< ରୋମୀୟ 6 >

1 ତେବେ, ଆମ୍ଭେମାନେ କଅଣ କରିବା? ଅନୁଗ୍ରହ ଯେପରି ପ୍ରଚୁର ହୁଏ, ଏଥିପାଇଁ କି ପାପରେ ରହିଥିବା?
ପ୍ରଭୂତରୂପେଣ ଯଦ୍ ଅନୁଗ୍ରହଃ ପ୍ରକାଶତେ ତଦର୍ଥଂ ପାପେ ତିଷ୍ଠାମ ଇତି ୱାକ୍ୟଂ କିଂ ୱଯଂ ୱଦିଷ୍ୟାମଃ? ତନ୍ନ ଭୱତୁ|
2 ତାହା କେବେ ହେଁ ନ ହେଉ। ପାପ ପ୍ରତି ମୃତ୍ୟୁ ଯେ ଆମ୍ଭେମାନେ, କିପରି ସେଥିରେ ଆଉ ଆମ୍ଭେମାନେ ଜୀବନ କାଟିବା?
ପାପଂ ପ୍ରତି ମୃତା ୱଯଂ ପୁନସ୍ତସ୍ମିନ୍ କଥମ୍ ଜୀୱିଷ୍ୟାମଃ?
3 ଆମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟ ଯୀଶୁଙ୍କଠାରେ ବାପ୍ତିଜିତ ହୋଇଅଛୁ, ସମସ୍ତେ ଯେ ତାହାଙ୍କ ମରଣରେ ବାପ୍ତିଜିତ ହୋଇଅଛୁ, ଏହା କି ତୁମ୍ଭେମାନେ ଜାଣ ନାହିଁ?
ୱଯଂ ଯାୱନ୍ତୋ ଲୋକା ଯୀଶୁଖ୍ରୀଷ୍ଟେ ମଜ୍ଜିତା ଅଭୱାମ ତାୱନ୍ତ ଏୱ ତସ୍ୟ ମରଣେ ମଜ୍ଜିତା ଇତି କିଂ ଯୂଯଂ ନ ଜାନୀଥ?
4 ଅତଏବ, ଆମ୍ଭେମାନେ ବାପ୍ତିସ୍ମ ଦ୍ୱାରା ମରଣରେ ତାହାଙ୍କ ସହିତ ସମାଧି ପାଇଅଛୁ, ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ୱାରା ମୃତମାନଙ୍କ ମଧ୍ୟରୁ ଯେଉଁ ପ୍ରକାରେ ଉତ୍ଥାପିତ ହେଲେ, ଆମ୍ଭେମାନେ ମଧ୍ୟ ସେହି ପ୍ରକାରେ ଜୀବନର ନୂତନ ଭାବରେ ଆଚରଣ କରୁ;
ତତୋ ଯଥା ପିତୁଃ ପରାକ୍ରମେଣ ଶ୍ମଶାନାତ୍ ଖ୍ରୀଷ୍ଟ ଉତ୍ଥାପିତସ୍ତଥା ୱଯମପି ଯତ୍ ନୂତନଜୀୱିନ ଇୱାଚରାମସ୍ତଦର୍ଥଂ ମଜ୍ଜନେନ ତେନ ସାର୍ଦ୍ଧଂ ମୃତ୍ୟୁରୂପେ ଶ୍ମଶାନେ ସଂସ୍ଥାପିତାଃ|
5 କାରଣ ଯଦି ଆମ୍ଭେମାନେ ତାହାଙ୍କ ମୃତ୍ୟୁର ସାଦୃଶ୍ୟରେ ମୃତ୍ୟୁଭୋଗ କରି ତାହାଙ୍କ ସହିତ ଏକୀଭୂତ ହୋଇଅଛୁ, ତାହାହେଲେ ନିଶ୍ଚୟ ତାହାଙ୍କ ପୁନରୁତ୍ଥାନର ସାଦୃଶ୍ୟରେ ମଧ୍ୟ ଉତ୍ଥିତ ହୋଇ ତାହାଙ୍କ ସହିତ ଏକୀଭୂତ ହେବା।
ଅପରଂ ୱଯଂ ଯଦି ତେନ ସଂଯୁକ୍ତାଃ ସନ୍ତଃ ସ ଇୱ ମରଣଭାଗିନୋ ଜାତାସ୍ତର୍ହି ସ ଇୱୋତ୍ଥାନଭାଗିନୋଽପି ଭୱିଷ୍ୟାମଃ|
6 ଯେପରି ଆମ୍ଭେମାନେ ଆଉ ପାପର ଦାସତ୍ୱରେ ନ ରହୁ, ଏଥିପାଇଁ ପାପର ଶରୀର ବିନଷ୍ଟ ହେବା ନିମନ୍ତେ ଆମ୍ଭମାନଙ୍କର ପୁରାତନ ସ୍ୱଭାବ ଯେ ତାହାଙ୍କ ସହିତ କ୍ରୁଶରେ ହତ ହୋଇଅଛି,
