< ରୋମୀୟ 14 >
1 ବିଶ୍ୱାସରେ ଯେ ଦୁର୍ବଳ, ତାହାକୁ ଗ୍ରହଣ କର, କିନ୍ତୁ ବିଭିନ୍ନ ମତ ସମ୍ବନ୍ଧରେ ତର୍କବିତର୍କ କରିବା ନିମନ୍ତେ ତାହା କର ନାହିଁ।
ⲁ̅ⲡⲉⲧϭⲟⲟⲃ ⲇⲉ ϣⲟⲡϥ ⲉⲣⲱⲧⲛ ϩⲛ ⲧⲡⲓⲥⲧⲓⲥ ⲉϩⲉⲛϩⲟⲧϩⲧ ⲁⲛ ⲙⲙⲟⲕⲙⲉⲕ
2 ସମସ୍ତ ପଦାର୍ଥ ଭୋଜନ କରିବା ନିମନ୍ତେ ଜଣେ ଲୋକର ବିଶ୍ୱାସ ଅଛି, କିନ୍ତୁ ଯେ ବିଶ୍ୱାସରେ ଦୁର୍ବଳ, ସେ କେବଳ ଶାକ ଭୋଜନ କରେ।
ⲃ̅ⲟⲩⲛ ⲡⲉⲧⲡⲓⲥⲧⲉⲩⲉ ⲙⲉⲛ ⲉⲟⲩⲉⲙ ⲛⲕⲁ ⲛⲓⲙ ⲡⲉⲧϭⲟⲟⲃ ⲇⲉ ϥⲟⲩⲙ ⲟⲩⲟⲟⲧⲉ
3 ଯେ ଭୋଜନ କରେ, ସେ ଭୋଜନ ନ କରିବା ଲୋକକୁ ତୁଚ୍ଛ ନ କରୁ; ପୁଣି, ଯେ ଭୋଜନ କରେ ନାହିଁ, ସେ ଭୋଜନ କରିବା ଲୋକର ବିଚାର ନ କରୁ, କାରଣ ଈଶ୍ବର ତାହାକୁ ଗ୍ରହଣ କରିଅଛନ୍ତି।
ⲅ̅ⲙⲡⲣⲧⲣⲉ ⲡⲉⲧⲟⲩⲱⲙ ⲥⲉϣϥ ⲡⲉⲧⲉⲛϥⲟⲩⲱⲙ ⲁⲛ ⲁⲩⲱ ⲙⲡⲣⲧⲣⲉ ⲡⲉⲧⲉⲛϥⲟⲩⲱⲙ ⲁⲛ ⲕⲣⲓⲛⲉ ⲙⲡⲉⲧⲟⲩⲱⲙ ⲡⲛⲟⲩⲧⲉ ⲅⲁⲣ ⲡⲉⲛⲧⲁϥϣⲟⲡϥ ⲉⲣⲟϥ
4 ତୁମ୍ଭେ କିଏ ଯେ ଅନ୍ୟର ଦାସର ବିଚାର କରୁଅଛ? ସେ ଆପଣା ପ୍ରଭୁ ନିକଟରେ ସ୍ଥିର ରୁହେ ବା ପତିତ ହୁଏ; ହଁ, ତାହାକୁ ସ୍ଥିର ରଖାଯିବ, କାରଣ ତାହାକୁ ସ୍ଥିର ରଖିବାକୁ ପ୍ରଭୁଙ୍କର ଶକ୍ତି ଅଛି।
ⲇ̅ⲛⲧⲕ ⲛⲓⲙ ⲉⲕⲕⲣⲓⲛⲉ ⲛⲟⲩϩⲙϩⲁⲗ ⲉⲙⲡⲱⲕ ⲁⲛ ⲡⲉ ⲉϥⲁϩⲉⲣⲁⲧϥ ⲉⲡⲉϥϫⲟⲉⲓⲥ ⲏ ⲉϥⲛⲁϩⲉ ϥⲛⲁⲁϩⲉ ⲇⲉ ⲉⲣⲁⲧϥ ⲟⲩⲛϭⲟⲙ ⲅⲁⲣ ⲙⲡϫⲟⲉⲓⲥ ⲉⲧⲁϩⲟϥ ⲉⲣⲁⲧϥ
