< ଯିଖରୀୟ 10 >
1 ତୁମ୍ଭେମାନେ ଶେଷ ବୃଷ୍ଟି ସମୟରେ ସଦାପ୍ରଭୁଙ୍କ ନିକଟରେ, ଅର୍ଥାତ୍, ଯେ ବିଜୁଳିର ସୃଷ୍ଟି କରନ୍ତି, ସେହି ସଦାପ୍ରଭୁଙ୍କ ନିକଟରେ ବୃଷ୍ଟି ମାଗ ତହିଁରେ ସେ ପ୍ରଚୁର ବୃଷ୍ଟି ଦେଇ ପ୍ରତ୍ୟେକ ଜଣଙ୍କ କ୍ଷେତ୍ରରେ ତୃଣ ଦେବେ।
當春雨的時候, 你們要向發閃電的耶和華求雨。 他必為眾人降下甘霖, 使田園生長菜蔬。
2 କାରଣ ଦେବାଦେବୀଗଣ ଅସାର କଥା କହିଅଛନ୍ତି ଓ ମନ୍ତ୍ରପାଠକମାନେ ମିଥ୍ୟା ଦର୍ଶନ ପାଇଅଛନ୍ତି ଓ ସେମାନେ ମିଥ୍ୟା ସ୍ୱପ୍ନର କଥା କହିଅଛନ୍ତି, ସେମାନେ ବୃଥାରେ ସାନ୍ତ୍ୱନା ଦିଅନ୍ତି; ଏଥିପାଇଁ ଲୋକମାନେ ମେଷଗଣ ପରି ଆପଣା ଆପଣା ପଥରେ ଗମନ କରନ୍ତି, ସେମାନେ କ୍ଳେଶଯୁକ୍ତ ଅଟନ୍ତି, କାରଣ ସେମାନଙ୍କର ପାଳକ କେହି ନାହାନ୍ତି।
因為,家神所言的是虛空; 卜士所見的是虛假; 做夢者所說的是假夢。 他們白白地安慰人, 所以眾人如羊流離, 因無牧人就受苦。
3 “ପାଳକମାନଙ୍କ ବିରୁଦ୍ଧରେ ଆମ୍ଭର କ୍ରୋଧ ପ୍ରଜ୍ୱଳିତ ହୋଇଅଛି ଓ ଆମ୍ଭେ ଅଧ୍ୟକ୍ଷଗଣକୁ ଶାସ୍ତି ଦେବା; କାରଣ ସୈନ୍ୟାଧିପତି ସଦାପ୍ରଭୁ ଆପଣା ପଲ ଯିହୁଦା ବଂଶର ତତ୍ତ୍ୱାନୁସନ୍ଧାନ କରିଅଛନ୍ତି ଓ ସେମାନଙ୍କୁ ଆପଣାର ସୁନ୍ଦର ଯୁଦ୍ଧ-ଅଶ୍ୱ ତୁଲ୍ୟ କରିବେ।
我的怒氣向牧人發作; 我必懲罰公山羊; 因我-萬軍之耶和華 眷顧自己的羊群,就是猶大家, 必使他們如駿馬在陣上。
4 ତାଙ୍କଠାରୁ କୋଣର ପ୍ରସ୍ତର, ତାଙ୍କଠାରୁ ପ୍ରେକ, ତାଙ୍କଠାରୁ ଯୁଦ୍ଧ-ଧନୁ, ତାଙ୍କଠାରୁ ପ୍ରତ୍ୟେକ ଶାସନକାରୀ ଏକତ୍ର ଉତ୍ପନ୍ନ ହେବେ।
房角石、釘子、爭戰的弓, 和一切掌權的都從他而出。
5 ପୁଣି, ସେମାନେ ବୀରଗଣ ତୁଲ୍ୟ ହୋଇ ଯୁଦ୍ଧରେ ଆପଣାମାନଙ୍କର ଶତ୍ରୁଗଣକୁ ବାଟର କାଦୁଅରେ ଦଳି ପକାଇବେ ଓ ସେମାନେ ଯୁଦ୍ଧ କରିବେ, କାରଣ ସଦାପ୍ରଭୁ ସେମାନଙ୍କର ସହବର୍ତ୍ତୀ ଅଟନ୍ତି ଓ ଅଶ୍ୱାରୋହୀମାନେ ଲଜ୍ଜିତ ହେବେ।
他們必如勇士在陣上 將仇敵踐踏在街上的泥土中。 他們必爭戰,因為耶和華與他們同在; 騎馬的也必羞愧。
6 ଆଉ, ଆମ୍ଭେ ଯିହୁଦା-ବଂଶକୁ ବଳବାନ କରିବା ଓ ଆମ୍ଭେ ଯୋଷେଫର ବଂଶକୁ ଉଦ୍ଧାର କରିବା ଓ ଆମ୍ଭେ ସେମାନଙ୍କୁ ପୁନର୍ବାର ଆଣିବା, କାରଣ ସେମାନଙ୍କ ପ୍ରତି ଆମ୍ଭର ଦୟା ଅଛି; ଆଉ, ଆମ୍ଭ ଦ୍ୱାରା ପରିତ୍ୟକ୍ତ ନୋହିଲା ଲୋକର ତୁଲ୍ୟ ସେମାନେ ହେବେ; କାରଣ ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଓ ଆମ୍ଭେ ସେମାନଙ୍କର ପ୍ରାର୍ଥନା ଶୁଣିବା।
