< ଯିଖରୀୟ 1 >
1 ଦାରୀୟାବସର ରାଜତ୍ଵର ଦ୍ୱିତୀୟ ବର୍ଷର ଅଷ୍ଟମ ମାସରେ ଇଦ୍ଦୋଙ୍କ ପୌତ୍ର ବେରିଖୀୟଙ୍କ ପୁତ୍ର ଯିଖରୀୟ ଭବିଷ୍ୟଦ୍ବକ୍ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
Katika mwezi wa nane wa mwaka wa pili wa utawala wa Mfalme Dario, neno la Bwana lilimjia nabii Zekaria mwana wa Berekia, mwana wa Ido, kusema:
2 “ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କ ପ୍ରତି ଅତିଶୟ ବିରକ୍ତ ହୋଇଥିଲେ।
“Bwana aliwakasirikia sana baba zako wa zamani.
3 ଏଥିପାଇଁ ତୁମ୍ଭେ ଏହି ଲୋକମାନଙ୍କୁ କୁହ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଆମ୍ଭ ପ୍ରତି ଫେର, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ତହିଁରେ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଫେରିବା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
Kwa hiyo waambie watu: Hivi ndivyo Bwana Mwenye Nguvu Zote asemavyo: ‘Nirudieni mimi,’ asema Bwana Mwenye Nguvu Zote, ‘nami nitawarudia ninyi,’ asema Bwana Mwenye Nguvu Zote.
4 ତୁମ୍ଭେମାନେ ଆପଣାମାନଙ୍କର ପୂର୍ବପୁରୁଷଗଣର ତୁଲ୍ୟ ହୁଅ ନାହିଁ, ଯେଉଁମାନଙ୍କୁ ଡାକି ପୂର୍ବକାଳର ଭବିଷ୍ୟଦ୍ବକ୍ତାମାନେ ଉଚ୍ଚସ୍ୱରରେ କହିଲେ, ‘ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଆପଣା ଆପଣା କୁପଥରୁ ଓ ଆପଣା ଆପଣା କୁକ୍ରିୟାରୁ ଏବେ ଫେର।’ ମାତ୍ର ସେମାନେ ଶୁଣିଲେ ନାହିଁ, କିଅବା ଆମ୍ଭ ପ୍ରତି କର୍ଣ୍ଣପାତ କଲେ ନାହିଁ, ଏହା ସଦାପ୍ରଭୁ କହନ୍ତି।
Msiwe kama baba zenu, ambao manabii waliotangulia waliwatangazia: Hivi ndivyo Bwana Mwenye Nguvu Zote asemavyo: ‘Geukeni, mziache njia zenu mbaya na matendo yenu maovu.’ Lakini hawakunisikiliza wala kufuata maelekezo yangu, asema Bwana.
5 ତୁମ୍ଭମାନଙ୍କର ପୂର୍ବପୁରୁଷମାନେ, ଏମାନେ କେଉଁଠାରେ? ଓ ଭବିଷ୍ୟଦ୍ବକ୍ତାମାନେ, ଏମାନେ କି ଚିରକାଳ ବଞ୍ଚନ୍ତି?
Wako wapi baba zako sasa? Nao manabii, je, wanaishi milele?
6 ମାତ୍ର ଆମ୍ଭେ ଆପଣା ଦାସ ଭବିଷ୍ୟଦ୍ବକ୍ତାଗଣକୁ ଯେଉଁ ଯେଉଁ ବାକ୍ୟ ଓ ବିଧି ଆଜ୍ଞା କଲୁ, ସେହି ସବୁ କି ତୁମ୍ଭମାନଙ୍କ ପୂର୍ବପୁରୁଷଗଣକୁ ସ୍ପର୍ଶ କଲା ନାହିଁ? ତେବେ ସେମାନେ ଫେରି କହିଲେ, ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କ ଆଚରଣ ଓ କ୍ରିୟାନୁସାରେ ଆମ୍ଭମାନଙ୍କ ପ୍ରତି ଯେରୂପ କରିବେ ବୋଲି ମନସ୍ଥ କଲେ, ସେହିପରି ବ୍ୟବହାର ଆମ୍ଭମାନଙ୍କ ପ୍ରତି ସେ କରିଅଛନ୍ତି।”
Je, maneno yangu na amri zangu nilizowaagiza manabii watumishi wangu, hayakuwapata baba zenu?” “Kisha walitubu na kusema, ‘Bwana Mwenye Nguvu Zote ametutenda sawasawa na njia zetu na matendo yetu yalivyostahili, kama alivyokusudia kufanya.’”
