< ପରମ ଗୀତ 8 >

1 ଆହା, ଯେ ମୋʼ ମାତାଙ୍କର ସ୍ତନ୍ୟପାନ କରିଅଛି, ଏପରି ମୋʼ ସହୋଦର ତୁଲ୍ୟ ଯେବେ ତୁମ୍ଭେ ହୁଅନ୍ତ! ତେବେ ମୁଁ ତୁମ୍ଭକୁ ବାହାରେ ଦେଖିଲେ, ତୁମ୍ଭକୁ ଚୁମ୍ବନ ଦିଅନ୍ତି; ଆଉ, କେହି ମୋତେ ତୁଚ୍ଛ କରନ୍ତା ନାହିଁ।
Ninatamani ungekua kama kaka yangu, aliye nyonya ziwa la mama yangu. Ili kwamba kila ningekuona nje ningekubusu pasipo mtu kunidharau.
2 ମୁଁ ତୁମ୍ଭକୁ ପଥ କଢ଼ାଇ ଆପଣା ମାତାଙ୍କ ଗୃହକୁ ଘେନି ଆସନ୍ତି, ସେ ମୋତେ ଶିକ୍ଷା ଦିଅନ୍ତେ; ମୁଁ ତୁମ୍ଭକୁ ସୁଗନ୍ଧି ମିଶ୍ରିିତ ଦ୍ରାକ୍ଷାରସ, ମୋହର ଡାଳିମ୍ବରସ ପାନ କରାନ୍ତି।
Nitakuongoza na kukuleta kwenye nyumba ya mama yangu, na utanifundisha. Nitakupa mvinyo ulio chachwa unywe na baadhi ya jwisi ya komamanga. Mwanamke mdogo akizungumza mwenyewe
3 ତାଙ୍କ ବାମ ହସ୍ତ ମୋʼ ମସ୍ତକ ତଳେ ରହିବ ଓ ତାଙ୍କ ଡାହାଣ ହସ୍ତ ମୋତେ ଆଲିଙ୍ଗନ କରିବ।
Mkono wake wa kushoto uko chini ya kichwa changu na mkono wake wa kulia wanikumbatia. Mwanamke akiongea na wanawake wengine
4 ହେ ଯିରୂଶାଲମର କନ୍ୟାଗଣ, ମୁଁ ତୁମ୍ଭମାନଙ୍କୁ ଶପଥ ଦେଉଅଛି ଯେ, ପ୍ରେମର ବାସନା ନୋହିବା ପର୍ଯ୍ୟନ୍ତ ତୁମ୍ଭେମାନେ ପ୍ରେମକୁ ଜଗାଅ ନାହିଁ, କି ଉତ୍ତେଜିତ କର ନାହିଁ।
Ninataka muape, mabinti wa wanaume wa Yerusalemu, kuwa hamtavuruga mapenzi yetu hadi yatakapo isha yenyewe. Wanawake wa Yerusalemu wakizungumza
5 ଆପଣା ପ୍ରିୟତମଙ୍କ ଉପରେ ଆଉଜିପଡ଼ି ପ୍ରାନ୍ତରରୁ ଆସୁଅଛି ଯେ, ସେ କିଏ? ନାଗରଙ୍ଗ ବୃକ୍ଷ ତଳେ ମୁଁ ତୁମ୍ଭକୁ ଜଗାଇଲି; ସେଠାରେ ତୁମ୍ଭ ମାତା ତୁମ୍ଭ ପାଇଁ ପ୍ରସବ ବେଦନାଗ୍ରସ୍ତା ହେଲେ, ସେଠାରେ ସେ ପ୍ରସବ ବେଦନାଗ୍ରସ୍ତା ହୋଇ ତୁମ୍ଭକୁ ପ୍ରସବ କଲେ।
Ni nani huyu anaye kuja kutoka nyikani, amemuegemea mpenzi wake? Mwanamke mdogo akizungumza na mpenzi wake nimekuamsha chini ya mti wa mpera; pale mama yako alichukua mimba; pale alikuzaa, alijifungua wewe.
6 ତୁମ୍ଭେ ମୋତେ ମୋହର ତୁଲ୍ୟ ଆପଣା ହୃଦୟରେ, ମୋହର ତୁଲ୍ୟ ଆପଣା ବାହୁରେ ଧାରଣ କର; କାରଣ ପ୍ରେମ ମୃତ୍ୟୁୁ ପରି ବଳବାନ; ଅନ୍ତର୍ଜ୍ୱାଳା ପାତାଳ ପରି ଦୃଢ଼; ତହିଁର ଶିଖା ଅଗ୍ନିଶିଖା, ଅତି ଭୟଙ୍କର ଅଗ୍ନିଶିଖା। (Sheol h7585)
Nieka kama muhuri kwenye moyo wako, kama muhuri kwenye mkono wako, kwa kuwa mapenzi yana nguvu kama mauti. Mapenzi mazito hayana kurudi kama kwenda kuzimu; miale yake yalipuka; ni miale ya moto inayo waka, miale yenye joto kuliko moto wowote. (Sheol h7585)
7 ଅପାର ଜଳରାଶି ପ୍ରେମକୁ ନିର୍ବାଣ କରି ନ ପାରେ, କିଅବା ବଢ଼ି ତାହା ବୁଡ଼ାଇ ନ ପାରେ; ଯଦି କେହି ପ୍ରେମ ନିମନ୍ତେ ଆପଣା ଗୃହର ସର୍ବସ୍ୱ ଦେବ, ତେବେ ସେ ଲୋକ ନିତାନ୍ତ ତୁଚ୍ଛୀକୃତ ହେବ।
Maji yalio zuka hayawezi kuzimisha upendo, wala mafuriko hayawezi kuondoa. Mwanaume akitoa mali zake zote kwa ajili ya upendo, ukarimu wake utadharauliwa. Kaka zake mwanamke mdogo wakizungumza wenyewe
8 ଆମ୍ଭମାନଙ୍କର ଗୋଟିଏ ସାନ ଭଗିନୀ ଅଛି, ତାହାର ସ୍ତନ ହୋଇ ନାହିଁ; ଲୋକେ ଆମ୍ଭମାନଙ୍କ ଭଗିନୀକୁ ମାଗିବା ଦିନରେ ଆମ୍ଭେମାନେ ତାହା ପାଇଁ କଅଣ କରିବା?
