< ରୋମୀୟ 2 >

1 ଅତଏବ, ହେ ମନୁଷ୍ୟ, ଯେ ତୁମ୍ଭେ ବିଚାର କରୁଥାଅ, ତୁମ୍ଭେ ଯେ କେହି ହୁଅ, ତୁମ୍ଭର ଉତ୍ତର ଦେବାର ବାଟ ନାହିଁ, କାରଣ ଯେଉଁ ବିଷୟରେ ତୁମ୍ଭେ ଅନ୍ୟର ବିଚାର କରୁଥାଅ, ସେହି ବିଷୟରେ ତୁମ୍ଭେ ଆପଣାକୁ ଦୋଷୀ କରୁଥାଅ, ଯେଣୁ ତୁମ୍ଭେ ଯେ ବିଚାର କରୁଥାଅ, ସେହି ପ୍ରକାର କର୍ମ ମଧ୍ୟ କରୁଥାଅ।
ଏ଼ ତାୟି ଅ଼ଡ଼େ ତାଙ୍ଗି, ମୀମ୍ବୂ ଏ଼ନାଆଁ ଏଟ୍‌କା ଲ଼କୁଣି ନୀହାଁୟି କିହିମାଞ୍ଜେରି? ମୀରୁ ଆମ୍ବାଆତେରି ଆ଼ତିଜିକେଏ, ଇଲେ କିନାୟି ମିଙ୍ଗେ ତାକି ନେହେଁ ଆ଼ଏ, ଏଟ୍‌କା ଲ଼କୁଣି ଦ଼ହ ଦସାନା ମୀମ୍ବୁଏ ଏଲେତି କାମା କିହାନା ଏମ୍ବାଟି ମୀରୁଏ ଦ଼ହ କିହିମାଞ୍ଜେରି ।
2 ଆଉ, ଯେଉଁମାନେ ଏହି ପ୍ରକାର କର୍ମ କରନ୍ତି, ସେମାନଙ୍କ ବିରୁଦ୍ଧରେ ଈଶ୍ବରଙ୍କ ବିଚାର ଯେ ନ୍ୟାୟସଙ୍ଗତ, ଏହା ଆମ୍ଭେମାନେ ଜାଣୁ।
ଆମିନି ଗାଟାରି ଇଲେତି କାମା କିନେରି, ମାହାପୂରୁ ଏଲେତି ଲ଼କୁଣି ସାତା ତଲେ ନୀହାଁୟି କିନେସି, ଈଦାଆଁ ମା଼ମ୍ବୁ ପୁଞ୍ଜାମାନମି ।
3 ଆଉ, ହେ ଭାଇ, ଯେଉଁମାନେ ଏହି ପ୍ରକାର କର୍ମ କରନ୍ତି, ସେମାନଙ୍କର ବିଚାର କରି ଆପେ ସେହି ପ୍ରକାର କରୁଥାଅ ଯେ ତୁମ୍ଭେ, ତୁମ୍ଭେ ଈଶ୍ବରଙ୍କ ନ୍ୟାୟବିଚାରରୁ ପଳାୟନ କରିପାର ବୋଲି କଅଣ ମନେ କରୁଅଛ?
ଏ଼ ତାୟି ଅ଼ଡ଼େ ତାଙ୍ଗି, ଆମିନି ଗାଟାରି ଲାଗେଏତି କାମା କିନେରି, ଏ଼ୱାରାଇଁ ନୀହାଁୟି କିହାନା, ମୀମ୍ବୁଏ ଏଲେତି କାମା କିହିମାଞ୍ଜେରି, ମୀରୁ ମାହାପୂରୁତି ନୀହାଁୟିଟି ଜୀଣା ଆ଼ନାୟି ଇଞ୍ଜିଁ ଅଣ୍‌ପିମାଞ୍ଜେରି କି?
4 କିମ୍ବା ଈଶ୍ବରଙ୍କ କୃପା ଯେ ତୁମ୍ଭକୁ ମନ-ପରିବର୍ତ୍ତନ ଆଡ଼କୁ ଘେନିଯିବାକୁ ଚେଷ୍ଟା କରେ, ଏହା ନ ଜାଣି ତୁମ୍ଭେ କି ତାହାଙ୍କର ଉତ୍ତମତା, ଧୈର୍ଯ୍ୟ ଓ ଚିରସହିଷ୍ଣୁତାରୂପ ଧନସବୁ ତୁଚ୍ଛ କରୁଅଛ?