ୱଯଂ ଯତ୍ ପାପସ୍ୟ ଦାସାଃ ପୁନ ର୍ନ ଭୱାମସ୍ତଦର୍ଥମ୍ ଅସ୍ମାକଂ ପାପରୂପଶରୀରସ୍ୟ ୱିନାଶାର୍ଥମ୍ ଅସ୍ମାକଂ ପୁରାତନପୁରୁଷସ୍ତେନ ସାକଂ କ୍ରୁଶେଽହନ୍ୟତେତି ୱଯଂ ଜାନୀମଃ|
7 ଏହା ତ ଆମ୍ଭେମାନେ ଜାଣୁ, କାରଣ ଯେ ମରିଅଛି, ସେ ପାପରୁ ମୁକ୍ତ ହୋଇଅଛି।
ଯୋ ହତଃ ସ ପାପାତ୍ ମୁକ୍ତ ଏୱ|
8 କିନ୍ତୁ ଆମ୍ଭେମାନେ ଯଦି ଖ୍ରୀଷ୍ଟଙ୍କ ସହିତ ମରିଅଛୁ, ତାହାହେଲେ ଆମ୍ଭେମାନେ ଯେ ତାହାଙ୍କ ସହିତ ମଧ୍ୟ ବଞ୍ଚିବା, ଏହା ଆମ୍ଭେମାନେ ବିଶ୍ୱାସ କରୁ।
ଅତଏୱ ଯଦି ୱଯଂ ଖ୍ରୀଷ୍ଟେନ ସାର୍ଦ୍ଧମ୍ ଅହନ୍ୟାମହି ତର୍ହି ପୁନରପି ତେନ ସହିତା ଜୀୱିଷ୍ୟାମ ଇତ୍ୟତ୍ରାସ୍ମାକଂ ୱିଶ୍ୱାସୋ ୱିଦ୍ୟତେ|
9 ଖ୍ରୀଷ୍ଟ ମୃତମାନଙ୍କ ମଧ୍ୟରୁ ଉତ୍ଥାପିତ ହେବାରୁ ଯେ ଆଉ କେବେ ମରିବେ ନାହିଁ, ଏହା ତ ଆମ୍ଭେମାନେ ଜାଣୁ; ତାହାଙ୍କ ଉପରେ ମୃତ୍ୟୁର ଆଉ କର୍ତ୍ତୃତ୍ୱ ନାହିଁ।
ଯତଃ ଶ୍ମଶାନାଦ୍ ଉତ୍ଥାପିତଃ ଖ୍ରୀଷ୍ଟୋ ପୁନ ର୍ନ ମ୍ରିଯତ ଇତି ୱଯଂ ଜାନୀମଃ| ତସ୍ମିନ୍ କୋପ୍ୟଧିକାରୋ ମୃତ୍ୟୋ ର୍ନାସ୍ତି|
10 କାରଣ ସେ ଯେଉଁ ମୃତ୍ୟୁଭୋଗ କଲେ, ତଦ୍ୱାରା ସେ ଥରେ ହିଁ ପାପ ପ୍ରତି ମୃତ ହେଲେ; କିନ୍ତୁ ସେ ଯେଉଁ ଜୀବନରେ ଜୀବିତ, ସେଥିରେ ସେ ଈଶ୍ବରଙ୍କ ପ୍ରତି ଜୀବିତ ଅଟନ୍ତି।
ଅପରଞ୍ଚ ସ ଯଦ୍ ଅମ୍ରିଯତ ତେନୈକଦା ପାପମ୍ ଉଦ୍ଦିଶ୍ୟାମ୍ରିଯତ, ଯଚ୍ଚ ଜୀୱତି ତେନେଶ୍ୱରମ୍ ଉଦ୍ଦିଶ୍ୟ ଜୀୱତି;
11 ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆପଣା ଆପଣାକୁ ପାପ ପ୍ରତି ମୃତ, କିନ୍ତୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଥାଇ ଈଶ୍ବରଙ୍କ ପ୍ରତି ଜୀବିତ ବୋଲି ଗଣନା କର।
ତଦ୍ୱଦ୍ ଯୂଯମପି ସ୍ୱାନ୍ ପାପମ୍ ଉଦ୍ଦିଶ୍ୟ ମୃତାନ୍ ଅସ୍ମାକଂ ପ୍ରଭୁଣା ଯୀଶୁଖ୍ରୀଷ୍ଟେନେଶ୍ୱରମ୍ ଉଦ୍ଦିଶ୍ୟ ଜୀୱନ୍ତୋ ଜାନୀତ|
12 ଅତଏବ ପାପ ତୁମ୍ଭମାନଙ୍କ ମର୍ତ୍ତ୍ୟ ଶରୀରରେ ରାଜତ୍ୱ ନ କରୁ, ତାହା କଲେ, ତୁମ୍ଭେମାନେ ସେଥିର କୁଅଭିଳାଷଗୁଡ଼ାକର ବଶବର୍ତ୍ତୀ ହେବ;
