< Gênesis 30 >
1 E vendo Raquel que não dava filhos a Jacó, teve inveja de sua irmã, e dizia a Jacó: Dá-me filhos, ou senão, morro.
ଏଥିଉତ୍ତାରେ ଆପଣାଠାରୁ ଯାକୁବର ପୁତ୍ର ଜନ୍ମ ହେଲା ନାହିଁ, ଏହା ଦେଖି ରାହେଲ ଆପଣା ଭଗିନୀ ପ୍ରତି ଈର୍ଷା କରି ଯାକୁବକୁ କହିଲା, “ମୋତେ ସନ୍ତାନ ଦିଅ, ନୋହିଲେ ମୁଁ ମରିବି।”
2 E Jacó se irritava contra Raquel, e dizia: Estou eu em lugar de Deus, que te impediu o fruto de teu ventre?
ତହିଁରେ ରାହେଲ ପ୍ରତି ଯାକୁବର କ୍ରୋଧ ପ୍ରଜ୍ୱଳିତ ହେଲା; ପୁଣି, ସେ କହିଲା, “ମୁଁ କʼଣ ପରମେଶ୍ୱରଙ୍କର ପ୍ରତିନିଧି? ସେ ସିନା ତୁମ୍ଭକୁ ଗର୍ଭଫଳ ଦେଇ ନାହାନ୍ତି।”
3 E ela disse: Eis aqui minha serva Bila; deita-te com ela, e dará à luz sobre meus joelhos, e eu também terei filhos por meio dela.
ସେତେବେଳେ ରାହେଲ କହିଲା, “ଏହି ଦେଖ, ମୋହର ଦାସୀ ବିଲ୍ହା ଅଛି, ତାହାର ସହବାସ କର; ସେ ପୁତ୍ର ପ୍ରସବ କରି ମୋʼ କୋଳରେ ଦେଲେ ତାହା ଯୋଗୁଁ ମୁଁ ମଧ୍ୟ ପୁତ୍ରବତୀ ହେବି।”
4 Assim lhe deu a Bila sua serva por mulher; e Jacó se deitou com ela.
ପୁଣି, ସେ ଆପଣା ଦାସୀ ବିଲ୍ହାକୁ ତାହା ସହିତ ବିବାହ ଦେଲା।
5 E concebeu Bila, e deu à luz a Jacó um filho.
ତହୁଁ ଯାକୁବ ତାହାର ସହବାସ କରନ୍ତେ, ବିଲ୍ହା ଗର୍ଭବତୀ ହୋଇ ଯାକୁବର ଗୋଟିଏ ପୁତ୍ର ପ୍ରସବ କଲା।
6 E disse Raquel: Julgou-me Deus, e também ouviu minha voz, e deu-me um filho. Portanto chamou seu nome Dã.
ସେତେବେଳେ ରାହେଲ କହିଲା, “ପରମେଶ୍ୱର ମୋହର ବିଚାର କଲେ, ମଧ୍ୟ ମୋହର କାକୂକ୍ତି ଶୁଣି ମୋତେ ପୁତ୍ର ଦେଲେ,” ଏଥିପାଇଁ ସେ ତାହାର ନାମ ଦାନ୍ (ବିଚାର) ରଖିଲା।
7 E concebeu outra vez Bila, a serva de Raquel, e deu à luz o segundo filho a Jacó.
ଏଥିଉତ୍ତାରେ ରାହେଲର ଦାସୀ ବିଲ୍ହା ପୁନର୍ବାର ଗର୍ଭଧାରଣ କରି ଯାକୁବ ପାଇଁ ଦ୍ୱିତୀୟ ପୁତ୍ର ପ୍ରସବ କଲା।
8 E disse Raquel: Com lutas de Deus disputei com minha irmã, e venci. E chamou seu nome Naftali.
ସେତେବେଳେ ରାହେଲ କହିଲା, “ମୁଁ ଭଗିନୀ ସହିତ ପରମେଶ୍ୱର ସମ୍ବନ୍ଧୀୟ ମଲ୍ଲଯୁଦ୍ଧ କରି ଜୟ କଲି,” ଏଥିପାଇଁ ସେ ତାହାର ନାମ ନପ୍ତାଲି (ମଲ୍ଲଯୁଦ୍ଧ) ରଖିଲା।
