< Ezequiel 48 >
1 “Agora estes são os nomes das tribos: Do extremo norte, ao lado do caminho de Hethlon até a entrada de Hamath, Hazar Enan na fronteira de Damasco, ao norte ao lado de Hamath (e eles terão seus lados leste e oeste), Dan, uma porção.
ଗୋଷ୍ଠୀବର୍ଗଙ୍କର ଏହି ଏହି ନାମ: ହମାତ୍ର ପ୍ରବେଶ ସ୍ଥାନକୁ ଯିବାର ହିତ୍ଲୋନର ପଥ ନିକଟସ୍ଥ ଉତ୍ତର ପ୍ରାନ୍ତ ସୀମାଠାରୁ ଦମ୍ମେଶକର ସୀମା ନିକଟସ୍ଥ ହତ୍ସର-ଐନନ୍, ହମାତ୍ ପାର୍ଶ୍ୱସ୍ଥ ଉତ୍ତର ଦିଗ ପର୍ଯ୍ୟନ୍ତ; ଆଉ, ତହିଁର ପୂର୍ବ ଓ ପଶ୍ଚିମ ସୀମା ହେବ; ଦାନ୍, ଏକ ଅଂଶ।
2 “Junto à fronteira de Dan, do lado leste para o lado oeste, Asher, uma porção.
ଆଉ, ଦାନ୍ର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଆଶେର, ଏକ ଅଂଶ।
3 “Na fronteira de Asher, do lado leste até o lado oeste, Naftali, uma porção.
ପୁଣି, ଆଶେରର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ନପ୍ତାଲି, ଏକ ଅଂଶ
4 “Na fronteira de Naftali, do lado leste para o lado oeste, Manasseh, uma porção.
ଓ ନପ୍ତାଲିର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ମନଃଶି, ଏକ ଅଂଶ।
5 “Junto à fronteira de Manasseh, do lado leste para o lado oeste, Ephraim, uma porção.
ଆଉ, ମନଃଶିର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଇଫ୍ରୟିମ, ଏକ ଅଂଶ।
6 “Na fronteira de Efraim, do lado leste até o lado oeste, Reuben, uma porção.
ଇଫ୍ରୟିମର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ରୁବେନ୍, ଏକ ଅଂଶ।
7 “Junto à fronteira de Reuben, do lado leste ao lado oeste, Judah, uma porção.
ଆଉ, ରୁବେନ୍ର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଯିହୁଦା, ଏକ ଅଂଶ।
8 “Pela fronteira de Judá, do lado leste ao lado oeste, será a oferta que você oferecerá, vinte e cinco mil canas em largura, e em comprimento como uma das porções, do lado leste ao lado oeste; e o santuário estará no meio dela.
ପୁଣି, ଯିହୁଦାର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ତୁମ୍ଭମାନଙ୍କର ଦତ୍ତ ଉପହାର ଭୂମି ରହିବ, ତାହା ପ୍ରସ୍ଥରେ ପଚିଶ ହଜାର ଦଣ୍ଡ ଓ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ଦୀର୍ଘତାରେ ଅନ୍ୟାନ୍ୟ ଅଂଶର ସମାନ ହେବ; ପୁଣି, ତହିଁର ମଧ୍ୟସ୍ଥାନରେ ଧର୍ମଧାମ ହେବ।
9 “A oferta que você fará a Javé será de vinte e cinco mil canas de comprimento, e dez mil de largura.
ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଉପହାର ଭୂମି ନିବେଦନ କରିବ, ତାହା ଦୀର୍ଘରେ ପଚିଶ ହଜାର ଓ ପ୍ରସ୍ଥରେ ଦଶ ହଜାର ନଳ ହେବ।
10 Para estes, mesmo para os sacerdotes, será a oferta santa: para o norte vinte e cinco mil em comprimento, e para o oeste dez mil em largura, e para o leste dez mil em largura, e para o sul vinte e cinco mil em comprimento; e o santuário de Iavé estará no meio dele.