5 ଜଣେ ଲୋକ ଏକ ଦିନ ଅପେକ୍ଷା ଅନ୍ୟ ଦିନକୁ ଅଧିକ ମାନ୍ୟ କରେ, ଆଉ ଜଣେ ସବୁ ଦିନକୁ ସମାନ ରୂପେ ମାନ୍ୟ କରେ। ପ୍ରତ୍ୟେକ ଲୋକ ଆପଣା ମନରେ ସ୍ଥିର ବୋଧ କରୁ।
ⲉ̅ⲟⲩⲛ ⲡⲉⲧⲕⲕⲣⲓⲛⲉ ⲙⲉⲛ ⲛⲟⲩϩⲟⲟⲩ ⲡⲁⲣⲁ ⲟⲩϩⲟⲟⲩ ⲟⲩⲛ ⲡⲉⲧⲕⲕⲣⲓⲛⲉ ⲇⲉ ⲛϩⲟⲟⲩ ⲛⲓⲙ ⲡⲟⲩⲁ ⲡⲟⲩⲁ ⲙⲁⲣⲉϥⲧⲱⲧ ϩⲙ ⲡⲉϥϩⲏⲧ
6 ଯେ ବିଶେଷ ଦିନ ମାନେ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ମାନେ; ଆଉ ଯେ ଭୋଜନ କରେ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୋଜନ କରେ, କାରଣ ସେ ଈଶ୍ବରଙ୍କୁ ଧନ୍ୟବାଦ ଦିଏ; ପୁଣି, ଯେ ଭୋଜନ କରେ ନାହିଁ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୋଜନ କରେ ନାହିଁ ଓ ଈଶ୍ବରଙ୍କୁ ଧନ୍ୟବାଦ ଦିଏ।
ⲋ̅ⲡⲉⲧⲙⲉⲉⲩⲉ ⲉⲡⲉϩⲟⲟⲩ ⲉϥⲙⲉⲉⲩⲉ ⲉⲡϫⲟⲉⲓⲥ ⲁⲩⲱ ⲡⲉⲧⲟⲩⲱⲙ ⲉϥⲟⲩⲱⲙ ⲙⲡϫⲟⲉⲓⲥ ϥϣⲡϩⲙⲟⲧ ⲅⲁⲣ ⲛⲧⲉ ⲡⲛⲟⲩⲧⲉ ⲁⲩⲱ ⲡⲉⲧⲉⲛϥⲟⲩⲱⲙ ⲁⲛ ⲉⲧⲉⲛϥⲟⲩⲱⲙ ⲁⲛ ⲙⲡϫⲟⲉⲓⲥ ⲁⲩⲱ ϥϣⲡϩⲙⲟⲧ ⲛⲧⲙ ⲡⲛⲟⲩⲧⲉ
7 କାରଣ ଆମ୍ଭମାନଙ୍କ ମଧ୍ୟରୁ କେହି ଆପଣା ଉଦ୍ଦେଶ୍ୟରେ ବଞ୍ଚେ ନାହିଁ ଏବଂ ଆପଣା ଉଦ୍ଦେଶ୍ୟରେ ମରେ ନାହିଁ।
ⲍ̅ⲙⲛ ⲗⲁⲁⲩ ⲅⲁⲣ ⲙⲙⲟⲛ ⲟⲛϩ ⲛⲁϥ ⲁⲩⲱ ⲙⲛ ⲗⲁⲁⲩ ⲙⲙⲟⲛ ⲛⲁⲙⲟⲩ ⲛⲁϥ
