< ରୋମୀୟ 13 >
1 ପ୍ରତ୍ୟେକ ଜଣ ଅଧିକାରପ୍ରାପ୍ତ ଶାସନକର୍ତ୍ତାଙ୍କ ବଶୀଭୂତ ହେଉ, କାରଣ ଅଧିକାର କେବଳ ଈଶ୍ବରଙ୍କଠାରୁ ଆସେ, ଆଉ ଯେ ସମସ୍ତ ଅଧିକାରପ୍ରାପ୍ତ ଶାସନକର୍ତ୍ତା ଅଛନ୍ତି; ସେମାନେ ଈଶ୍ବରଙ୍କ ଦ୍ୱାରା ନିଯୁକ୍ତ।
Kí olúkúlùkù ọkàn kí ó foríbalẹ̀ fún àwọn aláṣẹ tí ó wà ní ipò gíga. Nítorí kò sí àṣẹ kan, bí kò ṣe láti ọ̀dọ̀ Ọlọ́run wá; àwọn aláṣẹ tí ó sì wà, láti ọ̀dọ̀ Ọlọ́run ni a ti lànà rẹ̀ wá.
2 ଅତଏବ, ଯେ ଅଧିକାର ପ୍ରତିରୋଧ କରେ, ସେ ଈଶ୍ବରଙ୍କ ବିଧାନର ପ୍ରତିରୋଧ କରେ; ପୁଣି, ଯେଉଁମାନେ ପ୍ରତିରୋଧ କରନ୍ତି, ସେମାନେ ଆପଣା ଆପଣା ଉପରେ ଦଣ୍ଡ ଘଟାଇବେ।
Nítorí ẹni tí ó bá tàpá sí àṣẹ, ó tàpá sí ìlànà Ọlọ́run; àwọn ẹni tí ó ba sì ń tàpá, yóò gba ẹ̀bi fún ara wọn.
3 କାରଣ ଶାସନକର୍ତ୍ତାମାନେ ସଦାଚାରୀ ପ୍ରତି ଭୟଜନକ ନୁହଁନ୍ତି, କିନ୍ତୁ ଅସଦାଚାରୀ ପ୍ରତି ଭୟଜନକ। ତୁମ୍ଭେ କି ଅଧିକାରପ୍ରାପ୍ତ ଶାସନକର୍ତ୍ତାଙ୍କ ନିକଟରେ ନିର୍ଭୟ ହେବାକୁ ଇଚ୍ଛା କର? ତେବେ ସଦାଚାର କର, ତାହାହେଲେ ତାହାଙ୍କଠାରୁ ପ୍ରଶଂସା ପାଇବ,
Nítorí àwọn ìjòyè kò wá láti dẹ́rùbà àwọn tí ń ṣe rere, bí kò ṣe àwọn tó ń ṣe búburú. Ǹjẹ́ ìwọ ha fẹ́ di òmìnira kúrò nínú ẹ̀rù ẹni tó wà ní ipò àṣẹ. Nítorí náà ṣe èyí tó ó dára, ìwọ yóò sì gba ìyìn láti ọ̀dọ̀ rẹ̀.
4 କାରଣ ସେ ମଙ୍ଗଳ ନିମନ୍ତେ ତୁମ୍ଭ ପାଇଁ ଈଶ୍ବରଙ୍କ ସେବକ। କିନ୍ତୁ ଯଦି ଅସଦାଚାର କର, ତାହାହେଲେ ଭୀତ ହୁଅ, ଯେଣୁ ସେ ନିରର୍ଥକ ଖଡ୍ଗ ଧାରଣ କରନ୍ତି ନାହିଁ, କାରଣ ସେ ଈଶ୍ବରଙ୍କ ସେବକ ସ୍ୱରୂପେ ଅସଦାଚାରୀ ପ୍ରତି କ୍ରୋଧ ପ୍ରକାଶ କରିବା ନିମନ୍ତେ ଦଣ୍ଡଦାତା ଅଟନ୍ତି।
Nítorí ìránṣẹ́ Ọlọ́run ni i ṣe fún ọ́ sí rere. Ṣùgbọ́n bí ìwọ bá ń ṣé búburú, máa bẹ̀rù, nítorí kò gbé idà náà lásán. Nítorí ìránṣẹ́ Ọlọ́run ní í ṣe, olùgbẹ̀san láti ṣiṣẹ́ ìbínú lára ẹni tí ń ṣe búburú.
