< ରୋମୀୟ 16 >
1 କେଙ୍କ୍ରେୟା ସହରରେ ଥିବା ମଣ୍ଡଳୀର ସେବିକା ଆମ୍ଭମାନଙ୍କ ଭଉଣୀ ଫୈବୀଙ୍କ ସପକ୍ଷରେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି,
συνιστημι δε υμιν φοιβην την αδελφην ημων ουσαν [και] διακονον της εκκλησιας της εν κεγχρεαις
2 ତୁମ୍ଭେମାନେ ସାଧୁମାନଙ୍କୁ ଯଥାଯୋଗ୍ୟ ଭାବରେ ତାହାଙ୍କୁ ପ୍ରଭୁଙ୍କ ନାମରେ ଗ୍ରହଣ କରିବ, ଆଉ ଯେକୌଣସି ବିଷୟରେ ତୁମ୍ଭମାନଙ୍କଠାରୁ ତାଙ୍କର ସାହାଯ୍ୟ ଆବଶ୍ୟକ ହେବ, ସେ ବିଷୟରେ ତାହାଙ୍କୁ ସାହାଯ୍ୟ କରିବ; କାରଣ ସେ ନିଜେ ମଧ୍ୟ ଅନେକଙ୍କର ଓ ମୋʼ ନିଜର ଉପକାର କରିଅଛନ୍ତି।
ινα {VAR1: προσδεξησθε αυτην } {VAR2: αυτην προσδεξησθε } εν κυριω αξιως των αγιων και παραστητε αυτη εν ω αν υμων χρηζη πραγματι και γαρ αυτη προστατις πολλων εγενηθη και εμου αυτου
3 “ଖ୍ରୀଷ୍ଟ ଯୀଶୁଙ୍କ କାର୍ଯ୍ୟରେ ମୋହର ସହକର୍ମୀ ପ୍ରୀସ୍କା ଓ ଆକ୍ୱିଲାଙ୍କୁ ନମସ୍କାର ଜଣାଅ;
ασπασασθε πρισκαν και ακυλαν τους συνεργους μου εν χριστω ιησου
4 ସେମାନେ ମୋହର ପ୍ରାଣ ନିମନ୍ତେ ଆପଣା ଆପଣା ପ୍ରାଣକୁ ବିପଦଗ୍ରସ୍ତ କଲେ; କେବଳ ମୁଁ ଯେ ସେମାନଙ୍କୁ ଧନ୍ୟବାଦ ଦେଉଅଛି, ତାହା ନୁହେଁ, କିନ୍ତୁ ଅଣଯିହୁଦୀମାନଙ୍କ ମଣ୍ଡଳୀ-ସମୂହ ମଧ୍ୟ ସେମାନଙ୍କୁ ଧନ୍ୟବାଦ ଦେଉଅଛନ୍ତି;
οιτινες υπερ της ψυχης μου τον εαυτων τραχηλον υπεθηκαν οις ουκ εγω μονος ευχαριστω αλλα και πασαι αι εκκλησιαι των εθνων
5 ଆଉ ସେମାନଙ୍କ ଗୃହରେ ଥିବା ମଣ୍ଡଳୀକୁ ନମସ୍କାର ଜଣାଅ। ମୋହର ପ୍ରିୟ ଏପାଇନେତଙ୍କୁ ନମସ୍କାର ଜଣାଅ, ସେ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ଏସିଆର ପ୍ରଥମ ଫଳ ସ୍ୱରୂପ ଅଟନ୍ତି।
και την κατ οικον αυτων εκκλησιαν ασπασασθε επαινετον τον αγαπητον μου ος εστιν απαρχη της ασιας εις χριστον
6 ମରୀୟମଙ୍କୁ ନମସ୍କାର ଜଣାଅ, ସେ ତୁମ୍ଭମାନଙ୍କ ନିମନ୍ତେ ବହୁ ପରିଶ୍ରମ କରିଥିଲେ।
ασπασασθε μαριαν ητις πολλα εκοπιασεν εις υμας
7 ମୋହର ସ୍ୱଜାତୀୟ ଓ ସହବନ୍ଦୀ ଆନ୍ଦ୍ରନିକ ଓ ଯୂନିୟାଙ୍କୁ ନମସ୍କାର ଜଣାଅ; ସେମାନେ ପ୍ରେରିତମାନଙ୍କ ମଧ୍ୟରେ ବିଖ୍ୟାତ ଓ ମୋହର ପୂର୍ବରେ ସୁଦ୍ଧା ଖ୍ରୀଷ୍ଟଙ୍କ ଆଶ୍ରିତ ହୋଇଅଛନ୍ତି।
