< Ezequiel 39 >
1 Tu pois, ó filho do homem, profetiza ainda contra Gog, e dize: Assim diz o Senhor Jehovah: Eis que eu estou contra ti, ó Gog, príncipe e chefe de Mesech e de Tubal.
“ପୁଣି, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଗୋଗ୍ ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ହେ ଗେଶର, ମେଶକ୍ର ଓ ତୁବଲ୍ର ଅଧିପତି ଗୋଗ୍, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ;
2 E te farei voltar, e te porei seis anzois, e te farei subir das bandas do norte, e te trarei aos montes de Israel.
ପୁଣି, ଆମ୍ଭେ ତୁମ୍ଭକୁ ବୁଲାଇବା ଓ ତୁମ୍ଭକୁ କଢ଼ାଇ ନେବା, ଆଉ ଉତ୍ତର ଦିଗର ପ୍ରାନ୍ତଭାଗରୁ ତୁମ୍ଭକୁ ଅଣାଇବା; ଆଉ, ଆମ୍ଭେ ଇସ୍ରାଏଲର ପର୍ବତସମୂହର ଉପରକୁ ତୁମ୍ଭକୁ ଆଣିବା;
3 E tirarei o teu arco da tua mão esquerda, e farei cair as tuas flechas da tua mão direita.
ପୁଣି, ଆମ୍ଭେ ଆଘାତ କରି ତୁମ୍ଭ ବାମ ହସ୍ତରୁ ତୁମ୍ଭ ଧନୁ ଖସାଇବା ଓ ତୁମ୍ଭର ଦକ୍ଷିଣ ହସ୍ତରୁ ତୁମ୍ଭ ତୀରସବୁ କଢ଼ାଇ ପକାଇବା।
4 Nos montes de Israel cairás, tu e todas as tuas tropas, e os povos que estão contigo; e às aves de rapina, e às aves de toda a aza, e aos animais do campo, te dei por pasto.
ଇସ୍ରାଏଲର ପର୍ବତଗଣ ଉପରେ ତୁମ୍ଭେ ପତିତ ହେବ, ତୁମ୍ଭର ସକଳ ସୈନ୍ୟଦଳ ଓ ତୁମ୍ଭ ସଙ୍ଗୀ ଗୋଷ୍ଠୀଗଣ ପତିତ ହେବେ; ଆମ୍ଭେ ସବୁ ପ୍ରକାର ହିଂସ୍ରକ ପକ୍ଷୀଗୁଡ଼ିକୁ ଓ କ୍ଷେତ୍ରସ୍ଥ ପଶୁଗଣର ଗ୍ରାସର ନିମନ୍ତେ ତୁମ୍ଭକୁ ସମର୍ପଣ କରିବା।
5 Sobre a face do campo cairás, porque eu o falei, diz o Senhor Jehovah.
ତୁମ୍ଭେ ପଡ଼ିଆରେ ପତିତ ହେବ; କାରଣ ଆମ୍ଭେ ଏହା କହିଅଛୁ, ପ୍ରଭୁ, ସଦାପ୍ରଭୁ ଏହା କହନ୍ତି।
6 E enviarei um fogo a MaGog, e entre os que habitam seguros nas ilhas; e saberão que eu sou o Senhor.
ପୁଣି, ଆମ୍ଭେ ମାଗୋଗ୍ର ଉପରେ ଓ ଦ୍ୱୀପସମୂହରେ ନିରାପଦରେ ବାସକାରୀମାନଙ୍କ ଉପରେ ଅଗ୍ନି ପ୍ରେରଣ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
7 E farei conhecido o meu santo nome no meio do meu povo Israel, e nunca mais deixarei profanar o meu santo nome; e as nações saberão que eu sou o Senhor, o Santo em Israel.