9 E vendo Lia que havia deixado de dar à luz, tomou a Zilpa sua serva, e deu-a a Jacó por mulher.
ଏଥିଉତ୍ତାରେ ଲେୟା ଆପଣାର ଗର୍ଭନିବୃତ୍ତି ବୁଝି ଆପଣାର ସିଳ୍ପା ନାମ୍ନୀ ଦାସୀକୁ ଘେନି ଯାକୁବ ସହିତ ବିବାହ ଦେଲା।
10 E Zilpa, serva de Lia, deu à luz a Jacó um filho.
ତହିଁରେ ଲେୟାର ଦାସୀ ସିଳ୍ପାଠାରୁ ଯାକୁବର ଗୋଟିଏ ପୁତ୍ର ଜାତ ହେଲା।
11 E disse Lia: Veio a boa sorte. E chamou seu nome Gade.
ତହୁଁ ଲେୟା କହିଲା, “ଏ କି ସୌଭାଗ୍ୟ!” ଏଥିପାଇଁ ତାହାର ନାମ ଗାଦ୍ (ସୌଭାଗ୍ୟ) ରଖିଲା।
12 E Zilpa, a sirva de Lia, deu à luz outro filho a Jacó.
ଏଥିଉତ୍ତାରେ ଲେୟାର ଦାସୀ ସିଳ୍ପା ଯାକୁବ ପାଇଁ ଦ୍ୱିତୀୟ ପୁତ୍ର ପ୍ରସବ କଲା।
13 E disse Lia: Para alegria minha; porque as mulheres me chamarão de feliz; e chamou seu nome Aser.
ତହିଁରେ ଲେୟା କହିଲା, “ମୋହର କି ଆନନ୍ଦ! ଯୁବତୀଗଣ ମୋତେ ଆନନ୍ଦିନୀ ବୋଲିବେ,” ଏଥିପାଇଁ ସେ ତାହାର ନାମ ଆଶେର (ଆନନ୍ଦ) ରଖିଲା।
14 E foi Rúben em tempo da colheita dos trigos, e achou mandrágoras no campo, e trouxe-as a sua mãe Lia; e disse Raquel a Lia: Rogo-te que me dês das mandrágoras de teu filho.
ଏଥିଉତ୍ତାରେ ଗହମ କଟା ସମୟରେ ରୁବେନ୍ ବାହାରେ ଯାଇ କ୍ଷେତରୁ ଦୂଦାଫଳ ପାଇ ଆଣି ଆପଣା ମାତା ଲେୟାକୁ ଦେଲା। ତହୁଁ ରାହେଲ ଲେୟାକୁ କହିଲା, “ତୁମ୍ଭ ପୁତ୍ର ଆଣିଥିବା ଦୂଦାଫଳ କିଛି ମୋତେ ଦିଅ।”
15 E ela respondeu: É pouco que tenhas tomado meu marido, mas também levarás as mandrágoras de meu filho? E disse Raquel: Ele, pois, dormirá contigo esta noite pelas mandrágoras de teu filho.
ତହିଁରେ ସେ କହିଲା, “ତୁମ୍ଭେ ମୋʼ ସ୍ୱାମୀକୁ ହରଣ କରିଅଛ, ଏ କି ଅଳ୍ପ ବିଷୟ? ତୁମ୍ଭେ ମୋʼ ପୁତ୍ରର ଦୂଦାଫଳ ମଧ୍ୟ କି ହରଣ କରିବ?” ତେବେ ରାହେଲ କହିଲା, “ତୁମ୍ଭର ପୁତ୍ରର ଦୂଦାଫଳ ପରିବର୍ତ୍ତରେ ସେ ଆଜି ରାତ୍ର ତୁମ୍ଭ ସଙ୍ଗେ ଶୟନ କରିବେ।”
16 E quando Jacó voltava do campo à tarde, Lia saiu ao encontro dele, e lhe disse: Deitarás comigo, porque em verdade te aluguei em troca das mandrágoras de meu filho. E dormiu com ela naquela noite.
