< ରୋମୀୟ 2 >

1 ଅତଏବ, ହେ ମନୁଷ୍ୟ, ଯେ ତୁମ୍ଭେ ବିଚାର କରୁଥାଅ, ତୁମ୍ଭେ ଯେ କେହି ହୁଅ, ତୁମ୍ଭର ଉତ୍ତର ଦେବାର ବାଟ ନାହିଁ, କାରଣ ଯେଉଁ ବିଷୟରେ ତୁମ୍ଭେ ଅନ୍ୟର ବିଚାର କରୁଥାଅ, ସେହି ବିଷୟରେ ତୁମ୍ଭେ ଆପଣାକୁ ଦୋଷୀ କରୁଥାଅ, ଯେଣୁ ତୁମ୍ଭେ ଯେ ବିଚାର କରୁଥାଅ, ସେହି ପ୍ରକାର କର୍ମ ମଧ୍ୟ କରୁଥାଅ।
ହେ ପରଦୂଷକ ମନୁଷ୍ୟ ଯଃ କଶ୍ଚନ ତ୍ୱଂ ଭୱସି ତୱୋତ୍ତରଦାନାଯ ପନ୍ଥା ନାସ୍ତି ଯତୋ ଯସ୍ମାତ୍ କର୍ମ୍ମଣଃ ପରସ୍ତ୍ୱଯା ଦୂଷ୍ୟତେ ତସ୍ମାତ୍ ତ୍ୱମପି ଦୂଷ୍ୟସେ, ଯତସ୍ତଂ ଦୂଷଯନ୍ନପି ତ୍ୱଂ ତଦ୍ୱଦ୍ ଆଚରସି|
2 ଆଉ, ଯେଉଁମାନେ ଏହି ପ୍ରକାର କର୍ମ କରନ୍ତି, ସେମାନଙ୍କ ବିରୁଦ୍ଧରେ ଈଶ୍ବରଙ୍କ ବିଚାର ଯେ ନ୍ୟାୟସଙ୍ଗତ, ଏହା ଆମ୍ଭେମାନେ ଜାଣୁ।
କିନ୍ତ୍ୱେତାଦୃଗାଚାରିଭ୍ୟୋ ଯଂ ଦଣ୍ଡମ୍ ଈଶ୍ୱରୋ ନିଶ୍ଚିନୋତି ସ ଯଥାର୍ଥ ଇତି ୱଯଂ ଜାନୀମଃ|
3 ଆଉ, ହେ ଭାଇ, ଯେଉଁମାନେ ଏହି ପ୍ରକାର କର୍ମ କରନ୍ତି, ସେମାନଙ୍କର ବିଚାର କରି ଆପେ ସେହି ପ୍ରକାର କରୁଥାଅ ଯେ ତୁମ୍ଭେ, ତୁମ୍ଭେ ଈଶ୍ବରଙ୍କ ନ୍ୟାୟବିଚାରରୁ ପଳାୟନ କରିପାର ବୋଲି କଅଣ ମନେ କରୁଅଛ?
ଅତଏୱ ହେ ମାନୁଷ ତ୍ୱଂ ଯାଦୃଗାଚାରିଣୋ ଦୂଷଯସି ସ୍ୱଯଂ ଯଦି ତାଦୃଗାଚରସି ତର୍ହି ତ୍ୱମ୍ ଈଶ୍ୱରଦଣ୍ଡାତ୍ ପଲାଯିତୁଂ ଶକ୍ଷ୍ୟସୀତି କିଂ ବୁଧ୍ୟସେ?
4 କିମ୍ବା ଈଶ୍ବରଙ୍କ କୃପା ଯେ ତୁମ୍ଭକୁ ମନ-ପରିବର୍ତ୍ତନ ଆଡ଼କୁ ଘେନିଯିବାକୁ ଚେଷ୍ଟା କରେ, ଏହା ନ ଜାଣି ତୁମ୍ଭେ କି ତାହାଙ୍କର ଉତ୍ତମତା, ଧୈର୍ଯ୍ୟ ଓ ଚିରସହିଷ୍ଣୁତାରୂପ ଧନସବୁ ତୁଚ୍ଛ କରୁଅଛ?
