< ସିଫନୀୟ 2 >

1 ହେ ଲଜ୍ଜାହୀନ ଗୋଷ୍ଠୀ, ତୁମ୍ଭେମାନେ ଏକତ୍ର ହୁଅ, ହଁ, ଏକତ୍ର ହୁଅ;
הִֽתְקוֹשְׁשׁ֖וּ וָק֑וֹשּׁוּ הַגּ֖וֹי לֹ֥א נִכְסָֽף׃
2 ଆଜ୍ଞା ସଫଳ ହେବା ପୂର୍ବେ, ଦିନ ତୁଷ ପରି ଉଡ଼ିଯିବା ପୂର୍ବେ, ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ତୁମ୍ଭମାନଙ୍କ ଉପରେ ଆସିବା ପୂର୍ବେ, ସଦାପ୍ରଭୁଙ୍କ କ୍ରୋଧର ଦିନ ତୁମ୍ଭମାନଙ୍କ ଉପରେ ଆସିବା ପୂର୍ବେ ଏକତ୍ର ହୁଅ।
בְּטֶ֙רֶם֙ לֶ֣דֶת חֹ֔ק כְּמֹ֖ץ עָ֣בַר י֑וֹם בְּטֶ֣רֶם ׀ לֹא־יָב֣וֹא עֲלֵיכֶ֗ם חֲרוֹן֙ אַף־יְהוָ֔ה בְּטֶ֙רֶם֙ לֹא־יָב֣וֹא עֲלֵיכֶ֔ם י֖וֹם אַף־יְהוָֽה׃
3 ହେ ଦେଶସ୍ଥ ନମ୍ର ଲୋକମାନେ, ତାହାଙ୍କର ଶାସନ ପାଳନ କରିଅଛ ଯେ ତୁମ୍ଭେମାନେ, ତୁମ୍ଭେ ସମସ୍ତେ ସଦାପ୍ରଭୁଙ୍କର ଅନ୍ଵେଷଣ କର, ଧର୍ମର ଅନ୍ଵେଷଣ କର, ନମ୍ରତାର ଅନ୍ଵେଷଣ କର; ହୋଇପାରେ, ସଦାପ୍ରଭୁଙ୍କ କ୍ରୋଧର ଦିନରେ ତୁମ୍ଭେମାନେ ଗୁପ୍ତ ସ୍ଥାନରେ ରଖାଯିବ।
בַּקְּשׁ֤וּ אֶת־יְהוָה֙ כָּל־עַנְוֵ֣י הָאָ֔רֶץ אֲשֶׁ֥ר מִשְׁפָּט֖וֹ פָּעָ֑לוּ בַּקְּשׁוּ־צֶ֙דֶק֙ בַּקְּשׁ֣וּ עֲנָוָ֔ה אוּלַי֙ תִּסָּ֣תְר֔וּ בְּי֖וֹם אַף־יְהוָֽה׃
4 କାରଣ ଘସା ସହର ପରିତ୍ୟକ୍ତ ଓ ଅସ୍କିଲୋନ ସହର ଧ୍ୱଂସସ୍ଥାନ ହେବ! ଅସ୍ଦୋଦ ସହର ମଧ୍ୟାହ୍ନ ସମୟରେ ତାଡ଼ିତ ହେବ ଓ ଇକ୍ରୋଣ ସହର ମୂଳ ଉତ୍ପାଟିତ ହେବ।
כִּ֤י עַזָּה֙ עֲזוּבָ֣ה תִֽהְיֶ֔ה וְאַשְׁקְל֖וֹן לִשְׁמָמָ֑ה אַשְׁדּ֗וֹד בַּֽצָּהֳרַ֙יִם֙ יְגָ֣רְשׁ֔וּהָ וְעֶקְר֖וֹן תֵּעָקֵֽר׃ ס
