< ତୀତସ 2 >
1 କିନ୍ତୁ ତୁମ୍ଭେ ହିତଜନକ ଶିକ୍ଷାର ଉପଯୁକ୍ତ କଥା କୁହ।
ཡཐཱརྠསྱོཔདེཤསྱ ཝཱཀྱཱནི ཏྭཡཱ ཀཐྱནྟཱཾ
2 ବୃଦ୍ଧ ପୁରୁଷମାନଙ୍କୁ ମିତଭୋଗୀ, ଗମ୍ଭୀର, ସୁବୁଦ୍ଧି ପୁଣି, ବିଶ୍ୱାସ, ପ୍ରେମ ଓ ସହିଷ୍ଣୁତାରେ ସବଳ ହେବାକୁ,
ཝིཤེཥཏཿ པྲཱཙཱིནལོཀཱ ཡཐཱ པྲབུདྡྷཱ དྷཱིརཱ ཝིནཱིཏཱ ཝིཤྭཱསེ པྲེམྣི སཧིཥྞུཏཱཡཱཉྩ སྭསྠཱ བྷཝེཡུསྟདྭཏ྄
3 ପୁଣି, ବୃଦ୍ଧ ସ୍ତ୍ରୀମାନଙ୍କୁ ସେହିପରି ପରନିନ୍ଦୁକା ଓ ମଦ୍ୟପାନରେ ଆସକ୍ତା ନ ହୋଇ ଶୁଦ୍ଧାଚାରିଣୀ ହେବାକୁ ଓ ସୁଶିକ୍ଷା ଦେବାକୁ ଅନୁରୋଧ କର;
པྲཱཙཱིནཡོཥིཏོ྅པི ཡཐཱ དྷརྨྨཡོགྱམ྄ ཨཱཙཱརཾ ཀུཪྻྱུཿ པརནིནྡཀཱ བཧུམདྱཔཱནསྱ ནིགྷྣཱཤྩ ན བྷཝེཡུཿ
4 ଈଶ୍ଵରଙ୍କ ବାକ୍ୟ ଯେପରି ନିନ୍ଦିତ ନ ହୁଏ, ଏଥିନିମନ୍ତେ ସେମାନେ ଯୁବତୀମାନଙ୍କୁ ପତିବ୍ରତା,
ཀིནྟུ སུཤིཀྵཱཀཱརིཎྱཿ སཏྱ ཨཱིཤྭརསྱ ཝཱཀྱཾ ཡཏ྄ ན ནིནྡྱེཏ ཏདརྠཾ ཡུཝཏཱིཿ སུཤཱིལཏཱམ྄ ཨརྠཏཿ པཏིསྣེཧམ྄ ཨཔཏྱསྣེཧཾ
5 ସନ୍ତାନବତ୍ସଳା, ଆତ୍ମସଂଯମୀ, ସତୀ, ସୁଗୃହିଣୀ, ସୁଶୀଳା ଓ ଆପଣା ଆପଣା ସ୍ୱାମୀର ବଶୀଭୂତା ହେବାକୁ ଶିକ୍ଷା ଦିଅନ୍ତୁ।
ཝིནཱིཏིཾ ཤུཙིཏྭཾ གྲྀཧིཎཱིཏྭཾ སཽཛནྱཾ སྭཱམིནིགྷྣཉྩཱདིཤེཡུསྟཐཱ ཏྭཡཱ ཀཐྱཏཱཾ།
6 ସେହିପରି ଯୁବକମାନଙ୍କୁ ସର୍ବ ବିଷୟରେ ସୁବୁଦ୍ଧି ହେବା ପାଇଁ ଉତ୍ସାହ ଦିଅ;
ཏདྭད྄ ཡཱུནོ྅པི ཝིནཱིཏཡེ པྲབོདྷཡ།
7 ତୁମ୍ଭେ ନିଜେ ଆପଣା ଆଚରଣରେ ସତ୍କର୍ମର ଆଦର୍ଶ ଦେଖାଅ, ଶିକ୍ଷାରେ ନିଷ୍କପଟ ଓ ଗଭୀର ଭାବ ଏବଂ ହିତଜନକ ଅଖଣ୍ଡନୀୟ ବାକ୍ୟ ପ୍ରକାଶ କର,
ཏྭཉྩ སཪྻྭཝིཥཡེ སྭཾ སཏྐརྨྨཎཱཾ དྲྀཥྚཱནྟཾ དརྴཡ ཤིཀྵཱཡཱཉྩཱཝིཀྲྀཏཏྭཾ དྷཱིརཏཱཾ ཡཐཱརྠཾ
8 ଯେପରି ବିପକ୍ଷ ଲୋକ, ଆମ୍ଭମାନଙ୍କ ବିଷୟରେ କୌଣସି ମନ୍ଦ କଥା କହି ନ ପାରି ଲଜ୍ଜିତ ହେବ।
ནིརྡྡོཥཉྩ ཝཱཀྱཾ པྲཀཱཤཡ ཏེན ཝིཔཀྵོ ཡུཥྨཱཀམ྄ ཨཔཝཱདསྱ ཀིམཔི ཚིདྲཾ ན པྲཱཔྱ ཏྲཔིཥྱཏེ།
9 ଦାସମାନଙ୍କୁ ଶିକ୍ଷା ଦିଅ ଯେ, ସେମାନେ ଆପଣା ଆପଣା କର୍ତ୍ତାମାନଙ୍କର ବଶୀଭୂତ ହୋଇ ରୁହନ୍ତୁ, ସମସ୍ତ ବିଷୟରେ ସେମାନଙ୍କର ସନ୍ତୋଷଭାଜନ ହୁଅନ୍ତୁ,
དཱསཱཤྩ ཡཏ྄ སྭཔྲབྷཱུནཱཾ ནིགྷྣཱཿ སཪྻྭཝིཥཡེ ཏུཥྚིཛནཀཱཤྩ བྷཝེཡུཿ པྲཏྱུཏྟརཾ ན ཀུཪྻྱུཿ
