< ରୋମୀୟ 1 >

1 ପାଉଲ, ଖ୍ରୀଷ୍ଟ ଯୀଶୁଙ୍କ ଦାସ ଓ ଆହୂତ ଜଣେ ପ୍ରେରିତ, ପୁଣି, ଈଶ୍ବର ଆପଣା ପୁତ୍ର ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ନିଜର ଯେଉଁ ସୁସମାଚାର ଧର୍ମଶାସ୍ତ୍ରରେ ଆପଣା ଭାବବାଦୀମାନଙ୍କ ଦ୍ୱାରା ପୂର୍ବରେ ପ୍ରତିଜ୍ଞା କରିଥିଲେ, ସେହି ସୁସମାଚାର ନିମନ୍ତେ ପୃଥକୀକୃତ,
ⲁ̅ⲡⲁⲩⲗⲟⲥ ⲡϩⲙ̅ϩⲁⲗ ⲛ̅ⲓ̅ⲥ̅ ⲡⲉⲭ̅ⲥ̅ ⲡⲁⲡⲟⲥⲧⲟⲗⲟⲥ ⲉⲧⲧⲁϩⲙ̅ ⲡⲉⲛⲧⲁⲩⲡⲟⲣϫϥ̅ ⲉⲃⲟⲗ ⲉⲡⲉⲩⲁⲅⲅⲉⲗⲓⲟⲛ ⲙ̅ⲡⲛⲟⲩⲧⲉ.
2 ସେ ରୋମରେ ଥିବା ଈଶ୍ବରଙ୍କ ପ୍ରିୟ ଓ ଆହୂତ ସମସ୍ତ ସାଧୁଙ୍କ ନିକଟକୁ ପତ୍ର ଲେଖୁଅଛି।
ⲃ̅ⲡⲁⲓ̈ ⲉⲛⲧⲁϥϣⲣⲡ̅ⲉⲣⲏⲧ ⲙ̅ⲙⲟϥ ⲉⲃⲟⲗ ϩⲓⲧⲟⲟⲧⲟⲩ ⲛ̅ⲛⲉϥⲡⲣⲟⲫⲏⲧⲏⲥ ϩⲛ̅ⲛⲉⲅⲣⲁⲫⲏ ⲉⲧⲟⲩⲁⲁⲃ
3 ସେହି ଯୀଶୁ ଖ୍ରୀଷ୍ଟ ଶରୀର ସମ୍ବନ୍ଧରେ ଦାଉଦଙ୍କ ବଂଶଜାତ,
ⲅ̅ⲉⲧⲃⲉⲡⲉϥϣⲏⲣⲉ ⲡⲁⲓ̈ ⲉⲛⲧⲁϥϣⲱⲡⲉ ⲉⲃⲟⲗ ϩⲙ̅ⲡⲉⲥⲡⲉⲣⲙⲁ ⲛ̅ⲇⲁⲩⲉⲓⲇ ⲕⲁⲧⲁⲥⲁⲣⲝ.
4 କିନ୍ତୁ ଧର୍ମମୟ ପବିତ୍ର ଆତ୍ମା ସମ୍ବନ୍ଧରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଦ୍ୱାରା ଈଶ୍ବରଙ୍କ ପୁତ୍ର ବୋଲି ଶକ୍ତି ସହ ନିର୍ଦ୍ଧିଷ୍ଟ ହେଲେ
ⲇ̅ⲡⲉⲛⲧⲁⲩⲧⲟϣϥ̅ ⲛ̅ϣⲏⲣⲉ ⲙ̅ⲡⲛⲟⲩⲧⲉ ϩⲛ̅ⲧϭⲟⲙ ⲕⲁⲧⲁⲡⲉⲡ̅ⲛ̅ⲁ̅ ⲙ̅ⲡⲧⲃ̅ⲃⲟ ⲉⲃⲟⲗ ϩⲙ̅ⲡⲧⲱⲟⲩⲛ ⲛ̅ⲛⲉⲧⲙⲟⲟⲩⲧ ⲛ̅ⲓ̅ⲥ̅ ⲡⲉⲭ̅ⲥ̅ ⲡⲉⲛϫⲟⲉⲓⲥ.
