< Rodzaju 27 >

1 I stało się, gdy się zestarzał Izaak, i zaćmiły się oczy jego, tak, iż widzieć nie mógł: tedy wezwał Ezawa, syna swego starszego, i rzekł mu: Synu mój! a on odpowiedział: Owom ja.
ଏଥିଉତ୍ତାରେ ଇସ୍‌ହାକ ବୃଦ୍ଧ ହୁଅନ୍ତେ, ଚକ୍ଷୁ ନିସ୍ତେଜ ହେବାରୁ ଆଉ ଦେଖି ପାରିଲେ ନାହିଁ; ସେତେବେଳେ ସେ ଆପଣା ଜ୍ୟେଷ୍ଠ ପୁତ୍ର ଏଷୌକୁ ଡାକି କହିଲେ, “ପୁଅରେ,” ତହିଁରେ ସେ ଉତ୍ତର କଲା, “ଦେଖନ୍ତୁ, ମୁଁ ଏଠାରେ।”
2 I rzekł Izaak: Otom się już zestarzał, a nie wiem dnia śmierci swej.
ତହୁଁ ସେ ତାହାଙ୍କୁ କହିଲେ, “ଦେଖ, ମୁଁ ବୃଦ୍ଧ ହୋଇଅଛି, କେଉଁ ଦିନ ମୋହର ମୃତ୍ୟୁୁ ହେବ, ତାହା ମୁଁ ଜାଣେ ନାହିଁ।
3 Przetoż teraz weźmij proszę naczynia twoje, sajdak twój, i łuk twój, a wynijdź w pole, i ułów mi zwierzynę.
ଏବେ ବିନୟ କରୁଅଛି, ତୁମ୍ଭେ ଏତେବେଳେ ତୂଣ ଓ ଧନୁକାଦି ଶସ୍ତ୍ର ଘେନି ପ୍ରାନ୍ତରକୁ ଯାଇ ମୋʼ ନିମନ୍ତେ ମୃଗ ଆଣ।
4 I nagotuj mi potrawy smaczne, w jakich się kocham, i przynieś mi, a będę jadł, abyć błogosławiła dusza moja, pierwej, niż umrę.
ପୁଣି, ମୁଁ ଯେରୂପ ଖାଦ୍ୟ ଭଲ ପାଏ, ସେହିପରି ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ଭୋଜନ ନିମନ୍ତେ ମୋʼ ନିକଟକୁ ଆଣ; ତହିଁରେ ମୋହର ପ୍ରାଣ ମୃତ୍ୟୁୁ ପୂର୍ବରେ ତୁମ୍ଭକୁ ଆଶୀର୍ବାଦ କରିବ।”
5 Ale Rebeka słyszała, gdy to mówił Izaak do Ezawa, syna swego; tedy wyszedł Ezaw na pole, aby ułowił zwierzynę i przyniósł.
ଇସ୍‌ହାକ ଆପଣା ପୁତ୍ର ଏଷୌକୁ ଏହି କଥା କହିବା ସମୟରେ ରିବିକା ଶୁଣିଲା। ଏହେତୁ ଏଷୌ ମୃଗୟା ମାଂସ ଆଣିବା ନିମନ୍ତେ କ୍ଷେତ୍ରକୁ ଗଲା ଉତ୍ତାରେ,
6 I rzekła Rebeka do Jakóba, syna swego, mówiąc: Otom słyszała, gdy ojciec twój mówił do Ezawa, brata twego, i rzekł:
ରିବିକା ଆପଣା ପୁତ୍ର ଯାକୁବଙ୍କୁ କହିଲା, “ଦେଖ, ତୁମ୍ଭର ଭ୍ରାତା ଏଷୌ ସହିତ ତୁମ୍ଭ ପିତାଙ୍କର କଥୋପକଥନ ମୁଁ ଶୁଣିଲି,
7 Przynieś mi co z obłowu, a nagotuj mi potrawy smaczne, abym jadł, i błogosławił ci przed obliczem Pańskiem, pierwej, niż umrę.