ଆ଼ଆତିଁ, ମାହାପୂରୁତି ହା଼ରେକା କାର୍ମାମେହ୍‌ନାୟି ମୀ ହିୟାଁ ବାଦ୍‌ଲି କିନି ୱାକି ଅ଼ହାଲି ଅଣ୍‌ପିନେ, ଈଦାଆଁ ପୁନାଆନା ମୀରୁ କି ତାନି କାର୍ମାମେହ୍‌ନାଣି, ସା଼ସା, ଅ଼ର୍‌ହାନା ଡ଼ୟିନି ଲେହେଁତି ଦ଼ନଇଁ ଅ଼ପିହିଲଅତେରି କି?
5 କିନ୍ତୁ ତୁମ୍ଭେ ଆପଣା କଠିନ ଓ ଅପରିବର୍ତ୍ତିତ ହୃଦୟ ଅନୁସାରେ, ଯେଉଁ ଦିନ ଈଶ୍ବରଙ୍କ ନ୍ୟାୟବିଚାର ପ୍ରକାଶ ପାଇବ, ସେହି କ୍ରୋଧର ଦିନରେ ନିଜ ପାଇଁ କ୍ରୋଧ ସଞ୍ଚୟ କରୁଅଛ;
ସାମା ମୀରୁ ମୀ ଆ଼ଟ୍‌ୱା ଅ଼ଡ଼େ ବାଦ୍‌ଲୱି ଆ଼ଆଗାଟି ହିୟାଁ ଲେହେଁ, ଆମିନି ଦିନା ମାହାପୂରୁତି ନୀହାଁୟି ତ଼ଞ୍ଜାଆ଼ନେ, ଏ଼ କାର୍‌ବିତି ଦିନାତାକି ଜାହାରାତାକି କାର୍‌ବି କୂଡ଼ି କିହିମାଞ୍ଜେରି;
6 ସେ ପ୍ରତ୍ୟେକ ଲୋକକୁ ନିଜ ନିଜ କର୍ମାନୁସାରେ ଫଳ ଦେବେ;
ଏ଼ୱାସି ବାରେ ଲ଼କୁତାକି ତାମି କିହାମାନି କାମାତି ପା଼ଡ଼େୟି ହୀନେସି;
7 ଯେଉଁମାନେ ଧୈର୍ଯ୍ୟ ସହିତ ଉତ୍ତମ କର୍ମ କରି ଗୌରବ, ସମ୍ମାନ ଓ ଅମରତା ଅନ୍ୱେଷଣ କରନ୍ତି, ସେମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରିବେ, (aiōnios g166)
ଆମିନି ଗାଟାରି ସା଼ସାତଲେ ନେହିଁ କାମା କିହାନା ଗାୱୁରମି, ମା଼ନି ଇଞ୍ଜାଁ ହା଼ଆଗାଟାଣି ପାରିନେରି, ଏ଼ୱାରାକି କା଼ଲାକା଼ଲାତି ଜୀୱୁ ହୀନେସି, (aiōnios g166)
8 କିନ୍ତୁ ଯେଉଁମାନେ ସ୍ୱାର୍ଥପର, ପୁଣି, ସତ୍ୟର ଅନାଜ୍ଞାବହ, ମାତ୍ର ଅଧାର୍ମିକତାର ଆଜ୍ଞାବହ, ସେମାନଙ୍କ ପ୍ରତି କ୍ରୋଧ ଓ କୋପ ଘଟିବ।
ଆମ୍ବାଆରି ୱାର୍‌ଇ ତାମ୍‌ଙ୍ଗେ ଅଣ୍‌ପିନେରି, ଇଞ୍ଜାଁ ସାତାତି ମା଼ନୱି ଆ଼ଅରି, ସାମା ଲାଗେଏତାଣି ମା଼ନୱି ଆ଼ନେରି; ଏ଼ୱାରାକି କାର୍‌ବି ଅ଼ଡ଼େ କ଼ପା ୱା଼ନେ,
