< ରୋମୀୟ 5 >

1 ଅତଏବ, ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବାରୁ ଆମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ବରଙ୍କ ସହିତ ଶାନ୍ତିରେ ଅଛୁ;
ଏବେ ବିସ୍‌ବାସ୍‍ରେ ନେ ଇସ୍‍ପର୍‍ ଡାଗ୍ରା ଦାର୍ମିକ୍‍ ଡିଙ୍ଗ୍‍ନେଲେଃକେ ବାରି ମାପ୍‍ରୁ ଜିସୁ କିସ୍‌ଟବାନ୍‍ ଇସ୍‍ପର୍‍ ଏତେ ନେ ସାନ୍ତିରେ ମିସୁ ନେଲେଃକେ ।
2 ଯେଉଁ ଅନୁଗ୍ରହର ଅବସ୍ଥା ମଧ୍ୟରେ ଆମ୍ଭେମାନେ ଅଛୁ, ସେଥିରେ ତାହାଙ୍କ ଦ୍ୱାରା ବିଶ୍ୱାସରେ ପ୍ରବେଶ ମଧ୍ୟ କରିଅଛୁ; ପୁଣି, ଆମ୍ଭେମାନେ ଈଶ୍ବରଙ୍କ ଗୌରବର ଭରସାରେ ଦର୍ପ କରୁଅଛୁ।
ଆତେନ୍‌‍ ଜିସୁ ନେନେ ବିସ୍‌ବାସ୍‌ ନ୍‌ସା ଏବେ ନେ ଜିବନ୍‍ଅରିଆ ଇସ୍‍ପର୍‍ନେ ଅନୁଗ୍ର‍ଅ ବିବକେ । ତେସା ଇସ୍‍ପର୍‍ନେ ଗୌରବ୍‍ନେ ଆସା ଆନେକେ ଆମ୍ଲେଡ଼୍ୟାଃଚେ ବକେ ।
3 କେବଳ ତାହା ନୁହେଁ, ସମସ୍ତ କ୍ଳେଶରେ ମଧ୍ୟ ଦର୍ପ କରୁଅଛୁ, ଯେଣୁ କ୍ଳେଶରୁ ଧୈର୍ଯ୍ୟ, ଧୈର୍ଯ୍ୟରୁ ଅନୁଭୂତି,
ସାପା ରକମ୍‍ନେ ଦୁକ୍‍ କସ୍ଟକେ ଡିଗ୍‍ ନେ ସାର୍‍ଦା ଡିଙ୍ଗ୍‌ନେଡିଙ୍ଗ୍‍କେ ମାତର୍‍ ତେରେପେତେ ମାଡିଙ୍ଗ୍‍ଚେ କସ୍‍ଟ ବାନେବାନ୍‍ ମନ୍‍ ବିତ୍‍ରେ ବର୍‍କସ୍‍ ପାଙ୍ଗ୍‍ଏ ।
4 ପୁଣି, ଅନୁଭୂତିରୁ ଭରସା ଯେ ଜନ୍ମେ, ଏହା ଆମ୍ଭେମାନେ ଜାଣୁ।
ବର୍‍କସ୍‍ବାନ୍‍ ଡାଟ୍‍ ଚରିତ୍ର ପାଙ୍ଗ୍‍ଏ ବାରି ଡାଟ୍‍ ଚରିତ୍ର ବାନ୍‍ ଆସା ପାଙ୍ଗ୍‍ଏ ।
5 ଆଉ, ଭରସା ଲଜ୍ଜା ଦିଏ ନାହିଁ, କାରଣ ଆମ୍ଭମାନଙ୍କୁ ପ୍ରଦତ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମ୍ଭମାନଙ୍କ ହୃଦୟରେ ଈଶ୍ବରଙ୍କ ପ୍ରେମ ପ୍ରବାହିତ ହୋଇଅଛି।
