< Nehemiasza 12 >
1 A cić są kapłani i Lewitowie, którzy przyszli z Zorobabelem, synem Sealtyjelowym, i z Jesuą: Serejasz, Jeremijasz, Ezdrasz.
ଯେଉଁ ଯାଜକମାନେ ଓ ଲେବୀୟମାନେ ଶଲ୍ଟୀୟେଲର ପୁତ୍ର ଯିରୁବ୍ବାବିଲ୍ ଓ ଯେଶୂୟ ସଙ୍ଗେ ଆସିଥିଲେ, ସେମାନେ ଏହି, ଯଥା, ସରାୟ, ଯିରିମୀୟ, ଏଜ୍ରା;
2 Amaryjasz, Malluch, Hattus,
ଅମରୀୟ, ମଲ୍ଲୂକ, ହଟୂଶ୍,
3 Sechanijasz, Rehum, Meremot,
ଶଖନୀୟ, ରହୂମ୍, ମରେମୋତ୍;
4 Iddo, Ginnetoj, Abijasz;
ଇଦ୍ଦୋ, ଗିନ୍ନଥୋୟ, ଅବୀୟ;
5 Mijamin, Maadyjasz, Bilgal,
ମିୟାମୀନ୍, ମୋୟଦୀୟ, ବିଲ୍ଗା;
6 Semejasz, i Jojaryb, Jedajasz,
ଶମୟୀୟ ଓ ଯୋୟାରୀବ୍, ଯିଦୟୀୟ;
7 Sallu, Amok, Helkijasz, Jedajasz. Cić byli przedniejsi z kapłanów i z braci swych, za dni Jesuego.
ସଲ୍ଲ, ଆମୋକ, ହିଲ୍କୀୟ, ଯିଦୟୀୟ। ଏମାନେ ଯେଶୂୟଙ୍କ ସମୟରେ ଯାଜକମାନଙ୍କ ଓ ଆପଣା ଆପଣା ଭ୍ରାତୃଗଣଙ୍କ ମଧ୍ୟରେ ପ୍ରଧାନ ଥିଲେ।
8 A Lewitowie: Jesua, Binnui, Kadmiel, Serebijasz, Juda; Matanijasz nad pieśniami, sam i bracia jego.
ଆଉ ଲେବୀୟମାନେ, ଯଥା, ଯେଶୂୟ, ବିନ୍ନୁୟି, କଦ୍ମୀୟେଲ, ଶେରେବୀୟ, ଯିହୁଦା ଓ ମତ୍ତନୀୟ, ଏହି ମତ୍ତନୀୟ ଓ ତାହାର ଭ୍ରାତୃଗଣ ଧନ୍ୟବାଦ-ସେବାର ଅଧ୍ୟକ୍ଷ ଥିଲେ।
