< ମାର୍କ 13 >

1 ଜିସୁ ମନ୍ଦିର୍‌ ତାଙ୍ଗ୍‌ ହସି ହାନି ୱେଡ଼ାଲିଂ ତା ଚେଲାର୍‌ ତାଙ୍ଗେଙ୍ଗ୍‌ ରକାନ୍‌ ହେୱାନିଂ ଇଚାନ୍‌, “ଏ ଗୁରୁ, ହୁଡ଼ା; ଇନେସ୍‌ ଗାଜା ଗାଜା କାଲ୍‌କୁ ଆରି ଏଚେକ୍‌ ହଲ୍‌ନି ଇଲ୍‌!”
ଯୀଶୁ ମନ୍ଦିରରୁ ବାହାରିଯାଉଥିବା ସମୟରେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ହେ ଗୁରୁ, ଦେଖନ୍ତୁ, କିପରି ପ୍ରସ୍ତର ଓ କିପରି ପ୍ରାସାଦ!
2 ହେବେ ଜିସୁ ହେୱାନିଂ ଇଚାନ୍‌, “ଏନ୍‌ ଇନାକା ଇ ୱିଜ଼ୁ ଇଲ୍‌ ହୁଡ଼୍‌ନାୟା? ର କାଲ୍‌ ବିନ୍‌ କାଲ୍‌ ଜପି ମାନୁତ୍, ୱିଜ଼ୁ ଦୁଡ଼ି ମାସ୍‌ନାତ୍ ।”
ସେଥିରେ ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ କଅଣ ଏହି ସମସ୍ତ ବୃହତ୍ ପ୍ରାସାଦ ଦେଖୁଅଛ? ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍‍ ହେବ।”
3 ପାଚେ ଜିସୁ ଜିତ୍‌ମାଡ଼ି ଜପି ମନ୍ଦିର୍‌ ହାଣ୍‌କୁ କୁଚ୍‌ଚିଲେ ପିତର୍‌, ଜାକୁବ୍‌, ଜହନ୍‌ ଆରି ଆନ୍ଦ୍ରିୟ ହେୱାନିଂ କାଲେତାଂ ୱେନ୍‌ବେଦେଂ ଲାଗାତାର୍‌, ଇ ସବୁ ଇନାୱାଡ଼ାଂ ଗିଟା ଆନାତ୍‌,
ପରେ ସେ ଜୀତପର୍ବତ ଉପରେ ମନ୍ଦିର ସମ୍ମୁଖରେ ବସନ୍ତେ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ତାହାଙ୍କୁ ଗୋପନରେ ପଚାରିବାକୁ ଲାଗିଲେ, ଏସବୁ କେବେ ଘଟିବ,
4 “ଇମ୍‌ଣି ସମୁଦ ଇ ସବୁ ଗିଟା ଆନାତ୍‌, ହେ ସମୁନି ଦିନ୍‌ ଚିନ୍‌ ଇନାକା, ହେଦାଂ ମାଙ୍ଗେଙ୍ଗ୍‌ ୱେଚ୍‌ଚା ।”
ପୁଣି, ଯେଉଁ ସମୟରେ ଏହିସବୁ ସଫଳ ହେବା ସନ୍ନିକଟ ହେବ, ସେ ସମୟର ଲକ୍ଷଣ କଅଣ, ତାହା ଆମ୍ଭମାନଙ୍କୁ କହନ୍ତୁ।
5 ହେବେତାଂ ଜିସୁ ହେୱାରିଂ ୱେଚ୍‌ଚେଙ୍ଗ୍‌ ଲାଗାତାନ୍‌, “ଜାଗ୍ରତ୍‌, ଇନେସ୍‌ ଇନେର୍‌ ମିଙ୍ଗେଙ୍ଗ୍‌ ବାମ୍‌ଣ୍ଡାୟ୍‌ କିଦ୍‍ମେର୍ ।”
