< ରୋମୀୟ 8 >
1 ଅତଏବ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି, ସେମାନଙ୍କ ପ୍ରତି ବର୍ତ୍ତମାନ କୌଣସି ଦଣ୍ଡାଜ୍ଞା ନାହିଁ।
୧ତେବେ ଆମେ ଜେତ୍କି ଲକ୍ ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ଆଚୁ, ଆମର୍ପାଇ ଆରି ପର୍ମେସରର୍ ଡଣ୍ଡ୍ ନାଇ ।
2 କାରଣ ଜୀବନଦାୟକ ଆତ୍ମା ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ତୁମ୍ଭକୁ ପାପ ଓ ମୃତ୍ୟୁଦାୟକ ବ୍ୟବସ୍ଥାରୁ ମୁକ୍ତ କରିଅଛି।
୨ଜିସୁ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ ସୁକଲ୍ଆତ୍ମା ଆମ୍କେ ନୁଆ ଜିବନ୍ ଦେଲାଆଚେ । ତେଇଅନି, ପାପ୍ କଲେ ମର୍ବା ନିୟମେଅନି, ଆମ୍କେ ମୁକ୍ଲାଇ ଆଚେ ।
3 ଯେଣୁ ଶରୀର ସକାଶେ ଦୁର୍ବଳ ହେବାରୁ ବ୍ୟବସ୍ଥା ଯାହା ସାଧନ କରିପାରିଲା ନାହିଁ, ତାହା ଈଶ୍ବର ଆପଣା ପୁତ୍ରଙ୍କୁ ପାପମୟ ଶରୀରର ସାଦୃଶ୍ୟରେ ପାପ ବିନାଶ ନିମନ୍ତେ ପ୍ରେରଣ କରି ଶରୀରରେ ପାପକୁ ଦଣ୍ଡାଜ୍ଞା ଦେବା ଦ୍ୱାରା କଲେ,
୩ସେ ଆମର୍ ଗୁନ୍ଚଲନ୍ ନିକ ନ ରଇଲାକେ, ମସା ଦେଇରଇବା ରିତିନିତି ମାନୁ ନାଇ । ତେଇ ନିୟମ୍ ସାଇଜ କରି ନାପାର୍ଲା । ମାତର୍ ସେଟା ପର୍ମେସର୍ କରିଆଚେ । ସେ ଆମର୍ ପାରା ପାପିମନର୍ ଗଟେକ୍ ଗାଗଡ୍ ଦାରାଇ ତାର୍ ପଅକେ ପାଟାଇଲା । ଆରି ସେ ଏନ୍ତାରିକରି ଆମର୍ ଉପ୍ରେ ରଇବା ପାପର୍ ସାସନ୍ କୁରୁପ୍ନାସ୍ କଲା ।
4 ଯେପରି ଆମ୍ଭେମାନେ ଶାରୀରିକ ଭାବାନୁସାରେ ଆଚରଣ ନ କରି ଆତ୍ମିକ ଭାବାନୁସାରେ ଆଚରଣ କରିଥାଉ, ଆମ୍ଭମାନଙ୍କଠାରେ ବ୍ୟବସ୍ଥାର ଧର୍ମବିଧି ସଫଳ ହୁଏ।
୪ଆମେ ଜେନ୍ତାରି କି ନିୟମର୍ ସବୁ ଆଦେସ୍ ମାନିକରି ରଇବୁ, ସେଟାର୍ ପାଇ ପର୍ମେସର୍ ଏନ୍ତି କଲାଆଚେ । ଆମେ ଏବେ ମୁନୁସର୍ ଚଲାଚଲ୍ତି ନ କରି ସୁକଲ୍ଆତ୍ମାର୍ ବାଟେ ଇଣ୍ଡ୍ଲେସେ ଏନ୍ତି କରିଅଇସି ।
5 କାରଣ ଯେଉଁମାନେ ଶାରୀରିକମନା, ସେମାନେ ଶାରୀରିକ ବିଷୟରେ ମନୋଯୋଗ କରନ୍ତି, କିନ୍ତୁ ଯେଉଁମାନେ ଆତ୍ମିକମନା, ସେମାନେ ଆତ୍ମିକ ବିଷୟରେ ମନୋଯୋଗ କରନ୍ତି।