9 ପ୍ରଥମରେ ଯିହୁଦୀ ଓ ମଧ୍ୟ ଗ୍ରୀକ୍‍, ପ୍ରତ୍ୟେକ ଦୁଷ୍କର୍ମକାରୀ ଲୋକର ପ୍ରାଣ ଉପରେ କ୍ଳେଶ ଓ ସଙ୍କଟ ଘଟିବ,
ଆମ୍ବାଆରି ଲାଗେଏତି କାମା କିହିମାନେରି ଏ଼ୱାରାକି କା଼କୁଲି ଅ଼ଡ଼େ କସ୍ତତି ଦିନା ୱା଼ହିମାନେ, ମୂଲୁଏ ଜୀହୁଦି ଲ଼କୁତାକି ଇଞ୍ଜାଁ ଡା଼ୟୁ ଜୀହୁଦିଆ଼ଆତି ଲ଼କୁତାକି ଆ଼ନେ ।
10 ମାତ୍ର ପ୍ରଥମରେ ଯିହୁଦୀ ଓ ମଧ୍ୟ ଗ୍ରୀକ୍‍, ପ୍ରତ୍ୟେକ ସତ୍କର୍ମକାରୀ ପ୍ରତି ଗୌରବ, ସମ୍ମାନ ଓ ଶାନ୍ତି ଘଟିବ।
୧୦ସାମା ମୂଲୁଏ ଜୀହୁଦି ଲ଼କୁକି ଅ଼ଡ଼େ ଜିକେଏ ଜୀହୁଦିଆ଼ଆତି ଲ଼କୁତାକି, ନେହିଁ କାମା କିହାମାନି ବାରେଜା଼ଣା ତାକି ଗାୱୁରମି, ମା଼ନି ଇଞ୍ଜାଁ ହିତ୍‌ଡ଼ି ହିୟାନେସି ।
11 କାରଣ ଈଶ୍ବରଙ୍କ ନିକଟରେ ମୁଖାପେକ୍ଷା ନାହିଁ।
୧୧ଇଚିହିଁ ମାହାପୂରୁ ତା଼ଣା ପାର୍‌ଡ଼ା ବାଚି କିନାୟି ହିଲେଏ ।
12 ଯେଣୁ ଯେତେ ମୋଶାଙ୍କ ବ୍ୟବସ୍ଥାବିହୀନ ହୋଇ ପାପ କରିଅଛନ୍ତି, ସେମାନେ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ବିନା ବିନଷ୍ଟ ହେବେ; ଆଉ, ଯେତେ ମୋଶାଙ୍କ ବ୍ୟବସ୍ଥା ପ୍ରାପ୍ତ ହୋଇ ପାପ କରିଅଛନ୍ତି, ସେମାନେ ମୋଶାଙ୍କ ବ୍ୟବସ୍ଥାନୁସାରେ ବିଚାରିତ ହେବେ,
୧୨ଜୀହୁଦିଆ଼ଆତି ଲ଼କୁକି ମ଼ସାତି ମେ଼ରା ହିଲାଆନା ପା଼ପୁ କିହାମାନେରି; ଏ଼ୱାରି ଜିକେଏ ମ଼ସାତି ମେ଼ରା ହିଲାଆନା ନା଼ସା ଆ଼ନେରି, ଅ଼ଡ଼େ ଏଚେକା ଜୀହୁଦି ଲ଼କୁକି ମ଼ସାତି ମେ଼ରା ପୁଞ୍ଜାମାନାକି; ଏ଼ୱାରି ପା଼ପୁ କିହାମାନେରି ଅ଼ଡ଼େ ଏ଼ ମେ଼ରା ତଲେ ନୀହାଁୟି କିୱିଆ଼ନେରି ।
13 କାରଣ ମୋଶାଙ୍କ ବ୍ୟବସ୍ଥାର ଶ୍ରୋତାମାନେ ଈଶ୍ବରଙ୍କ ସାକ୍ଷାତରେ ଧାର୍ମିକ ନୁହଁନ୍ତି, କିନ୍ତୁ ମୋଶାଙ୍କ ବ୍ୟବସ୍ଥା ପାଳନକାରୀମାନେ ଧାର୍ମିକ ଗଣିତ ହେବେ।
୧୩ଇଚିହିଁ ମେ଼ରାତି ୱେଞ୍ଜାନା ଲ଼କୁ ମାହାପୂରୁ ନ଼କିତା ଦାର୍ମୁଗାଟାରି ଆ଼ଅରି, ସାମା ମେ଼ରାତି ମା଼ନୱି ଆ଼ତିସାରେ ଦାର୍ମୁଗାଟାରି ଆ଼ନେରି ।