ଆସା ଆନେକେ ନିରାସ୍ ଆଡିଙ୍ଗ୍‍ନେସା ଆବି ଣ୍ଡୁ ମାତର୍‍ ଇସ୍‍ପର୍‍ ଆନେକେ ପବିତ୍ର ଆତ୍ମା ବିଚେ ନେଃନେ ରୁଦୟ୍‌ନ୍ନିଆ ମେଁନେ ଆଲାଦ୍ ବିବକେ ।
6 କାରଣ ଯେତେବେଳେ ଆମ୍ଭେମାନେ ନିରୂପାୟ ଥିଲୁ, ସେତେବେଳେ ଖ୍ରୀଷ୍ଟ ଉପଯୁକ୍ତ ସମୟରେ ଅଧାର୍ମିକମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ।
ନେ ଅବସ୍ତାରେ ଲେଃକେଲା ଇସ୍‍ପର୍‍ ସମାନ୍‍ ବେଲା କିସ୍‌ଟ ପାପି ରେମୁଆଁଇଂ ନ୍‌ସା ଗୁଏଃକେ ।
7 ଧାର୍ମିକ ଲୋକ ନିମନ୍ତେ ପ୍ରାୟ କେହି ମୃତ୍ୟୁଭୋଗ କରିବ ନାହିଁ, ଉତ୍ତମ ଲୋକ ନିମନ୍ତେ ଅବା କେହି ପ୍ରାଣ ଦେବାକୁ ସାହସ କରିପାରେ।
ଦାର୍‍ମିକ୍‍ ରେମୁଆଁ ଆତ୍‍ଲା ବିନ୍‍ରେ ନିଜର୍‍ ଜିବନ୍‍ ବିନ୍‍ସା ଉଡ଼ିରୁଆ ଆତ୍ନା ଆର୍‍ ଣ୍ଡୁ । ମାତର୍‍ ଡିଙ୍ଗ୍‍ଏ ତ ନିମାଣ୍ଡା ରେମୁଆଁ ଆତ୍‍ଲା ଜା ଡିଗ୍‍ ଗୁଏନ୍‍ସା ତିଆର୍ ଡିଙ୍ଗ୍‍ୟାଏ ।
8 କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ବର ଆମ୍ଭମାନଙ୍କ ପ୍ରତି ଆପଣା ପ୍ରେମ ସପ୍ରମାଣ କରୁଅଛନ୍ତି।
ମାତର୍‍ ନେ ପାପି ଲେଃକେଲା ଜିସୁ କିସ୍‌ଟ ନେଃ ଆତ୍‍ଲା ନିଜେନେ ଜିବନ୍‍କେ ବିକେ । ଆତେନ୍‌‍ସା ଇସ୍‍ପର୍‍ ଆନେକେ ଉଡ଼ି ଆଲାଦ୍ ଡିଂଡିଂକେ ଆତେନ୍‌‍ ମେଁ ବାସଙ୍ଗ୍‍ବକେ ।
9 ଅତଏବ, ଏହା ଆହୁରି ସୁନିଶ୍ଚିତ ଯେ, ଆମ୍ଭେମାନେ ଏବେ ତାହାଙ୍କ ରକ୍ତ ଦ୍ୱାରା ଧାର୍ମିକ ଗଣିତ ହେବାରୁ ତାହାଙ୍କ ଦ୍ୱାରା ଈଶ୍ବରଙ୍କ କ୍ରୋଧରୁ ରକ୍ଷା ପାଇବା।
କିସ୍‍ଟ ଜିବନ୍‍ ବିଃକ୍ନେ ବାନ୍‍ ଇସ୍‍ପର୍‍ ଆନେକେ ଦାର୍ମିକ୍‍ ଡାଗ୍‍ଚେ ଗ୍ର‍ଅନ୍‌‍ ଡିଙ୍ଗ୍‍ବକେ । ତେଲା ଇସ୍‍ପର୍‍ନେ ଗିସେଃବାନ୍‍ ଆନେକେ ଡିଲାଡିଗ୍ କିସ୍‍ଟ ରକ୍ୟା ଆଃଡିଙ୍ଗ୍‍ଏ ।