୫ଜନ୍ ଲକ୍ମନ୍ ମୁନୁସର୍ ଚଲାଚଲ୍ତି ଇସାବେ ଜିଉନା କାଉନା କର୍ତେରଇବାଇ, ସେମନ୍ ନିଜର୍ ଗାଗଡର୍ ମନ୍ କର୍ବାଟା ଚିନ୍ତା କର୍ତେରଇବାଇ । ମାତର୍ ଜନ୍ ଲକ୍ମନ୍ ସୁକଲ୍ଆତ୍ମାର୍ ଚାଲ୍ନା ଇସାବେ କାମ୍କର୍ବାଇ, ସେମନ୍ ସୁକଲ୍ଆତ୍ମା ଜନ୍ ବିସଇ କର୍ବାକେ ମନ୍ କରାଇସି, ସେଟା କର୍ବାଇ ।
6 କାରଣ ଶାରୀରିକ ମନ ମୃତ୍ୟୁଜନକ, କିନ୍ତୁ ଆତ୍ମିକ ମନ ଜୀବନ ଓ ଶାନ୍ତିଦାୟକ;
୬ମୁନୁସର୍ ଚଲାଚଲ୍ତି ଇସାବେ ଗାଲେ ମରନର୍ ଦସା ଅଇସି, ସୁକଲ୍ଆତ୍ମାର୍ ଚାଲ୍ନା ଇସାବେ ଗାଲେ ଜିବନ୍ ଆରି ସାନ୍ତି ମିଲ୍ସି ।
7 ଯେଣୁ ଶାରୀରିକ ମନ ଈଶ୍ବରଙ୍କ ବିରୁଦ୍ଧରେ ଶତ୍ରୁତା; କାରଣ ତାହା ଈଶ୍ବରଙ୍କ ବ୍ୟବସ୍ଥାର ବଶୀଭୂତ ନୁହେଁ, ପୁଣି, ବଶୀଭୂତ ହେବା ଅସମ୍ଭବ;
୭ଜଦି ଗଟେକ୍ ଲକ୍ ତାର୍ ଗାଗଡର୍ ମନ୍ କଲା ଇସାବେ ଚଲାଚଲ୍ତି କର୍ସି, ସେ ପରମେସରର୍ ବିରଦି ଅଇସି । କାଇକେ ବଇଲେ ସେ ପରମେସରର୍ ନିୟମ୍ ମାନେ ନାଇ, ସେ ସେଟା କର୍ବାକେ ନାପାରେ ।
8 ଯେଉଁମାନେ ଶରୀରର ବଶରେ ଅଛନ୍ତି, ସେମାନେ ଈଶ୍ବରଙ୍କର ସନ୍ତୋଷପାତ୍ର ହୋଇପାରନ୍ତି ନାହିଁ।
୮ଜନ୍ ଲକ୍ମନ୍ ମୁନୁସର୍ ଚଲାଚଲ୍ତି ଇସାବେ କାମ୍ କଲାଇନି, ସେମନ୍ ପର୍ମେସର୍କେ ସାର୍ଦା କରିନାପାରତ୍ ।
9 କିନ୍ତୁ ଈଶ୍ବରଙ୍କ ଆତ୍ମା ଯଦି ତୁମ୍ଭମାନଙ୍କଠାରେ ବାସ କରନ୍ତି, ତାହାହେଲେ ତୁମ୍ଭେମାନେ ଶରୀରର ବଶରେ ନାହଁ, ମାତ୍ର ଆତ୍ମାଙ୍କ ବଶରେ ଅଛ। ଯଦି କେହି ଖ୍ରୀଷ୍ଟଙ୍କ ଆତ୍ମା ପାଇ ନ ଥାଏ, ତେବେ ସେ ତାହାଙ୍କର ନୁହେଁ।
୯ଜଦି ସତଇସେ ପରମେସରର୍ ସୁକଲ୍ଆତ୍ମା ତମର୍ ବିତ୍ରେ ଆଚେ, ତେବେ ତମେ ଆରି ମୁନୁସର୍ ଚାଲିଚଲନ୍ ପାରା ଜିଉନାକାଉନା କରିନାପାରାସ୍, ମାତର୍ ଜିବନେ ସୁକଲ୍ ଆତ୍ମାର୍ ଆଦେସ୍ ମାନ୍ସା । ଜାର୍ତେଇ କିରିସ୍ଟର୍ ଆତ୍ମା ନାଇ, ସେ କେବେ ମିସା ତାକର୍ ଲକ୍ ଅଇନାପାରେ ।
10 କିନ୍ତୁ ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କଠାରେ ଥାଆନ୍ତି, ତାହାହେଲେ ଶରୀର ପାପ ହେତୁ ମୃତ ଅଟେ, ମାତ୍ର ଆତ୍ମା ଧାର୍ମିକତା ହେତୁ ଜୀବିତ ଅଟେ।
