< Jozuego 19 >

1 Potem padł los wtóry Symeonowi, pokoleniu synów Symeonowych według domów ich, a było dziedzictwo ich w pośród dziedzictwa synów Judowych.
ଏଥିଉତ୍ତାରେ ଶିମୀୟୋନର, ଅର୍ଥାତ୍‍, ଆପଣା ଆପଣା ବଂଶାନୁସାରେ ଶିମୀୟୋନ-ସନ୍ତାନମାନଙ୍କ ବଂଶ ପାଇଁ ଦ୍ୱିତୀୟ ବାଣ୍ଟ ଉଠିଲା; ସେମାନଙ୍କ ଅଧିକାର ଯିହୁଦା-ସନ୍ତାନଗଣର ଅଧିକାର ମଧ୍ୟରେ ଥିଲା।
2 A dostało się im w dziedzictwo ich Beerseba, i Seba, i Molada;
ସେମାନଙ୍କ ଅଧିକାରରେ ଏହିସବୁ ନଗର ଥିଲା, ଯଥା, ବେର୍‍ଶେବା ବା ଶେବଃ ଓ ମୋଲାଦା
3 I Hasersual, i Bala, i Asem;
ଓ ହତ୍‍ସର-ଶୁୟାଲ୍‍ ଓ ବାଲା ଓ ଏତ୍ସମ୍‍
4 I Etolat, i Betul, i Horma;
ଓ ଇଲତୋଲଦ୍‍ ଓ ବଥୁଲ ଓ ହର୍ମା
5 I Syceleg, i Bet Marchabot, i Hasersusa,
ଓ ସିକ୍ଲଗ୍‍ ଓ ବେଥ୍-ମର୍କାବୋତ୍‍ ଓ ହତ୍‍ସରସୂଷୀମ୍‍
6 I Betlebaot, i Serohem, i trzynaście miast, i wsi ich;
ଓ ବେଥ୍-ଲବାୟୋତ୍‍ ଓ ଶାରୁହନ୍‍; ଗ୍ରାମ ସମେତ ଏହି ତେର ନଗର।
7 Ain, Remmon, i Atar, i Asan, miasta cztery, i wsi ich;
ଐନ୍‍ ଓ ରିମ୍ମୋନ୍‍ ଓ ଏଥର୍‍ ଓ ଆଶନ୍‍; ଗ୍ରାମ ସମେତ ଏହି ଚାରି ନଗର
8 I wszystkie wsi, które były około tych miast, aż do Baalatbeer, i Ramat ku stronie południowej. Toć jest dziedzictwo pokolenia synów Symeonowych według domów ich.
ଓ ବାଲତ୍‍-ବେର ଓ ଦକ୍ଷିଣ ଦିଗସ୍ଥିତ ରାମତ୍‍ ପର୍ଯ୍ୟନ୍ତ ଏହିସବୁ ନଗରର ଚତୁର୍ଦ୍ଦିଗସ୍ଥିତ ଗ୍ରାମ ସମସ୍ତ। ଆପଣା ଆପଣା ବଂଶାନୁସାରେ ଶିମୀୟୋନ-ସନ୍ତାନମାନଙ୍କ ବଂଶର ଏହି ଅଧିକାର ଥିଲା।
9 Z działu synów Judowych dostało się dziedzictwo synom Symeonowym, bo dział synów Judowych był wielki dla nich; przetoż wzięli dziedzictwo synowie Symeonowi pośród dziedzictwa ich.
ଶିମୀୟୋନ-ସନ୍ତାନଗଣର ଏହି ଅଧିକାର ଯିହୁଦା-ସନ୍ତାନଗଣର ଅଧିକାରର ଏକ ଅଂଶ ଥିଲା, କାରଣ ଯିହୁଦା-ସନ୍ତାନଗଣର ଅଂଶ ସେମାନଙ୍କ ପାଇଁ ଅତି ଅଧିକ ଥିଲା; ଏହେତୁ ଶିମୀୟୋନ-ସନ୍ତାନଗଣ ସେମାନଙ୍କ ଅଧିକାର ମଧ୍ୟରେ ଅଧିକାର ପାଇଲେ।
10 Potem padł los trzeci synom Zabulonowym według domów ich, a jest granica dziedzictwa ich.
ଏଥିଉତ୍ତାରେ ସବୂଲୂନ-ସନ୍ତାନଗଣ ପାଇଁ ସେମାନଙ୍କ ବଂଶାନୁସାରେ ତୃତୀୟ ବାଣ୍ଟ ଉଠିଲା; ସାରୀଦ ପର୍ଯ୍ୟନ୍ତ ସେମାନଙ୍କ ଅଧିକାରର ସୀମା ଥିଲା।
