< اعداد 12 >

روزی مریم و هارون موسی را به علّت اینکه زن او حبشی بود، سرزنش کردند. 1
ମୋଶା ଏକ କୂଶୀୟା ସ୍ତ୍ରୀକୁ ବିବାହ କରିଥିଲେ, ଏଣୁ ମରୀୟମ ଓ ହାରୋଣ ସେହି କୂଶୀୟା ସ୍ତ୍ରୀ ସକାଶୁ ମୋଶାଙ୍କ ବିରୁଦ୍ଧରେ କଥା କହିଲେ।
آنها گفتند: «آیا خداوند فقط به‌وسیلۀ موسی سخن گفته است؟ مگر او به‌وسیلهٔ ما نیز سخن نگفته است؟» خداوند سخنان آنها را شنید. 2
ସେମାନେ କହିଲେ, “ସଦାପ୍ରଭୁ କି କେବଳ ମୋଶାଙ୍କ ସହିତ କଥା କହିଅଛନ୍ତି? ସେ କି ଆମ୍ଭମାନଙ୍କ ସହିତ ମଧ୍ୟ କଥା କହି ନାହାନ୍ତି?” ମାତ୍ର ଏ କଥା ସଦାପ୍ରଭୁ ଶୁଣିଲେ।
موسی متواضع‌ترین مرد روی زمین بود. 3
ମୋଶା ପୃଥିବୀସ୍ଥ ସମସ୍ତ ଲୋକଙ୍କଠାରୁ ଅତି ନମ୍ର ଲୋକ ଥିଲେ।
پس خداوند بی‌درنگ موسی و هارون و مریم را به خیمهٔ ملاقات فرا خوانده فرمود: «هر سه نفر شما به اینجا بیایید.» پس ایشان در حضور خداوند ایستادند. 4
ଏଥିଉତ୍ତାରେ ସଦାପ୍ରଭୁ ଅକସ୍ମାତ୍‍ ମୋଶାଙ୍କୁ ଓ ହାରୋଣଙ୍କୁ ଓ ମରୀୟମକୁ କହିଲେ, “ତୁମ୍ଭେ ତିନି ଜଣ ବାହାର ହୋଇ ସମାଗମ-ତମ୍ବୁ ନିକଟକୁ ଆସ” ତହିଁରେ ସେ ତିନି ଜଣ ବାହାର ହୋଇ ଆସିଲେ;
آنگاه خداوند در ستون ابر نازل شده، در کنار در خیمۀ عبادت ایستاد و فرمود: «هارون و مریم جلو بیایند» و ایشان جلو رفتند. 5
ସେତେବେଳେ ସଦାପ୍ରଭୁ ମେଘ ସ୍ତମ୍ଭରେ ଓହ୍ଲାଇ ତମ୍ବୁ ଦ୍ୱାରରେ ଛିଡ଼ା ହୋଇ ହାରୋଣ ଓ ମରୀୟମଙ୍କୁ ଡାକିଲେ; ତହୁଁ ସେମାନେ ଦୁହେଁ ବାହାର ହୋଇ ଆସିଲେ।
خداوند به ایشان گفت، «سخنان مرا بشنوید: هرگاه یک نبی در میان شما باشد من که خداوندم، خود را در رویا به او آشکار می‌کنم و در خواب با وی سخن می‌گویم. 6
ତେବେ ସେ କହିଲେ, “ଆମ୍ଭର ବାକ୍ୟ ଶୁଣ; ଯଦି ତୁମ୍ଭମାନଙ୍କ ମଧ୍ୟରେ କେହି ଭବିଷ୍ୟଦ୍‍ବକ୍ତା ଥାଏ, ତେବେ ଆମ୍ଭେ ସଦାପ୍ରଭୁ କୌଣସି ଦର୍ଶନ ଦ୍ୱାରା ତାହା ପ୍ରତି ଆପଣାକୁ ପ୍ରକାଶ କରିବା, ଆମ୍ଭେ ସ୍ୱପ୍ନ ଦ୍ୱାରା ତାହା ସହିତ କଥା କହିବା।
ولی با موسی که خدمتگزار من است به این طریق سخن نمی‌گویم، چون او قوم مرا با وفاداری خدمت می‌کند. 7
ଆମ୍ଭର ସେବକ ମୋଶା ତଦ୍ରୂପ ନୁହେଁ; ସେ ଆମ୍ଭର ସମସ୍ତ ଗୃହ ମଧ୍ୟରେ ବିଶ୍ୱାସପାତ୍ର ଅଟେ।
من با وی رو در رو و آشکارا صحبت می‌کنم، نه با رمز، و او تجلی خداوند را می‌بیند. چطور جرأت کردید او را سرزنش کنید؟» 8
ଆମ୍ଭେ ତାହା ସହିତ ଗୂଢ଼ ବାକ୍ୟରେ ନୁହେଁ, ମାତ୍ର ମୁଖାମୁଖୀ ହୋଇ ପ୍ରକାଶ୍ୟ ରୂପେ କଥା କହିବା ଓ ସେ ସଦାପ୍ରଭୁଙ୍କର ଆକାର ଦର୍ଶନ କରିବ; ଏହେତୁ ତୁମ୍ଭେମାନେ ଆମ୍ଭ ସେବକ ମୋଶାଙ୍କ ବିରୁଦ୍ଧରେ କଥା କହିବାକୁ କାହିଁକି ଭୀତ ହେଲ ନାହିଁ?”