5 ସମୁଦ୍ର କୂଳ ନିବାସୀଗଣ, କରେଥୀୟ ଗୋଷ୍ଠୀ ସନ୍ତାପର ପାତ୍ର। ହେ ପଲେଷ୍ଟୀୟମାନଙ୍କର ଦେଶ କିଣାନ, ତୁମ୍ଭମାନଙ୍କର ବିରୁଦ୍ଧରେ ସଦାପ୍ରଭୁଙ୍କର ବାକ୍ୟ ଅଛି; ଆମ୍ଭେ ତୁମ୍ଭକୁ ଉଚ୍ଛିନ୍ନ କରିବା, ତହିଁରେ ତୁମ୍ଭ ମଧ୍ୟରେ ନିବାସୀ କେହି ରହିବ ନାହିଁ।
ה֗וֹי יֹֽשְׁבֵ֛י חֶ֥בֶל הַיָּ֖ם גּ֣וֹי כְּרֵתִ֑ים דְּבַר־יְהוָ֣ה עֲלֵיכֶ֗ם כְּנַ֙עַן֙ אֶ֣רֶץ פְּלִשְׁתִּ֔ים וְהַאֲבַדְתִּ֖יךְ מֵאֵ֥ין יוֹשֵֽׁב׃
6 ପୁଣି, ସମୁଦ୍ର କୂଳ ଚରାସ୍ଥାନ, ମେଷପାଳକମାନଙ୍କର କୁଟୀର ଓ ମେଷପଲର ଖୁଆଡ଼ ହେବ।
וְֽהָיְתָ֞ה חֶ֣בֶל הַיָּ֗ם נְוֺ֛ת כְּרֹ֥ת רֹעִ֖ים וְגִדְר֥וֹת צֹֽאן׃
7 ଆଉ, ସେହି ସମୁଦ୍ର କୂଳ ଯିହୁଦା ବଂଶର ଅବଶିଷ୍ଟାଂଶ ପାଇଁ ହେବ; ସେମାନେ ସେହି ସ୍ଥାନରେ ଆପଣା ଆପଣା ମେଷପଲ ଚରାଇବେ; ସନ୍ଧ୍ୟାକାଳରେ ସେମାନେ ଅସ୍କିଲୋନସ୍ଥିତ ନାନା ଗୃହରେ ଶୟନ କରିବେ; କାରଣ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ସେମାନଙ୍କର ତତ୍ତ୍ୱାବଧାନ କରିବେ ଓ ସେମାନଙ୍କର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବେ।
וְהָ֣יָה חֶ֗בֶל לִשְׁאֵרִ֛ית בֵּ֥ית יְהוּדָ֖ה עֲלֵיהֶ֣ם יִרְע֑וּן בְּבָתֵּ֣י אַשְׁקְל֗וֹן בָּעֶ֙רֶב֙ יִרְבָּצ֔וּן כִּ֧י יִפְקְדֵ֛ם יְהוָ֥ה אֱלֹהֵיהֶ֖ם וְשָׁ֥ב שבותם׃
8 “ମୋୟାବର ଧିକ୍କାର ଓ ଅମ୍ମୋନ-ସନ୍ତାନଗଣ ଯେଉଁ ତିରସ୍କାର ବାକ୍ୟରେ ଆମ୍ଭର ଲୋକମାନଙ୍କୁ ଧିକ୍କାର କରିଅଛନ୍ତି ଓ ସେମାନଙ୍କ ସୀମାର ପ୍ରତିକୂଳରେ ଆପଣାମାନଙ୍କୁ ବଡ଼ କରିଅଛନ୍ତି, ତାହା ଆମ୍ଭେ ଶୁଣିଅଛୁ।”
שָׁמַ֙עְתִּי֙ חֶרְפַּ֣ת מוֹאָ֔ב וְגִדּוּפֵ֖י בְּנֵ֣י עַמּ֑וֹן אֲשֶׁ֤ר חֵֽרְפוּ֙ אֶת־עַמִּ֔י וַיַּגְדִּ֖ילוּ עַל־גְּבוּלָֽם ׃