11 A idzie granica ich morza Marala, i przychodzi do Debbaset, ciągnąc się aż do potoku, który jest przeciw Jeknoam.
ପୁଣି ସେମାନଙ୍କ ସୀମା ପଶ୍ଚିମରେ ମରୀୟଲା ଦିଗରେ ଉଠି ଦବେଶତ୍‍ ପର୍ଯ୍ୟନ୍ତ ଯାଇ ଯଗ୍ନିୟାମର ସମ୍ମୁଖସ୍ଥ ନଦୀ ପର୍ଯ୍ୟନ୍ତ ଗଲା।
12 I wraca się od Saryd na wschód słońca ku granicy Chasalek Tabor, a stamtąd bieży do Daberet, i ciągnie się do Jafije;
ପୁଣି ସାରୀଦରୁ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଫେରି କିଶ୍ଲୋତ୍‍-ତାବୋରର ସୀମା ପର୍ଯ୍ୟନ୍ତ ଗଲା; ତହୁଁ ଦାବରତ୍‍ରେ ବାହାରି ଯାଫୀୟକୁ ଉଠିଗଲା।
13 Potem stamtąd bieży na wschód słońca do Gethefer i do Itakasyn, a wychodzi w Rymmon, i kołem idzie do Nehy.
ପୁଣି ସେଠାରୁ ପୂର୍ବଦିଗ ହୋଇ ଗାଥ୍‍-ହେଫର ଦେଇ ଏତ୍କାତ୍‍ସୀନ ପର୍ଯ୍ୟନ୍ତ ଯାଇ ନେୟ ଆଡ଼େ ବିସ୍ତୃତ ରିମ୍ମୋନ୍‍କୁ ଗଲା।
14 Idzie także kołem taż granica od północy ku Hannaton, a kończy się u doliny Jeftael.
ପୁଣି ସେହି ସୀମା ଉତ୍ତର ଦିଗରେ ତାହା ବେଷ୍ଟନ କରି ହନ୍ନାଥୋନକୁ ଗଲା; ପୁଣି ତହିଁର ସୀମା ଯିପ୍ତହେଲ ଉପତ୍ୟକା ପର୍ଯ୍ୟନ୍ତ ଗଲା।
15 I Katet, i Nahalal, i Symeron, i Jedala, i Betlehem, miast dwanaście, i wsi ich.
ପୁଣି କଟତ୍‍ ଓ ନହଲୋଲ୍‍ ଓ ଶିମ୍ରୋଣ ଓ ଯିଦାଲା ଓ ବେଥଲିହିମ; ଗ୍ରାମ ସମେତ ଏହି ବାର ନଗର।
16 Toć jest dziedzictwo synów Zabulonowych według domów ich, te miasta i wsi ich.
ଗ୍ରାମ ସମେତ ଏସବୁ ନଗର ସବୂଲୂନ-ସନ୍ତାନମାନଙ୍କ ବଂଶାନୁସାରେ ସେମାନଙ୍କ ଅଧିକାର ଥିଲା।
17 Isascharowi też padł los czwarty, to jest, synom Isascharowym według domów ich.
ଏଥିଉତ୍ତାରେ ଇଷାଖରର, ଅର୍ଥାତ୍‍, ଆପଣା ଆପଣା ବଂଶାନୁସାରେ ଇଷାଖର-ସନ୍ତାନମାନଙ୍କ ବଂଶ ପାଇଁ ଚତୁର୍ଥ ବାଣ୍ଟ ଉଠିଲା।
18 A była granica ich Jezreel, i Chasalot, i Sunem.
ସେମାନଙ୍କ ସୀମା ଯିଷ୍ରିୟେଲ ଓ କସୁଲ୍ଲୋତ ଓ ଶୂନେମ
19 I Hafaraim, i Seon, i Anaharat;
ଓ ହଫାରୟିମ୍‍ ଓ ଶୀୟୋନ ଓ ଅନହରତ୍‍
20 I Rabbot, i Cesyjom, i Abes;
ଓ ରାବ୍ବୀତ୍‍ ଓ କିଶୀୟୋନ୍‍ ଓ ଏବସ
21 I Ramet, i Engannim, i Enhadda, i Betfeses.
ଓ ରେମତ୍‍ ଓ ଐନ୍‍-ଗନ୍ନୀମ୍‍ ଓ ଐନ୍‍-ହଦ୍ଦା ଓ ବେଥ୍-ପତ୍‍ସେସ ପର୍ଯ୍ୟନ୍ତ ଗଲା।
22 A przychodzi granica ich do Taboru, i do Sehesyma, i do Betsemes, a kończą się granice ich u Jordanu, miast szesnaście, i wsi ich.
