< ରୋମୀୟ 9 >
1 ମୋହର ହୃଦୟରେ ଯେ ଗଭୀର ଦୁଃଖ ଓ ନିରନ୍ତର ବେଦନା ହେଉଅଛି,
୧ମୁଇ ତମ୍କେ ଗଟେକ୍ ସତ୍କାତା କଇବି । ମୁଇ କିରିସ୍ଟର୍ ଲକ୍, ଆରି ସୁକଲ୍ ଆତ୍ମା ମର୍ ବିବେକ୍କେ ଡାକିନେଲାନି । ସେଟାର୍ପାଇ ମିସା ମୁଇ ମିଚ୍ କଇନାଇ ବଲି ଜାନ୍ଲିନି ।
2 ଏହା ମୁଁ ଖ୍ରୀଷ୍ଟଙ୍କ ସାକ୍ଷାତରେ ସତ୍ୟ କହୁଅଛି, ମିଥ୍ୟା କହୁ ନାହିଁ, ମୋହର ବିବେକ ପବିତ୍ର ଆତ୍ମାଙ୍କ ପ୍ରଭାବରେ ମୋʼ ସହିତ ସାକ୍ଷ୍ୟ ଦେଉଅଛି।
୨ଏଟା ମୁଇ କିରିସ୍ଟକେ ସାକିଦେଇ କଇଲିନି । ମୁଇ ଜେ କେଡେକ୍ ତେରେପେତେ ଆରି ନ ସାର୍ବା ଦୁକେ, ମର୍ ମନ୍ କେଡେକ୍ ଉଡୁକ୍ ଦୁଡୁକ୍ ଅଇଲାନି ।
3 କାରଣ ଯେଉଁମାନେ ଶାରୀରିକ ଭାବେ ମୋହର ଆତ୍ମୀୟ, ଏପରି ମୋହର ଭାଇମାନଙ୍କ ନିମନ୍ତେ ମୁଁ ନିଜେ ଖ୍ରୀଷ୍ଟଙ୍କଠାରୁ ପୃଥକ୍ ରହି ଶାପଗ୍ରସ୍ତ ହେବା ପାଇଁ ଇଚ୍ଛା କରିପାରନ୍ତି।
୩କାଇକେବଇଲେ ମର୍ ରକତ୍ ମାଉଁସ୍ ରଇବା ଜିଉଦି ବାଇବଇନିମନ୍ କିରିସ୍ଟକେ ବିସ୍ବାସ୍ କରତ୍ ନାଇ । ଜଦି ଏଟା ଅଇପାର୍ସି, ତେବେ ମୁଇ ମନ୍ କଲିନି, ନିଜେ ତାକର୍ ପାଇ ପରମେସରର୍ଟାନେ ସାଇପ୍ ପାଇକରି, କିରିସ୍ଟର୍ତେଇ ଅନି ବେଗଲ୍ବି ବଲି ।
4 ସେମାନେ ତ ଇସ୍ରାଏଲୀୟ; ପୁତ୍ରତ୍ୱ, ଗୌରବ, ନିୟମସମୂହ, ମୋଶାଙ୍କ ବ୍ୟବସ୍ଥାପ୍ରଦାନ କରାଯାଇଅଛି, ଉପାସନା ଓ ପ୍ରତିଜ୍ଞାସମୂହ ସେମାନଙ୍କର;
୪କାଇକେବଇଲେ ସେମନ୍ ପରମେସରର୍ ଲକ୍ । ପରମେସର୍ ସେମନ୍କେ ନିଜର୍ ପିଲା କରି ବାଚିଆଚେ । ସେ ସେମନର୍ ଲଗେ ନିଜର୍ ଡାକ୍ପୁଟା ଦେକାଇରଇଲା । ସେମନର୍ ସଙ୍ଗ୍ ରାଜିନାମା କରି ସେମନ୍କେ ନିୟମ୍ ଦେଇରଇଲା । ସେମନ୍ ସତଇସେ ପାର୍ତନା କର୍ବାଇ । ସେମନ୍କେ ପରମେସର୍ କାତା ଦେଇରଇଲା ।