୧୦ମାତର୍ ତମର୍ ବିତ୍ରେ କିରିସ୍ଟ ବାସାଅଇ ରଇସି ବଇଲେ, ତମର୍ ଗାଗଡ୍ ପାପେ ନସ୍ଟ ଅଇବାକେ ଜାଇତେ ରଇଲେ ମିସା, ସୁକଲ୍ଆତ୍ମା ତମ୍କେ ଜିବନ୍ ଦାନ୍ ଦେଇସି । କାଇକେ ବଇଲେ ତମେ ପରମେସରର୍ ମୁଆଟେ ଦରମ୍ ଲକ୍ ବଲି ଏଜାଇଅଇ ଆଚାସ୍ ।
11 ଆଉ ଯେ ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କୁ ଉଠାଇଲେ, ତାହାଙ୍କର ଆତ୍ମା ଯଦି ତୁମ୍ଭମାନଙ୍କଠାରେ ବାସ କରନ୍ତି, ତେବେ ଯେ ମୃତମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଯୀଶୁଙ୍କୁ ଉଠାଇଲେ, ସେ ତୁମ୍ଭମାନଙ୍କଠାରେ ବାସ କରୁଥିବା ଆପଣା ଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କ ମର୍ତ୍ତ୍ୟ ଶରୀରକୁ ମଧ୍ୟ ଜୀବିତ କରିବେ।
୧୧ଜଦି ତମର୍ ବିତ୍ରେ ଜିସୁକେ ମଲାତେଇଅନି ଉଟାଇଲା ପରମେସରର୍ ଆତ୍ମା ଆଚେ, ତେବେ ସେ ଆତ୍ମାର୍ ସାଇଜ ସଙ୍ଗ୍, ପରମେସର୍ ଜେ କି କିରିସ୍ଟକେ ମଲାତେଇଅନି ଉଟାଇଲା, ସେନ୍ତିସେ ତମର୍ କୁଇଜିବା ଗାଗଡ୍ ମିସା ଜିବନ୍ କର୍ସି ।
12 ଅତଏବ, ହେ ଭାଇମାନେ, ଆମ୍ଭେମାନେ ଋଣୀ, କିନ୍ତୁ ଶାରୀରିକ ଭାବାନୁସାରେ ଜୀବନଯାପନ କରିବାକୁ ଶରୀର ନିକଟରେ ନୁହେଁ;
୧୨ତେବେ ଏ ବାଇବଇନିମନ୍, ଆମର୍ କାମ୍ ଅଇଲାନି, ମୁନୁସର୍ ଗୁନ୍ଚଲନ୍ ଇସାବେ ଜିଉନାକାଉନା ନ କରୁ ।
13 କାରଣ ଯଦି ଶାରୀରିକ ଭାବାନୁସାରେ ତୁମ୍ଭେମାନେ ଜୀବନଯାପନ କର, ତେବେ ଅବଶ୍ୟ ମରିବ, କିନ୍ତୁ ଯଦି ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଶରୀରର କର୍ମସବୁକୁ ବିନାଶ କର, ତେବେ ଜୀବିତ ହେବ।
୧୩କାଇକେବଇଲେ ସେନ୍ତି କଲେ, ତମେ ମର୍ସା ମାତର୍ ସୁକଲ୍ଆତ୍ମାର୍ ସାଇଜ ସଙ୍ଗ୍ ନିଜର୍ ପାପ୍ଚଲନ୍ ନସ୍ଟ କରି ଆରି ପାପ୍ କାମ୍ ନ କରାସ୍, ତେବେସେ ତମେ ବଁଚ୍ସା ।
14 ଯେଣୁ ଯେତେ ଲୋକ ଈଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ଚାଳିତ ହୁଅନ୍ତି, ସେମାନେ ଈଶ୍ବରଙ୍କ ସନ୍ତାନ।
୧୪ଜନ୍ ଲକ୍ମନ୍ ପରମେସରର୍ ଆତ୍ମା ଇସାବେ ଚାଲ୍ଲାଇନି, ସେମନ୍ସେ ପରମେସରର୍ ପିଲାଟକି ।