7 ଦାରୀୟାବସର ଦ୍ୱିତୀୟ ବର୍ଷ ଏଗାରତମ ମାସର, ଅର୍ଥାତ୍, ଶବାଟ ମାସର ଚବିଶତମ ଦିନରେ ଇଦ୍ଦୋଙ୍କ ପୌତ୍ର ବେରିଖୀୟଙ୍କ ପୁତ୍ର ଯିଖରୀୟ ଭବିଷ୍ୟଦ୍ବକ୍ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
Katika siku ya ishirini na nne ya mwezi wa kumi na moja, yaani mwezi uitwao Shebati, katika mwaka wa pili wa utawala wa Mfalme Dario, neno la Bwana lilimjia nabii Zekaria mwana wa Berekia mwana wa Ido.
8 “ମୁଁ ରାତ୍ରିକାଳରେ ଦେଖିଲି, ଆଉ ଦେଖ, ରକ୍ତବର୍ଣ୍ଣ ଅଶ୍ୱାରୋହୀ ଏକ ପୁରୁଷ ଓ ସେ ନିମ୍ନ ଭୂମିସ୍ଥ ମେହେନ୍ଦି ବୃକ୍ଷମାନର ମଧ୍ୟରେ ଠିଆ ହେଲେ; ଆଉ, ତାଙ୍କ ପଛରେ ରକ୍ତବର୍ଣ୍ଣ, ପାଣ୍ଡୁରବର୍ଣ୍ଣ ଓ ଶୁକ୍ଳବର୍ଣ୍ଣ ଅଶ୍ୱଗଣ ଥିଲେ।
Wakati wa usiku nilipata maono, mbele yangu alikuwepo mtu akiendesha farasi mwekundu! Alikuwa amesimama katikati ya miti ya mihadasi kwenye bonde. Nyuma yake walikuwepo farasi wekundu, wa kikahawia na weupe.
9 ଏଥିରେ ମୁଁ କହିଲି, ‘ହେ ମହାଶୟ, ଏସବୁ କଅଣ?’ ତହିଁରେ ମୋʼ ସଙ୍ଗରେ କଥା କହୁଥିବା ଦୂତ ମୋତେ କହିଲେ, ‘ଏସବୁ କଅଣ, ଏହା ଆମ୍ଭେ ତୁମ୍ଭଙ୍କୁ ଜଣାଇବା।’
Nikauliza, “Hivi ni vitu gani bwana wangu?” Malaika aliyekuwa akizungumza na mimi akanijibu, “Nitakuonyesha kuwa ni nini.”
10 ଏଥିରେ ମେହେନ୍ଦି ବୃକ୍ଷ ମଧ୍ୟରେ ଠିଆ ହୋଇଥିବା ପୁରୁଷ ଉତ୍ତର କରି କହିଲେ, ‘ପୃଥିବୀରେ ଏଣେତେଣେ ଗମନାଗମନ କରିବା ପାଇଁ ସଦାପ୍ରଭୁ ଏମାନଙ୍କୁ ପଠାଇଅଛନ୍ତି।’
Kisha yule mtu aliyesimama katikati ya miti ya mihadasi akaeleza, “Ni wale ambao Bwana amewatuma waende duniani kote.”