9 A Bakbukijasz i Hunni, bracia ich, byli przeciwko nim w porządku swoim.
ମଧ୍ୟ ସେମାନଙ୍କର ଭ୍ରାତା ବକ୍ବୁକୀୟ ଓ ଉନ୍ନି ସେମାନଙ୍କ ସମ୍ମୁଖରେ ପ୍ରହରୀକର୍ମ କଲେ।
10 A Jesua spłodził Joakima, a Joakim spłodził Elijasyba, a Elijasyb spłodził Jojadę:
ପୁଣି, ଯେଶୂୟର ପୁତ୍ର ଯୋୟାକୀମ୍, ଯୋୟାକୀମ୍ର ପୁତ୍ର ଇଲୀୟାଶୀବ ଓ ଇଲିୟାଶୀବ୍ର ପୁତ୍ର ଯୋୟାଦ୍,
11 A Jojada spłodził Jonatana, a Jonatan spłodził Jadduę.
ଯୋୟାଦ୍ର ପୁତ୍ର ଯୋନାଥନ ଓ ଯୋନାଥନର ପୁତ୍ର ଯଦ୍ଦୂୟ।
12 A za dni Joakima byli kapłani przedniejsi z domów ojcowskich: z Serajaszowego Merajasz, z Jeremijaszowego Chananijasz;
ପୁଣି, ଯୋୟାକୀମ୍ର ସମୟରେ ଏହି ଯାଜକମାନେ ପିତୃବଂଶ-ପ୍ରଧାନ ଥିଲେ, ଯଥା, ସରାୟ-ବଂଶର ମରାୟ;
13 Z Ezdraszowego Mesullam, z Amaryjaszowego Jochanan;
ଯିରିମୀୟ-ବଂଶର ହନାନୀୟ; ଏଜ୍ରା-ବଂଶର ମଶୁଲ୍ଲମ୍; ଅମରୀୟ-ବଂଶର ଯିହୋହାନନ୍;
14 Z Melchowego Jonatan, z Sechanijaszowego Józef;
ମଲ୍ଲୁକି-ବଂଶର ଯୋନାଥନ, ଶବନୀୟ-ବଂଶର ଯୋଷେଫ;
15 Z Harymowego Adna, z Merajotowego Helkaj;
ହାରୀମ-ବଂଶର ଅଦନ୍; ମରାୟୋତ୍-ବଂଶର ହିଲ୍କୟ;
16 Z Iddowego Zacharyjasz, z Ginnetowego Mesullam;
ଇଦ୍ଦୋ-ବଂଶର ଜିଖରୀୟ; ଗିନ୍ନଥୋନ-ବଂଶର ମଶୁଲ୍ଲମ୍;
17 Z Abijaszowego Zychry, z Miniaminowego i z Maadyjaszowego Piltaj;
ଅବୀୟ-ବଂଶର ସିଖ୍ରି; ମିନ୍ୟାମୀନ-ବଂଶର, ମୋୟଦୀୟ-ବଂଶର ପିଲ୍ଟେୟ;
18 Z Bilgowego Sammua, z Semejaszowego Jonatan;
ବିଲ୍ଗା-ବଂଶର ଶମ୍ମୂୟ; ଶମୟୀୟ-ବଂଶର ଯିହୋନାଥନ୍;
19 A z Jojarybowego Mattenaj, z Jedajaszowego Uzy;
ଆଉ, ଯୋୟାରୀବ୍-ବଂଶର ମତ୍ତନୟ; ଯିଦୟୀୟ-ବଂଶର ଉଷି;
20 Z Sallajowego Kalaj, z Amokowego Heber;
ସଲ୍ଲୟ-ବଂଶର କଲ୍ଲୟ;
21 Z Helkijaszowego Hasabijasz, z Jedajaszowego Natanael.
ଆମୋକ-ବଂଶର ଏବର; ହିଲ୍କୀୟ-ବଂଶର ହଶବୀୟ; ଯିଦୟୀୟ-ବଂଶର ନଥନେଲ।
22 A Lewitowie za dni Elijasyba, Jojady, i Jochanana, i Jadduego popisani są, którzy byli przedniejszymi z domów ojcowskich; także i kapłani aż do królestwa Daryjusza, króla Perskiego.
ଇଲୀୟାଶୀବ, ଯୋୟାଦ୍ ଓ ଯୋହାନନ୍ ଓ ଯଦ୍ଦୂୟ ସମୟରେ ଲେବୀୟମାନେ, ମଧ୍ୟ ପାରସିକ ଦାରୀୟାବସର ଅଧିକାର ସମୟରେ ଯାଜକମାନେ ପିତୃବଂଶ-ପ୍ରଧାନ ରୂପେ ବଂଶାବଳୀରେ ଲିଖିତ ହେଲେ।
23 Synowie mówię Lewiego, przedniejsi z domów ojcowskich, zapisani są w księgach kroniki aż do dni Jochanana, syna Elijasybowego.
ଲେବୀ ବଂଶଜାତ ପିତୃବଂଶ-ପ୍ରଧାନମାନଙ୍କ ନାମ ଇଲୀୟାଶୀବର ପୁତ୍ର ଯୋହାନନ୍ର ସମୟ ପର୍ଯ୍ୟନ୍ତ ବଂଶାବଳୀ ପୁସ୍ତକରେ ଲିଖିତ ହେଲା।
24 Przedniejsi mówię z Lewitów byli Hasabijasz, Serebijasz, i Jesua, syn Kadmielowy, i bracia ich przeciwko nim, ku chwaleniu i wysławianiu Boga według rozkazania Dawida, męża Bożego, straż przeciwko straży.
