< Liczb 32 >
1 I mieli synowie Rubenowi, i synowie Gadowi bydła bardzo wiele; a obaczywszy ziemię Jazer i ziemię Galaad, że miejsce ono było sposobne dla bydła,
ରୁବେନ୍-ସନ୍ତାନଗଣର ଓ ଗାଦ୍-ସନ୍ତାନଗଣର ଅନେକ ପଶୁପଲ ଥିଲା; ଏଣୁ ସେମାନେ ଯାସେର ଦେଶକୁ ଓ ଗିଲୀୟଦ ଦେଶକୁ ଦେଖିଲେ ଯେଉଁ ସ୍ଥାନ ପଶୁପଲ ନିମନ୍ତେ ଉପଯୁକ୍ତ ସ୍ଥାନ ଥିଲା।
2 Przyszli ciż synowie Gadowi, i synowie Rubenowi, i mówili do Mojżesza i do Eleazara kapłana, i do książąt zgromadzenia, i rzekli:
ଏଥିରେ ଗାଦ୍ର ସନ୍ତାନଗଣ, ରୁବେନ୍ର ସନ୍ତାନଗଣ ଆସି ମୋଶାଙ୍କୁ, ଇଲୀୟାସର ଯାଜକକୁ ଓ ମଣ୍ଡଳୀର ଅଧ୍ୟକ୍ଷଗଣକୁ କହିଲେ;
3 Ziemia Ataret i Dybon, i Jazer, i Nemra, i Hesebon, i Eleale, i Seban, i Nebo, i Beon:
“ଅଟାରୋତ୍, ଦୀବୋନ୍, ଯାସେର, ନିମ୍ରା, ହିଷ୍ବୋନ, ଇଲୀୟାଲୀ, ସିବମା, ନବୋ ଓ ବିୟୋନ,
4 Ziemia, którą zwojował Pan przed zgromadzeniem Izraelskiem, jest ziemia sposobna dla bydła, a my słudzy twoi mamy bydła wiele. Przetoż rzekli:
ଏହି ଯେଉଁସବୁ ଦେଶକୁ ସଦାପ୍ରଭୁ ଇସ୍ରାଏଲ-ମଣ୍ଡଳୀ ସମ୍ମୁଖରେ ପରାସ୍ତ କରିଅଛନ୍ତି, ତାହା ପଶୁପଲ ନିମନ୍ତେ ଉପଯୁକ୍ତ ସ୍ଥାନ ଅଟେ। ପୁଣି, ତୁମ୍ଭର ଏହି ଦାସମାନଙ୍କର ପଶୁପଲ ଅଛି।”
5 Jeźliśmy znaleźli łaskę przed oczyma twemi, niechże będzie dana ta ziemia sługom twym na osiadłość, a niech nie chodzimy za Jordan.
ସେମାନେ ଆହୁରି କହିଲେ, “ଆମ୍ଭେମାନେ ଯଦି ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇଅଛୁ, ତେବେ ତୁମ୍ଭର ଦାସଗଣକୁ ଅଧିକାରାର୍ଥେ ଏହି ଦେଶ ଦିଆଯାଉ; ଆମ୍ଭମାନଙ୍କୁ ଯର୍ଦ୍ଦନ ପାରିକୁ ନେଇଯାଅ ନାହିଁ।”
6 Tedy odpowiedział Mojżesz synom Gadowym, i synom Rubenowym: Więc bracia wasi pójdą na wojnę, a wy tu siedzieć będziecie?
ଏଥିରେ ମୋଶା ଗାଦ୍ର ସନ୍ତାନଗଣକୁ ଓ ରୁବେନ୍ର ସନ୍ତାନଗଣକୁ କହିଲେ, “ତୁମ୍ଭମାନଙ୍କର ଭାଇମାନେ ଯୁଦ୍ଧ କରିବାକୁ ଯିବେ, ଆଉ ତୁମ୍ଭେମାନେ କି ଏଠାରେ ବସି ରହିବ?
7 Czemuż psujecie serce synom Izraelskim, żeby nie szli do ziemi, którą im dał Pan?
ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣକୁ ଯେଉଁ ଦେଶ ଦେଇଅଛନ୍ତି, ପାର ହୋଇ ସେହି ଦେଶକୁ ଯିବା ପାଇଁ କାହିଁକି ସେମାନଙ୍କ ମନକୁ ସାହସହୀନ କରୁଅଛ?
