< ତୀତସ 3 >

1 ଶାସନକର୍ତ୍ତା ଏବଂ ତାହାର ଅଧିକାରୀମାନଙ୍କର ବଶୀଭୂତ ଓ ବାଧ୍ୟ ହେବାକୁ ପୁଣି, ସମସ୍ତ ପ୍ରକାର ସତ୍କର୍ମ କରିବା ନିମନ୍ତେ ପ୍ରସ୍ତୁତ ହେବାକୁ,
ସାସନ୍‌କାରିଆ ଆରି ଅଦିକାରିମନର୍‌ ତଲେ ରଇକରି ସେମନ୍‌ ତିଆର୍‌ଲାଟା ମାନିକରି ରଇବାକେ ମଣ୍ଡଲିର୍‌ ବାଇବଇନିମନ୍‌କେ ଏତାଇଦେସ୍‌ । ବିନ୍‌ ଲକ୍‌କେ କାଇ ସାଇଜ ମିସା କର୍‌ବାକେ ଜାଗ୍‌ରତ୍‌ ଅଇରଅତ୍‌ ।
2 କାହାରି ନିନ୍ଦା ନ କରିବାକୁ, କାହାରି ବିରୋଧୀ ନ ହେବାକୁ, ମୃଦୁଶୀଳ ହେବାକୁ ପୁଣି, ସମସ୍ତ ଲୋକଙ୍କ ପ୍ରତି ସର୍ବପ୍ରକାରେ କୋମଳ ଭାବ ଦେଖାଇବାକୁ ସେମାନଙ୍କୁ ସ୍ମରଣ କରାଅ।
ବିନ୍‌ ଲକର୍‌ ବିସଇ ମିଚ୍‌ ନ କଇ ସବୁର୍‌ ସଙ୍ଗ୍‍ ସାନ୍ତିସଙ୍ଗ୍‍, ଆଲାଦେ, ମନ୍‌ବିତ୍‌ରେ ଦରମ୍‌ରଇ ମିସିବିଡି ରଅତ୍‌ ।
3 କାରଣ ପୂର୍ବେ ଆମ୍ଭେମାନେ ମଧ୍ୟ ନିର୍ବୋଧ, ଅବାଧ୍ୟ, ଭ୍ରାନ୍ତ ପୁଣି, ନାନା ପ୍ରକାର କୁଅଭିଳାଷ ଓ ସୁଖଭୋଗର ଦାସ ଥିଲୁ, ହିଂସା ଓ ଈର୍ଷାରେ କାଳକ୍ଷେପଣ କରୁଥିଲୁ, ଆଉ ଘୃଣାର ପାତ୍ର ହୋଇ ପରସ୍ପରକୁ ଘୃଣା କରୁଥିଲୁ।
କାଇକେବଇଲେ ଗଟେକ୍‌ ବେଲାଇ ଆମେମିସା ବକୁଆ ଲକର୍‌ପାରା ରଇ ପର୍‌ମେସରର୍‌ କାତା ନ ମାନିକରି, ବୁଲ୍‌ ବିସଇ କର୍‌ତେରଇଲୁ । ଆମର୍‌ ପାପର୍‌ ଗୁନ୍‌ଚଲନ୍‌ ଇସାବେ ଜେତ୍‌କି ସବୁ ବିସଇ ରଇଲା, ସେଟା ସବୁ ସାର୍‌ଦାସଙ୍ଗ୍‍ କର୍‌ତେରଇଲୁ । ବିନ୍‌ ଲକର୍‌ ତିପୁଲ୍‌ କାତା ଗୁଲାଇବାଟେ ବିଚିକରି ସେମନ୍‌କେ ଇଁସା କର୍‌ତେରଇଲୁ । ସେମନ୍‌ ଆମ୍‌କେ ଗିନ୍‌ କର୍‌ତେରଇଲାଇ, ଆମେମିସା ସେମନ୍‌କେ ଗିନ୍‌ କର୍‌ତେରଇଲୁ ।
4 କିନ୍ତୁ ଯେତେବେଳେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ଦୟା ଓ ମାନବଜାତି ପ୍ରତି ତାହାଙ୍କ ପ୍ରେମ ପ୍ରକାଶିତ ହେଲା,
ମାତର୍‌ ଆମେ ସେନ୍ତାରି ଚଲାଚଲ୍‌ତି କର୍‌ତେରଇଲେ ମିସା ଆମର୍‌ ମୁକ୍‌ତିକାରିଆ ପର୍‌ମେସର୍‌ ନିଜର୍‌ ଦୟା ଆରି ଆଲାଦ୍‌ ଆମ୍‌କେ ଦେକାଇଆଚେ ।
