< ରୋମୀୟ 7 >

1 ହେ ଭାଇମାନେ, ମନୁଷ୍ୟ ଯେପର୍ଯ୍ୟନ୍ତ ଜୀବିତ ଥାଏ, ସେପର୍ଯ୍ୟନ୍ତ ବ୍ୟବସ୍ଥା ଯେ ତାହାର ଉପରେ କର୍ତ୍ତୃତ୍ୱ କରେ, ଏହା ତୁମ୍ଭେମାନେ କଅଣ ଜାଣ ନାହିଁ? ମୁଁ ତ ମୋଶାଙ୍କ ବ୍ୟବସ୍ଥା ଜାଣିଥିବା ଲୋକମାନଙ୍କୁ କହୁଅଛି।
ଏ ବାୟ୍‌ବେଣିମଃନ୍ ଅଃବେ ଜାୟ୍‌ରି କୟ୍‌ଦ୍‌ ବଃଲୁଲେ, ତୁମିମଃନ୍ ସେରି ବୁଜୁକେ ହାରାସ୍‌, ବଃଲେକ୍‌ ତୁମିମଃନ୍ “ମସାର୍‌ ବିଦି” ବିସୟେ ଜାଣିଆଚାସ୍‌ । ମାନାୟ୍‌ ଜୁୟ୍‌ ହଃତେକ୍‌ ଜିବନ୍‌ ରଃୟ୍‌ଦ୍‌ ସେ ହଃତେକ୍‌ ମସାର୍‌ ବିଦି ତଃଳେ ରଃୟ୍‌ଦ୍‌ ।
2 ସ୍ୱାମୀ ଯେପର୍ଯ୍ୟନ୍ତ ଜୀବିତ ଥାଏ, ସେପର୍ଯ୍ୟନ୍ତ ସ୍ତ୍ରୀ ସ୍ୱାମୀ ସହିତ ବ୍ୟବସ୍ଥା ଦ୍ୱାରା ଆବଦ୍ଧ ଥାଏ, କିନ୍ତୁ ସ୍ୱାମୀ ମରିଗଲେ ସ୍ତ୍ରୀ ବିବାହ ବ୍ୟବସ୍ଥାରୁ ମୁକ୍ତ ହୁଏ।
ଅଃଣ୍ଡ୍ରା ଜିବନ୍‌ ରେତା ହଃତେକ୍‌ ତାର୍‌ ଡକୁର୍ସି ତାର୍‌ ସଃଙ୍ଗ୍ ବିବା ବାନ୍ଦୁଣେ ବାନ୍ଦି ଅୟ୍‌ ରଃୟ୍‌ଦ୍‌, ମଃତର୍‌ ଅଃଣ୍ଡ୍ରା ମଃରି ଗଃଲେକ୍‌ ମାୟ୍‌ଜି ଇ ବିଦି ତଃୟ୍‌ହୁଣି ମୁକ୍ଳେଦ୍‌ ।
3 ଅତଏବ, ସ୍ୱାମୀ ବଞ୍ଚି ଥାଉ ଥାଉ ସ୍ତ୍ରୀ ଯଦି ଅନ୍ୟ ପୁରୁଷ ସହିତ ସଂଯୁକ୍ତ ହୁଏ, ତାହାହେଲେ ତାହାକୁ ବ୍ୟଭିଚାରିଣୀ ବୋଲି କୁହାଯିବ; କିନ୍ତୁ ଯଦି ସ୍ୱାମୀ ମରିଯାଏ, ତେବେ ସ୍ତ୍ରୀ ବିବାହ ବ୍ୟବସ୍ଥାରୁ ମୁକ୍ତ ହୁଏ, ଆଉ ଯଦି ସେ ଅନ୍ୟ ପୁରୁଷ ସହିତ ସଂଯୁକ୍ତ ହୁଏ, ତାହାହେଲେ ସେ ବ୍ୟଭିଚାରିଣୀ ହୁଏ ନାହିଁ।
