< ਜ਼ਕਰਯਾਹ 9 >

1 ਯਹੋਵਾਹ ਦਾ ਬਚਨ ਇਦਰਾਕ ਦੇਸ ਦੇ ਵਿਰੁੱਧ ਅਤੇ ਜਿਹੜਾ ਦੰਮਿਸ਼ਕ ਸ਼ਹਿਰ ਉੱਤੇ ਵੀ ਪਵੇਗਾ। ਕਿਉਂ ਜੋ ਆਦਮ ਵੰਸ਼ ਦੀਆਂ ਅਤੇ ਇਸਰਾਏਲ ਦੇ ਸਾਰਿਆਂ ਗੋਤਾਂ ਦੀਆਂ ਅੱਖਾਂ ਯਹੋਵਾਹ ਵੱਲ ਹਨ।
ହଦ୍ରକ୍‍ ଦେଶ ପ୍ରତି ଓ ଦମ୍ମେଶକ ତହିଁର ବିଶ୍ରାମ-ସ୍ଥାନ ପ୍ରତି ସଦାପ୍ରଭୁଙ୍କର ବାକ୍ୟ; କାରଣ ମନୁଷ୍ୟର ଓ ସମୁଦାୟ ଇସ୍ରାଏଲ ବଂଶର ଦୃଷ୍ଟି ସଦାପ୍ରଭୁଙ୍କ ପ୍ରତି ଅଛି।
2 ਅਤੇ ਹਮਾਥ ਵੱਲ ਜਿਹੜਾ ਉਸ ਦੇ ਨੇੜੇ ਹੈ ਅਤੇ ਸੂਰ ਅਤੇ ਸੀਦੋਨ ਵੱਲ ਵੀ ਕਿਉਂ ਜੋ ਉਹ ਬਹੁਤ ਬੁੱਧਵਾਨ ਹਨ।
ପୁଣି, ତହିଁର ପାର୍ଶ୍ୱସ୍ଥିତ ହମାତ୍‍ ଓ ସୋର ଓ ସୀଦୋନ ଅତି ଜ୍ଞାନୀ ହେବାରୁ ତହିଁର ବିଶ୍ରାମ-ସ୍ଥାନ ହେବ।
3 ਸੂਰ ਨੇ ਆਪਣੇ ਲਈ ਗੜ੍ਹ ਬਣਾਇਆ, ਚਾਂਦੀ ਦੇ ਢੇਰ ਧੂੜ ਵਾਂਗੂੰ ਅਤੇ ਸੋਨੇ ਦੇ ਗਲੀਆਂ ਦੇ ਚਿੱਕੜ ਵਾਂਗੂੰ ਢੇਰਾਂ ਦੇ ਢੇਰ ਲਾ ਲਏ।
ଆଉ, ସୋର ଆପଣା ପାଇଁ ଦୃଢ଼ ଗଡ଼ ନିର୍ମାଣ କଲା ଓ ଧୂଳି ପରି ରୂପା ଓ ବାଟର କାଦୁଅ ପରି ଉତ୍ତମ ସୁନା ଗଦା କଲା।
4 ਵੇਖੋ, ਪ੍ਰਭੂ ਉਸ ਦੀ ਮਿਲਖ਼ ਨੂੰ ਖੋਹ ਲਵੇਗਾ, ਉਸ ਦੀ ਸ਼ਕਤੀ ਨੂੰ ਸਮੁੰਦਰ ਵਿੱਚ ਸੁੱਟ ਦੇਵੇਗਾ ਅਤੇ ਉਹ ਅੱਗ ਨਾਲ ਖਾਧਾ ਜਾਵੇਗਾ।
ଦେଖ, ପ୍ରଭୁ ତାହାକୁ ପ୍ରତ୍ୟାଖ୍ୟାନ କରିବେ ଓ ସେ ସମୁଦ୍ରରେ ତାହାର ପରାକ୍ରମକୁ ବିନାଶ କରିବେ; ଆଉ, ଅଗ୍ନି ଦ୍ୱାରା ସେ ଗ୍ରାସିତ ହେବ।
5 ਅਸ਼ਕਲੋਨ ਸ਼ਹਿਰ ਵੇਖੇਗਾ ਅਤੇ ਡਰ ਜਾਵੇਗਾ, ਅੱਜ਼ਾਹ ਸ਼ਹਿਰ ਵੀ ਕਿਉਂ ਜੋ ਉਹ ਨੂੰ ਡਾਢੀ ਪੀੜ ਲੱਗੇਗੀ ਅਤੇ ਅਕਰੋਨ ਸ਼ਹਿਰ ਵੀ ਕਿਉਂ ਜੋ ਉਹ ਦਾ ਭਰੋਸਾ ਟੁੱਟ ਜਾਵੇਗਾ, ਅੱਜ਼ਾਹ ਸ਼ਹਿਰ ਵਿੱਚੋਂ ਰਾਜਾ ਮਿਟ ਜਾਵੇਗਾ, ਅਸ਼ਕਲੋਨ ਸ਼ਹਿਰ ਉਜਾੜ ਹੋ ਜਾਵੇਗਾ।
