< ରୂତ 4 >
1 ଏଥିଉତ୍ତାରେ ବୋୟଜ ନଗର-ଦ୍ୱାରକୁ ଯାଇ ସେଠାରେ ବସିଲା, ତହିଁରେ ଦେଖ, ସେ ଯେଉଁ ମୁକ୍ତିକର୍ତ୍ତା ଜ୍ଞାତି ବିଷୟ କହିଥିଲା, ସେ ସେଠାକୁ ଆସନ୍ତେ, ବୋୟଜ ତାହାକୁ ଡାକି କହିଲା, “ହେ ବନ୍ଧୁ, ଏଠିକି ଆସି ବସ,” ଏଣୁ ସେ ଆସି ସେଠାରେ ବସିଲା।
BOOZ adunque salì alla porta, e vi si pose a sedere. Ed ecco, colui che avea la ragione della consanguinità, del quale Booz avea parlato, passò. E [Booz gli] disse: O tu, tale, vieni qua, e poniti qui a sedere. Ed egli andò, e si pose a sedere.
2 ତହୁଁ ସେ ନଗରସ୍ଥ ଦଶ ଜଣ ପ୍ରାଚୀନଙ୍କୁ ନେଇ କହିଲା, “ତୁମ୍ଭେମାନେ ଏଠାରେ ବସ,” ତେଣୁ ସେମାନେ ବସିଲେ।
E [Booz] prese dieci uomini degli Anziani della città, e disse loro: Sedete qui; ed essi si misero a sedere.
3 ଏଥିରେ ବୋୟଜ ସେହି ମୁକ୍ତିକର୍ତ୍ତା ଜ୍ଞାତିକୁ କହିଲା, “ଆମ୍ଭମାନଙ୍କ ଭ୍ରାତା ଏଲିମେଲକର ଯେଉଁ ଭୂମିଖଣ୍ଡ ଥିଲା, ତାହା ମୋୟାବ ଦେଶରୁ ଫେରି ଆସିଥିବା ନୟମୀ ବିକ୍ରୟ କରୁଅଛି।
Poi [Booz] disse a colui che avea la ragion della consanguinità: Naomi, ch'è ritornata dalle contrade di Moab, ha venduta la possessione del campo, ch'era di Elimelec, nostro fratello;
4 ଏଣୁ ମୁଁ ତୁମ୍ଭକୁ ଏହା ଜଣାଇବାକୁ ମନସ୍ଥ କଲି, ‘ତୁମ୍ଭେ ନଗର-ଦ୍ୱାରରେ ଉପସ୍ଥିତ ଲୋକମାନଙ୍କ ସାକ୍ଷାତରେ ଓ ଆମ୍ଭ ବଂଶୀୟ ପ୍ରାଚୀନଗଣର ସାକ୍ଷାତରେ ତାହା କ୍ରୟ କର।’ ଯେବେ ତୁମ୍ଭେ ମୁକ୍ତ କରିବ, ତେବେ କର, ମାତ୍ର ଯେବେ ନ କରିବ, ତେବେ ମୋତେ ଜଣାଅ, ମୁଁ ଜାଣିବାକୁ ଚାହେଁ; ଯେହେତୁ ତୁମ୍ଭେ ମୁକ୍ତ କଲେ ଆଉ କେହି କରି ନ ପାରେ, ମାତ୍ର ତୁମ୍ଭ ଉତ୍ତାରେ ମୁଁ ଅଛି।” ତହିଁରେ ସେ କହିଲା, “ମୁଁ ତାହା ମୁକ୍ତ କରିବି।”
laonde io ho detto di fartene motto, e di dirti che tu l'acquisti in presenza di costoro che seggono [qui], e in presenza degli Anziani del mio popolo; se tu [la] vuoi riscuotere, per ragione di consanguinità, fallo; ma, se tu non [la] vuoi riscuotere, dichiaramelo, acciocchè io il sappia; perciocchè non [v'è] alcun altro per riscuoterla, se non tu, ed io dopo te. Allora colui disse: Io la riscuoterò.