ଅପରଂ ତୱ ମନସଃ ପରିୱର୍ତ୍ତନଂ କର୍ତ୍ତୁମ୍ ଇଶ୍ୱରସ୍ୟାନୁଗ୍ରହୋ ଭୱତି ତନ୍ନ ବୁଦ୍ଧ୍ୱା ତ୍ୱଂ କିଂ ତଦୀଯାନୁଗ୍ରହକ୍ଷମାଚିରସହିଷ୍ଣୁତ୍ୱନିଧିଂ ତୁଚ୍ଛୀକରୋଷି?
5 କିନ୍ତୁ ତୁମ୍ଭେ ଆପଣା କଠିନ ଓ ଅପରିବର୍ତ୍ତିତ ହୃଦୟ ଅନୁସାରେ, ଯେଉଁ ଦିନ ଈଶ୍ବରଙ୍କ ନ୍ୟାୟବିଚାର ପ୍ରକାଶ ପାଇବ, ସେହି କ୍ରୋଧର ଦିନରେ ନିଜ ପାଇଁ କ୍ରୋଧ ସଞ୍ଚୟ କରୁଅଛ;
ତଥା ସ୍ୱାନ୍ତଃକରଣସ୍ୟ କଠୋରତ୍ୱାତ୍ ଖେଦରାହିତ୍ୟାଚ୍ଚେଶ୍ୱରସ୍ୟ ନ୍ୟାଯ୍ୟୱିଚାରପ୍ରକାଶନସ୍ୟ କ୍ରୋଧସ୍ୟ ଚ ଦିନଂ ଯାୱତ୍ କିଂ ସ୍ୱାର୍ଥଂ କୋପଂ ସଞ୍ଚିନୋଷି?
6 ସେ ପ୍ରତ୍ୟେକ ଲୋକକୁ ନିଜ ନିଜ କର୍ମାନୁସାରେ ଫଳ ଦେବେ;
କିନ୍ତୁ ସ ଏକୈକମନୁଜାଯ ତତ୍କର୍ମ୍ମାନୁସାରେଣ ପ୍ରତିଫଲଂ ଦାସ୍ୟତି;
7 ଯେଉଁମାନେ ଧୈର୍ଯ୍ୟ ସହିତ ଉତ୍ତମ କର୍ମ କରି ଗୌରବ, ସମ୍ମାନ ଓ ଅମରତା ଅନ୍ୱେଷଣ କରନ୍ତି, ସେମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରିବେ, (aiōnios g166)
ୱସ୍ତୁତସ୍ତୁ ଯେ ଜନା ଧୈର୍ୟ୍ୟଂ ଧୃତ୍ୱା ସତ୍କର୍ମ୍ମ କୁର୍ୱ୍ୱନ୍ତୋ ମହିମା ସତ୍କାରୋଽମରତ୍ୱଞ୍ଚୈତାନି ମୃଗଯନ୍ତେ ତେଭ୍ୟୋଽନନ୍ତାଯୁ ର୍ଦାସ୍ୟତି| (aiōnios g166)
8 କିନ୍ତୁ ଯେଉଁମାନେ ସ୍ୱାର୍ଥପର, ପୁଣି, ସତ୍ୟର ଅନାଜ୍ଞାବହ, ମାତ୍ର ଅଧାର୍ମିକତାର ଆଜ୍ଞାବହ, ସେମାନଙ୍କ ପ୍ରତି କ୍ରୋଧ ଓ କୋପ ଘଟିବ।
ଅପରଂ ଯେ ଜନାଃ ସତ୍ୟଧର୍ମ୍ମମ୍ ଅଗୃହୀତ୍ୱା ୱିପରୀତଧର୍ମ୍ମମ୍ ଗୃହ୍ଲନ୍ତି ତାଦୃଶା ୱିରୋଧିଜନାଃ କୋପଂ କ୍ରୋଧଞ୍ଚ ଭୋକ୍ଷ୍ୟନ୍ତେ|