5 ଆଉ, ଯେଉଁ ଅଣଯିହୁଦୀମାନଙ୍କ ମଧ୍ୟରେ ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କର ପ୍ରେରିତ ହୋଇଅଛ,
ⲉ̅ⲡⲁⲓ̈ ⲉⲛⲧⲁⲛϫⲓ ⲛⲟⲩⲭⲁⲣⲓⲥ ⲉⲃⲟⲗ ϩⲓⲧⲟⲟⲧϥ̅ ⲙⲛ̅ⲟⲩⲙⲛ̅ⲧⲁⲡⲟⲥⲧⲟⲗⲟⲥ ⲉⲡⲥⲱⲧⲙ̅ ⲛ̅ⲧⲡⲓⲥⲧⲓⲥ ϩⲛ̅ⲛ̅ϩⲉⲑⲛⲟⲥ ⲧⲏⲣⲟⲩ ϩⲁⲡⲉϥⲣⲁⲛ
6 ତାହାଙ୍କ ନାମର ଗୌରବ ନିମନ୍ତେ ସେହି ଅଣଯିହୁଦୀ ସମସ୍ତେ ଯେପରି ବିଶ୍ୱାସ କରି ଆଜ୍ଞାକାରୀ ହୁଅନ୍ତି, ଏଥିନିମନ୍ତେ ଆମ୍ଭେମାନେ ତାହାଙ୍କଠାରୁ ଅନୁଗ୍ରହ ଓ ପ୍ରେରିତ ପଦ ପାଇଅଛୁ।
ⲋ̅ⲉⲧⲉⲧⲛ̅ⲏⲡ ϩⲛ̅ⲛⲁⲓ̈ ϩⲱⲧⲧⲏⲩⲧⲛ̅ ⲉⲧⲉⲧⲛ̅ⲧⲁϩⲙ̅ ϩⲛ̅ⲓ̅ⲥ̅ ⲡⲉⲭ̅ⲥ̅
7 ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
ⲍ̅ⲛⲉⲧϩⲛ̅ϩⲣⲱⲙⲏ ⲧⲏⲣⲟⲩ ⲙ̅ⲙⲉⲣⲓⲧ ⲛ̅ⲧⲉⲡⲛⲟⲩⲧⲉ ⲛⲉⲧⲧⲁϩⲙ̅ ⲉⲧⲟⲩⲁⲁⲃ. ⲧⲉⲭⲁⲣⲓⲥ ⲛⲏⲧⲛ̅ ⲙⲛ̅ϯⲣⲏⲛⲏ ⲉⲃⲟⲗ ϩⲓⲧⲙ̅ⲡⲛⲟⲩⲧⲉ ⲡⲉⲛⲉⲓⲱⲧ ⲙⲛ̅ⲡϫⲟⲉⲓⲥ ⲓ̅ⲥ̅ ⲡⲉⲭ̅ⲥ̅·
8 ପ୍ରଥମରେ, ତୁମ୍ଭମାନଙ୍କ ବିଶ୍ୱାସର ସୁସମ୍ବାଦ ଯେ ସମୁଦାୟ ଜଗତରେ ଶୁଣାଯାଉଅଛି, ଏଥିନିମନ୍ତେ ମୁଁ ତୁମ୍ଭ ସମସ୍ତଙ୍କ ସକାଶେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ମୋହର ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛି।
ⲏ̅ϣⲟⲣⲡ̅ ⲙⲉⲛ ϯϣⲡ̅ϩⲙⲟⲧ ⲛⲧⲙ̅ⲡⲁⲛⲟⲩⲧⲉ ϩⲓⲧⲛ̅ⲓ̅ⲥ̅ ⲡⲉⲭ̅ⲥ̅ ⲉⲧⲃⲉⲧⲏⲩⲧⲛ̅ ⲧⲏⲣⲧⲛ̅ ϫⲉ ⲥⲉϯⲥⲟⲉⲓⲧ ⲉⲧⲉⲧⲛ̅ⲡⲓⲥⲧⲓⲥ ϩⲙ̅ⲡⲕⲟⲥⲙⲟⲥ ⲧⲏⲣϥ̅·
9 କାରଣ ଯେପରି କୌଣସି ପ୍ରକାରେ ଏତେ ଦିନ ପରେ ଈଶ୍ବରଙ୍କ ଇଚ୍ଛା ହେଲେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଥରେ ସୁଯୋଗ ପାଇପାରେ,
ⲑ̅ⲡⲁⲙⲛ̅ⲧⲣⲉ ⲅⲁⲣ ⲡⲉ ⲡⲛⲟⲩⲧⲉ ⲡⲁⲓ̈ ⲉϯϣⲙ̅ϣⲉ ⲛⲁϥ ϩⲙ̅ⲡⲁⲡ̅ⲛ̅ⲁ̅ ϩⲙ̅ⲡⲉⲩⲁⲅⲅⲉⲗⲓⲟⲛ ⲙ̅ⲡⲉϥϣⲏⲣⲉ ⲛ̅ⲑⲉ ⲁϫⲛ̅ⲱϫⲛ̅ ⲉⲓ̈ⲉⲓⲣⲉ ⲙ̅ⲡⲉⲧⲛ̅ⲙⲉⲉⲩⲉ
10 ଏଥିନିମନ୍ତେ ମୁଁ କିପରି ନିରନ୍ତର ତୁମ୍ଭମାନଙ୍କ ନାମ ଉଲ୍ଲେଖ କରି ମୋହର ସମସ୍ତ ପ୍ରାର୍ଥନାରେ ସର୍ବଦା ନିବେଦନ କରିଆସୁଅଛି, ସେ ବିଷୟରେ ଯେଉଁ ଈଶ୍ବରଙ୍କୁ ମୁଁ ମୋହର ଆତ୍ମା ଦେଇ ତାହାଙ୍କ ପୁତ୍ରଙ୍କ ସୁସମାଚାରରେ ସେବା କରେ, ସେ ମୋହର ସାକ୍ଷୀ ଅଟନ୍ତି।
ⲓ̅ⲛ̅ⲟⲩⲟⲉⲓϣ ⲛⲓⲙ ϩⲛ̅ⲛⲁϣⲗⲏⲗ ⲉⲓ̈ⲥⲟⲡⲥ̅ ϫⲉ ⲉⲣⲉⲧⲁϩⲓⲏ ⲥⲟⲟⲩⲧⲛ̅ ϩⲙ̅ⲡⲟⲩⲱϣ ⲙ̅ⲡⲛⲟⲩⲧⲉ ⲉⲉⲓ ϣⲁⲣⲱⲧⲛ̅.