ଅପରଞ୍ଚ କୁତ୍ସିତାଭିଲାଷାନ୍ ପୂରଯିତୁଂ ଯୁଷ୍ମାକଂ ମର୍ତ୍ୟଦେହେଷୁ ପାପମ୍ ଆଧିପତ୍ୟଂ ନ କରୋତୁ|
13 କିମ୍ବା ଆପଣା ଆପଣାର ଅଙ୍ଗପ୍ରତ୍ୟଙ୍ଗକୁ ଅଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ପାପ ନିକଟରେ ସମର୍ପଣ କର ନାହିଁ, କିନ୍ତୁ ମୃତମାନଙ୍କ ମଧ୍ୟରୁ ଜୀବିତ ହେଲା ପରି ଆପଣା ଆପଣାକୁ ଈଶ୍ବରଙ୍କ ନିକଟରେ ସମର୍ପଣ କର, ପୁଣି, ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ଈଶ୍ବରଙ୍କ ନିକଟରେ ସମର୍ପଣ କର।
ଅପରଂ ସ୍ୱଂ ସ୍ୱମ୍ ଅଙ୍ଗମ୍ ଅଧର୍ମ୍ମସ୍ୟାସ୍ତ୍ରଂ କୃତ୍ୱା ପାପସେୱାଯାଂ ନ ସମର୍ପଯତ, କିନ୍ତୁ ଶ୍ମଶାନାଦ୍ ଉତ୍ଥିତାନିୱ ସ୍ୱାନ୍ ଈଶ୍ୱରେ ସମର୍ପଯତ ସ୍ୱାନ୍ୟଙ୍ଗାନି ଚ ଧର୍ମ୍ମାସ୍ତ୍ରସ୍ୱରୂପାଣୀଶ୍ୱରମ୍ ଉଦ୍ଦିଶ୍ୟ ସମର୍ପଯତ|
14 କାରଣ ପାପ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବ ନାହିଁ, ଯେଣୁ ତୁମ୍ଭେମାନେ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନୁହଁ, ମାତ୍ର ଅନୁଗ୍ରହର ଅଧୀନ ଅଟ।
ଯୁଷ୍ମାକମ୍ ଉପରି ପାପସ୍ୟାଧିପତ୍ୟଂ ପୁନ ର୍ନ ଭୱିଷ୍ୟତି, ଯସ୍ମାଦ୍ ଯୂଯଂ ୱ୍ୟୱସ୍ଥାଯା ଅନାଯତ୍ତା ଅନୁଗ୍ରହସ୍ୟ ଚାଯତ୍ତା ଅଭୱତ|
15 ତେବେ କଅଣ? ଆମ୍ଭେମାନେ ଯେ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନୋହୁଁ, ମାତ୍ର ଅନୁଗ୍ରହର ଅଧୀନ ଅଟୁ, ଏଥିନିମନ୍ତେ କି ପାପ କରିବା? ତାହା କେବେ ହେଁ ନ ହେଉ।
କିନ୍ତୁ ୱଯଂ ୱ୍ୟୱସ୍ଥାଯା ଅନାଯତ୍ତା ଅନୁଗ୍ରହସ୍ୟ ଚାଯତ୍ତା ଅଭୱାମ, ଇତି କାରଣାତ୍ କିଂ ପାପଂ କରିଷ୍ୟାମଃ? ତନ୍ନ ଭୱତୁ|
16 ମୃତ୍ୟୁଜନକ ପାପ କିମ୍ବା ଧାର୍ମିକତାଜନକ ଆଜ୍ଞାବହତା, ଏହା ମଧ୍ୟରୁ ଯାହା ନିକଟରେ ତୁମ୍ଭେମାନେ ଆଜ୍ଞାବହ ହେବା ନିମନ୍ତେ ଆପଣା ଆପଣାକୁ ଦାସ ରୂପେ ସମର୍ପଣ କର, ଅର୍ଥାତ୍‍ ଯାହାର ଆଜ୍ଞା ପାଳନ କର, ତାହାର ଯେ ତୁମ୍ଭେମାନେ ଦାସ ଅଟ, ଏହା କଅଣ ଜାଣ ନାହିଁ?
