< ଯିଖରୀୟ 8 >

1 ଏଉତ୍ତାରେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
Ọ̀rọ̀ Olúwa àwọn ọmọ-ogun si tún tọ́ mí wá.
2 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ସିୟୋନର ପାଇଁ ମହା ଅନ୍ତର୍ଜ୍ୱାଳାରେ ଜ୍ୱଳୁଅଛୁ ଓ ତାହା ପାଇଁ ଆମ୍ଭେ ପ୍ରଚଣ୍ଡ କୋପରେ ଜ୍ୱଳୁଅଛୁ।
Báyìí ni Olúwa àwọn ọmọ-ogun wí, “Owú ńlá ńlá ni mo jẹ fún Sioni, pẹ̀lú ìbínú ńlá ńlá ni mo fi jowú fún un.”
3 ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ସିୟୋନକୁ ଫେରି ଆସିଅଛୁ ଓ ଯିରୂଶାଲମ ମଧ୍ୟରେ ବାସ କରିବା; ଆଉ, ଯିରୂଶାଲମ ସତ୍ୟନଗରୀ ଓ ସୈନ୍ୟାଧିପତି ସଦାପ୍ରଭୁଙ୍କର ପର୍ବତ ପବିତ୍ର ରୂପେ ବିଖ୍ୟାତ ହେବ।
Báyìí ni Olúwa wí, “Mo yípadà sí Sioni èmi ó sì gbé àárín Jerusalẹmu. Nígbà náà ni a ó sì pé Jerusalẹmu ni ìlú ńlá òtítọ́; àti òkè ńlá Olúwa àwọn ọmọ-ogun, ni a ó pè ní òkè ńlá mímọ́.”
4 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ବୃଦ୍ଧ ପୁରୁଷ ଓ ସ୍ତ୍ରୀମାନେ ଯିରୂଶାଲମର ସବୁ ପଥରେ ବାସ କରିବେ ଓ ବହୁବୟସ୍କ ହେତୁ ପ୍ରତ୍ୟେକେ ଆପଣା ଆପଣା ହାତରେ ବାଡ଼ି ଧରିବେ।
Báyìí ni Olúwa àwọn ọmọ-ogun wí, “Arúgbó ọkùnrin, àti arúgbó obìnrin, yóò gbé ìgboro Jerusalẹmu, àti olúkúlùkù pẹ̀lú ọ̀pá ni ọwọ́ rẹ̀ fún ogbó.
5 ପୁଣି, ଦାଣ୍ଡରେ ଖେଳିବା ପାଇଁ ବାଳକ ଓ ବାଳିକାରେ ନଗରର ପଥସବୁ ପରିପୂର୍ଣ୍ଣ ହେବ।
Ìgboro ìlú yóò sì kún fún ọmọdékùnrin, àti ọmọdébìnrin, tí ń ṣiré ní ìta wọn.”
6 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଏହି ଅବଶିଷ୍ଟାଂଶ ଲୋକମାନଙ୍କର ଦୃଷ୍ଟିରେ ସେହି ସମୟରେ ତାହା ଅସମ୍ଭବ ହେଲେ, ହେଁ ଆମ୍ଭ ଦୃଷ୍ଟିରେ କି ତାହା ଅସମ୍ଭବ ହେବ? ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି।
Báyìí ni Olúwa àwọn ọmọ-ogun wí pé, “Bí ó bá ṣe ìyanu ní ojú ìyókù àwọn ènìyàn yìí ni ọjọ́ wọ̀nyí, ǹjẹ́ ó ha lè jẹ́ ìyanu ni ojú mi bí?” ni Olúwa àwọn ọmọ-ogun wí.
7 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଯେ ଆପଣା ଲୋକମାନଙ୍କୁ ପୂର୍ବ ଦେଶରୁ ଓ ପଶ୍ଚିମ ଦେଶରୁ ଉଦ୍ଧାର କରନ୍ତି!
Báyìí ní Olúwa àwọn ọmọ-ogun wí pé, “Kíyèsi i, èmi ó gba àwọn ènìyàn mi kúrò ni ilẹ̀ ìlà-oòrùn, àti kúrò ni ilẹ̀ ìwọ̀-oòrùn.
8 ପୁଣି, ଆମ୍ଭେ ସେମାନଙ୍କୁ ଆଣିବା, ତହିଁରେ ସେମାନେ ଯିରୂଶାଲମ ମଧ୍ୟରେ ବାସ କରିବେ; ଆଉ, ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସତ୍ୟ ଓ ଧାର୍ମିକତାରେ ସେମାନଙ୍କର ପରମେଶ୍ୱର ହେବା।”
Èmi ó sì mú wọn padà wá, wọn ó sì máa gbé àárín Jerusalẹmu. Wọn ó sì jẹ́ ènìyàn mi, èmi ó sì jẹ́ Ọlọ́run wọn, ní òtítọ́, àti ní òdodo.”
