< ରୋମୀୟ 3 >

1 ତେବେ ଯିହୁଦୀ ଲୋକର ବିଶେଷ କଅଣ? ସୁନ୍ନତର ବା ଉପକାର କଅଣ? ସବୁ ପ୍ରକାରେ ବହୁତ।
ତାବ୍‌ଦ ଗ୍ରୀକ୍‌ ହଡ଼କତାଃଏତେ ଯିହୁଦୀ ହଡ଼କଆଃ ପୁରାଃ ସୁବିଧା ଚିନାଃ ତାନାଃ? ଚାଏ ଖାତ୍‌ନାଅକାନ୍‌ରେୟାଃ ଚିକାନ୍‌ ସୁବିଧା ମେନାଃ?
2 ସର୍ବପ୍ରଥମେ, ଈଶ୍ବରଙ୍କ ବାକ୍ୟ ସେମାନଙ୍କଠାରେ ସମର୍ପିତ ହୋଇଥିଲା।
ହେଗି, ଯିହୁଦୀ ହଡ଼କତାଃରେ ପୁରାଃ ବିଶେଷ୍‌ ବିଷାଏକ ମେନାଃ । ସବେନାଃଏତେ ବିଶେଷ୍‌ କାଜି ହବାଅଃତାନା, ପାର୍‌ମେଶ୍ୱାର୍‌ ଆୟାଃ ବିଷାଏରେ କାଜିରାଃ ବାହାରମ୍‌ ଯିହୁଦୀକକେ ପାହିଲାତେ ଏମାକାଦ୍‌କଆ ।
3 ତେବେ କଅଣ? ଯଦି ଯିହୁଦୀମାନଙ୍କ ମଧ୍ୟରୁ କେହି କେହି ଅବିଶ୍ୱସ୍ତ ହେଲେ, ସେମାନଙ୍କର ଅବିଶ୍ଵସ୍ତତା କଅଣ ଈଶ୍ବରଙ୍କ ବିଶ୍ୱସ୍ତତାକୁ ନିଷ୍ଫଳ କରିବ?
ମେନ୍‌ଦ ଚିମିନ୍‌ ହଡ଼କ କା ପାତିୟାର୍‌ରଃ ଲେକାନ୍‌କ ତାନ୍‌କ, ଏନାତେ ଚିନାଃ ପାର୍‌ମେଶ୍ୱାର୍‌ କା ପାତିୟାର୍‌ରଃ ଲେକାନ୍‌ନିଃ ହବାଅଃଆଏ?
4 ତାହା କେବେ ହେଁ ନ ହେଉ, ବରଂ ପ୍ରତ୍ୟେକ ମନୁଷ୍ୟ ମିଥ୍ୟାବାଦୀ ହେଲେ ହେଉ, କିନ୍ତୁ ଈଶ୍ବର ସତ୍ୟ ବୋଲି ସ୍ୱୀକାର କରାଯାଉ, ଯେପରି ଲେଖାଅଛି, “ତୁମ୍ଭେ ଆପଣା ବାକ୍ୟରେ ଧାର୍ମିକ ବୋଲି ଜଣାଯିବ, ପୁଣି, ବିଚାରିତ ହେବା ସମୟରେ ବିଜୟୀ ହେବ।”
କାହାଗି, ଏନ୍‌କାଦ ଆଲ ହବାଅଃକା । ସବେନ୍‌ ହଡ଼କ ହସଡ଼ ହବାଅଃରେୟ ପାର୍‌ମେଶ୍ୱାର୍‌ ସାର୍‌ତି ତାନିଃ । ଧାରାମ୍ ପୁଥିରେ ଅଲାକାନା, “ଆମାଃ କାଜି ହରାତେ ଆମ୍‌ ଧାର୍‌ମାନ୍ ମେନ୍ତେମ୍‌ ସାରିୟଃଆ, ଆମ୍‌ ବିଚାରଃତାନ୍‌ ଇମ୍‌ତା ଜିନିତାଅ ନାମେୟାଁମ୍‌ ।”