9 ପ୍ରଥମରେ ଯିହୁଦୀ ଓ ମଧ୍ୟ ଗ୍ରୀକ୍‍, ପ୍ରତ୍ୟେକ ଦୁଷ୍କର୍ମକାରୀ ଲୋକର ପ୍ରାଣ ଉପରେ କ୍ଳେଶ ଓ ସଙ୍କଟ ଘଟିବ,
ଆ ଯିହୂଦିନୋଽନ୍ୟଦେଶିନଃ ପର୍ୟ୍ୟନ୍ତଂ ଯାୱନ୍ତଃ କୁକର୍ମ୍ମକାରିଣଃ ପ୍ରାଣିନଃ ସନ୍ତି ତେ ସର୍ୱ୍ୱେ ଦୁଃଖଂ ଯାତନାଞ୍ଚ ଗମିଷ୍ୟନ୍ତି;
10 ମାତ୍ର ପ୍ରଥମରେ ଯିହୁଦୀ ଓ ମଧ୍ୟ ଗ୍ରୀକ୍‍, ପ୍ରତ୍ୟେକ ସତ୍କର୍ମକାରୀ ପ୍ରତି ଗୌରବ, ସମ୍ମାନ ଓ ଶାନ୍ତି ଘଟିବ।
କିନ୍ତୁ ଆ ଯିହୂଦିନୋ ଭିନ୍ନଦେଶିପର୍ୟ୍ୟନ୍ତା ଯାୱନ୍ତଃ ସତ୍କର୍ମ୍ମକାରିଣୋ ଲୋକାଃ ସନ୍ତି ତାନ୍ ପ୍ରତି ମହିମା ସତ୍କାରଃ ଶାନ୍ତିଶ୍ଚ ଭୱିଷ୍ୟନ୍ତି|
11 କାରଣ ଈଶ୍ବରଙ୍କ ନିକଟରେ ମୁଖାପେକ୍ଷା ନାହିଁ।
ଈଶ୍ୱରସ୍ୟ ୱିଚାରେ ପକ୍ଷପାତୋ ନାସ୍ତି|
12 ଯେଣୁ ଯେତେ ମୋଶାଙ୍କ ବ୍ୟବସ୍ଥାବିହୀନ ହୋଇ ପାପ କରିଅଛନ୍ତି, ସେମାନେ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ବିନା ବିନଷ୍ଟ ହେବେ; ଆଉ, ଯେତେ ମୋଶାଙ୍କ ବ୍ୟବସ୍ଥା ପ୍ରାପ୍ତ ହୋଇ ପାପ କରିଅଛନ୍ତି, ସେମାନେ ମୋଶାଙ୍କ ବ୍ୟବସ୍ଥାନୁସାରେ ବିଚାରିତ ହେବେ,
ଅଲବ୍ଧୱ୍ୟୱସ୍ଥାଶାସ୍ତ୍ରୈ ର୍ୟୈଃ ପାପାନି କୃତାନି ୱ୍ୟୱସ୍ଥାଶାସ୍ତ୍ରାଲବ୍ଧତ୍ୱାନୁରୂପସ୍ତେଷାଂ ୱିନାଶୋ ଭୱିଷ୍ୟତି; କିନ୍ତୁ ଲବ୍ଧୱ୍ୟୱସ୍ଥାଶାସ୍ତ୍ରା ଯେ ପାପାନ୍ୟକୁର୍ୱ୍ୱନ୍ ୱ୍ୟୱସ୍ଥାନୁସାରାଦେୱ ତେଷାଂ ୱିଚାରୋ ଭୱିଷ୍ୟତି|
13 କାରଣ ମୋଶାଙ୍କ ବ୍ୟବସ୍ଥାର ଶ୍ରୋତାମାନେ ଈଶ୍ବରଙ୍କ ସାକ୍ଷାତରେ ଧାର୍ମିକ ନୁହଁନ୍ତି, କିନ୍ତୁ ମୋଶାଙ୍କ ବ୍ୟବସ୍ଥା ପାଳନକାରୀମାନେ ଧାର୍ମିକ ଗଣିତ ହେବେ।