ସେହି ପବିତ୍ର ଉପହାର ଭୂମି ଏମାନଙ୍କ ପାଇଁ, ଅର୍ଥାତ୍, ଯାଜକମାନଙ୍କ ପାଇଁ ହେବ; ତାହା ଉତ୍ତର ଆଡ଼େ ପଚିଶ ହଜାର ନଳ ଦୀର୍ଘ ଓ ପଶ୍ଚିମ ଆଡ଼େ ଦଶ ହଜାର ନଳ ପ୍ରସ୍ଥ, ପୂର୍ବ ଆଡ଼େ ଦଶ ହଜାର ନଳ ପ୍ରସ୍ଥ ଓ ଦକ୍ଷିଣ ଆଡ଼େ ପଚିଶ ହଜାର ନଳ ଦୀର୍ଘ ହେବ; ତହିଁର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କର ଧର୍ମଧାମ ହେବ।
11 Será para os sacerdotes santificados dos filhos de Zadoque, que guardaram minha instrução, que não se extraviaram quando os filhos de Israel se extraviaram, como os levitas se extraviaram.
ତାହା ସାଦୋକର ସନ୍ତାନଗଣ ମଧ୍ୟରୁ ପବିତ୍ରୀକୃତ ଯାଜକମାନଙ୍କ ନିମନ୍ତେ ହେବ, ସେମାନେ ଆମ୍ଭର ରକ୍ଷଣୀୟ ରକ୍ଷା କରିଅଛନ୍ତି; ଇସ୍ରାଏଲର ସନ୍ତାନଗଣ ବିପଥଗାମୀ ହେବା ସମୟରେ ଲେବୀୟମାନେ ଯେପରି ବିପଥଗାମୀ ହେଲେ, ସେମାନେ ସେହିପରି ବିପଥଗାମୀ ହେଲେ ନାହିଁ।
12 Será para eles uma oferta da oferta da terra, uma coisa santíssima, junto à fronteira dos levitas.
ଲେବୀୟମାନଙ୍କ ସୀମା ନିକଟସ୍ଥ ଦେଶର ଉପହାର ଭୂମିରୁ ସେମାନେ ଉପହାର ଭୂମି ପାଇବେ, ତାହା ମହାପବିତ୍ର ହେବ।
13 “Ao lado da fronteira dos sacerdotes, os Levitas terão vinte e cinco mil cúbitos de comprimento e dez mil de largura. Todo o comprimento será de vinte e cinco mil, e a largura de dez mil.
ଆଉ, ଯାଜକମାନଙ୍କର ସୀମାନୁସାରେ, ଲେବୀୟମାନେ ପଚିଶ ହଜାର ନଳ ଦୀର୍ଘ ଓ ଦଶ ହଜାର ନଳ ପ୍ରସ୍ଥ ଭୂମି ପାଇବେ; ସମୁଦାୟ ଭୂମିର ଦୀର୍ଘତା ପଚିଶ ହଜାର ଓ ପ୍ରସ୍ଥ ଦଶ ହଜାର ନଳ ହେବ।
14 Não venderão nada disso, nem o trocarão, nem as primícias da terra serão alienadas, pois é santo para Iavé.
ପୁଣି, ସେମାନେ ସେହି ଭୂମିରୁ କିଛି ବିକ୍ରୟ କରିବେ ନାହିଁ; କିଅବା ତାହା ପରିବର୍ତ୍ତନ କରିବେ ନାହିଁ, ଅଥବା ଦେଶର ପ୍ରଥମଜାତ ଫଳ ହସ୍ତାନ୍ତରିତ ହେବ ନାହିଁ; କାରଣ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ।
15 “Os cinco mil cúbitos que restam na largura, em frente aos vinte e cinco mil, serão para uso comum, para a cidade, para moradia e para terras de pasto; e a cidade estará no meio dela.
ଆଉ, ପଚିଶ ହଜାର ନଳ ଭୂମିର ସମ୍ମୁଖରେ ପ୍ରସ୍ଥ ପରିମାଣରେ ଯେଉଁ ପାଞ୍ଚ ହଜାର ନଳ ଅବଶିଷ୍ଟ ରହେ, ତାହା ସାଧାରଣ ବ୍ୟବହାର, ନଗର, ବସତି ସ୍ଥାନ ଓ ତଳଭୂମି ନିମନ୍ତେ ରହିବ ଓ ନଗର ତହିଁ ମଧ୍ୟସ୍ଥାନରେ ହେବ।
16 Estas serão suas medidas: o lado norte quatro mil e quinhentos, e o lado sul quatro mil e quinhentos, e o lado leste quatro mil e quinhentos, e o lado oeste quatro mil e quinhentos.