11 ଯେଣୁ ତୁମ୍ଭେମାନେ ଯେପରି ସ୍ଥିରୀକୃତ ହୋଇପାର, ସେଥିପାଇଁ ମୁଁ ତୁମ୍ଭମାନଙ୍କୁ କୌଣସି ଆତ୍ମିକ ଦାନ ଦେବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଏକାନ୍ତ ଇଚ୍ଛା କରୁଅଛି,
ⲓ̅ⲁ̅ϯⲟⲩⲉϣⲛⲁⲩ ⲅⲁⲣ ⲉⲣⲱⲧⲛ̅ ϫⲉⲕⲁⲥ ⲉⲓ̈ⲉϯ ⲛⲏⲧⲛ̅ ⲛ̅ⲟⲩϩⲙⲟⲧ ⲙ̅ⲡ̅ⲛ̅ⲁ̅ⲧⲓⲕⲟⲛ ⲉⲡⲧⲁϫⲣⲉⲧⲏⲩⲧⲛ̅.
12 ବରଂ ଯେପରି ତୁମ୍ଭମାନଙ୍କର ଓ ମୋହର, ଉଭୟ ପକ୍ଷର ବିଶ୍ୱାସ ଦ୍ୱାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ତୁମ୍ଭମାନଙ୍କ ସହିତ ଉତ୍ସାହ ପ୍ରାପ୍ତ ହୁଏ।
ⲓ̅ⲃ̅ⲡⲁⲓ̈ ⲇⲉ ⲡⲉ ⲉⲧⲣⲉⲛⲥⲗ̅ⲥⲗ̅ⲛⲉⲛⲉⲣⲏⲩ ⲛ̅ϩⲏⲧⲧⲏⲩⲧⲛ̅ ϩⲓⲧⲛ̅ⲧⲡⲓⲥⲧⲓⲥ ⲉⲧϩⲛ̅ⲛⲉⲛⲉⲣⲏⲩ ⲧⲱⲧⲛ̅ ⲙⲛ̅ⲧⲱⲓ̈·
13 ହେ ଭାଇମାନେ, ଅବଶିଷ୍ଟ ଅଣଯିହୁଦୀମାନଙ୍କ ମଧ୍ୟରେ ଯେପ୍ରକାରେ, ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ସେହି ପ୍ରକାରେ ମୁଁ ଯେପରି କିଛି ଫଳପ୍ରାପ୍ତ ହୋଇପାରେ, ସେଥିନିମନ୍ତେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଯେ ଥରକୁଥର ମନସ୍ଥ କରିଥିଲି, କିନ୍ତୁ ଏପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇ ଆସିଅଛି; ସେ ବିଷୟରେ ଯେ ତୁମ୍ଭେମାନେ ଅଜ୍ଞ ଥାଅ, ଏହା ମୋହର ଇଚ୍ଛା ନୁହେଁ।
ⲓ̅ⲅ̅ϯⲟⲩⲱϣ ⲅⲁⲣ ⲉⲧⲣⲉⲧⲛ̅ⲉⲓⲙⲉ ⲛⲁⲥⲛⲏⲩ ϫⲉ ⲁⲓ̈ⲕⲁⲁⲥ ϩⲁⲉⲓⲁⲧ ⲛ̅ϩⲁϩ ⲛ̅ⲥⲟⲡ ⲉⲉⲓ ϣⲁⲣⲱⲧⲛ̅. ⲁⲩⲱ ⲁⲩⲕⲱⲗⲩ ⲙ̅ⲙⲟⲓ̈ ϣⲁⲧⲉⲛⲟⲩ. ϫⲉⲕⲁⲁⲥ ⲉⲓ̈ⲉϫⲡⲟ ⲛ̅ⲟⲩⲕⲁⲣⲡⲟⲥ ⲛ̅ϩⲏⲧⲧⲏⲩⲧⲛ̅. ⲕⲁⲧⲁⲑⲉ ϩⲙ̅ⲡⲕⲉϣⲱϫⲡ̅ ⲛ̅ϩⲉⲑⲛⲟⲥ.
