< ଯିଖରୀୟ 9 >

1 ହଦ୍ରକ୍‍ ଦେଶ ପ୍ରତି ଓ ଦମ୍ମେଶକ ତହିଁର ବିଶ୍ରାମ-ସ୍ଥାନ ପ୍ରତି ସଦାପ୍ରଭୁଙ୍କର ବାକ୍ୟ; କାରଣ ମନୁଷ୍ୟର ଓ ସମୁଦାୟ ଇସ୍ରାଏଲ ବଂଶର ଦୃଷ୍ଟି ସଦାପ୍ରଭୁଙ୍କ ପ୍ରତି ଅଛି।
Hili ni tamko la neno la Yahwe kuhusu nchi ya Hadraki na Damesiki. Kwa maana jicho la Yahwe liko juu ya wanadamu wote, na juu ya kabila zote za Israeli pia.
2 ପୁଣି, ତହିଁର ପାର୍ଶ୍ୱସ୍ଥିତ ହମାତ୍‍ ଓ ସୋର ଓ ସୀଦୋନ ଅତି ଜ୍ଞାନୀ ହେବାରୁ ତହିଁର ବିଶ୍ରାମ-ସ୍ଥାନ ହେବ।
Azimio hili pia linaihusu Hamathi, inayopakana na Damesiki, na linahusu Tiro na Sidoni, japokuwa ni werevu sana.
3 ଆଉ, ସୋର ଆପଣା ପାଇଁ ଦୃଢ଼ ଗଡ଼ ନିର୍ମାଣ କଲା ଓ ଧୂଳି ପରି ରୂପା ଓ ବାଟର କାଦୁଅ ପରି ଉତ୍ତମ ସୁନା ଗଦା କଲା।
Tiro amejijengea ngome na kurundika fedha kama mavumbi na dhahabu safi kama matope mitaani.
4 ଦେଖ, ପ୍ରଭୁ ତାହାକୁ ପ୍ରତ୍ୟାଖ୍ୟାନ କରିବେ ଓ ସେ ସମୁଦ୍ରରେ ତାହାର ପରାକ୍ରମକୁ ବିନାଶ କରିବେ; ଆଉ, ଅଗ୍ନି ଦ୍ୱାରା ସେ ଗ୍ରାସିତ ହେବ।
Tazama! Bwana atamnyang'anya na kuharibu nguvu zake juu ya bahari, kwa hiyo atateketezwa kwa moto.
5 ଅସ୍କିଲୋନ ତାହା ଦେଖି ଭୟ କରିବ; ଘସା ମଧ୍ୟ ଦେଖି ଅତ୍ୟନ୍ତ ବ୍ୟଥିତ ହେବ ଓ ଇକ୍ରୋଣ ହିଁ ତଦ୍ରୂପ ହେବ, କାରଣ ତାହାର ଆଶା ଲଜ୍ଜାଜନକ ହେବ; ଆଉ, ଘସାରୁ ରାଜା ବିନଷ୍ଟ ହେବ ଓ ଅସ୍କିଲୋନ ବସତିବିଶିଷ୍ଟ ନୋହିବ।
Ashikeloni ataona na kuogopa! Gaza pia atatemeka sana! Ekroni, tumanini lake litatikiswa! Mfalme ataangamizwa kuanzia Gaza, na Ashikeloni haitakuwa na watu tena!
6 ପୁଣି, ଅସ୍ଦୋଦରେ ଜାରଜ ବାସ କରିବ ଓ ଆମ୍ଭେ ପଲେଷ୍ଟୀୟମାନଙ୍କର ଦର୍ପ ଚୂର୍ଣ୍ଣ କରିବା।
Wageni watafanya makao yao katika Ashidodi, nami nitakiondoa kiburi cha Wafilisiti.
7 ଆଉ, ଆମ୍ଭେ ତାହାର ମୁଖରୁ ତାହାର ପେୟ ରକ୍ତ ଓ ତାହାର ଦନ୍ତ ମଧ୍ୟରୁ ତାହାର ଘୃଣାଯୋଗ୍ୟ ଭକ୍ଷ୍ୟ ଅପହରଣ କରିବା; ତହିଁରେ ସେ ମଧ୍ୟ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିମନ୍ତେ ଅବଶିଷ୍ଟାଂଶ ଲୋକ ହେବ ଓ ସେ ଯିହୁଦା ମଧ୍ୟରେ ଅଧ୍ୟକ୍ଷ ତୁଲ୍ୟ ହେବ ଓ ଇକ୍ରୋଣ ଯିବୂଷୀୟ ତୁଲ୍ୟ ହେବ।
Kwani nitaondoa damu yao katika vinywa vyao na machukizo yao kutoka kati ya meno yao. Ndipo watakapokuwa masalia kwa Mungu wetu kama ukoo katika Yuda, na Ekironi atakuwa kama Wayebusi.