5 ସେତେବେଳେ ସେ ଆମ୍ଭମାନଙ୍କ କୃତ ଧର୍ମକର୍ମ ସକାଶେ ନୁହେଁ, ମାତ୍ର ଆପଣାର ଦୟାନୁସାରେ ନୂତନ ଜନ୍ମର ପ୍ରକ୍ଷାଳନ ଓ ପବିତ୍ର ଆତ୍ମାଙ୍କ ନୂତନୀକରଣ ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି;
ପାପର୍‌ ଡଣ୍ଡେଅନି ସେ ଆମ୍‌କେ ମୁକ୍‌ଲାଇଲା । ଆମେ ଦରମ୍‌ କାମ୍‌ କଲାର୍‌ପାଇ ସେ ଆମ୍‌କେ ଏନ୍ତି କରେନାଇ । ମାତର୍‌ ସେ ଆମ୍‌କେ ଜିବନ୍‌ ଦୁକାଇ ଦୟା ଦେକାଇଲାକେସେ । ସୁକଲ୍‌ ଆତ୍‌ମା ଦେଇକରି ସେ ଆମ୍‌କେ ରକିଆ କଲା । ଜେକି ଆମର୍‌ ସବୁ ପାପ୍‌ ଦଇକରି ନୁଆ ଜିବନ୍‌ ଦେଲା ।
6 ସେହି ପବିତ୍ର ଆତ୍ମାଙ୍କୁ ସେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରଚୁର ରୂପେ ଆମ୍ଭମାନଙ୍କ ଉପରେ ଢାଳି ଦେଲେ,
ଆମର୍‌ ରକିଆକାରି ଜିସୁକିରିସ୍‌ଟ କଲା କାମର୍‌ଲାଗି ପର୍‌ମେସର୍‌ ଏଟା କଲା । କାଇ ମୁଲିଅ ନ ଦେଇ ଜେତ୍‌କି ବଇଲେ ସେତ୍‌କି ଆମ୍‌କେ ସୁକଲ୍‌ଆତ୍‌ମା ଦେଲା ଆଚେ ।
7 ଯେପରି ଆମ୍ଭେମାନେ ତାହାଙ୍କ ଅନୁଗ୍ରହରେ ଧାର୍ମିକ ଗଣିତ ହୋଇ ଭରସାନୁସାରେ ଅନନ୍ତ ଜୀବନର ଅଧିକାରୀ ହେବୁ। (aiōnios g166)
ପର୍‌ମେସର୍‌ ଆମ୍‌କେ ତାର୍‌ ପିଲାଟକି କର୍‌ବାକେ ଏନ୍ତାରି କଲା ଆଚେ । ତାର୍‌ସଙ୍ଗ୍‍ କାଲ୍‌କାଲ୍‌ ଜୁଗ୍‌ଜୁଗ୍‌ ବଁଚ୍‌ବାକେ ଆମେ ଆସା କର୍‌ବାର୍‌ ଅଇସି । ଆମର୍‌ପାଇ ରଇବା ତାର୍‌ ବଡ୍‌ ଦୟାର୍‌ଲାଗି, ତାର୍‌ ମୁଆଟେ ଦସି ଇସାବେ ନ ଦେକେ । ପର୍‌ମେସର୍‌ ଆମ୍‌କେ କାଇ ଦସ୍‌ ନ କଲା ଲକ୍‌ବଲି ଜାନାଇଆଚେ । (aiōnios g166)
8 ଏହି କଥା ବିଶ୍ୱାସ୍ୟ, ଆଉ ଯେପରି ଈଶ୍ବରଙ୍କଠାରେ ବିଶ୍ୱାସକାରୀମାନେ ସମସ୍ତ ସତ୍କର୍ମରେ ପ୍ରବୃତ୍ତ ରହିବାକୁ ମନୋଯୋଗୀ ହୁଅନ୍ତି, ଏଥିନିମନ୍ତେ ଏହି ସମସ୍ତ ବିଷୟରେ ଦୃଢ ରୂପେ ଶିକ୍ଷା ଦିଅ ବୋଲି ମୋହର ଇଚ୍ଛା। ଏହି ସମସ୍ତ ବିଷୟ ମନୁଷ୍ୟମାନଙ୍କ ପକ୍ଷରେ ଉତ୍ତମ ଓ ହିତଜନକ।