ଅସ୍କିଲୋନ ତାହା ଦେଖି ଭୟ କରିବ; ଘସା ମଧ୍ୟ ଦେଖି ଅତ୍ୟନ୍ତ ବ୍ୟଥିତ ହେବ ଓ ଇକ୍ରୋଣ ହିଁ ତଦ୍ରୂପ ହେବ, କାରଣ ତାହାର ଆଶା ଲଜ୍ଜାଜନକ ହେବ; ଆଉ, ଘସାରୁ ରାଜା ବିନଷ୍ଟ ହେବ ଓ ଅସ୍କିଲୋନ ବସତିବିଶିଷ୍ଟ ନୋହିବ।
6 ਦੋਗਲੇ ਅਸ਼ਦੋਦ ਵਿੱਚ ਵੱਸਣਗੇ, ਮੈਂ ਫ਼ਲਿਸਤੀਆਂ ਦੇ ਘਮੰਡ ਨੂੰ ਮੁਕਾ ਦਿਆਂਗਾ।
ପୁଣି, ଅସ୍ଦୋଦରେ ଜାରଜ ବାସ କରିବ ଓ ଆମ୍ଭେ ପଲେଷ୍ଟୀୟମାନଙ୍କର ଦର୍ପ ଚୂର୍ଣ୍ଣ କରିବା।
7 ਮੈਂ ਉਸ ਦਾ ਲਹੂ ਉਸ ਦੇ ਮੂੰਹ ਤੋਂ ਅਤੇ ਉਸ ਦੀਆਂ ਘਿਣਾਉਣੀਆਂ ਵਸਤਾਂ ਉਸ ਦੇ ਦੰਦਾਂ ਵਿੱਚੋਂ ਕੱਢ ਲਵਾਂਗਾ, ਇਹ ਵੀ ਸਾਡੇ ਪਰਮੇਸ਼ੁਰ ਲਈ ਇੱਕ ਬਕੀਆ ਹੋਵੇਗਾ, ਯਹੂਦਾਹ ਵਿੱਚ ਇੱਕੋ ਹਾਕਮ ਵਾਂਗੂੰ ਹੋਵੇਗਾ ਅਤੇ ਅਕਰੋਨ ਯਬੂਸੀਆਂ ਵਾਂਗੂੰ ਹੋਵੇਗਾ।
ଆଉ, ଆମ୍ଭେ ତାହାର ମୁଖରୁ ତାହାର ପେୟ ରକ୍ତ ଓ ତାହାର ଦନ୍ତ ମଧ୍ୟରୁ ତାହାର ଘୃଣାଯୋଗ୍ୟ ଭକ୍ଷ୍ୟ ଅପହରଣ କରିବା; ତହିଁରେ ସେ ମଧ୍ୟ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିମନ୍ତେ ଅବଶିଷ୍ଟାଂଶ ଲୋକ ହେବ ଓ ସେ ଯିହୁଦା ମଧ୍ୟରେ ଅଧ୍ୟକ୍ଷ ତୁଲ୍ୟ ହେବ ଓ ଇକ୍ରୋଣ ଯିବୂଷୀୟ ତୁଲ୍ୟ ହେବ।
8 ਮੈਂ ਆਪਣੇ ਘਰ ਦੀ ਰਾਖੀ ਲਈ ਡੇਰਾ ਲਾਵਾਂਗਾ ਕਿ ਕੋਈ ਆ ਜਾ ਨਾ ਸਕੇ, ਫੇਰ ਕੋਈ ਦੁੱਖ ਦੇਣ ਵਾਲਾ ਉਹਨਾਂ ਦੇ ਵਿਰੁੱਧ ਨਾ ਲੰਘੇਗਾ, ਕਿਉਂ ਜੋ ਹੁਣ ਤਾਂ ਮੈਂ ਆਪਣੀਆਂ ਅੱਖਾਂ ਦੇ ਨਾਲ ਦੇਖ ਲਿਆ ਹੈ।