ଏଥିଉତ୍ତାରେ ସନ୍ଧ୍ୟା ବେଳେ କ୍ଷେତ୍ରରୁ ଯାକୁବର ଆଗମନ ସମୟରେ ଲେୟା ତାହା ସହିତ ସାକ୍ଷାତ କରିବା ନିମିତ୍ତ ବାହାରକୁ ଯାଇ କହିଲା, “ତୁମ୍ଭକୁ ମୋʼ କତିକି ଆସିବାକୁ ହେବ; କାରଣ ମୁଁ ଆପଣା ପୁତ୍ରର ଦୂଦାଫଳ ଦେଇ ତୁମ୍ଭକୁ ଭଡ଼ା ନେଲି।” ଏଣୁ ସେ ସେହି ରାତ୍ରି ତାହା ସହିତ କ୍ଷେପଣ କଲା।
17 E ouviu Deus a Lia; e concebeu, e deu à luz a Jacó o quinto filho.
ତହିଁରେ ପରମେଶ୍ୱର ଲେୟାର ପ୍ରାର୍ଥନା ଶୁଣନ୍ତେ, ସେ ଗର୍ଭବତୀ ହୋଇ ଯାକୁବର ପଞ୍ଚମ ପୁତ୍ର ପ୍ରସବ କଲା।
18 E disse Lia: Deus me deu minha recompensa, porque dei minha serva a meu marido; por isso chamou seu nome Issacar.
ତେବେ ଲେୟା କହିଲା, “ମୁଁ ସ୍ୱାମୀକୁ ଆପଣା ଦାସୀ ଦେଇଥିଲି, ପରମେଶ୍ୱର ତାହାର ବେତନ ମୋତେ ଦେଇଅଛନ୍ତି,” ଏହେତୁ ସେ ତାହାର ନାମ ଇଷାଖର ରଖିଲା।
19 E concebeu Lia outra vez, e deu à luz o sexto filho a Jacó.
ଏଥିଉତ୍ତାରେ ଲେୟା ପୁନର୍ବାର ଗର୍ଭଧାରଣ କରି ଯାକୁବର ଷଷ୍ଠ ପୁତ୍ର ପ୍ରସବ କଲା।
20 E disse Lia: Deus me deu uma boa dádiva: agora meu marido morará comigo, porque lhe dei seis filhos; e chamou seu nome Zebulom.
ତହୁଁ ଲେୟା କହିଲା, “ପରମେଶ୍ୱର ମୋତେ ଉତ୍ତମ ଯୌତୁକ ଦେଲେ; ଏବେ ମୋʼ ସ୍ୱାମୀ ମୋʼ ସଙ୍ଗେ ବାସ କରିବେ, ଯେହେତୁ ମୁଁ ତାଙ୍କର ଛଅ ପୁତ୍ର ଜନ୍ମ କରିଅଛି,” ଏହେତୁ ସେ ତାହାର ନାମ ସବୂଲୂନ ରଖିଲା।
21 E depois deu à luz uma filha, e chamou seu nome Diná.
ଏଉତ୍ତାରେ ସେ ଏକ କନ୍ୟା ପ୍ରସବ କରନ୍ତେ, ତାହାର ନାମ ଦୀଣା ରଖିଲା।
22 E lembrou-se Deus de Raquel, e Deus a ouviu, e abriu sua madre.
ଏଥିଉତ୍ତାରେ ପରମେଶ୍ୱର ରାହେଲକୁ ସ୍ମରଣ କଲେ ଓ ପରମେଶ୍ୱର ତାହାର ପ୍ରାର୍ଥନା ଶୁଣି ତାହାକୁ ଗର୍ଭଧାରଣର ଶକ୍ତି ଦେଲେ।
23 E concebeu, e deu à luz um filho: e disse: Deus tirou minha humilhação;
ତହୁଁ ସେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରି କହିଲା, “ପରମେଶ୍ୱର ଏବେ ମୋହର ଅପମାନ ଦୂର କଲେ।”
24 E chamou seu nome José, dizendo: Acrescente-me o SENHOR outro filho.
ଏଣୁ ସେ ତାହାର ନାମ ଯୋଷେଫ ଦେଇ, କହିଲା, “ସଦାପ୍ରଭୁ ମୋତେ ଆଉ ଏକ ପୁତ୍ର ଦିଅନ୍ତୁ।”
25 E aconteceu, quando Raquel havia dado à luz a José, que Jacó disse a Labão: Permite-me ir embora, e irei a meu lugar, e à minha terra.