14 ଗ୍ରୀକ୍‍ କି ବର୍ବର, ଶିକ୍ଷିତ କି ଅଶିକ୍ଷିତ, ସମସ୍ତଙ୍କ ନିକଟରେ ମୁଁ ଋଣୀ।
ⲓ̅ⲇ̅ⲛ̅ϩⲉⲗⲗⲏⲛ ⲙⲛ̅ⲛ̅ⲃⲁⲣⲃⲁⲣⲟⲥ. ⲛ̅ⲥⲟⲫⲟⲥ ⲙⲛ̅ⲛ̅ⲁⲑⲏⲧ ⲉⲩⲛ̅ⲧⲁⲩ ⲉⲣⲟⲓ̈.
15 ଅତଏବ, ରୋମବାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାର କରିବାକୁ ମୁଁ ଇଚ୍ଛୁକ ଅଟେ।
ⲓ̅ⲉ̅ⲧⲁⲓ̈ ⲧⲉ ⲑⲉ ⲙ̅ⲡⲟⲩⲣⲟⲧ ⲉⲧⲛⲙ̅ⲙⲁⲓ̈ ⲉⲉⲩⲁⲅⲅⲉⲗⲓⲍⲉ ϩⲱⲧⲧⲏⲩⲧⲛ̅ ⲛⲏⲧⲛ̅ ⲛⲉⲧϩⲛ̅ϩⲣⲱⲙⲏ·
16 କାରଣ ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, ଯେଣୁ ତାହା ବିଶ୍ୱାସ କରୁଥିବା ପ୍ରତ୍ୟେକଙ୍କ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ବରଙ୍କ ଶକ୍ତି ଅଟେ, ପ୍ରଥମତଃ ଯିହୁଦୀ ପକ୍ଷରେ, ଆଉ ମଧ୍ୟ ଗ୍ରୀକ୍‍ ପକ୍ଷରେ।
ⲓ̅ⲋ̅ⲛ̅ϯϯϣⲓⲡⲉ ⲅⲁⲣ ⲁⲛ ⲙ̅ⲡⲉⲩⲁⲅⲅⲉⲗⲓⲟⲛ. ⲟⲩϭⲟⲙ ⲅⲁⲣ ⲛ̅ⲧⲉⲡⲛⲟⲩⲧⲉ ⲡⲉ ⲉⲩⲟⲩϫⲁⲓ̈ ⲛ̅ⲟⲩⲟⲛ ⲛⲓⲙ ⲉⲧⲡⲓⲥⲧⲉⲩⲉ ⲛ̅ⲓ̈ⲟⲩⲇⲁⲓ̈ ⲙⲛ̅ⲛ̅ⲟⲩⲉⲓ̈ⲉⲛⲓⲛ.
17 ସେଥିରେ ତ ଈଶ୍ବରଦତ୍ତ ଧାର୍ମିକତା ପ୍ରକାଶିତ ହେଉଅଛି, ତାହା ବିଶ୍ୱାସମୂଳକ ଓ ବିଶ୍ୱାସଜନକ, ଯେପରି ଲେଖାଅଛି, “ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ।”
ⲓ̅ⲍ̅ⲧⲇⲓⲕⲁⲓⲟⲥⲩⲛⲏ ⲅⲁⲣ ⲙ̅ⲡⲛⲟⲩⲧⲉ ⲛⲁϭⲱⲗⲡ̅ ⲉⲃⲟⲗ ⲛ̅ϩⲏⲧϥ̅ ϩⲛ̅ⲟⲩⲡⲓⲥⲧⲓⲥ ⲉⲩⲡⲓⲥⲧⲓⲥ. ⲕⲁⲧⲁⲑⲉ ⲉⲧⲥⲏϩ ϫⲉ ⲉⲣⲉⲡⲇⲓⲕⲁⲓⲟⲥ ⲛⲁⲱⲛϩ̅ ⲉⲃⲟⲗ ϩⲛ̅ⲧⲡⲓⲥⲧⲓⲥ.