ୱ୍ୟୱସ୍ଥାଶ୍ରୋତାର ଈଶ୍ୱରସ୍ୟ ସମୀପେ ନିଷ୍ପାପା ଭୱିଷ୍ୟନ୍ତୀତି ନହି କିନ୍ତୁ ୱ୍ୟୱସ୍ଥାଚାରିଣ ଏୱ ସପୁଣ୍ୟା ଭୱିଷ୍ୟନ୍ତି|
14 ଯେଣୁ ଅଣଯିହୁଦୀମାନଙ୍କର ସେହି ବ୍ୟବସ୍ଥା ନ ଥିଲେ ସୁଦ୍ଧା, ଯେତେବେଳେ ସେମାନେ ସ୍ୱାଭାବିକ ଭାବରେ ବ୍ୟବସ୍ଥାନୁଯାୟୀ କର୍ମ କରନ୍ତି, ସେତେବେଳେ ସେମାନେ ବ୍ୟବସ୍ଥା ନ ପାଇଲେ ହେଁ ଆପେ ଆପଣା ଆପଣା ପ୍ରତି ବ୍ୟବସ୍ଥା ସ୍ୱରୂପ ଅଟନ୍ତି;
ଯତୋ ଽଲବ୍ଧୱ୍ୟୱସ୍ଥାଶାସ୍ତ୍ରା ଭିନ୍ନଦେଶୀଯଲୋକା ଯଦି ସ୍ୱଭାୱତୋ ୱ୍ୟୱସ୍ଥାନୁରୂପାନ୍ ଆଚାରାନ୍ କୁର୍ୱ୍ୱନ୍ତି ତର୍ହ୍ୟଲବ୍ଧଶାସ୍ତ୍ରାଃ ସନ୍ତୋଽପି ତେ ସ୍ୱେଷାଂ ୱ୍ୟୱସ୍ଥାଶାସ୍ତ୍ରମିୱ ସ୍ୱଯମେୱ ଭୱନ୍ତି|
15 କାରଣ ସେମାନେ ମୋଶାଙ୍କ ବ୍ୟବସ୍ଥାର କର୍ମ ଆପଣା ଆପଣା ହୃଦୟରେ ଲିଖିତ ବୋଲି ଦେଖାନ୍ତି, ସେମାନଙ୍କ ବିବେକ ମଧ୍ୟ ସେଥିର ସାକ୍ଷ୍ୟ ଦିଏ, ଆଉ ସେମାନଙ୍କ ମନର ତର୍କବିତର୍କ ସେମାନଙ୍କୁ ଦୋଷୀ କିଅବା ନିର୍ଦ୍ଦୋଷ କରେ;
ତେଷାଂ ମନସି ସାକ୍ଷିସ୍ୱରୂପେ ସତି ତେଷାଂ ୱିତର୍କେଷୁ ଚ କଦା ତାନ୍ ଦୋଷିଣଃ କଦା ୱା ନିର୍ଦୋଷାନ୍ କୃତୱତ୍ସୁ ତେ ସ୍ୱାନ୍ତର୍ଲିଖିତସ୍ୟ ୱ୍ୟୱସ୍ଥାଶାସ୍ତ୍ରସ୍ୟ ପ୍ରମାଣଂ ସ୍ୱଯମେୱ ଦଦତି|
16 ଯେଉଁ ଦିନରେ ଈଶ୍ବର, ମୁଁ ପ୍ରଚାର କରୁଥିବା ସୁସମାଚାର ଅନୁସାରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ମନୁଷ୍ୟମାନଙ୍କର ଗୁପ୍ତ ବିଷୟଗୁଡ଼ିକ ବିଚାର କରିବେ, ସେହି ଦିନ ଏହା ପ୍ରକାଶ ପାଇବ।