ପୁଣି, ଆମ୍ଭେ ସୈନ୍ୟଦଳ ବିରୁଦ୍ଧରେ ଆପଣା ଗୃହର ଚତୁର୍ଦ୍ଦିଗରେ ଛାଉଣି ସ୍ଥାପନ କରିବା, ତହିଁରେ କେହି ଗମନାଗମନ କରିବେ ନାହିଁ ଓ କୌଣସି ଉପଦ୍ରବକାରୀ ସେମାନଙ୍କ ନିକଟ ଦେଇ ଆଉ ଯିବ ନାହିଁ; କାରଣ ଆମ୍ଭେ ଏବେ ସ୍ୱଚକ୍ଷୁରେ ଦେଖିଅଛୁ।
9 ਹੇ ਸੀਯੋਨ ਦੀ ਧੀਏ, ਬਹੁਤ ਖੁਸ਼ ਹੋ, ਹੇ ਯਰੂਸ਼ਲਮ ਦੀਏ ਧੀਏ, ਲਲਕਾਰ! ਵੇਖ, ਤੇਰਾ ਰਾਜਾ ਤੇਰੇ ਕੋਲ ਆਉਂਦਾ ਹੈ, ਉਹ ਧਰਮੀ ਅਤੇ ਮੁਕਤੀਦਾਤਾ ਹੈ, ਉਹ ਦੀਨ ਹੈ ਅਤੇ ਗਧੀ ਦੇ ਬੱਚੇ ਉੱਤੇ ਸਵਾਰ ਹੈ।
ଗୋ ସିୟୋନ କନ୍ୟେ, ଅତିଶୟ ଉଲ୍ଲାସ କର! ଗୋ ଯିରୂଶାଲମ କନ୍ୟେ, ଜୟଧ୍ୱନି କର! ଦେଖ, ତୁମ୍ଭର ରାଜା ତୁମ୍ଭ ନିକଟକୁ ଆସୁଅଛନ୍ତି; ସେ ଧର୍ମମୟ ଓ ପରିତ୍ରାଣବିଶିଷ୍ଟ; ସେ ନମ୍ରଶୀଳ ଓ ଗର୍ଦ୍ଦଭ ଉପରେ, ଅର୍ଥାତ୍‍, ଗର୍ଦ୍ଦଭୀର ଶାବକ ଉପରେ ଆରୋହଣ କରି ଆସୁଅଛନ୍ତି।
10 ੧੦ ਮੈਂ ਇਫ਼ਰਾਈਮ ਤੋਂ ਰਥ ਨੂੰ ਅਤੇ ਯਰੂਸ਼ਲਮ ਤੋਂ ਘੋੜੇ ਨੂੰ ਵੱਢ ਸੁੱਟਾਂਗਾ, ਲੜਾਈ ਦਾ ਧਣੁੱਖ ਤੋੜਿਆ ਜਾਵੇਗਾ। ਉਹ ਕੌਮਾਂ ਲਈ ਸ਼ਾਂਤੀ ਦੀਆਂ ਗੱਲਾਂ ਕਰੇਗਾ, ਉਹ ਦੀ ਹਕੂਮਤ ਸਮੁੰਦਰ ਤੋਂ ਸਮੁੰਦਰ ਤੱਕ ਅਤੇ ਦਰਿਆ ਤੋਂ ਧਰਤੀ ਦੀਆਂ ਹੱਦਾਂ ਤੱਕ ਹੋਵੇਗੀ।
ପୁଣି, ଆମ୍ଭେ ଇଫ୍ରୟିମରୁ ରଥ ଓ ଯିରୂଶାଲମରୁ ଅଶ୍ୱ ଉଚ୍ଛିନ୍ନ କରିବା ଓ ଯୁଦ୍ଧ-ଧନୁ ଉଚ୍ଛିନ୍ନ ହେବ; ଆଉ, ସେ ଗୋଷ୍ଠୀଗଣକୁ ଶାନ୍ତିର କଥା କହିବେ ଓ ତାହାଙ୍କର ରାଜ୍ୟ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ ନଦୀଠାରୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ହେବ।