9 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ସୈନ୍ୟାଧିପତି ସଦାପ୍ରଭୁଙ୍କ ଗୃହ, ଅର୍ଥାତ୍‍, ମନ୍ଦିରର ନିର୍ମାଣ ନିମନ୍ତେ ଯେଉଁ ଦିନ ତହିଁର ଭିତ୍ତିମୂଳ ସ୍ଥାପିତ ହୋଇଥିଲା, ସେହି ସମୟରେ ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ଥିଲେ, ସେମାନଙ୍କ ମୁଖରୁ ଏହି ସକଳ କଥା ବର୍ତ୍ତମାନ ଶୁଣୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କର ହସ୍ତ ସବଳ ହେଉ।
Báyìí ni Olúwa àwọn ọmọ-ogun wí pé, “Jẹ́ kí ọwọ́ yín le ẹ̀yin ti ń gbọ́ ọ̀rọ̀ wọ̀nyí ní ọjọ́ wọ̀nyí ni ẹnu àwọn wòlíì tí ó wà ni ọjọ́ tí a fi ìpìlẹ̀ ilé Olúwa àwọn ọmọ-ogun lélẹ̀, jẹ́ ki ọwọ́ rẹ̀ le kí a bá lè kọ́ tẹmpili.
10 କାରଣ ସେହି ସମୟର ପୂର୍ବେ ମନୁଷ୍ୟ ପାଇଁ ବେତନ ନ ଥିଲା, କିଅବା ପଶୁ ପାଇଁ ଭଡ଼ା ନ ଥିଲା ଅଥବା ଯେଉଁ ଜନ ବାହାରକୁ ଗଲା, ଅବା ଭିତରକୁ ଆସିଲା, ବିପକ୍ଷ ସକାଶୁ ତାହାର କିଛି ଶାନ୍ତି ନ ଥିଲା; କାରଣ ଆମ୍ଭେ ପ୍ରତ୍ୟେକ ଜଣକୁ ଆପଣା ଆପଣା ପ୍ରତିବାସୀର ବିପକ୍ଷ କରାଇଲୁ।
Nítorí pé, ṣáájú ọjọ́ wọ̀nyí, owó ọ̀yà ènìyàn kò tó nǹkan, bẹ́ẹ̀ ni ọ̀yà ẹran pẹ̀lú, bẹ́ẹ̀ ni kò sí àlàáfíà fún ẹni ń jáde lọ, tàbí ẹni ti ń wọlé bọ, nítorí ìpọ́njú náà: nítorí mo dojú gbogbo ènìyàn, olúkúlùkù kọ aládùúgbò rẹ̀.
11 ମାତ୍ର ଏବେ ଆମ୍ଭେ ଏହି ଅବଶିଷ୍ଟାଂଶ ଲୋକମାନଙ୍କର ପ୍ରତି ପୂର୍ବକାଳର ପରି ହେବା ନାହିଁ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
Ṣùgbọ́n ní ìsinsin yìí èmi kì yóò ṣè sí ìyókù àwọn ènìyàn yìí gẹ́gẹ́ bí tí ìgbà àtijọ́,” ni Olúwa àwọn ọmọ-ogun wí.
12 କାରଣ ଶାନ୍ତିଯୁକ୍ତ ବୀଜ ବୁଣାଯିବ। ଦ୍ରାକ୍ଷାଲତା ଫଳବତୀ ହେବ ଓ ଭୂମି ଆପଣା ଫଳ ଉତ୍ପନ୍ନ କରିବ, ଆଉ ଆକାଶ ଆପଣା ଶିଶିର ଦାନ କରିବ ଓ ଆମ୍ଭେ ଏହି ଅବଶିଷ୍ଟାଂଶ ଲୋକମାନଙ୍କୁ ଏହି ସମସ୍ତର ଅଧିକାରୀ କରାଇବା।
“Nítorí irúgbìn yóò gbilẹ̀, àjàrà yóò ṣo èso rẹ̀, ilẹ̀ yóò sì hu ọ̀pọ̀lọpọ̀ nǹkan rẹ̀ jáde, àwọn ọ̀run yóò sì mu ìrì wọn wá; èmi ó sì mu kí èyí jẹ ogún ìní àwọn ìyókù ènìyàn yìí ni gbogbo nǹkan wọ̀nyí.