14 ଯେଣୁ ଅଣଯିହୁଦୀମାନଙ୍କର ସେହି ବ୍ୟବସ୍ଥା ନ ଥିଲେ ସୁଦ୍ଧା, ଯେତେବେଳେ ସେମାନେ ସ୍ୱାଭାବିକ ଭାବରେ ବ୍ୟବସ୍ଥାନୁଯାୟୀ କର୍ମ କରନ୍ତି, ସେତେବେଳେ ସେମାନେ ବ୍ୟବସ୍ଥା ନ ପାଇଲେ ହେଁ ଆପେ ଆପଣା ଆପଣା ପ୍ରତି ବ୍ୟବସ୍ଥା ସ୍ୱରୂପ ଅଟନ୍ତି;
୧୪ଜୀହୁଦିଆ଼ଆତି ଲ଼କୁକି ମେ଼ରା ହିଲାଆତିହିଁ ଜିକେଏ ଏଚିବେ଼ଲା ଏ଼ୱାରି ମେ଼ରାତା ମାନି ଲେହେଁ କାମା କିନେରି, ଏଚିବେ଼ଲା ଏ଼ୱାରି ମେ଼ରା ବେଟା ଆ଼ଆତିହିଁ ଜିକେଏ ତାମ୍‌ଙ୍ଗେ ମେ଼ରା ଲେହେଁ ଆ଼ନେ;
15 କାରଣ ସେମାନେ ମୋଶାଙ୍କ ବ୍ୟବସ୍ଥାର କର୍ମ ଆପଣା ଆପଣା ହୃଦୟରେ ଲିଖିତ ବୋଲି ଦେଖାନ୍ତି, ସେମାନଙ୍କ ବିବେକ ମଧ୍ୟ ସେଥିର ସାକ୍ଷ୍ୟ ଦିଏ, ଆଉ ସେମାନଙ୍କ ମନର ତର୍କବିତର୍କ ସେମାନଙ୍କୁ ଦୋଷୀ କିଅବା ନିର୍ଦ୍ଦୋଷ କରେ;
୧୫ଏ଼ୱାରି କିହିମାନି କାମାଟି ଈଦି ନେହିଁତଲେ ତ଼ଞ୍ଜା ଆ଼ହିମାନେ, ମେ଼ରାତି ମା଼ନି ଏ଼ୱାରି ହିୟାଁତା ରା଼ସ୍‌କି ଆ଼ହାମାନେ । ଈ କାତାତି ସାତା ଏ଼ୱାରି ଅଣ୍‌ପୁତା ଜିକେଏ ପାର୍‌ମାଣା ସାତା ତଲେ ଅଣ୍‌ପିନାଟି ଅଣ୍‌ପିନି ଅଣ୍‌ପୁ ଏ଼ୱାରି କାତାତା ରା଼ଜି ଆ଼ହିମାନେ, ସାତା ଅଣ୍‌ପୁ ଅଣ୍‌ପିନାଟି ଅଣ୍‌ପୁ ଏ଼ୱାରାଇଁ ନେହାଁରି କିନେ, ଲାଗେଏତି ଅଣ୍‌ପୁ ଅଣ୍‌ପିନାଟି ଦ଼ହ କିହିମାନେ ।
16 ଯେଉଁ ଦିନରେ ଈଶ୍ବର, ମୁଁ ପ୍ରଚାର କରୁଥିବା ସୁସମାଚାର ଅନୁସାରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ମନୁଷ୍ୟମାନଙ୍କର ଗୁପ୍ତ ବିଷୟଗୁଡ଼ିକ ବିଚାର କରିବେ, ସେହି ଦିନ ଏହା ପ୍ରକାଶ ପାଇବ।
୧୬ଏମିନି ଦିନା ମାହାପୂରୁ କ୍ରୀସ୍ତ ଜୀସୁ ତା଼ଣାଟି ମାଣ୍‌ସିତି ଡ଼ୁଗାମାନି କାତା ବାରେ ନୀହାଁୟି କିନେସି, ଏ଼ ଦିନା ନା଼ନୁ ୱେ଼କ୍‌ହିମାନି ନେହିଁ କାବ୍ରୁ ଲେହେଁ ଈ ବାରେ ଆ଼ନେ ।