11 ੧੧ ਤੈਨੂੰ ਵੀ ਤੇਰੇ ਨੇਮ ਦੇ ਲਹੂ ਦੇ ਕਾਰਨ, ਮੈਂ ਤੇਰੇ ਗੁਲਾਮਾਂ ਨੂੰ ਬਿਨ ਪਾਣੀ ਦੇ ਟੋਏ ਤੋਂ ਕੱਢ ਲਵਾਂਗਾ।
ତୁମ୍ଭ ନିୟମର ରକ୍ତ ସକାଶୁ ଆମ୍ଭେ ତୁମ୍ଭର ବନ୍ଦୀମାନଙ୍କୁ ନିର୍ଜଳ କୂପ ମଧ୍ୟରୁ ବାହାର କରି ପ୍ରେରଣ କରିଅଛୁ।
12 ੧੨ ਹੇ ਆਸਵੰਦ ਗੁਲਾਮੋ, ਗੜ੍ਹ ਨੂੰ ਮੁੜ ਜਾਓ! ਮੈਂ ਅੱਜ ਦੱਸਦਾ ਹਾਂ, ਮੈਂ ਤੈਨੂੰ ਦੁਗਣਾ ਮੋੜਾਂਗਾ।
ହେ ଭରସାଯୁକ୍ତ ବନ୍ଦୀମାନେ, ତୁମ୍ଭେମାନେ ଦୃଢ଼ ଗଡ଼ ଆଡ଼େ ଫେରି ଆସ; ଆମ୍ଭେ ତୁମ୍ଭକୁ ଦୁଇଗୁଣ ମଙ୍ଗଳ ଦେବା ବୋଲି ଆଜି ପ୍ରକାଶ କରୁଅଛୁ।
13 ੧੩ ਮੈਂ ਯਹੂਦਾਹ ਨੂੰ ਆਪਣੇ ਲਈ ਧਣੁੱਖ ਵਾਂਗੂੰ ਝੁਕਾਇਆ ਹੈ ਅਤੇ ਇਫ਼ਰਾਈਮ ਨੂੰ ਉਹ ਦਾ ਬਾਣ ਬਣਾਉਂਦਾ ਹਾਂ, ਹੇ ਸੀਯੋਨ ਮੈਂ ਤੇਰੇ ਪੁੱਤਰਾਂ ਨੂੰ ਭੜਕਾਵਾਂਗਾ, ਹਾਂ ਤੇਰੇ ਪੁੱਤਰਾਂ ਦੇ ਵਿਰੁੱਧ, ਹੇ ਯਾਵਾਨ, ਤੈਨੂੰ ਇੱਕ ਸੂਰਮੇ ਦੀ ਤਲਵਾਰ ਵਾਂਗੂੰ ਬਣਾਵਾਂਗਾ।
କାରଣ ଆମ୍ଭେ ଆପଣା ନିମନ୍ତେ ଧନୁ ସ୍ୱରୂପ ଯିହୁଦାକୁ ବଙ୍କା କରିଅଛୁ ଓ ତୀର ସ୍ୱରୂପ ଇଫ୍ରୟିମରେ ତାହା ସଂଯୁକ୍ତ କରିଅଛୁ; ଆଉ, ହେ ସିୟୋନ, ଆମ୍ଭେ ତୁମ୍ଭର ସନ୍ତାନଗଣକୁ, ହେ ଗ୍ରୀସ୍‍, ତୁମ୍ଭ ସନ୍ତାନଗଣ ବିରୁଦ୍ଧରେ ଉତ୍ତେଜିତ କରିବା ଓ ତୁମ୍ଭକୁ ବୀରର ଖଡ୍ଗ ସ୍ୱରୂପ କରିବା।
14 ੧੪ ਯਹੋਵਾਹ ਉਹਨਾਂ ਉੱਤੇ ਵਿਖਾਈ ਦੇਵੇਗਾ, ਉਸ ਦਾ ਤੀਰ ਬਿਜਲੀ ਵਾਂਗੂੰ ਬਾਹਰ ਨਿੱਕਲੇਗਾ, ਪ੍ਰਭੂ ਯਹੋਵਾਹ ਤੁਰ੍ਹੀ ਫੂਕੇਗਾ, ਅਤੇ ਦੱਖਣੀ ਵਾਵਰੋਲੇ ਵਿੱਚ ਚੱਲੇਗਾ।
ପୁଣି, ସଦାପ୍ରଭୁ ସେମାନଙ୍କୁ ଊର୍ଦ୍ଧ୍ୱରୁ ଦେଖାଯିବେ ଓ ତାହାଙ୍କର ତୀର ବିଜୁଳି ପରି ବାହାର ହେବ; ଆଉ, ପ୍ରଭୁ ସଦାପ୍ରଭୁ ତୂରୀ ବଜାଇବେ ଓ ଦକ୍ଷିଣ ଦିଗର ଘୂର୍ଣ୍ଣିବାୟୁରେ ଗମନ କରିବେ।