ଅଃଣ୍ଡ୍ରା ଜିବନ୍‌ ରେଉଁ ରେଉଁ, ଡକୁର୍ସି ଜଦି ବିନ୍ ଅଃଣ୍ଡ୍ରାକେ ବିବା ଅୟ୍‌ଦ୍‌, ତାକେ ଦାରିଆଣି ବଃଲି କଃଉଆ ଅୟ୍‌ଦ୍‌; ମଃତର୍‌ ଅଃଣ୍ଡ୍ରା ଜଦି ମଃରେଦ୍‌, ତଃବେ ମାୟ୍‌ଜି ମସାର୍‌ ବିଦି ତଃୟ୍‌ହୁଣି ମୁକ୍ତି ଅୟ୍‌ଦ୍‌, ଆର୍‌ ସେ ବିନ୍ ଅଃଣ୍ଡ୍ରାକେ ବିବା ଅୟ୍‌ଲେକ୍‌, ସେ ଦାରିଆଣି ନୟ୍‌ ।
4 ଏଣୁ ହେ ମୋହର ଭାଇମାନେ, ଖ୍ରୀଷ୍ଟଙ୍କ ଶରୀର ଦ୍ୱାରା ତୁମ୍ଭେମାନେ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ପ୍ରତି ମୃତ ହୋଇଅଛ, ଯେପରି ତୁମ୍ଭେମାନେ ଅନ୍ୟ ସହିତ ସଂଯୁକ୍ତ ହୁଅ, ଅର୍ଥାତ୍‍ ଆମ୍ଭେମାନେ ଈଶ୍ବରଙ୍କ ନିମନ୍ତେ ଫଳ ଉତ୍ପନ୍ନ କରିବା ପାଇଁ ଯେ ମୃତ୍ୟୁରୁ ଉତ୍ଥାପିତ ହୋଇଅଛନ୍ତି, ତାହାଙ୍କ ସହିତ ସଂଯୁକ୍ତ ହୁଅ।
ଏ ମର୍‌ ବାୟ୍‌ବେଣିମଃନ୍ ତୁମିମଃନାର୍‌ ହେଁ ଟିକ୍‌ ସେହର୍‌ । ତୁମିମଃନ୍ ବାପ୍ତିସମ୍‌ ଦଃୟ୍‌ କ୍ରିସ୍ଟର୍‌ ଗଃଗାଳ୍‌ ସଃଙ୍ଗ୍ ମଃର୍ନ୍‌ ବୟ୍‌ଗ୍‌ କଃରି, ତାର୍‌ ଉଟ୍‌ଲାତଃୟ୍‌ ହେଁ ଅଃଦିକାରି ଅୟ୍‌ ଆଚାସ୍‌ ଆର୍‌ ଅଃବେ ତୁମିମଃନ୍ ଇସ୍ୱରାର୍‌ ନିକ ଦଃଙ୍ଗ୍‌ଳା ଅୟ୍‌, ବିଦିର୍‌ ଗିନେ ତୁମିମଃନ୍ ମଃରି ଆଚାସ୍‌ ।
5 କାରଣ ଯେତେବେଳେ ଆମ୍ଭେମାନେ ଶରୀରର ବଶରେ ଥିଲୁ, ସେତେବେଳେ ବ୍ୟବସ୍ଥା ଦ୍ୱାରା ପାପାଭିଳାଷଗୁଡ଼ାକ ଆମ୍ଭମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ମୃତ୍ୟୁ ନିମନ୍ତେ ଫଳ ଉତ୍ପନ୍ନ କରିବାକୁ କାର୍ଯ୍ୟ ସାଧନ କରୁଥିଲା,
କାୟ୍‌ତାକ୍‌ବଃଲେକ୍‌ ଜଃଡେବଃଳ୍‌ ଅଃମିମଃନ୍‌ ଗଃଗାଳାର୍‌ ତଃଳେ ରିଲୁ ସଃଡେବଃଳ୍‌ ବିଦି ତଃୟ୍‌ ହାହ୍‌ ଇଚା ସଃବୁ ଅଃମିମଃନାର୍‌ ସଃର୍ନେ ଗଃଗାଳ୍‌ ବିତ୍ରେ ମଃର୍ନାର୍‌ ଗିନେ ହଃଳ୍‌ ଉବ୍‌ଜାଉଁକ୍‌ କାମ୍‌ କଃର୍ତି ରିଲୁ ।
