< ଯିଖରୀୟ 2 >
1 ଏଥିଉତ୍ତାରେ ମୁଁ ଚକ୍ଷୁ ମେଲି ଅନାଇଲି, ଆଉ ଦେଖ, ଆପଣା ହସ୍ତରେ ପରିମାପକ ରଜ୍ଜୁଧାରୀ ଏକ ପୁରୁଷକୁ ଦେଖିଲି।
Mó si tún gbé ojú mi, sókè, mo sì wò, sì kíyèsi i, ọkùnrin kan ti o mú okùn ìwọ̀n lọ́wọ́ rẹ̀.
2 ତେବେ ମୁଁ କହିଲି, “ଆପଣ କେଉଁଠାକୁ ଯାଉଅଛନ୍ତି?” ତହୁଁ ସେ ମୋତେ କହିଲେ, “ଯିରୂଶାଲମକୁ ମାପିବା ପାଇଁ, ତହିଁର ଓସାର କେତେ ଓ ତହିଁର ଲମ୍ବା କେତେ, ଏହା ଦେଖିବା ପାଇଁ ଯାଉଅଛୁ।”
Mo sí wí pé, “Níbo ni ìwọ ń lọ?” O sí wí fún mí pé, “Láti wọn Jerusalẹmu, láti rí iye ìbú rẹ̀, àti iye gígùn rẹ̀.”
3 ଆଉ ଦେଖ, ମୋʼ ସଙ୍ଗେ କଥା କହୁଥିବା ଦୂତ ବାହାର ହେଲେ ଓ ଆଉ ଜଣେ ଦୂତ ତାଙ୍କ ସଙ୍ଗେ ସାକ୍ଷାତ କରିବା ପାଇଁ ବାହାରିଲେ,
Sì kíyèsi i, angẹli tí ó ń bá mi sọ̀rọ̀ jáde lọ, angẹli mìíràn si jáde lọ pàdé rẹ̀.
4 ପୁଣି, ତାହାଙ୍କୁ କହିଲେ, “ଦୌଡ଼, ଏହି ଯୁବା ଲୋକକୁ କୁହ ‘ଯିରୂଶାଲମର ମନୁଷ୍ୟ ଓ ପଶୁଗଣର ବାହୁଲ୍ୟ ହେତୁ ତାହା ପ୍ରାଚୀରବିହୀନ ଗ୍ରାମସମୂହର ତୁଲ୍ୟ ବସତି ସ୍ଥାନ ହେବ।
Ó si wí fún un pé, “Sáré, sọ fún ọ̀dọ́mọkùnrin yìí wí pé, ‘A ó gbé inú Jerusalẹmu bi ìlú ti kò ní odi, nítorí ọ̀pọ̀ ènìyàn àti ohun ọ̀sìn inú rẹ̀.
5 କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ତାହାର ଚତୁର୍ଦ୍ଦିଗରେ ଅଗ୍ନିମୟ ପ୍ରାଚୀର ସ୍ୱରୂପ ହେବା ଓ ଆମ୍ଭେ ସେମାନଙ୍କ ମଧ୍ୟରେ ମହିମା ସ୍ୱରୂପ ହେବା।’”
Olúwa wí pé: Èmi ó sì jẹ́ odi iná fún un yíká, èmi ó sì jẹ́ ògo láàrín rẹ̀.’
6 “ଆହେ, ଆହେ, ଉତ୍ତର ଦେଶରୁ ପଳାଅ, ଏହା ସଦାପ୍ରଭୁ କହନ୍ତି। କାରଣ ଆମ୍ଭେ ତୁମ୍ଭମାନଙ୍କୁ ଆକାଶର ଚତୁର୍ଦ୍ଦିଗ-ବାୟୁ ତୁଲ୍ୟ ବିସ୍ତୃତ କରିଅଛୁ, ଏହା ସଦାପ୍ରଭୁ କହନ୍ତି।
“Wá! Wá! Sá kúrò ni ilẹ̀ àríwá,” ni Olúwa wí, “nítorí pé bí afẹ́fẹ́ mẹ́rin ọ̀run ni mo tú yín káàkiri,” ni Olúwa wí.
7 ହେ ବାବିଲର କନ୍ୟା ସହିତ ବାସକାରିଣୀ ସିୟୋନ, ତୁମ୍ଭେ ରକ୍ଷାର୍ଥେ ପଳାଅ।
“Gbà ara rẹ̀ sílẹ̀, ìwọ Sioni, ìwọ tí ó ń bà ọmọbìnrin Babeli gbé.”
