< ରୂତ 2 >

1 ନୟମୀର ସ୍ୱାମୀ ଏଲିମେଲକ ବଂଶୀୟ ବୋୟଜ ନାମରେ ଜଣେ ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତି ଥିଲା।
در بیت‌لحم مرد ثروتمندی به نام بوعز زندگی می‌کرد که از بستگان اِلیمِلِک شوهر نعومی بود.
2 ତହୁଁ ମୋୟାବ ଦେଶୀୟା ରୂତ ନୟମୀକି କହିଲା, “ମୋତେ କ୍ଷେତ୍ରକୁ ଯିବାକୁ ଦିଅ, ମୁଁ ଯାହାର ଦୃଷ୍ଟିରେ ଅନୁଗ୍ରହ ପାଇବି, ତାହାର ପଛେ ପଛେ ବଳକା ଶସ୍ୟଗୁଡ଼ିକ ସାଉଣ୍ଟିବି,” ତହିଁରେ ସେ ତାହାକୁ କହିଲା, “ଆହେ ଆମ୍ଭର କନ୍ୟା, ଯାଅ।”
روزی روت به نعومی گفت: «اجازه بده به کشتزارها بروم و در زمین کسی که به من اجازهٔ خوشه‌چینی بدهد خوشه‌هایی را که بعد از درو باقی می‌ماند، جمع کنم.» نعومی گفت: «بسیار خوب دخترم، برو.»
3 ଏଥିରେ ସେ ଯାଇ କ୍ଷେତ୍ରରେ ଉପସ୍ଥିତ ହୋଇ ଶସ୍ୟକଟାଳିମାନଙ୍କର ପଛେ ପଛେ ବଳକା ଶସ୍ୟ ସଂଗ୍ରହ କରିବାକୁ ଲାଗିଲା; ଆଉ ଘଟଣାକ୍ରମେ ସେ ଏଲିମେଲକ ବଂଶୀୟ ବୋୟଜର କ୍ଷେତ୍ରଖଣ୍ଡରେ ପହଁଞ୍ଚିଲା।
پس روت به کشتزار رفته، مشغول خوشه‌چینی شد. اتفاقاً کشتزاری که او در آن خوشه می‌چید از آن بوعز، خویشاوند اِلیمِلِک شوهر نعومی بود.
4 ଆଉ ଦେଖ, ବୋୟଜ ବେଥଲିହିମଠାରୁ ଆସି ଶସ୍ୟକଟାଳିମାନଙ୍କୁ କହିଲା, “ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଥାଉନ୍ତୁ,” ସେମାନେ ଉତ୍ତର କଲେ, “ସଦାପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ।”
در این وقت، بوعز از شهر به کشتزار آمد. او به دروگران سلام کرده، گفت: «خداوند با شما باشد.» آنها نیز در جواب گفتند: «خداوند تو را برکت دهد.»
5 ତେବେ ବୋୟଜ ଶସ୍ୟକଟାଳିମାନଙ୍କ ଉପରେ ନିଯୁକ୍ତ ନିଜ ଯୁବାକୁ ପଚାରିଲା, “ଏହି ଯୁବତୀଟି କାହାର?”
سپس بوعز از سرکارگرش پرسید: «این زنی که خوشه می‌چیند کیست؟»
6 ତହିଁରେ ଶସ୍ୟକଟାଳିମାନଙ୍କ ଉପରେ ନିଯୁକ୍ତ ଯୁବା ଉତ୍ତର ଦେଇ କହିଲା, “ଯେଉଁ ମୋୟାବ ଦେଶୀୟା ଯୁବତୀ ନୟମୀ ସହିତ ମୋୟାବ ଦେଶରୁ ଆସିଅଛି, ସେ ଏହି।
او جواب داد: «این همان زن موآبی است که همراه نعومی از موآب آمده است.
7 ଆଉ ସେ ମୋତେ କହିଲା, ‘ମୁଁ ବିନତି କରୁଅଛି, ଶସ୍ୟକଟାଳିମାନଙ୍କର ପଛେ ପଛେ ବିଡ଼ାର ମଧ୍ୟେ ମଧ୍ୟେ ବଳକା ଶସ୍ୟ ସଂଗ୍ରହ କରିବାକୁ ମୋତେ ଦିଅ;’ ଏଣୁ ସେ ଆସି ସକାଳରୁ ଏପର୍ଯ୍ୟନ୍ତ ଏଠାରେ ରହିଅଛି; କେବଳ ଅଳ୍ପ ସମୟ ସେ ଗୃହରେ ବସି ରହିଥିଲା।”
او امروز صبح به اینجا آمد و از من اجازه گرفت تا به دنبال دروگران خوشه بچیند. از صبح تا حالا مشغول خوشه‌چینی است و فقط کمی زیر سایبان استراحت کرده است.»