5 ତେବେ ବୋୟଜ କହିଲା, “ତୁମ୍ଭେ ଯେଉଁ ଦିନ ନୟମୀର ହସ୍ତରୁ ସେହି କ୍ଷେତ୍ର କିଣିବ, ସେହି ଦିନ ମୃତ ଲୋକର ଅଧିକାରରେ ତାହାର ନାମ ରକ୍ଷା କରିବା ନିମନ୍ତେ ତାହାର ସ୍ତ୍ରୀ ମୋୟାବ ଦେଶୀୟା ରୂତଠାରୁ ହିଁ ତାହା କିଣିବାକୁ ହେବ।”
E Booz [gli] disse: Nel giorno che tu acquisterai il campo della mano di Naomi, tu l'acquisterai ancora da Rut Moabita, moglie del morto, per suscitare il nome del morto sopra la sua eredità.
6 ଏଥିରେ ସେହି ମୁକ୍ତିକର୍ତ୍ତା ଜ୍ଞାତି କହିଲା, “ମୁଁ ନିଜ ନିମନ୍ତେ ତାହା ମୁକ୍ତ କରି ନ ପାରେ, ତାହା କଲେ, ମୋହର ନିଜ ଅଧିକାରର କ୍ଷତି ହେବ; ତୁମ୍ଭେ ମୋହର ମୁକ୍ତି କରିବା କ୍ଷମତା ନିଅ, କାରଣ ମୁଁ ମୁକ୍ତ କରି ନ ପାରେ।”
Ma, colui che avea la ragione della consanguinità, disse: Io non posso usare la ragione della consanguinità per me; che talora io non dissipi la mia eredità; usa tu la mia ragione della consanguinità, per riscuoterla; perciocchè io non posso farlo.
7 ମୁକ୍ତି ଓ ପାଲଟ ବିଷୟକ ସବୁ କଥା ସ୍ଥିର କରିବା ପାଇଁ ପୂର୍ବକାଳରେ ଇସ୍ରାଏଲ ବଂଶର ଏହିରୂପ ରୀତି ଥିଲା ଯେ, ଜଣେ ନିଜ ପାଦୁକା କାଢ଼ି ଅନ୍ୟ ଜଣକୁ ଦେଲା, ଆଉ ଏହା ଇସ୍ରାଏଲ ମଧ୍ୟରେ ସାକ୍ଷ୍ୟ ସ୍ୱରୂପ ହେଲା।
Or ab antico v'era questa [usanza], che, in caso di riscatto per ragione di consanguinità, e di trasportamento di ragione, per fermar tutto l'affare, l'uomo si traeva la scarpa, e la dava al suo prossimo; e ciò serviva di testimonianza in Israele.
8 ଏଣୁ ସେ ମୁକ୍ତିକର୍ତ୍ତା ଜ୍ଞାତି ଯେତେବେଳେ ବୋୟଜକୁ କହିଲା, “ତୁମ୍ଭେ ଆପେ ତାହା କିଣ,” ସେତେବେଳେ ସେ ନିଜ ପାଦୁକା କାଢ଼ି ଦେଲା।
Così, dopo che colui che avea la ragione della consanguinità ebbe detto a Booz: Acquistati tu [quel campo], egli si trasse la scarpa.