ଆଉ ରାହେଲଠାରୁ ଯୋଷେଫ ଜନ୍ମ ହେଲା ଉତ୍ତାରେ ଯାକୁବ ଲାବନକୁ କହିଲା, “ମୋତେ ବିଦାୟ କର, ମୁଁ ସ୍ୱ ସ୍ଥାନକୁ ଓ ନିଜ ଦେଶକୁ ଯିବି।
26 Dá-me minhas mulheres e meus filhos, pelas quais servi contigo, e deixa-me ir; pois tu sabes os serviços que te fiz.
ମୁଁ ଯେଉଁମାନଙ୍କ ନିମନ୍ତେ ତୁମ୍ଭର ଦାସ୍ୟକର୍ମ କରିଅଛି, ମୋହର ସେହି ଭାର୍ଯ୍ୟାମାନଙ୍କୁ ଓ ପୁତ୍ରଗଣକୁ ନେଇ ଯିବାକୁ ଦିଅ; ଯେହେତୁ ଯେଉଁ ପ୍ରକାରେ ତୁମ୍ଭର ଦାସ୍ୟକର୍ମ କରିଅଛି, ତାହା ତୁମ୍ଭେ ଜ୍ଞାତ ଅଟ।”
27 E Labão lhe respondeu: Ache eu agora favor em teus olhos, e fica-te; experimentei que o SENHOR me abençoou por tua causa.
ସେତେବେଳେ ଲାବନ ତାହାକୁ କହିଲା, “ବିନୟ କରୁଅଛି, ତୁମ୍ଭେ ମୋʼ ପ୍ରତି ଅନୁଗ୍ରହ କର, କାରଣ ତୁମ୍ଭ ସକାଶୁ ସଦାପ୍ରଭୁ ମୋତେ ଆଶୀର୍ବାଦ କରିଅଛନ୍ତି, ଏହା ମୁଁ ଗଣକତା ଦ୍ୱାରା ଜାଣିଅଛି।”
28 E disse: Define-me teu salário, que eu o darei.
ଏହେତୁ “ତୁମ୍ଭେ ଆପେ ନିଜ ବେତନ ସ୍ଥିର କର, ମୁଁ ତାହା ତୁମ୍ଭକୁ ଦେବି।”
29 E ele respondeu: Tu sabes como te servi, e como esteve teu gado comigo;
ତହୁଁ ଯାକୁବ ତାହାଙ୍କୁ କହିଲା, “ମୁଁ ତୁମ୍ଭର ଯେଉଁ ପ୍ରକାର ଦାସ୍ୟକର୍ମ କରିଅଛି ଓ ମୋʼ ନିକଟରେ ତୁମ୍ଭର ପଶୁଗଣ ଯେପରି ଅଛନ୍ତି, ତାହା ତୁମ୍ଭକୁ ଜଣାଅଛି।
30 Porque pouco tinhas antes de minha vinda, e cresceu em grande número; e o SENHOR te abençoou com minha chegada: e agora quando tenho de fazer eu também por minha própria casa?
କାରଣ, ମୋହର ଆସିବା ପୂର୍ବରେ ତୁମ୍ଭର ଅଳ୍ପ ସମ୍ପତ୍ତି ଥିଲା, ମାତ୍ର ଏବେ ବୃଦ୍ଧି ପାଇ ପ୍ରଚୁର ହୋଇଅଛି; ପୁଣି, ମୁଁ ଯେକୌଣସି ଜାଗାକୁ ତୁମ୍ଭର ମେଷପଲକୁ ଚରାଇବାକୁ ନେଲି ସଦାପ୍ରଭୁ ତୁମ୍ଭର ମଙ୍ଗଳ କରିଅଛନ୍ତି; ମାତ୍ର ମୁଁ ଆପଣା ପରିବାର ନିମନ୍ତେ କେବେ ସଞ୍ଚୟ କରିବି?”
31 E ele disse: Que te darei? E respondeu Jacó: Não me dês nada; se fizeres por mim isto, voltarei a apascentar tuas ovelhas.