10 ପ୍ରତିବାଦ ନ କରନ୍ତୁ, କିଛି ହିଁ ଚୋରି ନ କରି ବରଂ ସମ୍ପୂର୍ଣ୍ଣ ବିଶ୍ୱସ୍ତତା ପ୍ରକାଶ କରନ୍ତୁ, ଯେପରି ସେମାନେ ସବୁ ବିଷୟରେ ଅାମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ଶିକ୍ଷାର ଅଳଙ୍କାର ସ୍ୱରୂପ ହୁଅନ୍ତି।
ཀིམཔི ནཱཔཧརེཡུཿ ཀིནྟུ པཱུརྞཱཾ སུཝིཤྭསྟཏཱཾ པྲཀཱཤཡེཡུརིཏི ཏཱན྄ ཨཱདིཤ། ཡཏ ཨེཝམྤྲཀཱརེཎཱསྨཀཾ ཏྲཱཏུརཱིཤྭརསྱ ཤིཀྵཱ སཪྻྭཝིཥཡེ ཏཻ རྦྷཱུཥིཏཝྱཱ།
11 କାରଣ ସମସ୍ତ ମାନବର ପରିତ୍ରାଣ ନିମନ୍ତେ ଈଶ୍ବରଙ୍କ ଅନୁଗ୍ରହ ପ୍ରକାଶିତ ହୋଇଅଛି,
ཡཏོ ཧེཏོསྟྲཱཎཱཛནཀ ཨཱིཤྭརསྱཱནུགྲཧཿ སཪྻྭཱན྄ མཱནཝཱན྄ པྲཏྱུདིཏཝཱན྄
12 ପୁଣି, ଆମ୍ଭେମାନେ ଯେପରି ଅଧର୍ମ ଓ ସାଂସାରିକ ଅଭିଳାଷ ପରିତ୍ୟାଗ କରି ଏହି ବର୍ତ୍ତମାନ ଯୁଗରେ ସୁବୁଦ୍ଧି, ଧାର୍ମିକ ଓ ଭକ୍ତ ଭାବରେ ଜୀବନଯାପନ କରୁ, (aiōn )
ས ཙཱསྨཱན྄ ཨིདཾ ཤིཀྵྱཏི ཡད྄ ཝཡམ྄ ཨདྷརྨྨཾ སཱཾསཱརིཀཱབྷིལཱཥཱཾཤྩཱནངྒཱིཀྲྀཏྱ ཝིནཱིཏཏྭེན ནྱཱཡེནེཤྭརབྷཀྟྱཱ ཙེཧལོཀེ ཨཱཡུ ཪྻཱཔཡཱམཿ, (aiōn )
13 ଆଉ ସେହି ଆନନ୍ଦଦାୟକ ଭରସା ପୁଣି, ଆମ୍ଭମାନଙ୍କ ମହାନ ଈଶ୍ବର ଓ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଗୌରବର ପ୍ରକାଶ ଅପେକ୍ଷାରେ ରହୁ, ଏଥିନିମନ୍ତେ ଶିକ୍ଷା ଦେଉଅଛି।
པརམསུཁསྱཱཤཱམ྄ ཨརྠཏོ ྅སྨཱཀཾ མཧཏ ཨཱིཤྭརསྱ ཏྲཱཎཀརྟྟུ ཪྻཱིཤུཁྲཱིཥྚསྱ པྲབྷཱཝསྱོདཡཾ པྲཏཱིཀྵཱམཧེ།
14 ସେହି ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କୁ ସମସ୍ତ ଅଧର୍ମରୁ ମୁକ୍ତ କରିବାକୁ ଓ ଆପଣା ନିମନ୍ତେ ସତ୍କର୍ମରେ ଉଦ୍ଯୋଗୀ ନିଜସ୍ୱ ଲୋକ ସ୍ୱରୂପେ ଶୁଦ୍ଧ କରିବାକୁ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ।
ཡཏཿ ས ཡཐཱསྨཱན྄ སཪྻྭསྨཱད྄ ཨདྷརྨྨཱཏ྄ མོཙཡིཏྭཱ ནིཛཱདྷིཀཱརསྭརཱུཔཾ སཏྐརྨྨསཱུཏྶུཀམ྄ ཨེཀཾ པྲཛཱཝརྒཾ པཱཝཡེཏ྄ ཏདརྠམ྄ ཨསྨཱཀཾ ཀྲྀཏེ ཨཱཏྨདཱནཾ ཀྲྀཏཝཱན྄།
15 ଏହି ସମସ୍ତ କଥା କହି ପୂର୍ଣ୍ଣ କ୍ଷମତା ସହ ଉତ୍ସାହ ଦିଅ ଓ ଅନୁଯୋଗ କର। କେହି ତୁମ୍ଭକୁ ତୁଚ୍ଛ ନ କରୁ।
ཨེཏཱནི བྷཱཥསྭ པཱུརྞསཱམརྠྱེན ཙཱདིཤ པྲབོདྷཡ ཙ, ཀོ྅པི ཏྭཱཾ ནཱཝམནྱཏཱཾ།