8 Takci uczynili ojcowie wasi, gdym je był posłał z Kades Barne ku przeszpiegowaniu tej ziemi;
ମୁଁ ତୁମ୍ଭର ପିତୃଲୋକମାନଙ୍କୁ କାଦେଶ-ବର୍ଣ୍ଣେୟଠାରୁ ସେହି ଦେଶ ଦେଖିବାକୁ ପଠାଇବା ସମୟରେ ସେମାନେ ଏହିରୂପେ କରିଥିଲେ।
9 Bo gdy przyszli aż do doliny Eschol, obejrzawszy onę ziemię popsowali serce synom Izraelskim, aby nie szli do ziemi, którą im dał Pan;
କାରଣ ସେମାନେ ଇଷ୍କୋଲ-ଉପତ୍ୟକା ପର୍ଯ୍ୟନ୍ତ ଗମନ କରି ଦେଶ ଦେଖି ସଦାପ୍ରଭୁଙ୍କ ଦତ୍ତ ଦେଶକୁ ଯିବା ପାଇଁ ଇସ୍ରାଏଲ-ସନ୍ତାନଗଣର ମନକୁ ସାହସହୀନ କଲେ।
10 Skąd zapaliwszy się gniewem Pan, dnia onego przysiągł, mówiąc:
ଏନିମନ୍ତେ ସେହି ଦିନ ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି, ସେ ଶପଥ କରି ଏହି କଥା କହିଲେ,
11 Zaiste nie oglądają ludzie ci, którzy wyszli z Egiptu, od dwudziestu lat i wyżej, tej ziemi, o którąm przysiągł Abrahamowi, Izaakowi, i Jakóbowi, przeto iż mię cale nie naśladowali;
‘ଆମ୍ଭେ ଅବ୍ରହାମଙ୍କୁ, ଇସ୍ହାକକୁ ଓ ଯାକୁବକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛୁ, ମିସରରୁ ଆଗତ ଲୋକମାନଙ୍କ ମଧ୍ୟରୁ କୋଡ଼ିଏ ବର୍ଷ ଓ ତତୋଧିକ ବର୍ଷ ବୟସ୍କ କେହି ସେହି ଦେଶ ଦେଖି ପାରିବ ନାହିଁ, ଏହା ନିଶ୍ଚିତ; କାରଣ ସେମାନେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇ ନାହାନ୍ତି।
12 Oprócz Kaleba, syna Jefunowego, Kenezejczyka, i Jozuego, syna Nunowego, ponieważ ci cale naśladowali Pana.
କେବଳ କନିସୀୟ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟ ତାହା ଦେଖିବେ; କାରଣ ସେମାନେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁଙ୍କର ଅନୁଗତ ହୋଇଅଛନ୍ତି।’
13 I zapalił się gniewem Pan na Izraela, i sprawił, że się tułali po puszczy przez czterdzieści lat, aż poginął wszystek on naród, który czynił źle przed oczyma Pańskimi.
ଏହିରୂପେ ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି, ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମକାରୀ ସମସ୍ତ ବଂଶର ନିଃଶେଷ ନ ହେବା ପର୍ଯ୍ୟନ୍ତ ସେ ସେମାନଙ୍କୁ ଚାଳିଶ ବର୍ଷ ପର୍ଯ୍ୟନ୍ତ ଏ ପ୍ରାନ୍ତରରେ ଭ୍ରମଣ କରାଇଲେ।
14 A oto, wy powstaliście miasto ojców waszych, plemię ludzi grzesznych, abyście jeszcze przyczynili gniewu zapalczywości Pańskiej przeciwko Izraelowi.
ଏବେ ଦେଖ, ପାପିଷ୍ଠ ଲୋକମାନଙ୍କର ବଂଶ, ତୁମ୍ଭେମାନେ ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଆହୁରି ବଢ଼ାଇବାର ନିମନ୍ତେ ଆପଣା ଆପଣା ପିତୃଗଣର ସ୍ଥାନରେ ଉଠିଅଛ।
15 Bo jeźli się odwrócicie od naśladowania jego, tedy on też zaniecha go jeszcze na tej puszczy; a tak wy zgubicie ten wszystek lud.