15 କାରଣ ତୁମ୍ଭେମାନେ ପୁନର୍ବାର ଭୟ କରିବା ନିମନ୍ତେ ଦାସତ୍ୱର ଆତ୍ମା ପାଇ ନାହଁ, କିନ୍ତୁ ପୁତ୍ରତ୍ୱର ଆତ୍ମା ପାଇଅଛ; ତଦ୍ୱାରା ଆମ୍ଭେମାନେ ଆବ୍ବା, ପିତଃ ବୋଲି ଡାକିଥାଉ।
୧୫କାଇକେବଇଲେ ପରମେସର୍ ଦେଲା ଆତ୍ମା, ତମ୍କେ ଗତିଦାଙ୍ଗ୍ଡା ଅଇବା ତେଇଅନି ମୁକ୍ଲାଇଲା ଆଚେ । ତମେ ଆରି ଡର୍ବାର୍ ଲଡା ନାଇ । ମାତର୍ ସୁକଲ୍ଆତ୍ମା ତମ୍କେ ପରମେସରର୍ ପିଲାଟକି କରିଆଚେ । ତାର୍ ବପୁ ଏତାଇକରି ଏବେ ଆମେ ପରମେସର୍କେ “ବାବା, ମର୍ ବାବା!” ବଲି ଡାକ୍ଲୁନି ।
16 ଆମ୍ଭେମାନେ ଈଶ୍ବରଙ୍କ ସନ୍ତାନ ବୋଲି ସେହି ପବିତ୍ର ଆତ୍ମା ସ୍ୱୟଂ ଆମ୍ଭମାନଙ୍କ ଆତ୍ମା ସହିତ ସାକ୍ଷ୍ୟ ପ୍ରଦାନ କରନ୍ତି,
୧୬ପରମେସରର୍ ଆତ୍ମା ଆମର୍ ବିତ୍ରର୍ ଆତ୍ମା ସଙ୍ଗ୍ କଁଟ୍ ମିସାଇ ଆମ୍କେ ତାର୍ ପିଲାଟକି ବଲି ଜାନାଇଲାନି ।
17 ଆଉ ଯଦି ସନ୍ତାନ, ତେବେ ଉତ୍ତରାଧିକାରୀ, ଅର୍ଥାତ୍ ଯଦି ଖ୍ରୀଷ୍ଟଙ୍କ ସହିତ ଗୌରବାନ୍ୱିତ ମଧ୍ୟ ହେବା ନିମନ୍ତେ ଆମ୍ଭେମାନେ ତାହାଙ୍କ ସାଙ୍ଗରେ ଦୁଃଖଭୋଗ କରୁ, ତେବେ ଈଶ୍ବରଙ୍କ ଉତ୍ତରାଧିକାରୀ ଓ ଖ୍ରୀଷ୍ଟଙ୍କ ସହ ଉତ୍ତରାଧିକାରୀ ଅଟୁ।
୧୭କାଇକେବଇଲେ ଆମେ ପରମେସରର୍ ପିଲାଟକି । ତାର୍ ଲକ୍ମନ୍କେ କାତା ଦେଇରଇବା ଆସିର୍ବାଦେ ଆମେ ମିସ୍ବୁ । ଆରି କିରିସ୍ଟର୍ ପାଇ ପରମେସର୍ ଜନ୍ଟା ଟୁଲାଇ ସଙ୍ଗଇଲା ଆଚେ, ତେଇ ମିସା ଆମର୍ ପାଇ ବାଟା ଆଚେ । ଜଦି ଆମେ ଜିସୁର୍ ଦୁକ୍ପାଇବାତେଇ ମିସ୍ଲୁ ଆଚୁ, ତେବେ ତାର୍ ଡାକ୍ପୁଟା ପାଇବାତେଇ ମିସା ମିସ୍ବୁ ।
18 କାରଣ ମୋʼ ବିଚାରରେ, ଯେଉଁ ଗୌରବ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହେବ, ତାହା ତୁଳନାରେ ଏହି ବର୍ତ୍ତମାନ କାଳର ଦୁଃଖଭୋଗ କିଛି ହିଁ ନୁହେଁ।
୧୮ଜନ୍ ଡାକ୍ପୁଟାର୍ ଦିନେ ଆମେ ମିସ୍ବାକେ ଗାଲୁନି, ଦେକ୍ଲେସରି ଏ ଜିବନେ ଅଇବା ଆମର୍ ଦୁକ୍ କସ୍ଟ କିଚି ନାଇ ।
19 ଯେଣୁ ସୃଷ୍ଟିର ଏକାନ୍ତ ଆକାଂକ୍ଷା ଈଶ୍ବରଙ୍କ ସନ୍ତାନମାନଙ୍କର ପ୍ରକାଶ ନିମନ୍ତେ ଅପେକ୍ଷା କରୁଅଛି।
୧୯ପର୍ମେସର୍ ତିଆର୍କଲା ସବୁଜାକ ଜାଗର୍ତା ସଙ୍ଗ୍ ସେ ଦିନ୍କେ ଜାଗି ଆଚତ୍ । ସେବେଲାଇ ପରମେସର୍ ତାର୍ ସତ୍ ପିଲାଟକିମନ୍ କେ, ବଲି ଦେକାଇସି ।