ପୁଣି ସେ ସୀମା ତାବୋର ଓ ଶହତ୍ସୀମ୍‍ ଓ ବେଥ୍-ଶେମଶ ପର୍ଯ୍ୟନ୍ତ ଗଲା ଓ ଯର୍ଦ୍ଦନ ସେମାନଙ୍କ ସୀମାର ପ୍ରାନ୍ତ ଥିଲା; ଗ୍ରାମ ସମେତ ଏହି ଷୋଅଳ ନଗର।
23 Toć jest dziedzictwo pokolenia synów Isascharowych według domów ich, te miasta i wsi ich.
ଗ୍ରାମ ସମେତ ଏସବୁ ନଗର ଇଷାଖର ବଂଶୀୟ ସନ୍ତାନଗଣର ସେମାନଙ୍କ ବଂଶାନୁସାରେ ଅଧିକାର ହେଲା।
24 Potem padł los piąty pokoleniu synów Asur według domów ich.
ଏଉତ୍ତାରେ ଆଶେର-ସନ୍ତାନମାନଙ୍କ ବଂଶର ଆପଣା ଆପଣା ବଂଶାନୁସାରେ ପଞ୍ଚମ ବାଣ୍ଟ ଉଠିଲା।
25 I była granica ich: Helkat, i Chali, i Beten, i Achsaf;
ଆଉ ସେମାନଙ୍କର ସୀମା ହିଲକତ୍‍ ଓ ହଲୀ ଓ ବେଟନ ଓ ଅକ୍‍ଷଫ
26 I Elmelech, i Amaad, i Aessal, a idzie na Karmel do morza, i do Sychor, i Lobanat.
ଓ ଅଲମେଲକ୍‍ ଓ ଅମୀୟାଦ୍‍ ଓ ମିଶାଲ; ଆଉ ତାହା ପଶ୍ଚିମ ଦିଗରେ କର୍ମିଲ ଓ ଶୀହୋର-ଲିବ୍‍ନତ ପର୍ଯ୍ୟନ୍ତ ଗଲା।
27 Stamtąd się obraca na wschód słońca ku Betdagon, i bieży aż do Zabulon, i do doliny Jeftach El na północy, Betemek i do Nehyjel, wychodząc do Kabul ku lewej stronie;
ପୁଣି ସୂର୍ଯ୍ୟୋଦୟ ଦିଗରେ ବେଥ୍-ଦାଗୁନ୍‍ ଆଡ଼େ ବୁଲି ବେଥ୍-ଏମକ ଓ ନୀୟେଲର ଉତ୍ତର ଦିଗରେ ସବୂଲୂନସ୍ଥିତ ଯିପ୍ତହେଲ ଉପତ୍ୟକା ପର୍ଯ୍ୟନ୍ତ ଗଲା; ତହୁଁ ତାହା ବାମ ଦିଗରେ କାବୂଲ
28 I do Hebronu, i Rohob, i Hamon, i Kana, aż do Sydonu wielkiego.
ଓ ହିବ୍ରୋଣ ଓ ରହୋବ ଓ ହମ୍ମୋନ ଓ କାନ୍ନା ଓ ମହାସୀଦୋନ ପର୍ଯ୍ୟନ୍ତ ଗଲା;
29 A wraca się ta granica od Rama aż do miasta Zor obronnego; stamtąd się obraca ta granica aż do Hosa, a kończy się u morza podle działu Achsyba.
ତହୁଁ ସେ ସୀମା ବୁଲି ରାମା ଓ ସୋର ନାମକ ପ୍ରାଚୀର-ବେଷ୍ଟିତ ନଗରକୁ ଗଲା; ଏଉତ୍ତାରେ ସେ ସୀମା ବୁଲି ହୋଷାକୁ ଗଲା; ପୁଣି ଅକଷୀବ୍ ଅଞ୍ଚଳସ୍ଥ ସମୁଦ୍ର ତହିଁର ପ୍ରାନ୍ତ ଥିଲା।
