< Jeremiasza 43 >
1 A gdy przestał Jeremijasz mówić do wszystkiego ludu wszystkich słów Pana, Boga ich, z któremi go był posłał Pan, Bóg ich, do nich, wszystkich mówię tych słów,
ଏଥିଉତ୍ତାରେ ଯିରିମୀୟ ଏହିସବୁ କଥା, ଅର୍ଥାତ୍, ଯେଉଁ ସକଳ କଥା ସମଗ୍ର ଲୋକଙ୍କୁ କହିବା ନିମନ୍ତେ ସଦାପ୍ରଭୁ ସେମାନଙ୍କ ପରମେଶ୍ୱର ସେମାନଙ୍କ ନିକଟକୁ ତାଙ୍କୁ ପଠାଇଥିଲେ, ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କର ସେହି ସକଳ କଥା କହିବାର ସମାପ୍ତ କରନ୍ତେ,
2 Rzekł Azaryjasz syn Hosajaszowy i Johanan, syn Karejaszowy, i wszyscy mężowie pyszni, mówiąc do Jeremijasza: Kłamstwo ty powiadasz; nie posłał cię Pan, Bóg nasz, mówiąc: Nie chodźcie do Egiptu, abyście tam mieszkali;
ହୋଶୋୟୀୟର ପୁତ୍ର ଅସରୀୟ, କାରେହର ପୁତ୍ର ଯୋହାନନ୍ ଓ ଅହଙ୍କାରୀ ଲୋକ ସମସ୍ତେ ଯିରିମୀୟଙ୍କୁ କହିଲେ, “ତୁମ୍ଭେ ମିଥ୍ୟା କଥା କହୁଅଛ; ‘ତୁମ୍ଭେମାନେ ମିସରରେ ପ୍ରବାସ କରିବା ପାଇଁ ଯିବ ନାହିଁ,’ ଏ କଥା କହିବା ପାଇଁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ତୁମ୍ଭକୁ ପଠାଇ ନାହାନ୍ତି;
3 Ale Baruch, syn Neryjaszowy, podszczuwa cię przeciwko nam, aby nas wydał w ręce Chaldejczyków, żeby nas pobili, albo nas zabrali do Babilonu.
ମାତ୍ର କଲ୍ଦୀୟମାନେ ଯେପରି ଆମ୍ଭମାନଙ୍କୁ ବଧ କରି ପାରିବେ ଓ ବନ୍ଦୀ କରି ବାବିଲକୁ ନେଇଯିବେ, ଏଥିପାଇଁ ସେମାନଙ୍କ ହସ୍ତରେ ଆମ୍ଭମାନଙ୍କୁ ସମର୍ପଣ କରିବା ପାଇଁ ନେରୀୟର ପୁତ୍ର ବାରୂକ ଆମ୍ଭମାନଙ୍କ ବିରୁଦ୍ଧରେ ତୁମ୍ଭକୁ ପ୍ରବର୍ତ୍ତାଉଅଛି।”
4 I nie usłuchał Johanan, syn Karejaszowy, i wszyscy książęta wojsk, także i wszystek lud głosu Pańskiego, żeby zostali w ziemi Judzkiej.
ଏହିରୂପେ କାରେହର ପୁତ୍ର ଯୋହାନନ୍, ସେନାପତିସକଳ ଓ ଲୋକ ସମସ୍ତେ ଯିହୁଦା ଦେଶରେ ବାସ କରିବା ବିଷୟରେ ସଦାପ୍ରଭୁଙ୍କ ରବରେ ମନୋଯୋଗ କଲେ ନାହିଁ।
5 Ale Johanan, syn Karejaszowy, i wszyscy książęta wojsk wzięli wszystek ostatek z Judy, którzy się byli wrócili ze wszystkich narodów, do których byli wygnani, aby, mieszkali w ziemi Judzkiej:
ମାତ୍ର କାରେହର ପୁତ୍ର ଯୋହାନନ୍ ଓ ସେନାପତି ସମସ୍ତେ, ଯିହୁଦାର ସକଳ ଅବଶିଷ୍ଟ ଲୋକଙ୍କୁ, ଅର୍ଥାତ୍, ନାନା ଗୋଷ୍ଠୀ ମଧ୍ୟକୁ ତାଡ଼ିତ ଯେସକଳ ଲୋକ ଯିହୁଦା ଦେଶରେ ପ୍ରବାସ କରିବା ପାଇଁ ଫେରି ଆସିଥିଲେ,
6 Mężów, i niewiasty, i dzieci, i córki królewskie, i każdą duszę, którą Nabuzardan, hetman żołnierski, z Godolijaszem, synem Ahikamowym, syna Safanowego, zostawił, i z Jeremijaszem prorokiem, i z Baruchem, synem Neryjaszowym;
ସେହି ପୁରୁଷ, ସ୍ତ୍ରୀ, ବାଳକ, ବାଳିକା ଓ ରାଜକନ୍ୟାଗଣକୁ ଓ ଯେ ପ୍ରତ୍ୟେକ ଲୋକକୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ଶାଫନ୍ର ପୌତ୍ର ଅହୀକାମ୍ର ପୁତ୍ର ଗଦଲୀୟ ନିକଟରେ ଛାଡ଼ି ଯାଇଥିଲା, ସେମାନଙ୍କୁ, ଆଉ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କୁ ଓ ନେରୀୟର ପୁତ୍ର ବାରୂକକୁ ନେଇ,