20 କାରଣ ସୃଷ୍ଟି ଅସାରତାର ବଶୀଭୂତ ହେଲା, ତାହାର ନିଜ ଇଚ୍ଛାରୁ ନୁହେଁ, କିନ୍ତୁ ଯେ ତାହାକୁ ବଶୀଭୂତ କଲେ, ତାହାଙ୍କ ଇଚ୍ଛାରୁ;
୨୦କାଇକେବଇଲେ ପରମେସର୍ ତିଆର୍ କରିରଇବା ସବୁଜାକ, ଅବିସାପେ ପୁରୁନ୍ ଅଇଲାଆଚେ । ଜନ୍ବାଟେ ଜିବାର୍ ରଇଲା ସେ ବାଟେ ନ ଜାଇ, ବିନ୍ ବାଟେ ଗାଲାଆଚେ । ମାତର୍ ଏଟା ତାର୍ ନିଜର୍ ମନ୍ କଲା ଇସାବେ ଅଏନାଇ । ପର୍ମେସର୍ ମନ୍ କଲାକେସେ ଅଇଲା । ଏଲେମିସା ତାର୍ ଆସା ରଇଲା,
21 ଆଉ ତାହା ଭରସାଯୁକ୍ତ ହୋଇ ବଶୀଭୂତ ହେଲା, ଯେଣୁ ସୃଷ୍ଟି ନିଜେ ମଧ୍ୟ ଈଶ୍ବରଙ୍କ ସନ୍ତାନମାନଙ୍କ ଗୌରବମୟ ଅବସ୍ଥା ସମ୍ବନ୍ଧୀୟ ସ୍ୱାଧୀନତା ପ୍ରାପ୍ତି ନିମନ୍ତେ କ୍ଷୟର ଦାସତ୍ୱରୁ ମୁକ୍ତ ହେବ।
୨୧ଜେନ୍ତିକି ଗଟେକ୍ ଦିନେ କୁଇଜିବାଟାନେ ଅନି ମୁକ୍ଲିକରି ପର୍ମେସରର୍ କୁଟୁମର୍ ଡାକ୍ପୁଟାଇ ମିସ୍ବୁ ।
22 କାରଣ ସମସ୍ତ ସୃଷ୍ଟି ଯେ ଆଜି ପର୍ଯ୍ୟନ୍ତ ଏକସଙ୍ଗରେ ଆର୍ତ୍ତନାଦ କରୁଅଛି ଓ ପ୍ରସବ ବେଦନାରେ ବ୍ୟଥିତ ହେଉଅଛି, ଏହା ଆମ୍ଭେମାନେ ଜାଣୁ।
୨୨ମାତର୍ ଏବେ ଜାକ ତିଆର୍ଅଇଲାଟା ସବୁ, ଗାଗ୍ଡେ ରଇଲା ମାଇଜି ନିକଅଇବା ଦୁକା ପାରା ଅଇକରି “ଆନା, ଆୟା!” ଅଇଲାନି ।
23 ଆଉ କେବଳ ତାହା ନୁହେଁ, କିନ୍ତୁ ପ୍ରଥମ ଫଳ ସ୍ୱରୂପେ ଆତ୍ମାଙ୍କୁ ପାଇଅଛୁ ଯେ ଆମ୍ଭେମାନେ, ଆମ୍ଭେମାନେ ନିଜେ ନିଜେ ମଧ୍ୟ ପୁତ୍ରତ୍ୱ, ଅର୍ଥାତ୍ ଆପଣା ଆପଣା ଶରୀରର ମୁକ୍ତି ନିମନ୍ତେ ଅପେକ୍ଷା କରୁ କରୁ ଆପଣା ଆପଣା ଅନ୍ତରରେ ଆର୍ତ୍ତନାଦ କରୁଅଛୁ।
୨୩ଆମେ, ପରମେସର୍ ଦେଲା ପର୍ତୁମର୍ ଦାନ୍ ପାରା ସୁକଲ୍ଆତ୍ମା ପାଇଲୁଆଚୁ, ଆମେ ମିସା ବିତ୍ରେ ବିତ୍ରେ “ଆନା, ଆୟା!” ଅଇଲୁନି । ଏଲେମିସା ପରମେସର୍ ଆମ୍କେ କୁଟୁମର୍ ଲକ୍ କରାଇକରି ପୁରାପୁରୁନ୍ ମୁକ୍ଲାଇସି ବଲି ଜାଗିକରି ଆଚୁ ।
24 କାରଣ ଭରସାରେ ଆମ୍ଭେମାନେ ପରିତ୍ରାଣ ପାଇଅଛୁ; କିନ୍ତୁ ଦୃଷ୍ଟିଗୋଚର ଯେଉଁ ଭରସା, ତାହା ଭରସା ନୁହେଁ, ଯେଣୁ ଯାହା ଜଣେ ଦେଖୁଅଛି, ସେଥିନିମନ୍ତେ ସେ କାହିଁକି ଆଉ ଭରସା କରିବ?