6 କିନ୍ତୁ ଯେପରି ଆମ୍ଭେମାନେ ଆବଦ୍ଧ ଥିଲୁ, ସେଥିପ୍ରତି ମୃତ ହୋଇ ଆମ୍ଭେମାନେ ବର୍ତ୍ତମାନ ବ୍ୟବସ୍ଥାରୁ ମୁକ୍ତ ହୋଇଅଛୁ; ଏଣୁ ଆମ୍ଭେମାନେ ଆକ୍ଷରିକ ପୁରାତନ ଭାବରେ ଦାସ୍ୟକର୍ମ ନ କରି ଆତ୍ମାରେ ନୂତନ ଭାବରେ ଦାସ୍ୟକର୍ମ କରୁଅଛୁ।
ଅଃବେ ବିଦିଏ ହୁଣି ମୁକ୍ତି ହାୟ୍‌ ଆଚୁ, ବଃଲେକ୍‌ ଜୁୟ୍‌ରି ଦିନେକ୍‌ ଅଃମିକ୍‌ ବାନ୍ଦି କଃରି ରଃକିରିଲି, ସେ ତଃୟ୍‌ହୁଣି ଅଃମି ଅଃବେ ମଃରି ଆଚୁ । ଅଃମି ହୁର୍ବାର୍‌ ହର୍‌ ଲେକାର୍‌ ବିଦିର୍‌ ସେବା ନଃକେରୁ, ପବିତ୍ର ଆତ୍ମା ଦଃକାୟ୍‌ଲା ବାଟେ ଅଃବେ ଅଃମି ଜଃଉଁଲୁ ।
7 ତେବେ, ଆମ୍ଭେମାନେ କଅଣ କହିବା? ମୋଶାଙ୍କ ବ୍ୟବସ୍ଥା କଅଣ ପାପ? ତାହା କେବେ ହେଁ ନ ହେଉ। ବରଂ ପାପ କଅଣ, ତାହା ମୋଶାଙ୍କ ବ୍ୟବସ୍ଥା ବିନା ମୁଁ ଜାଣି ନ ଥାଆନ୍ତି; କାରଣ ଲୋଭ କର ନାହିଁ, ମୋଶାଙ୍କ ବ୍ୟବସ୍ଥା ଏହା କହି ନ ଥିଲେ, ଲୋଭ କଅଣ, ତାହା ମୁଁ ଜାଣି ନ ଥାଆନ୍ତି।
ତଃବେ ଅଃମିମଃନ୍‌ କାୟ୍‌ରି କଃଉଆ? ବିଦି କାୟ୍‌ ହାହ୍‌? ସେରି କଃବେ ହେଁ ନଃଉଅ । ଗଟ୍‌ବାଟ୍‌ ହାହ୍‌ କାୟ୍‌ରି, ସେରି ବିଦି ଚାଡି ମୁୟ୍‌ଁ ନଃଜାଣ୍‌ଲେ ହୁଣି, କାୟ୍‌ତାକ୍‌ବଃଲେକ୍‌ ଲଃବ୍‌ କଃରା ନାୟ୍‌, ବିଦି ଇରି କୟ୍‌ ନଃରିଲେକ୍‌ ଲଃବ୍‌ କାୟ୍‌ରି ସେରି ମୁୟ୍‌ଁ ନଃଜାଣ୍‌ଲେ ହୁଣି ।
8 କିନ୍ତୁ ପାପ ସୁଯୋଗ ପାଇ ଆଜ୍ଞା ଦ୍ୱାରା ମୋʼ ଠାରେ ସବୁପ୍ରକାର ଲୋଭ ଜନ୍ମାଇଲା; କାରଣ ବ୍ୟବସ୍ଥା ବିନା ପାପ ମୃତ।