5 ପିତୃ-ପୁରୁଷମାନେ ସେମାନଙ୍କର, ଆଉ ଶାରୀରିକ-ଭାବେ ସେମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଉତ୍ପନ୍ନ; ସେହି ସର୍ବାଧିପତି ଈଶ୍ବର ଯୁଗେ ଯୁଗେ ଧନ୍ୟ, ଆମେନ୍। (aiōn )
୫ସେମନ୍ ଆମର୍ ଡାକ୍ପୁଟା ଜିଉଦି ଆନିଦାଦିମନର୍ ନାତିତିତିମନ୍ । ଆରି ମୁନୁସ୍ ରୁପ୍ ଦାରି କିରିସ୍ଟ ତାକର୍ କୁଟୁମେଅନି ଜନମ୍ ଅଇଲା । ସବୁର୍ଟାନେଅନି ବେସି ବପୁର୍ ପରମେସର୍ ଜୁଗେ ଜୁଗେ ଡାକ୍ପୁଟା ପାଅ, ଆମେନ୍ । (aiōn )
6 କିନ୍ତୁ ଈଶ୍ବରଙ୍କ ବାକ୍ୟ ଯେ ବିଫଳ ହୋଇଅଛି, ଏପରି ନୁହେଁ। କାରଣ ଯେଉଁମାନେ ଇସ୍ରାଏଲ ବଂଶରେ ଜାତ, ସେମାନେ ଯେ ସମସ୍ତେ ଇସ୍ରାଏଲ,
୬ପରମେସର୍ ତାର୍ କାତା ଦେଇରଇଲାଟା ପୁରାପୁରୁନ୍ କରେନାଇ ବଲି ମୁଇ କଇନାଇ । କାଇକେବଇଲେ ଇସ୍ରାଏଲିୟମନର୍ କେତେଟା ନାତିତିତିମନ୍ ପରମେସରର୍ ଲକ୍ ନଅତ୍,
7 କିଅବା ଅବ୍ରହାମଙ୍କ ବଂଶ ବୋଲି ଯେ ସମସ୍ତେ ସନ୍ତାନ, ତାହା ନୁହେଁ; କିନ୍ତୁ “ଇସ୍ହାକଙ୍କଠାରେ ତୁମ୍ଭର ବଂଶ ଖ୍ୟାତ ହେବ।”
୭କି ଅବ୍ରାଆମର୍ କୁଟୁମର୍ ସବୁ ଲକ୍ ପରମେସରର୍ ପିଲାଟକି ନ ଅଅତ୍ । ପରମେସର୍ ଅବ୍ରାଆମ୍କେ କଇରଇଲା, “ମୁଇ ତର୍ ଜନ୍ କୁଟୁମର୍ ବିସଇନେଇ କାତା ଦେଇରଇଲି, ସେମନ୍ ଇସାକର୍ ଟାନେଅନି ଜାତ୍ ଅଇବାଇ ।”
8 ଏହାର ଅର୍ଥ ଯେ, ଯେଉଁମାନେ ଶାରୀରିକ ଭାବେ ସନ୍ତାନ, ସେମାନେ ଯେ ଈଶ୍ବରଙ୍କ ସନ୍ତାନ, ତାହା ନୁହେଁ, କିନ୍ତୁ ପ୍ରତିଜ୍ଞାର ସନ୍ତାନ ବଂଶ ରୂପେ ଗଣିତ ହୁଅନ୍ତି।
୮ଏଟାର୍ ଅରତ୍ ଅଇଲାନି, ଗାଗଡ୍ ଦାରି ଜନମ୍ ଅଇବା ପିଲାଟକି ନାଇ । ଜେ କି ପରମେସରର୍ ପିଲାଟକିମନ୍ ଅଇବାଇ, ମାତର୍ ତାର୍ କାତା ଦେଇରଇବା ଇସାବେ ଜନମ୍ କରିରଇବା ପିଲାଟକିମନ୍ ତାର୍ ମୁଆଟେ ସତଇସେ ତାର୍ ପିଲାଟକି ବଲି ଏଜାଇ ଅଇବାଇ ।
9 କାରଣ ଏହା ତ ପ୍ରତିଜ୍ଞାର ବାକ୍ୟ, ଏହି ଋତୁରେ ଆମ୍ଭେ ଆସିବା, ଆଉ ସାରା ଗୋଟିଏ ପୁତ୍ର ପ୍ରାପ୍ତ ହେବ।