ସେଥିରେ ଯୀଶୁ ସେମାନଙ୍କୁ କହିବାକୁ ଲାଗିଲେ, “ସାବଧାନ, କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ।
6 ଆଦିକ୍‌ ମାନାୟାର୍‌ ନା ତର୍‌ଦ ୱାଜ଼ି, “ଆନ୍‌ କ୍ରିସ୍ଟ! ଇଞ୍ଜି ହେୱାନ୍‌ ଇଞ୍ଜି ଚାକ୍ରାୟ୍‌ କିଦ୍‌ନାର୍‌ ।
ଅନେକେ ମୋ ନାମରେ ଆସି, ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ।
7 ଲାଗାୟ୍‌ ଜୁଜ୍‌ନି ସବଦ୍ କି ଦେହାନି ଜୁଜ୍‌ନି କାବୁର୍ ୱେନ୍‌ଞ୍ଜି ଏପେଙ୍ଗ୍‌ ପାଣ୍ଡ୍ରାଆମାଟ୍‌ । ଏଲେଙ୍ଗ୍‌ କେତେକ୍‌ ଗଟ୍‌ଣା ହାତ୍‌ପା ଗିଟାନାତ୍‌ । ମାତର୍‌ ଇଦାଂନି ଅରତ୍‌ ଆକାୟ୍‌ ଜେ ୱିଜ଼୍‌ନି ଦିନ୍‌ ଇକାୱାତାତ୍‌ ।
ମାତ୍ର ତୁମ୍ଭେମାନେ ଯେତେବେଳେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ, ସେତେବେଳେ ବ୍ୟାକୁଳ ହୁଅ ନାହିଁ; ଏହି ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ସୁଦ୍ଧା ଯୁଗାନ୍ତ ନୁହେଁ।
8 ମାତର୍‌ ଜାତି ବିରୁତ୍‌ତ ଜାତି ଆରି ରାଜି ବିରୁତ୍‌ତ ରାଜି ନିଙ୍ଗ୍‌ନାତ୍‌, ଆରେ ବାହା ବାହାତ ମେଦ୍‌ନି ଦାଲ୍‍କା ଆନାତ୍‌ ଆରି କାତାର୍‌ ଆର୍ନାତ୍‌, ଇ ସବୁ ଆରମ୍‌ନି ମୁଡ଼୍‌ଦାକା ।”
କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି, ସ୍ଥାନେ ସ୍ଥାନେ ଭୂମିକମ୍ପ ହେବ ଓ ଦୁର୍ଭିକ୍ଷ ପଡ଼ିବ; ଏହି ସମସ୍ତ ପ୍ରସବବେଦନାର ଆରମ୍ଭମାତ୍ର।
9 ମାତର୍‌ “ଏପେଙ୍ଗ୍‌ ଜାର୍‌ ଜାର୍‌ ବିସ୍ରେ ଜାଗ୍ରତ୍‌ ଆଜ଼ି ମାନାଟ୍‌, ମାନାୟାର୍‌ ମିଙ୍ଗେଙ୍ଗ୍‌ ବିଚାର୍ଣ୍ଣା ବାହାତ ହେଲାୟ୍‌ କିଦ୍‌ନାର୍‌, ଆରି ଏପେଙ୍ଗ୍‌ କୁଟୁମ୍‌ ଇଞ୍ଜ ଟ୍ରାକ୍‌ୟା ଆନାଦେର୍‌, ଆରି ନା କାଜିଂ ରାଜି ଚାଲାୟ୍‌ କିନାକାନ୍‌ ଆରି ରାଜାର୍‌ ଲାଗେ ହେୱାର୍‌ କାଜିଂ ସାକି ହିଦେଂ କାଜିଂ ନିଲି କିଦ୍‌ନାର୍‌ ।
