor rânduit și erau peste cămările și trezoreriile casei lui Dumnezeu.
କାରଣ ଏହି ଲେବୀୟ ଚାରି ପ୍ରଧାନ ଦ୍ୱାରପାଳ ନିରୂପିତ କାର୍ଯ୍ୟରେ ନିଯୁକ୍ତ ଓ ପରମେଶ୍ୱରଙ୍କ ଗୃହର କୋଠରି ଓ ଭଣ୍ଡାରସମୂହର ଅଧ୍ୟକ୍ଷ ଥିଲେ।
27 Și au locuit de jur împrejurul casei lui Dumnezeu, deoarece sarcina era asupra lor și deschiderea acesteia le aparținea în fiecare dimineață.
ଆଉ ସେମାନେ ପରମେଶ୍ୱରଙ୍କ ଗୃହର ଚତୁର୍ଦ୍ଦିଗରେ ରାତ୍ରି କ୍ଷେପଣ କଲେ, କାରଣ ସେମାନଙ୍କ ଉପରେ ତହିଁର ରକ୍ଷାର ଭାର ଓ ପ୍ରତି ପ୍ରଭାତରେ ଦ୍ୱାର ଫିଟାଇବାର କାର୍ଯ୍ୟ ଥିଲା।
28 Și unii dintre ei aveau sarcina servirii vaselor, ca să le aducă înăuntru și să le scoată după număr.
ଆଉ ସେମାନଙ୍କର କେତେକ ଲୋକ ସେବାର୍ଥକ ପାତ୍ରସବୁ ରକ୍ଷା କରିବାକୁ ନିଯୁକ୍ତ ଥିଲେ; କାରଣ ସେହି ପାତ୍ରସବୁ ସଂଖ୍ୟାନୁସାରେ ଭିତରକୁ ଅଣାଗଲା ଓ ବାହାରକୁ ନିଆଗଲା।
29 Unii dintre ei de asemenea erau rânduiți să supravegheze vasele și toate uneltele sanctuarului și floarea făinii și vinul și untdelemnul și tămâia și mirodeniile.
ମଧ୍ୟ ସେମାନଙ୍କର କେତେକ ଲୋକ ଆବାସର ସାମଗ୍ରୀ, ସକଳ ପାତ୍ର, ସରୁ ମଇଦା, ଦ୍ରାକ୍ଷାରସ, ତୈଳ, କୁନ୍ଦୁରୁ ଓ ଗନ୍ଧଦ୍ରବ୍ୟ ରକ୍ଷା କାର୍ଯ୍ୟରେ ନିଯୁକ୍ତ ଥିଲେ।
30 Și unii dintre fiii preoților făceau unguent din mirodenii.
ଆଉ ଯାଜକମାନଙ୍କ ସନ୍ତାନଗଣ ମଧ୍ୟରୁ କେତେକ ଜଣ ସୁଗନ୍ଧିଦ୍ରବ୍ୟର ତୈଳ ପ୍ରସ୍ତୁତ କଲେ।
31 Și Matitia, unul dintre leviți, care era întâiul născut al lui Șalum coreitul, avea serviciul rânduit peste lucrurile ce erau făcute în tigăi.
ଆଉ ଲେବୀୟମାନଙ୍କ ମଧ୍ୟରୁ କୋରହୀୟ ଶଲ୍ଲୁମ୍ର ଜ୍ୟେଷ୍ଠ ପୁତ୍ର ମତ୍ତଥୀୟ ପକ୍ୱାନ୍ନ-ତତ୍ତ୍ୱାବଧାରଣର ନିରୂପିତ କର୍ମରେ ନିଯୁକ୍ତ ଥିଲା।
32 Și alții dintre frații lor, dintre fiii chehatiților, erau peste pâinile punerii înainte, să le pregătească în fiecare sabat.
ଆଉ ସେମାନଙ୍କ ଭ୍ରାତୃଗଣ କହାତୀୟ ସନ୍ତାନଗଣ ମଧ୍ୟରୁ କେତେକ ଜଣ ପ୍ରତି ବିଶ୍ରାମବାର ଦର୍ଶନୀୟ ରୁଟି ପ୍ରସ୍ତୁତ କରିବା ପାଇଁ ନିଯୁକ୍ତ ଥିଲେ।
33 Și aceștia sunt cântăreții, mai mari ai părinților leviților, care rămâneau în cămări dar erau liberi, căci erau angajați în acea lucrare zi și noapte.