18 କାରଣ ଯେଉଁ ଲୋକମାନେ ଅଧର୍ମରେ ସତ୍ୟକୁ ପ୍ରତିରୋଧ କରନ୍ତି, ସେମାନଙ୍କର ସମସ୍ତ ଅପବିତ୍ରତା ଓ ଅଧର୍ମ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ବରଙ୍କ କ୍ରୋଧ ପ୍ରକାଶିତ ହେଉଅଛି
ⲓ̅ⲏ̅ⲧⲟⲣⲅⲏ ⲅⲁⲣ ⲙ̅ⲡⲛⲟⲩⲧⲉ ⲛⲁϭⲱⲗⲡ̅ ⲉⲃⲟⲗ ϩⲛ̅ⲧⲡⲉ ⲉϫⲙ̅ⲙⲛ̅ⲧϣⲁϥⲧⲉ ⲛⲓⲙ. ⲁⲩⲱ ⲡϫⲓ ⲛ̅ϭⲟⲛⲥ̅ ⲛ̅ⲛ̅ⲣⲱⲙⲉ ⲛⲁⲓ̈ ⲉⲧⲁⲙⲁϩⲧⲉ ⲛ̅ⲧⲙⲉ ⲙ̅ⲡⲛⲟⲩⲧⲉ ϩⲛ̅ⲟⲩϫⲓ ⲛ̅ϭⲟⲛⲥ̅
19 ଯେଣୁ ଈଶ୍ବରଙ୍କ ସମ୍ବନ୍ଧରେ ଯାହା ଜ୍ଞାତବ୍ୟ, ତାହା ସେମାନଙ୍କ ଅନ୍ତରରେ ପ୍ରକାଶିତ ହୋଇଅଛି; ଈଶ୍ବର ତ ସେମାନଙ୍କ ନିକଟରେ ତାହା ପ୍ରକାଶ କରିଅଛନ୍ତି।
ⲓ̅ⲑ̅ϫⲉ ⲡⲥⲟⲟⲩⲛ ⲙ̅ⲡⲛⲟⲩⲧⲉ ⲟⲩⲟⲛϩ̅ ⲉⲃⲟⲗ ⲛϩⲏⲧⲟⲩ. ⲁⲡⲛⲟⲩⲧⲉ ⲅⲁⲣ ⲟⲩⲟⲛϩϥ̅ ⲛⲁⲩ ⲉⲃⲟⲗ.
20 ଜଗତର ସୃଷ୍ଟିକାଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ, ଅର୍ଥାତ୍‍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ବରତ୍ତ୍ୱ, ସୃଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ନ ଥାଏ। (aïdios g126)
ⲕ̅ⲛⲉϥⲡⲉⲑⲏⲡ ⲅⲁⲣ ⲉⲑⲟⲗ ϩⲙ̅ⲡⲥⲱⲛⲧ̅ ⲙ̅ⲡⲕⲟⲥⲙⲟⲥ. ϩⲛ̅ⲛⲉϥⲧⲁⲙⲓⲟ ⲉⲩⲛⲟⲓ̈ ⲙ̅ⲙⲟⲟⲩ ⲥⲉⲛⲁⲩ ⲉⲣⲟⲟⲩ ⲉⲧⲉⲧⲉϥϭⲟⲙ ⲧⲉ ⲛ̅ϣⲁⲉⲛⲉϩ ⲙⲛ̅ⲧⲉϥⲙⲛ̅ⲧⲛⲟⲩⲧⲉ. ⲉⲧⲣⲉⲩϣⲱⲡⲉ ⲉⲙⲛ̅ⲧⲟⲩϣⲁϫⲉ ⲙ̅ⲙⲁⲩ ⲉϫⲱ. (aïdios g126)
21 କାରଣ ସେମାନେ ଈଶ୍ବରଙ୍କୁ ଜାଣି ତାହାଙ୍କୁ ଈଶ୍ବର ବୋଲି ଗୌରବ ଦେଲେ ନାହିଁ କି ଧନ୍ୟବାଦ ଦେଲେ ନାହିଁ, କିନ୍ତୁ ଆପଣା ଆପଣା ଅସାର ତର୍କବିତର୍କରେ ଜଡ଼ିତ ହେଲେ ଓ ସେମାନଙ୍କର ଅବୋଧ ମନ ଅନ୍ଧକାରମୟ ହେଲା;
ⲕ̅ⲁ̅ϫⲉ ⲁⲩⲥⲟⲩⲛ̅ⲡⲛⲟⲩⲧⲉ ⲙ̅ⲡⲟⲩϯⲉⲟⲟⲩ ⲛⲁϥ ϩⲱⲥ ⲛⲟⲩⲧⲉ. ⲁⲩⲱ ⲙ̅ⲡⲟⲩϣⲡ̅ϩⲙⲟⲧ ⲁⲗⲗⲁ ⲁⲩⲣⲡⲉⲧϣⲟⲩⲉⲓⲧ ϩⲛ̅ⲛⲉⲩⲙⲉⲉⲩⲉ. ⲁⲩⲱ ⲁⲡⲉⲩϩⲏⲧ ⲛ̅ⲁⲧⲥⲃⲱ ⲣ̅ⲕⲁⲕⲉ ⲉⲣⲟⲟⲩ.