17 କିନ୍ତୁ ଯଦି ତୁମ୍ଭେ ଯିହୁଦୀ ନାମ ବହନ କରି ମୋଶାଙ୍କ ବ୍ୟବସ୍ଥା ଉପରେ ନିର୍ଭର କରୁଅଛ ଓ ଈଶ୍ବରଙ୍କଠାରେ ଗର୍ବ କରୁଅଛ,
୧୭ମୀରୁ ଜାହାରାଇଁ ଜୀହୁଦିତମି ଇଞ୍ଜାକଡିମାଞ୍ଜେରି; ମେ଼ରାତି ବା଼ର୍ସୁ ଇଟାମାଞ୍ଜେରି ଅ଼ଡ଼େ ମାହାପୂରୁ ତା଼ଣା ବଡପଣ କିହିମାଞ୍ଜେରି;
18 ଆଉ ମୋଶାଙ୍କ ବ୍ୟବସ୍ଥାରୁ ଶିକ୍ଷା ପ୍ରାପ୍ତ ହୋଇ ତାହାଙ୍କ ଇଚ୍ଛା ଜାଣୁଅଛ, ପୁଣି, ଭଲ ମନ୍ଦର ପ୍ରଭେଦ ବୁଝୁଅଛ,
୧୮ଅ଼ଡ଼େ ମ଼ସାତି ମେ଼ରାଟି ଜା଼ପାନା ଏ଼ୱାଣି ଅଣ୍‌ପୁ ପୁଞ୍ଜିମାଞ୍ଜେରି, ଇଞ୍ଜାଁ ନେହାଁଣି ଲାଗେଏତାଣି ବାଚି କିହିମାଞ୍ଜେରି,
19 ଆଉ ମୋଶାଙ୍କ ବ୍ୟବସ୍ଥାରେ ଯେଉଁ ଜ୍ଞାନ ଓ ସତ୍ୟ ବାସ୍ତବରେ ନିହିତ ଅଛି, ତାହା ପାଇଥିବାରୁ,
୧୯ସାତେଏ ମୀରୁ ନେହିଁ କିହିଁ ପୁଞ୍ଜାମାଞ୍ଜେରି, ମୀରୁ କା଼ଣାୟାଁଣି ଜିରୁ ତ଼ହ୍‌ନାତେରି, ଆନ୍ଦେରିତା ମାନି ଲ଼କୁତାକି ଉଜେଡ଼ି ଲେହେଁ,
20 ଯଦି ତୁମ୍ଭେ ଆପଣାକୁ ଅନ୍ଧର ପଥପ୍ରଦର୍ଶକ, ଅନ୍ଧକାରବାସୀଙ୍କର ଆଲୋକ, ମୂର୍ଖର ସଂଶୋଧକ ଓ ଶିଶୁମାନଙ୍କର ଶିକ୍ଷକ ବୋଲି ବିଶ୍ୱାସ କରୁଅଛ,
୨୦ବୁଦି ହିଲାଆ ଲ଼କୁଣି ୱେହ୍‌ନାତେରି, ପୁନାଆତି ଲ଼କୁଣି ଜା଼ପ୍‌ନାତେରି । ମୀ ନାମୁ, ମେ଼ରାଟି ମୀରୁ ସାତା ଅ଼ଡ଼େ ବୁଦି ମେ଼ଡ଼ା ଆ଼ହାମାଞ୍ଜେରି ।
21 ତେବେ ଯଦି ତୁମ୍ଭେ ଯେ ପରକୁ ଶିକ୍ଷା ଦେଉଅଛ, ତୁମ୍ଭେ କଅଣ ଆପଣାକୁ ଶିକ୍ଷା ଦେଉ ନାହଁ? ଚୋରି କର ନାହିଁ ବୋଲି ପ୍ରଚାର କରି ତୁମ୍ଭେ କି ଚୋରି କରୁଅଛ?
୨୧ମୀରୁ ଏଟ୍‌କାତି ଲ଼କୁଣି ଜା଼ପ୍‌ହି ମାଞ୍ଜେରି, ସାମା ଜାହାରାଇଁ ଏ଼ନାଆଁତାକି ଜା଼ପ୍‌ହି ହିଲଅତେରି? ସ଼ରୁ କିଆଦୁ ଇଞ୍ଜିଁ ଜା଼ପ୍‌ହାନା ମୀରୁଏ ଏ଼ନାଆଁତାକି ସ଼ରୁ କିହିମାଞ୍ଜେରି?