୨୪କାଇକେବଇଲେ ଆସା କଲାକେସେ ଆମେ ମୁକ୍ତି ପାଇଆଚୁ । ମାତର୍ ଜାଇଟା ଡିସ୍ଲାନି ସେଟାର୍ ପାଇ ଆସାକର୍ବାଟା, ସେଟା ସତଇସେ ଆସା ରକ୍ବାଟା ନଏଁ । କେ କାଇ ଡିସ୍ବାଟାକେ ଆସା କର୍ସି କି? ନାଇ, ନ କରେ ।
25 କିନ୍ତୁ ଆମ୍ଭେମାନେ ଯାହା ଦେଖୁ ନାହୁଁ, ଯଦି ତାହା ନିମନ୍ତେ ଭରସା କରୁ, ତାହାହେଲେ ଧୈର୍ଯ୍ୟ ସହକାରେ ତାହାର ଅପେକ୍ଷାରେ ଥାଉ।
୨୫ମାତର୍ ଆମେ ଜଦି ନ ଡିସ୍ବା ବିସଇ ଆସାକର୍ବୁ, ତେବେ ଆମ୍କେ ସାଆସ୍ ସଙ୍ଗ୍ ଜାଗ୍ବାକେ ପଡ୍ସି ।
26 ଆଉ, ସେହି ପ୍ରକାରେ ପବିତ୍ର ଆତ୍ମା ମଧ୍ୟ ଆମ୍ଭମାନଙ୍କ ଦୁର୍ବଳତାରେ ସାହାଯ୍ୟ କରନ୍ତି; କାରଣ କଅଣ ପ୍ରାର୍ଥନା କରିବା ଉଚିତ, ତାହା ଆମ୍ଭେମାନେ ଜାଣୁ ନାହୁଁ, କିନ୍ତୁ ଆତ୍ମା ସ୍ୱୟଂ ଅକଥନୀୟ ଆର୍ତ୍ତନାଦରେ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରନ୍ତି;
୨୬ଆମ୍କେ ବପୁ ନାଇ, ମାତର୍ ସୁକଲ୍ଆତ୍ମା ଆମ୍କେ ସାଇଜ କର୍ସି । କେନ୍ତାରି ପାର୍ତନା କର୍ବାକେ ଅଇସି, ସେଟା ଆମେ ନାଜାନୁ । ସେଟାର୍ ପାଇ ଜନ୍ଟା ଆମେ କଇ ନାପାର୍ଲୁନି, ସେଟା ସୁକଲ୍ ଆତ୍ମା ନିଜେ ଆମର୍ପାଇ “ଆନା, ଆୟା!” ଅଇକରି ପରମେସର୍କେ ଗୁଆରି କର୍ସି ।
27 ପୁଣି, ଯେ ଆମ୍ଭମାନଙ୍କ ହୃଦୟ ଅନୁସନ୍ଧାନ କରନ୍ତି, ସେ ପବିତ୍ର ଆତ୍ମାଙ୍କ ଭାବ କଅଣ, ତାହା ମଧ୍ୟ ଜାଣନ୍ତି, କାରଣ ସେ ଈଶ୍ବରଙ୍କ ଇଚ୍ଛାନୁସାରେ ସାଧୁମାନଙ୍କ ନିମନ୍ତେ ନିବେଦନ କରନ୍ତି।
୨୭ପରମେସର୍ ଆମର୍ ମନର୍ କାତା ଜାନେ । ସୁକଲ୍ଆତ୍ମାର୍ ମନର୍ ଚିନ୍ତା ସେ ଜାନେ । କାଇକେବଇଲେ ସୁକଲ୍ଆତ୍ମା ପରମେସର୍ ମନ୍ କଲା ଇସାବେ, ତାକର୍ ଲକ୍ମନର୍ ପାଇ ଗୁଆରି କର୍ତେ ରଇସି ।
28 ଯେଉଁମାନେ ଈଶ୍ବରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୂତ ହୋଇଅଛନ୍ତି, ଈଶ୍ବର ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି, ଏହା ଆମ୍ଭେମାନେ ଜାଣୁ।
୨୮ଜନ୍ ଲକ୍ମନ୍କେ ପରମେସର୍ ତାର୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ଡାକ୍ଲାଆଚେ, ଆରି ସେମନ୍ ତାକେ ଆଲାଦ୍ କଲାଇନି, ସେମନର୍ ପାଇ ସେ ସବୁ ମଙ୍ଗଲର୍ ବିସଇ କରାଇଦେଇସି ।
29 କାରଣ ଯେଉଁମାନଙ୍କୁ ସେ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ତାହାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନୁରୂପ ହେବା ନିମନ୍ତେ ସେ ପୂର୍ବରୁ ନିରୂପଣ ମଧ୍ୟ କରିଥିଲେ, ଯେପରି ସେ ଅନେକ ଭ୍ରାତାଙ୍କ ମଧ୍ୟରେ ଅଗ୍ରଜ ହୁଅନ୍ତି।