ଲେବୀୟମାନଙ୍କର ପ୍ରଧାନଗଣ; ହଶବୀୟ, ଶେରେବୀୟ ଓ କଦ୍ମୀୟେଲର ପୁତ୍ର ଯେଶୂୟ ଓ ସେମାନଙ୍କ ସମ୍ମୁଖସ୍ଥ ଭ୍ରାତୃଗଣ ପରମେଶ୍ୱରଙ୍କ ଲୋକ ଦାଉଦଙ୍କର ଆଜ୍ଞାନୁସାରେ ଦଳ ଦଳ ହୋଇ ପ୍ରଶଂସା ଓ ଧନ୍ୟବାଦ ଉତ୍ସର୍ଗ କରିବାକୁ ନିଯୁକ୍ତ ହେଲେ।
25 Matanijasz, i Bakbukijasz, Obadyjasz, Mesullam, Talmon, Akkub, byli stróżami odźwiernymi przy domu skarbu u bram.
ମତ୍ତନୀୟ ଓ ବକ୍ବୁକୀୟ, ଓବଦୀୟ, ମଶୁଲ୍ଲମ୍, ଟଲ୍ମୋନ, ଅକ୍କୂବ, ଦ୍ୱାରପାଳ ହୋଇ ଦ୍ୱାର ନିକଟବର୍ତ୍ତୀ ଭଣ୍ଡାର-ଗୃହସକଳର ପ୍ରହରୀକର୍ମ କଲେ।
26 Cić byli za dni Joakima, syna Jesuego, syna Jozedekowego, i za dni Nehemijasza wodza, i Ezdrasza kapłana, nauczonego w Piśmie.
ଏମାନେ ଯୋଷାଦକର ପୌତ୍ର ଯେଶୂୟର ପୁତ୍ର ଯୋୟାକୀମ୍ ସମୟରେ, ଆଉ ଶାସନକର୍ତ୍ତା ନିହିମୀୟା ଓ ଅଧ୍ୟାପକ ଏଜ୍ରା ଯାଜକର ସମୟରେ ଥିଲେ।
27 A przy poświęcaniu muru Jeruzalemskiego szukano Lewitów ze wszystkich miejsc ich, aby ich przywiedziono do Jeruzalemu, żeby wykonali poświęcania i wesela, a to z wysławianiem i z śpiewaniem, z cymbałami, z lutniami, i z cytrami.
ଏଥିଉତ୍ତାରେ ଯିରୂଶାଲମର ପ୍ରାଚୀର-ପ୍ରତିଷ୍ଠା ସମୟରେ ଲୋକମାନେ କରତାଳ, ନେବଲ ଓ ବୀଣା ବଜାଇ ଧନ୍ୟବାଦ ଓ ଗାନ ସହିତ ଆନନ୍ଦରେ ପ୍ରତିଷ୍ଠା-ଉତ୍ସବ ପାଳନ କରିବା ପାଇଁ ଲେବୀୟମାନଙ୍କୁ ଯିରୂଶାଲମକୁ ଆଣିବା ନିମନ୍ତେ ସେମାନଙ୍କ ସକଳ ସ୍ଥାନରେ ସେମାନଙ୍କୁ ଅନ୍ୱେଷଣ କଲେ।
28 Przetoż zgromadzeni są synowie śpiewaków, i z równin około Jeruzalemu, i ze wsi Netofatyckich.
ଆଉ, ଗାୟକମାନଙ୍କ ସନ୍ତାନଗଣ ଯିରୂଶାଲମର ଚତୁର୍ଦ୍ଦିଗସ୍ଥିତ ପଦାଭୂମିରୁ ଓ ନଟୋଫାତୀୟମାନଙ୍କ ନାନା ଗ୍ରାମରୁ;
29 Także z domu Gilgal, i z pól Gieba, i z Azmawet; bo sobie śpiewacy budowali wsi około Jeruzalemu.
ମଧ୍ୟ ବେଥ୍-ଗିଲ୍ଗଲରୁ, ଆଉ ଗେବା ଓ ଅସ୍ମାବତ୍ କ୍ଷେତ୍ରରୁ ଏକତ୍ରିତ ହେଲେ; କାରଣ ଗାୟକମାନେ ଯିରୂଶାଲମର ଚତୁର୍ଦ୍ଦିଗରେ ଆପଣାମାନଙ୍କ ପାଇଁ ଗ୍ରାମ ବସାଇଥିଲେ।
30 A oczyściwszy się kapłani i Lewitowie, oczyścili też lud, i bramy, i mur.
ପୁଣି, ଯାଜକମାନେ ଓ ଲେବୀୟମାନେ ଆପଣା ଆପଣାକୁ ଶୁଚି କଲେ; ଆଉ, ସେମାନେ ଲୋକମାନଙ୍କୁ ଓ ଦ୍ୱାରସବୁ ଓ ପ୍ରାଚୀର ଶୁଚି କଲେ।
31 Zatemem rozkazał wstąpić książętom Judzkim na mur, i postawiłem dwa hufy wielkie chwalących, z których jedni szli na prawo od wyższej strony muru ku bramie gnojowej.