ତହିଁରେ ଲାବନ କହିଲା, “ମୁଁ ତୁମ୍ଭକୁ କଅଣ ଦେବି?” ଯାକୁବ କହିଲା, “ତୁମ୍ଭକୁ କିଛି ଦେବାକୁ ପଡ଼ିବ ନାହିଁ; ଯଦି ତୁମ୍ଭେ ମୋʼ ପାଇଁ ଗୋଟିଏ କର୍ମ କରିବ, ତେବେ ମୁଁ ତୁମ୍ଭର ପଶୁମାନଙ୍କୁ ପୁନର୍ବାର ଚରାଇ ପ୍ରତିପାଳନ କରିବି।
32 Eu passarei hoje por todas tuas ovelhas, pondo à parte todas as reses manchadas e de cor variada, e todas as reses de cor escura entre as ovelhas, e as manchadas e de cor variada entre as cabras; e isto será meu salário.
ଆଜି ମୁଁ ତୁମ୍ଭର ସକଳ ପଲ ମଧ୍ୟଦେଇ ଯାଇ ମେଷଗଣ ମଧ୍ୟରୁ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ଓ କଳାବର୍ଣ୍ଣର ମେଷମାନଙ୍କୁ, ପୁଣି, ଛାଗଳଗଣ ମଧ୍ୟରୁ ବିନ୍ଦୁଚିହ୍ନିତ ଓ ଚିତ୍ରବିଚିତ୍ର ଛାଗଳମାନଙ୍କୁ ପୃଥକ କରିବି; ସେହି ସବୁ ମୋହର ବେତନ ସ୍ୱରୂପ ହେବ।
33 Assim responderá por mim minha justiça amanhã quando me vier meu salário diante de ti: toda a que não for pintada nem manchada nas cabras e de cor escura nas ovelhas minhas, se me há de ter para furto.
ଏଥିଉତ୍ତାରେ ଯେତେବେଳେ ତୁମ୍ଭ ସାକ୍ଷାତରେ ମୋହର ବେତନ ବିଷୟ ଉପସ୍ଥିତ ହେବ, ସେତେବେଳେ ମୋହର ଧାର୍ମିକତା ମୋʼ ବିଷୟରେ ସାକ୍ଷ୍ୟ ଦେବ, ଅର୍ଥାତ୍, ଛାଗଳମାନଙ୍କ ମଧ୍ୟରେ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ଛାଗଳ ଭିନ୍ନ ଓ ମେଷଗଣ ମଧ୍ୟରେ କଳାବର୍ଣ୍ଣର ମେଷ ଭିନ୍ନ ଯେତେ ଥିବେ, ତାହା ମୋହର ଚୋରି ରୂପେ ଗଣ୍ୟ ହେବ।”
34 E disse Labão: Eis que seja como tu dizes.
ତହୁଁ ଲାବନ କହିଲା, “ଭଲ, ତୁମ୍ଭ କଥାନୁସାରେ ହେଉ।”
35 Porém ele separou naquele mesmo dia os machos de bode rajados e manchados; e todas as cabras manchadas e de cor variada, e toda rês que tinha em si algo de branco, e todas as de cor escura entre as ovelhas, e as pôs em mãos de seus filhos;
ଏଥିଉତ୍ତାରେ ସେ ସେହି ଦିନ ରେଖାଙ୍କିତ ଓ ବିନ୍ଦୁଚିହ୍ନିତ ଛାଗସକଳ ଓ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ମଧ୍ୟ କିଞ୍ଚିତ ଶୁକ୍ଳବର୍ଣ୍ଣ ଛାଗୀସକଳ, ପୁଣି, କଳାବର୍ଣ୍ଣର ମେଷସକଳ ପୃଥକ ପୃଥକ କରି ଆପଣା ପୁତ୍ରମାନଙ୍କ ହସ୍ତରେ ସମର୍ପଣ କଲା;
36 E pôs três dias de caminho entre si e Jacó: e Jacó apascentava as outras ovelhas de Labão.
ଆଉ ସେ ଆପଣାର ଓ ଯାକୁବର ମଧ୍ୟରେ ତିନି ଦିନର ପଥରୁ ଦୂରରେ ରଖିଲା; ପୁଣି, ଯାକୁବ ଲାବନର ଅବଶିଷ୍ଟ ପଶୁପଲ ଚରାଇବାକୁ ଲାଗିଲା।
37 E tomou para si Jacó varas de álamo verdes, e de aveleira, e de plátano, e descascou nelas mondaduras brancas, descobrindo assim o branco das varas.