ଯସ୍ମିନ୍ ଦିନେ ମଯା ପ୍ରକାଶିତସ୍ୟ ସୁସଂୱାଦସ୍ୟାନୁସାରାଦ୍ ଈଶ୍ୱରୋ ଯୀଶୁଖ୍ରୀଷ୍ଟେନ ମାନୁଷାଣାମ୍ ଅନ୍ତଃକରଣାନାଂ ଗୂଢାଭିପ୍ରାଯାନ୍ ଧୃତ୍ୱା ୱିଚାରଯିଷ୍ୟତି ତସ୍ମିନ୍ ୱିଚାରଦିନେ ତତ୍ ପ୍ରକାଶିଷ୍ୟତେ|
17 କିନ୍ତୁ ଯଦି ତୁମ୍ଭେ ଯିହୁଦୀ ନାମ ବହନ କରି ମୋଶାଙ୍କ ବ୍ୟବସ୍ଥା ଉପରେ ନିର୍ଭର କରୁଅଛ ଓ ଈଶ୍ବରଙ୍କଠାରେ ଗର୍ବ କରୁଅଛ,
ପଶ୍ୟ ତ୍ୱଂ ସ୍ୱଯଂ ଯିହୂଦୀତି ୱିଖ୍ୟାତୋ ୱ୍ୟୱସ୍ଥୋପରି ୱିଶ୍ୱାସଂ କରୋଷି,
18 ଆଉ ମୋଶାଙ୍କ ବ୍ୟବସ୍ଥାରୁ ଶିକ୍ଷା ପ୍ରାପ୍ତ ହୋଇ ତାହାଙ୍କ ଇଚ୍ଛା ଜାଣୁଅଛ, ପୁଣି, ଭଲ ମନ୍ଦର ପ୍ରଭେଦ ବୁଝୁଅଛ,
ଈଶ୍ୱରମୁଦ୍ଦିଶ୍ୟ ସ୍ୱଂ ଶ୍ଲାଘସେ, ତଥା ୱ୍ୟୱସ୍ଥଯା ଶିକ୍ଷିତୋ ଭୂତ୍ୱା ତସ୍ୟାଭିମତଂ ଜାନାସି, ସର୍ୱ୍ୱାସାଂ କଥାନାଂ ସାରଂ ୱିୱିଂକ୍ଷେ,
19 ଆଉ ମୋଶାଙ୍କ ବ୍ୟବସ୍ଥାରେ ଯେଉଁ ଜ୍ଞାନ ଓ ସତ୍ୟ ବାସ୍ତବରେ ନିହିତ ଅଛି, ତାହା ପାଇଥିବାରୁ,
ଅପରଂ ଜ୍ଞାନସ୍ୟ ସତ୍ୟତାଯାଶ୍ଚାକରସ୍ୱରୂପଂ ଶାସ୍ତ୍ରଂ ମମ ସମୀପେ ୱିଦ୍ୟତ ଅତୋ ଽନ୍ଧଲୋକାନାଂ ମାର୍ଗଦର୍ଶଯିତା
20 ଯଦି ତୁମ୍ଭେ ଆପଣାକୁ ଅନ୍ଧର ପଥପ୍ରଦର୍ଶକ, ଅନ୍ଧକାରବାସୀଙ୍କର ଆଲୋକ, ମୂର୍ଖର ସଂଶୋଧକ ଓ ଶିଶୁମାନଙ୍କର ଶିକ୍ଷକ ବୋଲି ବିଶ୍ୱାସ କରୁଅଛ,
ତିମିରସ୍ଥିତଲୋକାନାଂ ମଧ୍ୟେ ଦୀପ୍ତିସ୍ୱରୂପୋଽଜ୍ଞାନଲୋକେଭ୍ୟୋ ଜ୍ଞାନଦାତା ଶିଶୂନାଂ ଶିକ୍ଷଯିତାହମେୱେତି ମନ୍ୟସେ|
21 ତେବେ ଯଦି ତୁମ୍ଭେ ଯେ ପରକୁ ଶିକ୍ଷା ଦେଉଅଛ, ତୁମ୍ଭେ କଅଣ ଆପଣାକୁ ଶିକ୍ଷା ଦେଉ ନାହଁ? ଚୋରି କର ନାହିଁ ବୋଲି ପ୍ରଚାର କରି ତୁମ୍ଭେ କି ଚୋରି କରୁଅଛ?