ασπασασθε ανδρονικον και ιουνιαν τους συγγενεις μου και συναιχμαλωτους μου οιτινες εισιν επισημοι εν τοις αποστολοις οι και προ εμου γεγοναν εν χριστω
8 ପ୍ରଭୁଙ୍କଠାରେ ମୋହର ପ୍ରିୟ ଆମ୍ପ୍ଳିୟାତାଙ୍କୁ ନମସ୍କାର ଜଣାଅ।
ασπασασθε αμπλιατον τον αγαπητον μου εν κυριω
9 ଖ୍ରୀଷ୍ଟଙ୍କ ସେବାରେ ଆମ୍ଭମାନଙ୍କ ସହକର୍ମୀ ଉର୍ବାଣଙ୍କୁ ଓ ମୋହର ପ୍ରିୟ ସ୍ତାଖୁଙ୍କୁ ନମସ୍କାର ଜଣାଅ।
ασπασασθε ουρβανον τον συνεργον ημων εν χριστω και σταχυν τον αγαπητον μου
10 ଖ୍ରୀଷ୍ଟଙ୍କଠାରେ ପରୀକ୍ଷାସିଦ୍ଧ ଆପେଲ୍ଲାଙ୍କୁ ନମସ୍କାର ଜଣାଅ। ଆରିସ୍ତବୂଲଙ୍କ ପରିବାରସ୍ଥ ଲୋକମାନଙ୍କୁ ନମସ୍କାର ଜଣାଅ।
ασπασασθε απελλην τον δοκιμον εν χριστω ασπασασθε τους εκ των αριστοβουλου
11 ମୋହର ସ୍ୱଜାତୀୟ ହେରୋଦୀୟୋନଙ୍କୁ ନମସ୍କାର ଜଣାଅ। ନାର୍କିସଙ୍କ ପରିବାର ମଧ୍ୟରେ ଯେଉଁମାନେ ପ୍ରଭୁଙ୍କ ଆଶ୍ରିତ ଅଛନ୍ତି, ସେମାନଙ୍କୁ ନମସ୍କାର ଜଣାଅ।
ασπασασθε ηρωδιωνα τον συγγενη μου ασπασασθε τους εκ των ναρκισσου τους οντας εν κυριω
12 ପ୍ରଭୁଙ୍କ କାର୍ଯ୍ୟରେ ପରିଶ୍ରମ କରୁଥିବା କ୍ରୁଫେଣା ଓ କ୍ରୁଫୋସାଙ୍କୁ ନମସ୍କାର ଜଣାଅ। ପ୍ରିୟ ପର୍ଶିଙ୍କୁ ନମସ୍କାର ଜଣାଅ, ସେ ପ୍ରଭୁଙ୍କ କାର୍ଯ୍ୟରେ ବହୁ ପରିଶ୍ରମ କରିଅଛନ୍ତି।
ασπασασθε τρυφαιναν και τρυφωσαν τας κοπιωσας εν κυριω ασπασασθε περσιδα την αγαπητην ητις πολλα εκοπιασεν εν κυριω
13 ପ୍ରଭୁଙ୍କ ମନୋନୀତ ରୂଫଙ୍କୁ ଓ ତାଙ୍କର ମାତାଙ୍କୁ ନମସ୍କାର ଜଣାଅ, ସେ ମଧ୍ୟ ମୋହର ମାତା ସ୍ୱରୂପ।
ασπασασθε ρουφον τον εκλεκτον εν κυριω και την μητερα αυτου και εμου
14 ଅସୁଙ୍କ୍ରିତ, ଫ୍ଳେଗୋନ୍, ହର୍ମୀସ୍, ପାତ୍ରବା, ହର୍ମାସ୍, ଆଉ ସେମାନଙ୍କ ସାଙ୍ଗରେ ଥିବା ଭାଇମାନଙ୍କୁ ନମସ୍କାର ଜଣାଅ।
ασπασασθε ασυγκριτον φλεγοντα ερμην πατροβαν ερμαν και τους συν αυτοις αδελφους
15 ଫିଲଲଗ ଓ ଯୂଲିଅ, ନୀରୂସ୍ ଓ ତାହାଙ୍କ ଭଉଣୀ; ପୁଣି, ଅଲୁମ୍ପା ଓ ସେମାନଙ୍କ ସାଙ୍ଗରେ ଥିବା ସମସ୍ତ ସାଧୁଙ୍କୁ ନମସ୍କାର ଜଣାଅ।
ασπασασθε φιλολογον και ιουλιαν νηρεα και την αδελφην αυτου και ολυμπαν και τους συν αυτοις παντας αγιους