8 ଯେଣୁ, ଯଦି ଆମ୍ଭେମାନେ ବଞ୍ଚୁ, ତେବେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ବଞ୍ଚୁ, କିମ୍ବା ଯଦି ମରୁ, ତେବେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ମରୁ। ଅତଏବ, ଯଦି ଆମ୍ଭେମାନେ ବଞ୍ଚୁ କିମ୍ବା ମରୁ, ଆମ୍ଭେମାନେ ପ୍ରଭୁଙ୍କର ଅଟୁ।
ⲏ̅ⲉϣⲱⲡⲉ ⲅⲁⲣ ⲉⲛϣⲁⲛⲱⲛϩ ⲉⲛⲁⲱⲛϩ ⲙⲡϫⲟⲉⲓⲥ ⲁⲩⲱ ⲉϣⲱⲡⲉ ⲉⲛϣⲁⲛⲙⲟⲩ ⲉⲛⲁⲙⲟⲩ ⲙⲡϫⲟⲉⲓⲥ ⲉϣⲱⲡⲉ ϭⲉ ⲉⲛϣⲁⲛⲱⲛϩ ⲉϣⲱⲡⲉ ⲉⲛϣⲁⲛⲙⲟⲩ ⲁⲛⲟⲛ ⲛⲁ ⲡϫⲟⲉⲓⲥ
9 କାରଣ ଖ୍ରୀଷ୍ଟ ଯେପରି ମୃତ ଓ ଜୀବିତ ଉଭୟଙ୍କ ପ୍ରଭୁ ହୁଅନ୍ତି, ସେହି ଉଦ୍ଦେଶ୍ୟରେ ସେ ମୃତ୍ୟୁଭୋଗ କଲେ, ପୁଣି, ପୁନର୍ଜୀବିତ ହେଲେ।
ⲑ̅ⲉⲧⲃⲉ ⲡⲁⲓ ⲅⲁⲣ ⲁⲡⲉⲭⲥ ⲙⲟⲩ ⲁⲩⲱ ⲁϥⲱⲛϩ ϫⲉ ⲉϥⲉⲣϫⲟⲉⲓⲥ ⲉⲛⲉⲧⲙⲟⲟⲩⲧ ⲙⲛ ⲛⲉⲧⲟⲛϩ
10 କିନ୍ତୁ ତୁମ୍ଭେ କାହିଁକି ଆପଣା ଭାଇର ବିଚାର କରୁଅଛ? କିମ୍ବା ତୁମ୍ଭେ କାହିଁକି ଆପଣା ଭାଇକୁ ତୁଚ୍ଛ କରୁଅଛ? ଆମ୍ଭେମାନେ ସମସ୍ତେ ତ ଈଶ୍ବରଙ୍କ ବିଚାରାସନ ଛାମୁରେ ଠିଆ ହେବା।
ⲓ̅ⲛⲧⲟⲕ ⲇⲉ ⲁϩⲣⲟⲕ ⲕⲕⲣⲓⲛⲉ ⲙⲡⲉⲕⲥⲟⲛ ⲏ ⲁϩⲣⲟⲕ ϩⲱⲱⲕ ⲕⲥⲱϣϥ ⲙⲡⲉⲕⲥⲟⲛ ⲧⲛⲁⲁϩⲉⲣⲁⲧⲛ ⲅⲁⲣ ⲧⲏⲣⲛ ⲉⲡⲃⲏⲙⲁ ⲙⲡⲛⲟⲩⲧⲉ
11 ଯେଣୁ ଲେଖାଅଛି, “ପ୍ରଭୁ କହନ୍ତି, ‘ଆମ୍ଭେ ଜୀବିତ ଥିବା ପ୍ରମାଣେ,’ ‘ପ୍ରତ୍ୟେକ ଆଣ୍ଠୁ ଆମ୍ଭ ଛାମୁରେ ନତ ହେବ, ଆଉ ପ୍ରତ୍ୟେକ ଜିହ୍ୱା ଈଶ୍ବରଙ୍କ ପ୍ରଶଂସା କରିବ।’”