8 କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି ଯେଉଁ ଗୋଷ୍ଠୀଗଣ ତୁମ୍ଭମାନଙ୍କୁ ଲୁଟିଲେ, ସେମାନଙ୍କ ନିକଟକୁ ସେ ମୋତେ ସମାଦର କରି ପ୍ରେରଣ କରିଅଛନ୍ତି; କାରଣ ଯେଉଁ ଲୋକ ତୁମ୍ଭମାନଙ୍କୁ ସ୍ପର୍ଶ କରେ, ସେ ମୋʼ ର ଚକ୍ଷୁର ପିତୁଳାକୁ ସ୍ପର୍ଶ କରେ।
Nítorí báyìí ni Olúwa àwọn ọmọ-ogun wí: “Lẹ́yìn ògo rẹ̀ ni a ti rán mi sí àwọn orílẹ̀-èdè tí ń kó yin: nítorí ẹni tí ó tọ́ yin, ó tọ́ ọmọ ojú rẹ̀.
9 ଦେଖ, ମୁଁ ସେମାନଙ୍କ ଉପରେ ଆପଣା ହସ୍ତ ହଲାଇବି, ତହିଁରେ ସେମାନେ ଆପଣା ସେବାକାରୀଗଣର ଲୁଟିତ ବସ୍ତୁ ସ୍ୱରୂପ ହେବେ ଆଉ, ସୈନ୍ୟାଧିପତି ସଦାପ୍ରଭୁ ଯେ ମୋତେ ପ୍ରେରଣ କରିଅଛନ୍ତି, ଏହା ତୁମ୍ଭେମାନେ ଜାଣିବ।
Nítorí kíyèsi i, èmi ó gbọn ọwọ́ mi sí orí wọn, wọn yóò sì jẹ́ ìkógun fún ìránṣẹ́ wọn: ẹ̀yin yóò sì mọ̀ pé, Olúwa àwọn ọmọ-ogun ni ó rán mi.
10 ଗୋ ସିୟୋନ କନ୍ୟେ, ଗାନ କରି ଉଲ୍ଲାସ କର କାରଣ ଦେଖ, ଆମ୍ଭେ ଆସୁଅଛୁ ଓ ଆମ୍ଭେ ତୁମ୍ଭ ମଧ୍ୟରେ ବାସ କରିବା, ଏହା ସଦାପ୍ରଭୁ କହନ୍ତି।
“Kọrin kí o sì yọ̀, ìwọ ọmọbìnrin Sioni. Nítorí èmi ń bọ̀ àti pé èmi yóò sì gbé àárín rẹ,” ni Olúwa àwọn ọmọ-ogun wí.
11 ପୁଣି, ସେଦିନ ଅନେକ ଗୋଷ୍ଠୀ ସଦାପ୍ରଭୁଙ୍କ ପ୍ରତି ଆସକ୍ତ ହେବେ ଓ ମୋର ଲୋକ ହେବେ; ଆଉ, ମୁଁ ତୁମ୍ଭ ମଧ୍ୟରେ ବାସ କରିବି, ତହିଁରେ ସୈନ୍ୟାଧିପତି ସଦାପ୍ରଭୁ ଯେ ତୁମ୍ଭ ନିକଟକୁ ମୋତେ ପ୍ରେରଣ କରିଅଛନ୍ତି, ଏହା ତୁମ୍ଭେ ଜାଣିବ।
“Ọ̀pọ̀lọpọ̀ orílẹ̀-èdè ni yóò dàpọ̀ mọ́ Olúwa ní ọjọ́ náà, wọn yóò sì di ènìyàn mi, èmi yóò sì gbé àárín rẹ, ìwọ yóò sì mọ̀ pé, Olúwa àwọn ọmọ-ogun ni ó rán mi sí ọ.
12 ଆଉ, ସଦାପ୍ରଭୁ ପବିତ୍ର ଦେଶରେ ଯିହୁଦାକୁ ଆପଣା ଅଂଶ ରୂପେ ଅଧିକାର କରିବେ ଓ ଯିରୂଶାଲମକୁ ପୁନର୍ବାର ମନୋନୀତ କରିବେ।
Olúwa yóò sì jogún Juda ìní rẹ̀, ni ilẹ̀ mímọ́, yóò sì tún yan Jerusalẹmu.
13 ହେ ପ୍ରାଣୀସବୁ, ସଦାପ୍ରଭୁଙ୍କ ସାକ୍ଷାତରେ ନୀରବ ହୁଅ; କାରଣ ସେ ଆପଣା ପବିତ୍ର ଆବାସ ମଧ୍ୟରୁ ଜାଗି ଉଠିଅଛନ୍ତି।”
Ẹ̀ dákẹ́, gbogbo ẹran-ara níwájú Olúwa: nítorí a jí i láti ibùgbé mímọ́ rẹ̀ wá.”