< I Kronik 5 >
1 A synowie Rubena pierworodnego Izraelowego, (ten bowiem był pierworodny; ale gdy zgwałcił łoże ojca swego, dane jest pierworodztwo jego synom Józefa, syna Izraelowego, tak jednak, że go nie poczytano za pierworodnego:
ଇସ୍ରାଏଲର ପ୍ରଥମଜାତ ରୁବେନ୍ର ସନ୍ତାନଗଣର କଥା, ରୁବେନ୍ ପ୍ରଥମଜାତ ଥିଲା; ମାତ୍ର ସେ ଆପଣା ପିତୃଶଯ୍ୟା ଅଶୁଚି କରିବାରୁ ତାହାର ଜ୍ୟେଷ୍ଠାଧିକାର ଇସ୍ରାଏଲର ପୁତ୍ର ଯୋଷେଫର ପୁତ୍ରମାନଙ୍କୁ ଦିଆଯାଇଥିଲା; ତଥାପି ଜ୍ୟେଷ୍ଠାଧିକାରାନୁସାରେ ବଂଶାବଳୀ ଲେଖା ହୁଏ ନାହିଁ।
2 Bo Judas był najmężniejsz między braćmi swymi, a książęciem między nimi; ale pierworodztwo należało Józefowi.)
କାରଣ ଯିହୁଦା ଆପଣା ଭ୍ରାତୃଗଣ ଅପେକ୍ଷା ପରାକ୍ରମୀ ହେଲା ଓ ତାହାଠାରୁ ଅଧିପତି ଉତ୍ପନ୍ନ ହେଲେ; ମାତ୍ର ଜ୍ୟେଷ୍ଠାଧିକାର ଯୋଷେଫର ହେଲା;
3 Synowie mówię Rubena, pierworodnego Izraelowego, byli: Henoch i Fallu, Hesron i Charmi.
ଇସ୍ରାଏଲର ଜ୍ୟେଷ୍ଠ ପୁତ୍ର ରୁବେନ୍ର ସନ୍ତାନ ହନୋକ ଓ ପଲ୍ଲୁ, ହିଷ୍ରୋଣ ଓ କର୍ମି।
4 Synowie Joelowi: Samajasz syn jego, Gog syn jego, Semej syn jego;
ଯୋୟେଲର ସନ୍ତାନଗଣ; ତାହାର ପୁତ୍ର ଶମୟୀୟ, ତାହାର ପୁତ୍ର ଗୋଗ୍, ତାହାର ପୁତ୍ର ଶିମୀୟି;
5 Michas syn jego, Reajasz syn jego, Baal syn jego;
ତାହାର ପୁତ୍ର ମୀଖା, ତାହାର ପୁତ୍ର ରାୟା, ତାହାର ପୁତ୍ର ବାଲ୍;
6 Bera syn jego, którego wziął w niewolę Teglat Falasar, król Asyryjski; ten był książęciem Rubenitów.
ତାହାର ପୁତ୍ର ବେରା, ଯାହାକୁ ଅଶୂର-ରାଜା ତିଗ୍ଲତ୍-ପିଲ୍ନେଷର ବନ୍ଦୀ କରି ନେଇଗଲା; ସେ ରୁବେନୀୟମାନଙ୍କର ଅଧିପତି ଥିଲା।
7 A bracia jego według domów swych, gdy byli policzeni według ich narodów, mieli książęta Jehiela i Zacharyjasza.
ଯେତେବେଳେ ସେମାନଙ୍କ ବଂଶାବଳୀ ଲେଖାଗଲା, ସେତେବେଳେ ଆପଣା ଆପଣା ଗୋଷ୍ଠୀ ଅନୁସାରେ ଏହାର ଏହି ଭ୍ରାତୃଗଣ ଥିଲେ; ପ୍ରଧାନ ଯିୟୀୟେଲ୍ ଓ ଜିଖରୀୟ
8 A Bela, syn Azazowy, syna Semmy, syna Joelowego; ten mieszkał w Aroer aż ku Nebo i Baalmeon.
ଓ ଯୋୟେଲର ପ୍ରପୌତ୍ର ଶେମାର ପୌତ୍ର ଆସସ୍ର ପୁତ୍ର ବେଲା, ସେ ଅରୋୟେର ଓ ନବୋ ଓ ବାଲ୍-ମୀୟୋନ୍ ପର୍ଯ୍ୟନ୍ତ ବାସ କଲା।
9 Także i na wschód słońca mieszkał, aż kędy wchodzą na puszczę od rzeki Eufrates; albowiem stada ich rozmnożyły się w ziemi Galaadskiej.