ସେ ତାହାକୁ କହିଲେ, ‘ତୁମ୍ଭେ ମୃଗୟା ମାଂସ ଆଣି ଆମ୍ଭ ନିମନ୍ତେ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କର, ତହିଁରେ ଆମ୍ଭେ ଭୋଜନ କରି ମୃତ୍ୟୁୁ ପୂର୍ବରେ ସଦାପ୍ରଭୁଙ୍କ ଛାମୁରେ ତୁମ୍ଭକୁ ଆଶୀର୍ବାଦ କରିବା।’
8 A tak teraz synu mój, usłuchaj głosu mego w tem, co ja rozkazuję tobie.
ଏନିମନ୍ତେ, ପୁଅ, ଏବେ ମୁଁ ତୁମ୍ଭକୁ ଯେଉଁ ଆଜ୍ଞା ଦେଉଅଛି, ମୋହର ସେହି କଥା ଶୁଣ।
9 A szedłszy do trzody, przynieś mi stamtąd dwoje koźląt dobrych, a nagotuję z nich potrawy smaczne ojcu twemu, jako rad jada.
ତୁମ୍ଭେ ଏବେ ଗୋଠକୁ ଯାଇ ସେଠାରୁ ଦୁଇଗୋଟି ଉତ୍ତମ ଛେଳିଛୁଆ ଆଣ; ତହିଁରେ ତୁମ୍ଭର ପିତା ଯେପରି ଭଲ ପାʼନ୍ତି, ସେହିପରି ସୁସ୍ୱାଦୁ ଖାଦ୍ୟ ମୁଁ ରାନ୍ଧିଦେବି।
10 I zaniesiesz ojcu twemu, a będzie jadł; dlatego abyć błogosławił, pierwej niż umrze.
ତୁମ୍ଭେ ତାହା ଘେନି ପିତାଙ୍କ ନିକଟକୁ ଯାଅ; ତହିଁରେ ସେ ତାହା ଭୋଜନ କରି ମୃତ୍ୟୁୁ ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ କରିବେ।”
11 Tedy rzekł Jakób do Rebeki, matki swej: Oto, Ezaw brat mój, człowiek kosmaty, a jam człowiek gładki;
ସେତେବେଳେ ଯାକୁବ ଆପଣା ମାତା ରିବିକାକୁ କହିଲା, “ଦେଖ, ମୋହର ଭ୍ରାତା ଏଷୌ ଲୋମଶ, ମାତ୍ର ମୁଁ ନିର୍ଲୋମ।
12 Jeźli mię pomaca ojciec mój, a będzie rozumiał, że z niego szydzę, przywiodę na się przeklęstwo, a nie błogosławieństwo.
ଏଣୁ ଯଦି ପିତା ମୋତେ ସ୍ପର୍ଶ କରିବେ, ତେବେ ମୁଁ ତାଙ୍କ ଦୃଷ୍ଟିରେ ପ୍ରବଞ୍ଚକ ଦେଖାଯିବି; ତାହାହେଲେ ମୁଁ ଆପଣା ଉପରକୁ ଆଶୀର୍ବାଦ ନ ଆଣି ଅଭିଶାପ ଆଣିବି।”
13 I rzekła mu matka jego: Na mię niech będzie przeklęstwo twoje, synu mój; tylko usłuchaj głosu mego, a szedłszy, przynieś mi.
ମାତ୍ର ତାହାର ମାତା କହିଲା, “ପୁଅ, ସେହି ଅଭିଶାପ ମୋତେ ଘଟୁ, କେବଳ ତୁମ୍ଭେ ମୋʼ କଥା ମାନ ଓ ଯାଇ ଛେଳିଛୁଆ ଆଣ।”
14 Tedy on szedłszy wziął, i przyniósł matce swej; i nagotowała matka jego potrawy smaczne, jako rad jadał ojciec jego.
ତହୁଁ ଯାକୁବ ଯାଇ ତାହା ଘେନି ମାତା ନିକଟକୁ ଆଣନ୍ତେ, ମାତା ତାହାର ପିତାଙ୍କର ରୁଚି ଅନୁସାରେ ସୁସ୍ୱାଦୁ ଖାଦ୍ୟ ରନ୍ଧନ କଲା।
15 I wziąwszy Rebeka szaty Ezawa, syna swego starszego, najkosztowniejsze, które miała u siebie w domu, oblokła w nie Jakóba, syna swego młodszego.