7 I weszli do ziemi Egipskiej, bo nie byli posłuszni głosowi Pańskiemu, i przyszli do Tachpanches.
ମିସର ଦେଶରେ ଉପସ୍ଥିତ ହେଲେ, କାରଣ ସେମାନେ ସଦାପ୍ରଭୁଙ୍କ ରବରେ ମନୋଯୋଗ କଲେ ନାହିଁ; ଆଉ, ସେମାନେ ତଫନ୍ହେଷର ପର୍ଯ୍ୟନ୍ତ ଗଲେ।
8 I stało się słowo Pańskie do Jeremijasza w Tachpanchos, mówiąc:
ଏଥିଉତ୍ତାରେ ତଫନ୍ହେଷରରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମୀୟଙ୍କ ନିକଟରେ ଉପସ୍ଥିତ ହେଲା, ଯଥା,
9 Nabierz w ręce swe kamieni wielkich, a skryj je w glinę w cegielnicy, która jest przed bramą domu Faraonowego w Tachpanches, przed oczyma mężów Judzkich;
“ତୁମ୍ଭେ କେତେଗୁଡ଼ିଏ ବୃହତ ପ୍ରସ୍ତର ଆପଣା ହସ୍ତରେ ନେଇ, ତଫନ୍ହେଷରରେ ଫାରୋ ଗୃହର ପ୍ରବେଶ ସ୍ଥାନର ନିକଟରେ ଯେଉଁ ଇଟାଗାନ୍ଥୁନି ଅଛି, ତହିଁ ମଧ୍ୟରେ ମଶଲା ଭିତରେ ଯିହୁଦାର ଲୋକମାନଙ୍କ ସାକ୍ଷାତରେ ଲୁଚାଇ ରଖ;
10 A rzecz im: Tak mówi Pan zastępów, Bóg Izraelski: Oto Ja poślę i przywiodę Nabuchodonozora, króla Babilońskiego, sługę mego i postawię stolicę jego na tych kamieniach, którem skrył: i rozbije majestat swój na nich.
ଆଉ, ସେମାନଙ୍କୁ କୁହ, ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଦେଖ, ଆମ୍ଭେ ଆଜ୍ଞା ପଠାଇ ଆପଣା ଦାସ ବାବିଲର ରାଜା ନବୂଖଦ୍ନିତ୍ସରକୁ ଅଣାଇବା ଓ ଏହି ଯେଉଁ ପ୍ରସ୍ତରସବୁ ଲୁଚାଇ ରଖିଅଛୁ, ତହିଁ ଉପରେ ତାହାର ସିଂହାସନ ସ୍ଥାପନ କରିବା; ଆଉ, ସେ ତହିଁ ଉପରେ ଆପଣା ରାଜକୀୟ ଚନ୍ଦ୍ରାତପ ବିସ୍ତାର କରିବ।
11 Bo przyciągnąwszy wytraci ziemię Egipską; którzy na śmierć oddani, na śmierć pójdą, a którzy do więzienia, do więzienia, a którzy pod miecz, pod miecz.
ପୁଣି, ସେ ଆସି ମିସର ଦେଶକୁ ଆଘାତ କରି ମୃତ୍ୟୁୁଯୋଗ୍ୟ ଲୋକଙ୍କୁ ମୃତ୍ୟୁୁରେ, ବନ୍ଦୀତ୍ୱର ଯୋଗ୍ୟ ଲୋକଙ୍କୁ ବନ୍ଦୀତ୍ୱରେ ଓ ଖଡ୍ଗଯୋଗ୍ୟ ଲୋକଙ୍କୁ ଖଡ୍ଗରେ ସମର୍ପଣ କରିବ।
12 I zapalę ogień w domach bogów Egipskich, i popali je, a one pobierze do więzienia: i odzieje się ziemią Egipską jako się odziewa pasterz szatą swoją, i wynijdzie stamtąd w pokoju,
ଆଉ, ଆମ୍ଭେ ମିସରସ୍ଥ ଦେବାଳୟସବୁରେ ଅଗ୍ନି ଲଗାଇବା ଓ ସେ ସେମାନଙ୍କୁ ଦଗ୍ଧ କରି ବାବିଲକୁ ବନ୍ଦୀ କରି ଘେନିଯିବ; ପୁଣି, ମେଷପାଳକ ଯେପରି ଆପଣା ବସ୍ତ୍ର ଘୋଡ଼ାଇଥାଏ, ସେହିପରି ସେ ମିସର ଦେଶ ଦ୍ୱାରା ଆପଣାକୁ ଘୋଡ଼ାଇବ ଓ ସେ ଶାନ୍ତିରେ ଏ ସ୍ଥାନରୁ ପ୍ରସ୍ଥାନ କରିବ।
13 Gdy pokruszy słupy w Betsemes, które jest w ziemi Egipskiej, i domy bogów Egipskich popali ogniem.
ଆହୁରି, ସେ ମିସର ଦେଶସ୍ଥ ବେଥ୍-ଶେମଶର ସ୍ତମ୍ଭସକଳ ଭାଙ୍ଗି ପକାଇବ ଓ ମିସର ଦେଶସ୍ଥ ଦେବାଳୟସବୁ ସେ ଅଗ୍ନିରେ ଦଗ୍ଧ କରିବ।’”