କାରଣ ଯଦି ତୁମ୍ଭେମାନେ ଏହିରୂପେ ତାହାଙ୍କ ପଶ୍ଚାଦ୍ଗମନରୁ ବିମୁଖ ହେବ, ତେବେ ସେ ପୁନର୍ବାର ଇସ୍ରାଏଲକୁ ପ୍ରାନ୍ତରରେ ପରିତ୍ୟାଗ କରିବେ, ତହିଁରେ ତୁମ୍ଭେମାନେ ଏହି ସକଳ ଲୋକଙ୍କୁ ବିନଷ୍ଟ କରାଇବ।”
16 Tedy przystąpiwszy do niego rzekli: Obory bydłu i dobytkowi naszemu, i miasta dziatkom naszym tu pobudujemy;
ଏଥିରେ ସେମାନେ ତାଙ୍କ ନିକଟକୁ ଆସି କହିଲେ, “ଆମ୍ଭେମାନେ ଏହି ସ୍ଥାନରେ ଆପଣା ଆପଣା ପଶୁମାନଙ୍କ ନିମନ୍ତେ ମେଷଶାଳା ଓ ଆପଣା ଆପଣା ବାଳକମାନଙ୍କ ନିମନ୍ତେ ନଗର ନିର୍ମାଣ କରିବା।
17 Ale sami zbrojno ochotnie pójdziemy przed syny Izraelskimi, aż je zaprowadzimy na miejsce ich, a dziatki nasze będą mieszkały w mieściech obronnych dla obywateli tej ziemi.
ମାତ୍ର ଆମ୍ଭେମାନେ ନିଜେ ଇସ୍ରାଏଲ-ସନ୍ତାନଗଣକୁ ସେମାନଙ୍କ ସ୍ଥାନକୁ ନ ଆଣିବା ପର୍ଯ୍ୟନ୍ତ ସସଜ୍ଜ ହୋଇ ସେମାନଙ୍କ ଆଗେ ଆଗେ ଗମନ କରିବୁ; କେବଳ ଆମ୍ଭମାନଙ୍କର ବାଳକମାନେ ଦେଶନିବାସୀମାନଙ୍କ ସକାଶୁ ପ୍ରାଚୀର-ବେଷ୍ଟିତ ନଗରରେ ବାସ କରିବେ।
18 Nie wrócimy się do domów naszych, aż posiądą synowie Izraelscy każdy dziedzictwo swoje;
ଇସ୍ରାଏଲ-ସନ୍ତାନଗଣଙ୍କର ପ୍ରତ୍ୟେକ ଲୋକ ଆପଣା ଆପଣା ଅଧିକାର ନ ପାଇବା ପର୍ଯ୍ୟନ୍ତ ଆମ୍ଭେମାନେ ଆପଣା ଆପଣା ଗୃହକୁ ଫେରି ଆସିବୁ ନାହିଁ।
19 Ani weźmiemy dziedzictwa z nimi za Jordanem i dalej, ponieważ przychodzi dziedzictwo nasze na nas z tej strony Jordanu na wschód słońca.
ମାତ୍ର ଆମ୍ଭେମାନେ ଯର୍ଦ୍ଦନର ଆରପାରିରେ ଓ ତହିଁ ଆଗରେ ସେମାନଙ୍କ ସହିତ ଅଧିକାର ଗ୍ରହଣ କରିବୁ ନାହିଁ; କାରଣ ଯର୍ଦ୍ଦନର ଏହି ପାରିରେ ଆମ୍ଭମାନଙ୍କ ଅଧିକାର ପଡ଼ିଅଛି।”
20 I rzekł im Mojżesz: Jeźliż uczynicie, coście rzekli, a pójdziecie zbrojno przed obliczem Pańskiem na wojnę;
ଏଥିରେ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯଦି ଏହି କର୍ମ କର, ଯଦି ସସଜ୍ଜ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ଯୁଦ୍ଧ କରିବାକୁ ଗମନ କର,
21 I pójdzie każdy z was zbrojno za Jordan przed oblicznością Pańską, ażby wypędził nieprzyjacioły swoje od oblicza swego;
ପୁଣି, ସଦାପ୍ରଭୁ ଯେପର୍ଯ୍ୟନ୍ତ ଆପଣା ଶତ୍ରୁଗଣକୁ ଆପଣା ଆଗରୁ ତଡ଼ି ନ ଦିଅନ୍ତି
22 I aż będzie poddana ziemia ona Panu, a potem się wrócicie, i będziecie bez winy przed Panem i przed Izraelem: tedy wam będzie ta ziemia za osiadłość przed obliczem Pańskiem.