୯ପରମେସର୍ ଅବ୍ରାଆମ୍କେ ଏନ୍ତି କାତା ଦେଇରଇଲା, “ସମାନ୍ ଏ ଦିନେ ଆମେ ବାଉଡି ଆଇଲାବେଲେ, ସାରା ଗଟେକ୍ ପିଲା ଜନମ୍ ଦେଇରଇସି ।”
10 ଆଉ କେବଳ ତାହା ନୁହେଁ, କିନ୍ତୁ ରିବିକା ମଧ୍ୟ ଜଣେ ବ୍ୟକ୍ତିଙ୍କ ଦ୍ୱାରା, ଅର୍ଥାତ୍ ଆମ୍ଭମାନଙ୍କ ପିତୃ-ପୁରୁଷ ଇସ୍ହାକଙ୍କ ଦ୍ୱାରା ଗର୍ଭବତୀ ହେଲା ଉତ୍ତାରେ,
୧୦ଏ ପିଲା ଆମର୍ ପୁର୍ବର୍ ଆନିଦାଦି ଇସାକ୍ ରଇଲା । ରିବିକାର୍ ଜଅଁଲା ପିଲାମନ୍ବିତ୍ରେ ଅନି ଗଟେକ୍ ବାବା ଇସାକର୍ଟାନେଅନି ଅଇରଇଲା ।
11 ଯେତେବେଳେ ସନ୍ତାନମାନେ ଜନ୍ମ ହୋଇ ନ ଥିଲେ, ଆଉ ଭଲ କିମ୍ବା ମନ୍ଦ କିଛି କରି ନ ଥିଲେ, ସେତେବେଳେ କର୍ମ ହେତୁ ନୁହେଁ, ମାତ୍ର ଆହ୍ୱାନକାରୀଙ୍କ ଇଚ୍ଛା ହେତୁ ନିର୍ବାଚନ ଅନୁସାରେ ଈଶ୍ବରଙ୍କ ସଂକଳ୍ପ ଯେପରି ସ୍ଥିର ରହେ,
୧୧ପରମେସର୍ ରିବିକାକେ କାତା ଦେଇରଇଲା । ବଡ୍ ପିଲା ସାନ୍ ପିଲାର୍ ଗତିଦାଙ୍ଗ୍ଡା ଅଇସି । ଜଁଲା ପିଲାମନ୍ ଜନମ୍ ନ ଅଇତେ, ଆରି ନିକ କାମ୍ କି ବାନିଆ କାମ୍ କର୍ବା ଆଗ୍ତୁ ଏଟା ପର୍ମେସର୍ କଇରଇଲା । ଜନ୍ ପିଲାକେ ସେ ବାଚ୍ଲା, ପିଲା କରିରଇବା କାମର୍ ଲାଗି ଅଏନାଇ । ମାତର୍ ପର୍ମେସର୍ କରିରଇବା ଜଜ୍ନାର୍ ପୁରାପୁରୁନ୍ ଅଇବାକେସେ ସେଟା ଅଇଲା ।
12 ଏଥିନିମନ୍ତେ ଏହି କଥା ତାହାଙ୍କୁ କୁହାଯାଇଥିଲା, “ଜ୍ୟେଷ୍ଠ କନିଷ୍ଠର ଦାସ ହେବ;
୧୨ଏଟାର୍ ପାଇ ତାକେ ଏ କାତା କଇରଇଲା । “ବଡ୍ ପିଲା ସାନ୍ ପିଲାର୍ ଗତିଦାଙ୍ଗ୍ଡା ଅଇସି ।”
13 ଯେପରି ଲେଖାଅଛି, ‘ଯାକୁବକୁ ଆମ୍ଭେ ପ୍ରେମ କଲୁ, କିନ୍ତୁ ଏଷୌକୁ ଘୃଣା କଲୁ।’”
୧୩ସାସ୍ତରର୍ ବାକିଅ ଇସାବେ “ଜାକୁବ୍କେ ମୁଇ ଆଲାଦ୍ କଲି, ମାତର୍ ଏସକେ ନାଇ ।”
14 ତେବେ ଆମ୍ଭେମାନେ କଅଣ କହିବା? ଈଶ୍ବରଙ୍କଠାରେ କି ଅନ୍ୟାୟ ଅଛି? ତାହା କେବେ ହେଁ ନ ହେଉ।