ତହିଁରେ ରିବିକା ଘରେ ଆପଣା ନିକଟରେ ଜ୍ୟେଷ୍ଠ ପୁତ୍ର ଏଷୌର ଥିବା ଉତ୍ତମ ବସ୍ତ୍ର ଆଣି କନିଷ୍ଠ ପୁତ୍ର ଯାକୁବକୁ ପିନ୍ଧାଇଲା।
16 A skórkami koźlęcemi obwinęła ręce jego, i gładkość szyi jego.
ପୁଣି, ଛେଳିଛୁଆର ଛାଲ ଘେନି ତାହା ହସ୍ତରେ ଓ ଗଳଦେଶର ନିର୍ଲୋମ ସ୍ଥାନରେ ଗୁଡ଼ାଇ ଦେଲା।
17 I dała chleb i potrawy smaczne, które nagotowała, w ręce Jakóba syna swego.
ଆଉ ସେହି ରନ୍ଧା ସୁସ୍ୱାଦୁ ଖାଦ୍ୟ ଓ ରୁଟି ଯାକୁବର ହସ୍ତରେ ଦେଲା।
18 A on wszedłszy do ojca swego mówił: Ojcze mój! a on rzekł: Owom ja! Ktoś ty jest, synu mój?
ତହୁଁ ଯାକୁବ ଆପଣା ପିତା ନିକଟକୁ ଯାଇ କହିଲା, “ପିତଃ,” ସେ ଉତ୍ତର କଲେ, “ଦେଖ, ମୁଁ ଏଠାରେ ପୁତ୍ର, ତୁମ୍ଭେ କିଏ?”
19 I rzekł Jakób do ojca swego: Jam jest Ezaw, pierworodny twój. Uczyniłem, jakoś mi rozkazał; wstań proszę, siądź, a jedz z obłowu mego, aby mi błogosławiła dusza twoja.
ଯାକୁବ ଆପଣା ପିତାଙ୍କୁ କହିଲା, “ମୁଁ ଆପଣଙ୍କ ଜ୍ୟେଷ୍ଠ ପୁତ୍ର ଏଷୌ; ଆପଣ ଯାହା ଆଜ୍ଞା କରିଥିଲେ, ମୁଁ ତାହା କରିଅଛି, ଏବେ ନିବେଦନ କରୁଅଛି, ଆପଣ ଉଠନ୍ତୁ, ପୁଣି, ବସି ମୋହର ମୃଗୟା ମାଂସ ଭୋଜନ କରନ୍ତୁ, ତହିଁ ଉତ୍ତାରେ ଆପଣ ମୋତେ ଆଶୀର୍ବାଦ କରନ୍ତୁ।”
20 I rzekł Izaak do syna swego: Cóż to jest? Prędkoś to znalazł, synu mój? a on odpowiedział: Sposobił to Pan Bóg twój, że mi się nagodziło.
ତହିଁରେ ଇସ୍‌ହାକ ଆପଣା ପୁତ୍ରକୁ କହିଲେ, “ପୁତ୍ର, ତୁମ୍ଭେ ଏତେ ଶୀଘ୍ର ତାହା କିପରି ପାଇଲ?” ସେ କହିଲା, “ଆପଣଙ୍କ ସଦାପ୍ରଭୁ ପରମେଶ୍ୱର ମୋତେ ତାହା ଭେଟାଇ ଦେଲେ।”