5 ଅତଏବ, କେବଳ କ୍ରୋଧର ଭୟରେ ନୁହେଁ, ମାତ୍ର ବିବେକ ହେତୁ ମଧ୍ୟ ବଶୀଭୂତ ହେବା ଆବଶ୍ୟକ।
Nítorí náà, ẹ̀yin kò gbọdọ̀ má tẹríba fún àwọn aláṣẹ, kì í ṣe nítorí ti ìbínú nìkan, ṣùgbọ́n nítorí ẹ̀rí ọkàn pẹ̀lú.
6 ଯେଣୁ ଏହି କାରଣରୁ ତୁମ୍ଭେମାନେ ରାଜସ୍ୱ ମଧ୍ୟ ଦେଇଥାଅ, କାରଣ ସେମାନେ ଈଶ୍ବରଙ୍କ ସେବକ ସ୍ୱରୂପେ ଏହି କାର୍ଯ୍ୟରେ ପ୍ରବୃତ୍ତ ରହନ୍ତି।
Nítorí ìdí èyí, ẹ san owó òde pẹ̀lú, nítorí ìránṣẹ́ Ọlọ́run ni wọ́n, èyí náà ni wọ́n ń bojútó nígbà gbogbo.
7 ଯାହାଙ୍କର ଯାହା ପ୍ରାପ୍ୟ, ତାହାଙ୍କୁ ତାହା ଦିଅ; ଯାହାଙ୍କୁ ରାଜସ୍ୱ ଦେବାକୁ ହୁଏ, ତାହାଙ୍କୁ ରାଜସ୍ୱ ଦିଅ; ଯାହାଙ୍କୁ ଶୁଳ୍କ ଦେବାକୁ ହୁଏ, ତାହାଙ୍କୁ ଶୁଳ୍କ ଦିଅ; ଯାହାଙ୍କୁ ଭୟ କରିବାକୁ ହୁଏ, ତାହାଙ୍କୁ ଭୟ କର; ଯାହାଙ୍କୁ ସମାଦର କରିବାକୁ ହୁଏ, ତାହାଙ୍କୁ ସମାଦର କର।
Ẹ san ohun tí ó tọ́ fún ẹni gbogbo: owó òde fún ẹni tí owó òde í ṣe tirẹ̀: owó bodè fún ẹni tí owó bodè í ṣe tirẹ̀: ẹ̀rù fún ẹni tí ẹ̀rù í ṣe tirẹ̀; ọlá fún ẹni tí ọlá í ṣe tirẹ̀.
8 ପରସ୍ପରକୁ ପ୍ରେମ କରିବା ବିନା ଆଉ କାହିଁରେ କାହାରିଠାରେ ଋଣୀ ହୁଅ ନାହିଁ; କାରଣ ଯେ ପରକୁ ପ୍ରେମ କରେ, ସେ ବ୍ୟବସ୍ଥା ସଫଳ କରିଅଛି।
Ẹ má ṣe jẹ ẹnikẹ́ni ní gbèsè ohun kan, bí kò ṣe pé kí a fẹ́ ọmọ ẹnìkejì ẹni, nítorí ẹni tí ó bá fẹ́ ọmọnìkejì rẹ̀, ó kó òfin já.