ମଃତର୍‌ ହାହ୍‌ ବେଳ୍‌ ଦଃକି ବିଦି ଗିନେ ମର୍‌ ତଃୟ୍‌ ସଃବୁ ହଃର୍କାର୍‌ ଲଃବ୍‌ ଜଃଲମ୍‌ କଃଲି; କାୟ୍‌ତାକ୍‌ବଃଲେକ୍‌ ବିଦି ଚାଡି ହାହ୍‌ ମଃଲାର୍‌ ।
9 ଆଉ, ମୁଁ ଏ କ ସମୟରେ ବ୍ୟବସ୍ଥା ବିନା ଜୀବିତ ଥିଲି, କିନ୍ତୁ ଆଜ୍ଞା ଆସନ୍ତେ ପାପ ଜୀବିତ ହେଲା, ପୁଣି, ମୁଁ ମୃତ ହେଲି;
ଆର୍‌, ଦିନେକ୍‌ ମୁୟ୍‌ଁ ବିନା ବିଦିଏ ବଚ୍‌ତିରିଲେ ମଃତର୍‌ ମସାର୍‌ ବିଦି ଆୟ୍‌ଲାକ୍‌ ହାହ୍‌ ଜିବନ୍ ଅୟ୍‌ଲି, ଆରେକ୍‌ ମୁୟ୍‌ଁ ମଃଲେ ।
10 ସେଥିରେ ଜୀବନଦାୟକ ଯେଉଁ ଆଜ୍ଞା, ତାହା ମୋʼ ପକ୍ଷରେ ମୃତ୍ୟୁଦାୟକ ବୋଲି ଜଣାଗଲା।
ସେତାକ୍‌ ଜିବନ୍ ଦେଉଁକେ ଜୁୟ୍‌ ଆଦେସ୍‌ ମର୍‌ ଗିନେ ଆତ୍ମିକ୍‌ ମଃର୍ନ୍‌ ବିସୟ୍‌ ବଃଲି ସେରି ଜାଣା ଗଃଲି ।
11 କାରଣ ପାପ ସୁଯୋଗ ପାଇ ଆଜ୍ଞା ଦ୍ୱାରା ମୋତେ ପ୍ରତାରଣା କଲା, ପୁଣି, ତାହା ଦ୍ୱାରା ମୋତେ ବଧ କଲା।
ବଃଲେକ୍‌ ହାହ୍‌ ବେଳ୍‌ ଦଃକି ବିଦି ମକେ ଟକ୍‌ଲି, ଆର୍‌ ମକେ ଅଃତ୍ୟା କଃଲି ।
12 ଅତଏବ, ବ୍ୟବସ୍ଥା ପବିତ୍ର, ପୁଣି, ଆଜ୍ଞା ପବିତ୍ର, ନ୍ୟାୟସଙ୍ଗତ ଓ ଉତ୍ତମ।
ମସାର୍‌ ବିଦି ପବିତ୍ର; ତାର୍‌ ବଲ୍‌ ସଃବୁ ପବିତ୍ର, ଟିକ୍‌ ଆର୍‌ ନିକ ।
13 ତେବେ, ଯାହା ଉତ୍ତମ, ତାହା କି ମୋʼ ପକ୍ଷରେ ମୃତ୍ୟୁଦାୟକ ହେଲା? ତାହା କେବେ ହେଁ ନ ହେଉ। କିନ୍ତୁ ପାପ ମୃତ୍ୟୁଦାୟକ ହେଲା, ଯେପରି ଯାହା ଉତ୍ତମ, ତାହା ଦେଇ ମୋʼ ପ୍ରତି ମୃତ୍ୟୁ ସାଧନ କରିବା ଦ୍ୱାରା ପାପ, ପାପ ବୋଲି ପ୍ରକାଶ ପାଏ, ପୁଣି, ଯେପରି ଆଜ୍ଞା ଦ୍ୱାରା ପାପ ଅତିଶୟ ପାପମୟ ହୁଏ।