21 Zatem Izaak rzekł do Jakóba: Przystąp sam, abym cię pomacał, synu mój, jeźliś ty jest syn mój Ezaw, czyli nie.
ଇସ୍‌ହାକ ଯାକୁବଙ୍କୁ ଆହୁରି କହିଲେ, “ପୁତ୍ର, ମୋʼ ପାଖକୁ ଆସ, ତୁମ୍ଭେ ପ୍ରକୃତରେ ମୋହର ପୁତ୍ର ଏଷୌ କି ନାହିଁ, ତୁମ୍ଭକୁ ସ୍ପର୍ଶ କରି ଜାଣିବି।”
22 Tedy przystąpił Jakób do Izaaka, ojca swego, który pomacawszy go, rzekł: Głos jest głos Jakóbów, ale ręce Ezawowe.
ତହୁଁ ଯାକୁବ ଆପଣା ପିତା ଇସ୍‌ହାକଙ୍କ ନିକଟକୁ ଯାʼନ୍ତେ, ସେ ତାହା ସ୍ପର୍ଶ କରି କହିଲେ, “ଏହି ସ୍ୱର ଯାକୁବର ସ୍ୱର, ମାତ୍ର ଏହି ହସ୍ତ ଏଷୌର ହସ୍ତ ଅଟଇ।”
23 I nie poznał go; albowiem były ręce jego jako ręce Ezawa, brata jego, kosmate; i błogosławił mu.
ଏହିରୂପେ ସେ ତାହାକୁ ଚିହ୍ନି ପାରିଲେ ନାହିଁ, ଯେହେତୁ ସେ ଆପଣା ଭ୍ରାତା ଏଷୌର ହସ୍ତ ନ୍ୟାୟ ଆପଣା ହସ୍ତ ଲୋମଯୁକ୍ତ କରିଥିଲା; ଏଣୁ ସେ ତାହାକୁ ଆଶୀର୍ବାଦ କଲେ।
24 I rzekł: Tyżeś jest syn mój Ezaw? a on odpowiedział: Ja.
ଏଥିଉତ୍ତାରେ ସେ କହିଲେ, “ତୁମ୍ଭେ କି ନିତାନ୍ତ ମୋହର ପୁତ୍ର ଏଷୌ?” ସେ କହିଲା, “ହଁ, ମୁଁ ସେହି।”
25 Zatem rzekł: Podajże mi, żebym jadł z obłowu syna mego, abyć błogosławiła dusza moja. Tedy mu podał, i jadł. Przyniósł mu też wina, i pił.
ସେତେବେଳେ ଇସ୍‌ହାକ କହିଲେ, “ତାହା ମୋʼ ପାଖକୁ ଆଣ; ମୁଁ ଆପଣା ପୁତ୍ରର ଆନୀତ ମୃଗୟା ମାଂସ ଭୋଜନ କରିବି, ତହୁଁ ମୁଁ ତୁମ୍ଭକୁ ଆଶୀର୍ବାଦ କରିବି।” ତହିଁରେ ସେ ନିକଟକୁ ଆଣି ଦିଅନ୍ତେ, ଇସ୍‌ହାକ ତାହା ଭୋଜନ କଲେ; ପୁଣି, ଦ୍ରାକ୍ଷାରସ ଆଣି ଦିଅନ୍ତେ, ତାହା ପାନ କଲେ।
26 I rzekł mu Izaak, ojciec jego: Przystąpże teraz a pocałuj mię, synu mój.
ଏଥିଉତ୍ତାରେ ତାହାର ପିତା ଇସ୍‌ହାକ କହିଲେ, “ପୁତ୍ର, ଏବେ ମୋʼ ନିକଟକୁ ଆସି ମୋତେ ଚୁମ୍ବନ କର।”
27 Tedy przystąpiwszy pocałował go, a skoro poczuł wonność szat jego, błogosławił mu, mówiąc: Oto wonność syna mego, jako wonność pola, któremu błogosławił Pan.