ପୁଣି, ପୂର୍ବ ଦିଗରେ ସେ ଫରାତ୍ ନଦୀଠାରୁ ପ୍ରାନ୍ତର-ପ୍ରବେଶ-ସ୍ଥାନ ପର୍ଯ୍ୟନ୍ତ ବାସ କଲା; କାରଣ ଗିଲୀୟଦ ଦେଶରେ ସେମାନଙ୍କ ପଶୁଗଣ ବୃଦ୍ଧି ପାଇଥିଲେ।
10 Ci za dni Saulowych walczyli z Agareńczykami, którzy porażeni są od ręki ich; a tak mieszkali w namiotach ich po wszystkiej krainie wschodniej ziemi Galaadskiej.
ପୁଣି, ଶାଉଲଙ୍କର ସମୟରେ ସେମାନେ ହାଗରୀୟମାନଙ୍କ ସହିତ ଯୁଦ୍ଧ କରନ୍ତେ, ହାଗରୀୟମାନେ ସେମାନଙ୍କ ହସ୍ତରେ ପତିତ ହେଲେ; ତହୁଁ ଏମାନେ ସେମାନଙ୍କ ତମ୍ବୁରେ ଗିଲୀୟଦ ଦେଶର ପୂର୍ବ ଦିଗରେ ସର୍ବତ୍ର ବାସ କଲେ।
11 A synowie Gadowi na przeciwko nich mieszkali w ziemi Bazan, aż do Selchy.
ପୁଣି, ଗାଦ୍ର ସନ୍ତାନଗଣ ସେମାନଙ୍କ ସମ୍ମୁଖରେ ସଲଖା ପର୍ଯ୍ୟନ୍ତ ବାଶନ ଦେଶରେ ବାସ କଲେ।
12 Joel był przedniejszym ich, a Safam wtóry, a Janaj i Safat zostali w Bazan.
ଯୋୟେଲ ପ୍ରଧାନ ଓ ଶାଫମ୍ ଦ୍ୱିତୀୟ, ଆଉ ଯାନୟ ଓ ଶାଫଟ୍ ବାଶନରେ ରହିଲେ;
13 A braci ich według domów ojców swych: Michael i Mesullam, i Seba, i Joraj, i Jachan, i Zyja, i Heber, siedm.
ପୁଣି, ସେମାନଙ୍କର ପିତୃବଂଶଜ ଭ୍ରାତୃଗଣ ମୀଖାୟେଲ, ମଶୁଲ୍ଲମ୍, ଶେବଃ, ଯୋରୟ, ଯାକନ୍, ସୀୟ ଓ ଏବର, ସାତ ଜଣ।
14 (Cić są synowie Abihaila, syna Hurowego, syna Jaroachowego, syna, Galaadowego, syna Michaelowego, syna Jesysowego, syna Jachdowego, syna Buzowego; )
ବୂଷ୍ର ପୁତ୍ର ଯହଦୋ, ଯହଦୋର ପୁତ୍ର ଯିହିଶୟ, ଯିହିଶୟର ପୁତ୍ର ମୀଖାୟେଲ, ମୀଖାୟେଲର ପୁତ୍ର ଗିଲୀୟଦ, ଗିଲୀୟଦର ପୁତ୍ର ଯାରୋହ, ଯାରୋହର ପୁତ୍ର ହୁରି; ହୁରିର ପୁତ୍ର ଅବୀହୟିଲ, ସେମାନେ ସେହି ଅବୀହୟିଲର ସନ୍ତାନ ଥିଲେ।
