< I Kronik 26 >

1 Co do zmiany odźwiernych: z Korachitów był Meszelemiasz, syn Koracha, z synów Asafa.
ଦ୍ୱାରପାଳମାନଙ୍କ ପାଳି ପାଇଁ କୋରହୀୟମାନଙ୍କ ମଧ୍ୟରୁ ଆସଫ-ବଂଶଜାତ କୋରିର ପୁତ୍ର ମଶେଲିମୀୟ ଥିଲା।
2 A z synów Meszelemiasza: pierworodny Zachariasz, drugi Jediael, trzeci Zebadiasz, czwarty Jatniel;
ମଶେଲିମୀୟର ପୁତ୍ର ଥିଲେ; ପ୍ରଥମଜାତ ଜିଖରୀୟ, ଦ୍ୱିତୀୟ ଯିଦୀୟେଲ, ତୃତୀୟ ସବଦୀୟ, ଚତୁର୍ଥ ଯତ୍ନୀୟେଲ,
3 Piąty Elam, szósty Jehochanan, siódmy Elioenaj.
ପଞ୍ଚମ ଏଲମ୍‍, ଷଷ୍ଠ ଯିହୋହାନନ୍‍, ସପ୍ତମ ଇଲୀହୋଐନୟ।
4 A z synów Obed-Edoma: pierworodny Szemajasz, drugi Jehozabad, trzeci Joach, czwarty Sakar, piąty Netaneel;
ପୁଣି, ଓବେଦ୍‍-ଇଦୋମର ପୁତ୍ର ଥିଲେ ପ୍ରଥମଜାତ ଶମୟୀୟ, ଦ୍ୱିତୀୟ ଯିହୋଷାବଦ୍‍, ତୃତୀୟ ଯୋୟାହ, ଚତୁର୍ଥ ସାଖର, ପଞ୍ଚମ ନଥନେଲ;
5 Szósty Ammiel, siódmy Issachar, ósmy Peulletaj. Bóg bowiem mu błogosławił.
ଷଷ୍ଠ ଅମ୍ମୀୟେଲ, ସପ୍ତମ ଇଷାଖର, ଅଷ୍ଟମ ପିୟୁଲ୍ଲତୟ; କାରଣ ପରମେଶ୍ୱର ତାହାକୁ ଆଶୀର୍ବାଦ କଲେ।
6 Również jego synowi Szemajaszowi urodzili się synowie, którzy rządzili swoim rodem. [Byli] bowiem bardzo dzielnymi ludźmi.
ମଧ୍ୟ ତାହାର ପୁତ୍ର ଶମୟୀୟର ପୁତ୍ର ଜାତ ହେଲେ, ସେମାନେ ଆପଣାମାନଙ୍କ ପିତୃବଂଶରେ କର୍ତ୍ତୃତ୍ୱ କଲେ; କାରଣ ସେମାନେ ମହାବିକ୍ରମଶାଳୀ ପୁରୁଷ ଥିଲେ।
7 Synowie Szemajasza: Otni, Rafael, Obed, Elzabad i ich bracia, ludzie mocni – Elihu i Semakiasz.
ଶମୟୀୟର ପୁତ୍ର ଅତ୍ନି, ରଫାୟେଲ ଓ ଓବେଦ୍‍, ଇଲୀଶାବଦ୍‍, ଏମାନଙ୍କର ଭ୍ରାତା ଇଲୀହୂ ଓ ସମଖୀୟ ପରାକ୍ରାନ୍ତ ଲୋକ ଥିଲେ।
8 Wszyscy ci byli z synów Obed-Edoma, oni, ich synowie i bracia, mężczyźni bardzo mocni i zdolni do służby, razem sześćdziesięciu dwóch z Obed-Edoma.