30 I Amma, i Afek, i Rohob, miast dwadzieścia i dwa, i wsi ich.
ମଧ୍ୟ ଉମ୍ମା ଓ ଅଫେକ ଓ ରହୋବ; ଏପରି ଗ୍ରାମ ସମେତ ବାଇଶ ନଗର ଥିଲା।
31 Toć jest dziedzictwo pokolenia synów Aser według domów ich; te miasta i wsi ich.
ଆପଣା ଆପଣା ବଂଶାନୁସାରେ ଆଶେର-ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର ହେଲା।
32 Potem synom Neftalimowym padł los szósty, synom Neftalimowym według domów ich.
ଏଥିଉତ୍ତାରେ ନପ୍ତାଲିର, ଅର୍ଥାତ୍‍, ଆପଣା ଆପଣା ବଂଶାନୁସାରେ ନପ୍ତାଲି-ସନ୍ତାନମାନଙ୍କ ବଂଶ ପାଇଁ ଷଷ୍ଠ ବାଣ୍ଟ ଉଠିଲା।
33 I była granica ich od Helef, i od Helon, do Saannanim, i Adami, które jest Necheb, i Jebnael, aż ku Lekum, i kończy się u Jordanu.
ସେମାନଙ୍କ ସୀମା ହେଲଫଠାରୁ, ଅର୍ଥାତ୍‍, ସାନନ୍ନୀମ ନିକଟସ୍ଥ ଅଲୋନଠାରୁ ଅଦାମୀ ନେକ୍‍ବ ଓ ଯବ୍‍ନୀୟେଲ ଦେଇ ଲକ୍କୁମ ପର୍ଯ୍ୟନ୍ତ ଗଲା; ଯର୍ଦ୍ଦନ ନିକଟରେ ତହିଁର ପ୍ରାନ୍ତ ଥିଲା।
34 Potem się obraca ta granica ku morzu do Asanot Tabor; a stamtąd bieży ku Hukoka, i idzie do Zabulonu na południe, a do Asar przychodzi ku zachodu, a do Juda ku Jordanowi na wschód słońca.
ପୁଣି ସେ ସୀମା ପଶ୍ଚିମ ଦିଗରେ ଫେରି ଅସ୍‍ନୋତ୍‍-ତାବୋରକୁ ଗଲା ଓ ସେଠାରୁ ହୁକ୍କୋକ୍‍ ପର୍ଯ୍ୟନ୍ତ ଗଲା ଓ ଦକ୍ଷିଣ ଦିଗରେ ସବୂଲୂନ ପର୍ଯ୍ୟନ୍ତ ଓ ପଶ୍ଚିମ ଦିଗରେ ଆଶେର ପର୍ଯ୍ୟନ୍ତ ଓ ସୂର୍ଯ୍ୟୋଦୟ ଆଡ଼େ ଯର୍ଦ୍ଦନ ନିକଟସ୍ଥ ଯିହୁଦା ପର୍ଯ୍ୟନ୍ତ ଗଲା।
35 A miasta obronne są: Assedym Ser, i Emat, Rekat, i Cyneret;
ପୁଣି ସବୀମ ଓ ସେର ଓ ହମ୍ମତ୍‍, ରକ୍କତ୍‍ ଓ କିନ୍ନେରତ୍‍
36 I Edama, i Arama, i Asor,
ଓ ଆଦାମା ଓ ରାମା ଓ ହାସୋର
37 I Kiedes, i Edrej, i Enhasor;
ଓ କେଦଶ ଓ ଇଦ୍ରିୟୀ ଓ ଐନ-ହାସୋର
38 I Jeron, i Magdalel, Horem, i Betanat, i Betsemes, miast dziewiętnaście, i wsi ich.
ଓ ଯିରୋଣ ଓ ମିଗ୍‍ଦଲେଲ ଓ ହୋରେମ୍‍ ଓ ବେଥ୍-ଆନାତ୍ ଓ ବେଥ୍-ଶେମଶ; ଏହିସବୁ ପ୍ରାଚୀର-ବେଷ୍ଟିତ ନଗର ଥିଲା; ଗ୍ରାମ ସମେତ ଊଣେଇଶ ନଗର।
39 Toć jest dziedzictwo pokolenia synów Neftalimowych według domów ich; te miasta i wsi ich.
ଆପଣା ଆପଣା ବଂଶାନୁସାରେ ନପ୍ତାଲି-ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର।
