< Levítico 27 >
1 Fallou mais o Senhor a Moysés, dizendo:
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
2 Falla aos filhos de Israel, e dize-lhes: Quando alguem fizer particular voto, segundo a tua avaliação serão as pessoas ao Senhor.
“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, କୌଣସି ମନୁଷ୍ୟର ମାନତ ପୂର୍ଣ୍ଣ କରିବାକୁ ହେଲେ, ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ପ୍ରାଣୀସକଳ ସଦାପ୍ରଭୁଙ୍କର ହେବେ।
3 Se fôr a tua avaliação d'um macho, da edade de vinte annos até á edade de sessenta, será a tua avaliação de cincoenta siclos de prata, segundo o siclo do sanctuario.
ପୁରୁଷ ହେଲେ, କୋଡ଼ିଏ ବର୍ଷଠାରୁ ଷାଠିଏ ବର୍ଷ ବୟସ ପର୍ଯ୍ୟନ୍ତ ତୁମ୍ଭର ନିରୂପିତ ମୂଲ୍ୟ ପବିତ୍ର ସ୍ଥାନର ଶେକଲ ଅନୁସାରେ ପଚାଶ ଶେକଲ ରୂପା ହେବ।
4 Porém, se fôr femea, a tua avaliação será de trinta siclos.
ପୁଣି ସ୍ତ୍ରୀ ହେଲେ, ତୁମ୍ଭ ନିରୂପିତ ମୂଲ୍ୟ ତିରିଶ ଶେକଲ ରୂପା ହେବ।
5 E, se fôr de cinco annos até vinte, a tua avaliação d'um macho será vinte siclos, e da femea dez siclos.
ଆଉ ପାଞ୍ଚ ବର୍ଷଠାରୁ କୋଡ଼ିଏ ବର୍ଷ ବୟସ ପର୍ଯ୍ୟନ୍ତ ହେଲେ, ତୁମ୍ଭର ନିରୂପିତ ମୂଲ୍ୟ ପୁରୁଷ ନିମନ୍ତେ କୋଡ଼ିଏ ଶେକଲ ଓ ସ୍ତ୍ରୀ ନିମନ୍ତେ ଦଶ ଶେକଲ ରୂପା ହେବ।
6 E, se fôr d'um mez até cinco annos, a tua avaliação d'um macho será de cinco siclos de prata, e a tua avaliação pela femea será de tres siclos de prata.
ଆଉ ଏକ ମାସଠାରୁ ପାଞ୍ଚ ବର୍ଷ ବୟସ ହେଲେ, ତୁମ୍ଭର ନିରୂପିତ ମୂଲ୍ୟ ପୁରୁଷ ନିମନ୍ତେ ପାଞ୍ଚ ଶେକଲ ରୂପା ହେବ ଓ ସ୍ତ୍ରୀ ନିମନ୍ତେ ତୁମ୍ଭର ନିରୂପିତ ମୂଲ୍ୟ ତିନି ଶେକଲ ରୂପା ହେବ।
7 E, se fôr de sessenta annos e acima, pelo macho a tua avaliação será de quinze siclos, e pela femea dez siclos.
ପୁଣି ଷାଠିଏ ବର୍ଷଠାରୁ ଅଧିକ ବର୍ଷ ବୟସ ହେଲେ, ତୁମ୍ଭର ନିରୂପିତ ମୂଲ୍ୟ ପୁରୁଷ ନିମନ୍ତେ ପନ୍ଦର ଶେକଲ ଓ ସ୍ତ୍ରୀ ନିମନ୍ତେ ଦଶ ଶେକଲ ହେବ।
8 Mas, se fôr mais pobre do que a tua avaliação, então apresentar-se-ha diante do sacerdote, para que o sacerdote o avalie: conforme ao que alcançar a mão do que fez o voto, o avaliará o sacerdote.