ଓ ଦେଶ ସଦାପ୍ରଭୁଙ୍କ ଆଗରେ ବଶୀଭୂତ ନ ହୁଏ, ସେପର୍ଯ୍ୟନ୍ତ ତୁମ୍ଭମାନଙ୍କର ପ୍ରତ୍ୟେକ ସସଜ୍ଜ ଲୋକ ଯଦି ସଦାପ୍ରଭୁଙ୍କ ସମ୍ମୁଖରେ ଯର୍ଦ୍ଦନ ପାର ହୁଅ; ତେବେ ତହିଁ ଉତ୍ତାରେ ତୁମ୍ଭେମାନେ ଫେରି ଆସିଲେ, ସଦାପ୍ରଭୁଙ୍କ ନିକଟରେ ଓ ଇସ୍ରାଏଲ ନିକଟରେ ନିର୍ଦ୍ଦୋଷ ହେବ; ଆଉ ସେହି ଦେଶ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କର ଅଧିକାର ହେବ।
23 Ale jeźli tego nie uczynicie, oto zgrzeszycie Panu, a wiedzcie, że grzech wasz znajdzie was.
ମାତ୍ର ତୁମ୍ଭେମାନେ ଯଦି ସେହିପରି ନ କର, ତେବେ ଦେଖ, ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ପାପୀ ହେବ; ପୁଣି, ତୁମ୍ଭମାନଙ୍କର ପାପ ଯେ ତୁମ୍ଭମାନଙ୍କୁ ଧରିବ, ଏହା ନିଶ୍ଚିତ ଜାଣ।
24 Budujcież tedy miasta dziatkom waszym, i obory bydłu waszemu, a co wyszło z ust waszych, uczyńcie.
ତୁମ୍ଭେମାନେ ଆପଣା ଆପଣା ବାଳକମାନଙ୍କ ପାଇଁ ନଗର ଓ ମେଷମାନଙ୍କ ପାଇଁ ଶାଳା ନିର୍ମାଣ କର, ଆଉ ଆପଣାମାନଙ୍କ ମୁଖରୁ ନିର୍ଗତ ବାକ୍ୟ ପ୍ରମାଣେ କର୍ମ କର।”
25 Tedy rzekli synowie Gadowi, i synowie Rubenowi do Mojżesza, mówiąc: Słudzy twoi uczynią, jako pan nasz rozkazuje.
ତେବେ ଗାଦ୍-ସନ୍ତାନଗଣ ଓ ରୁବେନ୍-ସନ୍ତାନଗଣ ମୋଶାଙ୍କୁ କହିଲେ, “ଆମ୍ଭମାନଙ୍କର ପ୍ରଭୁ ଯାହା ଆଜ୍ଞା କଲେ, ତଦନୁସାରେ ତୁମ୍ଭର ଦାସମାନେ କର୍ମ କରିବେ।