କିନ୍ତୁ ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ହୋଇଥାଅ; ଲୋକେ ତୁମ୍ଭମାନଙ୍କୁ ବିଚାରସଭାମାନଙ୍କରେ ସମର୍ପଣ କରିବେ, ଆଉ ତୁମ୍ଭେମାନେ ସମାଜଗୃହଗୁଡ଼ିକରେ ପ୍ରହାରିତ ହେବ ଏବଂ ମୋ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ଛାମୁରେ ସେମାନଙ୍କ ପ୍ରତି ସାକ୍ଷ୍ୟ ଦେବା ନିମନ୍ତେ ଠିଆ କରାଯିବ।
10 ଆରେ, ପର୍ତୁମ୍‌ ସବୁ ଜାତି ତାକେ ଇସ୍ୱର୍‌ତି ନେକ୍ରିକାବୁର୍‌ ସୁଣାୟ୍‌ କିୟା ଆନାତ୍‌ ।
ପୁଣି, ସମସ୍ତ ଜାତି ନିକଟରେ ସୁସମାଚାର ପ୍ରଥମରେ ଅବଶ୍ୟ ଘୋଷଣା କରାଯିବ।
11 ଇଦାଂ କାଜିଂ ଏଚେକାଡ଼୍‌ଦ ମିଙ୍ଗେଙ୍ଗ୍‌ ଲକୁ ଆସ୍ତି ହେଲାୟ୍‌ କିଦ୍‌ନାର୍‌, ହେ କାଡ଼୍‌ଦ ଏପେଙ୍ଗ୍‌ ଇନାକା ଇନାଦେର୍‌, ହେ ବିସ୍ରେ ଆଗେନେ ଚିନ୍ତାକିମାଟ୍, ମାତର୍‌ ହେ ୱେଡ଼ାଲିଂ ମିଙ୍ଗେଙ୍ଗ୍‌ ଇନାକା ହିଦ୍ୟାଆନାତ୍ ହେଦାଂ ଇନାଟ୍‌, ଇନାକିଦେଂକି ଏପେଙ୍ଗ୍‌ ଇନାକାଦେର୍ ଆକାୟ୍‌ ମାତର୍‌ ପୁଇପୁୟା ଜିବୁନ୍‌ ଇନାକାନ୍‌ ମାନାନ୍‌ ।
ଏଣୁ ଯେତେବେଳେ ଲୋକେ ତୁମ୍ଭମାନଙ୍କୁ ଘେନିଯାଇ ସମର୍ପଣ କରିବେ, ସେତେବେଳେ ତୁମ୍ଭେମାନେ କଅଣ କହିବ, ସେ ବିଷୟରେ ପୂର୍ବରୁ ଚିନ୍ତିତ ହୁଅ ନାହିଁ; କିନ୍ତୁ ସେହି ସମୟରେ ତୁମ୍ଭମାନଙ୍କୁ ଯାହା ଦିଆଯିବ, ତାହା କୁହ; କାରଣ ତୁମ୍ଭେମାନେ ବକ୍ତା ନୁହଁ, ମାତ୍ର ପବିତ୍ର ଆତ୍ମା ବକ୍ତା ଅଟନ୍ତି।
12 ଟଣ୍ଡେନ୍‌ ଟଣ୍ଡେନ୍ତିଙ୍ଗ୍ ଆରି ଆବା ମାଜ଼ି ହାକି ବାହାତ ହେଲାୟ୍‌ କିତାର୍‌ ଆରେ ହିମ୍‌ଣାଙ୍ଗ୍ ଆବା ଆୟାକାଂ ବିରୁତ୍‌ତ ନିଙ୍ଗ୍‌ଜି ଅହ୍‌ନାର୍‌ ।
ଭାଇ ଭାଇକୁ ଓ ପିତା ପୁତ୍ରକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ; ପୁଣି, ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ;