ମାତ୍ର ସେ ତୁମ୍ଭର ନିରୂପିତ ମୂଲ୍ୟ ଅପେକ୍ଷା ଦରିଦ୍ର ହେଲେ, ଯାଜକ ସମ୍ମୁଖକୁ ଅଣାଯିବ, ତହୁଁ ଯାଜକ ତାହାର ମୂଲ୍ୟ ନିରୂପଣ କରିବ; ମାନତକାରୀର ଶକ୍ତି ଅନୁସାରେ ଯାଜକ ତାହାର ମୂଲ୍ୟ ନିରୂପଣ କରିବ।
9 E, se fôr animal de que se offerece offerta ao Senhor, tudo quanto der d'elle ao Senhor será sancto.
ଆଉ ଲୋକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଉପହାର ଉତ୍ସର୍ଗ କରନ୍ତି, ତାହା ପଶୁ ହେଲେ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦତ୍ତ ସେହି ସବୁ ପଶୁ ପବିତ୍ର ହେବ।
10 Não o mudará, nem o trocará bom por mau, ou mau por bom: se porém em alguma maneira trocar animal por animal, o tal e o trocado serão ambos sanctos.
ସେ ତାହା ଅନ୍ୟଥା କି ପରିବର୍ତ୍ତନ କରିବ ନାହିଁ; ମନ୍ଦ ପାଲଟେ ଭଲ, କି ଭଲ ପାଲଟେ ମନ୍ଦ ଦେବ ନାହିଁ; ଯଦି ସେ କୌଣସିମତେ ପଶୁର ପାଲଟେ ପଶୁ ଦେବ, ତେବେ ତାହା ଓ ତହିଁ ପାଇଁ ଯାହା ବଦଳ କରାଯାଏ, ଦୁହେଁ ପବିତ୍ର ହେବେ।
11 E, se fôr algum animal immundo, dos que se não offerecem em offerta ao Senhor, então apresentará o animal diante do sacerdote,
ଆଉ ଯାହା ଦ୍ୱାରା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କରାଯାଏ ନାହିଁ, ଏପରି କୌଣସି ଅଶୁଚି ପଶୁ ଯଦି ଦିଆଯାଏ, ତେବେ ସେ ସେହି ପଶୁକୁ ଯାଜକ ସମ୍ମୁଖରେ ଉପସ୍ଥିତ କରିବ।
12 E o sacerdote o avaliará, seja bom ou seja mau: segundo a avaliação do sacerdote, assim será.
ପୁଣି ସେହି ପଶୁ ଭଲ କି ମନ୍ଦ ହେଉ, ଯାଜକ ତହିଁର ମୂଲ୍ୟ ନିରୂପଣ କରିବ; ତୁମ୍ଭର, ଅର୍ଥାତ୍, ଯାଜକର ନିରୂପଣ ଅନୁସାରେ ତହିଁର ମୂଲ୍ୟ ହେବ।
13 Porém, se em alguma maneira o resgatar, então accrescentará o seu quinto além da tua avaliação.
ମାତ୍ର, ଯଦି ସେ କୌଣସିମତେ ତାହା ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ତୁମ୍ଭ ନିରୂପିତ ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ।
14 E quando algum sanctificar a sua casa para ser sancta ao Senhor, o sacerdote a avaliará, seja boa ou seja má: como o sacerdote a avaliar, assim será.
ଆଉ, ଯଦି କୌଣସି ମନୁଷ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କରିବା ପାଇଁ ଆପଣା ଗୃହ ପ୍ରତିଷ୍ଠା କରେ, ତେବେ ତାହା ଭଲ କି ମନ୍ଦ ହେଉ, ଯାଜକ ତହିଁର ମୂଲ୍ୟ ନିରୂପଣ କରିବ; ଯାଜକ ତହିଁର ଯେଉଁ ମୂଲ୍ୟ ନିରୂପଣ କରିବ, ତାହା ସ୍ଥିର ହେବ।
15 Mas, se o que sanctificou resgatar a sua casa, então accrescentará o quinto a mais do dinheiro da tua avaliação, e será sua.