ଏସମସ୍ତେ ଓବେଦ୍‍-ଇଦୋମର ସନ୍ତାନ, ଏମାନେ ଓ ଏମାନଙ୍କ ପୁତ୍ର ଓ ଭ୍ରାତୃଗଣ ସେବାକାର୍ଯ୍ୟାର୍ଥକ ବଳରେ ବଳବାନ ଥିଲେ; ଓବେଦ୍‍-ଇଦୋମ ବଂଶଜାତ ବାଷଠି ଜଣ।
9 I Meszelemiasz miał synów i braci, ludzi mocnych – osiemnastu.
ମଶେଲିମୀୟର ପୁତ୍ର ଓ ଭ୍ରାତୃଗଣ ଅଠର ଜଣ ପରାକ୍ରାନ୍ତ ଲୋକ ଥିଲେ।
10 Również Chosa, [który był] z synów Merariego, miał synów: Szimri zwierzchnik, bo chociaż nie był pierworodnym, jego ojciec ustanowił go zwierzchnikiem;
ଆଉ ମରାରି-ବଂଶଜାତ ହୋଷାର ପୁତ୍ର ଥିଲେ; ପ୍ରଧାନ ଶିମ୍ରି, କାରଣ ସେ ପ୍ରଥମଜାତ ନୋହିଲେ ହେଁ ତାହାର ପିତା ତାହାକୁ ପ୍ରଧାନ କଲା;
11 Drugi Chilkiasz, trzeci Tebaliasz, czwarty Zachariasz. Wszystkich synów i braci Chosy [było] trzynastu.
ଦ୍ୱିତୀୟ ହିଲ୍‍କୀୟ, ତୃତୀୟ ଟବଲିୟ, ଚତୁର୍ଥ ଜିଖରୀୟ; ହୋଷାର ପୁତ୍ର ଓ ଭ୍ରାତୃଗଣ ସର୍ବସୁଦ୍ଧା ତେର ଜଣ ଥିଲେ।
12 Spośród nich wyznaczono zmiany odźwiernych, spośród naczelników, którzy [pełnili] straż na przemian ze swoimi braćmi przy służbie w domu PANA.
ସଦାପ୍ରଭୁଙ୍କ ଗୃହରେ ପରିଚର୍ଯ୍ୟାକରଣାର୍ଥେ ଦ୍ୱାରପାଳମାନଙ୍କ ପାଳି ଏହି ପ୍ରଧାନ ଲୋକମାନଙ୍କର ହେଲା, ଆପଣା ଭ୍ରାତୃଗଣ ତୁଲ୍ୟ ସେମାନଙ୍କର ରକ୍ଷଣୀୟ ଥିଲା।
13 I rzucali losy o każdą bramę, tak mały, jak i wielki, według swoich rodów.
ପୁଣି, ସେମାନେ, ସାନ ବଡ଼, ଆପଣା ପିତୃବଂଶାନୁସାରେ ପ୍ରତ୍ୟେକ ଦ୍ୱାର ପାଇଁ ଗୁଲିବାଣ୍ଟ କଲେ।
14 Los dla Szelemiasza padł na stronę wschodnią. Potem rzucili los dla jego syna Zachariasza, mądrego doradcy, i jego los padł na stronę północną;
ତହିଁରେ ପୂର୍ବ ଦିଗର ବାଣ୍ଟ ଶେଲିମୀୟ ପକ୍ଷରେ ଉଠିଲା; ତହୁଁ ସେମାନେ ତାହାର ପୁତ୍ର ଜିଖରୀୟ ନିମନ୍ତେ ଗୁଲିବାଣ୍ଟ କଲେ, ସେ ବିଜ୍ଞ ମନ୍ତ୍ରୀ ଥିଲା; ଆଉ ଉତ୍ତର ଦିଗ ତାହାର ବାଣ୍ଟରେ ଉଠିଲା।
15 Dla Obed-Edoma – na południową, a jego synom [przypadła] składnica.
ଦକ୍ଷିଣ ଦିଗ ଓବେଦ୍‍-ଇଦୋମ ପକ୍ଷରେ ଓ ଭଣ୍ଡାର ଗୃହ ତାହାର ପୁତ୍ରମାନଙ୍କ ପକ୍ଷରେ ଉଠିଲା।
16 Dla Szuppima i Chosy – na stronę zachodnią wraz z bramą Szalleket, przy drodze wiodącej ku górze, straż naprzeciw straży.