ତଃନ୍‌ ଅୟ୍‌ଲେକ୍‌ ଜୁୟ୍‌ରି ନିକ ସେରି କି ମର୍‌ ଗିନେ ମଃର୍ନାର୍‌ ବିସୟ୍‌ ଅୟ୍‌ରିଲି? ସେରି କଃବେ ହେଁ ନଃଉଅ । ହାହ୍‌ ହଃକା ସେରି କଃଲି, ନିକ ବିଦିକେ ବେବାର୍‌ କଃରି ହାହ୍‌ ମର୍‌ ମଃର୍ନ୍‌ ଗଃଟାୟ୍‌ଲି । ସେତାର୍‌ ଗିନେ ହାହାର୍‌ ଟିକ୍‌ ରୁହ୍‌ ଜାଣା ହଃଳ୍‌ଲି । ତଃବେ ବିଦିର୍‌ ଦଃୟ୍‌ ହାହାର୍‌ ବଃଡେ ବୟ୍‌ଙ୍କାର୍‌ ବିସୟ୍‌ ଜାଣାହଃଳ୍‌ଲି ।
14 ଯେଣୁ, ମୋଶାଙ୍କ ବ୍ୟବସ୍ଥା ଯେ ଆତ୍ମିକ, ଏହା ଆମ୍ଭେମାନେ ଜାଣୁ; କିନ୍ତୁ ମୁଁ ଶାରୀରିକ, ପାପର କ୍ରୀତଦାସ।
ଅଃମିମଃନ୍‌ ଜାଣୁ, ବିଦି ଆତ୍ମିକ୍‌ । ମଃତର୍‌ ମର୍‌ ମଃର୍ତା ଗଃଗାଳ୍‌ ହାହାର୍‌ ଗତିଦଃଙ୍ଗ୍‌ଳା ।
15 କାରଣ ମୁଁ ଯାହା କରେ, ତାହା ଜାଣେ ନାହିଁ; ଯେଣୁ ମୁଁ ଯାହା ଇଚ୍ଛା କରେ, ତାହା କରେ ନାହିଁ, ବରଂ ଯାହା ମୁଁ ଘୃଣା କରେ, ତାହା ହିଁ କରେ।
ମୁୟ୍‌ଁ ଜାୟ୍‌ରି କଃରିନ୍ଦ୍‌ ସେରି ନଃଜାଣି, ମୁୟ୍‌ଁ ଜାୟ୍‌ରି ଇଚା କଃରିନ୍ଦ୍‌ ସେରି ନଃକେରି, ମଃତର୍‌ ମୁୟ୍‌ଁ ଜାୟ୍‌ରି ଗିଣ୍ କଃରିନ୍ଦ୍‌ ସେରି ହଃକା କଃରିନ୍ଦ୍‌ ।
16 କିନ୍ତୁ ଯାହା ମୁଁ ଇଚ୍ଛା କରେ ନାହିଁ, ତାହା ଯଦି କରେ, ତେବେ ବ୍ୟବସ୍ଥା ଯେ ଉତ୍ତମ, ତାହା ମୁଁ ସ୍ୱୀକାର କରେ।
ମଃତର୍‌ ଜାୟ୍‌ରି ମୁୟ୍‌ଁ ଇଚା ନଃକେରି ସେରି ଜଦି କଃରିନ୍ଦ୍‌ ତଃବେ ବିଦି ନିକ ବଃଲି ସେରି ମୁୟ୍‌ଁ ମାନୁଲେ ।
17 ଏଣୁ ମୁଁ ଆଉ ତାହା କରୁ ନାହିଁ, କିନ୍ତୁ ମୋʼ ଠାରେ ବାସ କରୁଥିବା ପାପ ତାହା କରୁଅଛି।
ଇତାକ୍‌ ମୁୟ୍‌ଁ ଆର୍‌ ସେରି ନଃକେରି ମଃତର୍‌ ମର୍‌ ତଃୟ୍‌ ରେତା ହାହ୍‌ ସେରି କଃରୁଲି ।