ଆଉ, ଯଦି ଗୃହ ପ୍ରତିଷ୍ଠାକାରୀ ଆପଣା ଗୃହ ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ତୁମ୍ଭ ନିରୂପିତ ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ, ତହିଁରେ ତାହା ତାହାର ହେବ।
16 Se tambem algum sanctificar ao Senhor uma parte do campo da sua possessão, então a tua avaliação será segundo a sua semente: um homer de semente de cevada será avaliado por cincoenta siclos de prata
ଆଉ, ଯଦି କୌଣସି ମନୁଷ୍ୟ ଆପଣା ଅଧିକୃତ କ୍ଷେତ୍ରର କୌଣସି ଅଂଶ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶୁଚି କରେ, ତେବେ ତୁମ୍ଭର ମୂଲ୍ୟ ନିରୂପଣ ସେହି କ୍ଷେତ୍ରରେ ବୁଣିବା ନିମନ୍ତେ ଆବଶ୍ୟକୀୟ ପରିମାଣର ବିହନ ଅନୁସାରେ ହେବ; ଏକ ହୋମର ପରିମିତ ଯବ ବିହନର ମୂଲ୍ୟ ପଚାଶ ଶେକଲ ରୂପା ହେବ।
17 Se sanctificar o seu campo desde o anno do jubileu, conforme á tua avaliação ficará.
ଯଦି ସେ ଯୋବେଲ ବର୍ଷଠାରୁ ଆପଣା କ୍ଷେତ୍ର ଶୁଚି କରେ, ତେବେ ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ତାହା ସ୍ଥିର ହେବ।
18 Mas, se sanctificar o seu campo depois do anno do jubileu, então o sacerdote lhe contará o dinheiro conforme aos annos restantes até ao anno do jubileu, e isto se abaterá da tua avaliação.
ମାତ୍ର, ଯଦି ସେ ଯୋବେଲ ଉତ୍ତାରେ ଆପଣା କ୍ଷେତ୍ର ଶୁଚି କରେ, ତେବେ ଯାଜକ ଯୋବେଲ ବର୍ଷ ପର୍ଯ୍ୟନ୍ତ ଅବଶିଷ୍ଟ ବର୍ଷର ସଂଖ୍ୟାନୁସାରେ ତାହା ସହିତ ମୂଲ୍ୟର ଗଣନା କରିବ, ପୁଣି ତଦନୁସାରେ ତୁମ୍ଭ ନିରୂପିତ ମୂଲ୍ୟରୁ ଊଣା କରାଯିବ।
19 E se aquelle que sanctificou o campo d'alguma maneira o resgatar, então accrescentará o quinto, a mais do dinheiro da tua avaliação, e lhe ficará.
ଆଉ ସେହି କ୍ଷେତ୍ର ଶୁଚିକାରୀ ଲୋକ ଯଦି କୌଣସିମତେ ତାହା ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ତୁମ୍ଭ ନିରୂପିତ ରୂପାର ପଞ୍ଚମାଂଶ ଅଧିକ ଦେବ, ତହିଁରେ ତାହା ତାହାର ହେବ।
20 E se não resgatar o campo, ou se vender o campo a outro homem, nunca mais se resgatará.
ମାତ୍ର ଯଦି ସେ ଆପଣା କ୍ଷେତ୍ର ମୁକ୍ତ ନ କରେ, କିଅବା ଯଦି ସେ ସେହି କ୍ଷେତ୍ର ଅନ୍ୟକୁ ବିକ୍ରୟ କରେ, ତେବେ ତାହା ଆଉ କେବେ ମୁକ୍ତ ହେବ ନାହିଁ।
21 Porém, havendo o campo saido no anno do jubileu, será sancto ao Senhor, como campo consagrado: a possessão d'elle será do sacerdote.