ⲓ̅ⲁ̅ϥⲥⲏϩ ⲅⲁⲣ ϫⲉ ϯⲟⲛϩ ⲁⲛⲟⲕ ⲡⲉϫⲉ ⲡϫⲟⲉⲓⲥ ϫⲉ ⲡⲁⲧ ⲛⲓⲙ ⲛⲁⲕⲱⲗϫ ⲛⲁⲓ ⲁⲩⲱ ⲗⲁⲥ ⲛⲓⲙ ⲛⲁⲉⲝⲟⲙⲟⲗⲟⲅⲉⲓ ⲙⲡⲛⲟⲩⲧⲉ
12 ଅତଏବ, ଆମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଈଶ୍ବରଙ୍କ ଛାମୁରେ ନିଜ ନିଜର ହିସାବ ଦେବାକୁ ହେବ।
ⲓ̅ⲃ̅ⲉⲓⲉ ⲉⲣⲉⲡⲟⲩⲁ ⲡⲟⲩⲁ ⲙⲙⲟⲛ ⲛⲁϯ ⲗⲟⲅⲟⲥ ϩⲁⲣⲟϥ ⲙⲡⲛⲟⲩⲧⲉ
13 ଏଣୁ ଆସ, ଆମ୍ଭେମାନେ ଆଉ ପରସ୍ପରର ବିଚାର ନ କରୁ; ମାତ୍ର କେହି ଯେପରି ଆପଣା ଭାଇର ବାଟରେ ବାଧାଜନକ କିମ୍ବା ବିଘ୍ନଜନକ ବିଷୟ ନ ରଖେ, ଏହା ତୁମ୍ଭେମାନେ ବିଚାର କର।
ⲓ̅ⲅ̅ⲙⲡⲣⲧⲣⲉⲛⲕⲣⲓⲛⲉ ϭⲉ ϫⲓⲛ ⲧⲉⲛⲟⲩ ⲛⲛⲉⲛⲉⲣⲏⲩ ⲁⲗⲗⲁ ⲕⲣⲓⲛⲉ ⲛⲧⲟϥ ⲙⲡⲁⲓ ⲛϩⲟⲩⲟ ⲉⲧⲙⲕⲁϫⲣⲟⲡ ⲙⲡⲉⲕⲥⲟⲛ ⲏ ⲥⲕⲁⲛⲇⲁⲗⲟⲛ
14 ମୁଁ ଜାଣେ ଓ ପ୍ରଭୁ ଯୀଶୁଙ୍କଠାରେ ନିଶ୍ଚୟ ଜ୍ଞାନ କରେ ଯେ, କୌଣସି ବିଷୟ ନିଜେ ଅଶୁଚି ନୁହେଁ, କିନ୍ତୁ ଯେଉଁ ଜଣ କୌଣସି ପଦାର୍ଥକୁ ଅଶୁଚି ବୋଲି ଜ୍ଞାନ କରେ, କେବଳ ତାହାରି ପ୍ରତି ତାହା ଅଶୁଚି।
ⲓ̅ⲇ̅ϯⲥⲟⲟⲩⲛ ⲁⲩⲱ ϯⲡⲓⲑⲉ ϩⲙ ⲡϫⲟⲉⲓⲥ ⲓⲏⲥ ϫⲉ ⲙⲛ ⲗⲁⲁⲩ ⲥⲟⲟϥ ϩⲁⲣⲟϥ ⲙⲁⲩⲁⲁϥ ⲉⲓⲙⲏⲧⲓ ⲙⲡⲉⲧⲙⲉⲉⲩⲉ ϫⲉ ⲡⲁⲓ ⲥⲟⲟϥ ⲉϥⲥⲟⲟϥ ⲙⲡ ⲉⲧⲙⲙⲁⲩ
15 କାରଣ ତୁମ୍ଭର ଭାଇ ଯଦି ଖାଦ୍ୟ ହେତୁ ଦୁଃଖିତ ହୁଏ, ତାହାହେଲେ ତୁମ୍ଭେ ଆଉ ପ୍ରେମରେ ଆଚରଣ କରୁ ନାହଁ। ଯାହା ନିମନ୍ତେ ଖ୍ରୀଷ୍ଟ ମୃତ୍ୟୁଭୋଗ କଲେ, ତାହାକୁ ତୁମ୍ଭେ ତୁମ୍ଭର ଖାଦ୍ୟ ଦ୍ୱାରା ବିନାଶ କର ନାହିଁ।