ପୁଣି, ତହିଁର ପରିମାଣ ଏହିରୂପ ହେବ; ଉତ୍ତର ସୀମା ଚାରି ହଜାର ପାଞ୍ଚ ଶହ ନଳ, ଦକ୍ଷିଣ ସୀମା ଚାରି ହଜାର ପାଞ୍ଚ ଶହ, ପୂର୍ବ ସୀମା ଚାରି ହଜାର ପାଞ୍ଚ ଶହ ଓ ପଶ୍ଚିମ ସୀମା ଚାରି ହଜାର ପାଞ୍ଚ ଶହ ନଳ ହେବ।
17 A cidade terá terras de pasto: para o norte duzentos e cinqüenta, e para o sul duzentos e cinqüenta, e para o leste duzentos e cinqüenta, e para o oeste duzentos e cinqüenta.
ଆଉ, ନଗରର ତଳଭୂମି ରହିବ; ଉତ୍ତର ଆଡ଼େ ଦୁଇ ଶହ ପଚାଶ ନଳ, ଦକ୍ଷିଣ ଆଡ଼େ ଦୁଇ ଶହ ପଚାଶ, ପୂର୍ବ ଆଡ଼େ ଦୁଇ ଶହ ପଚାଶ ଓ ପଶ୍ଚିମ ଆଡ଼େ ଦୁଇ ଶହ ପଚାଶ ନଳ ଭୂମି ରହିବ।
18 O restante do comprimento, ao lado da santa oferta, será de dez mil para o leste e dez mil para o oeste; e será ao lado da santa oferta. Seu aumento será para alimentação daqueles que trabalham na cidade.
ପୁଣି, ପବିତ୍ର ଉପହାର ଭୂମି ଦୀର୍ଘତାନୁସାରେ ଯେଉଁ ଅବଶିଷ୍ଟ ଭୂମି, ତାହା ପୂର୍ବ ପ୍ରତି ଦଶ ହଜାର; ପଶ୍ଚିମ ପ୍ରତି ଦଶ ହଜାର ନଳ ହେବ ଓ ତାହା ପବିତ୍ର ଉପହାର ଭୂମିର ସମ୍ମୁଖବର୍ତ୍ତୀ ହେବ ଓ ତଦ୍ୟୁତ୍ପନ୍ନ ଦ୍ରବ୍ୟ ନଗରର ପରିଶ୍ରମକାରୀମାନଙ୍କ ଭକ୍ଷ୍ୟ ନିମନ୍ତେ ହେବ।
19 Aqueles que trabalharem na cidade, de todas as tribos de Israel, cultivá-la-ão.
ଆଉ, ଇସ୍ରାଏଲର ଯାବତୀୟ ଗୋଷ୍ଠୀ ମଧ୍ୟରୁ ନଗରରେ ଶ୍ରମକାରୀମାନେ ତାହା କୃଷି କରିବେ।
20 Toda a oferta será uma praça de vinte e cinco mil por vinte e cinco mil. A oferta será oferecida como uma oferta santa, com a posse da cidade.
ସମୁଦାୟ ଉପହାର ଭୂମି ପଚିଶ ହଜାର ନଳ ଦୀର୍ଘ ଓ ପଚିଶ ହଜାର ନଳ ପ୍ରସ୍ଥ ହେବ; ତୁମ୍ଭେମାନେ ନଗର ଅଧିକାର ସହିତ ଚତୁଃଷ୍କୋଣ ପବିତ୍ର ଉପହାର ଭୂମି ନିବେଦନ କରିବ।
21 “O restante será para o príncipe, de um lado e do outro da oferta santa e da posse da cidade; em frente aos vinte e cinco mil da oferta em direção à fronteira leste, e em frente aos vinte e cinco mil em direção à fronteira oeste, ao lado das porções, será para o príncipe. A santa oferenda e o santuário da casa estarão no meio dela.