26 Dziatki nasze, i żony nasze, stada nasze, i wszystkie bydła nasze, zostaną tu w mieściech Galaadzkich;
ଆମ୍ଭମାନଙ୍କର ବାଳକ, ସ୍ତ୍ରୀ, ପଲ ଓ ପଶୁସକଳ ଗିଲୀୟଦର ନଗରମାନଙ୍କରେ ରହିବେ।
27 Ale słudzy twoi pójdą wszyscy zbrojno przed Panem na wojnę, jako pan nasz mówi.
ମାତ୍ର ଆମ୍ଭମାନଙ୍କ ପ୍ରଭୁଙ୍କ ବାକ୍ୟାନୁସାରେ ତୁମ୍ଭର ଦାସମାନେ ପ୍ରତ୍ୟେକେ ସସଜ୍ଜ ହୋଇ ସଦାପ୍ରଭୁଙ୍କ ଆଗରେ ଯୁଦ୍ଧ କରିବାକୁ ପାର ହୋଇଯିବେ।”
28 I przykazał o nich Mojżesz Eleazarowi kapłanowi, i Jozuemu, synowi Nunowemu, i książętom ojców pokoleń synów Izraelskich,
ତହୁଁ ମୋଶା ସେମାନଙ୍କ ବିଷୟରେ ଇଲୀୟାସର ଯାଜକକୁ, ନୂନର ପୁତ୍ର ଯିହୋଶୂୟଙ୍କୁ ଓ ଇସ୍ରାଏଲ-ସନ୍ତାନଗଣର ବଂଶୀୟ ପିତୃଗୃହର ପ୍ରଧାନମାନଙ୍କୁ ଆଜ୍ଞା ଦେଲେ।
29 I rzekł im: Jeźli przejdą synowie Gadowi, i synowe Rubenowi z wami za Jordan, wszyscy zbrojno na wojnę przed Panem, a będzie pohołdowana ziemia przed wami, tedy im dacie ziemię Galaad w dziedzictwo;
ପୁଣି, ମୋଶା ସେମାନଙ୍କୁ କହିଲେ, “ଗାଦ୍-ସନ୍ତାନଗଣର ଓ ରୁବେନ୍-ସନ୍ତାନଗଣର, ଯୁଦ୍ଧାର୍ଥେ ସସଜ୍ଜ ପ୍ରତ୍ୟେକ ଲୋକ ଯଦି ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ ସମ୍ମୁଖରେ ଯର୍ଦ୍ଦନ ପାର ହେବେ ଓ ତୁମ୍ଭମାନଙ୍କ ସମ୍ମୁଖରେ ଦେଶ ବଶୀଭୂତ ହେବ; ତେବେ ତୁମ୍ଭେମାନେ ଅଧିକାରାର୍ଥେ ସେମାନଙ୍କୁ ଗିଲୀୟଦ ଦେଶ ଦେବ।
30 Ale jeźli nie zbrojno z wami przejdą, tedy niech mają dziedzictwo między wami w ziemi Chananejskiej.
ମାତ୍ର ଯଦି ସେମାନେ ସସଜ୍ଜ ହୋଇ ତୁମ୍ଭମାନଙ୍କ ସହିତ ପାର ନ ହେବେ, ତେବେ ସେମାନେ ତୁମ୍ଭମାନଙ୍କ ମଧ୍ୟରେ କିଣାନ ଦେଶରେ ଅଧିକାର ପାଇବେ।”
31 I odpowiedzieli synowie Gadowi, i synowie Rubenowi, mówiąc: Co wyrzekł Pan do sług swoich, to uczynimy;
ତହିଁରେ ଗାଦ୍-ସନ୍ତାନଗଣ ଓ ରୁବେନ୍-ସନ୍ତାନଗଣ ଉତ୍ତର ଦେଇ କହିଲେ, “ସଦାପ୍ରଭୁ ଆପଣା ଦାସମାନଙ୍କୁ ଯାହା କହିଅଛନ୍ତି, ତଦନୁସାରେ ଆମ୍ଭେମାନେ କର୍ମ କରିବୁ।
32 Pójdziemy zbrojno przed Panem do ziemi Chananejskiej, a zostanie przy nas osiadłość dziedzictwa naszego z tej strony Jordanu.
ଆମ୍ଭେମାନେ ସସଜ୍ଜ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ପାର ହୋଇ କିଣାନ ଦେଶକୁ ଯିବୁ ମାତ୍ର ଯର୍ଦ୍ଦନର ପୂର୍ବ ଆଡ଼େ ଆମ୍ଭମାନଙ୍କ ଅଧିକାରରେ ଆମ୍ଭମାନଙ୍କ ସ୍ୱତ୍ୱ ରହିବ।”
33 Dał tedy Mojżesz synom Gadowym, i synom Rubenowym, i połowie pokolenia Manasesa, syna Józefowego, królestwo Sehona, króla Amorejskiego, i królestwo Oga, króla Basańskiego, ziemię z miasty jej, z granicami, i miasta ziemi onej w około.