ଏଥିଉତ୍ତାରେ ମୁଁ ଯିହୁଦାର ଅଧିପତିମାନଙ୍କୁ ପ୍ରାଚୀର ଉପରକୁ ଆଣିଲି, ଆଉ ଧନ୍ୟବାଦ ଓ ସଂକୀର୍ତ୍ତନ କରିବା ପାଇଁ ଦୁଇ ମହାଦଳ ନିଯୁକ୍ତ କଲି; ତହିଁରେ ଏକ ଦଳ ଦକ୍ଷିଣ ପାର୍ଶ୍ଵରେ ପ୍ରାଚୀର ଉପର ଦେଇ ଖତ-ଦ୍ୱାର ଆଡ଼କୁ ଗଲେ;
32 A za nimi szedł Hozajasz, i połowa książąt Judzkich;
ପୁଣି, ସେମାନଙ୍କ ପଛେ ହୋଶୟିୟ ଓ ଯିହୁଦାର ଅଧିପତିବର୍ଗର ଅର୍ଦ୍ଧେକ,
33 Także Azaryjasz, Ezdrasz, i Mesullam,
ଆଉ ଅସରୀୟ, ଏଜ୍ରା ଓ ମଶୁଲ୍ଲମ୍,
34 Juda, i Benjamin, i Semejasz, i Jeremijasz.
ଯିହୁଦା ଓ ବିନ୍ୟାମୀନ୍ ଓ ଶମୟୀୟ ଓ ଯିରିମୀୟ
35 Potem niektórzy z synów kapłańskich z trąbami, mianowicie Zacharyjasz, syn Jonatana, syna Semejaszowego, syna Matanijaszowego, syna Michajaszowego, syna Zachurowego, syna Asafowego;
ଓ କେତେକ ଯାଜକ-ସନ୍ତାନ ତୂରୀ ନେଇ ଗମନ କଲେ; ଆସଫ-ବଂଶଜାତ ସକ୍କୁରର ବୃଦ୍ଧ ପ୍ରପୌତ୍ର, ମୀଖାୟର ପ୍ରପୌତ୍ର, ମତ୍ତନୀୟର ପୌତ୍ର, ଶମୟୀୟର ପୁତ୍ର ଯେ ଯୋନାଥନ, ତାହାର ପୁତ୍ର ଜିଖରୀୟ
36 A bracia jego Semejasz, i Asarel, Milalaj, Gilalaj, Maaj, Netaneel, i Juda, Chanani, z instrumentami muzycznemi Dawida, męża Bożego, a Ezdrasz, nauczony w Piśmie, przed nimi.
ଓ ତାହାର ଭ୍ରାତୃଗଣ ଶମୟୀୟ ଓ ଅସରେଲ୍, ମିଲଲୟ, ଗିଲଲୟ, ମାୟୀୟ, ନଥନେଲ ଓ ଯିହୁଦା, ହନାନି, ଏମାନେ ପରମେଶ୍ୱରଙ୍କ ଲୋକ ଦାଉଦଙ୍କର ନିରୂପିତ ନାନା ବାଦ୍ୟଯନ୍ତ୍ର ନେଇ ଗମନ କଲେ; ଏଜ୍ରା ଅଧ୍ୟାପକ ସେମାନଙ୍କ ଆଗେ ଆଗେ ଚାଲିଲେ;
37 Potem ku bramie źródła, która przeciwko nim była, wstępowali po schodach miasta Dawidowego, którędy chodzą na mur, a od muru przy domu Dawidowym aż do bramy wodnej na wschód słońca.