15 ੧੫ ਸੈਨਾਂ ਦਾ ਯਹੋਵਾਹ ਉਹਨਾਂ ਨੂੰ ਢੱਕ ਲਵੇਗਾ, ਉਹ ਖਾਣਗੇ ਅਤੇ ਗੁਲੇਲ ਦੇ ਪੱਥਰਾਂ ਨੂੰ ਮਿੱਧਣਗੇ, ਉਹ ਪੀਣਗੇ ਅਤੇ ਸ਼ਰਾਬੀਆਂ ਵਾਂਗੂੰ ਰੌਲ਼ਾ ਪਾਉਣਗੇ, ਉਹ ਕਟੋਰਿਆਂ ਵਾਂਗੂੰ ਅਤੇ ਜਗਵੇਦੀ ਦੇ ਖੂੰਜਿਆਂ ਵਾਂਗੂੰ ਭਰ ਜਾਣਗੇ।
ସୈନ୍ୟାଧିପତି ସଦାପ୍ରଭୁ ସେମାନଙ୍କୁ ରକ୍ଷା କରିବେ; ତହିଁରେ ସେମାନେ ଗ୍ରାସ କରିବେ ଓ ଛାଟିଣୀ-ପଥରସବୁ ପଦ ତଳେ ଦଳିତ କରିବେ; ଆଉ, ସେମାନେ ପାନ କରିବେ ଓ ଦ୍ରାକ୍ଷାରସରେ ମତ୍ତ ଲୋକର ପରି ଶବ୍ଦ କରିବେ, ଆଉ ସେମାନେ ପାତ୍ର ପରି, ଯଜ୍ଞବେଦିର କୋଣ ପରି ପରିପୂର୍ଣ୍ଣ ହେବେ।
16 ੧੬ ਉਸ ਦਿਨ ਯਹੋਵਾਹ ਉਹਨਾਂ ਦਾ ਪਰਮੇਸ਼ੁਰ ਉਹਨਾਂ ਨੂੰ ਬਚਾਵੇਗਾ, ਆਪਣੀ ਪਰਜਾ ਦੇ ਇੱਜੜ ਵਾਂਗੂੰ, ਉਹ ਮੁਕਟ ਦੇ ਜਵਾਹਰ ਵਾਂਗੂੰ ਹੋਣਗੇ, ਉਹ ਉਸ ਦੀ ਭੂਮੀ ਉੱਤੇ ਚਮਕਣਗੇ, ਕਿਉਂ ਜੋ ਉਸ ਦੀ ਭਲਿਆਈ ਕਿੰਨੀ ਹੀ ਵੱਡੀ ਹੈ।
ପୁଣି, ସେହି ଦିନ ସଦାପ୍ରଭୁ ସେମାନଙ୍କ ପରମେଶ୍ୱର ଆପଣା ଲୋକମାନଙ୍କୁ ପଲ ସ୍ୱରୂପ ଉଦ୍ଧାର କରିବେ; କାରଣ ସେମାନେ ମୁକୁଟର ପ୍ରସ୍ତର ସ୍ୱରୂପ ତାହାଙ୍କ ଦେଶର ଊର୍ଦ୍ଧ୍ୱରେ ଉତ୍ଥାପିତ ହେବେ।
17 ੧੭ ਉਸ ਦੀ ਸੁੰਦਰਤਾ ਵੀ ਕਿੰਨੀ ਵੱਡੀ ਹੈ! ਅੰਨ ਜੁਆਨਾਂ ਨੂੰ, ਨਵੀਂ ਮੈਂ ਕੁਆਰੀਆਂ ਨੂੰ ਰਿਸ਼ਟ-ਪੁਸ਼ਟ ਕਰੇਗੀ।
ଯେହେତୁ ତାଙ୍କ ମଙ୍ଗଳଭାବ କିପରି ମହତ ଓ ତାଙ୍କର ସୌନ୍ଦର୍ଯ୍ୟ କିପରି ମହତ! ଶସ୍ୟ ଯୁବାଗଣକୁ ଓ ନୂତନ ଦ୍ରାକ୍ଷାରସ ଯୁବତୀଗଣକୁ ବର୍ଦ୍ଧିଷ୍ଣୁ କରିବ।

< ਜ਼ਕਰਯਾਹ 9 >