୧୪ସେନ୍ତାର୍ ଆଲେ କାଇଟା ବଲି କଉଁ, “ପରମେସର୍ ଅନିଆଇ କର୍ସି କି? ନାଇ କେବେ ନ କରେ ।”
15 କାରଣ ସେ ମୋଶାଙ୍କୁ କହନ୍ତି, “ଯାହା ଉପରେ ଆମ୍ଭର ଦୟା ଅଛି, ତାହାକୁ ଆମ୍ଭେ ଦୟା କରିବା, ଆଉ ଯାହା ଉପରେ ଆମ୍ଭର କୃପା ଅଛି, ତାହାକୁ ଆମ୍ଭେ କୃପା କରିବା।”
୧୫କାଇକେବଇଲେ ସେ ପୁର୍ବେ ମସାକେ କଇରଇଲା, “ମୁଇ ଜାକେ ମନ୍ କର୍ବି ତାକେ ଦୟା ଦେକାଇବି ଆରି ଜିବନ୍ ଦୁକାଇବି ।
16 ଅତଏବ, ଯେ ଇଚ୍ଛା କରେ, କିମ୍ବା ଯେ ଚେଷ୍ଟା କରେ, ତାହାଠାରୁ ଏହା ହୁଏ ନାହିଁ, ମାତ୍ର ଦୟାଳୁ ଈଶ୍ବରଙ୍କଠାରୁ ହୁଏ।
୧୬ସେଟାର୍ ପାଇ ପରମେସର୍ ତାର୍ ଲକ୍ମନ୍କେ ଦେବା ସବୁ ମଙ୍ଗଲର୍ ଦାନ୍ ଲକ୍ମନ୍ ମନ୍ କଲାକେ କି ତାକର୍ ନିକ କାମ୍ କଲାକେ ଅଏ ନାଇ । ମାତର୍ ପର୍ମେସରର୍ ଜିବନ୍ ଦୁକାନିଟାନେଅନି ସେ ସେଟା ଅଇଲାଆଚେ ।”
17 ଯେଣୁ ଈଶ୍ବର ଶାସ୍ତ୍ର ଦ୍ୱାରା ଫାରୋକୁ କହନ୍ତି, “ଆମ୍ଭେ ଯେପରି ତୁମ୍ଭଠାରେ ଆମ୍ଭର ଶକ୍ତି ଦେଖାଉ, ଆଉ ଯେପରି ସମସ୍ତ ପୃଥିବୀରେ ଆମ୍ଭର ନାମ ଘୋଷିତ ହୁଏ, ଏହି ଅଭିପ୍ରାୟରେ ତ ଆମ୍ଭେ ତୁମ୍ଭକୁ ଉତ୍ଥାପନ କଲୁ।”
୧୭ସାସ୍ତର୍ ଇସାବେ ପରମେସର୍ ମିସରର୍ ରାଜାକେ କଇରଇଲା, “ତକେ ଦେଇ ମର୍ ବପୁ ଦେକାଇବି ଆରି ଗୁଲାଇ ଜଗତ୍କେ ମର୍ ଡାକ୍ପୁଟା ଦେକାଇବାକେ ମୁଇ ତକେ ରାଜା କରିଆଚି ।”
18 ଅତଏବ, ସେ ଯାହାକୁ ଇଚ୍ଛା କରନ୍ତି, ତାହାକୁ ଦୟା କରନ୍ତି, ପୁଣି, ଯାହାକୁ ଇଚ୍ଛା କରନ୍ତି, ତାହାକୁ କଠିନ କରନ୍ତି।
୧୮ତେବର୍ପାଇ ପରମେସରର୍ ମନ୍କଲା ଇସାବେ, ସେ କାକେ କାକେ ଦୟା ଦେକାଇସି ଆରି କାକେ କାକେ ମନ୍ ଆଁଟ୍ ଅଇବାକେ ଚାଡିଦେଇସି ।
19 ଏଥିରେ ତୁମ୍ଭେ ମୋତେ କହିବ, ତେବେ ସେ ଆଉ ଦୋଷ ଧରନ୍ତି କାହିଁକି? କାରଣ ତାହାଙ୍କର ଇଚ୍ଛା କିଏ ପ୍ରତିରୋଧ କରିପାରେ?