10 କାରଣ ଆମ୍ଭେମାନେ ଶତ୍ରୁ ଥିବା ସମୟରେ ଯଦି ଈଶ୍ବରଙ୍କ ସହିତ ତାହାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ମିଳିତ ହେଲୁ, ତାହାହେଲେ, ଆମ୍ଭେମାନେ ମିଳିତ ହୋଇ ତାହାଙ୍କ ଜୀବନ ଦ୍ୱାରା ନିଶ୍ଚୟ ପରିତ୍ରାଣ ପାଇବା।
ନେ ଇସ୍‍ପର୍‍ନେ ସତ୍ରୁ ଲେଃବେଲା ମେଁନେ ଉଙ୍ଗ୍‍ଡେ ନେ ଆତ୍‍ଲା ଜିବନ୍‍ ବିକେ ମେଁବାନ୍‍ ଇସ୍‍ପର୍‍ ଏତେ ନେନେ ବାର୍‌ମୁଇଂତର୍‍ କୁଡ଼େଃଆର୍‌କେ । ଇସ୍‍ପର୍‍ ଏତେ ବାର୍‌ମୁଇଂତର୍‍ କୁଡ଼େକ୍ନେ ଇଡ଼ିଙ୍ଗ୍‍ ଏବେ କିସ୍‍ଟନେ ଜିବନ୍‍ ବାନ୍‍ ପରିତ୍ରାନ୍‍ ବାନ୍‍ସା ନେ ଉଡ଼ି ଅଦିକ୍‍ ସୁଜଗ୍‍ ବା ନେୟା?
11 ପୁଣି, କେବଳ ତାହା ନୁହେଁ, କିନ୍ତୁ ଆମ୍ଭମାନଙ୍କ ଯେଉଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭେମାନେ ଏବେ ମିଳନ ଲାଭ କରିଅଛୁ; ତାହାଙ୍କ ଦ୍ୱାରା ଆମ୍ଭେମାନେ ଈଶ୍ବରଙ୍କଠାରେ ଦର୍ପ ମଧ୍ୟ କରୁଅଛୁ।
ମାତର୍‍ ଆୟତନ୍ନିଆ ଣ୍ଡୁ ମାପ୍‍ରୁ ଜିସୁ କିସ୍‌ଟବାନ୍‍ ଇସ୍‍ପର୍‍ ଆଣ୍ଡିନେ ସାପା କାମ୍ ଡିଙ୍ଗ୍‍ ବକେ, ଆତେନ୍‌‍ସା ନେନେ ରୁଦୟ୍‍ ଜାବର୍‌ ସାର୍ଦା ଡିଂଲେଃକେ । ଆତେନ୍‌‍ ଜିସୁ ଇସ୍‍ପର୍‍ ଏତେ ଆନେକେ ବାର୍‌ମୁଇଂତର୍‍ ଆମିସୁବକେ ।
12 ଅତଏବ, ଯେପରି ଜଣେ ଲୋକ ଦ୍ୱାରା ପାପ ଓ ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେହି ପ୍ରକାରେ ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା, ଯେଣୁ ସମସ୍ତେ ତ ପାପ କଲେ।
ମୁଇଂଜା ବାନ୍‍ ମଞ୍ଚ୍‌ପୁର୍‌ ପାପ୍‍ ଗାକେ ବାରି ପାପ୍‍ବାନ୍‍ ଗୁଏ ପାଙ୍ଗ୍‍କେ । ସାପାରେ ପାପ୍‍ ଡିଙ୍ଗ୍‍ନେବଗେସା ଗୁଏନେ ସର୍‍ତେ ରେମୁଆଁ ଜାତି ଆଡ଼ାତ୍ରା ପାଙ୍ଗ୍‍କେ ।