9 ଏଥିପାଇଁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଜୀବିତ ଥିବା ପ୍ରମାଣେ ନିଶ୍ଚୟ ମୋୟାବ ସଦୋମର ତୁଲ୍ୟ ଓ ଅମ୍ମୋନ-ସନ୍ତାନଗଣ ହମୋରାର ତୁଲ୍ୟ, ବିଛୁଆତି ଗଛର ଆଶ୍ରୟ ଓ ଲବଣର ଆକର ଓ ଚିରକାଳ ଧ୍ୱଂସସ୍ଥାନ ହେବ; ଆମ୍ଭ ଲୋକମାନଙ୍କର ଶେଷାଂଶ ସେମାନଙ୍କୁ ଲୁଟିବେ ଓ ଆମ୍ଭ ଗୋଷ୍ଠୀର ଅବଶିଷ୍ଟାଂଶ ସେମାନଙ୍କୁ ଅଧିକାର କରିବେ।”
לָכֵ֣ן חַי־אָ֡נִי נְאֻם֩ יְהוָ֨ה צְבָא֜וֹת אֱלֹהֵ֣י יִשְׂרָאֵ֗ל כִּֽי־מוֹאָ֞ב כִּסְדֹ֤ם תִּֽהְיֶה֙ וּבְנֵ֤י עַמּוֹן֙ כַּֽעֲמֹרָ֔ה מִמְשַׁ֥ק חָר֛וּל וּמִכְרֵה־מֶ֥לַח וּשְׁמָמָ֖ה עַד־עוֹלָ֑ם שְׁאֵרִ֤ית עַמִּי֙ יְבָזּ֔וּם וְיֶ֥תֶר גוי יִנְחָלֽוּם׃
10 ସେମାନେ ଆପଣାମାନଙ୍କର ଅହଙ୍କାର ସକାଶୁ ଏହିରୂପ ପ୍ରତିଫଳ ପାଇବେ, କାରଣ ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଲୋକମାନଙ୍କୁ ଧିକ୍କାର କରି ସେମାନଙ୍କ ପ୍ରତିକୂଳରେ ଆପଣାମାନଙ୍କୁ ବଡ଼ କରିଅଛନ୍ତି।
זֹ֥את לָהֶ֖ם תַּ֣חַת גְּאוֹנָ֑ם כִּ֤י חֵֽרְפוּ֙ וַיַּגְדִּ֔לוּ עַל־עַ֖ם יְהוָ֥ה צְבָאֽוֹת׃
11 ସଦାପ୍ରଭୁ ସେମାନଙ୍କ ପ୍ରତି ଭୟଙ୍କର ହେବେ; କାରଣ ସେ ପୃଥିବୀସ୍ଥ ଯାବତୀୟ ଦେବତାକୁ କ୍ଷୀଣ କରିବେ; ପୁଣି, ଲୋକମାନେ ଓ ଗୋଷ୍ଠୀଗଣର ଦ୍ୱୀପସକଳ ଆପଣା ଆପଣା ସ୍ଥାନରୁ ତାହାକୁ ପ୍ରଣାମ କରିବେ।
נוֹרָ֤א יְהוָה֙ עֲלֵיהֶ֔ם כִּ֣י רָזָ֔ה אֵ֖ת כָּל־אֱלֹהֵ֣י הָאָ֑רֶץ וְיִשְׁתַּֽחֲווּ־לוֹ֙ אִ֣ישׁ מִמְּקוֹמ֔וֹ כֹּ֖ל אִיֵּ֥י הַגּוֹיִֽם׃
12 ହେ କୂଶୀୟ ଲୋକ, ତୁମ୍ଭେମାନେ ମଧ୍ୟ ଆମ୍ଭ ଖଡ୍ଗ ଦ୍ୱାରା ହତ ହେବ।