ସେତେବେଳେ ସେ ନିକଟକୁ ଯାଇ ଚୁମ୍ବନ କରନ୍ତେ, ଇସ୍‌ହାକ ତାହାର ବସ୍ତ୍ରର ଗନ୍ଧ ପାଇ ତାଙ୍କୁ ଆଶୀର୍ବାଦ କରି କହିଲେ, “ଦେଖ, ସଦାପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ କ୍ଷେତ୍ରର ସୁଗନ୍ଧି ତୁଲ୍ୟ ମୋʼ ପୁତ୍ରର ସୁଗନ୍ଧି;
28 Niechajżeć da Bóg z rosy niebieskiej, i z tłustości ziemskiej, i obfitość zboża i wina.
ପରମେଶ୍ୱର ଆକାଶର କାକରରୁ ଓ ପୃଥିବୀର ଉର୍ବରତାରୁ ଉତ୍ପନ୍ନ (ଫଳ) ଓ ପ୍ରଚୁର ଶସ୍ୟ ଓ ଦ୍ରାକ୍ଷାରସ ତୁମ୍ଭକୁ ଦିଅନ୍ତୁ;
29 Niechaj ci służą ludzie, a niech ci się kłaniają narodowie. Bądź panem braci twojej, a niech ci się kłaniają synowie matki twojej; którzy by cię przeklinali, niech będą przeklętymi, a którzy by cię błogosławili, niech będą błogosławionymi.
ଲୋକସମୂହ ତୁମ୍ଭର ସେବା କରନ୍ତୁ ଓ ନାନା ବଂଶ ତୁମ୍ଭକୁ ପ୍ରଣାମ କରନ୍ତୁ; ତୁମ୍ଭେ ଆପଣା ଜ୍ଞାତିମାନଙ୍କର କର୍ତ୍ତା ହୁଅ, ପୁଣି, ତୁମ୍ଭର ମାତୃପୁତ୍ରମାନେ ତୁମ୍ଭକୁ ପ୍ରଣାମ କରନ୍ତୁ; ଯେ ତୁମ୍ଭକୁ ଅଭିଶାପ ଦିଏ, ସେ ଅଭିଶପ୍ତ ହେଉ, ପୁଣି, ଯେ ତୁମ୍ଭକୁ ଆଶୀର୍ବାଦ କରେ, ସେ ଆଶୀର୍ବାଦ ପ୍ରାପ୍ତ ହେଉ।”
30 I stało się, gdy przestał Izaak błogosławić Jakóbowi, i ledwie Jakób odszedł od oblicza Izaaka, ojca swego, tedy Ezaw brat jego, przyszedł z łowu swego.
ଏହି ପ୍ରକାରେ ଇସ୍‌ହାକ ଯାକୁବଙ୍କୁ ଆଶୀର୍ବାଦ କଲା ଉତ୍ତାରେ ଯାକୁବ ଆପଣା ପିତା ଇସ୍‌ହାକଙ୍କ ନିକଟରୁ ବାହାର ହେବା ମାତ୍ରେ ତାହାର ଭ୍ରାତା ଏଷୌ ଶିକାରରୁ ଆସିଲା।
31 Który nagotowawszy potrawy smaczne, przyniósł je ojcu swemu, i mówił do ojca swego: Wstańże ojcze mój, a jedz z obłowu syna twego, aby mi błogosławiła dusza twoja.
ପୁଣି, ସେ ମଧ୍ୟ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ପିତା ନିକଟକୁ ଆଣି କହିଲା, “ପିତଃ, ଆପଣ ଉଠି ପୁତ୍ରର ଆନୀତ ମୃଗୟା ମାଂସ ଭୋଜନ କରନ୍ତୁ, ତହିଁ ଉତ୍ତାରେ ଆପଣ ମୋତେ ଆଶୀର୍ବାଦ କରନ୍ତୁ।”