ଆଉ, ଆମ୍ଭେ ଆମ୍ଭର ଇସ୍ରାଏଲ ଲୋକଙ୍କ ମଧ୍ୟରେ ଆପଣା ପବିତ୍ର ନାମ ଜ୍ଞାତ କରାଇବା ଓ ଆମ୍ଭର ପବିତ୍ର ନାମ ଆଉ ଅପବିତ୍ରୀକୃତ ହେବାକୁ ଦେବା ନାହିଁ, ତହିଁରେ ଆମ୍ଭେ ଯେ ଇସ୍ରାଏଲ ମଧ୍ୟରେ ପବିତ୍ର ସଦାପ୍ରଭୁ ଅଟୁ, ଏହା ଗୋଷ୍ଠୀୟମାନେ ଜାଣିବେ।
8 Eis que é vindo, e será feito, diz o Senhor Jehovah: este é o dia de que tenho falado.
ଦେଖ, ତାହା ଆସୁଅଛି ଓ ତାହା ସିଦ୍ଧ ହେବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି; ଯେଉଁ ଦିନର ବିଷୟ ଆମ୍ଭେ କହିଅଛୁ, ଏହା ସେହି ଦିନ।
9 E os habitantes das cidades de Israel sairão, e acenderão fogo, e queimarão as armas, e os escudos e as rodelas, com os arcos, e com as flechas, e com os bastões de mão, e com as lanças; e acenderão fogo com elas por sete anos.
ପୁଣି, ଇସ୍ରାଏଲର ନଗରସମୂହରେ ବାସକାରୀ ଲୋକମାନେ ବାହାରେ ଯାଇ, ଢାଲ ଓ ଫଳକ, ଧନୁ ଓ ତୀର, ଆଉ ଯଷ୍ଟି ଓ ବର୍ଚ୍ଛା, ଏହି ସକଳ ଅସ୍ତ୍ରଶସ୍ତ୍ର ଅଗ୍ନିରେ ଜଳାଇବେ, ସେମାନେ ସାତ ବର୍ଷ ପର୍ଯ୍ୟନ୍ତ ସେହି ସବୁ ନେଇ ଅଗ୍ନିରେ ଜ୍ୱଳାଇବେ;
10 E não trarão lenha do campo, nem a cortarão dos bosques, mas com as armas acenderão fogo; e roubarão aos que os roubaram, e despojarão aos que os despojaram, diz o Senhor Jehovah.
ଏହିରୂପେ ସେମାନେ ପଦାରୁ କାଠ ଆଣିବେ ନାହିଁ; କି ବନରୁ କିଛି କାଟିବେ ନାହିଁ; କାରଣ ସେମାନେ ଅସ୍ତ୍ରଶସ୍ତ୍ର ନେଇ ଅଗ୍ନିରେ ଜ୍ୱଳାଇବେ; ଆଉ, ଆପଣା ଲୁଣ୍ଠନକାରୀମାନଙ୍କର ଧନ ଲୁଣ୍ଠନ କରିବେ ଓ ଯେଉଁମାନେ ସେମାନଙ୍କର ସମ୍ପତ୍ତି ଅପହରଣ କଲେ, ସେମାନଙ୍କର ସମ୍ପତ୍ତି ଅପହରଣ କରିବେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
11 E sucederá que, naquele dia, darei ali a Gog um lugar de sepultura em Israel, o vale dos que passam ao oriente do mar; e este tapará os narizes aos que passarem; e ali sepultarão a Gog, e a toda a sua multidão, e lhe chamarão o vale da multidão de Gog.
ପୁଣି, ଆମ୍ଭେ ସେହି ଦିନ ଗୋଗ୍କୁ ଇସ୍ରାଏଲ ମଧ୍ୟରେ କବର ସ୍ଥାନ ନିମନ୍ତେ, ସମୁଦ୍ରର ପୂର୍ବଦିଗସ୍ଥ ପଥିକମାନଙ୍କ ଉପତ୍ୟକା ଦେବା; ତାହା ପଥିକମାନଙ୍କର ଗମନ ରୋଧ କରିବ ଓ ସେତୁ ସ୍ଥାନରେ ଲୋକମାନେ ଗୋଗ୍କୁ ଓ ତାହାର ସମସ୍ତ ଲୋକସମୂହକୁ କବର ଦେବେ; ଆଉ, ସେହି ସ୍ଥାନକୁ ସେମାନେ ହାମୋନ-ଗୋଗ୍ର ଉପତ୍ୟକା ବୋଲି ନାମ ଦେବେ।