18 କାରଣ ମୋʼ ଠାରେ, ଅର୍ଥାତ୍‍, ମୋʼ ଶରୀରରେ ଯେକୌଣସି ଉତ୍ତମ ବିଷୟ ବାସ କରେ ନାହିଁ, ଏହା ମୁଁ ଜାଣେ, ଯେଣୁ ମୁଁ ଇଚ୍ଛା କରିପାରୁଅଛି, କିନ୍ତୁ ଯାହା ଉତ୍ତମ, ତାହା କରିବା ନିମନ୍ତେ ମୋହର ସାମର୍ଥ୍ୟ ନାହିଁ।
ଇରି ମୁୟ୍‌ଁ ଜାଣି ମର୍‌ ତଃୟ୍‌, ଗଃଗାଳେ ଜୁୟ୍‌ରି ହେଁ ନିକ ବିସୟ୍‌ ବାସା ନଃକେରେ, ଜଃନ୍ ମୁୟ୍‌ଁ ଇଚା କଃରୁ ହାରୁଲେ, ମଃତର୍‌ ଜାୟ୍‌ରି ନିକ ସେରି କଃରୁକେ ମର୍‌ ବଃଳ୍‌ ନାୟ୍‌ ।
19 କାରଣ ଯେଉଁ ଉତ୍ତମ କର୍ମ କରିବାକୁ ମୁଁ ଇଚ୍ଛା କରେ, ତାହା କରେ ନାହିଁ, କିନ୍ତୁ ଯେଉଁ ମନ୍ଦ କର୍ମ କରିବାକୁ ମୁଁ ଇଚ୍ଛା କରେ ନାହିଁ, ତାହା କରେ।
ବଃଲେକ୍‌ ଜୁୟ୍‌ ନିକ କାମ୍‌ କଃରୁକେ ମୁୟ୍‌ଁ ଇଚା କଃରିନ୍ଦ୍‌, ସେରି ନଃକେରି, ମଃତର୍‌ ଜୁୟ୍‌ କଃରାବ୍‌ କାମ୍‌ କଃରୁକେ ମୁୟ୍‌ଁ ଇଚା ନଃକେରି ସେରି କଃରୁଲେ ।
20 କିନ୍ତୁ ଯାହା ମୁଁ ଇଚ୍ଛା କରେ ନାହିଁ, ତାହା ଯଦି କରେ, ତେବେ ମୁଁ ନିଜେ ତାହା ଆଉ କରେ ନାହିଁ, ମାତ୍ର ମୋʼ ଠାରେ ବାସ କରୁଥିବା ପାପ ତାହା କରେ।
ମଃତର୍‌ ଜୁୟ୍‌ରି ମୁୟ୍‌ଁ ଇଚା ନଃକେରି, ସେରି ଜଦି କଃରିନ୍ଦ୍‌, ତଃବେ ମୁୟ୍‌ଁ ନିଜେ ସେରି ନଃକେରୁଲେ, ମଃତର୍‌ ମର୍‌ ତଃୟ୍‌ ବାସା କଃର୍ତା ହାହ୍‌ ସେରି କଃରୁଲି ।
21 ଅତଏବ, ଉତ୍ତମ କର୍ମ କରିବାକୁ ଇଚ୍ଛୁକ ଯେ ମୁଁ, ମୋʼ ନିକଟରେ ଯେ ମନ୍ଦ ଉପସ୍ଥିତ, ଏହି ବ୍ୟବସ୍ଥା ମୋʼଠାରେ କାର୍ଯ୍ୟ କରେ, ତାହା ମୁଁ ଦେଖୁଅଛି।
ଇରି ମର୍‌ ବିତ୍ରେ କାମ୍‌ କଃରୁଲା ଗଟେକ୍‌ ବିଦି, ମୁୟ୍‌ଁ ଦଃକୁଲେ, ଜଃଡ୍‌ବଃଳ୍‌ ନିକ କାମ୍‌ କଃରୁକେ ମଃନ୍‌ କଃରୁଲେ, ସେରି ନଃକେରି ଜୁୟ୍‌ରି କଃରାବ୍‌ରି ସେରି ହଃକା କଃରୁଲେ ।