ମାତ୍ର ସେହି କ୍ଷେତ୍ର ଯୋବେଲ ସମୟରେ ମୁକ୍ତ ହେଲେ, ତାହା ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗିତ କ୍ଷେତ୍ର ତୁଲ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ତହିଁରେ ସେହି କ୍ଷେତ୍ର ଯାଜକର ଅଧିକାର ହେବ।
22 E se sanctificar ao Senhor o campo que comprou, e não fôr do campo da sua possessão,
ଆଉ ଯେଉଁ କ୍ଷେତ୍ର ଆପଣାର ସମ୍ପତ୍ତି ନୁହେଁ, ତାହା କେହି ଯଦି କ୍ରୟ କରି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶୁଚି କରେ;
23 Então o sacerdote lhe contará a somma da tua avaliação até ao anno do jubileu; e no mesmo dia dará a tua avaliação por sanctidade ao Senhor.
ତେବେ ଯାଜକ ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ଯୋବେଲ ବର୍ଷ ପର୍ଯ୍ୟନ୍ତ ତାହା ପାଇଁ ଗଣନା କରିବ; ପୁଣି ସେ ସେହି ଦିନ ତୁମ୍ଭର ନିରୂପିତ ମୂଲ୍ୟ ଦେବ, ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବସ୍ତୁ ତୁଲ୍ୟ।
24 No anno do jubileu o campo tornará áquelle de quem o comprou, áquelle cuja era a possessão do campo.
ଯାହାଠାରୁ ସେହି କ୍ଷେତ୍ର କ୍ରୟ କରାଗଲା, ଅର୍ଥାତ୍, ଭୂମି ଯାହାର ସମ୍ପତ୍ତି ଅଟେ, ତାହା ଯୋବେଲ ବର୍ଷରେ ତାହାକୁ ଫେରାଇ ଦିଆଯିବ।
25 E toda a tua avaliação se fará conforme ao siclo do sanctuario: o siclo será de vinte geras.
ପୁଣି ତୁମ୍ଭର ନିରୂପିତ ସମସ୍ତ ମୂଲ୍ୟ ପବିତ୍ର ସ୍ଥାନର ଶେକଲ ଅନୁସାରେ ହେବ; କୋଡ଼ିଏ ଗେରାରେ ଏକ ଶେକଲ ହୁଏ।
26 Mas o que primeiro nascer d'um animal, ninguem ao Senhor sanctificará; seja boi ou gado miudo, do Senhor é.
ପଶୁମାନଙ୍କ ମଧ୍ୟରେ କେବଳ ପ୍ରଥମଜାତ ପଶୁ, ଯାହା ସଦାପ୍ରଭୁଙ୍କର ପ୍ରଥମଜାତ ହୁଏ, ତାହା କୌଣସି ମନୁଷ୍ୟ ଶୁଚି କରିବ ନାହିଁ; ଗୋରୁ କି ମେଷ ହେଉ, ତାହା ସଦାପ୍ରଭୁଙ୍କର ଅଟେ।
27 Mas, se fôr d'um animal immundo, o resgatará, segundo a tua estimação, e sobre elle accrescentará o seu quinto: e, se não se resgatar, vender-se-ha segundo a tua estimação.
ପୁଣି ଯଦି ତାହା ଅଶୁଚି ପଶୁ ହୁଏ, ତେବେ ସେ ତୁମ୍ଭ ନିରୂପିତ ମୂଲ୍ୟ ଅନୁସାରେ ତାହା ମୁକ୍ତ କରିବ, ପୁଣି ସେହି ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ; ମୁକ୍ତ କରା ନ ଗଲେ ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ତାହା ବିକ୍ରୀତ ହେବ।
28 Todavia, nenhuma coisa consagrada, que algum consagrar ao Senhor de tudo o que tem, d'homem, ou d'animal, ou do campo da sua possessão, se venderá nem resgatará: toda a coisa consagrada será uma coisa sanctissima ao Senhor.