12 E a casa de Israel os enterrará por sete meses, para purificar a terra.
ପୁଣି, ଦେଶକୁ ଶୁଚି କରିବା ନିମନ୍ତେ ସେମାନଙ୍କୁ କବର ଦେବା ପାଇଁ ଇସ୍ରାଏଲ ବଂଶକୁ ସାତ ମାସ ଲାଗିବ।
13 Pois todo o povo da terra os enterrará, e lhes será de nomeada o dia em que eu for glorificado, diz o Senhor Jehovah.
ହଁ, ଦେଶର ସମସ୍ତ ଲୋକ ସେମାନଙ୍କୁ କବର ଦେବେ; ପୁଣି, ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଗୌରବାନ୍ୱିତ ହେବା ଦିନ ସେମାନଙ୍କ ପକ୍ଷରେ ତାହା ଯଶ ସ୍ୱରୂପ ହେବ।
14 E separarão uns homens que incessantemente passarão pela terra, para que eles, juntamente com os que passam, sepultem os que tiverem ficado sobre a face da terra, para a purificarem: ao cabo de sete meses farão esta busca.
ପୁଣି, ସେମାନେ ନିତ୍ୟ କାର୍ଯ୍ୟରେ ନିଯୁକ୍ତ ଲୋକମାନଙ୍କୁ ପୃଥକ କରିବେ, ସେହି ଲୋକମାନେ ଦେଶ ଶୁଚି କରିବା ପାଇଁ, ପଥିକମାନଙ୍କ ମଧ୍ୟରୁ ଭୂମିରେ ଅବଶିଷ୍ଟ ଥିବା ଲୋକମାନଙ୍କୁ କବର ଦେବା ନିମନ୍ତେ ଦେଶ ମଧ୍ୟଦେଇ ଗମନ କରିବେ; ସାତ ମାସ ଶେଷ ହେଲା ଉତ୍ତାରେ ସେମାନେ ଅନୁସନ୍ଧାନ କରିବେ।
15 E os que passam pela terra passarão, e, vendo algum o osso de um homem, lhe levantará ao pé um sinal, até que os enterradores o houverem enterrado no vale da multidão de Gog.
ପୁଣି, ସେହି ଗମନକାରୀମାନେ ଦେଶ ମଧ୍ୟଦେଇ ଗମନ କରିବେ ଓ କେହି ମନୁଷ୍ୟର ଅସ୍ଥି ଦେଖିଲେ ସେ ତାହା ନିକଟରେ ଗୋଟିଏ ଚିହ୍ନ ରଖିବ, ତହୁଁ କବର ଦେବା ଲୋକମାନେ ହାମୋନ-ଗୋଗ୍ ଉପତ୍ୟକାରେ ତାହାର କବର ଦେବେ।
16 E também o nome da cidade será Hamona: assim purificarão a terra.
ଆହୁରି, ଏକ ନଗରର ନାମ ‘ହାମୋନା’ (ଲୋକସମୂହ) ହେବ। ଏହିରୂପେ ସେମାନେ ଦେଶ ଶୁଚି କରିବେ।
17 Tu, pois, ó filho do homem, assim diz o Senhor Jehovah, dize às aves de toda a aza, e a todos os animais do campo: ajuntai-vos e vinde, congregai-vos de ao redor para o meu sacrifício, que eu sacrifiquei por vós, um sacrifício grande, nos montes de Israel, e comei carne e bebei sangue.
ପୁଣି, ହେ ମନୁଷ୍ୟ-ସନ୍ତାନ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ସବୁ ପ୍ରକାର ପକ୍ଷୀଗଣକୁ ଓ ପ୍ରତ୍ୟେକ ବନ୍ୟ ପଶୁକୁ କୁହ, ତୁମ୍ଭେମାନେ ଏକତ୍ର ହୋଇ ଆସ; ତୁମ୍ଭେମାନେ ମାଂସ ଖାଇବା ନିମନ୍ତେ ଓ ରକ୍ତ ପିଇବା ନିମନ୍ତେ ଆମ୍ଭ ଯଜ୍ଞର ଚାରିଆଡ଼େ ଏକତ୍ର ହୁଅ, ଆମ୍ଭେ ଇସ୍ରାଏଲର ପର୍ବତଗଣ ଉପରେ ତୁମ୍ଭମାନଙ୍କ ନିମନ୍ତେ ଯଜ୍ଞ, ଏକ ମହାଯଜ୍ଞ କରୁଅଛୁ।
18 Comereis a carne dos príncipes da terra; dos carneiros, dos cordeiros, e dos bodes, e dos bezerros, todos cevados de Basan.