ଊର୍ଦ୍ଧ୍ୱଗାମୀ ପଥ ସମୀପସ୍ଥ ଶଲ୍ଲେଖତ୍‍ ଦ୍ୱାର ନିକଟବର୍ତ୍ତୀ ପଶ୍ଚିମ ଦିଗର ବାଣ୍ଟ ଶୁପ୍ପୀମ୍‍ ଓ ହୋଷା ପକ୍ଷରେ ଉଠିଲା, ତହିଁର ରକ୍ଷକମାନଙ୍କର ଏକ ଦଳ ଅନ୍ୟ ଦଳର ଅଭିମୁଖ ଥିଲା।
17 Od wschodu [było] sześciu Lewitów, od północy czterech na dzień, od południa czterech na dzień i przy składnicy po dwóch.
ପୂର୍ବ ଦିଗରେ ଛଅ ଜଣ ଲେବୀୟ, ଉତ୍ତର ଦିଗରେ ଦିନରେ ଚାରି ଜଣ, ଦକ୍ଷିଣ ଦିଗରେ ଦିନରେ ଚାରି ଜଣ ଓ ଭଣ୍ଡାର ଗୃହ ନିମନ୍ତେ ଦୁଇ ଦୁଇ ଜଣ ରହିଲେ।
18 Przy Parbar na zachodzie: czterech przy drodze, [a] dwóch przy Parbar.
ପଶ୍ଚିମ ଦିଗରେ ସୀମାନ୍ତବର୍ତ୍ତୀ ସ୍ଥାନ ନିମନ୍ତେ ଉଚ୍ଚ ପଥରେ ଚାରି ଜଣ ଓ ସୀମାନ୍ତବର୍ତ୍ତୀ ସ୍ଥାନରେ ଦୁଇ ଜଣ।
19 Takie [są] zmiany odźwiernych spośród synów Koracha i spośród synów Merariego.
କୋରହୀୟ ସନ୍ତାନଗଣ ଓ ମରାରିର ସନ୍ତାନଗଣ ମଧ୍ୟରୁ ଦ୍ୱାରପାଳମାନଙ୍କର ଏହି ସକଳ ପାଳି ଥିଲା।
20 A z [pozostałych] Lewitów Achiasz [postawiony był] nad skarbcami domu Bożego i nad skarbcami rzeczy poświęconych.
ପୁଣି, ଲେବୀୟମାନଙ୍କ ମଧ୍ୟରୁ ଅହୀୟ ପରମେଶ୍ୱରଙ୍କ ଗୃହର କୋଷାଧ୍ୟକ୍ଷ ଓ ପବିତ୍ରୀକୃତ ସକଳ ବସ୍ତୁର କୋଷାଧ୍ୟକ୍ଷ ଥିଲା।
21 Synowie Ladana, [którzy byli] z synów Gerszonity: z Ladana Gerszonity naczelnicy rodów, Jechiel.
ଲାଦନ୍‍ର ସନ୍ତାନଗଣ; ଲାଦନ୍‍ ସମ୍ବନ୍ଧୀୟ ଗେର୍ଶୋନୀୟ-ସନ୍ତାନଗଣ, ଗେର୍ଶୋନୀୟ ଲାଦନ୍‍ ସମ୍ବନ୍ଧୀୟ ପିତୃବଂଶର ପ୍ରଧାନଗଣ; ଯଥା,