ଆଉ କୌଣସି ମନୁଷ୍ୟ ଆପଣା ସର୍ବସ୍ୱରୁ, ଅର୍ଥାତ୍, ମନୁଷ୍ୟ କି ପଶୁ କି ଅଧିକୃତ କ୍ଷେତ୍ରରୁ ଯାହା କିଛି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରେ, ଏପରି କୌଣସି ଉତ୍ସର୍ଗିତ ବସ୍ତୁ ବିକ୍ରୀତ ବା ମୁକ୍ତ ହେବ ନାହିଁ; ପ୍ରତ୍ୟେକ ଉତ୍ସର୍ଗିତ ବସ୍ତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ।
29 Toda a coisa consagrada que fôr consagrada do homem, não será resgatada: certamente morrerá.
ମନୁଷ୍ୟମାନଙ୍କ ମଧ୍ୟରେ ଯେ ଦଣ୍ଡିତ ହେବା ନିମନ୍ତେ ଉତ୍ସର୍ଗିତ ହେବ, ଏପରି ଉତ୍ସର୍ଗିତ କେହି ମୁକ୍ତ କରାଯିବ ନାହିଁ; ସେ ନିତାନ୍ତ ହତ ହେବ।
30 Tambem todas as dizimas do campo, da semente do campo, do fructo das arvores, são do Senhor: sanctas são ao Senhor.
ପୁଣି ଭୂମିର ଶସ୍ୟ କି ବୃକ୍ଷର ଫଳ ହେଉ, ଭୂମିରୁ ଉତ୍ପନ୍ନ ସମସ୍ତ ଦ୍ରବ୍ୟର ଦଶମାଂଶ ସଦାପ୍ରଭୁଙ୍କର ହେବ, ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର।
31 Porém, se algum das suas dizimas resgatar alguma coisa, accrescentará o seu quinto sobre ella.
ଆଉ, ଯଦି କେହି ଆପଣା ଦଶମାଂଶରୁ କିଛି ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ତହିଁର ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ।
32 Tocante a todas as dizimas de vaccas e ovelhas, tudo o que passar debaixo da vara, o dizimo será sancto ao Senhor.
ପୁଣି ଗୋମେଷାଦି ପଲର ଦଶମାଂଶ, ଅର୍ଥାତ୍, ପାଞ୍ଚଣ ତଳ ଦେଇ ଗମନକାରୀ ସବୁ ପଶୁ ମଧ୍ୟରେ ପ୍ରତ୍ୟେକ ଦଶମ ପଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ।
33 Não esquadrinhará entre o bom e o mau, nem o trocará: mas, se em alguma maneira o trocar, o tal e o trocado será sancto; não será resgatado.
ତାହା ଭଲ କି ମନ୍ଦ, ଏଥିର ସେ ଅନୁସନ୍ଧାନ କରିବ ନାହିଁ, କିଅବା ତହିଁର ବଦଳ କରିବ ନାହିଁ; ପୁଣି ଯଦି ସେ କୌଣସିମତେ ବଦଳ କରେ, ତେବେ ତାହା ଓ ତାହା ପାଇଁ ଯାହା ବଦଳ କରାଯାଏ, ଦୁହେଁ ପବିତ୍ର ହେବେ, ତାହା ମୁକ୍ତ କରାଯିବ ନାହିଁ।”
34 Estes são os mandamentos que o Senhor ordenou a Moysés, para os filhos de Israel, no monte de Sinai.
ସଦାପ୍ରଭୁ ସୀନୟ ପର୍ବତରେ ଇସ୍ରାଏଲ-ସନ୍ତାନଗଣ ନିମନ୍ତେ ମୋଶାଙ୍କୁ ଯେଉଁ ଆଜ୍ଞା ଦେଇଥିଲେ, ସେହି ସକଳ ଆଜ୍ଞା ଏହି।