13 ଆରେ, ଏପେଙ୍ଗ୍‌ ନା ପାଚେୱାତି କାଜିଂ ଏପେଙ୍ଗ୍‌ ୱିଜ଼ାକାର୍‌ତାଂ ଗିଣ୍‌କିୟା ଆନାଦେର୍‌, ମତର୍‌ ଇନେର୍‌ ହାରିହାରା ପାତେକ୍‌ ସାସ୍‌ ଆଜ଼ି ମାନାନ୍‌ ହେୱାନ୍‌ ସାର୍ଗେ ମୁକ୍ତି ପାୟା ଆନାନ୍‌ ।”
ଆଉ, ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ; ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ।”
14 ମାତର୍‌ “ଏପେଙ୍ଗ୍‌ ହେ ନାସ୍‌କିନି ଗିଣ୍‌ ଜିନିସ୍‌ତିଂ, ଇମେ ତାକେ ମାନ୍‌ୱି କାତା ଲଡ଼ା,” ହେବେ ମାନାକା ହୁଡ଼୍‌ନାଦେର୍‌ ପଡ଼ିକିନାକାର୍‌ ବୁଜାଆଏର୍‌, ଏଚେକାଡ଼୍‌ଦ ଇମ୍‌ଣାକାର୍‌ ଜିହୁଦା ରାଜିତ ମାନାର୍‌, ହେୱାର୍‌ ମାଡ଼ିତ ହନ୍‌ଚି ହାଲେର୍‌;
“କିନ୍ତୁ ତୁମ୍ଭେମାନେ ଯେତେବେଳେ ସେହି ଧ୍ୱଂସକାରୀ ଘୃଣ୍ୟ ବସ୍ତୁକୁ, ଯେଉଁଠାରେ ଅବସ୍ଥିତ ହେବା ଉଚିତ୍ ନୁହେଁ, ସେଠାରେ ଅବସ୍ଥିତ ଦେଖିବ (ପାଠକ ବୁଝନ୍ତୁ), ସେତେବେଳେ ଯେଉଁମାନେ ଯିହୂଦିୟା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଉନ୍ତୁ;
15 ଇନେର୍‌ ଜେଗନ୍‌ ଜପି ମାଚିସ୍‌, ତାରେନ୍‌ ୱାମେନ୍‌ ଆରି ଇଲ୍‌ ବିତ୍ରେ ଇନାକାପା ତାକେଦେଂ ହାଲ୍‌ମେନ୍‌;
ଯେ ଛାତ ଉପରେ ଥାଏ, ସେ ଆପଣା ଘରୁ କୌଣସି ପଦାର୍ଥ ଘେନିଯିବା ପାଇଁ ଓହ୍ଲାଇ ନ ଆସୁ ବା ଭିତରକୁ ନ ଯାଉ;
16 ଆରେ ଇନେର୍‌ କାମାୟ୍‌ ବାହାତ ମାଚିସ୍‌, ହେୱାନ୍‌ ତା ହେନ୍ଦ୍ରା ଅଦେଂ ଉଲ୍‌ଟି ୱାମେନ୍‌ ।
ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ବସ୍ତ୍ର ଘେନିଯିବା ପାଇଁ ଫେରି ନ ଯାଉ।
17 ହେୱାଡ଼ାଂ ଇନେର୍‌ ଏସ୍‌ ପିସ୍ତାକା ଆରି ମାୟ୍‌ ଉଟ୍‌ନି ଆୟା, ଅୟ୍‌ ହେୱେକ୍‌ କସ୍ଟନିକିକ୍‌!
ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଲେଶର ପାତ୍ର!