9 ତହୁଁ ବୋୟଜ ପ୍ରାଚୀନଗଣକୁ ଓ ସମସ୍ତ ଲୋକଙ୍କୁ କହିଲା, “ଏଲିମେଲକର ଯାହା ଯାହା ଥିଲା ଓ କିଲୀୟୋନର ଓ ମହଲୋନର ଯାହା ଯାହା ଥିଲା, ତାହା ମୁଁ ନୟମୀଠାରୁ କ୍ରୟ କଲି, ଏ ବିଷୟରେ ତୁମ୍ଭେମାନେ ଆଜି ମୋହର ସାକ୍ଷୀ ହେଲ।
E Booz disse agli Anziani, e a tutto il popolo: Voi [siete] oggi testimoni che io ho acquistato dalla mano di Naomi tutto ciò ch'[era] di Elimelec, e tutto ciò ch'[era] di Chilion e di Malon;
10 ଆହୁରି ନିଜ ଭ୍ରାତୃଗଣ ମଧ୍ୟରୁ ଓ ନିଜ ବସତି ସ୍ଥାନର ଦ୍ୱାରରୁ ସେହି ମୃତ ବ୍ୟକ୍ତିର ନାମ ଯେପରି ଲୋପ ନୋହିବ, ଏଥିପାଇଁ ସେହି ମୃତ ଲୋକର ଅଧିକାରରେ ତାହାର ନାମ ରକ୍ଷା କରିବା ପାଇଁ ମୁଁ ମହଲୋନର ସ୍ତ୍ରୀ ମୋୟାବ ଦେଶୀୟା ରୂତକୁ ନିଜ ସ୍ତ୍ରୀ ରୂପେ ଲାଭ କଲି ଆଜି ତୁମ୍ଭେମାନେ ଏ ବିଷୟର ସାକ୍ଷୀ ହେଲ।”
e che ancora mi ho acquistata per moglie Rut Moabita, moglie di Malon, per suscitare il nome del morto sopra la sua eredità; acciocchè il nome del morto non sia spento d'infra i suoi fratelli, e dalla porta del suo luogo. Voi [ne siete] oggi testimoni.
11 ତହିଁରେ ନଗରଦ୍ୱାରବର୍ତ୍ତୀ ସମସ୍ତ ଲୋକ ଓ ପ୍ରାଚୀନଗଣ କହିଲେ, “ଆମ୍ଭେମାନେ ସାକ୍ଷୀ ହେଲୁ, ସଦାପ୍ରଭୁ ଇସ୍ରାଏଲ ବଂଶର ବୃଦ୍ଧିକାରିଣୀ ରାହେଲ ଓ ଲେୟା, ଦୁଇ ସ୍ତ୍ରୀର ତୁଲ୍ୟ ତୁମ୍ଭ ଗୃହକୁ ଆଗତା ଏହି ସ୍ତ୍ରୀକୁ କରନ୍ତୁ; ଆଉ, ତୁମ୍ଭେ ଇଫ୍ରାଥାରେ ବିକ୍ରମଶାଳୀ ହୁଅ ଓ ବେଥଲିହିମରେ ତୁମ୍ଭର ବିଖ୍ୟାତ ହେଉ।
E tutto il popolo ch'[era] nella porta, e gli Anziani, dissero: [Sì, noi ne siamo] testimoni. Il Signore faccia che la moglie, ch'entra in casa tua, sia come Rachele e come Lea, le quali edificarono amendue la casa d'Israele; fatti pur possente in Efrata, e fa' che il [tuo] nome sia celebrato in Bet-lehem.
12 ସଦାପ୍ରଭୁ ଏହି ଯୁବତୀ ଦ୍ୱାରା ତୁମ୍ଭକୁ ଯେଉଁ ସନ୍ତାନ ଦେବେ, ତାହା ଦ୍ୱାରା ତୁମ୍ଭର ବଂଶ ତାମର ଗର୍ଭରେ ଯିହୁଦାର ଜନ୍ମିତ ପେରସର ବଂଶ ତୁଲ୍ୟ ହେଉ।”
E della progenie, che il Signore ti darà di cotesta giovane, sia la casa tua come la casa di Fares, il quale Tamar partorì a Giuda.
13 ଏରୂପେ ବୋୟଜ ରୂତକୁ ବିବାହ କରନ୍ତେ, ସେ ତାହାର ସ୍ତ୍ରୀ ହେଲା, ପୁଣି ତାହାର ସହବାସ କରନ୍ତେ, ସେ ସଦାପ୍ରଭୁଙ୍କଠାରୁ ଗର୍ଭଧାରଣ ଶକ୍ତି ପାଇ ପୁତ୍ର ପ୍ରସବ କଲା।
Booz adunque prese Rut, ed ella gli fu moglie: ed egli entrò da lei, e il Signore le fece grazia d'ingravidare; e partorì un figliuolo.