22 ନିଜ ନିଜକୁ ଜ୍ଞାନୀ ବୋଲି ମନେ କରି ସେମାନେ ମୂର୍ଖ ହେଲେ,
ⲕ̅ⲃ̅ⲉⲩϫⲱ ⲙ̅ⲙⲟⲥ ϫⲉ ⲁⲛϩⲉⲛⲥⲁⲃⲉ ⲁⲩⲣ̅ⲥⲟϭ.
23 ପୁଣି, ଅକ୍ଷୟ ଈଶ୍ବରଙ୍କ ଗୌରବକୁ କ୍ଷୟଣୀୟ ମନୁଷ୍ୟ, ପକ୍ଷୀ, ଚତୁଷ୍ପଦ ପ୍ରାଣୀ, ସରୀସୃପାଦିଙ୍କ ଆକୃତିଯୁକ୍ତ ପ୍ରତିମାରେ ପରିଣତ କଲେ।
ⲕ̅ⲅ̅ⲁⲩϣⲓⲃⲉ ⲙ̅ⲡⲉⲟⲟⲩ ⲙ̅ⲡⲛⲟⲩⲧⲉ ⲛ̅ⲁⲧⲧⲁⲕⲟ ϩⲛ̅ⲟⲩⲉⲓⲛⲉ ⲛ̅ϩⲓⲕⲱⲛ ⲛ̅ⲣⲱⲙⲉ ⲉϣⲁϥⲧⲁⲕⲟ ϩⲓϩⲁⲗⲏⲧ ϩⲓⲧⲃ̅ⲛⲏ. ϩⲓϫⲁⲧϥⲉ·
24 ଏଣୁ ଈଶ୍ବର ସେମାନଙ୍କ ହୃଦୟର କୁଅଭିଳାଷ ଅନୁସାରେ ସେମାନଙ୍କୁ ଅଶୁଚିତାରେ ସମର୍ପଣ କଲେ, ଯେପରି ସେମାନଙ୍କ ଶରୀର ପରସ୍ପର ଦ୍ୱାରା କଳୁଷିତ ହୁଏ।
ⲕ̅ⲇ̅ⲉⲧⲃⲉⲡⲁⲓ̈ ⲁⲡⲛⲟⲩⲧⲉ ⲧⲁⲁⲩ ϩⲛ̅ⲛ̅ⲟⲩⲱϣ ⲛ̅ⲛⲉⲩϩⲏⲧ ⲉⲩⲁⲕⲁⲑⲁⲣⲥⲓⲁ ⲉⲧⲣⲉⲩⲥⲱϣ ⲛ̅ⲛⲉⲩⲥⲱⲙⲁ ϩⲣⲁⲓ̈ ⲛ̅ϩⲏⲧⲟⲩ.
25 କାରଣ ସେମାନେ ଈଶ୍ବରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ଓ ସୃଷ୍ଟ ବସ୍ତୁର ପୂଜା ଓ ସେବା କଲେ ମାତ୍ର ସୃଷ୍ଟିକର୍ତ୍ତାଙ୍କୁ କଲେ ନାହିଁ; ଯେ ଯୁଗେ ଯୁଗେ ଧନ୍ୟ। ଆମେନ୍‍। (aiōn g165)
ⲕ̅ⲉ̅ⲛⲁⲓ̈ ⲉⲛⲧⲁⲩϣⲓⲃⲉ ⲛ̅ⲧⲙⲉ ⲙ̅ⲡⲛⲟⲩⲧⲉ ϩⲙ̅ⲡϭⲟⲗ. ⲁⲩⲟⲩⲱϣⲧ̅. ⲁⲩⲱ ⲁⲩϣⲙ̅ϣⲉ ⲙ̅ⲡⲥⲱⲛⲧ̅ ⲡⲁⲣⲁⲡⲉⲛⲧⲁϥⲥⲱⲛⲧ ⲡⲁⲓ̈ ⲉⲧⲥⲙⲁⲙⲁⲁⲧ ϣⲁⲛⲓⲉⲛⲉϩ ϩⲁⲙⲏⲛ· (aiōn g165)
26 ଏହି କାରଣରୁ ଈଶ୍ବର ସେମାନଙ୍କୁ ଜଘନ୍ୟ ପାପ ପ୍ରବୃତ୍ତିରେ ସମର୍ପଣ କଲେ, କାରଣ ସେମାନଙ୍କ ସ୍ତ୍ରୀମାନେ ସ୍ୱାଭାବିକ ବ୍ୟବହାର ପରିବର୍ତ୍ତେ ଅସ୍ୱାଭାବିକ ବ୍ୟବହାର କଲେ,
ⲕ̅ⲋ̅ⲉⲧⲃⲉⲡⲁⲓ̈ ⲁⲡⲛⲟⲩⲧⲉ ⲧⲁⲁⲩ ⲉϩⲣⲁⲓ̈ ⲉϩⲉⲛⲡⲁⲑⲟⲥ ⲉⲩⲥⲏϣ. ⲉⲓⲧⲉ ⲡⲁⲣ ⲛⲉⲩϩⲓⲟⲙⲉ ⲁⲩϣⲓⲃⲉ ⲙ̅ⲡϩⲱⲃ ⲛ̅ⲧⲉⲩⲫⲩⲥⲓⲥ ⲉⲩⲡⲁⲣⲁⲧⲉⲩⲫⲩⲥⲓⲥ.