18 ମାତର୍‌ ଇଦାଂ ଇନେସ୍‌ ପିନି ମାସ୍‌ତ ଆମେତ୍‌, ହେଦାଂ କାଜିଂ ଇସ୍ୱର୍‌ତାକେ ପାର୍ତାନା କିୟାଟ୍‌ ।
କିନ୍ତୁ ଏହା ଯେପରି ଶୀତକାଳରେ ନ ଘଟେ, ଏଥିପାଇଁ ପ୍ରାର୍ଥନା କର।
19 ଇନାକିଦେଂକି ହେୱାଡ଼ାଂ ଇ ଲାକେ କସ୍ଟଗିଟା ଆଦ୍‌ନାତ୍‌ ଜେ, ମାପ୍ରୁ କିତି ଉବ୍‌ଜାଣ୍‌ ଆରାମ୍‌ ତାଙ୍ଗ୍‌ ନେଜେଙ୍ଗ୍‌ ପାତେକ୍‌ ହେ ଲାକେ ଗିଟା ଆୱାତାତ୍‌ନା, ଆରି ଇନାୱାଡ଼ାଂପା ଗିଟାଆଦୁତ୍ ।
କାରଣ ସେହି କାଳରେ ଏପରି କ୍ଲେଶ ଘଟିବ ଯେ, ଈଶ୍ବରଙ୍କ କୃତ ସୃଷ୍ଟି ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସେହିପରି ଘଟି ନାହିଁ, ପୁଣି, କେବେ ହେଁ ଘଟିବ ନାହିଁ।
20 ଆରେ, ମାପ୍ରୁ ହେ ସମୁଦିଙ୍ଗ୍‌ ଉଣା କିୱାଦାଂ ମାଚିସ୍‌, ତେବେ ଇମ୍‌ଣି ପୁର୍ତି ପା ମୁକ୍ତି ପାୟା ଆୱାତାତ୍ମା; ମାତର୍‌ ହେୱାନ୍‌ ଇନେରିଂ ବାଚି କିନାନା, ହେ ବାଚିକିତି ଲଗାଂ ସମୁଉଣା କିତାନ୍‌ନ୍ନା ।
ଆଉ ପ୍ରଭୁ ସେହି ସମୟ ଯେବେ ଉଣା କରି ନ ଥାଆନ୍ତେ, ତେବେ କୌଣସି ମନୁଷ୍ୟ ପରିତ୍ରାଣ ପାଆନ୍ତା ନାହିଁ; ମାତ୍ର ସେ ଯେଉଁମାନଙ୍କୁ ମନୋନୀତ କରିଅଛନ୍ତି, ସେହି ମନୋନୀତ ଲୋକଙ୍କ ନିମନ୍ତେ ସେହି ସମୟ ଊଣା କରିଅଛନ୍ତି।
21 ହେ ଏଚେକାଡ଼୍‌ଦ ହୁଡ଼ାଟ୍‌, କ୍ରିସ୍ଟ ଇବେ! ଆୱିତିସ୍‌ “ହୁଡ଼ାଟ୍‌, ହେବେ! ଇନେର୍‌ ଜଦି ମିଙ୍ଗେଙ୍ଗ୍‌ ଏଲେଙ୍ଗ୍‌ ଇନ୍‌ଚିସ୍‌ ତେବେ ହେଦାଂ ପାର୍ତି କିମାଟ୍‌ ।
ସେତେବେଳେ ‘ଦେଖ, ଖ୍ରୀଷ୍ଟ ଏଠାରେ’ କିମ୍ଵା ‘ଦେଖ, ସେଠାରେ,’ କେହି ଯେବେ ତୁମ୍ଭମାନଙ୍କୁ ଏପରି କହିବ, ତେବେ ତାହା ବିଶ୍ୱାସ କର ନାହିଁ।
22 ଚାକ୍ରାୟ୍‌ କ୍ରିସ୍ଟର୍‌ ଆରି ଚାକ୍ରାୟ୍‌ ବେଣ୍‌ବାକ୍‌ଣାୟ୍‌କିନାକାର୍‌ ଏଲେଙ୍ଗ୍‌ ଚିନ୍‌ ଆରି କାବାନି କାମାୟ୍‌ ଚଚ୍‌ଚାନାର୍‌, ଇନେର୍‌ ଜଦି ଆତିସ୍‌, ଲାଗିଂ ବାଚିକିତି ଲଗାଂ ବାମ୍‌ଣ୍ଡାୟ୍‌ କିତାର୍‌ ।
ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ, ଯଦି ସମ୍ଭବ ହୁଏ, ତେବେ ମନୋନୀତ ଲୋକଙ୍କୁ ଭ୍ରାନ୍ତ କରିବେ।
23 ମାତର୍‌ ଏପେଙ୍ଗ୍‌ ଜାଲ୍‌ଦି ଆଜ଼ି ମାନାଟ୍‌; ଆନ୍‌ ପୁର୍ବେତାଂ ଇ ବିସ୍ରେ ମିଙ୍ଗେଙ୍ଗ୍‌ ୱେଚ୍‌ଚାତାଂ ।”
କିନ୍ତୁ ତୁମ୍ଭେମାନେ ସାବଧାନ ହୋଇଥାଅ; ମୁଁ ପୂର୍ବରୁ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇଲି।”
24 “ମାତର୍‌ ହେୱାଡ଼ାଂ ହେ ଦୁକ୍‌ ପାଚେ ୱେଡ଼ା ମାଜ୍‌ଗା ଆନାତ୍‌ ଆରି ଲେଞ୍ଜ୍ ଅଜଡ଼୍‌ ହିଉତ୍‌ ।
“ମାତ୍ର ସେହି ସମୟରେ ସେହି କ୍ଲେଶ ଉତ୍ତାରେ ‘ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ଆଲୋକ ଦେବ ନାହିଁ,
25 ପାଚେ ହୁକାଙ୍ଗ୍‌ ବାଦାଡ଼୍‌ତାଂ ଆର୍‌ଦେଂ ଲାଗିନିକ୍‌ ଆରି ବାଦାଡ଼୍‌ନି ସାକ୍ତି ୱିଜ଼ୁ ତ୍ରିଗ୍‌ଜି ହାନିକ୍‌ ।
ପୁଣି, ନକ୍ଷତ୍ରମାଳା ଆକାଶରୁ ଖସି ପଡ଼ିବାକୁ ଲାଗିବେ ଓ ଆକାଶମଣ୍ଡଳସ୍ଥ ଶକ୍ତିସମୂହ ବିଚଳିତ ହେବେ।’
26 ହେୱାଡ଼ାଂ ମାନାୟ୍‌ ମାଜ଼ି ବାଦାଡ଼୍‌ତ ଜବର୍‌ ସାକ୍ତି ଆରି ପାଣ୍‌ହୁକେ ବାଦାଡ଼୍‌ତ ୱାନାକା ହୁଡ଼୍‍ନାର୍‌ ।
ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମରେ ଓ ମହାମହିମା ସହ ମେଘମାଳାରେ ଆଗମନ କରିବା ଦେଖିବେ।
27 ତା ବାଚିକିତି ମାନାୟାରିଂ ପୁର୍ତିନି ର ହାନ୍ଦିତାଂ ବିନ୍‌ ହାନ୍ଦି ପାତେକ୍‌ ଦାସ୍‌ସି ରୁଣ୍ଡାୟ୍‌ କିନି କାଜିଂ ହେୱାନ୍‌ ତା ସାର୍ଗେନି ଦୁତ୍‌କୁକାଂ ଚାର୍‌ବେଣ୍‌ତାଂ ପକ୍‌ତାନ୍‌ ।”
ସେ ସମୟରେ ସେ ଦୂତମାନଙ୍କୁ ପ୍ରେରଣ କରି ପୃଥିବୀର ଶେଷ ସୀମାରୁ ଆକାଶର ଶେଷ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ଆପଣା ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ।”