16 ପବିତ୍ର ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର। ଖ୍ରୀଷ୍ଟଙ୍କ ସମସ୍ତ ମଣ୍ଡଳୀ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।”
ασπασασθε αλληλους εν φιληματι αγιω ασπαζονται υμας αι εκκλησιαι πασαι του χριστου
17 ହେ ଭାଇମାନେ, ତୁମ୍ଭେମାନେ ଯେଉଁ ଶିକ୍ଷା ପାଇଅଛ, ସେଥିର ବିପରୀତ ଯେଉଁମାନେ ଦଳଭେଦ ଓ ବିଘ୍ନର କାରଣ ଘଟାନ୍ତି, ସେମାନଙ୍କୁ ଚିହ୍ନି ରଖି ସେମାନଙ୍କଠାରୁ ପୃଥକ୍ ରହିବା ପାଇଁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି;
παρακαλω δε υμας αδελφοι σκοπειν τους τας διχοστασιας και τα σκανδαλα παρα την διδαχην ην υμεις εμαθετε ποιουντας και εκκλινετε απ αυτων
18 କାରଣ ଏହିପରି ଲୋକମାନେ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟଙ୍କର ଦାସ ନୁହଁନ୍ତି, କିନ୍ତୁ ଆପଣା ଆପଣା ଉଦରର ଦାସ ଅଟନ୍ତି, ପୁଣି, ମିଷ୍ଟବାକ୍ୟ ଓ ଚାଟୁଭାଷାରେ ସରଳ ହୃଦୟ ଲୋକଙ୍କର ମନ ଭୁଲାନ୍ତି।
οι γαρ τοιουτοι τω κυριω ημων χριστω ου δουλευουσιν αλλα τη εαυτων κοιλια και δια της χρηστολογιας και ευλογιας εξαπατωσιν τας καρδιας των ακακων
19 ଯେଣୁ ତୁମ୍ଭମାନଙ୍କ ଆଜ୍ଞାବହତାର କଥା ସମସ୍ତ ଲୋକଙ୍କ ମଧ୍ୟରେ ବ୍ୟାପିଯାଇଅଛି; ଅତଏବ, ମୁଁ ତୁମ୍ଭମାନଙ୍କ ନିମନ୍ତେ ଆନନ୍ଦ କରୁଅଛି, କିନ୍ତୁ ତୁମ୍ଭେମାନେ ଯେପରି ସତ୍ ବିଷୟରେ ଜ୍ଞାନୀ ଓ ଅସତ୍ ବିଷୟରେ ଅମାୟିକ ହୁଅ, ଏହା ମୋହର ଇଚ୍ଛା।
η γαρ υμων υπακοη εις παντας αφικετο εφ υμιν ουν χαιρω θελω δε υμας σοφους {VAR1: [μεν] } ειναι εις το αγαθον ακεραιους δε εις το κακον
20 ଆଉ ଶାନ୍ତିଦାତା ଈଶ୍ବର ଶୟତାନକୁ ଶୀଘ୍ର ତୁମ୍ଭମାନଙ୍କ ପଦ ତଳେ ଦଳିପକାଇବେ। ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ।
ο δε θεος της ειρηνης συντριψει τον σαταναν υπο τους ποδας υμων εν ταχει η χαρις του κυριου ημων ιησου μεθ υμων
21 ମୋହର ସହକର୍ମୀ ତୀମଥି, ପୁଣି, ମୋହର ସ୍ୱଜାତୀୟ ଲୂକୀୟ, ଯାସୋନ ଓ ସୋସିପାତ୍ର ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।