5 କିନ୍ତୁ ଯଦି ଆମ୍ଭମାନଙ୍କର ଅଧାର୍ମିକତା ଈଶ୍ବରଙ୍କ ଧାର୍ମିକତା ପ୍ରମାଣ କରେ, ତେବେ ଆମ୍ଭେମାନେ କଅଣ କହିବା? ଯେଉଁ ଈଶ୍ବର କ୍ରୋଧରେ ପ୍ରତିଫଳ ଦିଅନ୍ତି, ସେ କି ଅଧାର୍ମିକ? ମୁଁ ମନୁଷ୍ୟର ବିଚାର ଅନୁସାରେ କହୁଅଛି।
ନେତାଃରେ ମିଆଁଦ୍‌ କୁନୁଲି ହବାସାକାଅଆଃ, ଆବୁ ଏତ୍‌କାନ୍‌ କାମି ରିକାଃବୁ ଇମ୍‌ତା ଆଟ୍‌କାରଃଆ ଯେ ପାର୍‌ମେଶ୍ୱାର୍‌ଆଃ କାମି ବୁଗିନାଃତାନାଃ, ଏନାତେ ପାର୍‌ମେଶ୍ୱାର୍‌ ଆବୁକେ ସାଜାଇ ଏମାବୁତାନ୍‌ ଇମ୍‌ତା ଇନିଃ ଗୁହ୍ନାଁଁ କାମି ରିକାଏତାନା ମେନ୍ତେ କାଜି ଦାଡ଼ିୟାବୁଚି? ଆଇଙ୍ଗ୍‌ ହଡ଼ ଲେକା କାଜିତାନାଇଙ୍ଗ୍‌ ।
6 ତାହା କେବେ ହେଁ ନ ହେଉ, କାରଣ ତାହାହେଲେ ଈଶ୍ବର କିପରି ଜଗତର ବିଚାର କରିବେ?
କାହାଗି ଏନ୍‌କା ଆଲକା ହବାଅଃକା, ପାର୍‌ମେଶ୍ୱାର୍‌ ନ୍ୟାୟ ଏମ୍‌ନିଃ ନାହାଁଲିଃ ରେଦ ଇନିଃ ଚିଲ୍‌କାତେ ଅତେଦିଶୁମ୍‌ରାଃ ବିଚାର୍‌ ରିକା ଦାଡ଼ିୟାଏ?
7 କିନ୍ତୁ ଯଦି ମୋହର ମିଥ୍ୟା ଦ୍ୱାରା ଈଶ୍ବରଙ୍କ ସତ୍ୟ ତାହାଙ୍କ ଗୌରବ ନିମନ୍ତେ ପ୍ରଚୁର ଭାବରେ ବୃଦ୍ଧି ପାଇଲା, ତାହାହେଲେ ମୁଁ ମଧ୍ୟ ଆଉ କାହିଁକି ପାପୀ ବୋଲି ବିଚାରିତ ହେଉଅଛି?
ମେନ୍‌ଦ ଆଇଁୟାଃ କା ସାନାର୍‌ତି ହରାତେ ପାର୍‌ମେଶ୍ୱାର୍‌ଆଃ ସାନାର୍‌ତିତେୟାଃ ପୁରାଃତେ ପୁରାଗି ଉଦୁବଃଆ ଆଡଃ ଇନିୟାଃ ମାନାରାଙ୍ଗ୍‌ ହବାଅଃରେଦ, ଆଇଙ୍ଗ୍‌ ପାପି ମେନ୍ତେ ଚିନାଃ ନାଙ୍ଗ୍‌ ସାଜାଇ ନାମେୟାଇଙ୍ଗ୍‌?