我要堅固猶大家,拯救約瑟家, 要領他們歸回。 我要憐恤他們; 他們必像未曾棄絕的一樣, 都因我是耶和華-他們的上帝, 我必應允他們的禱告。
7 ପୁଣି, ଇଫ୍ରୟିମର ଲୋକମାନେ ବୀରପୁରୁଷ ପରି ହେବେ ଓ ଦ୍ରାକ୍ଷାରସରେ ଆନନ୍ଦ କଲା ପରି ସେମାନଙ୍କ ଅନ୍ତଃକରଣ ଆନନ୍ଦ କରିବ; ହଁ, ସେମାନଙ୍କର ସନ୍ତାନଗଣ ତାହା ଦେଖିବେ ଓ ଆନନ୍ଦ କରିବେ; ସେମାନଙ୍କର ଅନ୍ତଃକରଣ ସଦାପ୍ରଭୁଙ୍କଠାରେ ଉଲ୍ଲସିତ ହେବ।
以法蓮人必如勇士; 他們心中暢快如同喝酒; 他們的兒女必看見而快活; 他們的心必因耶和華喜樂。
8 ଆମ୍ଭେ ସେମାନଙ୍କ ପାଇଁ ଶୀଷ୍ ଶବ୍ଦ କରି ସେମାନଙ୍କୁ ଏକତ୍ର କରିବା; କାରଣ ଆମ୍ଭେ ସେମାନଙ୍କୁ ମୁକ୍ତ କରିବା ଓ ସେମାନେ ଯେପରି ବହୁବଂଶ ହୋଇଥିଲେ, ସେପରି ବହୁବଂଶ ହେବେ।
我要發嘶聲,聚集他們, 因我已經救贖他們。 他們的人數必加增, 如從前加增一樣。
9 ପୁଣି, ଆମ୍ଭେ ଯେବେ ଗୋଷ୍ଠୀଗଣ ମଧ୍ୟରେ ସେମାନଙ୍କୁ ବିଚ୍ଛିନ୍ନ କରିବା ତେବେ ସେମାନେ ନାନା ଦୂର ଦେଶରେ ଆମ୍ଭକୁ ସ୍ମରଣ କରିବେ; ଆଉ, ସେମାନେ ଆପଣା ଆପଣା ସନ୍ତାନଗଣର ସହିତ ଜୀବିତ ହୋଇ ରହିବେ ଓ ଫେରି ଆସିବେ।
我雖然播散他們在列國中, 他們必在遠方記念我。 他們與兒女都必存活,且得歸回。
10 ଆହୁରି, ଆମ୍ଭେ ସେମାନଙ୍କୁ ମିସର ଦେଶରୁ ପୁନର୍ବାର ଫେରାଇ ଆଣିବା ଓ ଅଶୂର ଦେଶରୁ ସେମାନଙ୍କୁ ସଂଗ୍ରହ କରିବା; ଆଉ, ଆମ୍ଭେ ସେମାନଙ୍କୁ ଗିଲୀୟଦ ଓ ଲିବାନୋନ ଦେଶକୁ ଆଣିବା ଯେପର୍ଯ୍ୟନ୍ତ ସେମାନଙ୍କ ନିମନ୍ତେ ସ୍ଥାନ ଅଣ୍ଟିବ ନାହିଁ।
我必再領他們出埃及地, 招聚他們出亞述, 領他們到基列和黎巴嫩; 這地尚且不夠他們居住。
11 ପୁଣି, ସେ ଦୁଃଖରୂପ ସାଗର ପାରି ହେବେ ଓ ସମୁଦ୍ରର ତରଙ୍ଗ ସମୂହକୁ ପ୍ରହାର କରିବେ ଓ ନୀଳ ନଦୀର ଗଭୀର ସ୍ଥାନସକଳ ଶୁଷ୍କ ହେବ; ତହିଁରେ ଅଶୂରର ଗର୍ବ ଖର୍ବ ହେବ ଓ ମିସରର ରାଜଦଣ୍ଡ ଦୂରୀକୃତ ହେବ।
耶和華必經過苦海,擊打海浪, 使尼羅河的深處都枯乾。 亞述的驕傲必致卑微; 埃及的權柄必然滅沒。
12 ପୁଣି, ଆମ୍ଭେ ସଦାପ୍ରଭୁଙ୍କଠାରେ ସେମାନଙ୍କୁ ବଳବାନ କରିବା ଓ ସେମାନେ ତାହାଙ୍କ ନାମରେ ଗମନାଗମନ କରିବେ,” ଏହା ସଦାପ୍ରଭୁ କହନ୍ତି।
我必使他們倚靠我,得以堅固; 一舉一動必奉我的名。 這是耶和華說的。