22 ବ୍ୟଭିଚାର କର ନାହିଁ ବୋଲି କହି ତୁମ୍ଭେ କି ବ୍ୟଭିଚାର କରୁଅଛ? ତୁମ୍ଭେ ଯେ ପ୍ରତିମା ଘୃଣା କରୁଅଛ, କଅଣ ମନ୍ଦିର ଲୁଣ୍ଠନ କରୁଅଛ?
୨୨ଦା଼ରି କିଆଦୁ ଇଞ୍ଜିଁ ଇଞ୍ଜାନା ମୀରୁଏ ଦା଼ରି କିହିମାଞ୍ଜେରି? ମୀରୁ ପେ଼ଣ୍‌କା ବମାୟାଁ ପୂଜା ଅ଼ପାଆନା ଦେ଼ୱୁଡ଼ିକାତି ଦିଣ୍‌ସୁ ମା଼ଣ୍‌ଚି ହିଲଅତେରି କି?
23 ମୋଶାଙ୍କ ବ୍ୟବସ୍ଥାରେ ଗର୍ବ କରୁଅଛ ଯେ ତୁମ୍ଭେ, ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ଦ୍ୱାରା ତୁମ୍ଭେ କି ଈଶ୍ବରଙ୍କୁ ଅନାଦର କରୁ ନାହଁ?
୨୩ମୀରୁ ମାହାପୂରୁତି ମେ଼ରା ବେଟା ଆ଼ହାମାନମି ଇଞ୍ଜିଁ ବଡପଣ ଆ଼ହିମାଞ୍ଜେରି, ସାମା ଏ଼ଦାଆଁ ମା଼ନି କିଆନା ମାହାପୂରୁଇଁ ଲାଜା ପା଼ଣ୍‌ପି କିହିମାଞ୍ଜେରି କି?
24 କାରଣ ଯେପରି ଲେଖାଅଛି, “ତୁମ୍ଭମାନଙ୍କ ହେତୁ ଅଣଯିହୁଦୀମାନଙ୍କ ମଧ୍ୟରେ ଈଶ୍ବରଙ୍କ ନାମ ନିନ୍ଦିତ ହେଉଅଛି।”
୨୪ସା଼ସ୍ତେରିତା ରା଼ସ୍‌କି ଆ଼ହାମାନେ, “ମିଙ୍ଗେ ତାକି ଜୀହୁଦିଆ଼ଆତି ଲ଼କୁତା଼ଣା ମାହାପୂରୁ ଦ଼ରୁ ନିନ୍ଦା ବେଟା ଆ଼ହିମାନେ ।”
25 ଯଦି ତୁମ୍ଭେ ମୋଶାଙ୍କ ବ୍ୟବସ୍ଥା ପାଳନ କର, ତେବେ ପ୍ରକୃତରେ ସୁନ୍ନତ ଲାଭଜନକ, କିନ୍ତୁ ଯଦି ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ କର, ତେବେ ତୁମ୍ଭର ସୁନ୍ନତ ଅସୁନ୍ନତରେ ପରିଣତ ହୁଏ।
୨୫ମୀରୁ ମେ଼ରାତି ମା଼ନି କିହିମାଚିସାରେ, ମୀ ତ଼ଲୁ ଦା଼ପିଆ଼ନାୟି ଲା଼ବା ମାନେ । ସାମା ମେ଼ରାତି ମା଼ନି କିଆସାରେ, ମୀ ତ଼ଲୁ ଦା଼ପି ଆ଼ତାୟି ତ଼ଲୁ ଦା଼ପିଆ଼ଆତି ଲ଼କୁତଲେ ସମାନା ।
26 ଅତଏବ, ଯଦି ଅସୁନ୍ନତ ଲୋକ ମୋଶାଙ୍କ ବ୍ୟବସ୍ଥାର ବିଧିବିଧାନ ପାଳନ କରେ, ତେବେ ତାହାର ଅସୁନ୍ନତ କଅଣ ସୁନ୍ନତ ବୋଲି ଗଣିତ ହେବ ନାହିଁ?