22 କାରଣ ଆନ୍ତରିକ ପୁରୁଷର ଭାବାନୁସାରେ ମୁଁ ଈଶ୍ବରଙ୍କ ବ୍ୟବସ୍ଥାରେ ଆନନ୍ଦ କରେ,
ଇସ୍ୱରାର୍‌ ବିଦି ମାନୁକେ ମର୍‌ ମଃନ୍‌ ।
23 କିନ୍ତୁ ମୁଁ ମୋହର ଅଙ୍ଗପ୍ରତ୍ୟଙ୍ଗରେ ଗୋଟିଏ ଭିନ୍ନ ବ୍ୟବସ୍ଥା ଦେଖେ, ତାହା ମୋହର ମନର ବ୍ୟବସ୍ଥା ବିପକ୍ଷରେ ଯୁଦ୍ଧ କରେ, ଆଉ ମୋହର ଅଙ୍ଗପ୍ରତ୍ୟଙ୍ଗରେ ଯେଉଁ ପାପର ବ୍ୟବସ୍ଥା ଅଛି, ମୋତେ ସେଥିର ବନ୍ଦୀ କରିଦିଏ।
ମଃତର୍‌ ମୁୟ୍‌ଁ ମର୍‌ ଗଃଗାଳେ ଗଟେକ୍‌ ବିନ୍ ବିଦି ଦଃକୁଲେ, ସେରି ମର୍‌ ମଃନାର୍‌ ବିଦି ବିରଦେ ଜୁଜ୍‌ କଃରେଦ୍‌ ଆର୍‌ ମର୍‌ ସଃବୁ ଗଃଗାଳେ ଜୁୟ୍‌ ହାହାର୍‌ ବିଦି ଆଚେ ମକେ ସେତି ବାନ୍ଦେଦ୍‌ ।
24 ହାୟ, ଦୁର୍ଭାଗ୍ୟ ମନୁଷ୍ୟ ଯେ ମୁଁ, ମୋତେ ଏହି ମୃତ୍ୟୁର ଶରୀରରୁ କିଏ ଉଦ୍ଧାର କରିବ?
କଃଡେକ୍‌ ବାୟ୍‌ଗ୍‌ ନୟ୍‌ଲାର୍‌ ମୁୟ୍‌ଁ! ମକ୍‌ ଇ ମଃର୍ତା ଗଃଗାଳେ ହୁଣି କେ ମୁକ୍ତି କଃରେଦ୍‌?
25 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଉଦ୍ଧାର ହେତୁ ଈଶ୍ବରଙ୍କର ଧନ୍ୟବାଦ ହେଉ। ଅତଏବ, ମୁଁ ନିଜେ ମନ ଦ୍ୱାରା ଈଶ୍ବରଙ୍କ ବ୍ୟବସ୍ଥାର ଦାସ, କିନ୍ତୁ ଶରୀର ଦ୍ୱାରା ପାପ ବ୍ୟବସ୍ଥାର ଦାସ ଅଟେ।
ଇସ୍ୱରାର୍‌ ଦନ୍ୟବାଦ୍‌, ମାପ୍ରୁ ଜିସୁ କ୍ରିସ୍ଟର୍‌ ଦଃୟ୍‌ ଇରି ସେ ସାଦୁନ୍‌ କଃରିଆଚେ । ତଃବେ ଇରି ଅଃଉଁଲି ମର୍‌ ଅବୁସ୍ତା । ଇସ୍ୱରାର୍‌ ବିଦି ଅଃବ୍‌କା ମୁୟ୍‌ ମର୍‌ ମଃନେ ମାନୁ ହାରି । ମଃତର୍‌ ମର୍‌ ମାନାୟ୍‌ ଗୁଣ୍ ମକେ ହାହାର୍‌ ସେବାକାରି ଅଃଉଁକେ ବଃଳ୍‌ମାଡ୍‌ କଃରୁଲି ।

< ରୋମୀୟ 7 >