14 ଏଣୁ ସ୍ତ୍ରୀମାନେ ନୟମୀକି କହିଲେ, “ଧନ୍ୟ ସଦାପ୍ରଭୁ, ସେ ଆଜି ତୁମ୍ଭକୁ ମୁକ୍ତିକର୍ତ୍ତା ଜ୍ଞାତିହୀନ କରି ନାହାନ୍ତି; ଇସ୍ରାଏଲ ବଂଶରେ ଏହି ବାଳକର ନାମ ବିଖ୍ୟାତ ହେଉ।
E le donne dissero a Naomi: Benedetto [sia] il Signore, il quale non ha permesso che oggi ti sia mancato uno che avesse la ragione della consanguinità; il cui nome sia celebrato in Israele.
15 ପୁଣି ସେ ତୁମ୍ଭର ପ୍ରାଣ ସଜୀବକାରୀ ଓ ତୁମ୍ଭ ବୃଦ୍ଧାବସ୍ଥାରେ ତୁମ୍ଭର ପ୍ରତିପାଳକ ହେବ; ଯେହେତୁ ଯେ ତୁମ୍ଭକୁ ପ୍ରେମ କରେ ଓ ସାତ ପୁତ୍ରଠାରୁ ତୁମ୍ଭ ପ୍ରତି ଅଧିକ ଉତ୍ତମ ଯେ ତୁମ୍ଭର ପୁତ୍ରବଧୂ, ସେ ତାହାକୁ ପ୍ରସବ କରିଅଛି।”
E siati esso per ristorarti l'anima, e per sostentar la tua vecchiezza; conciossiachè la tua nuora, la qual ti ama, e ti val meglio che sette figliuoli, abbia partorito questo [fanciullo].
16 ସେତେବେଳେ ନୟମୀ ବାଳକକୁ ଘେନି ନିଜ କୋଳରେ ରଖିଲା ଓ ତାହାକୁ ପ୍ରତିପାଳନ କଲା।
E Naomi prese il fanciullo, e se lo recò al seno, e gli fu in luogo di balia.
17 “ଏଉତ୍ତାରୁ ନୟମୀର ଏକ ପୁତ୍ର ଜନ୍ମିଅଛି,” ଏହି କଥା କହି ପ୍ରତିବାସିନୀ ସ୍ତ୍ରୀମାନେ ତାହାର ନାମକରଣ କଲେ; ସେମାନେ ତାହାର ନାମ ଓବେଦ୍ (ସେବକ) ରଖିଲେ। ସେ ଦାଉଦର ପିତାମହ ଯିଶୀର ପିତାମହ।
E le vicine gli posero nome, quando fu detto: Un figliuolo è nato a Naomi; e lo chiamarono Obed. Esso [fu] padre d'Isai, padre di Davide.
18 ପେରସର ବଂଶାବଳୀ ଏହି, ପେରସର ପୁତ୍ର ହିଷ୍ରୋଣ;
Or queste [sono] le generazioni di Fares: Fares generò Hesron;
19 ହିଷ୍ରୋଣର ପୁତ୍ର ରାମ୍ ଓ ରାମ୍ର ପୁତ୍ର ଅମ୍ମୀନାଦବ
ed Hesron generò Ram; e Ram generò Amminadab;
20 ଓ ଅମ୍ମୀନାଦବର ପୁତ୍ର ନହଶୋନ ଓ ନହଶୋନର ପୁତ୍ର ସଲମୋନ
e Amminadab generò Naasson; e Naasson generò Salmon;
21 ଓ ସଲମୋନର ପୁତ୍ର ବୋୟଜ ଓ ବୋୟଜର ପୁତ୍ର ଓବେଦ୍
e Salmon generò Booz; e Booz generò Obed;
22 ଓବେଦ୍ର ପୁତ୍ର ଯିଶୀ ଓ ଯିଶୀର ପୁତ୍ର ଦାଉଦ।
e Obed generò Isai; ed Isai generò Davide.