32 Tedy mu rzekł Izaak, ojciec jego: Któżeś ty? A on rzekł: Jam jest syn twój, pierworodny twój, Ezaw.
ତହିଁରେ ତାହାର ପିତା ଇସ୍‌ହାକ କହିଲେ, “ତୁମ୍ଭେ କିଏ?” ସେ କହିଲା, “ମୁଁ ଆପଣଙ୍କ ପୁତ୍ର, ଆପଣଙ୍କ ପ୍ରଥମଜାତ ଏଷୌ।”
33 I zląkł się Izaak zlęknieniem bardzo wielkiem, i rzekł: Któż to, a gdzie jest ten, co ułowił zwierzynę, i przyniósł mi? i jadłem ze wszystkiego, pierwej, niżeś ty przyszedł, i błogosławiłem mu, i będzie błogosławionym.
ସେତେବେଳେ ଇସ୍‌ହାକ ଅତିଶୟ କମ୍ପିତ ହୋଇ କହିଲେ, “ତେବେ ଯେ ମୋʼ ନିକଟକୁ ମୃଗୟା ମାଂସ ଆଣିଥିଲା, ସେ କିଏ? ତୁମ୍ଭ ଆସିବା ପୂର୍ବେ ମୁଁ ତାହା ଭୋଜନ କରି ତାକୁ ଆଶୀର୍ବାଦ କଲି, ଆହୁରି ସେ ଆଶୀର୍ବାଦ ପ୍ରାପ୍ତ ହେବ।”
34 A usłyszawszy Ezaw słowa ojca swego, zawołał głosem wielkiem, i był żałością wielką zjęty, i rzekł ojcu swemu: Błogosławże też i mnie, ojcze mój.
ଏଷୌ ପିତାଙ୍କର ଏହି କଥା ଶୁଣିବାମାତ୍ରେ ଅତ୍ୟନ୍ତ ବ୍ୟାକୁଳ ଚିତ୍ତରେ ମହାଚିତ୍କାର କଲା, ପୁଣି, ଆପଣା ପିତାଙ୍କୁ କହିଲା, “ପିତଃ, ମୋତେ, ମୋତେ ମଧ୍ୟ ଆଶୀର୍ବାଦ କରନ୍ତୁ।”
35 A on mu rzekł: Przyszedł brat twój chytrze, i wziął błogosławieństwo twoje.
ତହିଁରେ ଇସ୍‌ହାକ କହିଲେ, “ତୁମ୍ଭର ଭ୍ରାତା ଆସି ପ୍ରବଞ୍ଚନା କରି ତୁମ୍ଭର (ପ୍ରାପ୍ତବ୍ୟ) ଆଶୀର୍ବାଦ ହରଣ କରିଅଛି।”
36 Tedy Ezaw rzekł: Słusznieć nazwano imię jego Jakób, podszedł mię bowiem już dwa kroć; pierworodztwo moje wziął, a teraz oto odniósł błogosławieństwo moje. I rzekł: Toś mi nie zachował błogosławieństwa?
ତହିଁରେ ଏଷୌ କହିଲା, “ତାହାର ଯଥାର୍ଥ ନାମ କି ଯାକୁବ ନୁହେଁ? ଯେହେତୁ ସେ ଦୁଇ ଥର ମୋତେ ପ୍ରବଞ୍ଚନା କରିଅଛି, ସେ ପୂର୍ବରେ ମୋର ଜ୍ୟେଷ୍ଠାଧିକାର ହରଣ କରିଥିଲା, ପୁଣି, ଦେଖ, ଏବେ ମୋର (ପ୍ରାପ୍ତବ୍ୟ) ଆଶୀର୍ବାଦ ମଧ୍ୟ ହରଣ କରିଅଛି।” ସେ ପୁନର୍ବାର କହିଲା, “ଆପଣ କି ମୋʼ ନିମନ୍ତେ ଗୋଟିଏ ଆଶୀର୍ବାଦ ରଖି ନାହାନ୍ତି?”
37 Odpowiedział Izaak, i rzekł do Ezawa: Otom go panem postanowił nad tobą, i wszystkich braci jego dałem mu za sługi, i zbożem, i winem opatrzyłem go; a tobie cóż teraz mam uczynić, synu mój?