8 ପୁଣି, ଆମ୍ଭେ ସୈନ୍ୟଦଳ ବିରୁଦ୍ଧରେ ଆପଣା ଗୃହର ଚତୁର୍ଦ୍ଦିଗରେ ଛାଉଣି ସ୍ଥାପନ କରିବା, ତହିଁରେ କେହି ଗମନାଗମନ କରିବେ ନାହିଁ ଓ କୌଣସି ଉପଦ୍ରବକାରୀ ସେମାନଙ୍କ ନିକଟ ଦେଇ ଆଉ ଯିବ ନାହିଁ; କାରଣ ଆମ୍ଭେ ଏବେ ସ୍ୱଚକ୍ଷୁରେ ଦେଖିଅଛୁ।
Nitaweka kambi kuzunguka nchi yangu kinyume cha majeshi ya adui hata hakuna atakayeweza kupita ndani yake tena, kwani hakuna mtesaji atakayeipita tena. Kwa kuwa sasa nitaangalia nchi yangu kwa macho yangu mwenyewe!
9 ଗୋ ସିୟୋନ କନ୍ୟେ, ଅତିଶୟ ଉଲ୍ଲାସ କର! ଗୋ ଯିରୂଶାଲମ କନ୍ୟେ, ଜୟଧ୍ୱନି କର! ଦେଖ, ତୁମ୍ଭର ରାଜା ତୁମ୍ଭ ନିକଟକୁ ଆସୁଅଛନ୍ତି; ସେ ଧର୍ମମୟ ଓ ପରିତ୍ରାଣବିଶିଷ୍ଟ; ସେ ନମ୍ରଶୀଳ ଓ ଗର୍ଦ୍ଦଭ ଉପରେ, ଅର୍ଥାତ୍‍, ଗର୍ଦ୍ଦଭୀର ଶାବକ ଉପରେ ଆରୋହଣ କରି ଆସୁଅଛନ୍ତି।
Piga kelele kwa furaha, ewe binti Sayuni! Piga kelele kwa shangwe, ewe binti Yerusalem! Tazama! Mfalme wako anakuja kwako pamoja na uadilifu na anakuokoa. Ni mnyenyekevu, amepanda punda, mwanapunda.
10 ପୁଣି, ଆମ୍ଭେ ଇଫ୍ରୟିମରୁ ରଥ ଓ ଯିରୂଶାଲମରୁ ଅଶ୍ୱ ଉଚ୍ଛିନ୍ନ କରିବା ଓ ଯୁଦ୍ଧ-ଧନୁ ଉଚ୍ଛିନ୍ନ ହେବ; ଆଉ, ସେ ଗୋଷ୍ଠୀଗଣକୁ ଶାନ୍ତିର କଥା କହିବେ ଓ ତାହାଙ୍କର ରାଜ୍ୟ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ ନଦୀଠାରୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ହେବ।
Ndipo nitakapoondoa kibandawazi kutoka Efraimu na farasi kutoka Yerusalemu, na upinde utaondolewa katika vita; kwani atasema amani kwa mataifa, na utawala wake utakuwa kutoka bahari hata bahari, na kutoka katika mto hadi miisho ya dunia!
11 ତୁମ୍ଭ ନିୟମର ରକ୍ତ ସକାଶୁ ଆମ୍ଭେ ତୁମ୍ଭର ବନ୍ଦୀମାନଙ୍କୁ ନିର୍ଜଳ କୂପ ମଧ୍ୟରୁ ବାହାର କରି ପ୍ରେରଣ କରିଅଛୁ।
Lakini kwenu, kwa sababu ya damu ya agano langu nanyi, nitawaweka wafungwa wenu huru kutoka shimoni pasipo na maji.
12 ହେ ଭରସାଯୁକ୍ତ ବନ୍ଦୀମାନେ, ତୁମ୍ଭେମାନେ ଦୃଢ଼ ଗଡ଼ ଆଡ଼େ ଫେରି ଆସ; ଆମ୍ଭେ ତୁମ୍ଭକୁ ଦୁଇଗୁଣ ମଙ୍ଗଳ ଦେବା ବୋଲି ଆଜି ପ୍ରକାଶ କରୁଅଛୁ।
Rudini ngomeni, wafungwa wa matumaini! Hata leo natamka kwamba nitawarudishia mara mbili, kwani nimempinda Yuda kama upinde wangu.