8 ଆଉ, ଭଲ ଫଳ ଫଳିବା ନିମନ୍ତେ ଆସ, ମନ୍ଦ କର୍ମ, ଏହା ଆମ୍ଭେମାନେ କହୁଅଛୁ ବୋଲି ଯେପରି କେହି କେହି ଆମ୍ଭମାନଙ୍କର ଗ୍ଳାନି କରି କହନ୍ତି, ସେପରି ବା କାହିଁକି ନ କରିବା? ଏମାନଙ୍କର ଦଣ୍ଡ ଯଥାର୍ଥ।
ଆବୁ ଚିନାଃମେନ୍ତେ କାବୁ କାଜିୟାତାମ୍‌, “ଦଲାବୁ ଏତ୍‌କାନ୍‌ କାମିକବୁ ରିକାୟା, ଏନାତେ ବୁଗିନ୍‌ଆଃ ହିଜୁଃଆ?” ଆଇଙ୍ଗ୍‌ ଠାଉକାଗି ନେ କାଜିକ କାଜିକେଦ୍‌ ହରାତେ, ପୁରାଃ ହଡ଼କ ଆଇଙ୍ଗ୍‌କେ ଲାନ୍ଦାକେଦିୟାଁକ ଆଡଃ ଚିଟାକେଦିୟାଁକ । ନେଆଁଁ ନାଗେନ୍ତେ ଇନ୍‌କୁ ସାଜାଇକ ନାମେଗିୟା ।
9 ତେବେ କଅଣ? ଆମ୍ଭେମାନେ କି ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ? ନା, କୌଣସି ପ୍ରକାରେ ନୁହେଁ, କାରଣ ଯିହୁଦୀ ଓ ଗ୍ରୀକ୍‍ ସମସ୍ତେ ଯେ ପାପର ଅଧୀନ, ଆମ୍ଭେମାନେ ପୂର୍ବରେ ଉଭୟଙ୍କ ବିରୁଦ୍ଧରେ ଏହି ଅଭିଯୋଗ କରିଅଛୁ,
ତାବ୍‌ଦ, ଆବୁ ଯିହୁଦୀ ହଡ଼କ ଗ୍ରୀକ୍‌ ହଡ଼କତାଃଏତେ ଚିନାଃ ପୁରାଃ ବୁଗିନାଃବୁ? କାହାଗି, ଯିହୁଦୀ ହଡ଼ ଆଡଃ ଗ୍ରୀକ୍‌ ହଡ଼ ସବେନ୍‌କ ମିଦ୍‌ଗିୟାକ ମେନ୍ତେ ଆଇଙ୍ଗ୍‌ ସିଦାରେଗିଇଙ୍ଗ୍‌ କାଜି ଚାବାକାଦା, ଇନ୍‌କୁ ସବେନ୍‌କ ଆକଆଃ ଆପ୍‌ନାଃ ପାପ୍‌ରେୟାଃ ଆକ୍‌ତେୟାର୍‌ରେ ମେନାକଆ ।
10 ଯେପରି ଲେଖାଅଛି, “ଧାର୍ମିକ କେହି ନାହିଁ, ନା, ଜଣେ ସୁଦ୍ଧା ନାହିଁ,
୧୦ଧାରାମ୍‌ ପୁଥିରେ ଅଲାକାନା, “ଧାର୍‌ମାନ୍ ହଡ଼ ଜେତାଏ ବାଙ୍କଆ, ମିହୁଡ଼୍‌ହଁ ବାଙ୍କଆ,
11 ଯେ ବୁଝେ, ଏପରି କେହି ନାହିଁ; ଯେ ଈଶ୍ବରଙ୍କ ଅନ୍ୱେଷଣ କରେ, ଏପରି ଜଣେ ନାହିଁ;
୧୧ମିହୁଡ଼୍‌ହଁ ସେଣାଁଁନ୍‌ ହଡ଼ ବାଙ୍କଆ, ଚାଏ ପାର୍‌ମେଶ୍ୱାର୍‌କେ ସାର୍‌ତିତେ ଦାଣାଁଇନିଃ ଜେତାଏ ବାଙ୍କଆ ।