27 ପୁଣି, ସେହିପରି ପୁରୁଷମାନେ ମଧ୍ୟ ସ୍ୱାଭାବିକ ସ୍ତ୍ରୀସଙ୍ଗ ପରିତ୍ୟାଗ କରି ପରସ୍ପର ଆପଣା ଆପଣା କାମନାରେ ଦଗ୍ଧ ହେଲେ, ପୁରୁଷ ସହିତ ପୁରୁଷ କୁତ୍ସିତ କର୍ମ କଲେ, ପୁଣି, ଆପଣା ଆପଣାଠାରେ ନିଜ ନିଜ ଭ୍ରଷ୍ଟତାର ସମୁଚିତ ପ୍ରତିଫଳ ପାଇଲେ।
ⲕ̅ⲍ̅ϩⲟⲙⲟⲓⲱⲥ ⲛⲉⲩⲕⲉϩⲟⲟⲩⲧ ⲁⲩⲕⲱ ⲛ̅ⲥⲱⲟⲩ ⲙ̅ⲡϩⲱⲃ ⲛ̅ⲧⲉⲫⲩⲥⲓⲥ ⲛ̅ⲧⲉⲥϩⲓⲙⲉ ⲁⲩⲙⲟⲩϩ ⲙ̅ⲡⲉⲩⲙⲉ ⲉϩⲟⲩⲛ ⲉⲛⲉⲩⲉⲣⲏⲩ. ϩⲉⲛϩⲟⲟⲩⲧ ⲙⲛ̅ϩⲉⲛϩⲟⲟⲩⲧ ⲉⲩⲣ̅ϩⲱⲃ ⲉⲧⲁⲥⲭⲩⲙⲟⲥⲩⲛⲏ. ⲁⲩⲱ ⲧϣⲃ̅ⲉⲓⲱ ⲙ̅ⲡⲃⲉⲕⲉ ⲛ̅ⲧⲉⲩⲡⲗⲁⲛⲏ ⲉⲧⲉϣϣⲉ ⲉⲩϫⲉⲓ ⲙ̅ⲙⲟϥ ϩⲣⲁⲓ̈ ⲛ̅ϩⲏⲧⲟⲩ.
28 ଆଉ, ଯେପରି ସେମାନେ ଈଶ୍ବର ବିଷୟକ ଜ୍ଞାନ ଗ୍ରହଣ କରିବାକୁ ଅସ୍ୱୀକୃତ ହେଲେ, ସେହିପରି ଈଶ୍ବର ଅନୁଚିତ କର୍ମ କରିବା ନିମନ୍ତେ ସେମାନଙ୍କୁ ଭ୍ରଷ୍ଟ ମତିରେ ସମର୍ପଣ କଲେ।
ⲕ̅ⲏ̅ⲁⲩⲱ ⲕⲁⲧⲁⲑⲉ ⲉⲧⲉⲙ̅ⲡⲟⲩⲇⲟⲕⲓⲙⲁⲍⲉ ⲙ̅ⲡⲛⲟⲩⲧⲉ ⲉⲕⲁⲁϥ ⲛⲁⲩ ϩⲛ̅ⲟⲩⲥⲟⲟⲩⲛ. ⲁⲡⲛⲟⲩⲧⲉ ⲧⲁⲁⲩ ⲉϩⲣⲁⲓ̈ ⲉⲩϩⲏⲧ ⲛ̅ϫⲟⲟⲩⲧ ⲉⲉⲓⲣⲉ ⲛ̅ⲛⲉⲧⲉⲙⲉϣϣⲉ.