13 କାରଣ ଆମ୍ଭେ ଆପଣା ନିମନ୍ତେ ଧନୁ ସ୍ୱରୂପ ଯିହୁଦାକୁ ବଙ୍କା କରିଅଛୁ ଓ ତୀର ସ୍ୱରୂପ ଇଫ୍ରୟିମରେ ତାହା ସଂଯୁକ୍ତ କରିଅଛୁ; ଆଉ, ହେ ସିୟୋନ, ଆମ୍ଭେ ତୁମ୍ଭର ସନ୍ତାନଗଣକୁ, ହେ ଗ୍ରୀସ୍‍, ତୁମ୍ଭ ସନ୍ତାନଗଣ ବିରୁଦ୍ଧରେ ଉତ୍ତେଜିତ କରିବା ଓ ତୁମ୍ଭକୁ ବୀରର ଖଡ୍ଗ ସ୍ୱରୂପ କରିବା।
Hata nimelijaza podo langu pamoja na Efraimu. Nimewainua wana wenu, Sayuni, kinyume cha wana wenu, Ugiriki, na amekufanya wewe, Sayuni, kama upanga wa shujaa!
14 ପୁଣି, ସଦାପ୍ରଭୁ ସେମାନଙ୍କୁ ଊର୍ଦ୍ଧ୍ୱରୁ ଦେଖାଯିବେ ଓ ତାହାଙ୍କର ତୀର ବିଜୁଳି ପରି ବାହାର ହେବ; ଆଉ, ପ୍ରଭୁ ସଦାପ୍ରଭୁ ତୂରୀ ବଜାଇବେ ଓ ଦକ୍ଷିଣ ଦିଗର ଘୂର୍ଣ୍ଣିବାୟୁରେ ଗମନ କରିବେ।
Yahwe atawatokea, na mishale yake itapiga kama radi! Kwa maana Yahwe Bwana wangu atapiga tarumbeta naye ataendelea pamoja na dhoruba kutoka Temani.
15 ସୈନ୍ୟାଧିପତି ସଦାପ୍ରଭୁ ସେମାନଙ୍କୁ ରକ୍ଷା କରିବେ; ତହିଁରେ ସେମାନେ ଗ୍ରାସ କରିବେ ଓ ଛାଟିଣୀ-ପଥରସବୁ ପଦ ତଳେ ଦଳିତ କରିବେ; ଆଉ, ସେମାନେ ପାନ କରିବେ ଓ ଦ୍ରାକ୍ଷାରସରେ ମତ୍ତ ଲୋକର ପରି ଶବ୍ଦ କରିବେ, ଆଉ ସେମାନେ ପାତ୍ର ପରି, ଯଜ୍ଞବେଦିର କୋଣ ପରି ପରିପୂର୍ଣ୍ଣ ହେବେ।
Yahwe wa majeshi atawatetea, nao watawararua na kuyashinda mawe ya kombeo. Ndipo watakapo kunywa na kupiga kelele kama mtu aliyelewa kwa mvunyo, nao watajazwa na mvinyo kama mabakuri, kama pembe za madhabahu.
16 ପୁଣି, ସେହି ଦିନ ସଦାପ୍ରଭୁ ସେମାନଙ୍କ ପରମେଶ୍ୱର ଆପଣା ଲୋକମାନଙ୍କୁ ପଲ ସ୍ୱରୂପ ଉଦ୍ଧାର କରିବେ; କାରଣ ସେମାନେ ମୁକୁଟର ପ୍ରସ୍ତର ସ୍ୱରୂପ ତାହାଙ୍କ ଦେଶର ଊର୍ଦ୍ଧ୍ୱରେ ଉତ୍ଥାପିତ ହେବେ।
Hivyo Yahwe Mungu wao atawaokoa siku hiyo; watakuwa kama kundi la kondoo lililo na watu wake, kwani watakuwa mapambo ya taji, yaliyoinuliwa juu ya nchi yake.
17 ଯେହେତୁ ତାଙ୍କ ମଙ୍ଗଳଭାବ କିପରି ମହତ ଓ ତାଙ୍କର ସୌନ୍ଦର୍ଯ୍ୟ କିପରି ମହତ! ଶସ୍ୟ ଯୁବାଗଣକୁ ଓ ନୂତନ ଦ୍ରାକ୍ଷାରସ ଯୁବତୀଗଣକୁ ବର୍ଦ୍ଧିଷ୍ଣୁ କରିବ।
Jinsi gani watakavyokuwa wazuri na warembo! vijana watastawi juu ya nafaka na bikra juu ya divai tamu!

< ଯିଖରୀୟ 9 >