22 Synowie Jechiela: Zetam i jego brat Joel; [oni byli postawieni] nad skarbcami domu PANA.
ଯିହୀୟେଲି। ଯିହୀୟେଲିର ପୁତ୍ର ସେଥମ୍‍ ଓ ତାହାର ଭ୍ରାତା ଯୋୟେଲ ସଦାପ୍ରଭୁଙ୍କ ଗୃହର କୋଷାଧ୍ୟକ୍ଷ ଥିଲେ।
23 Spośród Amramitów, Isharytów, Chebronitów i Uzzielitów:
ଅମ୍ରାମୀୟମାନଙ୍କ, ଯିଷ୍‍ହରୀୟମାନଙ୍କ, ହିବ୍ରୋଣୀୟମାନଙ୍କ, ଉଷୀୟେଲୀୟମାନଙ୍କ ମଧ୍ୟରେ
24 Szebuel, syn Gerszoma, syna Mojżesza, przełożony nad skarbcami.
ମୋଶାଙ୍କର ପୁତ୍ର ଗେର୍ଶୋମର ସନ୍ତାନ ଶବୂୟେଲ କୋଷାଧ୍ୟକ୍ଷ ଥିଲା।
25 A jego bracia, od strony Eliezera, to: jego syn Rechabiasz, jego syn Jeszajasz, jego syn Joram, jego syn Zikri i jego syn Szelomit.
ପୁଣି, ତାହାର ଭ୍ରାତୃଗଣ; ଇଲୀୟେଜରର ପୁତ୍ର ରହବୀୟ ଓ ତାହାର ପୁତ୍ର ଯିଶାଇୟ ଓ ତାହାର ପୁତ୍ର ଯୋରାମ୍‍ ଓ ତାହାର ପୁତ୍ର ସିଖ୍ରି ଓ ତାହାର ପୁତ୍ର ଶଲୋମୀତ୍‍।
26 Szelomit i jego bracia [byli postawieni] nad wszystkimi skarbcami rzeczy poświęconych, które poświęcił król Dawid, naczelnicy rodów, tysiącznicy, setnicy i dowódcy wojska.
ଦାଉଦ ରାଜା ଓ ପିତୃବଂଶର ପ୍ରଧାନମାନେ, ସହସ୍ରପତି ଓ ଶତପତିମାନେ ଓ ସେନାପତିମାନେ ଯେସକଳ ବସ୍ତୁ ପବିତ୍ର କରିଥିଲେ, ଏହି ଶଲୋମୀତ୍‍ ଓ ତାହାର ଭ୍ରାତୃଗଣ ସେହି ସବୁ ପବିତ୍ରୀକୃତ ବସ୍ତୁର କୋଷାଧ୍ୟକ୍ଷ ଥିଲେ।
27 [To, co] zdobyli z wojen i łupów, poświęcali na utrzymanie domu PANA.
ସେମାନେ ସଦାପ୍ରଭୁଙ୍କ ଗୃହର ପୁନଃନିର୍ମାଣ ନିମନ୍ତେ ଯୁଦ୍ଧରେ ପ୍ରାପ୍ତ ଲୁଟଦ୍ରବ୍ୟ ମଧ୍ୟରୁ ପବିତ୍ର କଲେ।
28 I wszystko, co poświęcił Samuel, widzący, [a także] Saul, syn Kisza, Abner, syn Nera, i Joab, syn Serui, oraz wszystko, co zostało poświęcone, [było] pod opieką Szelomita i jego braci.
ପୁଣି, ଶାମୁୟେଲ ଦର୍ଶକ ଓ କୀଶ୍‍ର ପୁତ୍ର ଶାଉଲ ଓ ନେର୍‍ର ପୁତ୍ର ଅବ୍‍ନର, ସରୁୟାର ପୁତ୍ର ଯୋୟାବ ଯେସବୁ ଦ୍ରବ୍ୟ ପବିତ୍ର କରିଥିଲେ; ଯିଏ ଯାହା କିଛି ପବିତ୍ର କରିଥିଲା, ତାହା ଶଲୋମୀତ୍‍ର ଓ ତାହାର ଭ୍ରାତୃଗଣର ହସ୍ତାଧୀନରେ ରହିଲା।