ତୁମ୍ଭେମାନେ ବୀରମାନଙ୍କର ମାଂସ ଖାଇବ ଓ ଭୂପତିମାନଙ୍କର ରକ୍ତ ପିଇବ, ସେମାନେ ସମସ୍ତେ ବାଶନ ଦେଶୀୟ ହୃଷ୍ଟପୁଷ୍ଟ ମେଷ, ମେଷବତ୍ସ, ଛାଗ ଓ ବୃଷ ସ୍ୱରୂପ ଅଟନ୍ତି।
19 E comereis a gordura até vos fartardes, e bebereis o sangue até vos embebedardes, do meu sacrifício, que sacrifiquei por vós.
ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ ଯେଉଁ ଯଜ୍ଞ କରୁଅଛୁ, ଆମ୍ଭର ସେହି ଯଜ୍ଞରୁ ତୁମ୍ଭେମାନେ ତୃପ୍ତ ହେବା ପର୍ଯ୍ୟନ୍ତ ମେଦ ଖାଇବ ଓ ମତ୍ତ ହେବା ପର୍ଯ୍ୟନ୍ତ ରକ୍ତ ପିଇବ।
20 E vos fartareis à minha mesa, de cavalos, e de carros, de valentes, e de todos os homens de guerra, diz o Senhor Jehovah.
ଆଉ, ତୁମ୍ଭେମାନେ ଆମ୍ଭ ମେଜରେ ଅଶ୍ୱ, ରଥ, ବୀର ଓ ସବୁ ଯୋଦ୍ଧାମାନଙ୍କୁ ଖାଇ ତୃପ୍ତ ହେବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
21 E eu porei a minha glória entre as nações, e todas as nações verão o meu juízo, que eu tiver executado, e a minha mão, que sobre elas tiver carregado.
ପୁଣି, ଆମ୍ଭେ ଗୋଷ୍ଠୀଗଣଙ୍କ ମଧ୍ୟରେ ଆପଣାର ଗୌରବ ସ୍ଥାପନ କରିବା, ତହିଁରେ ଆମ୍ଭେ ଯାହା ସଫଳ କରିଅଛୁ, ଆମ୍ଭର ସେହି ଶାସନ ଓ ଆମ୍ଭେ ସେମାନଙ୍କ ଉପରେ ଆପଣାର ଯେଉଁ ହସ୍ତ ଥୋଇଅଛୁ, ତାହା ସକଳ ଗୋଷ୍ଠୀ ଦେଖିବେ।
22 E saberão os da casa de Israel que eu sou o Senhor seu Deus, desde aquele dia em diante.
ଏହିରୂପେ ସେହି ଦିନ ଓ ସେହି ଦିନଠାରୁ ଇସ୍ରାଏଲ ବଂଶ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ, ସେମାନଙ୍କର ପରମେଶ୍ୱର ଅଟୁ।
23 E as nações saberão que os da casa de Israel, por causa da sua iniquidade, foram levados em cativeiro, porque se rebelaram contra mim, e eu escondi deles a minha face, e os entreguei nas mãos de seus adversários, e todos cairam à espada.
ପୁଣି, ଗୋଷ୍ଠୀଗଣ ଜାଣିବେ ଯେ, ଇସ୍ରାଏଲ ବଂଶ ନିଜ ଅଧର୍ମ ସକାଶୁ ବନ୍ଦୀ ହୋଇ ଯାଇଥିଲେ, କାରଣ ସେମାନେ ଆମ୍ଭ ବିରୁଦ୍ଧରେ ସତ୍ୟ-ଲଙ୍ଘନ ଅପରାଧ କରିବାରୁ ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଲୁଚାଇଲୁ; ତହୁଁ ଆମ୍ଭେ ସେମାନଙ୍କୁ ସେମାନଙ୍କ ବିପକ୍ଷଗଣର ହସ୍ତରେ ସମର୍ପଣ କଲୁ, ତହିଁରେ ସେମାନେ ସମସ୍ତେ ଖଡ୍ଗ ଦ୍ୱାରା ହତ ହେଲେ।