13 ପୁଣି, ହେ ଯିହୁଦା ବଂଶ ଓ ଇସ୍ରାଏଲ ବଂଶ, ତୁମ୍ଭେମାନେ ନାନା ଗୋଷ୍ଠୀ ମଧ୍ୟରେ ଯେପରି ଅଭିଶାପ ସ୍ୱରୂପ ହୋଇଥିଲ, ସେପରି ଆମ୍ଭେ ତୁମ୍ଭମାନଙ୍କୁ ଉଦ୍ଧାର କରିବା ଓ ତୁମ୍ଭେମାନେ ଆଶୀର୍ବାଦ ସ୍ୱରୂପ ହେବ। ଭୟ କର ନାହିଁ, ମାତ୍ର ତୁମ୍ଭମାନଙ୍କର ହସ୍ତ ସବଳ ହେଉ।”
Yóò sì ṣe, gẹ́gẹ́ bí ẹ̀yin tí jẹ́ ègún láàrín àwọn kèfèrí, ẹ̀yin ilé Juda, àti ilé Israẹli, bẹ́ẹ̀ ni èmi ó gbà yín sílẹ̀; ẹ̀yin o sì jẹ́ ìbùkún, ẹ má bẹ̀rù, ṣùgbọ́n jẹ́ ki ọwọ́ yín le.”
14 କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭମାନଙ୍କର ପିତୃପୁରୁଷମାନେ ଆମ୍ଭଙ୍କୁ କ୍ରୋଧ କରାଇବା ବେଳେ ଆମ୍ଭେ ଯେପରି ତୁମ୍ଭମାନଙ୍କର ଅମଙ୍ଗଳ କରିବାକୁ ସଂକଳ୍ପ କଲୁ ଓ ଦୁଃଖିତ ନ ହେଲୁ, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
Nítorí báyìí ni Olúwa àwọn ọmọ-ogun wí: “Gẹ́gẹ́ bí mo ti rò láti ṣe yín níbi nígbà tí àwọn baba yín mú mi bínú,” ni Olúwa àwọn ọmọ-ogun wí, tí èmi kò sì ronúpìwàdà.
15 ସେପରି ଆମ୍ଭେ ବର୍ତ୍ତମାନ ସମୟରେ ଯିରୂଶାଲମ ପ୍ରତି ଓ ଯିହୁଦା ବଂଶ ପ୍ରତି ମଙ୍ଗଳ କରିବା ପାଇଁ ପୁନର୍ବାର ସଂକଳ୍ପ କରିଅଛୁ; ତୁମ୍ଭେମାନେ ଭୟ କର ନାହିଁ।
“Bẹ́ẹ̀ ni èmi sì ti ro ọjọ́ wọ̀nyí láti ṣe rere fún Jerusalẹmu, àti fún ilé Juda: ẹ má bẹ̀rù.
16 ତୁମ୍ଭମାନଙ୍କୁ ଏହିସବୁ କାର୍ଯ୍ୟ କରିବାକୁ ହେବ। ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀର ନିକଟରେ ସତ୍ୟ କୁହ; ଆପଣା ଆପଣା ନଗର-ଦ୍ୱାରରେ ସତ୍ୟ ଓ ଶାନ୍ତିଜନକ ବିଚାର ସାଧନ କର;
Wọ̀nyí ni nǹkan tí ẹ̀yin ó ṣe: ki olúkúlùkù yín kí ó máa ba ọmọnìkejì rẹ̀ sọ òtítọ́; ṣe ìdájọ́ tòótọ́ àti àlàáfíà ní àwọn ibodè yín.
17 ପୁଣି, ତୁମ୍ଭମାନଙ୍କର କେହି ମନେ ମନେ ଆପଣା ପ୍ରତିବାସୀର ବିରୁଦ୍ଧରେ ଅନିଷ୍ଟ ଚିନ୍ତା ନ କରୁ; କୌଣସି ମିଥ୍ୟା ଶପଥ ଭଲ ପାଅ ନାହିଁ; କାରଣ ଏହିସବୁ ବିଷୟକୁ ଆମ୍ଭେ ଘୃଣା କରୁ, ଏହା ସଦାପ୍ରଭୁ କହନ୍ତି।”
Ẹ má ṣe jẹ́ kí ẹnìkan ro ibi ni ọkàn rẹ̀ sí ẹnìkejì rẹ̀; ẹ má fẹ́ ìbúra èké; nítorí gbogbo nǹkan wọ̀nyí ni mo kórìíra,” ni Olúwa wí.