ପରାନ୍ ଶିକ୍ଷଯନ୍ ସ୍ୱଯଂ ସ୍ୱଂ କିଂ ନ ଶିକ୍ଷଯସି? ୱସ୍ତୁତଶ୍ଚୌର୍ୟ୍ୟନିଷେଧୱ୍ୟୱସ୍ଥାଂ ପ୍ରଚାରଯନ୍ ତ୍ୱଂ କିଂ ସ୍ୱଯମେୱ ଚୋରଯସି?
22 ବ୍ୟଭିଚାର କର ନାହିଁ ବୋଲି କହି ତୁମ୍ଭେ କି ବ୍ୟଭିଚାର କରୁଅଛ? ତୁମ୍ଭେ ଯେ ପ୍ରତିମା ଘୃଣା କରୁଅଛ, କଅଣ ମନ୍ଦିର ଲୁଣ୍ଠନ କରୁଅଛ?
ତଥା ପରଦାରଗମନଂ ପ୍ରତିଷେଧନ୍ ସ୍ୱଯଂ କିଂ ପରଦାରାନ୍ ଗଚ୍ଛସି? ତଥା ତ୍ୱଂ ସ୍ୱଯଂ ପ୍ରତିମାଦ୍ୱେଷୀ ସନ୍ କିଂ ମନ୍ଦିରସ୍ୟ ଦ୍ରୱ୍ୟାଣି ହରସି?
23 ମୋଶାଙ୍କ ବ୍ୟବସ୍ଥାରେ ଗର୍ବ କରୁଅଛ ଯେ ତୁମ୍ଭେ, ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ଦ୍ୱାରା ତୁମ୍ଭେ କି ଈଶ୍ବରଙ୍କୁ ଅନାଦର କରୁ ନାହଁ?
ଯସ୍ତ୍ୱଂ ୱ୍ୟୱସ୍ଥାଂ ଶ୍ଲାଘସେ ସ ତ୍ୱଂ କିଂ ୱ୍ୟୱସ୍ଥାମ୍ ଅୱମତ୍ୟ ନେଶ୍ୱରଂ ସମ୍ମନ୍ୟସେ?
24 କାରଣ ଯେପରି ଲେଖାଅଛି, “ତୁମ୍ଭମାନଙ୍କ ହେତୁ ଅଣଯିହୁଦୀମାନଙ୍କ ମଧ୍ୟରେ ଈଶ୍ବରଙ୍କ ନାମ ନିନ୍ଦିତ ହେଉଅଛି।”
ଶାସ୍ତ୍ରେ ଯଥା ଲିଖତି "ଭିନ୍ନଦେଶିନାଂ ସମୀପେ ଯୁଷ୍ମାକଂ ଦୋଷାଦ୍ ଈଶ୍ୱରସ୍ୟ ନାମ୍ନୋ ନିନ୍ଦା ଭୱତି| "
25 ଯଦି ତୁମ୍ଭେ ମୋଶାଙ୍କ ବ୍ୟବସ୍ଥା ପାଳନ କର, ତେବେ ପ୍ରକୃତରେ ସୁନ୍ନତ ଲାଭଜନକ, କିନ୍ତୁ ଯଦି ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ କର, ତେବେ ତୁମ୍ଭର ସୁନ୍ନତ ଅସୁନ୍ନତରେ ପରିଣତ ହୁଏ।
ଯଦି ୱ୍ୟୱସ୍ଥାଂ ପାଲଯସି ତର୍ହି ତୱ ତ୍ୱକ୍ଛେଦକ୍ରିଯା ସଫଲା ଭୱତି; ଯତି ୱ୍ୟୱସ୍ଥାଂ ଲଙ୍ଘସେ ତର୍ହି ତୱ ତ୍ୱକ୍ଛେଦୋଽତ୍ୱକ୍ଛେଦୋ ଭୱିଷ୍ୟତି|
26 ଅତଏବ, ଯଦି ଅସୁନ୍ନତ ଲୋକ ମୋଶାଙ୍କ ବ୍ୟବସ୍ଥାର ବିଧିବିଧାନ ପାଳନ କରେ, ତେବେ ତାହାର ଅସୁନ୍ନତ କଅଣ ସୁନ୍ନତ ବୋଲି ଗଣିତ ହେବ ନାହିଁ?