ପୁଣି, ପବିତ୍ର ଉପହାର ଭୂମିର ଓ ନଗର ଅଧିକାରର ଏପାଖରେ ଓ ସେପାଖରେ ଅବଶିଷ୍ଟ ଭୂମି ଅଧିପତିଙ୍କର ହେବ; ଅର୍ଥାତ୍, ଅନ୍ୟାନ୍ୟ ଅଂଶର ଅନୁସାରେ ପୂର୍ବ ସୀମା ଆଡ଼େ ପଚିଶ ହଜାର ନଳ ପରିମିତ ଉପହାର ଭୂମିର ସମ୍ମୁଖସ୍ଥ ଭୂମି ଓ ପଶ୍ଚିମ ଦିଗରେ ପଶ୍ଚିମ ଆଡ଼େ ପଚିଶ ହଜାର ନଳ ପରିମିତ ଭୂମିର ସମ୍ମୁଖସ୍ଥ ଭୂମି ଅଧିପତିଙ୍କର ହେବ; ଆଉ, ପବିତ୍ର ଉପହାର ଭୂମି ଓ ଗୃହର ପବିତ୍ର ସ୍ଥାନ ତହିଁର ମଧ୍ୟସ୍ଥିତ ହେବ।
22 Além disso, da posse dos levitas, e da posse da cidade, estando no meio do que é do príncipe, entre a fronteira de Judá e a fronteira de Benjamim, será para o príncipe.
ଆହୁରି, ଅଧିପତିଙ୍କ ଅଂଶ ମଧ୍ୟସ୍ଥିତ ଲେବୀୟମାନଙ୍କ ଅଧିକାରର ସୀମା ଓ ନଗର ଅଧିକାରର ସୀମାଠାରୁ (ଯେଉଁ ଭୂମି) ଯିହୁଦା ଓ ବିନ୍ୟାମୀନ୍ର ସୀମାର ମଧ୍ୟବର୍ତ୍ତୀ ଅଛି, ତାହା ଅଧିପତିଙ୍କ ପାଇଁ ହେବ।
23 “Quanto ao resto das tribos: do lado leste ao lado oeste, Benjamin, uma porção.
ଅବଶିଷ୍ଟ ଗୋଷ୍ଠୀମାନଙ୍କ ବିଷୟ: ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ବିନ୍ୟାମୀନ୍ର ଏକ ଅଂଶ।
24 “Junto à fronteira de Benjamin, do lado leste ao lado oeste, Simeon, uma porção.
ବିନ୍ୟାମୀନ୍ର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଶିମୀୟୋନର ଏକ ଅଂଶ
25 “Junto à fronteira de Simeon, do lado leste para o lado oeste, Issachar, uma porção.
ପୁଣି, ଶିମୀୟୋନର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଇଷାଖରର ଏକ ଅଂଶ।
26 “Na fronteira de Issachar, do lado leste para o lado oeste, Zebulun, uma porção.
ଆଉ, ଇଷାଖରର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ସବୂଲୂନର ଏକ ଅଂଶ।
27 “Junto à fronteira de Zebulun, do lado leste ao lado oeste, Gad, uma porção.
ସବୂଲୂନର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ; ଗାଦ୍ର ଏକ ଅଂଶ।
28 “Na fronteira de Gad, no lado sul, ao sul, a fronteira será mesmo desde Tamar até as águas de Meribath Kadesh, até o riacho, até o grande mar.
ପୁଣି, ଗାଦ୍ର ସୀମା ନିକଟସ୍ଥ ଦକ୍ଷିଣ ଆଡ଼େ ଦକ୍ଷିଣ ସୀମା ନିକଟରେ ତାମରଠାରୁ ମରୀବତ୍-କାଦେଶସ୍ଥ ଜଳ ପର୍ଯ୍ୟନ୍ତ, ଅର୍ଥାତ୍, ମିସରର ନଦୀ ଓ ମହାସମୁଦ୍ର ପର୍ଯ୍ୟନ୍ତ (ଦେଶର) ସୀମା ହେବ।
29 “Esta é a terra que você dividirá por sorteio para as tribos de Israel por herança, e estas são suas várias porções, diz o Senhor Javé.