پس خشم خداوند بر ایشان افروخته شد و خداوند از نزد ایشان رفت. 9
ଏହିରୂପେ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା; ତହୁଁ ସେ ପ୍ରସ୍ଥାନ କଲେ।
به محض اینکه ابر از روی خیمهٔ عبادت برخاست، بدن مریم از مرض جذام سفید شد. وقتی هارون این را دید، 10
ପୁଣି, ତମ୍ବୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା ଆଉ ଦେଖ, ମରୀୟମ କୁଷ୍ଠଗ୍ରସ୍ତା, ହିମ ତୁଲ୍ୟ ଶ୍ୱେତ; ପୁଣି, ହାରୋଣ ମରୀୟମଙ୍କୁ ଅନାନ୍ତେ, ଦେଖ, ସେ କୁଷ୍ଠଗ୍ରସ୍ତ।
نزد موسی فریاد برآورد: «ای سرورم، ما را به خاطر این گناه تنبیه نکن، زیرا این گناه ما از نادانی بوده است. 11
ତହିଁରେ ହାରୋଣ ମୋଶାଙ୍କୁ କହିଲେ, “ହେ ମୋହର ପ୍ରଭୁ, ଆମ୍ଭେମାନେ ମୂର୍ଖତାର କର୍ମ କରିଅଛୁ ଓ ଆମ୍ଭେମାନେ ପାପ କରିଅଛୁ, ଏହେତୁ ବିନୟ କରୁଅଛି, ଆମ୍ଭମାନଙ୍କ ଉପରେ ସେହି ପାପ ଥୁଅ ନାହିଁ।
نگذار مریم مثل بچهٔ مرده‌ای که موقع تولد، نصف بدنش پوسیده است، شود.» 12
ମାତାର ଗର୍ଭରୁ ନିର୍ଗତ ହେଲା ସମୟରେ ଯାହାର ମାଂସ ଅର୍ଦ୍ଧନଷ୍ଟ, ଏପରି ମୃତ ଲୋକ ତୁଲ୍ୟ ସେ ନ ହେଉ।”
پس موسی نزد خداوند دعا کرده، گفت: «ای خدا، به تو التماس می‌کنم او را شفا دهی.» 13
ତହିଁରେ ମୋଶା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ହେ ପରମେଶ୍ୱର, ବିନୟ କରୁଅଛି, ତାହାକୁ ସୁସ୍ଥ କର।”
خداوند به موسی فرمود: «اگر پدرش آب دهان به صورت او انداخته بود آیا تا هفت روز شرمنده نمی‌شد؟ حالا هم باید هفت روز خارج از اردوگاه به تنهایی به سر برد و بعد از آن می‌تواند دوباره بازگردد.» 14
ଏଥିରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଯଦି ତାହାର ପିତା ତାହାର ମୁଖରେ କେବଳ ଛେପ ପକାଇଥାʼନ୍ତା, ତେବେ ସେ କି ସାତ ଦିନ ଲଜ୍ଜିତା ହୁଅନ୍ତା ନାହିଁ? ସେ ସାତ ଦିନ ପର୍ଯ୍ୟନ୍ତ ଛାଉଣି ବାହାରେ ରୁଦ୍ଧା ହୋଇ ରହୁ; ତହିଁ ଉତ୍ତାରେ ସେ ଭିତରକୁ ଅଣାଯିବ।”
پس مریم مدت هفت روز از اردوگاه اخراج شد و قوم اسرائیل تا بازگشت وی به اردوگاه صبر نموده، پس از آن دوباره کوچ کردند. 15
ତହୁଁ ମରୀୟମ ସାତ ଦିନ ଛାଉଣିର ବାହାରେ ରୁଦ୍ଧା ହେଲା, ଆଉ ମରୀୟମ ପୁନର୍ବାର ଭିତରକୁ ଅଣା ନ ଯିବାଯାଏ ଲୋକମାନେ ଯାତ୍ରା କଲେ ନାହିଁ।
سپس از حضیروت کوچ کرده، در صحرای فاران اردو زدند. 16
ତହିଁ ଉତ୍ତାରେ ଲୋକମାନେ ହତ୍ସେରୋତଠାରୁ ଯାତ୍ରା କରି ପାରଣ ପର୍ବତରେ ଛାଉଣି ସ୍ଥାପନ କଲେ।

< اعداد 12 >