8 ତହିଁରେ ବୋୟଜ ରୂତକୁ କହିଲା, “ଆହେ ମୋହର କନ୍ୟା, ମୋର କଥା କି ଶୁଣୁ ନାହଁ? ତୁମ୍ଭେ ବଳକା ଶସ୍ୟ ସଂଗ୍ରହ କରିବା ପାଇଁ ଅନ୍ୟ କ୍ଷେତ୍ରକୁ ନ ଯାଅ, ପୁଣି ଏହି ସ୍ଥାନରୁ ନ ଯାଅ, ମାତ୍ର ଏଠାରେ ମୋର ଦାସୀଗଣର ସଙ୍ଗେ ସଙ୍ଗେ ଥାଅ।
بوعز پیش روت رفت و به او گفت: «گوش کن دخترم، به کشتزار دیگری نرو، همین‌جا با کنیزان من باش و در کشتراز من به دنبال دروگران خوشه‌چینی کن. به کارگرانم دستور داده‌ام که مزاحم تو نشوند. هر وقت تشنه شدی برو و از کوزه‌های آبِ آنها بنوش.»
9 ଶସ୍ୟକଟାଳିମାନେ ଯେଉଁ କ୍ଷେତ୍ରର ଶସ୍ୟ କାଟିବେ, ତାହା ପ୍ରତି ଦୃଷ୍ଟି ରଖି ତୁମ୍ଭେ ଦାସୀଗଣର ପଛେ ଯାଅ, ତୁମ୍ଭକୁ ସ୍ପର୍ଶ କରିବାକୁ ମୁଁ କି ସେ ଯୁବାମାନଙ୍କୁ ନିଷେଧ କରି ନାହିଁ? ଆଉ ତୁମ୍ଭେ ତୃଷିତ ହେଲେ, ପାତ୍ର ନିକଟକୁ ଯାଇ ଯୁବାମାନଙ୍କର କାଢ଼ିବା ଜଳରୁ ପାନ କର।”
10 ଏଥିରେ ସେ ମୁହଁ ମାଡ଼ି ଭୂମିରେ ପଡ଼ି ତାହାକୁ କହିଲା, “ମୁଁ ବିଦେଶିନୀ ହେଲେ ହେଁ ଆପଣ ମୋହର ପରିଚୟ ନେଉଅଛନ୍ତି, ଆପଣଙ୍କ ଦୃଷ୍ଟିରେ ଏତେ ଅନୁଗ୍ରହ ମୁଁ କିପରି ପାଇଲି?”
روت رو بر زمین نهاد و از او تشکر کرد و گفت: «چرا با اینکه می‌دانید من یک بیگانه‌ام، مرا مورد لطف خود قرار می‌دهید؟»
11 ବୋୟଜ ତାହାକୁ ଉତ୍ତର ଦେଇ କହିଲା, “ତୁମ୍ଭ ସ୍ୱାମୀର ମୃତ୍ୟୁୁ ଉତ୍ତାରେ ତୁମ୍ଭେ ନିଜ ଶାଶୁ ପ୍ରତି ଯେରୂପ ବ୍ୟବହାର କରିଅଛ, ପୁଣି ନିଜ ପିତା ଓ ନିଜ ମାତା ଓ ନିଜ ଜନ୍ମ ଦେଶ ତ୍ୟାଗ କରି ପୂର୍ବେ ଯେଉଁମାନଙ୍କୁ ଜାଣିଲ ନାହିଁ, ଏପରି ଲୋକଙ୍କ ନିକଟକୁ ଆସିଅଛ, ଏହିସବୁ କଥା ମୋତେ ସମ୍ପୂର୍ଣ୍ଣ ରୂପେ କୁହାଯାଇଅଛି।
بوعز جواب داد: «می‌دانم پس از مرگ شوهرت چقدر به مادر شوهرت محبت کرده‌ای و چگونه به خاطر او پدر و مادر و زادگاه خود را ترک کرده و با وی به اینجا آمده‌ای تا در میان قومی زندگی کنی که آنها را نمی‌شناختی.
12 ସଦାପ୍ରଭୁ ତୁମ୍ଭ କର୍ମର ଫଳ ଦେଉନ୍ତୁ; ଇସ୍ରାଏଲର ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କ ପକ୍ଷ ତଳେ ତୁମ୍ଭେ ଆଶ୍ରୟ ନେବାକୁ ଆସିଅଛ, ସେ ତୁମ୍ଭକୁ ସମ୍ପୂର୍ଣ୍ଣ ପୁରସ୍କାର ଦେଉନ୍ତୁ।”
خداوند، پاداش این فداکاری تو را بدهد و از سوی یهوه خدای اسرائیل که زیر بالهایش پناه گرفته‌ای، اجر کامل به تو برسد.»