13 କାରଣ ମୋଶା ବ୍ୟବସ୍ଥା ପ୍ରାପ୍ତ କରିବା ପର୍ଯ୍ୟନ୍ତ ପାପ ଜଗତରେ ଥିଲା, କିନ୍ତୁ ବ୍ୟବସ୍ଥା ନ ଥିଲେ ପାପ ଗଣାଯାଏ ନାହିଁ;
ନିୟମ୍‍ ପାଙ୍ଗ୍‍ନେ ସେନୁଗ୍‌ଆ ମଞ୍ଚ୍‌ପୁର୍‍ନ୍ନିଆ ପାପ୍‍ ଲେଃଗେ: ମାତର୍‍ ନିୟମ୍‍ ଆଲେ କେଲା ପାପ୍‍ନେ ଇସାବ୍ ଆବଗେ ଣ୍ଡୁ ।
14 ତଥାପି ଯେଉଁମାନେ ଆଦମଙ୍କ ଆଜ୍ଞାଲଙ୍ଘନ ସଦୃଶ ପାପ କରି ନ ଥିଲେ, ଆଦମଙ୍କଠାରୁ ମୋଶାଙ୍କ ପର୍ଯ୍ୟନ୍ତ ସେମାନଙ୍କ ଉପରେ ସୁଦ୍ଧା ମୃତ୍ୟୁ ରାଜତ୍ୱ କରିଥିଲା; ଯାହାଙ୍କ ଆଗମନର କଥା ଥିଲା, ଆଦମ ତାହାଙ୍କର ପ୍ରତିରୂପ।
ଆଦମନେ ବେଲାବାନ୍‍ ମୋଶାନେ ବେଲା ଜାକ ଜା ଡିଗ୍‍ ଆଦମ ରକମ୍‍ ଆଦେସ୍‍ ଅମାନି ଡିଙ୍ଗ୍‍ଚେ ପାପ୍‍ ଡିଙ୍ଗ୍‍ଆବଲା ଡିଗ୍‍ ସାପାରେ ଗୁଏ ଆର୍‍କେ । ଜା ପାଙ୍ଗ୍‍ନେ ଲେଃଗେ ଆଦମ ମେଁନେ ମୁର୍‍ତି ରକମ୍‍ ।
15 କିନ୍ତୁ ଅପରାଧ ଯେପରି, ଅନୁଗ୍ରହ ଦାନ ମଧ୍ୟ ଯେ ସେହିପରି, ତାହା ନୁହେଁ, କାରଣ ଯଦି ଜଣକର ଅପରାଧ ଦ୍ୱାରା ଅନେକେ ମୃତ୍ୟୁଭୋଗ କଲେ, ତାହାହେଲେ ଈଶ୍ବରଙ୍କ ଅନୁଗ୍ରହ ଓ ଜଣେ ମନୁଷ୍ୟଙ୍କ, ଅର୍ଥାତ୍‍ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଦତ୍ତ ଦାନ ଅନେକଙ୍କ ପ୍ରତି ଅଧିକ ପ୍ରଚୁର ହେଲା।
ମାତର୍‍ ଆକେନ୍‍ ମ୍ୱାୟା ବିତ୍‍ରେ ଜାବର୍‌ ବିନ୍‌ ବିନ୍‌ ସାମୁଆଁ ଲେଃକେ । ଆଦାମ୍‍ନେ ପାପ୍‍ ବାରି ଇସ୍‍ପର୍‍ନେ ଅମୁଲ୍ୟ ଦାନ୍‍ନେ ବପୁ ସମାନ୍‍ ଣ୍ଡୁ । ମୁଇଂ ରେମୁଆଁନେ ପାପ୍‍ ସା ଗୁଲେରୁଆ ଗୁଏ ଆର୍‍କେ । ମାତର୍‍ ଇସ୍‍ପର୍‍ ମେଁ ମ୍ନା ଅନୁଗ୍ର‍ଅରେ ବାରି ମୁଇଂ ରେମୁଆଁ ମାପ୍‍ରୁ ଜିସୁ କିସ୍‌ଟବାନ୍‍ ରେମୁଆଁଇଂ ନ୍‌ସା ମୁଡ଼ି ଦାନ୍‍ ବିନେ ନିୟମ୍‍ ଆଡିଙ୍ଗ୍‍କେ ଆତେନ୍‌‍ ଜାବର୍‌ ବପୁ ଡିଙ୍ଗ୍‍କେ ।