୧୯ତମର୍ ବିତ୍ରେଅନି କେ ଆଲେ ମକେ କଇବାଇ, “ସେନ୍ତାର୍ଆଲେ, ପରମେସର୍ କାଇକେ ଲକ୍ମନ୍କେ ଦସି କଲାନି? ପରମେସର୍ ମନ୍ କଲାଟା ବାଦ୍ଲାଇବା ଲକ୍ କେ ମିସା ଆଚତ୍ କି?”
20 କିନ୍ତୁ ହେ ଭାଇ, ତୁମ୍ଭେ କିଏ ଯେ ଈଶ୍ବରଙ୍କ ପ୍ରତିବାଦ କର? ନିର୍ମିତ ବସ୍ତୁ କି ନିର୍ମାତାଙ୍କୁ କହିବ, ମୋତେ ଏପରି ଗଢ଼ିଲ କାହିଁକି?
୨୦ମାତର୍ ମୁଇ ତମ୍କେ କଇବି, “ଏ ମଇତର୍ ପରମେସରର୍ କାତା ନାଇ ବଲ୍ବାକେ ତମେ କେ?” ଗଟେକ୍ ଆଣ୍ଡି ମକେ କାଇକେ ଏନ୍ତିକରି ଗଡ୍ଲୁସ୍ ବଲି କୁମାର୍କେ ପାଚାରି ନାପାରେ ।
21 କିମ୍ବା ଗୋଟିଏ ମାଟିପିଣ୍ଡୁଳାରୁ ଗୋଟିଏ ପାତ୍ର ଆଦର ନିମନ୍ତେ ଓ ଅନ୍ୟଟି ଅନାଦର ନିମନ୍ତେ ଗଢ଼ିବା ପାଇଁ କି ମାଟି ଉପରେ କୁମ୍ଭକାରର ଅଧିକାର ନାହିଁ?
୨୧ନିଜର୍ ମନ୍ କଲା ଇସାବେ ମାଟି ଚକ୍ଟିକରି ଆଣ୍ଡି ଗଟେକ୍ ତିଆର୍ କର୍ବାକେ କୁମାରର୍ ସବୁ ଅଦିକାର୍ ଆଚେ । ଗଟେକ୍ ଚକଟ୍ଲା ମାଟି ବେଲାଇଅନି ଦୁଇ ରକାମର୍ ଆଣ୍ଡି ତିଆର୍ କର୍ସି । ତେଇଅନି ଗଟେକ୍କେ ପରବ୍ ଦିନ୍ମନ୍କେ ବାଇବାଇ । ଆରି ଗଟେକ୍ ଉଜର୍ ଦିନ୍ମନ୍କେ ବାଇବାଇ । ତେଇ ତାର୍ ସବୁ ଅଦିକାର୍ ଆଚେ ।
22 କିନ୍ତୁ ଈଶ୍ବର ଆପଣା କ୍ରୋଧ ପ୍ରଦର୍ଶନ କରିବା ନିମନ୍ତେ ଓ ଆପଣା ଶକ୍ତି ଜ୍ଞାତ କରାଇବା ନିମନ୍ତେ ଇଚ୍ଛା କଲେ ସୁଦ୍ଧା ଯଦି ବିନାଶାର୍ଥେ ପ୍ରସ୍ତୁତ ହୋଇଥିବା କ୍ରୋଧର ପାତ୍ରଗୁଡ଼ିକ ପ୍ରତି ଦୀର୍ଘସହିଷ୍ଣୁତା ସହ ଧୈର୍ଯ୍ୟ ଧରିଅଛନ୍ତି,
୨୨ପରମେସର୍ ମିସା ଟିକ୍ ସେନ୍ତିସେ କଲାଆଚେ । ଜେଡେବେଲେ ତାର୍ ରିସା ଆରି ବପୁ ଦେକାଇବାକେ ମନ୍ କର୍ତେ ରଇଲା, ଜେତ୍କି ଲକ୍ ତାର୍ ରିସାର୍ ଆଣ୍ଡିତେଇ ଅଦ୍ରି ନସ୍ଟ ଅଇବାକେ ରଇଲା, ସେମନର୍ ପାଇ ପରମେସର୍ ବେସି ଜିବନ୍ଦୁକାଇଲା ।