24 Conforme a sua imundícia e conforme as suas prevaricações usei com eles, e escondi deles a minha face.
ସେମାନଙ୍କର ଅଶୁଚିତା, ଆଉ ସେମାନଙ୍କର ଅପରାଧ ଅନୁସାରେ ଆମ୍ଭେ ସେମାନଙ୍କ ପ୍ରତି ବ୍ୟବହାର କଲୁ ଓ ସେମାନଙ୍କଠାରୁ ଆପଣା ମୁଖ ଲୁଚାଇଲୁ।
25 Portanto assim diz o Senhor Jehovah: Agora tornarei a trazer os cativos de Jacob, e me compadecerei de toda a casa de Israel; zelarei pelo meu santo nome;
ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଏବେ ଆମ୍ଭେ ଯାକୁବର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା ଓ ସମୁଦାୟ ଇସ୍ରାଏଲ ବଂଶ ପ୍ରତି ଦୟା କରିବା; ଆଉ, ଆମ୍ଭେ ଆପଣା ପବିତ୍ର ନାମ ପକ୍ଷରେ ଉଦ୍ଯୋଗୀ ହେବା।
26 Quando houverem levado sobre si a sua vergonha, e toda a sua rebeldia, com que se rebelaram contra mim, habitando eles seguros na sua terra, sem haver quem os espantasse.
ପୁଣି, ସେମାନେ ଯେତେବେଳେ ଆପଣାମାନଙ୍କ ଦେଶରେ ନିରାପଦରେ ବାସ କରିବେ ଓ କେହି ସେମାନଙ୍କୁ ଭୟ ନ ଦେଖାଇବ, ଯେତେବେଳେ ଆମ୍ଭେ ନାନା ଗୋଷ୍ଠୀ ମଧ୍ୟରୁ ସେମାନଙ୍କୁ ପୁନର୍ବାର ଆଣିବା ଓ ସେମାନଙ୍କ ଶତ୍ରୁଗଣର ଦେଶରୁ ସେମାନଙ୍କୁ ସଂଗ୍ରହ କରିବା, ଆଉ ଅନେକ ଗୋଷ୍ଠୀ ସାକ୍ଷାତରେ ସେମାନଙ୍କ ମଧ୍ୟରେ ପବିତ୍ରୀକୃତ ହେବା;
27 Quando eu os tornar a trazer de entre os povos, e os houver ajuntado das terras de seus inimigos, e eu for santificado neles aos olhos de muitas nações,
ସେତେବେଳେ ସେମାନେ ଆପଣାମାନଙ୍କର ଅପମାନ ଓ ଆମ୍ଭ ବିରୁଦ୍ଧରେ ଯେଉଁସବୁ ସତ୍ୟ-ଲଙ୍ଘନ କଲେ, ସେହି ସକଳ ସତ୍ୟ-ଲଙ୍ଘନର ଫଳ ଭୋଗ କରିବେ।
28 Então saberão que eu sou o Senhor seu Deus, vendo que eu os fiz levar em cativeiro entre as nações, e os tornei a ajuntar para a sua terra, e nenhum deles deixei lá mais
ପୁଣି, ଆମ୍ଭେ ଯେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଅଟୁ, ଆମ୍ଭେ ନାନା ଗୋଷ୍ଠୀ ମଧ୍ୟରେ ସେମାନଙ୍କୁ ନିର୍ବାସିତ କରାଇଲୁ ଓ ପୁନର୍ବାର ସେମାନଙ୍କ ନିଜ ଦେଶରେ ସେମାନଙ୍କୁ ସଂଗ୍ରହ କରିଅଛୁ, ଏହା ସେମାନେ ଜାଣିବେ; ପୁଣି, ଆମ୍ଭେ ସେମାନଙ୍କର କାହାକୁ ହିଁ ଆଉ ସେଠାରେ ଅବଶିଷ୍ଟ ରଖିବା ନାହିଁ।
29 Nem esconderei mais a minha face deles, quando eu houver derramado o meu espírito sobre a casa de Israel, diz o Senhor Jehovah.
ଆଉ, ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଆଉ ଲୁଚାଇବା ନାହିଁ; କାରଣ ଆମ୍ଭେ ଇସ୍ରାଏଲ ବଂଶ ଉପରେ ନିଜ ଆତ୍ମା ଢାଳିଅଛୁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”