16 ଆଉ, ଜଣେ ପାପ କରିବାରୁ ଯେପରି ଫଳ ହେଲା, ଏହି ଦାନର ଫଳ ସେପରି ନୁହେଁ, କାରଣ ଜଣକ ହେତୁ ଯେଉଁ ବିଚାର, ସେଥିର ଫଳ ଦଣ୍ଡାଜ୍ଞା ହେଲା, କିନ୍ତୁ ଅନେକଙ୍କ ଅପରାଧ ସ୍ଥଳେ ଯେଉଁ ଅନୁଗ୍ରହ ଦାନ, ସେଥିର ଫଳ ଧାର୍ମିକଗଣନା ହେଲା;
ମୁଇଂ ରେମୁଆଁନେ ପାପ୍‍ ନ୍‌ସା ରେମୁଆଁ ବିଚାର୍‍ନାନ୍ନିଆ ତୁଆଁଚେ ଦସ୍‍ ବାକେ; ମାତର୍‍ ଗୁଲେରେନେ ଜାବର୍‌ ପାପ୍‍ ଲେଲା ଡିଗ୍‍ ବାରି କେମା ବାନ୍‍ସା ମେଃଡିଗ୍‍ ଦର୍‌କାର୍‌ ମାଲେଚେ ଡିଗ୍ ଇସ୍‍ପର୍‍ନେ ଆତେନ୍‌‍ ଦାନ୍‍ ବିବକ୍ନେ ଏବେ ରେମୁଆଁ ଦସି ଣ୍ଡୁ ଡାଗ୍‍ଚେ ମ୍ୟାଃଆର୍‍ଏ ।
17 ଯେଣୁ ଯଦି ଜଣକର ଅପରାଧରେ ସେହି ଜଣକ ଦ୍ୱାରା ମୃତ୍ୟୁ ରାଜତ୍ୱ କଲା, ତେବେ ଯେଉଁମାନେ ଅନୁଗ୍ରହ ଓ ଧାର୍ମିକତା ଦାନର ପ୍ରଚୁରତା ପ୍ରାପ୍ତ ହୁଅନ୍ତି, ସେମାନେ ଏକ ବ୍ୟକ୍ତି, ଅର୍ଥାତ୍‍ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆହୁରି ଅଧିକ ରୂପେ ଜୀବନରେ ରାଜତ୍ୱ କରିବେ।
ସତ୍‍ରେ ମୁଇଂ ରେମୁଆଁନେ ପାପ୍‍ ନ୍‌ସା ଗୁଏକେ ସାସନ୍‍ ଡିଙ୍ଗ୍‍ଣ୍ଡ୍ରେ ତାର୍‍କେ: ମାତର୍‍ ବିନ୍‍ରେ ବା ଜିସୁ କିସ୍‌ଟ ମେଁ ଡିଙ୍ଗ୍‍ବକେ ଆତେନ୍‌‍ ଉଡ଼ି ମ୍ନା ବିସୟ୍‍ । ସାପାରେ ଇସ୍‍ପର୍‍ନେ ଜବର୍‍ ଅନୁଗ୍ର‍ଅବାନ୍‍ ବିନା ମୁଲ୍ୟରେ ଇସ୍‍ପର୍‍ ଡାଗ୍ରା ଦାର୍ମିକ୍‍ ଡାଗ୍‍ଚେ ଆଃସୁଏଃଆର୍‍ଏ ମେଇଂ କିସ୍‍ଟ ଏତେ ଜିତେନେ ଜିବନ୍‍ ଜାପନ୍‍ ଡିଙ୍ଗ୍‍ଆର୍‍ଏ ।
18 ଅତଏବ, ଜଣକର ଅପରାଧର ଫଳ ସ୍ୱରୂପେ ଯେପରି ସମସ୍ତ ମନୁଷ୍ୟଙ୍କ ପ୍ରତି ଦଣ୍ଡାଜ୍ଞା ଘଟିଲା, ସେହିପରି ମଧ୍ୟ ଜଣକର ଧାର୍ମିକତାର କର୍ମର ଫଳ ସ୍ୱରୂପେ ସମସ୍ତ ମନୁଷ୍ୟଙ୍କ ପ୍ରତି ଜୀବନଦାୟକ ଧାର୍ମିକଗଣନା ଘଟିଲା।