40 Potem pokoleń synów Dan według domów ich, padł los siódmy.
ଏଉତ୍ତାରେ ଦାନ୍-ସନ୍ତାନମାନଙ୍କ ବଂଶର ଆପଣା ଆପଣା ବଂଶାନୁସାରେ ସପ୍ତମ ବାଣ୍ଟ ଉଠିଲା।
41 A była granica dziedzictwa ich: Saraa, i Estaol, i Isremes;
ସେମାନଙ୍କ ଅଧିକାରର ସୀମା ସରାୟ ଓ ଇଷ୍ଟାୟୋଲ ଓ ଇରଶେମଶ୍‍
42 I Selebim, i Ajalon, i Jetela;
ଓ ଶାଲବୀନ୍ ଓ ଅୟାଲୋନ୍‍ ଓ ଯିତ୍ଲା
43 I Elon, i Temnata, i Ekron;
ଓ ଏଲୋନ ଓ ତିମ୍ନାଥା ଓ ଇକ୍ରୋଣ
44 I Eltekie, i Gebbeton i Baalat;
ଓ ଇଲତ୍‍କୀ ଓ ଗିବ୍ବଥୋନ ଓ ବାଲତ୍‍
45 I Jehut, i Bane Barak, i Getremmon;
ଓ ଯିହୂଦ୍‍ ଓ ବନେବରକ୍‍ ଓ ଗାଥ୍‍-ରିମ୍ମୋନ
46 I Mehajarkon, i Rakon z granicą przeciwko Joppie.
ଓ ମେୟକୋନ୍‍ ଓ ରକ୍କୋନ ଓ ଯାଫୋର ସମ୍ମୁଖସ୍ଥ ଅଞ୍ଚଳ।
47 Ale granica synów Danowych była bardzo mała; przetoż wyszedłszy synowie Dan dobywali Lesem, i wzięli je, i wysiekli je ostrzem miecza, i wziąwszy je w dziedzictwo mieszkali w niem; i przezwali Lesem Dan według imienia Dana, ojca swego.
ମାତ୍ର ଦାନ୍-ସନ୍ତାନଗଣର ସୀମା ସେହି ସବୁ ସ୍ଥାନ ପାର ହୋଇଗଲା, କାରଣ ଦାନ୍-ସନ୍ତାନଗଣ ଲେଶମ ନଗର ପ୍ରତିକୂଳରେ ଯାଇ ଯୁଦ୍ଧ କଲେ, ତାହା ହସ୍ତଗତ କରି ଖଡ୍ଗଧାରରେ ଆଘାତ କରି ତାହା ଅଧିକାର କଲେ ଓ ତହିଁ ମଧ୍ୟରେ ବାସ କରି ଆପଣାମାନଙ୍କ ପୂର୍ବପୁରୁଷ ଦାନ୍‍ର ନାମାନୁସାରେ ଲେଶମର ନାମ ଦାନ୍ ରଖିଲେ।
48 Toć jest dziedzictwo pokolenia synów Danowych według domów ich; te miasta, i wsi ich.
ଆପଣା ଆପଣା ବଂଶାନୁସାରେ ଦାନ୍-ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର ଥିଲା,
49 A gdy przestali dzielić ziemię według granic jej, tedy dali synowie Izraelscy dziedzictwo Jozuemu, synowi Nunowemu, w pośród siebie.
ଏହିରୂପେ ଆପଣା ଆପଣା ସୀମାନୁସାରେ ଅଧିକାର କରିବାକୁ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କ ମଧ୍ୟରେ ନୂନର ପୁତ୍ର ଯିହୋଶୂୟଙ୍କୁ ଏକ ଅଧିକାର ଦେଲେ।
50 Według rozkazania Pańskiego dali mu miasto, którego żądał, Tamnat Saraa na górze Efraim, gdzie zbudował miasto, i mieszkał w niem.
ସେ ଯେଉଁ ନଗର ମାଗିଲେ, ସେମାନେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇଫ୍ରୟିମ-ପର୍ବତମୟ ଦେଶରେ ତିମ୍ନାତ୍‍ସେରହ ତାଙ୍କୁ ଦେଲେ, ତହୁଁ ସେ ନଗର ନିର୍ମାଣ କରି ତହିଁରେ ବାସ କଲେ।
51 Teć są dziedzictwa, które losem podzielili w osiadłość Eleazar kapłan, i Jozue, syn Nunów, i przedniejsi z ojców pokolenia synów Izraelskich w Sylo przed Panem, u drzwi namiotu zgromadzenia, i dokończyli podziału ziemi.
ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ ସନ୍ତାନମାନଙ୍କ ବଂଶସମୂହର ପିତୃବଂଶୀୟ ପ୍ରଧାନଗଣ ଶୀଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ସମାଗମ-ତମ୍ବୁ ଦ୍ୱାର ନିକଟରେ ଗୁଲିବାଣ୍ଟ ଦ୍ୱାରା ଏହିସବୁ ଅଧିକାର ବାଣ୍ଟି ଦେଲେ। ଏରୂପେ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ।

< Jozuego 19 >