ⲓ̅ⲉ̅ⲉϣϫⲉ ⲉⲧⲃⲉ ⲟⲩϩⲣⲉ ⲅⲁⲣ ⲡⲉⲕⲥⲟⲛ ⲗⲩⲡⲉⲓ ⲉⲓⲉ ⲁⲕⲗⲟ ⲉⲕⲙⲟⲟϣⲉ ⲕⲁⲧⲁ ⲟⲩⲁⲅⲁⲡⲏ ϩⲣⲁⲓ ϩⲛ ⲧⲉⲕϩⲣⲉ ⲙⲡⲣⲙⲉⲩⲧⲡⲏ ⲉⲛⲧⲁ ⲡⲉⲭⲥ ⲙⲟⲩ ϩⲁⲣⲟϥ
16 ଏଣୁ ତୁମ୍ଭମାନଙ୍କର ଉତ୍ତମ ବିଷୟ ନିନ୍ଦିତ ନ ହେଉ;
ⲓ̅ⲋ̅ⲙⲡⲣⲧⲣⲉⲩϫⲓⲟⲩⲁ ϭⲉ ⲉⲡⲉⲛⲁⲅⲁⲑⲟⲛ
17 କାରଣ ଈଶ୍ବରଙ୍କ ରାଜ୍ୟ ଭୋଜନପାନ ନୁହେଁ, କିନ୍ତୁ ଧାର୍ମିକତା, ଶାନ୍ତି ଓ ପବିତ୍ର ଆତ୍ମାଙ୍କଠାରେ ଆନନ୍ଦ ଅଟେ।
ⲓ̅ⲍ̅ⲛⲧⲙⲛⲧⲣⲣⲟ ⲅⲁⲣ ⲁⲛ ⲙⲡⲛⲟⲩⲧⲉ ⲡⲉ ⲟⲩⲱⲙ ϩⲓⲥⲱ ⲁⲗⲗⲁ ⲟⲩⲇⲓⲕⲁⲓⲟⲥⲩⲛⲏ ⲧⲉ ⲙⲛ ⲟⲩⲉⲓⲣⲏⲛⲏ ⲙⲛ ⲟⲩⲣⲁϣⲉ ϩⲙ ⲡⲉⲡⲛⲁ ⲉⲧⲟⲩⲁⲁⲃ
18 ଯେଣୁ ଯେ ଏହି ବିଷୟରେ ଖ୍ରୀଷ୍ଟଙ୍କର ସେବା କରେ, ସେ ଈଶ୍ବରଙ୍କ ନିକଟରେ ସୁଗ୍ରାହ୍ୟ ଓ ମନୁଷ୍ୟମାନଙ୍କ ନିକଟରେ ପରୀକ୍ଷାସିଦ୍ଧ ହୁଏ।
ⲓ̅ⲏ̅ⲡⲉⲧϩⲙ ⲡⲁⲓ ⲅⲁⲣ ⲉⲧⲟ ⲙϩⲙϩⲁⲗ ⲙⲡⲉⲭⲥ ϥⲣⲁⲛⲁϥ ⲙⲡⲛⲟⲩⲧⲉ ⲁⲩⲱ ⲟⲩⲥⲱⲧⲡ ⲛⲣⲱⲙⲉ ⲡⲉ
19 ଅତଏବ ଆସ, ଯେ ଯେ ବିଷୟ ଶାନ୍ତିଜନକ, ଆଉ ଯେ ଯେ ବିଷୟ ଦ୍ୱାରା ପରସ୍ପରର ନିଷ୍ଠା ହୁଏ, ସେହି ସବୁର ଆମ୍ଭେମାନେ ଅନୁଗମନ କରୁ।
ⲓ̅ⲑ̅ⲁⲣⲁ ϭⲉ ⲙⲁⲣⲛⲡⲱⲧ ⲛⲥⲁ ⲛⲁ ϯⲣⲏⲛⲏ ⲁⲩⲱ ⲛⲁ ⲡⲕⲱⲧ ⲉϩⲟⲩⲛ ⲉⲛⲉⲛⲉⲣⲏⲩ