ମୁଇଂଜାନେ ପାପ୍‍ ଡିଡିରକମ୍‍ ସାପା ରେମୁଆଁ ଜାତିକେ ଡଣ୍ଡ୍‍ ଆଡିଙ୍ଗ୍‍କେ ଦେତ୍‍ରକମ୍‍ ମୁଇଂଜାନେ ଦାର୍ମିକ୍‍ ସାମୁଆଁ ସାପା ରେମୁଆଁ ଜାତି ଆତ୍‍ଲା ମୁକ୍‍ତି ବାରି ଜିବନ୍‍ କାଟେନେ ସୁଜଗ୍‍ ଡୁଙ୍ଗ୍‍ପାଙ୍ଗ୍‍ବିବକେ ।
19 କାରଣ ଯେପରି ଜଣକର ଅନାଜ୍ଞାବହତା ଦ୍ୱାରା ଅନେକେ ପାପୀ ହେଲେ, ସେହିପରି ମଧ୍ୟ ଜଣକର ଆଜ୍ଞାବହତା ଦ୍ୱାରା ଅନେକେ ଧାର୍ମିକ ହେବେ।
ମୁଇଂଜାନେ ଅମାନି ସା ଡିଡିରକମ୍‍ ସାପାରେ ପାପି ଡିଙ୍ଗ୍‍ଆର୍‍କେ ଦେତ୍‍ରକମ୍‍ ମୁଇଂଜାନେ ଆଦେସ୍‍ ପାଲେ ବାନ୍‌ସା ସାପାରେ ଇସ୍‍ପର୍‍ ଡାଗ୍ରା ଦାର୍ମିକ୍‍ ଡିଙ୍ଗ୍‍ଆର୍‍ଏ ।
20 ଏହା ଛଡ଼ା ମୋଶାଙ୍କ ବ୍ୟବସ୍ଥା ମଧ୍ୟ ପ୍ରବେଶ କଲା, ଯେପରି ଅପରାଧ ଅଧିକ ହୁଏ; କିନ୍ତୁ ଯେଉଁଠାରେ ପାପ ଅଧିକ ହେଲା, ସେହିଠାରେ ଅନୁଗ୍ରହ ଆହୁରି ଅତି ଅଧିକ ହେଲା,
ନିୟମ୍‍ ତାର୍‍କ୍ନେ ବାନ୍‍ ଦଦ୍ୟା‍ କାମ୍‍ ଜାବର୍‌ ଡିଙ୍ଗ୍‍ୱେକେ । ମାତର୍‍ ପାପ୍‍ ମ୍ନାନେ ସାଙ୍ଗେ ସାଙ୍ଗେ ଇସ୍‍ପର୍‍ନେ ଅନୁଗ୍ର‍ଅ ଡିଗ୍‍ ଜାବର୍‌ ଜବର୍‍ ଡିଙ୍ଗ୍‍କେ ।
21 ଯେପରି ପାପ ଯେପ୍ରକାରେ ମୃତ୍ୟୁରେ ରାଜତ୍ୱ କରିଥିଲା, ସେହିପରି ଅନୁଗ୍ରହ ମଧ୍ୟ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନନ୍ତ ଜୀବନଦାୟକ ଧାର୍ମିକତା ଦାନ କରି ରାଜତ୍ୱ କରିବ। (aiōnios g166)
ପାପ୍ ଡିଡିରକମ୍‍ ଗୁଏନେ ବାନ୍‍ ନିଜେନେ ନ୍ତା ଞ୍ଜା ଆରେବକେ ଦେତ୍‍ରକମ୍‍ ଇସ୍‍ପର୍‍ନେ ଅନୁଗ୍ର‍ଅ ମାପ୍‍ରୁ ଜିସୁ କିସ୍‌ଟନେ ଦୟା ଦରମ୍‍ରେ ଆନେକେ ଦରମ୍‌ଣ୍ଡ୍ରେ ଡାଗ୍‍ଚେ ଏଜାଚେ ମାଡାନେ ଜିବନ୍‍ ବିଏ । (aiōnios g166)

< ରୋମୀୟ 5 >