23 ଆଉ, ଯଦି ଗୌରବ ନିମନ୍ତେ ତାହାଙ୍କ ଦ୍ୱାରା ପୂର୍ବରୁ ପ୍ରସ୍ତୁତ ହୋଇଥିବା ଦୟାର ପାତ୍ର ଯେ ଆମ୍ଭେମାନେ, ଆମ୍ଭମାନଙ୍କ ନିକଟରେ ଆପଣା ଗୌରବରୂପ ଧନ ପ୍ରକାଶ କରିବା ନିମନ୍ତେ ତାହା କରିଅଛନ୍ତି; ତାହାହେଲେ ତୁମ୍ଭେ କଅଣ କହିବ?
୨୩ଆରି ସେ ତାର୍ ବେସି ବଡ୍ ଡାକ୍ପୁଟା ଦେକାଇବାକେ ଆମ୍କେ ବେସି ଜିବନ୍ଦୁକାଇଲା ଆଚେ । ଆରି ଆମ୍କେ ବେସି ଆଗ୍ତୁ ସେ ବାଚି ରଇଲା ।
24 ସେଥିନିମନ୍ତେ ତ ସେ କେବଳ ଯିହୁଦୀମାନଙ୍କ ମଧ୍ୟରୁ ନୁହେଁ, ମାତ୍ର ଅଣଯିହୁଦୀମାନଙ୍କ ମଧ୍ୟରୁ ସୁଦ୍ଧା ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି,
୨୪ଜନ୍ ଲକ୍ମନ୍କେ ସେ ଡାକିଆଚେ, ସେ ବିତ୍ରେ ଆମେ ମିସା ଆଚୁ । ସେଟା ଅବ୍କା ଜିଉଦିମନର୍ ବିତ୍ରେ ଅନି ନାଇ, ମାତର୍ ଜିଉଦି ନଅଇଲା ଲକ୍ମନର୍ ବିତ୍ରେଅନି ମିସା ।
25 ଯେପରି ସେ ହୋଶେୟଙ୍କ ପୁସ୍ତକରେ ମଧ୍ୟ କହନ୍ତି, “ଯେଉଁମାନେ ଆମ୍ଭର ଲୋକ ନ ଥିଲେ, ସେମାନଙ୍କୁ ଆମ୍ଭେ ଆମ୍ଭର ଲୋକ ବୋଲି କହିବା; ଆଉ, ଯେ ଅପ୍ରିୟ ଥିଲା, ତାହାକୁ ପ୍ରିୟ ବୋଲି କହିବା।”
୨୫ଏ ବିସଇନେଇ ଅସେୟ ବଇତେଇ ପରମେସର୍ କଇଆଚେ, “ଜନ୍ ଲକ୍ମନ୍ ଆମର୍ ଲକ୍ ନ ରଇଲାଇ, ସେମନ୍କେ ମୁଇ ଏବେ ନିଜର୍ ଲକ୍ ଇସାବେ ଡାକ୍ବି । ଜନ୍ ଜାତିକେ ମୁଇ ଆଲାଦ୍ କରି ନ ରଇଲି, ତାକେ ‘ଆମର୍ ନିଜର୍’ ବଲି ଡାକ୍ବି ।”
26 ପୁଣି, “ଯେଉଁ ସ୍ଥାନରେ ‘ତୁମ୍ଭେମାନେ ଆମ୍ଭର ଲୋକ ନୁହଁ ବୋଲି ସେମାନଙ୍କୁ କୁହାଯାଇଥିଲା, ସେହି ସ୍ଥାନରେ ସେମାନେ ଜୀବନ୍ତ ଈଶ୍ବରଙ୍କ ପୁତ୍ରଗଣ ବୋଲି ଖ୍ୟାତ ହେବେ।’”