ଯତୋ ମୃତିଜନକଂ ପାପଂ ପୁଣ୍ୟଜନକଂ ନିଦେଶାଚରଣଞ୍ଚୈତଯୋର୍ଦ୍ୱଯୋ ର୍ୟସ୍ମିନ୍ ଆଜ୍ଞାପାଲନାର୍ଥଂ ଭୃତ୍ୟାନିୱ ସ୍ୱାନ୍ ସମର୍ପଯଥ, ତସ୍ୟୈୱ ଭୃତ୍ୟା ଭୱଥ, ଏତତ୍ କିଂ ଯୂଯଂ ନ ଜାନୀଥ?
17 କିନ୍ତୁ ଈଶ୍ବରଙ୍କର ଧନ୍ୟବାଦ ହେଉ ଯେ, ତୁମ୍ଭେମାନେ, ଯେଉଁମାନେ କି ପୂର୍ବରେ ପାପର ଦାସ ଥିଲ, ଏବେ ଯେଉଁ ଶିକ୍ଷାର ଆଦର୍ଶ ନିକଟରେ ସମର୍ପିତ ହୋଇଅଛ, ହୃଦୟ ସହ ସେଥିର ଆଜ୍ଞାବହ ହୋଇଅଛ,
ଅପରଞ୍ଚ ପୂର୍ୱ୍ୱଂ ଯୂଯଂ ପାପସ୍ୟ ଭୃତ୍ୟା ଆସ୍ତେତି ସତ୍ୟଂ କିନ୍ତୁ ଯସ୍ୟାଂ ଶିକ୍ଷାରୂପାଯାଂ ମୂଷାଯାଂ ନିକ୍ଷିପ୍ତା ଅଭୱତ ତସ୍ୟା ଆକୃତିଂ ମନୋଭି ର୍ଲବ୍ଧୱନ୍ତ ଇତି କାରଣାଦ୍ ଈଶ୍ୱରସ୍ୟ ଧନ୍ୟୱାଦୋ ଭୱତୁ|
18 ପୁଣି, ପାପରୁ ମୁକ୍ତ ହୋଇ ଧାର୍ମିକତାର ଦାସ ହୋଇଅଛ।
ଇତ୍ଥଂ ଯୂଯଂ ପାପସେୱାତୋ ମୁକ୍ତାଃ ସନ୍ତୋ ଧର୍ମ୍ମସ୍ୟ ଭୃତ୍ୟା ଜାତାଃ|
19 ତୁମ୍ଭମାନଙ୍କ ମାନବୀୟ ଦୁର୍ବଳତା ହେତୁ ମୁଁ ମନୁଷ୍ୟ ଭାବରେ କହୁଅଛି; ତୁମ୍ଭେମାନେ ଯେପରି ଅଧର୍ମ ନିମନ୍ତେ ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ଅଶୁଚିତା ଓ ଅଧର୍ମ ନିକଟରେ ଦାସ ରୂପେ ସମର୍ପଣ କରିଥିଲ, ସେହିପରି ଏବେ ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ପବିତ୍ରତା ନିମନ୍ତେ ଧାର୍ମିକତା ନିକଟରେ ଦାସ ରୂପେ ସମର୍ପଣ କର।
ଯୁଷ୍ମାକଂ ଶାରୀରିକ୍ୟା ଦୁର୍ବ୍ବଲତାଯା ହେତୋ ର୍ମାନୱୱଦ୍ ଅହମ୍ ଏତଦ୍ ବ୍ରୱୀମି; ପୁନଃ ପୁନରଧର୍ମ୍ମକରଣାର୍ଥଂ ଯଦ୍ୱତ୍ ପୂର୍ୱ୍ୱଂ ପାପାମେଧ୍ୟଯୋ ର୍ଭୃତ୍ୟତ୍ୱେ ନିଜାଙ୍ଗାନି ସମାର୍ପଯତ ତଦ୍ୱଦ୍ ଇଦାନୀଂ ସାଧୁକର୍ମ୍ମକରଣାର୍ଥଂ ଧର୍ମ୍ମସ୍ୟ ଭୃତ୍ୟତ୍ୱେ ନିଜାଙ୍ଗାନି ସମର୍ପଯତ|