15 Achy, syn Abdyjela, syna Gunowego, książę w domu ojców ich.
ଗୂନିର ପୌତ୍ର ଅବ୍ଦୀୟେଲର ପୁତ୍ର ଅହି ସେମାନଙ୍କ ପିତୃବଂଶର ପ୍ରଧାନ ଥିଲା।
16 I mieszkali w Galaad, w Bazan, i w miasteczkach jego, i po wszystkich przedmieściach Saron aż do ich granic.
ସେମାନେ ଗିଲୀୟଦରେ, ବାଶନରେ ତହିଁର ସମସ୍ତ ଉପନଗରରେ ଓ ସେସବୁର ସୀମା ପର୍ଯ୍ୟନ୍ତ ଶାରୋଣର ସମସ୍ତ ତଳିଭୂମିରେ ବାସ କଲେ।
17 Wszyscy ci policzeni byli za dni Jotama, króla Judzkiego, i za dni Jeroboama, króla Izraelskiego.
ଯିହୁଦାର ରାଜା ଯୋଥମ୍ଙ୍କର ସମୟରେ ଓ ଇସ୍ରାଏଲର ରାଜା ଯାରବୀୟାମଙ୍କ ସମୟରେ ଏସମସ୍ତଙ୍କର ବଂଶାବଳୀ ଲିଖିତ ହୋଇଥିଲା।
18 Synów Rubenowych, i Gadowych, i połowy pokolenia Manasesowego, ludzi walecznych, mężów noszących tarczę i miecz, i ciągnących łuk, i ćwiczonych ku bojowi, czterdzieści i cztery tysiące, siedm set i sześćdziesiąt, wychodzących do bitwy.
ରୁବେନ୍ର ସନ୍ତାନଗଣ, ପୁଣି, ଗାଦୀୟ, ମନଃଶିର ଅର୍ଦ୍ଧ ବଂଶ ମଧ୍ୟରେ ଢାଲ, ଖଡ୍ଗ ଧରିବାକୁ, ଧନୁ ମାରିବାକୁ ସମର୍ଥ ଓ ଯୁଦ୍ଧରେ ନିପୁଣ ଚୌରାଳିଶ ହଜାର ସାତ ଶହ ଷାଠିଏ ଜଣ ବିକ୍ରମୀ ପୁରୁଷ ଯୁଦ୍ଧଯାତ୍ରା କରିବାକୁ ସମର୍ଥ ଥିଲେ।
19 Ci wiedli wojnę z Agareńczykami, z Jeturejczykami, i z Nafejczykami, i Nodabczykami,
ସେମାନେ ହାଗରୀୟମାନଙ୍କ ସହିତ, ଯିଟୁର, ନାଫୀଶ୍ ଓ ନୋଦବ୍ ସହିତ ଯୁଦ୍ଧ କଲେ।
20 A mieli pomoc przeciwko nim. I podani są w rękę ich Agareńczycy ze wszystkim, co mieli, przeto iż do Boga wołali w bitwie, a on ich wysłuchał, iż ufali w nim.
ସେମାନେ ସେମାନଙ୍କ ପ୍ରତିକୂଳରେ ସାହାଯ୍ୟ ପାଇଲେ, ତହିଁରେ ହାଗରୀୟମାନେ ଓ ସେମାନଙ୍କ ସଙ୍ଗୀ ସମସ୍ତ ଲୋକ ସେମାନଙ୍କ ହସ୍ତରେ ସମର୍ପିତ ହେଲେ; କାରଣ ସେମାନେ ଯୁଦ୍ଧରେ ପରମେଶ୍ୱରଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସେ ସେମାନଙ୍କ ପ୍ରାର୍ଥନା ଶୁଣିଲେ; ଯେହେତୁ ସେମାନେ ତାହାଙ୍କଠାରେ ବିଶ୍ୱାସ କଲେ।
21 I zabrali dobytki ich, wielbłądów ich pięćdziesiąt tysięcy, a owiec dwieście i pięćdziesiąt tysięcy, osłów dwa tysiące, a ludzi sto tysięcy.