29 ସେମାନେ ସର୍ବ ପ୍ରକାର ଅଧର୍ମ, ଦୁଷ୍ଟତା, ଲୋଭ, ହିଂସା, ଈର୍ଷା, ବଧ, ବିବାଦ, ଛଳ ଓ ମନ୍ଦତାରେ ପରିପୂର୍ଣ୍ଣ;
ⲕ̅ⲑ̅ⲉⲩϫⲏⲕ ⲉⲃⲟⲗ ⲛ̅ϫⲓ ⲛ̅ϭⲟⲛⲥ̅ ⲛⲓⲙ. ϩⲓⲕⲁⲕⲓⲁ. ϩⲓⲡⲟⲛⲏⲣⲓⲁ ϩⲓⲙⲁⲓ̈ⲧⲟ ⲛ̅ϩⲟⲩⲟ. ⲉⲩⲙⲉϩ ⲛ̅ⲗⲁ ϩⲓϩⲱⲧⲃ̅. ϩⲓϯⲧⲱⲛ. ϩⲓⲕⲣⲟϥ. ⲛ̅ϩⲏⲧ ⲉϥϩⲟⲟⲩ.
30 ସେମାନେ ଚୁଗୁଲିଆ, ନିନ୍ଦକ, ଈଶ୍ବରଙ୍କ ଘୃଣ୍ୟ, ଅତ୍ୟାଚାରୀ, ଦାମ୍ଭିକ, ଅହଙ୍କାରୀ, ଦୁଷ୍ଟକର୍ମର ଉତ୍ପାଦକ,
ⲗ̅ⲛ̅ⲣⲉϥⲕⲁⲥⲕⲥ̅. ⲛ̅ⲣⲉϥⲕⲁⲧⲁⲗⲁⲗⲉⲓ ⲙ̅ⲙⲁⲥⲧ̅ⲛⲟⲩⲧⲉ. ⲛ̅ⲣⲉϥⲥⲱϣ. ⲛ̅ϫⲁⲥⲓϩⲏⲧ. ⲛ̅ⲃⲁⲃⲉⲣⲱⲙⲉ. ⲛ̅ⲣⲉϥⲕⲱⲧⲉ ⲛ̅ⲥⲁⲡ̅ⲡⲉⲑⲟⲟⲩ. ⲉⲛⲥⲉⲥⲱⲧⲙ̅ ⲁⲛ ⲛ̅ⲥⲁⲛⲉⲩⲉⲓⲟⲧⲉ.
31 ପିତାମାତାଙ୍କ ଅନାଜ୍ଞାବହ, ନିର୍ବୋଧ, ନିୟମ ଭଗ୍ନକାରୀ, ସ୍ୱାଭାବିକ ସ୍ନେହ-ରହିତ ଓ ନିର୍ଦ୍ଦୟ ଅଟନ୍ତି।
ⲗ̅ⲁ̅ⲛ̅ⲁⲑⲏⲧ. ⲛ̅ⲁⲧⲛⲁϩⲧⲉ ⲛ̅ⲟⲩⲁϩⲓⲏⲧ ⲛ̅ⲁⲧⲛⲁ
32 ଯେଉଁମାନେ ଏହିପରି ଆଚରଣ କରନ୍ତି, ସେମାନେ ଯେ ମୃତ୍ୟୁର ଯୋଗ୍ୟ, ଈଶ୍ବରଙ୍କର ଏହି ବିଧିବିଧାନ ସେମାନେ ଜାଣିଲେ ସୁଦ୍ଧା କେବଳ ଯେ ଏହି ପ୍ରକାର ଆଚରଣ କରନ୍ତି ତାହା ନୁହେଁ, କିନ୍ତୁ ଏହିପରି ଆଚରଣ କରୁଥିବା ଲୋକମାନଙ୍କ ପକ୍ଷ ଆନନ୍ଦରେ ସମର୍ଥନ କରନ୍ତି।
ⲗ̅ⲃ̅ⲛⲁⲓ̈ ⲉⲧⲥⲟⲟⲩⲛ ⲙ̅ⲡⲇⲓⲕⲁⲓⲱⲙⲁ ⲙ̅ⲡⲛⲟⲩⲧⲉ. ϫⲉ ⲛⲉⲧⲉⲓⲣⲉ ⲛ̅ⲛⲁⲓ̈ ⲥⲉⲙ̅ⲡϣⲁ ⲙ̅ⲡⲙⲟⲩ. ⲟⲩⲙⲟⲛⲟⲛ ⲥⲉⲉⲓⲣⲉ ⲙ̅ⲙⲟⲟⲩ. ⲁⲗⲗⲁ ⲥⲉⲥⲩⲛⲉⲩⲇⲟⲕⲓ ⲟⲛ ⲙⲛ̅ⲛⲉⲧⲉⲓⲣⲉ ⲙ̅ⲙⲟⲟⲩ·

< ରୋମୀୟ 1 >