20 କାରଣ ତୁମ୍ଭେମାନେ ପାପର ଦାସ ଥିବା ସମୟରେ ଧାର୍ମିକତା ସମ୍ବନ୍ଧରେ ସ୍ୱାଧୀନ ଥିଲ।
ଯଦା ଯୂଯଂ ପାପସ୍ୟ ଭୃତ୍ୟା ଆସ୍ତ ତଦା ଧର୍ମ୍ମସ୍ୟ ନାଯତ୍ତା ଆସ୍ତ|
21 ତେବେ, ସେହି ସମୟରେ ତୁମ୍ଭମାନଙ୍କର କି ଫଳ ଥିଲା? ଯେ ସମସ୍ତ ବିଷୟରେ ତୁମ୍ଭେମାନେ ଏବେ ଲଜ୍ଜାବୋଧ କରୁଅଛ, କେବଳ ସେତିକି ମାତ୍ର; ସେହି ସମସ୍ତର ପରିଣାମ ତ ମୃତ୍ୟୁ।
ତର୍ହି ଯାନି କର୍ମ୍ମାଣି ଯୂଯମ୍ ଇଦାନୀଂ ଲଜ୍ଜାଜନକାନି ବୁଧ୍ୟଧ୍ୱେ ପୂର୍ୱ୍ୱଂ ତୈ ର୍ୟୁଷ୍ମାକଂ କୋ ଲାଭ ଆସୀତ୍? ତେଷାଂ କର୍ମ୍ମଣାଂ ଫଲଂ ମରଣମେୱ|
22 କିନ୍ତୁ ଏବେ ପାପର ଅଧୀନତାରୁ ମୁକ୍ତ ହୋଇ ଈଶ୍ବରଙ୍କ ଦାସ ହେବାରୁ ତୁମ୍ଭେମାନେ ପବିତ୍ରତା ଉଦ୍ଦେଶ୍ୟରେ ଫଳ ପାଉଅଛ, ଆଉ ଏଥିର ପରିଣାମ ଅନନ୍ତ ଜୀବନ। (aiōnios g166)
କିନ୍ତୁ ସାମ୍ପ୍ରତଂ ଯୂଯଂ ପାପସେୱାତୋ ମୁକ୍ତାଃ ସନ୍ତ ଈଶ୍ୱରସ୍ୟ ଭୃତ୍ୟାଽଭୱତ ତସ୍ମାଦ୍ ଯୁଷ୍ମାକଂ ପୱିତ୍ରତ୍ୱରୂପଂ ଲଭ୍ୟମ୍ ଅନନ୍ତଜୀୱନରୂପଞ୍ଚ ଫଲମ୍ ଆସ୍ତେ| (aiōnios g166)
23 କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ବରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। (aiōnios g166)
ଯତଃ ପାପସ୍ୟ ୱେତନଂ ମରଣଂ କିନ୍ତ୍ୱସ୍ମାକଂ ପ୍ରଭୁଣା ଯୀଶୁଖ୍ରୀଷ୍ଟେନାନନ୍ତଜୀୱନମ୍ ଈଶ୍ୱରଦତ୍ତଂ ପାରିତୋଷିକମ୍ ଆସ୍ତେ| (aiōnios g166)

< ରୋମୀୟ 6 >