13 ଏଥିରେ ସେ କହିଲା, “ହେ ମୋହର ପ୍ରଭୋ, ଆପଣଙ୍କ ଦୃଷ୍ଟିରେ ମୁଁ ଅନୁଗ୍ରହ ପାଏ; ଆପଣ ମୋତେ ସାନ୍ତ୍ୱନା କଲେ, ପୁଣି ଆପଣଙ୍କର ଏହି ଦାସୀ ପ୍ରତି କରୁଣାର କଥା କହିଲେ, ମୁଁ ତ ଆପଣଙ୍କର ଏକ ଦାସୀ ତୁଲ୍ୟ ନୁହେଁ।”
روت در پاسخ وی گفت: «سرور من، شما نسبت به من خیلی لطف دارید. من حتی یکی از کنیزان شما نیز به حساب نمی‌آیم ولی با وجود این با سخنانتان مرا دلداری می‌دهید!»
14 ଭୋଜନ ସମୟରେ ବୋୟଜ ତାହାକୁ କହିଲା, “ତୁମ୍ଭେ ଏଠାକୁ ଆସି ରୁଟି ଭୋଜନ କର ଓ ନିଜ ରୁଟିଖଣ୍ଡ ଅମ୍ଳରସରେ ବୁଡ଼ାଅ,” ତହିଁରେ ସେ ଶସ୍ୟକଟାଳିମାନଙ୍କ ନିକଟରେ ବସିଲା; ପୁଣି (ବୋୟଜ) ତାହାକୁ ଭଜା ଶସ୍ୟ ଆଣି ଦେଲା; ତହିଁରେ ସେ ଭୋଜନ କରି ତୃପ୍ତ ହେଲା ଓ କିଛି ବଳକା ରଖିଲା।
وقت نهار، بوعز او را صدا زده، گفت: «بیا غذا بخور.» روت رفت و پیش دروگرها نشست و بوعز خوراکی پیش او گذاشت و روت خورد و سیر شد و از آن خوراکی مقداری نیز باقی ماند.
15 ତହୁଁ ସେ ବଳକା ଶସ୍ୟ ସଂଗ୍ରହ କରିବାକୁ ଉଠନ୍ତେ, ବୋୟଜ ତାହାର ଯୁବାଗଣକୁ ଆଜ୍ଞା ଦେଇ କହିଲା, “ଏହାକୁ ବିଡ଼ା ମଧ୍ୟରେ ସୁଦ୍ଧା ସାଉଣ୍ଟିବାକୁ ଦିଅ, ପୁଣି ତାହାକୁ ଲଜ୍ଜା ଦିଅ ନାହିଁ।
وقتی روت به سرکارش رفت، بوعز به دروگرانش گفت: «بگذارید او هر جا می‌خواهد خوشه جمع کند حتی در میان بافه‌ها، و مزاحم او نشوید. در ضمن عمداً خوشه‌هایی از بافه‌ها بیرون کشیده، بر زمین بریزید تا او آنها را جمع کند.»
16 ପୁଣି ଏହା ପାଇଁ ବିଡ଼ାରୁ କିଛି କିଛି ପକାଇ ଯାଅ, ସେ ତାହା ସାଉଣ୍ଟୁ, ଆଉ ତାହାକୁ ଧମକାଅ ନାହିଁ।”
17 ତହିଁରେ ସେ ସନ୍ଧ୍ୟା ପର୍ଯ୍ୟନ୍ତ ସେହି କ୍ଷେତ୍ରରେ ବଳକା ଶସ୍ୟ ସଂଗ୍ରହ କଲା; ପୁଣି ନିଜ ସାଉଣ୍ଟିଲା ଶସ୍ୟ ମଳନ୍ତେ, ପ୍ରାୟ ଏକ ଐଫା ଯବ ହେଲା।
روت تمام روز در آن کشتزار خوشه‌چینی کرد. غروب، آنچه را که جمع کرده بود کوبید و حدود ده کیلو جو به دست آمد.
18 ସେ ତାହା ନେଇ ନଗରକୁ ଗଲା; ଆଉ ସେ ଯାହା ସାଉଣ୍ଟିଥିଲା, ତାହାର ଶାଶୁ ତାହା ଦେଖିଲା ଓ ଭୋଜନ ସମୟରେ ତୃପ୍ତ ହେଲା ଉତ୍ତାରେ ଯାହା ବଳକା ରଖିଥିଲା ତାହା ମଧ୍ୟ ବାହାର କରି ତାହାକୁ ଦେଲା।
او آن را با باقیماندهٔ خوراک ظهر برداشته به شهر پیش مادرشوهرش برد.