ତହୁଁ ଇସ୍‌ହାକ ଏଷୌକୁ କହିଲେ, “ଦେଖ, ମୁଁ ତାହାକୁ ତୁମ୍ଭର କର୍ତ୍ତା କଲି, ପୁଣି, ତାହାର ଜ୍ଞାତି ସମସ୍ତଙ୍କୁ ତାହାର ଅଧୀନ କଲି, ଆଉ ଶସ୍ୟ ଓ ଦ୍ରାକ୍ଷାରସ ଦ୍ୱାରା ତାହାକୁ ସବଳ କଲି; ଏହେତୁ ପୁତ୍ର, ଏବେ ତୁମ୍ଭ ନିମନ୍ତେ ଆଉ କଅଣ କରିପାରେ?”
38 I rzekł Ezaw do ojca swego: Izali tylko jedno błogosławieństwo masz, ojcze mój? Błogosławże i mnie; i jamci syn twój, ojcze mój. I podniósł Ezaw głos swój, a płakał.
ତହିଁରେ ଏଷୌ ପୁନର୍ବାର ଆପଣା ପିତାଙ୍କୁ କହିଲା, “ପିତଃ, ଆପଣଙ୍କର କି କେବଳ ଗୋଟିଏ ଆଶୀର୍ବାଦ ଥିଲା? ହେ ପିତଃ, ମୋତେ, ମୋତେ ମଧ୍ୟ ଆଶୀର୍ବାଦ କରନ୍ତୁ।” ଏହା କହି ଏଷୌ ଉଚ୍ଚସ୍ୱରରେ କାନ୍ଦିବାକୁ ଲାଗିଲା।
39 I odpowiedział Izaak, ojciec jego, i rzekł mu: Oto w tłustości ziemi będzie mieszkanie twoje, i w rosie niebieskiej z góry.
ତହୁଁ ତାହାର ପିତା ଇସ୍‌ହାକ ଉତ୍ତର ଦେଇ କହିଲେ, “ଦେଖ, ତୁମ୍ଭର ବସତି ପୃଥିବୀର ଉର୍ବରତାବିହୀନ ଓ ଉପରିସ୍ଥ ଆକାଶର କାକର-ବିହୀନ ହେବ।
40 A z miecza twego żyć będziesz, i bratu twemu będziesz służył; ale stanie się, że i ty panować będziesz, i zrzucisz jarzmo jego z szyi twojej.
ତୁମ୍ଭେ ଖଡ୍ଗଜୀବୀ ଓ ଆପଣା ଭ୍ରାତାର ଦାସ ହେବ, ମାତ୍ର ଯେତେବେଳେ ତୁମ୍ଭେ ବନ୍ଧନ ଛିଣ୍ଡାଇବ, ସେତେବେଳେ ଆପଣା କାନ୍ଧରୁ ତାହାର ଯୁଆଳି ପକାଇ ଦେବ।”
41 Przetoż nienawidził Ezaw Jakóba dla błogosławieństwa, którem mu błogosławił ojciec jego; i mówił Ezaw w sercu swem: Przybliżają się dni żałoby ojca mego, a zabiję Jakóba, brata mego.
ଏହି ପ୍ରକାରେ ଯାକୁବ ଆପଣା ପିତାଠାରୁ ଆଶୀର୍ବାଦ ପାଇବା ସକାଶୁ ଏଷୌ ତାହା ପ୍ରତି ଈର୍ଷାଭାବ ବହି ମନେ ମନେ ଭାଳିଲା, “ମୋହର ପିତାଙ୍କ ଶୋକକାଳ ପ୍ରାୟ ଉପସ୍ଥିତ, ତହିଁ ଉତ୍ତାରେ ମୁଁ ଆପଣା ଭ୍ରାତା ଯାକୁବକୁ ବଧ କରିବି।”
42 I oznajmiono Rebece słowa Ezawa, syna jej starszego, która posławszy, wezwała Jakóba, syna swego młodszego, i rzekła do niego: Oto Ezaw, brat twój, cieszy się tem, iż cię zabije.