୨୬“ଜନ୍ ଜାଗାଇ ସେମନ୍କେ କଇରଇଲୁ, “ତମେ ଆମର୍ ଲକ୍ ନୁଆଁସ୍” “ତେଇ ସେମନ୍ ଜିବନ୍ ରଇବା ପରମେସରର୍ ପିଲାଟକି ବଲାଇଅଇବାଇ ।”
27 ପୁଣି, ଯିଶାଇୟ ଇସ୍ରାଏଲ ସମ୍ବନ୍ଧରେ ଉଚ୍ଚସ୍ୱରରେ କହନ୍ତି, “ଇସ୍ରାଏଲର ସନ୍ତାନମାନଙ୍କ ସଂଖ୍ୟା ସମୁଦ୍ରର ବାଲି ପରି ହେଲେ ସୁଦ୍ଧା କେବଳ ଅବଶିଷ୍ଟାଂଶ ପରିତ୍ରାଣ ପ୍ରାପ୍ତ ହେବେ;
୨୭ଆରି ଇସ୍ରାଏଲ୍ ବିସଇନେଇ ଜିସାୟ କଇଲା ଆଚେ, “ଇସ୍ରାଏଲିୟମନ୍ ସମ୍ଦୁରର୍ ବାଲିପାରା ଅଇଲେ ମିସା, ସେମନର୍ ବିତ୍ରେଅନି କେତେଲକ୍ସେ ମୁକ୍ତି ପାଇବାଇ ।
28 ଯେଣୁ ପ୍ରଭୁ ପୃଥିବୀରେ ଆପଣା ବାକ୍ୟ ସାଧନ କରିବେ, ସେ ତାହା ସମ୍ପୂର୍ଣ୍ଣ ରୂପେ ସଂକ୍ଷିପ୍ତରେ କରିବେ।”
୨୮କାଇକେବଇଲେ ମାପ୍ରୁ ଦାପ୍ରେସେ ଗୁଲାଇ ଜଗତର୍ ନିଆଇ ବିଚାର୍ କର୍ସି ।”
29 ପୁଣି, ଯେପରି ଯିଶାଇୟ ପୂର୍ବେ କହିଅଛନ୍ତି, “ବାହିନୀମାନଙ୍କ ପ୍ରଭୁ ଯଦି ଆମ୍ଭମାନଙ୍କ ନିମନ୍ତେ ଗୋଟିଏ ଅବଶିଷ୍ଟାଂଶ ରଖି ନ ଥାଆନ୍ତେ, ତେବେ ଆମ୍ଭେମାନେ ସଦୋମ ପରି ହୋଇଥାଆନ୍ତୁ, ଓ ଗମୋରା ତୁଲ୍ୟ କରାଯାଇଥାଆନ୍ତୁ।”
୨୯ଜେନ୍ତିକି ଜିସାଇୟ ମିସା କଇରଇଲା, “ସବୁର୍ଟାନେଅନି ବପୁ ରଇବା ମାପ୍ରୁ, ଆମର୍ କେତେଟା ଲକ୍ମନ୍କେ ରକିଆ କରି ନ ରଇଲେ, ଆମର୍ ଦସା ସଦମ୍ ଆରି ଗମ୍ରାର୍ ଲକ୍ମନର୍ ପାରା ଅଇତା ।”
30 ତେବେ, ଆମ୍ଭେମାନେ କଅଣ କହିବା? ଯେଉଁ ଅଣଯିହୁଦୀମାନେ ଧାର୍ମିକତାର ଅନୁଗମନ କରୁ ନ ଥିଲେ, ସେମାନେ ଧାର୍ମିକତା, ଏପରିକି ବିଶ୍ୱାସମୂଳକ ଧାର୍ମିକତା ଲାଭ କରିଅଛନ୍ତି।