ପୁଣି, ସେମାନେ ନିର୍ଝରଦ୍ୱାର ନିକଟ ହୋଇ ଆପଣାମାନଙ୍କ ସମ୍ମୁଖସ୍ଥ ସଳଖ ପଥରେ ଦାଉଦ-ନଗରର ପାହାଚ ଦ୍ୱାରା ପ୍ରାଚୀରର ଉଠାଣିରେ ଉଠି ଦାଉଦଙ୍କର ଗୃହ ଉପର ଦେଇ ପୂର୍ବ ଆଡ଼େ ଜଳଦ୍ୱାର ପର୍ଯ୍ୟନ୍ତ ଗଲେ।
38 A drugi huf chwalących szedł przeciwko nim, a ja za nim, a połowa ludu po murze od wieży Tannurym aż do muru szerokiego;
ପୁଣି, ସେମାନଙ୍କର ଅନ୍ୟ ଯେଉଁ ଦଳ ଧନ୍ୟବାଦ ଉତ୍ସର୍ଗ କଲେ, ସେମାନେ ସେମାନଙ୍କୁ ସାକ୍ଷାତ କରିବାକୁ ଗଲେ, ଆଉ ଆମ୍ଭେ ଓ ଲୋକମାନଙ୍କର ଅର୍ଦ୍ଧେକ ସେମାନଙ୍କ ପଛେ ପଛେ ପ୍ରାଚୀର ଉପରେ ତୁନ୍ଦୁରୁ-ଦୁର୍ଗ ଦେଇ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଗଲୁ;
39 A od bramy Efraim ku bramie starej, i ku bramie rybnej, i wieży Chananeel, i wieży Mea, aż do bramy owczej. I stanął u bramy straży.
ଆଉ, ଇଫ୍ରୟିମ-ଦ୍ୱାର ଓ ପୁରାତନ ଦ୍ୱାର ଓ ମତ୍ସ୍ୟଦ୍ୱାର ଓ ହନନେଲ ଦୁର୍ଗ ଓ ହମିୟ ଦୁର୍ଗ ଦେଇ ମେଷଦ୍ୱାର ପର୍ଯ୍ୟନ୍ତ ଗଲୁ; ଆଉ, ସେମାନେ ପ୍ରହରୀ-ଦ୍ୱାରରେ ଠିଆ ହୋଇ ରହିଲେ।
40 Potem stanęły one dwa hufy chwalących w domu Bożym, i ja i połowa przełożonych ze mną.
ଏହିରୂପେ ପରମେଶ୍ୱରଙ୍କ ଗୃହରେ ଧନ୍ୟବାଦ ଉତ୍ସର୍ଗକାରୀ ସେହି ଦୁଇ ଦଳ ଓ ଆମ୍ଭେ, ପୁଣି ଆମ୍ଭ ସଙ୍ଗେ ଅଧ୍ୟକ୍ଷମାନଙ୍କର ଅର୍ଦ୍ଧେକ;
41 Także kapłani: Elijakim, Maasejasz, Minijamin, Michajasz, Elijenaj, Zacharyjasz, Chananijasz, z trąbami;
ଆଉ ଇଲୀୟାକୀମ୍, ମାସେୟ, ମିନ୍ୟାମୀନ, ମୀଖାୟ, ଇଲୀୟୋଐନୟ, ଜିଖରୀୟ, ହନାନୀୟ, ତୂରୀବାଦକ, ଏହି ଯାଜକମାନେ;
42 I Maazyjasz, i Semejasz, i Eleazar, i Uzy, i Jochanan, i Malchyjasz, i Elam, i Ezer; a śpiewacy głośno śpiewali, i Izrachyjasz, przełożony ich.
ଆଉ, ମାସେୟ ଓ ଶମୟୀୟ ଓ ଇଲୀୟାସର ଓ ଉଷି ଓ ଯିହୋହାନନ୍ ଓ ମଲ୍କୀୟ ଓ ଏଲମ୍ ଓ ଏସର୍, ପୁଣି ଆମ୍ଭେ ସମସ୍ତେ ଠିଆ ହୋଇ ରହିଲୁ। ସେତେବେଳେ ଗାୟକମାନେ ଓ ସେମାନଙ୍କର ଅଧ୍ୟକ୍ଷ ଯିଷ୍ରହିୟ ଉଚ୍ଚସ୍ୱରରେ ଗାନ କଲେ।
43 Sprawowali także onegoż dnia ofiary wielkie, i weselili się; albowiem Bóg rozweselił ich był weselem wielkiem, tak, iż się i niewiasty i dziatki weseliły; i było słyszeć wesele Jeruzalemskie daleko.