20 ଖାଦ୍ୟ ସକାଶେ ଈଶ୍ବରଙ୍କର କର୍ମ ନଷ୍ଟ କର ନାହିଁ। ସମସ୍ତ ବିଷୟ ଅବଶ୍ୟ ଶୁଚି; ତଥାପି ଯେଉଁ ଲୋକ ଯାହା ଭୋଜନ କରି ବାଧା ପାଏ, ତାହା ପକ୍ଷରେ ତାହା ମନ୍ଦ।
ⲕ̅ⲉⲧⲃⲉ ⲟⲩϩⲣⲉ ⲙⲡⲣⲕⲁⲧⲁⲗⲩ ⲙⲡϩⲱⲃ ⲙⲡⲛⲟⲩⲧⲉ ⲥⲉⲟⲩⲁⲁⲃ ⲙⲉⲛ ⲧⲏⲣⲟⲩ ⲁⲗⲗⲁ ϥϩⲟⲟⲩ ⲙⲡⲣⲱⲙⲉ ⲉⲧⲛⲁⲟⲩⲱⲙ ϩⲓⲧⲛ ⲟⲩϫⲣⲟⲡ
21 ମାଂସ ଭୋଜନ କିମ୍ବା ଦ୍ରାକ୍ଷାରସ ପାନ ଅବା ଯେକୌଣସି ବିଷୟରେ ତୁମ୍ଭର ଭାଇର ବାଧା ଜନ୍ମେ, ତାହା ନ କଲେ ଭଲ।
ⲕ̅ⲁ̅ⲛⲁⲛⲟⲩ ⲧⲙⲟⲩⲉⲙ ⲁϥ ⲟⲩⲇⲉ ⲉⲧⲙⲥⲉ ⲏⲣⲡ ⲟⲩⲇⲉ ⲡⲉⲧⲉⲣⲉ ⲡⲉⲕⲥⲟⲛ ⲛⲁϫⲓϫⲣⲟⲡ ⲛϩⲏⲧϥ ⲏ ⲛϥⲥⲕⲁⲛⲇⲁⲗⲓⲍⲉ ⲏ ⲛϥϭⲃⲃⲉ
22 ତୁମ୍ଭର ଯେଉଁ ବିଶ୍ୱାସ ଅଛି, ତାହା ତୁମ୍ଭେ ଈଶ୍ବରଙ୍କ ସାକ୍ଷାତରେ ଆପଣା ଅନ୍ତରରେ ଧରି ରଖ। ଯେ ଯାହା ପରୀକ୍ଷାସିଦ୍ଧ ବୋଲି ବିବେଚନା କରେ, ସେ ଯଦି ସେଥିରେ ଆପଣାକୁ ଦୋଷୀ ନ କରେ, ତେବେ ସେ ଧନ୍ୟ।
ⲕ̅ⲃ̅ⲛⲧⲟⲕ ⲟⲩⲛⲧⲕ ⲟⲩⲡⲓⲥⲧⲓⲥ ⲕⲁⲁⲥ ⲛⲁⲕ ⲙⲡⲉⲙⲧⲟ ⲉⲃⲟⲗ ⲙⲡⲛⲟⲩⲧⲉ ⲛⲁⲓⲁⲧϥ ⲙⲡⲉⲧⲉⲛϥⲛⲁⲕⲣⲓⲛⲉ ⲙⲙⲟϥ ⲁⲛ ϩⲙ ⲡⲉⲧϥⲇⲟⲕⲓⲙⲁⲍⲉ ⲙⲙⲟϥ
23 କିନ୍ତୁ ଯେ ସନ୍ଦେହ କରି ଭୋଜନ କରେ, ସେ ଦଣ୍ଡନୀୟ ହୁଏ, କାରଣ ସେ ବିଶ୍ୱାସରେ ଭୋଜନ କରେ ନାହିଁ; ଆଉ ଯାହା କିଛି ବିଶ୍ୱାସରୁ ହୁଏ ନାହିଁ, ତାହା ପାପ।
ⲕ̅ⲅ̅ⲡⲉⲧⲛⲁⲣϩⲏⲧ ⲇⲉ ⲥⲛⲁⲩ ⲉϥϣⲁⲛⲟⲩⲱⲙ ϥⲧϭⲁⲉⲓⲏⲩ ϫⲉ ⲛⲧⲁϥⲁⲁⲥ ⲁⲛ ϩⲛ ⲟⲩⲡⲓⲥⲧⲓⲥ ϩⲱⲃ ⲇⲉ ⲛⲓⲙ ⲉⲧⲉ ⲛϩⲉⲛⲉⲃⲟⲗ ⲁⲛ ⲛⲉ ϩⲛ ⲟⲩⲡⲓⲥⲧⲓⲥ ϩⲉⲛⲛⲟⲃⲉ ⲛⲉ