ଆଉ ସେମାନେ ସେମାନଙ୍କ ପଶୁ, ଅର୍ଥାତ୍, ସେମାନଙ୍କ ଉଷ୍ଟ୍ର ମଧ୍ୟରୁ ପଚାଶ ହଜାର, ମେଷ ମଧ୍ୟରୁ ଅଢ଼ାଇ ଲକ୍ଷ, ଗର୍ଦ୍ଦଭ ମଧ୍ୟରୁ ଦୁଇ ହଜାର ଓ ମନୁଷ୍ୟ ମଧ୍ୟରୁ ଏକ ଲକ୍ଷ ନେଇଗଲେ।
22 Albowiem rannych wiele poległo, iż od Boga była ona porażka. I mieszkali na miejscu ich, aż ich zabrano w niewolę.
କାରଣ ଯୁଦ୍ଧ ପରମେଶ୍ୱରଙ୍କ ଆଡ଼ୁ ହେବାରୁ ଅନେକ ହତ ହୋଇ ପଡ଼ିଲେ। ପୁଣି, ସେମାନେ ବନ୍ଦୀତ୍ୱ ପର୍ଯ୍ୟନ୍ତ ସେମାନଙ୍କ ସ୍ଥାନରେ ବାସ କଲେ।
23 Ale synowie połowy pokolenia Manasesowego mieszkali w onej ziemi od Bazan aż do Baal-Hermon i Sanir, które jest góra Hermon; bo i oni rozmnożeni byli.
ଆଉ ମନଃଶିର ଅର୍ଦ୍ଧ ବଂଶର ସନ୍ତାନଗଣ ସେହି ଦେଶରେ ବାସ କଲେ; ସେମାନେ ବୃଦ୍ଧି ପାଇ ବାଶନଠାରୁ ବାଲ୍-ହର୍ମୋନ୍, ସନୀର୍ ଓ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ବ୍ୟାପିଗଲେ।
24 A cić są książęta domów ojców ich: Efer i Jesy, i Elijel, i Azryjel, i Jeremijasz, i Hodawijasz, i Jachdyjel, mężowie bardzo mocni, mężowie sławni, książęta domu ojców swoich.
ପୁଣି, ଏମାନେ ଆପଣାମାନଙ୍କ ପିତୃବଂଶର ପ୍ରଧାନ ଥିଲେ, ଯଥା, ଏଫର, ଈଶୀ, ଇଲୀୟେଲ୍, ଅସ୍ରୀୟେଲ, ଯିରିମୀୟ, ହୋଦବୀୟ ଓ ଯହଦୀୟେଲ୍, ଏସମସ୍ତେ ମହାବିକ୍ରମଶାଳୀ, ବିଖ୍ୟାତ ଓ ଆପଣା ଆପଣା ପିତୃବଂଶର ପ୍ରଧାନ ଥିଲେ।
25 Ale gdy zgrzeszyli przeciw Bogu ojców swych i cudzołożyli naśladując bogów narodów onej ziemi, które wykorzenił Bóg przed twarzą ich:
ଏଥିଉତ୍ତାରେ ସେମାନେ ଆପଣା ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କଲେ, ଆଉ ପରମେଶ୍ୱର ଯେଉଁ ଦେଶୀୟ ଲୋକମାନଙ୍କୁ ସେମାନଙ୍କ ସମ୍ମୁଖରେ ବିନାଶ କରିଥିଲେ, ସେମାନେ ସେମାନଙ୍କ ଦେବଗଣର ଅନୁଗାମୀ ହୋଇ ବ୍ୟଭିଚାର କଲେ।
26 Wzbudził Bóg Izraelski ducha Fula króla Assyryjskiego, i ducha Teglat Falasera, króla Assyryjskiego, i przeniósł ich: Rubenitów, i Gadydtów, i połowę pokolenia Manasesowego, a zawiódł ich do Hela, i Haboru, i do Ara, i do rzeki Gozan, aż do dnia tego.
ତହିଁରେ ଇସ୍ରାଏଲର ପରମେଶ୍ୱର ଅଶୂରର ରାଜା ପୂଲ୍ର ମନକୁ ଓ ଅଶୂରର ରାଜା ତିଗ୍ଲତ୍-ପିଲ୍ନେଷରର ମନକୁ ଉତ୍ତେଜିତ କଲେ, ତହିଁରେ ସେ ସେମାନଙ୍କୁ, ଅର୍ଥାତ୍, ରୁବେନୀୟ, ଗାଦୀୟ, ମନଃଶିର ଅର୍ଦ୍ଧ ବଂଶୀୟ ଲୋକଙ୍କୁ ହଲହ, ହାବୋର, ହାରା ଓ ଗୋଶନ ନଦୀତୀରକୁ ଆଣିଲା, ଆଜି ପର୍ଯ୍ୟନ୍ତ ସେମାନେ ସେଠାରେ ଅଛନ୍ତି।