12 ସେମାନେ ସମସ୍ତେ ବିପଥରେ ଯାଇଅଛନ୍ତି, ଏକସାଙ୍ଗରେ ଅକର୍ମଣ୍ୟ ହୋଇଅଛନ୍ତି ଯେ ସତ୍କର୍ମ କରେ, ଏପରି କେହି ନାହିଁ, ନା, ଏପରି ଜଣେ ହେଲେ ନାହିଁ।
୧୨ଇନ୍‌କୁ ସବେନ୍‌କ ପାର୍‌ମେଶ୍ୱାର୍‌ତାଃଏତେ ସାଙ୍ଗିନାକାନାକ, ସବେନ୍‌କ ହରା ଆଦାକାଦାକ, ଜେତାଏ ମିହୁଡ଼୍‌ହଁ ବୁଗିନ୍‌ କାମି କାକ ରିକାତାନା ।
13 ସେମାନଙ୍କ କଣ୍ଠ ଉନ୍ମୁକ୍ତ ସମାଧି, ସେମାନେ ଆପଣା ଆପଣା ଜିହ୍ୱାରେ ଛଳନା କରିଅଛନ୍ତି, ସେମାନଙ୍କ ଓଷ୍ଠ ତଳେ କାଳସର୍ପର ବିଷ ଅଛି,
୧୩ଇନ୍‌କୁଆଃ ମଚାରାଃ କାନାଜି ଉରାକାନ୍‌ ତପାଗାଡ଼ା ଲେକାନାଃ ତାନାଃ, ଆଲାଙ୍ଗ୍‌ହେତେ ଏତ୍‌କାନ୍‌ ବେଦା ଲିଙ୍ଗିୟଃତାନା, ଆଡଃ ଇନ୍‌କୁଆଃ ମଚାଏତେ ଅଡଙ୍ଗ୍‌ତାନ୍‌ କାଜି, ବରୱାନ୍‌ ବିଙ୍ଗ୍‌ରାଃ ବିଷ୍‌ ଲେକାନାଃ ତାନାଃ,
14 ସେମାନଙ୍କ ମୁଖ ଅଭିଶାପ ଓ କଟୁତାରେ ପୂର୍ଣ୍ଣ;
୧୪ଇନ୍‌କୁଆଃ ଜାଗାର୍‌ ମେହେର୍‌ତେ ଆଡଃ ସାର୍‌ପାଅତେ ପେରେଜାକାନା ।
15 ସେମାନଙ୍କ ପାଦ ରକ୍ତପାତ କରିବାକୁ ଦ୍ରୁତଗାମୀ,
୧୫ଇନ୍‌କୁ ଏଟାଃକକେ ନକ୍‌ସାନ୍‌ ଆଡଃ ଗଗଏଃ ନାଗେନ୍ତେ ସେକାଡ଼ାକାନ୍‌ଗିକ ତାଇନାଃ ।
16 ସେମାନଙ୍କ ପଥରେ ବିନାଶ ଓ କ୍ଳେଶ,
୧୬ଇନ୍‌କୁ ଜିୟନେ ନାଗେନ୍ତେ ଆଡଃ ସାସାତି ନାଗେନ୍ତେ ସବେନ୍‌ସାଃତେ ସେନାଃକ ।
17 ପୁଣି, ଶାନ୍ତିର ପଥ ସେମାନେ ଜାଣନ୍ତି ନାହିଁ।
୧୭ଇନ୍‌କୁ ଜୀଉସୁକୁରାଃ ହରାକେ କାକ ସାରିୟା ।
18 ଈଶ୍ବରଙ୍କ ଭୟ ସେମାନଙ୍କ ଆଖି ଆଗରେ ନ ଥାଏ।”
୧୮ଚାଏ ପାର୍‌ମେଶ୍ୱାର୍‌କେ ବରଭାକ୍ତି ଲାଗାତିଙ୍ଗ୍‌ୟାଁଃ, ଏନା ଇନ୍‌କୁ କାକ ଇତୁକାନା ।”