୨୬ର଼ ଜୀହୁଦିଆ଼ଆତି ଲ଼କୁ ମେ଼ରାତି ହୁକୁମିକା ମା଼ନି କିତିସାରେ ମାହାପୂରୁ ଏ଼ୱାଣାଇଁ ତ଼ଲୁ ଦା଼ପି ଆ଼ତାସି ଲେହେଁ ଇନଅସି କି?
27 ପୁଣି, ସ୍ୱାଭାବିକ ଅସୁନ୍ନତି ଲୋକ ଯଦି ମୋଶାଙ୍କ ବ୍ୟବସ୍ଥା ପାଳନ କରେ, ତେବେ ଲିଖିତ ମୋଶାଙ୍କ ବ୍ୟବସ୍ଥା ଓ ସୁନ୍ନତ ବିଧି ପ୍ରାପ୍ତ ହୋଇ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ କରୁଅଛ ଯେ ତୁମ୍ଭେ, ସେ ତୁମ୍ଭର ବିଚାର କରିବ।
୨୭ଏ଼ଦାଆଁତାକି ଆଙ୍ଗା ତଲେ ତ଼ଲୁ ଦା଼ପିଆ଼ଆତି, ଆମିନି ଜୀହୁଦିଆ଼ଆତାରି ମ଼ସାତି ମେ଼ରା ମା଼ନି କିନେରି, ଆତିହିଁ ମ଼ସା ରା଼ଚିତି ମେ଼ରା ଅ଼ଡ଼େ ତ଼ଲୁ ଦା଼ପି ଆ଼ତିଜିକେଏ ମେ଼ରା ମା଼ନି କିହିହିଲଅତେରି, ଏ଼ୱାରି ମିଙ୍ଗେ ବିଚାରା କିୟାନେରି ।
28 କାରଣ ବାହାରେ ଯେ ଯିହୁଦୀ, ସେ ଯିହୁଦୀ ନୁହେଁ, କିଅବା ବାହାର ଶରୀରରେ ଯେ ସୁନ୍ନତ, ତାହା ସୁନ୍ନତ ନୁହେଁ;
୨୮ୱାର୍‌ଇ ଆଙ୍ଗା ତଲେ ତ଼ଲୁ ଦା଼ପି ଆ଼ହାନା ପାଙ୍ଗାତା ଜୀହୁଦି ଇଞ୍ଜିହିଁ ତ଼ସାକଡିମାନି ଲ଼କୁ ଜୀହୁଦି ଆ଼ଏ ।
29 କିନ୍ତୁ ଅନ୍ତରରେ ଯେ ଯିହୁଦୀ, ସେ ଯିହୁଦୀ, ପୁଣି, ଆକ୍ଷରିକ ଭାବରେ ନୁହେଁ, ମାତ୍ର ଆତ୍ମିକ ଭାବରେ ହୃଦୟର ଯେ ସୁନ୍ନତ, ତାହା ପ୍ରକୃତ ସୁନ୍ନତ। ଏପରି ଲୋକ ମନୁଷ୍ୟମାନଙ୍କଠାରୁ ପ୍ରଶଂସା ପ୍ରାପ୍ତ ହୁଏ ନାହିଁ, କିନ୍ତୁ ଈଶ୍ବରଙ୍କଠାରୁ ପ୍ରାପ୍ତ ହୁଏ।
୨୯ଆମ୍ବାଆସି ହିୟାଁ ବିତ୍ରା ଜୀହୁଦି, ଏ଼ୱାସି ସାତା ତଲେ ଜୀହୁଦି, ଅ଼ଙ୍କରି ତଲେ ଆ଼ଏ, ଜୀୱୁ ଅ଼ଡ଼େ ହିୟାଁ ତଲେ ଆମ୍ବାଆସି ତ଼ଲୁ ଦା଼ପି ଆ଼ତାସି, ଏ଼ଦି ସାତା ତ଼ଲୁ ଦା଼ପି ଆ଼ନାୟି । ଏଲେତି ଲ଼କୁ ମାଣ୍‌ସି ତା଼ଣାଟି ମା଼ନି ବେଟାଆ଼ଅସି, ସାମା ମାହାପୂରୁ ତା଼ଣାଟି ମା଼ନି ବେଟା ଆ଼ନେସି ।

< ରୋମୀୟ 2 >