גַּם־אַתֶּ֣ם כּוּשִׁ֔ים חַֽלְלֵ֥י חַרְבִּ֖י הֵֽמָּה׃
13 ପୁଣି, ସେ ଉତ୍ତର ଦିଗର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବେ ଓ ଅଶୂର ଦେଶକୁ ବିନଷ୍ଟ କରିବେ। ଆଉ, ସେ ନୀନିବୀ ସହରକୁ ଧ୍ୱଂସସ୍ଥାନ ଓ ପ୍ରାନ୍ତର ପରି ଶୁଷ୍କ କରିବେ।
וְיֵ֤ט יָדוֹ֙ עַל־צָפ֔וֹן וִֽיאַבֵּ֖ד אֶת־אַשּׁ֑וּר וְיָשֵׂ֤ם אֶת־נִֽינְוֵה֙ לִשְׁמָמָ֔ה צִיָּ֖ה כַּמִּדְבָּֽר׃
14 ଆଉ, ତହିଁ ମଧ୍ୟରେ ପଶୁପଲ ଓ ଗୋଷ୍ଠୀଗଣର ଯାବତୀୟ ପଶୁ ଶୟନ କରିବେ; ପାଣିଭେଳା ପକ୍ଷୀ ଓ ଝିଙ୍କ ଜନ୍ତୁ ତହିଁର ସ୍ତମ୍ଭମାନର ମଥାଣି ଉପରେ ରାତ୍ରି କ୍ଷେପଣ କରିବେ; ଝରକାରେ ସେମାନଙ୍କ ରବ ଶୁଣାଯିବ; ଚୌକାଠର ଉପରେ ଉଚ୍ଛିନ୍ନତା ରହିବ; କାରଣ ସେ ତାହାର ଏରସ କାଷ୍ଠର କର୍ମ ଅନାବୃତ କରିଅଛନ୍ତି।
וְרָבְצ֨וּ בְתוֹכָ֤הּ עֲדָרִים֙ כָּל־חַיְתוֹ־ג֔וֹי גַּם־קָאַת֙ גַּם־קִפֹּ֔ד בְּכַפְתֹּרֶ֖יהָ יָלִ֑ינוּ ק֠וֹל יְשׁוֹרֵ֤ר בַּֽחַלּוֹן֙ חֹ֣רֶב בַּסַּ֔ף כִּ֥י אַרְזָ֖ה עֵרָֽה׃
15 ଯେଉଁ ନଗରୀ ନିଶ୍ଚିନ୍ତ ରୂପେ ବାସ କରି ମନେ ମନେ କହିଥିଲା, ମୁଁ ଅଛି, ମୋʼ ଛଡ଼ା ଆଉ କେହି ନାହିଁ, ସେହି ଉଲ୍ଲାସକାରିଣୀ ନଗରୀ ଏହି; ସେ କିପରି ଧ୍ୱଂସିତ ଓ ପଶୁମାନଙ୍କର ଶୟନ ସ୍ଥାନ ହୋଇଅଛି! ଯେକେହି ତହିଁର ନିକଟ ଦେଇ ଯିବ, ସେ ଶୀଷ୍‍ ଶବ୍ଦ କରି ଆପଣା ହାତ ହଲାଇବ।
זֹ֠את הָעִ֤יר הָעַלִּיזָה֙ הַיּוֹשֶׁ֣בֶת לָבֶ֔טַח הָאֹֽמְרָה֙ בִּלְבָבָ֔הּ אֲנִ֖י וְאַפְסִ֣י ע֑וֹד אֵ֣יךְ ׀ הָיְתָ֣ה לְשַׁמָּ֗ה מַרְבֵּץ֙ לַֽחַיָּ֔ה כֹּ֚ל עוֹבֵ֣ר עָלֶ֔יהָ יִשְׁרֹ֖ק יָנִ֥יעַ יָדֽוֹ׃ ס

< ସିଫନୀୟ 2 >