19 ଆଉ, ଆମ୍ଭେମାନେ ତ ଜାଣୁ ଯେ, ମୋଶାଙ୍କ ବ୍ୟବସ୍ଥା ଯାହା ଯାହା କୁହେ, ସେହିସବୁ ମୋଶାଙ୍କ ବ୍ୟବସ୍ଥାଧୀନ ଲୋକମାନଙ୍କୁ କୁହେ, ଯେପରି ପ୍ରତ୍ୟେକ ମୁଖ ବନ୍ଦ କରାଯିବ ଓ ସମସ୍ତ ଜଗତ ଈଶ୍ବରଙ୍କ ବିଚାରରେ ଦଣ୍ଡନୀୟ ହେବ;
୧୯ନାହାଁଃ ଆବୁ ସାରିତାନାବୁ, ଅକନ୍‌କ ଆନ୍‌ଚୁରେ ମେନାକଆ, ଇନ୍‌କୁକେ ଏନାରେୟାଃ ସବେନ୍‌ ଆନ୍‌ଚୁ ମାନାତିଙ୍ଗ୍‌ ଲାଗାତିଙ୍ଗ୍‌ୟାଁଃ । ପାର୍‌ମେଶ୍ୱାର୍‌ ସବେନ୍‌ ଅତେଦିଶୁମ୍‌ରାଃ ବିଚାର୍‌ ରିକାଏ ଇମ୍‌ତା, ଆନ୍‌ଚୁକେ କା ମାନାତିଙ୍ଗ୍‌ତାନ୍‌ ହଡ଼କ ଜେତ୍‌ନାଃ ଉଦୁବ୍‌କେଦ୍‌ତେ, ଆପାନ୍‌କେ ବେଗାର୍‌ ଚିଟାନିଃ ତାନିଙ୍ଗ୍‌ ମେନ୍ତେ କାକ କାଜି ଦାଡ଼ିୟା ।
20 କାରଣ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ପ୍ରାଣୀ ତାହାଙ୍କ ଛାମୁରେ ଧାର୍ମିକ ଗଣିତ ହେବ ନାହିଁ, ଯେହେତୁ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ପାପର ଜ୍ଞାନ ଜନ୍ମେ।
୨୦ମେନ୍‌ଦ ଆନ୍‌ଚୁରେୟାଃ କାଜିକାମି ରିକାକେଦ୍‌ତେ ଜେତାଏ ମାନୱା ପାର୍‌ମେଶ୍ୱାର୍‌ଆଃ ନେପେଲ୍‌ରେ ଧାର୍‌ମାନ୍‌ ମେନ୍ତେ କାଏ କାଜିୟଃଆ । ଆନ୍‌ଚୁ ଆବୁଆଃ ପାପ୍‌ ବିଷାଏରେ ଏସ୍‌କାର୍‌ ଆବୁକେ ଚେତ୍‌ଗାର୍‌ବୁଆ ।
21 କିନ୍ତୁ ଏବେ ମୋଶାଙ୍କ ବ୍ୟବସ୍ଥା ବ୍ୟତୀତ ଈଶ୍ବରଙ୍କର ଧାର୍ମିକତା ପ୍ରକାଶିତ ହୋଇଅଛି, ଆଉ ତାହା ବିଷୟରେ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ସାକ୍ଷ୍ୟ ଦେଉଅଛି,
୨୧ମେନ୍‌ଦ ନାହାଁଃ ମୁଶାରାଃ ଆନ୍‌ଚୁ ବାଗିକେଦ୍‌ତେ ପାର୍‌ମେଶ୍ୱାର୍‌ଆଃ ଧାର୍‌ମାନ୍‌ତେୟାଃ ଉଦୁବାକାନା । ନେ ବିଷାଏରେ ମୁଶାରାଃ ଆନ୍‌ଚୁ ଆଡଃ ନାବୀକହଗି ଗାୱା ଏମାକାଦାକ ।