11 ସେତେବେଳେ ସେମାନେ ମେହେନ୍ଦି ବୃକ୍ଷ ମଧ୍ୟରେ ଠିଆ ହୋଇଥିବା ସଦାପ୍ରଭୁଙ୍କ ଦୂତକୁ ଉତ୍ତର କରି କହିଲେ, ‘ଆମ୍ଭେମାନେ ପୃଥିବୀର ଏଣେତେଣେ ଗମନାଗମନ କରିଅଛୁ, ଆଉ ଦେଖ, ସମୁଦାୟ ପୃଥିବୀ ସୁସ୍ଥିର ହୋଇ ବସିଅଛି ଓ ବିଶ୍ରାମରେ ଅଛି।’
Nao wakatoa taarifa kwa yule malaika wa Bwana, aliyekuwa amesimama katikati ya miti ya mihadasi, “Tumepita duniani kote na kukuta ulimwengu wote umepumzika kwa amani.”
12 ତହିଁରେ ସଦାପ୍ରଭୁଙ୍କ ଦୂତ ଉତ୍ତର କରି କହିଲେ, ‘ହେ ସୈନ୍ୟାଧିପତି ସଦାପ୍ରଭୁ, ଏହି ସତୁରି ବର୍ଷସାରା ତୁମ୍ଭେ ଯେଉଁମାନଙ୍କ ଉପରେ ବିରକ୍ତ ହୋଇ ଆସିଅଛ, ସେହି ଯିରୂଶାଲମ ଓ ଯିହୁଦାର ନଗରସମୂହ ପ୍ରତି ଆଉ କେତେ ସମୟ ଦୟା କରିବ ନାହିଁ?’
Kisha malaika wa Bwana akasema, “Bwana Mwenye Nguvu Zote, utazuia mpaka lini rehema kutoka Yerusalemu na miji ya Yuda, ambayo umeikasirikia kwa miaka hii sabini?”
13 ପୁଣି, ମୋʼ ସହିତ କଥା କହୁଥିବା ଦୂତକୁ ସଦାପ୍ରଭୁ ଉତ୍ତର କରି ମଙ୍ଗଳ କଥା ଓ ନାନା ସାନ୍ତ୍ୱନାଦାୟକ କଥା କହିଲେ।
Kwa hiyo Bwana akazungumza maneno ya upole na ya kufariji kwa malaika aliyezungumza nami.
14 ତହିଁରେ ମୋʼ ସଙ୍ଗେ କଥା କହୁଥିବା ଦୂତ ମୋତେ କହିଲେ, ତୁମ୍ଭେ ଘୋଷଣା କରି କୁହ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି ଆମ୍ଭେ ଯିରୂଶାଲମ ଓ ସିୟୋନ ପକ୍ଷରେ ମହା ଈର୍ଷାରେ ଈର୍ଷାନ୍ୱିତ ଅଛୁ।
Kisha malaika yule aliyekuwa akizungumza nami akasema, “Tangaza neno hili: Hili ndilo Bwana Mwenye Nguvu Zote asemalo: ‘Nina wivu sana kwa ajili ya Yerusalemu na Sayuni,
15 ଆଉ, ଯେଉଁ ଗୋଷ୍ଠୀଗଣ ନିଶ୍ଚିନ୍ତରେ ଅଛନ୍ତି, ସେମାନଙ୍କ ପ୍ରତି ଆମ୍ଭେ ଅତ୍ୟନ୍ତ ବିରକ୍ତ ଅଟୁ; କାରଣ ଆମ୍ଭେ ଅଳ୍ପମାତ୍ର ବିରକ୍ତ ହୁଅନ୍ତେ, ସେମାନେ କ୍ଳେଶକୁ ବୃଦ୍ଧି କଲେ।
lakini nimeyakasirikia sana mataifa yanayojisikia kuwa yako salama. Nilikuwa nimewakasirikia Israeli kidogo tu, lakini mataifa hayo yaliwazidishia maafa.’
16 ଏଥିପାଇଁ ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଦୟା ସହିତ ଯିରୂଶାଲମ ପ୍ରତି ଫେରିବୁ; ତହିଁ ମଧ୍ୟରେ ଆମ୍ଭ ଗୃହ ନିର୍ମିତ ହେବ ଓ ଯିରୂଶାଲମ ସୂତା ଦ୍ୱାରା ମପା ହେବ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
“Kwa hiyo, hivi ndivyo asemavyo Bwana: ‘Nitairudia Yerusalemu kwa rehema na huko nyumba yangu itajengwa tena. Nayo kamba ya kupimia itanyooshwa Yerusalemu,’ asema Bwana Mwenye Nguvu Zote.