Tuna dada mdogo, na matiti yake bado hayajakua. Nini tutamfanyia dada yetu siku hatakayo ahidiwa kuolewa?
9 ଯଦି ସେ ପ୍ରାଚୀର ସ୍ୱରୂପା ହୁଏ, ତେବେ ଆମ୍ଭେମାନେ ତାହା ଉପରେ ରୂପାର ଦୁର୍ଗ ନିର୍ମାଣ କରିବା; ଆଉ, ଯଦି ସେ ଦ୍ୱାର ସ୍ୱରୂପା ହୁଏ, ତେବେ ଆମ୍ଭେମାନେ ଏରସ ପଟାରେ ତାହାକୁ ଆବରଣ କରିବା।
Kama ni ukuta, tutamjengea juu yake mnara wa fedha. Kama ni mlango, tutampamba kwa mbao za mierezi. Mwanamke mdogo akizungumza peke yake
10 ମୁଁ ପ୍ରାଚୀର ସ୍ୱରୂପା ଓ ମୋହର ସ୍ତନ ତହିଁର ଦୁର୍ଗ ସ୍ୱରୂପ; ସେହି ସମୟରେ ତାଙ୍କ ଦୃଷ୍ଟିରେ ମୁଁ ଶାନ୍ତିପ୍ରାପ୍ତାର ତୁଲ୍ୟ ଥିଲି।
Nilikuwa ukuta, lakini matiti yangu sasa ni kama nguzo imara; hivyo nimekomaa machoni pake. Mwanamke mdogo akizungumza mwenyewe
11 ବାଲ-ହାମୋନରେ ଶଲୋମନଙ୍କର ଏକ ଦ୍ରାକ୍ଷାକ୍ଷେତ୍ର ଥିଲା; ସେ ରକ୍ଷକମାନଙ୍କୁ ତାହା ଭଡ଼ା ଦେଇଥିଲେ; ପ୍ରତ୍ୟେକ ରକ୍ଷକକୁ ତହିଁର ଫଳ ପାଇଁ ଏକ ଏକ ସହସ୍ର ରୂପା ମୁଦ୍ରା ଦେବାକୁ ପଡ଼ିଲା।
Sulemani alikuwa na shamba la mizabibu huko Baali Hamoni. Aliwakodishia wao ambao watalitunza. Kila mmoja alipaswa kuleta shekeli elfu moja za fedha kwa matunda yake.
12 ମୋହର ଦ୍ରାକ୍ଷାକ୍ଷେତ୍ର ମୋʼ ସମ୍ମୁଖରେ ଅଛି; ହେ ଶଲୋମନ, ସେହି ସହସ୍ର ମୁଦ୍ରା ତୁମ୍ଭେ ପାଇବ ଓ ତହିଁର ଫଳରକ୍ଷକମାନେ ଦୁଇ ଶତ ମୁଦ୍ରା ପାଇବେ।
Shamba langu ka mzabibu ni langu, shekeli elfu moja ni za kwako, Sulemani mpenzi, na shekeli mia mbili ni za wale wanao tunza matunda yake. Mpenzi wa mwanamke akizungumza naye.
13 ହେ ଉପବନବାସିନୀ, ମିତ୍ରଗଣ ତୁମ୍ଭର ରବ ଶୁଣନ୍ତି; ତାହା ମୋତେ ଶ୍ରବଣ କରାଅ।
Wewe unaye ishi katika bustani, marafiki zangu wanasikiliza sauti yako; acha na mimi niweanaye isikia pia. Mwanamke mdogo akiongea na mpenzi wake
14 ହେ ମୋହର ପ୍ରିୟତମ, ଚଞ୍ଚଳ ହୁଅ, ସୁଗନ୍ଧିମୟ ପର୍ବତଶ୍ରେଣୀ ଉପରେ ତୁମ୍ଭେ ମୃଗ ବା ହରିଣଶାବକ ତୁଲ୍ୟ ହୁଅ।
Harakisha, mpenzi wangu, na uwe kama paa au mtoto wa paa kwenye milima ya manukato.

< ପରମ ଗୀତ 8 >