19 ତହୁଁ ତାହାର ଶାଶୁ ତାହାକୁ ପଚାରିଲା, “ତୁମ୍ଭେ ଆଜି କେଉଁଠାରେ ବଳକା ଶସ୍ୟ ସଂଗ୍ରହ କଲ? ଓ କେଉଁଠାରେ କର୍ମ କଲ? ଯେ ତୁମ୍ଭର ପରିଚୟ ନେଲା, ସେ ଧନ୍ୟ ହେଉ।” ତେଣୁ ସେ ଯାହା ପାଖରେ କର୍ମ କରିଥିଲା, ତାହା ଶାଶୁକୁ ଜଣାଇ କହିଲା, “ଯାହା ପାଖରେ ଆଜି କର୍ମ କଲି, ତାହାର ନାମ ବୋୟଜ।”
نعومی گفت: «دخترم، امروز در کجا خوشه‌چینی کردی؟ خدا به آن کسی که به تو توجه نموده است برکت دهد.» روت همهٔ ماجرا را برای مادرشوهرش تعریف کرد و گفت که نام صاحب کشتزار بوعز است.
20 ଏଥିରେ ନୟମୀ ନିଜ ପୁତ୍ରବଧୂକୁ କହିଲା, “ଯେ ଜୀବିତ ଓ ମୃତ ଲୋକମାନଙ୍କ ପ୍ରତି ଅନୁଗ୍ରହ ନିବୃତ୍ତ କରି ନାହାନ୍ତି, ସେହି ସଦାପ୍ରଭୁଙ୍କଠାରୁ ସେ ଆଶୀର୍ବାଦ ପ୍ରାପ୍ତ ହେଉ।” ନୟମୀ ଆହୁରି କହିଲା, “ସେ ଜଣ ଆମ୍ଭମାନଙ୍କର ନିକଟ-କୁଟୁମ୍ବ, ଆମ୍ଭମାନଙ୍କର ମୁକ୍ତିକର୍ତ୍ତା ଜ୍ଞାତିମାନଙ୍କ ମଧ୍ୟରେ ଜଣେ ଅଟଇ।”
نعومی به عروس خود گفت: «خداوند او را برکت دهد! خداوند به شوهر مرحوم تو احسان نموده و لطف خود را از ما دریغ نداشته است. آن شخص از بستگان نزدیک ماست که می‌تواند ولی ما باشد.»
21 ମୋୟାବ ଦେଶୀୟା ରୂତ କହିଲା, “ସେ ମୋତେ ଆହୁରି କହିଲେ, ‘ମୋହର ସବୁ ଶସ୍ୟ କାଟିବା ସମାପ୍ତ ନ ହେବା ପର୍ଯ୍ୟନ୍ତ ତୁମ୍ଭେ ମୋʼ ଯୁବାମାନଙ୍କ ସଙ୍ଗରେ ଥାଅ।’”
روت به مادرشوهرش گفت: «او به من گفت که تا پایان فصل درو می‌توانم در کشتزارش به دنبال دروگرانش خوشه‌چینی کنم.»
22 ତହିଁରେ ନୟମୀ ନିଜ ପୁତ୍ରବଧୂ ରୂତକୁ କହିଲା, “ଆହେ ମୋହର କନ୍ୟା, ତୁମ୍ଭେ ତାହାର ଦାସୀଗଣ ସଙ୍ଗରେ ଗଲେ ଭଲ; ତାହାହେଲେ, ଅନ୍ୟ କୌଣସି କ୍ଷେତ୍ରରେ କେହି ତୁମ୍ଭର ଅପମାନ କରିବ ନାହିଁ।”
نعومی گفت: «بله دخترم، بهتر است با کنیزان بوعز خوشه‌چینی کنی. برای تو کشتزار بوعز از هر جای دیگری امن‌تر است.»
23 ଏଣୁ ଯବ ଓ ଗହମ ଶସ୍ୟ କାଟିବା ସମାପ୍ତି ପର୍ଯ୍ୟନ୍ତ ସେ ବଳକା ଶସ୍ୟ ସଂଗ୍ରହ କରିବା ପାଇଁ ବୋୟଜର ଦାସୀଗଣ ସଙ୍ଗରେ ରହିଲା, ପୁଣି ନିଜ ଶାଶୁ ସହିତ ବାସ କଲା।
پس روت تا پایان فصل درو جو و گندم نزد کنیزان بوعز به خوشه‌چینی مشغول شد. او همچنان با مادرشوهرش زندگی می‌کرد.

< ରୂତ 2 >