୨୯ଜନ୍ ଲକ୍ମନ୍କେ ପରମେସର୍ ବାଚ୍ଲା ଆଚେ, ସେମନ୍କେ ତାର୍ ପଅ ପାରା ଅଇବାକେ ଆଗ୍ତୁସେ ଟିକ୍ କରିଆଚେ । ସେନ୍ତିଆଲେ, ଗଟେକ୍ ବଡ୍ କୁଟୁମେ, ତାର୍ ପଅ ସେମନର୍ ବଡ୍ ବାଇ ଅଇସି ।
30 ଆଉ, ଯେଉଁମାନଙ୍କୁ ସେ ପୂର୍ବରୁ ନିରୂପଣ କରିଥିଲେ, ସେମାନଙ୍କୁ ସେ ମଧ୍ୟ ଆହ୍ୱାନ କଲେ, ପୁଣି, ଯେଉଁମାନଙ୍କୁ ସେ ଆହ୍ୱାନ କଲେ, ସେମାନଙ୍କୁ ସେ ମଧ୍ୟ ଧାର୍ମିକ ବୋଲି ଗଣିଲେ, ଆଉ ଯେଉଁମାନଙ୍କୁ ସେ ଧାର୍ମିକ ବୋଲି ଗଣିଲେ, ସେମାନଙ୍କୁ ସେ ମଧ୍ୟ ଗୌରବାନ୍ୱିତ କଲେ।
୩୦ଜନ୍ ଲକ୍ମନ୍ ଏନ୍ତାରି ବାଚିଅଇଲାଇ ଆଚତ୍, ସେମନ୍କେ ଡାକିଆଚେ । ସେ ଲକ୍ମନ୍କେ ପର୍ମେସରର୍ ମୁଆଟେ ଦରମ୍ଲକ୍ ବଲାଇ ଅଇ, ତାର୍ ଡାକ୍ପୁଟାଇ ମିସାଇ ଆଚତ୍ ।
31 ତେବେ ଏସମସ୍ତ ଦୃଷ୍ଟିରେ ଆମ୍ଭେମାନେ କଅଣ କହିବା? ଯଦି ଈଶ୍ବର ଆମ୍ଭମାନଙ୍କ ସପକ୍ଷ, ତେବେ ଆମ୍ଭମାନଙ୍କ ବିପକ୍ଷ କିଏ?
୩୧ଏ ସବୁର୍ତେଇଅନି ଆରି କାଇଟା କଇବାର୍ ଅଇସି? ଜଦି ପରମେସର୍ ଆମର୍ ବାଟେ ଆଚେ, ତେବେ କେ ଆମର୍ ବିରଦି ଅଇପାର୍ସି?
32 ଯେ ଆପଣା ପୁତ୍ରଙ୍କୁ ସୁଦ୍ଧା ରକ୍ଷା କଲେ ନାହିଁ, ମାତ୍ର ଆମ୍ଭ ସମସ୍ତଙ୍କ ନିମନ୍ତେ ତାହାଙ୍କୁ ସମର୍ପଣ କଲେ, ସେ କିପରି ତାହାଙ୍କ ସହିତ ମଧ୍ୟ ସମସ୍ତ ବିଷୟ ଆମ୍ଭମାନଙ୍କୁ ଅନୁଗ୍ରହରେ ଦାନ ନ କରିବେ?
୩୨ପରମେସର୍ କେବେମିସା ଆମର୍ ବିରଦି ନଏଁଁ, କାଇକେବଇଲେ ସେ ନିଜର୍ ପଅକେ ମିସା ରକିଆ ନ କରି ଆମର୍ ପାଇ ଦାନ୍ ଦେଇଆଚେ । ସେନ୍ତିଆଲେ ସେ ଆମର୍ ପାଇ କାଇ ସବୁ ବିସଇ ଦାନ୍ ନ ଦେଏ କି?
33 ଈଶ୍ବରଙ୍କ ମନୋନୀତ ଲୋକମାନଙ୍କ ବିରୁଦ୍ଧରେ କିଏ ଅଭିଯୋଗ କରିବ? ଈଶ୍ବର ତ ସେମାନଙ୍କୁ ଧାର୍ମିକ ବୋଲି ଗଣନା କରନ୍ତି।
୩୩ପରମେସର୍ ବାଚ୍ଲା ଲକ୍ମନ୍କେ କେ ଦସିବଲି କଇପାର୍ସି? ସେମନ୍କେ ସେ ନିଜେ କାଇ ଦସ୍ କରି ନ ରଇବା ଲକ୍ ବଲି ଉଡ୍ରା କଲାଆଚେ ।
34 କିଏ ଦଣ୍ଡାଜ୍ଞା ଦେବ? ଖ୍ରୀଷ୍ଟ ଯୀଶୁ ତ ମୃତ୍ୟୁଭୋଗ କଲେ, ବରଂ ସେ ଉତ୍ଥାପିତ ହେଲେ, ସେ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି, ସେ ମଧ୍ୟ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରୁଅଛନ୍ତି।
୩୪ତେବେ ସେମନ୍କେ ଦସି ବଲି କେ କଇନାପାରତ୍ । କିରିସ୍ଟ ଜିସୁ ତା କେବେ ନ କରେ, କାଇକେବଇଲେ ତାକେ ପର୍ମେସର୍ ମଲାତେଇଅନି ଜିବନ୍ କରି ଉଟାଇଲାଆଚେ । ଏବେ ସେ ପରମେସରର୍ ଉଜାବାଟେ ରଇକରି ଆମର୍ପାଇ ଗୁଆରି କରି ପାର୍ତନା କଲାନି ।
35 ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିବ? କି କ୍ଳେଶ, କି ସଙ୍କଟ, କି ତାଡ଼ନା, କି ଦୁର୍ଭିକ୍ଷ, କି ଉଲଗ୍ନତା, କି ବିପଦ, କି ଖଡ୍ଗ?