22 ଅର୍ଥାତ୍‍, ଈଶ୍ବରଙ୍କର ଯେଉଁ ଧାର୍ମିକତା ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସମସ୍ତ ବିଶ୍ୱାସୀଙ୍କ ପ୍ରତି ବର୍ତ୍ତେ, କାରଣ କୌଣସି ପ୍ରଭେଦ ନାହିଁ,
୨୨ୟୀଶୁ ଖ୍ରୀଷ୍ଟ୍‌ତାଃରେ ଏସ୍‌କାର୍‌ ବିଶ୍ୱାସ୍‌ ହରାତେ ହଡ଼କ ପାର୍‌ମେଶ୍ୱାର୍‌ଆଃ ଆୟାର୍‌ରେ ଧାର୍‌ମାନ୍‌କ ହବାଅଃଆ । ପାର୍‌ମେଶ୍ୱାର୍‌ ସବେନ୍‌କକେ ମିଦ୍‌ଲେକାଗି ନେଲାଃଏ, ଖ୍ରୀଷ୍ଟ୍‌ତାଃରେ ବିଶ୍ୱାସ୍‌ତାନ୍‌ ସବେନ୍‌ ହଡ଼କକେ ନେ ସୁଯୋଗ୍‌ ଏମାଃଏ ।
23 ସମସ୍ତେ ତ ପାପ କରିଅଛନ୍ତି, ପୁଣି, ଈଶ୍ବରଙ୍କ ଗୌରବରହିତ ହୋଇଅଛନ୍ତି,
୨୩ସବେନ୍‌କ ପାପ୍‌କାଦାକ ଆଡଃ ପାର୍‌ମେଶ୍ୱାର୍‌ଆଃ ମାନାରାଙ୍ଗ୍‌ ନାମେହେତେ ସାଙ୍ଗିନ୍‌ରେ ମେନାକଆ ।
24 ପୁଣି, ସେମାନେ ବିନାମୂଲ୍ୟରେ ତାହାଙ୍କ ଅନୁଗ୍ରହରେ, ଖ୍ରୀଷ୍ଟ ଯୀଶୁଙ୍କଠାରେ ଯେଉଁ ମୁକ୍ତି ଅଛି, ତଦ୍ୱାରା ଧାର୍ମିକ ଗଣିତ ହୁଅନ୍ତି।
୨୪ମେନ୍‌ଦ ଖ୍ରୀଷ୍ଟ୍‌ ୟୀଶୁଆଃ ହରାତେ ବେଗାର୍‌ ଗନଙ୍ଗ୍‌ରେ ପାର୍‌ମେଶ୍ୱାର୍‌ ଅକନ୍‌ ସାୟାଦ୍‌ ଏମାକାଦାଏ, ଏନାକେ ଅକନ୍‌ ହଡ଼କ ତେଲାଏୟାକ, ଇନ୍‌କୁ ଖ୍ରୀଷ୍ଟ୍‌ ୟୀଶୁଆଃ ହରାତେ ପାପ୍‌ହେତେ ରାଡ଼ାକେଦ୍‌ତେ ପାର୍‌ମେଶ୍ୱାର୍‌ଆଃ ନେପେଲ୍‌ରେ ଧାର୍‌ମାନ୍‌କ ହବାଅଃଆ ।
25 ଈଶ୍ବର ଆପଣା ସହିଷ୍ଣୁତାରେ ପୂର୍ବକୃତ ପାପସବୁ ଉପେକ୍ଷା କରିଥିବାରୁ ନିଜ ଧାର୍ମିକତା ପ୍ରକାଶ କରିବା ନିମନ୍ତେ ତାହାଙ୍କୁ ଏବଂ ତାହାଙ୍କ ରକ୍ତରେ ବିଶ୍ୱାସ ଦ୍ୱାରା, ପ୍ରାୟଶ୍ଚିତ୍ତବଳି ରୂପେ ପ୍ରଦର୍ଶନ କରିଅଛନ୍ତି,