ପୁଣି, ସେହି ଦିନ ଲୋକମାନେ ମହାବଳିଦାନ କରି ଆନନ୍ଦ କଲେ; କାରଣ ପରମେଶ୍ୱର ସେମାନଙ୍କୁ ମହାନନ୍ଦରେ ଆନନ୍ଦିତ କରିଥିଲେ; ଆଉ ସ୍ତ୍ରୀମାନେ, ମଧ୍ୟ ଓ ବାଳକ ବାଳିକାଗଣ ଆନନ୍ଦ କଲେ; ତହିଁରେ ଯିରୂଶାଲମର ଆନନ୍ଦଧ୍ୱନି ଅନେକ ଦୂର ପର୍ଯ୍ୟନ୍ତ ଶୁଣାଗଲା।
44 Obrani też są dnia onego mężowie nad komorami skarbów, i ofiar, pierwocin, i dziesięcin, aby zgromadzali do nich z pól miejskich działy, zakonem warowane kapłanom i Lewitom; bo się weselił Juda z kapłanów i z Lewitów tam stojących;
ପୁଣି, ସେହି ଦିନରେ ଧନ ଓ ଉତ୍ତୋଳନୀୟ ଉପହାର, ପ୍ରଥମଜାତ ଫଳ ଓ ଦଶମାଂଶ, ଯାଜକ ଓ ଲେବୀୟମାନଙ୍କ ନିମନ୍ତେ ନାନା ନଗରର କ୍ଷେତ୍ରାନୁସାରେ ବ୍ୟବସ୍ଥା-ନିରୂପିତ ଅଂଶ ସଂଗ୍ରହ କରିବା ପାଇଁ କୋଠରିସବୁରେ ଲୋକମାନେ ନିଯୁକ୍ତ ହେଲେ; କାରଣ ପରିଚର୍ଯ୍ୟାକାରୀ ଯାଜକ ଓ ଲେବୀୟମାନଙ୍କ ସକାଶୁ ଯିହୁଦା ଆନନ୍ଦିତ ହୋଇଥିଲା।
45 Którzy strzegli straży Boga swego, i straży oczyszczania, i śpiewaków, i odźwiernych, według rozkazania Dawida i Salomona, syna jego.
ପୁଣି, ସେମାନେ ଦାଉଦ ଓ ତାଙ୍କର ପୁତ୍ର ଶଲୋମନଙ୍କର ଆଜ୍ଞାନୁସାରେ ଆପଣାମାନଙ୍କ ପରମେଶ୍ୱରଙ୍କ ସେବା କଲେ ଓ ଶୁଚି ହେଲେ, ଆଉ ଗାୟକମାନେ ଓ ଦ୍ୱାରପାଳମାନେ ସେହିପରି କଲେ।
46 Bo za dni Dawida i Asafa byli postanowieni z starodawna przełożeni nad śpiewakami dla śpiewania, wychwalania i dziękczynienia Bogu.
କାରଣ ପୂର୍ବକାଳେ ଦାଉଦ ଓ ଆସଫଙ୍କ ସମୟରେ ଗାୟକମାନଙ୍କର ଜଣେ ପ୍ରଧାନ ଥିଲା ଓ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଓ ଧନ୍ୟବାଦାର୍ଥକ ନାନା ଗୀତ ଥିଲା।
47 Przetoż wszystek Izrael za dni Zorobabela, i za dni Nehemijasza, dawali działy dla śpiewaków i odźwiernych, każdodzienny wymiar, a oddawali to, co poświęcili, Lewitom; Lewitowie zaś oddawali synom Aaronowym.
ପୁଣି, ଯିରୁବ୍ବାବିଲ୍ ଓ ନିହିମୀୟାଙ୍କ ସମୟରେ ସମଗ୍ର ଇସ୍ରାଏଲ ପ୍ରତିଦିନର ପ୍ରୟୋଜନାନୁସାରେ ଗାୟକମାନଙ୍କର ଓ ଦ୍ୱାରପାଳମାନଙ୍କର ଅଂଶ ଦେଲେ; ଆଉ ଲୋକମାନେ ଲେବୀୟମାନଙ୍କ ନିମନ୍ତେ ଦ୍ରବ୍ୟ ପ୍ରତିଷ୍ଠା କଲେ ଓ ଲେବୀୟମାନେ ହାରୋଣ-ସନ୍ତାନଗଣ ନିମନ୍ତେ ଦ୍ରବ୍ୟ ପ୍ରତିଷ୍ଠା କଲେ।