୩୦ସେଟାର୍ ପାଇ ଜିଉଦି ନଇଲାଲକ୍ମନର୍ ବିସଇନେଇ ଏଟା କଇପାରୁ, ସେମନ୍ ଦରମ୍ ଲକ୍ ବଲାଇ ଅଇବାକେ ମନ୍ କରି ନ ରଇଲାଇ ମିସା, ସେମନର୍ ବିସ୍ବାସ୍ ଲାଗି ସେମନ୍ ପର୍ମେସରର୍ ମୁଆଟେ ଦରମ୍ଲକ୍ ବଲାଇ ଅଇଲାଇ ଆଚତ୍ ।
31 କିନ୍ତୁ ଇସ୍ରାଏଲ ଧାର୍ମିକତାର ବ୍ୟବସ୍ଥା ଅନୁଗମନ କରୁ କରୁ ସେହି ବ୍ୟବସ୍ଥା ପର୍ଯ୍ୟନ୍ତ ପହଞ୍ଚିଲା ନାହିଁ।
୩୧ମାତର୍ ଇସ୍ରାଏଲର୍ ଲକ୍ମନ୍ ନିୟମ୍ ଆନିକରି ପର୍ମେସରର୍ ମୁଆଟେ ଦରମ୍ ଲକ୍ ବଲାଇ ଅଇବାକେ ବେସି ଚେସ୍ଟା କଲାଇ, ମାତର୍ ନାପାର୍ଲାଇ ।
32 କାହିଁକି? କାରଣ ସେମାନେ ବିଶ୍ୱାସ ଦ୍ୱାରା ତାହା ନ ଖୋଜି କର୍ମ ଦ୍ୱାରା ଖୋଜୁଥିଲେ। ସେମାନେ ସେହି ବାଧାଜନକ ପ୍ରସ୍ତରରେ ଝୁଣ୍ଟି ପଡ଼ିଲେ,
୩୨କାଇକେ ନାପାର୍ଲାଇ? କାଇକେବଇଲେ ସେମନ୍ ପର୍ମେସର୍କେ ବିସ୍ବାସ୍ ନ କର୍ତେ ନିୟମ୍ ମାନ୍ବାକେ ଚେସ୍ଟା କଲାଇ ଆରି ତାର୍ ମୁଆଟେ ଦରମ୍ ବଲାଇ ଅଇବାକେ ବାବ୍ଲାଇ । ଏଟାର୍ଲାଗି ବାଟେ ଗାଡିରଇବା ବଡ୍ ପାକ୍ନାଟାନେ ଟେସାଇଅଇଲା ଲକ୍ମନର୍ପାରା ଅଇଗାଲା ।
33 ଯେପରି ଲେଖାଅଛି, “ଦେଖ, ଆମ୍ଭେ ସିୟୋନରେ ଗୋଟିଏ ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ସ୍ଥାପନ କରୁଅଛୁ, ଆଉ, ଯେ ତାହାଙ୍କଠାରେ ବିଶ୍ୱାସ କରେ, ସେ ଲଜ୍ଜିତ ହେବ ନାହିଁ।”
୩୩ଜେନ୍ତିକି ସାସ୍ତରେ ଲେକାଆଚେ, ଦେକା ଆମେ ସିୟନେ ଗଟେକ୍ ବାଦାପାକାଇବା ପାକ୍ନା ଆରି ଅଟ୍କାଇବା ରାଙ୍ଗ୍ନିପାକ୍ନା ସଙ୍ଗଇଲୁ ଆଚୁ, ତେଇ ଲକ୍ମନ୍ ଜଟିଆଇ ଅଇ ଅଦର୍ବାଇ । ମାତର୍ ଜେ ତାକେ ବିସ୍ବାସ୍ କର୍ସି, ସେ କେବେ ମୁର୍ମୁରା ନ ଅଏ ।