ତୁମ୍ଭେମାନେ ଇସ୍ରାଏଲ ଗୋଷ୍ଠୀଗଣର ଉତ୍ତରାଧିକାର ନିମନ୍ତେ ଯେଉଁ ଦେଶ ଗୁଲିବାଣ୍ଟ ଦ୍ୱାରା ବିଭାଗ କରିବ, ତାହା ଏହି ଓ ଏହିସବୁ ସେମାନଙ୍କର ଭିନ୍ନ ଭିନ୍ନ ଅଂଶ ହେବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
30 “Estas são as saídas da cidade: No lado norte quatro mil e quinhentas canas por medida;
ଆଉ, ଏହିସବୁ ନଗରର ନିର୍ଗମନ ସ୍ଥାନ ହେବ; ଉତ୍ତର ଆଡ଼େ ଚାରି ହଜାର ପାଞ୍ଚ ଶହ ଦଣ୍ଡ ପରିମିତ ଭୂମି
31 e as portas da cidade terão o nome das tribos de Israel, três portas para o norte: a porta de Rúben, uma; a porta de Judá, uma; a porta de Levi, uma.
ଓ ନଗରର ଦ୍ୱାରସକଳ ଇସ୍ରାଏଲ ଗୋଷ୍ଠୀଗଣର ନାମାନୁସାରେ ହେବ; ଉତ୍ତର ଆଡ଼େ ତିନି ଦ୍ୱାର ହେବ; ଅର୍ଥାତ୍, ରୁବେନ୍ର ଏକ ଦ୍ୱାର; ଯିହୁଦାର ଏକ ଦ୍ୱାର; ଲେବୀର ଏକ ଦ୍ୱାର;
32 “No lado leste quatro mil e quinhentas canas e três portões: até o portão de José, um; o portão de Benjamim, um; o portão de Dan, um.
ପୁଣି, ପୂର୍ବ ଆଡ଼େ ଚାରି ହଜାର ପାଞ୍ଚ ଶହ ଦଣ୍ଡ ଭୂମି ଓ ତିନି ଦ୍ୱାର ହେବ; ଅର୍ଥାତ୍, ଯୋଷେଫର ଏକ ଦ୍ୱାର, ବିନ୍ୟାମୀନ୍ର ଏକ ଦ୍ୱାର, ଦାନ୍ର ଏକ ଦ୍ୱାର;
33 “No lado sul quatro mil e quinhentas canas por medida, e três portões: o portão de Simeon, um; o portão de Issachar, um; o portão de Zebulun, um.
ଆଉ, ଦକ୍ଷିଣ ଆଡ଼େ ଚାରି ହଜାର ପାଞ୍ଚ ଶହ ଦଣ୍ଡ ପରିମିତ ଭୂମି ଓ ତିନି ଦ୍ୱାର ହେବ; ଶିମୀୟୋନର ଏକ ଦ୍ୱାର; ଇଷାଖରର ଏକ ଦ୍ୱାର; ସବୂଲୂନର ଏକ ଦ୍ୱାର;
34 “No lado oeste quatro mil e quinhentas canas, com seus três portões: o portão de Gad, um; o portão de Asher, um; o portão de Naftali, um.
ପଶ୍ଚିମ ଆଡ଼େ ଚାରି ହଜାର ପାଞ୍ଚ ଶହ ଦଣ୍ଡ ଭୂମି ଓ ତିନି ଦ୍ୱାର ହେବ; ଗାଦ୍ର ଏକ ଦ୍ୱାର; ଆଶେରର ଏକ ଦ୍ୱାର; ନପ୍ତାଲିର ଏକ ଦ୍ୱାର ହେବ।
35 “Serão dezoito mil canas em circunferência; e o nome da cidade a partir desse dia será: “Yahweh está lá”.
ଚତୁର୍ଦ୍ଦିଗ ଅଠର ହଜାର ଦଣ୍ଡ ପରିମିତ ହେବ, ଆଉ ‘ସଦାପ୍ରଭୁ ତହିଁ ବିଦ୍ୟମାନ,’ ସେହି ଦିନଠାରୁ ନଗରର ଏହି ନାମ ହେବ।”