28 “ତଗା ମାର୍‌ଦିଂ ଉତର୍‌ମୁଡ଼୍‌ ହିକ୍ୟା କିୟାଟ୍‌, ଏଚେକାଡ଼୍‌ଦ ହେ କେନ୍ଦାଂ ଆକିଂ ଗିଲ୍‌ନିଂ, ହେ ଏଚେକାଡ଼୍‌ଦ ଜେଟ୍‌ କାଡ଼୍‌ ଲାଗାଂ ଏକା ୱାତାତେ ଇଞ୍ଜି ଏପେଙ୍ଗ୍‌ ପୁଞ୍ଜି ମାନାଟ୍‌;
“ଡିମ୍ବିରିବୃକ୍ଷରୁ ଦୃଷ୍ଟାନ୍ତ ଶିକ୍ଷା କର; ଯେତେବେଳେ ତାହାର ଶାଖା ସରସ ହୋଇ ପଲ୍ଲବିତ ହୁଏ, ସେତେବେଳେ ଗ୍ରୀଷ୍ମକାଳ ସନ୍ନିକଟ ବୋଲି ତୁମ୍ଭେମାନେ ଜାଣିଥାଅ;
29 ହେ ଲାକେ ଏପେଙ୍ଗ୍‌ପା ଇ ସବୁ ଗଟ୍‌ଣା ହୁଡ଼୍‌ତିସ୍‍ ହେୱାନ୍‌ ଦୁୱେର୍‌ ଲାଗେ ଆତାତେ ଇଞ୍ଜି ପୁନାଟ୍‌ ।
ସେହିପରି ତୁମ୍ଭେମାନେ ମଧ୍ୟ ଏହି ସମସ୍ତ ଘଟଣା ଦେଖିଲେ ସେ ଦ୍ୱାରରେ ସନ୍ନିକଟ, ଏହା ଜାଣ।
30 ଆନ୍‌ ମିଙ୍ଗେଙ୍ଗ୍‌ ହାତ୍‌ପା ଇଞ୍ଜ୍‌ନାଙ୍ଗା, ଇ ସବୁ ଗିଟାୱି ପାତେକ୍‌ ନେଞ୍ଜେୱିଗାନି ନାର୍‌ ଇନେସ୍‌ କିତିସ୍‌ ପା ବୁଡା ଆଉର୍‌ ।
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପିଢ଼ି କୌଣସି ପ୍ରକାରେ ଲୋପ ପାଇବ ନାହିଁ।
31 ଆକାସ୍‌ ଆରି ପୁର୍ତି ବୁଡା ଆନାତ୍‌, ମାତର୍‌ ନା ବଚନ୍‌ ୱିଜ଼େ ବୁଡା ଆଉତ୍‌ ।
ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ।”
32 ମାତର୍‌ ହେ ଦିନ୍‌ କି ସମୁ ବିସ୍ରେ ଇନେର୍‌ ପୁନୁର୍‌,” ସାର୍ଗେପୁର୍‍ନି ଦୁତ୍‌ର୍‌ କି ମାଜ଼ିପା ପୁନୁନ୍; ମାତର୍‌ ନା ସାର୍ଗେନି ଆବା ପୁନାନ୍‌ ।
“କିନ୍ତୁ ସେହି ଦିନ କି ସମୟ ବିଷୟ କେହି ଜାଣନ୍ତି ନାହିଁ, ସ୍ୱର୍ଗସ୍ଥ ଦୂତମାନେ କିମ୍ବା ପୁତ୍ର ସୁଦ୍ଧା ଜାଣନ୍ତି ନାହିଁ, କେବଳ ପିତା ଜାଣନ୍ତି।
33 ଏପେଙ୍ଗ୍‌ ଜାଲ୍‌ଦି ଆଜ଼ି ମାନାଟ୍‌, କାସି ମାନାଟ୍, ମାତର୍‌ ହେ ସମୁ ଇନାୱାଡ଼ାଂ ଆନାତ୍‌ ହେଦାଂ ଏପେଙ୍ଗ୍‌ ପୁନୁଦେର୍‌ ।