ମାତ୍ର, ଜ୍ୟେଷ୍ଠ ପୁତ୍ର ଏଷୌର ଏରୂପ କଥା ରିବିକାର କର୍ଣ୍ଣଗୋଚର ହେଲା; ତହୁଁ ସେ ଲୋକ ପଠାଇ କନିଷ୍ଠ ପୁତ୍ର ଯାକୁବଙ୍କୁ ଡକାଇ କହିଲା, “ଦେଖ, ତୁମ୍ଭର ଭ୍ରାତା ଏଷୌ ତୁମ୍ଭକୁ ବଧ କରିବା ମାନସରେ ଆପଣାକୁ ପ୍ରବୋଧିତ କରୁଅଛି।
43 Przetoż teraz, synu mój, usłuchaj głosu mego, a wstawszy, uciecz do Labana, brata mego, do Haranu,
ଏଥିପାଇଁ, ପୁତ୍ର, ମୋହର କଥା ଶୁଣ; ତୁମ୍ଭେ ହାରଣ ନଗରକୁ ପଳାଇ ମୋହର ଭ୍ରାତା ଲାବନ ନିକଟକୁ ଯାଅ।
44 I pomieszkaj z nim przez jaki czas, aż ucichnie gniew brata twego,
ପୁଣି, ଯେପର୍ଯ୍ୟନ୍ତ ତୁମ୍ଭ ଭ୍ରାତାର ପ୍ରଚଣ୍ଡ କ୍ରୋଧ ନିବୃତ୍ତ ନ ହୁଏ, ସେପର୍ଯ୍ୟନ୍ତ କିଛି ଦିନ ସେଠାରେ ଥାଅ;
45 Aż się odwróci zapalczywość brata twego od ciebie, i zapomni tego, coś mu uczynił; potem ja poślę, a wezmę stamtąd; bo czemuż mam was obydwóch postradać jednego dnia?
ଏଥିଉତ୍ତାରେ ତୁମ୍ଭ ପ୍ରତି ତୁମ୍ଭ ଭ୍ରାତାର କ୍ରୋଧ ନିବୃତ୍ତ ହେଲେ ଓ ତୁମ୍ଭେ ତାହା ପ୍ରତି ଯାହା କରିଅଛ, ତାହା ସେ ପାସୋରିଗଲେ, ମୁଁ ଲୋକ ପଠାଇ ସେଠାରୁ ତୁମ୍ଭକୁ ଅଣାଇବି; ଗୋଟିଏ ଦିନରେ ତୁମ୍ଭ ଦୁଇ ଜଣଙ୍କୁ କାହିଁକି ହରାଇବି?”
46 I rzekła Rebeka do Izaaka: Obmierzł mi żywot mój dla córek Hetejskich; jeźliże i Jakób weźmie sobie żonę z córek Hetejskich, jakie są córki ziemi tej, cóż mi po żywocie?
ଏଥିଉତ୍ତାରେ ରିବିକା ଇସ୍‌ହାକଙ୍କୁ କହିଲା, “ଏହି ହିତ୍ତୀୟ କନ୍ୟାମାନଙ୍କ ସକାଶୁ ମୁଁ ଆପଣା ପ୍ରାଣରେ ବିରକ୍ତ ହେଉଅଛି; ଯଦି ଯାକୁବ ଏମାନଙ୍କ ତୁଲ୍ୟ କୌଣସି ହିତ୍ତୀୟ କନ୍ୟାକୁ, ଅର୍ଥାତ୍‍, ଏହି ଦେଶର କନ୍ୟାମାନଙ୍କ ମଧ୍ୟରୁ କୌଣସି କନ୍ୟାକୁ ବିବାହ କରେ, ତେବେ ମୋହର ପ୍ରାଣଧାରଣରେ କି ସୁଖ?”

< Rodzaju 27 >