ମୁଇ ତକେ ଲେକିରଇବା ଏ ସବୁ ବିସଇ ସତ୍‌ ବଲି ମାନିଅଇସି । ତେବର୍‌ପାଇ ମୁଇ ତକେ ବାବୁଜିଆକରି କଇଲିନି, ତୁଇ ସିକାଇବାବେଲେ ଏ ସବୁ ବିସଇ ନ ପାସ୍‌ରି ଏତାଇତେ ର । ଜେନ୍ତାରିକି ପର୍‌ମେସର୍‌କେ ଜେତ୍‌କି ଲକ୍‌ ବିସ୍‌ବାସ୍‌ କର୍‌ବାଇ, ସେମନ୍‌ ସବୁ ଦରମ୍‌ କାମ୍‌ କର୍‌ବାକେ ମନ୍‌ଦିଆନ୍‌ ଦେବାଇ । ଏନ୍ତାରି ସିକିଆ ଦେଲେ ସବୁ ଲକର୍‌ପାଇ ସେଟା ନିକ ଆରି କାମ୍‌କେ ଆଇସି ।
9 କିନ୍ତୁ ବିତଣ୍ଡା ବାଦାନୁବାଦ, ବଂଶାବଳୀ, ବିରୋଧ ଓ ମୋଶାଙ୍କ ବ୍ୟବସ୍ଥା ବିଷୟକ ବାଗ୍‌ଯୁଦ୍ଧରୁ ଅନ୍ତର ହୁଅ, କାରଣ ଏହିସବୁ କ୍ଷତିଜନକ ଓ ଅସାର।
ମାତର୍‌ ଜନ୍‌ ଲକ୍‌ମନ୍‌ କାଇ ଲଡାକେ ନ ଆଇବା ବିସଇର୍‌ପାଇ ଦଦାପେଲା ଅଇବାଇ, ଆରି ତାକର୍‌ କୁଟୁମର୍‌ ଆନିଦାଦିମନର୍‌ ବିସଇ କଇ ଲାଗିରଇବାଇ, ଚୁଚାଇ ଚୁଚାଇ ଦଦାପେଲା ଅଇବାଇ ଆରି ମସା ମିଲାଇରଇବା ରିତିନିତି ବିସଇନେଇ ଲାଗାଲାଗି ଅଇବାଇ, ସେନ୍ତାରିଟାନେ ପୁର୍‌ନାଇ । କାଇକେବଇଲେ ଏଟା କାକେ ଲଡାକେ ନ ଦେଏ, ଆରି ଚୁଚାଇସେ ।
10 ଯେଉଁ ଲୋକ ଭ୍ରାନ୍ତ ଶିକ୍ଷା ଦ୍ୱାରା ବିଭାଜନ କରିବାକୁ ଚେଷ୍ଟା କରନ୍ତି, ତାହାକୁ ଥରେ, ଦୁଇ ଥର ଅନୁଯୋଗ କଲା ଉତ୍ତାରେ ତାହାଠାରୁ ପୃଥକ୍ ହୋଇ ରୁହ;
୧୦ବିସ୍‌ବାସିମନର୍‌ ବିତ୍‌ରେ ଜଦି କେ ମିସା ଗଟେକ୍‌ ବେଗ୍‌ଲାଇବା ଲକ୍‌ ରଇଲେ, ତାକେ ଡାଟ୍‌ ସଙ୍ଗ୍‍ କଇକରି ଚାଡାଇଦେସ୍‌ । ସେ ନ ଚାଡ୍‌ଲେ ଆରିତରେକ୍‌ ଜାଗ୍‌ରତା କରା । ତାର୍‌ପଚେ ମିସା ସେ କରିଲାଗିରଇଲେ ତାକେ ଚାଡିଦେସ୍‌ ।
11 ଏହିପରି ଲୋକ ଯେ ପଥଭ୍ରଷ୍ଟ ହୋଇଅଛି ଓ ପାପ କରି ଆପଣାକୁ ଆପେ ଦୋଷୀ କରେ, ଏହା ତ ତୁମ୍ଭେ ଜାଣ।
୧୧ଏନ୍ତାରି ଲକ୍‌ ସତ୍‌ ବିସଇତେଇଅନି ମନ୍‌ ବାଉଡାଇଲା ଆଚେ ବଲି ତୁଇ ଜାନିପାରୁସ୍‌ । ତାର୍‌ ପାପର୍‌ଲାଗି ସେ ପର୍‌ମେସରର୍‌ ମୁଆଟେ ଦସ୍‌ କରିଆଚେ ବଲି ଲକ୍‌ମନ୍‌ ନିକସଙ୍ଗ୍‍ ଜାନ୍‌ବାଇ ।
12 ଯେତେବେଳେ ମୁଁ ତୁମ୍ଭ ନିକଟକୁ ଆର୍ତ୍ତେମା କିମ୍ବା ତୁଖିକକୁ ପଠାଇବି, ସେତେବେଳେ ନୀକପଲି ସହରରେ ମୋ ପାଖକୁ ଆସିବା ପାଇଁ ଉଦ୍ୟମ କର, କାରଣ ସେଠାରେ ଶୀତକାଳ କ୍ଷେପଣ କରିବାକୁ ମୁଁ ସ୍ଥିର କରିଅଛି।