ଆଉ ଯାକୁବ ଲିବ୍ନୀ ଓ ଲୂସ୍ ଓ ଅର୍ମୋନ୍ ବୃକ୍ଷର ନୂତନ ଶାଖା କାଟି ତହିଁରୁ ବଳ୍କଳ କାଢ଼ି କାଷ୍ଠର ଶୁକ୍ଳରେଖା ବାହାର କଲା।
38 E pôs as varas que havia riscado nos bebedouros, diante do gado, nos bebedouros da água aonde vinham a beber as ovelhas, as quais se aqueciam vindo a beber.
ଏଥିଉତ୍ତାରେ ଯେଉଁ ସ୍ଥାନକୁ ପଶୁଗଣ ଜଳ ପାନ କରିବା ନିମନ୍ତେ ଆସନ୍ତି, ସେହି ସ୍ଥାନରେ ସେମାନଙ୍କ ସମ୍ମୁଖସ୍ଥ ଜଳକୁଣ୍ଡ ମଧ୍ୟରେ ସେହି ବଳ୍କଳଶୂନ୍ୟ ଶାଖାସବୁ ଉଚ୍ଚ କରି ରଖିଲା; ତହୁଁ ଜଳ ପାନ କରିବା ସମୟରେ ସେମାନେ ଫଳବତୀ ହେଲେ।
39 E concebiam as ovelhas diante das varas, e geravam crias listradas, pintadas e salpicadas de diversas cores.
ପୁଣି, ସେହି ଶାଖା ନିକଟରେ ସେମାନଙ୍କର ସଙ୍ଗମ ହେବାରୁ ପଶୁମାନେ ରେଖାଙ୍କିତ ଓ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ ଛୁଆ ପ୍ରସବ କଲେ।
40 E separava Jacó os cordeiros, e os punha com seu rebanho, os listradas, e tudo o que era escuro no rebanho de Labão. E punha seu rebanho à parte, e não o punha com as ovelhas de Labão.
ତହିଁରେ ଯାକୁବ ସେହି ଛୁଆମାନଙ୍କୁ ଭିନ୍ନ ଭିନ୍ନ କଲା, ପୁଣି, ଲାବନର ରେଖାଙ୍କିତ ଓ କଳାବର୍ଣ୍ଣର ସବୁ ମେଷ ପ୍ରତି ମେଷୀମାନଙ୍କର ଦୃଷ୍ଟି ରଖାଇଲା; ଏହି ପ୍ରକାରେ ସେ ଲାବନର ପଲ ସହିତ ଆପଣା ପଲ ନ ରଖି ପୃଥକ କଲା।
41 E sucedia que quantas vezes se aqueciam as fortes, Jacó punha as varas diante das ovelhas nos bebedouros, para que concebessem à vista das varas.
ପୁଣି, ବଳିଷ୍ଠ ପଶୁଗଣ ଯେପରି ଶାଖା ନିକଟରେ ଗର୍ଭଧାରଣ କରନ୍ତି, ଏଥିପାଇଁ ଜଳକୁଣ୍ଡ ମଧ୍ୟରେ ପଶୁମାନଙ୍କ ସମ୍ମୁଖରେ ସେହି ଶାଖା ରଖିଲା; ମାତ୍ର ଦୁର୍ବଳ ପଶୁମାନଙ୍କ ସମ୍ମୁଖରେ ରଖିଲା ନାହିଁ;
42 E quando vinham as ovelhas fracas, não as punha: assim eram as fracas para Labão, e as fortes para Jacó.
ତହିଁରେ ଦୁର୍ବଳ ପଶୁଗଣ ଲାବନର ଓ ବଳିଷ୍ଠ ପଶୁଗଣ ଯାକୁବର ହେଲେ।
43 E cresceu o homem muito, e teve muitas ovelhas, e servas, servos, camelos, e asnos.
ଏହେତୁ ଯାକୁବ ଅତିଶୟ ବର୍ଦ୍ଧିଷ୍ଣୁ ହେଲା, ପୁଣି, ତାହାର ପଶୁ, ଦାସଦାସୀ, ଓଟ ଓ ଗର୍ଦ୍ଦଭ ଯଥେଷ୍ଟ ହେଲେ।