ଏଉତ୍ତାରେ ମୋଶା ସେମାନଙ୍କୁ, ଅର୍ଥାତ୍, ଗାଦ୍-ସନ୍ତାନଗଣକୁ, ରୁବେନ୍-ସନ୍ତାନଗଣକୁ ଓ ଯୋଷେଫର ପୁତ୍ର ମନଃଶି ବଂଶର ଅର୍ଦ୍ଧେକକୁ ଇମୋରୀୟମାନଙ୍କ ରାଜା ସୀହୋନର ରାଜ୍ୟ ଓ ବାଶନର ରାଜା ଓଗ୍ର ରାଜ୍ୟ, ଅର୍ଥାତ୍, ସ୍ୱ ସ୍ୱ ସୀମା ସହିତ ନାନା ନଗରବିଶିଷ୍ଟ ଦେଶ, ଏହିରୂପେ ଚତୁର୍ଦ୍ଦିଗସ୍ଥ ଦେଶର ସମସ୍ତ ନଗର ଦେଲେ।
34 I pobudowali synowie Gadowi Dybon, i Atarot, i Aroer;
ତହିଁରେ ଗାଦ୍-ସନ୍ତାନଗଣ ଦୀବୋନ୍, ଅଟାରୋତ୍ ଓ ଅରୋୟେର;
35 I Atrot, i Sofan, i Jazer, i Jegba,
ଅଟ୍ରୋତ୍-ଶୋଫନ, ଯାସେର, ଯଗ୍ବିହ,
36 I Betnimera, i Betaran, miasta obronne, i obory dla bydła.
ବେଥ୍-ନିମ୍ରା, ବେଥ୍-ହାରଣ ନାମକ ପ୍ରାଚୀର-ବେଷ୍ଟିତ ନଗର ଓ ମେଷଶାଳା ନିର୍ମାଣ କଲେ।
37 Synowie też Rubenowi pobudowali Hesebon, i Eleale, i Karyjataim.
ପୁଣି, ରୁବେନ୍-ସନ୍ତାନଗଣ ହିଷ୍ବୋନ, ଇଲୀୟାଲୀ ଓ କିରୀୟାଥୟିମ୍;
38 I Nebo, i Baalmeon, odmieniwszy im imiona, także Sabana; i dali imiona insze onym miastom, które pobudowali.
ପୁଣି, ନାମାନ୍ତରରେ ନବୋ, ବାଲ୍-ମୀୟୋନ୍ ଓ ସିବ୍ମା, ଏହି ସମସ୍ତ ନଗର ନିର୍ମାଣ କଲେ; ପୁଣି, ସେମାନେ ଯେଉଁ ଯେଉଁ ନଗର ନିର୍ମାଣ କଲେ, ସେହି ସମସ୍ତଙ୍କୁ ଅନ୍ୟ ନାମ ଦେଲେ।
39 Wtargnęli też synowie Machyra, syna Manasesowego, do Galaad, a wziąwszy je, wygnali Amorejczyka, który tam mieszkał.
ପୁଣି, ମନଃଶିର ପୁତ୍ର ମାଖୀରର ସନ୍ତାନଗଣ ଗିଲୀୟଦକୁ ଯାଇ ତାହା ଆକ୍ରମଣ କଲେ ଓ ତନ୍ନିବାସୀ ଇମୋରୀୟମାନଙ୍କୁ ଅଧିକାରଚ୍ୟୁତ କଲେ।
40 I dał Mojżesz Galaad Machyrowi, synowi Manasesowemu, i mieszkał w nim.
ତହୁଁ ମୋଶା ମନଃଶିର ପୁତ୍ର ମାଖୀରକୁ ଗିଲୀୟଦ ଦେଲେ; ଆଉ ସେ ସେଠାରେ ବାସ କଲା।
41 Potem Jair, syn Manasesów, wtargnął, i pobrał wsi ich, które przezwał Chawot Jair.
ପୁଣି, ମନଃଶିର ପୁତ୍ର ଯାୟୀର ଯାଇ ସେମାନଙ୍କ ଗ୍ରାମସବୁ ହସ୍ତଗତ କରି ସେମାନଙ୍କ ନାମ ହବୋତ୍-ଯାୟୀର ରଖିଲା।
42 Także Nobe wtargnął, i wziął Kanat z jego wsiami, i nazwał je Nobe od imienia swego.
ଆଉ ନୋବହ ଯାଇ କନାତ୍ ଓ ତାହାର ନଗର ହସ୍ତଗତ କରି ଆପଣା ନାମାନୁସାରେ ତାହାର ନାମ ନୋବହ ରଖିଲା।