୧୨ତକେ ସାଇଜ କର୍‌ବାକେ ମୁଇ ଆର୍‌ତେମସ୍‌କେ ନଇଲେ ତେକିକସ୍‌କେ ପାଟାଇବି । ଆକର୍‌ ବିତ୍‌ରେ କେ ଆଲେ ଆଇଲେ, ତୁଇ ତେଇଅନି ବାରଇ ନିକପଲି ନଅରେ ମକେ ବେଟ୍‌ ଅଇବାକେ ଆଉ । କାଇକେବଇଲେ ସିତ୍‌ମାସ୍‌ ସାର୍‌ବାଜାକ ତେଇ ରଇବାକେ ମୁଇ ମନ୍‌ କଲିନି ।
13 ବ୍ୟବସ୍ଥାଶାସ୍ତ୍ରଜ୍ଞ ଜୀନା ଓ ଆପଲ୍ଲଙ୍କୁ ଯତ୍ନ ପୂର୍ବକ ବାଟ ବଳାଇଦିଅ, ଯେପରି ସେମାନଙ୍କର କୌଣସି ଅଭାବ ନ ହୁଏ।
୧୩ଜିନି ନାଉଁର୍‌ ଗଟେକ୍‌ ଅକିଲ୍‌ ଆରି ଆପଲ୍‌ ନାଉଁର୍‌ ଆରିଗଟେକ୍‌ ଲକ୍‌ ଜିବାକେ ବାରଇବାବେଲେ, ସେମନ୍‌କେ ଜେତ୍‌କି ସାଇଜ ଲଡା ଆଚେ, ସେଟା ସବୁ କରିଦେସ୍‌ । ସେମନ୍‌କେ ଲଡାକେ ଆଇବାଟା ଜାଗାଇଦେସ୍‌ ।
14 ଆମ୍ଭମାନଙ୍କ ଲୋକମାନେ ମଧ୍ୟ ପ୍ରୟୋଜନୀୟ ଉପକାର ନିମନ୍ତେ ସତ୍କର୍ମରେ ପ୍ରବୃତ୍ତ ରହିବାକୁ ଶିଖନ୍ତୁ, ଯେପରି ସେମାନେ ଫଳହୀନ ନ ହୁଅନ୍ତି।
୧୪ସେଟାକେ ଚାଡି କିରତେରଇବା ଆମର୍‌ ସବୁ ବିସ୍‌ବାସି ବାଇବଇନିମନ୍‌, ଦରମ୍‌ କାମ୍‌ କର୍‌ବାଟା ନ ଚାଡିକରି, ପାଇଟିକାବାଡ୍‌ କର୍‌ତେରଅତ୍‌ । ସେନ୍ତାରି କଲେ, ଅବାବେ ରଇଲା ଲକ୍‌ମନ୍‌କେ ଦେଇପାର୍‌ବାଇ । ଆରି ବିସ୍‌ବାସିମନ୍‌ ବେକାର୍‌ ଜିବନ୍‌ ନ ବିତାଅତ୍‌ ।
15 ମୋ ସଙ୍ଗରେ ଥିବା ସମସ୍ତେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି। ବିଶ୍ୱାସ ସମ୍ବନ୍ଧରେ ଯେଉଁମାନେ ଆମ୍ଭମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ନମସ୍କାର ଜଣାଅ। ତୁମ୍ଭ ସମସ୍ତଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ।
୧୫ମର୍‌ ସଙ୍ଗ୍‍ ରଇବା ସବୁ ବିସ୍‌ବାସିମନ୍‌ ତକେ ଜୁଆର୍‌ ଜାନାଇଲାଇନି । କିରତେରଇବା ଆମର୍‌ ବିସ୍‌ବାସି ବାଇବଇନିମନ୍‌ ଜେତ୍‌କିଲକ୍‌ ଆମ୍‌କେ ଆଲାଦ୍‌ କଲାଇନି, ସେମନ୍‌କେ ସବୁକେ ଆମର୍‌ ଜୁଆର୍‌ ଜାନାଇଦେସ୍‌ । ପର୍‌ମେସର୍‌ ତାର୍‌ ଜିବନ୍‌ ଦୁକାଇ ତମ୍‌କେ ଦୟା ଦେକାଅ ।

< ତୀତସ 3 >