29 Spośród Isharytów: Kenaniasz i jego synowie [zajmowali się] sprawami zewnętrznymi Izraela jako urzędnicy i sędziowie.
ଯିଷ୍‍ହରୀୟମାନଙ୍କ ମଧ୍ୟରୁ କନନୀୟ ଓ ତାହାର ପୁତ୍ରଗଣ ବାହାର କାର୍ଯ୍ୟ ନିମନ୍ତେ ଇସ୍ରାଏଲ ଉପରେ କାର୍ଯ୍ୟଶାସକ ଓ ବିଚାରକର୍ତ୍ତା ହେଲେ।
30 Spośród Chebronitów: Chaszabiasz i jego bracia, ludzie dzielni, [było ich] tysiąc siedemset przełożonych nad Izraelem po zachodniej stronie Jordanu, odpowiadali za każdą sprawę PANA i służbę dla króla.
ହିବ୍ରୋଣୀୟମାନଙ୍କ ମଧ୍ୟରୁ ହଶବୀୟ ଓ ତାହାର ଭ୍ରାତୃଗଣ ଏକ ସହସ୍ର ସାତ ଶହ ବିକ୍ରମୀ ପୁରୁଷ ସଦାପ୍ରଭୁଙ୍କର ସକଳ କାର୍ଯ୍ୟ ଓ ରାଜସେବା ନିମନ୍ତେ ଯର୍ଦ୍ଦନ ସେପାରି ପଶ୍ଚିମ ଦିଗରେ ଇସ୍ରାଏଲର ତତ୍ତ୍ୱାବଧାରକ ଥିଲେ।
31 Spośród Chebronitów [pochodził] Jeriasz, naczelnik Chebronitów, według rodowodów jego ojców. W czterdziestym roku panowania Dawida szukano i znaleziono pośród nich bardzo dzielnych ludzi w Jazer w Gileadzie.
ହିବ୍ରୋଣୀୟମାନଙ୍କ ପିତୃବଂଶାନୁଯାୟୀ ବଂଶାବଳୀରେ ଯିରୀୟ ହିବ୍ରୋଣୀୟମାନଙ୍କ ମଧ୍ୟରେ ପ୍ରଧାନ ଥିଲା। ଦାଉଦଙ୍କ ରାଜତ୍ଵର ଚାଳିଶ ବର୍ଷରେ ସେମାନଙ୍କର ଅନୁସନ୍ଧାନ କରାଯାʼନ୍ତେ, ସେମାନଙ୍କ ମଧ୍ୟରେ ଗିଲୀୟଦସ୍ଥ ଯାସେରରେ ମହାବିକ୍ରମଶାଳୀ ଲୋକମାନେ ଦେଖାଗଲେ।
32 A jego braci, ludzi dzielnych, [było] dwa tysiące siedmiuset naczelników rodów, których król Dawid ustanowił zwierzchnikami nad Rubenitami, nad Gadytami i nad połową pokolenia Manassesa, by byli odpowiedzialni za wszystkie sprawy Boże i sprawy króla.
ଆଉ ଯିରୀୟର ଭ୍ରାତୃଗଣ ବିକ୍ରମଶାଳୀ, ପିତୃବଂଶର ପ୍ରଧାନ, ଦୁଇ ସହସ୍ର ସାତ ଶହ ଲୋକ ଥିଲେ; ଦାଉଦ ରାଜା ସେମାନଙ୍କୁ ପରମେଶ୍ୱରଙ୍କ ସମ୍ବନ୍ଧୀୟ ସକଳ ବିଷୟ ନିମନ୍ତେ ଓ ରାଜକାର୍ଯ୍ୟ ନିମନ୍ତେ ରୁବେନୀୟ ଓ ଗାଦୀୟମାନଙ୍କ ଓ ମନଃଶିର ଅର୍ଦ୍ଧ ବଂଶ ଉପରେ ନିଯୁକ୍ତ କଲେ।

< I Kronik 26 >