ତୁମ୍ଭେମାନେ ସାବଧାନ ହୋଇଥାଅ, ଜାଗି ରୁହ; କାରଣ ସେ ସମୟ କେବେ ହେବ, ତାହା ତୁମ୍ଭେମାନେ ଜାଣ ନାହିଁ।
34 ହେଦାଂ ଏଲେଙ୍ଗ୍‌ ଇନେସ୍‌ ରକାନ୍‌ ମାନାୟ୍‌ ଇଲ୍‌ ପିସ୍ତି ବିଦେସ୍‌ତ ହାଲ୍‌ଜି ବାହା କିନାକାନ୍‌, ଆରି ହେ ଆଡ଼ିୟାରିଂ ଆଦିକାର୍‌ ହିଜ଼ି ୱିଜ଼ୁ କାମାୟ୍‌ ରଚ୍‍ଚିପା ଦୁୱେର୍‌ତ ଜାଗ୍‌ୱାଡ଼ାରିଂ କାତେଙ୍ଗ୍ ବଲ୍‌ ହିତାନ୍‌ ।
ତାହା ଏହିପରି, ଯେପରି ଜଣେ ବ୍ୟକ୍ତି ଆପଣା ଗୃହ ତ୍ୟାଗ କରି ବିଦେଶରେ ପ୍ରବାସ କରୁଅଛନ୍ତି, ଆଉ ସେ ଆପଣା ଦାସମାନଙ୍କୁ ଅଧିକାର ଦେଇ ପ୍ରତ୍ୟେକର କାର୍ଯ୍ୟ ନିରୂପଣ କରିଅଛନ୍ତି ଓ ଦ୍ୱାରପାଳକକୁ ମଧ୍ୟ ଜାଗି ରହିବାକୁ ଆଜ୍ଞା ଦେଇଅଛନ୍ତି।
35 ଇଚିସ୍‌ ଏଚେକାଡ଼୍‌ଦ ଇଲ୍‌ ହାଉକାର୍‌ ମିଙ୍ଗେଙ୍ଗ୍‌ ଜାଗ୍ରତ୍‌ ମାଞ୍ଜେଙ୍ଗ୍‌ ଇଞ୍ଜ୍‌ନାନ୍‌, ମାତର୍‌ ହେୱାନ୍‌ ମ୍ଡିକା ହାରେସ୍‍ କୁଜ଼ୁ କ୍ଡେନି ସମୁଦ କି ନାଣାଙ୍ଗେ ହେ ପାଦ୍‌ନା ହେୱାନ୍‌ ୱାନାନ୍‌ ହେଦାଂ ଏପେଙ୍ଗ୍‌ ପୁନୁଦେର୍‌ ।
ଅତଏବ, କାଳେ ଗୃହକର୍ତ୍ତା ହଠାତ୍‍ ଆସି ତୁମ୍ଭମାନଙ୍କୁ ନିଦ୍ରିତ ଦେଖନ୍ତି,
36 ହେୱାନ୍‌ ବେଗି ୱାଜ଼ିପା ହାଞ୍ଜେଙ୍ଗ୍‌ ଆଡ୍‌ନାନ୍‌ ଏପେଙ୍ଗ୍‌ ଜଦି ସବୁୱେଡ଼ାଙ୍ଗ୍‌ ଜାଗ୍ରତ୍‌ ଆଜ଼ି ମାନାଦେର୍‌ ଲାଗିଂ ହେୱାନ୍‌ ମିଙ୍ଗେଙ୍ଗ୍‌ ହୁଞ୍ଜନାକା ହୁଡ଼୍‌ଦେଂ ଆଡ଼୍‍ଦୁନ୍‍ ।
ଏଥିନିମନ୍ତେ ଜାଗ୍ରତ ଥାଅ, କାରଣ ସେ ସନ୍ଧ୍ୟାବେଳେ, କିମ୍ବା ଅଧରାତିରେ, କିମ୍ବା କୁକୁଡ଼ା ଡାକିବା ସମୟରେ, କିମ୍ବା ସକାଳେ, କେତେବେଳେ ଯେ ଆସିବେ, ତାହା ତୁମ୍ଭେମାନେ ଜାଣ ନାହିଁ।
37 ଆନ୍‌ ମିଙ୍ଗେଙ୍ଗ୍‌ ଇନାକା ଇଞ୍ଜ୍‌ନାଙ୍ଗା, ହେଦାଂ ୱିଜ଼ାକାରିଂ ଇଞ୍ଜ୍‌ନାଙ୍ଗା, ଜାଗ୍ରତ୍‌ ମାନାଟ୍‌ ।
ମୁଁ ତୁମ୍ଭମାନଙ୍କୁ ଯାହା କହୁଅଛି, ତାହା ସମସ୍ତଙ୍କୁ କହୁଅଛି, ‘ଜାଗ୍ରତ ଥାଅ।’”

< ମାର୍କ 13 >