୨୫ପାର୍‌ମେଶ୍ୱାର୍‌ ୟୀଶୁକେ ଏମ୍‌କିୟାଏ, ଇନିୟାଃ ଦାଣେଁ ଗନଏଃ ଚାଏ ମାୟୋମ୍‌ ହରାତେ ଆୟାଃତାଃରେ ବିଶ୍ୱାସ୍‌ତାନ୍‌ ହଡ଼କଆଃ ପାପ୍‌ ଛାମାରାଃ ହରାଏ ବାଇକେଦା । ପାର୍‌ମେଶ୍ୱାର୍‌ ଆୟାଃ ଧାର୍‌ମାନ୍‌କେ ଉଦୁବ୍‌ ନାଗେନ୍ତେ ନେଆଁଁଏ ରିକାକେଦା । ପାର୍‌ମେଶ୍ୱାର୍‌ ଧିରାଜ୍‌ ସାବ୍‌କେଦ୍‌ତେ ହଡ଼କ ସିଦାରେ କାମିକାଦ୍‌ ପାପ୍‌କଏ ବାଗିକେଦା ।
26 ପୁଣି, ବର୍ତ୍ତମାନ କାଳରେ ଆପଣା ଧାର୍ମିକତା ପ୍ରକାଶ କରିବା ନିମନ୍ତେ ସେ ଏହା କରିଅଛନ୍ତି, ଯେପରି ସେ ସ୍ୱୟଂ ଧାର୍ମିକ ଓ ଯୀଶୁଙ୍କଠାରେ ବିଶ୍ୱାସୀକୁ ଧାର୍ମିକ ଗଣନାକାରୀ ବୋଲି ପ୍ରକାଶିତ ହୁଅନ୍ତି।
୨୬ମେନ୍‌ଦ ନାହାଁଃ ଇନିଃ ଆୟାଃ ଧାର୍‌ମାନ୍‌କେ ଉଦୁବେ ନାଗେନ୍ତେ ପାପ୍‌ ଛାମାରେୟାଃ ହରାଏ ଉଦୁବ୍‌କେଦା । ନେ ହରାତେ ପାର୍‌ମେଶ୍ୱାର୍‌ ଉଦୁବ୍‌କେଦାଏ ଯେ, ଇନିଃ ଆଇଃକ୍‌ଗି ଧାର୍‌ମାନ୍‌ନିଃ ତାନିଃ ଆଡଃ ଅକନ୍‌କ ୟୀଶୁତାଃରେ ବିଶ୍ୱାସ୍‌ ରିକାଏୟାକ, ଏନ୍‌ ସବେନ୍‌କକେ ଧାର୍‌ମାନ୍‌ ମେନ୍ତେ କାଜିକଆ ।
27 ତେବେ ଗର୍ବ କେଉଁଠାରେ? ତାହା ଦୂରୀକୃତ ହେଲା। କେଉଁ ପ୍ରକାର ବ୍ୟବସ୍ଥା ଦ୍ୱାରା? କଅଣ କ୍ରିୟାକର୍ମର ବ୍ୟବସ୍ଥା ଦ୍ୱାରା? ନା, କିନ୍ତୁ ବିଶ୍ୱାସର ବ୍ୟବସ୍ଥା ଦ୍ୱାରା।
୨୭ତାବ୍‌ଦ, ଆବୁ ଅକ ବିଷାଏରେ ଆପାନ୍‌କେ ମାରାଙ୍ଗ୍‌ୟେଁନ୍‌ ମେନ୍ତେବୁ କାଜିନାଃ? କାହାଗି, ଏନ୍‌ଲେକାନ୍‌ ବିଷାଏ ଜେତ୍‌ନାଃ ବାନଃଆ । ଆପାନ୍‌କେ ମାରାଙ୍ଗ୍‌ୟେଁନ୍‌ ମେନ୍ତେ କାଜିନ୍‌ତେୟାଃ ଆବୁଆଃ ଚିନାଃ ତାଇନ୍‌ସାକାଅଃଆ? ଚିନାଃ ଆନ୍‌ଚୁକେ ପୁରା ମାନାତିଙ୍ଗ୍‌କାଦାବୁ ମେନ୍ତେ? କାହାଗି, ଆବୁଆଃ ବିଶ୍ୱାସ୍‌ ଏସ୍‌କାର୍‌ ତାନାଃ, ଅକ୍‌ନାଃଚି ଆବୁ ଆପାନ୍‌କେ ମାରାଙ୍ଗ୍‌ୟେଁନ୍‌ ମେନ୍ତେବୁ କାଜିନ୍‌ ତାନା ।