ασπαζεται υμας τιμοθεος ο συνεργος {VAR1: [μου] } {VAR2: μου } και λουκιος και ιασων και σωσιπατρος οι συγγενεις μου
22 ଏହି ପତ୍ର ଲେଖକ ଯେ ମୁଁ ତର୍ତ୍ତୀୟ, ମୁଁ ପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛି।
ασπαζομαι υμας εγω τερτιος ο γραψας την επιστολην εν κυριω
23 ମୋହର ଓ ସମସ୍ତ ମଣ୍ଡଳୀର ଆତିଥ୍ୟକାରୀ ଗାୟ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି। ଏହି ନଗରର କୋଷାଧ୍ୟକ୍ଷ ଏରାଷ୍ଟ ଓ ଭାଇ କ୍ୱାର୍ତ୍ତ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।
ασπαζεται υμας γαιος ο ξενος μου και ολης της εκκλησιας ασπαζεται υμας εραστος ο οικονομος της πολεως και κουαρτος ο αδελφος
24 [ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ। ଆମେନ୍।]
25 ଯେଉଁ ଈଶ୍ବର ମୋହର ସୁସମାଚାର ଓ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ପ୍ରଚାର ଅନୁସାରେ, ଅର୍ଥାତ୍ ଯେଉଁ ନିଗୂଢ଼ତତ୍ତ୍ୱ ଅନାଦିକାଳରୁ ଗୁପ୍ତ ଥିଲା, (aiōnios )
{VAR1: τω } {VAR2: [τω } δε δυναμενω υμας στηριξαι κατα το ευαγγελιον μου και το κηρυγμα ιησου χριστου κατα αποκαλυψιν μυστηριου χρονοις αιωνιοις σεσιγημενου (aiōnios )
26 ମାତ୍ର ଏବେ ପ୍ରକାଶିତ ହୋଇଅଛି, ପୁଣି, ବିଶ୍ୱାସ କରି ଆଜ୍ଞାବହ ହେବା ନିମନ୍ତେ ଅନାଦି ଈଶ୍ବରଙ୍କ ଆଜ୍ଞାନୁସାରେ ଭାବବାଦୀମାନଙ୍କ ଶାସ୍ତ୍ର ସାହାଯ୍ୟରେ ସମସ୍ତ ମାନବଜାତି ନିକଟରେ ଜ୍ଞାତ କରାଯାଇଅଛି, ସେହି ନିଗୂଢ଼ତତ୍ତ୍ୱର ପ୍ରକାଶ ଅନୁସାରେ ତୁମ୍ଭମାନଙ୍କୁ ସୁସ୍ଥିର କରିବାକୁ ସକ୍ଷମ ଅଟନ୍ତି, (aiōnios )
φανερωθεντος δε νυν δια τε γραφων προφητικων κατ επιταγην του αιωνιου θεου εις υπακοην πιστεως εις παντα τα εθνη γνωρισθεντος (aiōnios )
27 ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଯୁଗେ ଯୁଗେ ସେହି ଏକମାତ୍ର ଜ୍ଞାନବାନ ଈଶ୍ବରଙ୍କ ଗୌରବ ହେଉ। ଆମେନ୍। (aiōn )
μονω σοφω θεω δια ιησου χριστου {VAR1: [ω] } {VAR2: ω } η δοξα εις τους αιωνας {VAR1: αμην } {VAR2: αμην] } (aiōn )