18 ଏଉତ୍ତାରେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
Ọ̀rọ̀ Olúwa àwọn ọmọ-ogun sì tọ mi wá wí pé.
19 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଚତୁର୍ଥ ମାସର ଉପବାସ ଓ ପଞ୍ଚମ ମାସର ଉପବାସ ଓ ସପ୍ତମ ମାସର ଉପବାସ ଓ ଦଶମ ମାସର ଉପବାସ ଯିହୁଦା ବଂଶ ପ୍ରତି ଆନନ୍ଦ ଓ ଆହ୍ଲାଦଜନକ ଓ ଆମୋଦଜନକ ଉତ୍ସବ ହେବ; ଏଥିପାଇଁ ତୁମ୍ଭେମାନେ ସତ୍ୟ ଓ ଶାନ୍ତି ଭଲ ପାଅ।
Báyìí ni Olúwa àwọn ọmọ-ogun wí pé: “Àwẹ̀ oṣù kẹrin, karùn-ún, keje, àti tí ẹ̀kẹwàá, yóò jẹ́ ayọ̀ àti dídùn inú, àti àpéjọ àríyá fún ilé Juda; nítorí náà, ẹ fẹ́ òtítọ́ àti àlàáfíà.”
20 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ନାନା ଗୋଷ୍ଠୀ ଓ ଅନେକ ନଗରର ନିବାସୀମାନେ ଆସିବେ।
Báyìí ni Olúwa àwọn ọmọ-ogun wí pé, “Àwọn ènìyàn yóò sá à tún wa, àti ẹni tí yóò gbe ìlú ńlá púpọ̀.
21 ପୁଣି, ଏକ ନଗରର ନିବାସୀମାନେ ଅନ୍ୟ ନଗରକୁ ଯାଇ କହିବେ, ‘ଆସ, ଆମ୍ଭେମାନେ ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାର୍ଥନା କରିବା ପାଇଁ ଓ ସୈନ୍ୟାଧିପତି ସଦାପ୍ରଭୁଙ୍କର ଅନ୍ଵେଷଣ କରିବା ପାଇଁ ଶୀଘ୍ର ଯାଉ; ମୁଁ ମଧ୍ୟ ଯିବି।’
Àwọn ẹni tí ń gbé ìlú ńlá kan yóò lọ sí òmíràn, wí pé, ‘Ẹ jẹ́ kí a yára lọ gbàdúrà kí a sì wá ojúrere Olúwa, àti láti wá Olúwa àwọn ọmọ-ogun. Èmi pẹ̀lú yóò sì lọ.’
22 ହଁ, ଅନେକ ଦେଶର ଲୋକେ ଓ ବଳବାନ ଗୋଷ୍ଠୀଗଣ ଯିରୂଶାଲମରେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଅନ୍ଵେଷଣ କରିବା ପାଇଁ ଓ ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାର୍ଥନା କରିବା ପାଇଁ ଆସିବେ।
Nítòótọ́, ọ̀pọ̀lọpọ̀ ènìyàn àti àwọn alágbára orílẹ̀-èdè yóò wá láti wá Olúwa àwọn ọmọ-ogun ní Jerusalẹmu; àti láti gbàdúrà, àti láti wá ojúrere Olúwa.”
23 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ସେହି ସମୟରେ ଏପରି ଘଟିବ ଯେ, ସର୍ବ ଭାଷାବାଦୀ ଗୋଷ୍ଠୀଗଣ ମଧ୍ୟରୁ ଦଶ ଜଣ ପୁରୁଷ ଏକ ଯିହୁଦୀ ଲୋକର ବସ୍ତ୍ରର ଅଞ୍ଚଳ ଧରି ଏହି କଥା କହିବେ, ‘ଆମ୍ଭେମାନେ ତୁମ୍ଭ ସଙ୍ଗରେ ଯିବୁ, କାରଣ ପରମେଶ୍ୱର ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି ବୋଲି ଆମ୍ଭେମାନେ ଶୁଣିଅଛୁ।’”
Báyìí ni Olúwa àwọn ọmọ-ogun wí pé, “Ní àwọn ọjọ́ wọ̀nyí ni ọkùnrin mẹ́wàá láti inú gbogbo èdè àti orílẹ̀-èdè yóò dìímú, àní yóò di etí aṣọ ẹni tí i ṣe Júù mú, wí pé, ‘Àwa yóò ba ọ lọ, nítorí àwa tí gbọ́ pé, Ọlọ́run wà pẹ̀lú rẹ.’”

< ଯିଖରୀୟ 8 >