ପୁଣି, ଲେବୀୟମାନଙ୍କ ପିତୃବଂଶର ପ୍ରଧାନ ଯେଉଁ ଗାୟକମାନେ, ସେମାନେ କୋଠରିରେ ବାସ କଲେ ଓ ଅନ୍ୟ ସେବାରୁ ମୁକ୍ତ ଥିଲେ; କାରଣ ସେମାନଙ୍କୁ ଦିବାରାତ୍ରି ଆପଣା ଆପଣା କାର୍ଯ୍ୟରେ ନିଯୁକ୍ତ ରହିବାକୁ ହେଲା।
34 Acești mai mari părinți dintre leviți erau mai mari prin toate generațiile lor; aceștia au locuit la Ierusalim.
ଏମାନେ ପ୍ରଧାନ ଲୋକ, ଆପଣା ଆପଣାର ସମୁଦାୟ ବଂଶାବଳୀରେ ଲେବୀୟମାନଙ୍କର ପିତୃବଂଶର ପ୍ରଧାନ ଥିଲେ; ଏମାନେ ଯିରୂଶାଲମରେ ବାସ କଲେ।
35 Și în Gabaon a locuit tatăl lui Gabaon, Ieiel, numele soției lui era Maaca;
ଆଉ ଗିବୀୟୋନ୍ର ପିତା ଯିୟୀୟେଲ୍ ଗିବୀୟୋନ୍ରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା;
36 Și întâiul său născut Abdon, apoi Țur și Chiș și Baal și Ner și Nadab,
ତାହାର ପ୍ରଥମଜାତ ପୁତ୍ର ଅବ୍ଦୋନ୍, ତହୁଁ ସୂର୍, କୀଶ୍, ବାଲ୍, ନେର୍, ନାଦବ୍,
37 Și Ghedor și Ahio și Zaharia și Miclot.
ଗଦୋର, ଅହୀୟୋ, ଜିଖରୀୟ ଓ ମିକ୍ଲୋତ୍।
38 Și Miclot a născut pe Șimeam. Și au locuit de asemenea cu frații lor la Ierusalim în fața fraților lor.
ମିକ୍ଲୋତ୍ ଶିମୀୟାମକୁ ଜାତ କଲା। ଏମାନେ ମଧ୍ୟ ଆପଣା ଭ୍ରାତୃଗଣ ସମ୍ମୁଖରେ ଯିରୂଶାଲମରେ ଆପଣା ଭ୍ରାତୃଗଣ ସହିତ ବାସ କଲେ।
39 Și Ner a născut pe Chiș; și Chiș a născut pe Saul; și Saul a născut pe Ionatan și pe Malchi-Șua și pe Abinadab și pe Eșbaal.
ନେର୍ କୀଶ୍କୁ ଜାତ କଲା, କୀଶ୍ ଶାଉଲଙ୍କୁ ଜାତ କଲା, ଶାଉଲ ଯୋନାଥନ, ମଲ୍କୀଶୂୟ, ଅବୀନାଦବ ଓ ଇଶ୍ବାଲକୁ ଜାତ କଲେ।
40 Și fiul lui Ionatan era Merib-Baal; și Merib-Baal a născut pe Mica.
ପୁଣି, ମରୀବ୍ବାଲ୍ ଯୋନାଥନର ପୁତ୍ର ଥିଲା ଓ ମରୀବ୍ବାଲ୍ ମୀଖାକୁ ଜାତ କଲା।
41 Și fiii lui Mica erau: Piton și Melec și Tahrea și Ahaz.
ମୀଖାର ପୁତ୍ର ପିଥୋନ୍, ମେଲକ୍, ତହରେୟ ଓ ଆହସ୍।
42 Și Ahaz a născut pe Iaera; și Iaera a născut pe Alemet și pe Azmavet și pe Zimri; și Zimri a născut pe Moța;
ଆହସ୍ ଯାରହକୁ ଜାତ କଲା, ଯାରହ ଆଲେମତ୍, ଅସ୍ମାବତ୍ ଓ ସିମ୍ରିକୁ ଜାତ କଲା; ସିମ୍ରି ମୋତ୍ସାକୁ ଜାତ କଲା
43 Și Moța a născut pe Binea; și Refaia, fiul său; Eleasa, fiul său; Ațel, fiul său.
ଓ ମୋତ୍ସା ବିନୀୟାକୁ ଜାତ କଲା; ବିନୀୟାର ପୁତ୍ର ରଫାୟ, ତାହାର ପୁତ୍ର ଇଲୀୟାସା, ତାହାର ପୁତ୍ର ଆତ୍ସେଲ।
44 Și Ațel a avut șase fii, a căror nume sunt acestea: Azricam, Bocru și Ismael și Șearia și Obadia și Hanan; aceștia erau fiii lui Ațel.
ଆଉ ଆତ୍ସେଲର ଛଅ ପୁତ୍ର ଥିଲେ, ସେମାନଙ୍କ ନାମ ଏହି, ଅସ୍ରୀକାମ, ବୋଖରୁ, ଇଶ୍ମାୟେଲ, ଶିୟରୀୟ, ଓବଦୀୟ ଓ ହାନନ୍; ଏସମସ୍ତେ ଆତ୍ସେଲର ସନ୍ତାନ।