ଯତୋ ୱ୍ୟୱସ୍ଥାଶାସ୍ତ୍ରାଦିଷ୍ଟଧର୍ମ୍ମକର୍ମ୍ମାଚାରୀ ପୁମାନ୍ ଅତ୍ୱକ୍ଛେଦୀ ସନ୍ନପି କିଂ ତ୍ୱକ୍ଛେଦିନାଂ ମଧ୍ୟେ ନ ଗଣଯିଷ୍ୟତେ?
27 ପୁଣି, ସ୍ୱାଭାବିକ ଅସୁନ୍ନତି ଲୋକ ଯଦି ମୋଶାଙ୍କ ବ୍ୟବସ୍ଥା ପାଳନ କରେ, ତେବେ ଲିଖିତ ମୋଶାଙ୍କ ବ୍ୟବସ୍ଥା ଓ ସୁନ୍ନତ ବିଧି ପ୍ରାପ୍ତ ହୋଇ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ କରୁଅଛ ଯେ ତୁମ୍ଭେ, ସେ ତୁମ୍ଭର ବିଚାର କରିବ।
କିନ୍ତୁ ଲବ୍ଧଶାସ୍ତ୍ରଶ୍ଛିନ୍ନତ୍ୱକ୍ ଚ ତ୍ୱଂ ଯଦି ୱ୍ୟୱସ୍ଥାଲଙ୍ଘନଂ କରୋଷି ତର୍ହି ୱ୍ୟୱସ୍ଥାପାଲକାଃ ସ୍ୱାଭାୱିକାଚ୍ଛିନ୍ନତ୍ୱଚୋ ଲୋକାସ୍ତ୍ୱାଂ କିଂ ନ ଦୂଷଯିଷ୍ୟନ୍ତି?
28 କାରଣ ବାହାରେ ଯେ ଯିହୁଦୀ, ସେ ଯିହୁଦୀ ନୁହେଁ, କିଅବା ବାହାର ଶରୀରରେ ଯେ ସୁନ୍ନତ, ତାହା ସୁନ୍ନତ ନୁହେଁ;
ତସ୍ମାଦ୍ ଯୋ ବାହ୍ୟେ ଯିହୂଦୀ ସ ଯିହୂଦୀ ନହି ତଥାଙ୍ଗସ୍ୟ ଯସ୍ତ୍ୱକ୍ଛେଦଃ ସ ତ୍ୱକ୍ଛେଦୋ ନହି;
29 କିନ୍ତୁ ଅନ୍ତରରେ ଯେ ଯିହୁଦୀ, ସେ ଯିହୁଦୀ, ପୁଣି, ଆକ୍ଷରିକ ଭାବରେ ନୁହେଁ, ମାତ୍ର ଆତ୍ମିକ ଭାବରେ ହୃଦୟର ଯେ ସୁନ୍ନତ, ତାହା ପ୍ରକୃତ ସୁନ୍ନତ। ଏପରି ଲୋକ ମନୁଷ୍ୟମାନଙ୍କଠାରୁ ପ୍ରଶଂସା ପ୍ରାପ୍ତ ହୁଏ ନାହିଁ, କିନ୍ତୁ ଈଶ୍ବରଙ୍କଠାରୁ ପ୍ରାପ୍ତ ହୁଏ।
କିନ୍ତୁ ଯୋ ଜନ ଆନ୍ତରିକୋ ଯିହୂଦୀ ସ ଏୱ ଯିହୂଦୀ ଅପରଞ୍ଚ କେୱଲଲିଖିତଯା ୱ୍ୟୱସ୍ଥଯା ନ କିନ୍ତୁ ମାନସିକୋ ଯସ୍ତ୍ୱକ୍ଛେଦୋ ଯସ୍ୟ ଚ ପ୍ରଶଂସା ମନୁଷ୍ୟେଭ୍ୟୋ ନ ଭୂତ୍ୱା ଈଶ୍ୱରାଦ୍ ଭୱତି ସ ଏୱ ତ୍ୱକ୍ଛେଦଃ|

< ରୋମୀୟ 2 >