28 ତେବେ ଆମ୍ଭମାନଙ୍କ ମୀମାଂସା ଏହି, ମନୁଷ୍ୟ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ବ୍ୟତୀତ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହୁଏ।
୨୮ନେଆଁଁତେ ଆବୁ ସାର୍‌ତିଗି ଆଟ୍‌କାର୍‌ ଉରୁମେତାନାବୁ ଯେ, ମିହୁଡ଼୍‌ ଆୟାଃ ବିଶ୍ୱାସ୍‌ ହରାତେ ଏସ୍‌କାର୍‌ ପାର୍‌ମେଶ୍ୱାର୍‌ଆଃ ନେପେଲ୍‌ରେ ଧାର୍‌ମାନ୍‌ ହବାଅଃଆଏ, ମେନ୍‌ଦ ଆନ୍‌ଚୁକେ ମାନାତିଙ୍ଗ୍‌ ହରାତେ କାହାଗି ।
29 କିମ୍ବା ଈଶ୍ବର କି କେବଳ ଯିହୁଦୀମାନଙ୍କର ଈଶ୍ବର? ସେ କି ଅଣଯିହୁଦୀମାନଙ୍କର ମଧ୍ୟ ଈଶ୍ବର ନୁହଁନ୍ତି? ହଁ, ଅଣଯିହୁଦୀମାନଙ୍କର ମଧ୍ୟ।
୨୯ପାର୍‌ମେଶ୍ୱାର୍‌ ଯିହୁଦୀକଆଃ ଏସ୍‌କାର୍‌ ପାର୍‌ମେଶ୍ୱାର୍‌ ନାହାଁଲିଃ? ଇନିଃ ଗ୍ରୀକ୍‌ ହଡ଼କଆଃ ପାର୍‌ମେଶ୍ୱାର୍‌ହଁ ତାନିଃ । ସାର୍‌ତିଗି ଇନିଃ ସବେନ୍‌କଆଃ ପାର୍‌ମେଶ୍ୱାର୍‌ ତାନିଃ ।
30 କାରଣ ଈଶ୍ବର ତ ଏକ, ଆଉ ସେ ବିଶ୍ୱାସ ହେତୁ ସୁନ୍ନତିକୁ ଓ ବିଶ୍ୱାସ ଦ୍ୱାରା ଅସୁନ୍ନତିକୁ ଧାର୍ମିକ ଗଣିବେ।
୩୦ପାର୍‌ମେଶ୍ୱାର୍‌ ମିହୁଡ଼୍‌ଗି ତାନିଃ । ଖାତ୍‌ନାଅ ଆଡଃ କା ଖାତ୍‌ନାଅ ହଡ଼କ ଆକଆଃ ବିଶ୍ୱାସ୍‌ ହରାତେ ଇନିଃ ଇନ୍‌କୁକେ ଧାର୍‌ମାନ୍‌ ମେନ୍ତେ କାଜିକଆ ।
31 ତେବେ, ଆମ୍ଭେମାନେ କି ବିଶ୍ୱାସ ଦ୍ୱାରା ମୋଶାଙ୍କ ବ୍ୟବସ୍ଥାକୁ ଲୋପ କରୁଅଛୁ? ତାହା କେବେ ହେଁ ନ ହେଉ, ବରଂ ଆମ୍ଭେମାନେ ମୋଶାଙ୍କ ବ୍ୟବସ୍ଥାକୁ ସଂସ୍ଥାପନ କରୁଅଛୁ।
୩୧ନେଆଁଁରାଃ ମୁଣ୍ଡି ଚିନାଃ, ଆବୁ ବିଶ୍ୱାସ୍‌ ହରାତେ ଆନ୍‌ଚୁକେ ଜିୟନଃ ନାଗେନ୍ତେବୁ ସାନାଙ୍ଗ୍‌ତାନା? କାହାଗି, ଏନ୍‌କାଦ କା ହବାଅଃଆ । ବିଶ୍ୱାସ୍‌ ହରାତେ ଆବୁ ଆନ୍‌ଚୁରେୟାଃ ନିହିଁଗାଡା କେଟେଦ୍‌କାଦାବୁ ।

< ରୋମୀୟ 3 >