17 ‘ଆହୁରି ଘୋଷଣା କରି କୁହ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ସମୃଦ୍ଧି ହେତୁ ଆମ୍ଭର ନଗରସକଳ ଚତୁର୍ଦ୍ଦିଗରେ ପୁନର୍ବାର ବିସ୍ତୀର୍ଣ୍ଣ ହେବ; ସଦାପ୍ରଭୁ ପୁନର୍ବାର ସିୟୋନକୁ ସାନ୍ତ୍ୱନା କରିବେ ଓ ଯିରୂଶାଲମକୁ ପୁନର୍ବାର ମନୋନୀତ କରିବେ।’”
“Endelea kutangaza zaidi kwamba: Hivi ndivyo asemavyo Bwana Mwenye Nguvu Zote: ‘Miji yangu itafurika tena ustawi na Bwana atamfariji tena Sayuni na kumchagua Yerusalemu.’”
18 ଏଥିଉତ୍ତାରେ ମୁଁ ଚକ୍ଷୁ ଖୋଲି ଅନାଇଲି, ଆଉ ଚାରି ଶୃଙ୍ଗ ଦେଖିଲି।
Kisha nikatazama juu, na pale mbele yangu nikaona pembe nne!
19 ତହିଁରେ ମୋʼ ସଙ୍ଗେ କଥା କହୁଥିବା ଦୂତଙ୍କୁ ମୁଁ କହିଲି, “ଏହିସବୁ କଅଣ?” ତହୁଁ ସେ ମୋତେ ଉତ୍ତର କଲେ, “ଏହିସବୁ ଶୃଙ୍ଗ ଯିହୁଦା, ଇସ୍ରାଏଲ ଓ ଯିରୂଶାଲମକୁ ଛିନ୍ନଭିନ୍ନ କରିଅଛନ୍ତି।”
Nikamuuliza yule malaika aliyekuwa akizungumza nami, “Ni nini hivi?” Akanijibu, “Hizi ni zile pembe zilizowatawanya Yuda, Israeli na Yerusalemu.”
20 ପୁଣି, ସଦାପ୍ରଭୁ ମୋତେ ଚାରି ଜଣ କମାର ଦେଖାଇଲେ।
Kisha Bwana akanionyesha mafundi wanne.
21 ତେବେ ମୁଁ କହିଲି, “ଏମାନେ କଅଣ କରିବା ପାଇଁ ଆସିଅଛନ୍ତି?” ତହିଁରେ ସେ କହିଲେ, “ସେହି ଶୃଙ୍ଗସକଳ ଯିହୁଦାକୁ ଏପରି ଛିନ୍ନଭିନ୍ନ କଲେ ଯେ, କୌଣସି ମନୁଷ୍ୟ ଆପଣା ମସ୍ତକ ଉଠାଇ ପାରିଲା ନାହିଁ; ମାତ୍ର ଯେଉଁ ଗୋଷ୍ଠୀଗଣ ଯିହୁଦା ଦେଶକୁ ଛିନ୍ନଭିନ୍ନ କରିବା ପାଇଁ ତାହା ବିରୁଦ୍ଧରେ ଆପଣା ଆପଣା ଶୃଙ୍ଗ ଉଠାଇଲେ, ସେମାନଙ୍କୁ ଭୟ ଦେଖାଇବା ପାଇଁ ଓ ସେମାନଙ୍କର ଶୃଙ୍ଗ ଭାଙ୍ଗି ପକାଇବା ପାଇଁ ଏମାନେ ଆସିଅଛନ୍ତି।”
Nikauliza, “Hawa wanakuja kufanya nini?” Akanijibu, “Hizi ndizo pembe zilizowatawanya Yuda ili asiwepo atakayeweza kuinua kichwa chake, lakini mafundi wamekuja kuzitia hofu na kuzitupa chini hizi pembe za mataifa ambayo yaliinua pembe zao dhidi ya nchi ya Yuda na kuwatawanya watu wake.”