୩୫ସେନ୍ତାର୍ଆଲେ ତେବେ କେ ମିସା ଆମ୍କେ କିରିସ୍ଟର୍ ଆଲାଦେଅନି ବେଗ୍ଲାଇ ନାପାରତ୍ । ଦୁକେ ରଇଲେ ମିସା, କସ୍ଟ ପାଇକରି ରଇଲେ ମିସା, ନିନ୍ଦା ପାଇକରି ରଇଲେ ମିସା, କାକୁର୍ତି ଅଇକରି ରଇଲେ ମିସା, ବୁକେ ରଇଲେ ମିସା, ବିପଦେ ରଇଲେ ମିସା କି ମରାଇଲେ ମିସା ଏ ସବୁ ବେଗ୍ଲାଇ ନାପାରେ ।
36 ଯେପରି ଲେଖାଅଛି, “ତୁମ୍ଭ ନିମନ୍ତେ ଆମ୍ଭେମାନେ ସମସ୍ତ ଦିନ ନିହତ ହେଉଅଛୁ; ଆମ୍ଭେମାନେ ବଧଯୋଗ୍ୟ ମେଷ ପରି ଗଣିତ ହୋଇଅଛୁ।”
୩୬ସାସ୍ତରେ ଲେକାଆଚେ, “ତମର୍ଲାଗି ସବୁ ଦିନ୍ ଆମେ ମରନର୍ ମୁଆଟେ ଗାଲୁନି, ପୁଜ୍ବାକେ ନେଲା ମେଣ୍ଡାପିଲା ପାରା ଆମେ ବାଚି ଅଇଲୁ ଆଚୁ ।”
37 ତଥାପି ଯେ ଆମ୍ଭମାନଙ୍କୁ ପ୍ରେମ କଲେ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଏହି ସମସ୍ତ ବିଷୟରେ ସର୍ବତୋଭାବେ ବିଜୟୀ ଅଟୁ।
୩୭ଜେ ଆମ୍କେ ଆଲାଦ୍ କଲାଇନି, ତାର୍ ସାଇଜ ସଙ୍ଗ୍ ଆମେ ଏ ସବୁର୍ ଉପ୍ରେ ଜିତି ଆଚୁ ।
38 କାରଣ ମୃତ୍ୟୁ କି ଜୀବନ, ଦୂତ କି କର୍ତ୍ତାପଣ, ବର୍ତ୍ତମାନ କି ଭବିଷ୍ୟତ କି ପରାକ୍ରମ,
୩୮ମୁଇ ସତଇସେ ଜାନ୍ଲିନି ଜେ, ପର୍ମେସର୍ ଜନ୍ ବଡ୍ ଆଲାଦ୍ ଆମ୍କେ ଦେକାଇଲାଆଚେ, ସେ ଆଲାଦେଅନି କାଇଟା ମିସା ଆମ୍କେ ବେଗ୍ଲାଇ ନାପାରେ । ଆମେ ମରିଗାଲେ କି ଜିବନ୍ ରଇଲେ, ସରଗର୍ ଦୁତ୍ ଅଅତ୍ କି ସାସନ୍କାରିଆମନ୍, କି କାଇ ବିନ୍ ବପୁ, କି ଏବେ ଜନ୍ଟା ଅଇଲାନି, ପଚ୍କେ ଜନ୍ଟା ଅଇସି,
39 ଉଚ୍ଚସ୍ଥ ବିଷୟ କି ନୀଚସ୍ଥ ବିଷୟ କି ଅନ୍ୟ କୌଣସି ସୃଷ୍ଟ ବସ୍ତୁ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ପ୍ରକାଶିତ ଈଶ୍ବରଙ୍କ ପ୍ରେମରୁ ଯେ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିପାରିବ ନାହିଁ, ଏହା ମୁଁ ନିଶ୍ଚୟ ଜାଣେ।
୩୯ଉପ୍ରର୍ ଦୁନିଆ କି ତଲର୍ ଦୁନିଆ, ଏ ଜଗତେ ତିଆର୍ ଅଇରଇବା କାଇ ବିସଇ ମିସା ପର୍ମେସରର୍ ବଡ୍ ଆଲାଦେ ଅନି ଆମ୍କେ ବେଗ୍ଲାଇ ନାପାରେ । ଆମର୍ ମାପ୍ରୁ ଜିସୁକିରିସ୍ଟକେ ଦେଲା ପରମେସରର୍ ସେ ବଡ୍ ଆଲାଦେ ଅନି, ଏ ସବୁ ବିସଇ ଆମ୍କେ ଦେକାଇଲା ଆଚେ । ଏଟା ମୁଇ ଜାନିଆଚି ।