9 କାରଣ ବ୍ୟଭିଚାର କର ନାହିଁ, ନରହତ୍ୟା କର ନାହିଁ, ଚୋରି କର ନାହିଁ, ଲୋଭ କର ନାହିଁ, ପୁଣି, ଯଦି ଆଉ କୌଣସି ଆଜ୍ଞା ଥାଏ, ତାହା ସାରଭାବେ ଏହି ବାକ୍ୟର ଅନ୍ତର୍ଗତ ଅଟେ, ଯଥା, ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।
Àwọn òfin, “Ìwọ kò gbọdọ̀ ṣe panṣágà,” “Ìwọ kò gbọdọ̀ pànìyàn,” “Ìwọ kò gbọdọ̀ jalè,” “Ìwọ kò gbọdọ̀ jẹ́rìí èké,” “Ìwọ kò gbọdọ̀ ṣe ojúkòkòrò,” bí òfin mìíràn bá sì wà, ni a papọ̀ ṣọ̀kan nínú òfin kan yìí: “Fẹ́ ẹnìkéjì rẹ gẹ́gẹ́ bí ara rẹ̀.”
10 ପ୍ରେମ ପ୍ରତିବାସୀର ଅନିଷ୍ଟ କରେ ନାହିଁ; ଅତଏବ, ପ୍ରେମ ବ୍ୟବସ୍ଥା ସଫଳ କରେ।
Ìfẹ́ kì í ṣe ohun búburú sí ọmọnìkejì rẹ̀, nítorí náà ìfẹ́ ni àkójá òfin.
11 ପୁଣି, ଏବେ ତୁମ୍ଭମାନଙ୍କର ନିଦ୍ରାରୁ ଜାଗ୍ରତ ହେବାର ସମୟ ଯେ ଉପସ୍ଥିତ, ଏହା ଜାଣି ଏହିସବୁ କର; କାରଣ ଆମ୍ଭମାନଙ୍କ ବିଶ୍ୱାସ କରିବାର ଦିନଠାରୁ ବର୍ତ୍ତମାନ ପରିତ୍ରାଣ ଆମ୍ଭମାନଙ୍କର ଅଧିକ ସନ୍ନିକଟ।
Àti èyí, bí ẹ̀yin ti mọ àkókò pé, ó ti tó wákàtí nísinsin yìí fún yín láti jí lójú orun, nítorí nísinsin yìí ni ìgbàlà wa súnmọ́ etílé ju ìgbà tí àwa ti gbàgbọ́ lọ.
12 ରାତ୍ରି ପାହାନ୍ତା ହେଉଅଛି, ଦିବସ ସନ୍ନିକଟ; ଅତଏବ ଆସ, ଆମ୍ଭେମାନେ ଅନ୍ଧକାରର କର୍ମସବୁ ପରିତ୍ୟାଗ କରି ଆଲୋକର ସଜ୍ଜା ପରିଧାନ କରୁ।
Òru bù kọjá tan, ilẹ̀ sì fẹ́rẹ mọ́: nítorí náà ẹ jẹ́ kí a bọ́ ara iṣẹ́ òkùnkùn sílẹ̀, kí a sì gbé ìhámọ́ra ìmọ́lẹ̀ wọ̀.
13 ରଙ୍ଗରସ ଓ ମତ୍ତତାରେ, ଲମ୍ପଟତା ଓ କାମୁକତାରେ, ବିବାଦ ଓ ଈର୍ଷାରେ ଆଚରଣ ନ କରି ଆସ, ଆମ୍ଭେମାନେ ଦିବସର ବିହିତ ଭଦ୍ର ଆଚରଣ କରୁ।
Jẹ́ kí a má rin ìrìn títọ́, bí ní ọ̀sán; kì í ṣe ní ìréde òru àti ní ìmutípara, kì í ṣe ni ìwà èérí àti wọ̀bìà, kì í ṣe ní ìjà àti ìlara.
14 ପୁଣି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତୁମ୍ଭେମାନେ ବସ୍ତ୍ରରୂପେ ପରିଧାନ କର, ଆଉ କୁଅଭିଳାଷ ତୃପ୍ତି କରିବା ସକାଶେ ଶରୀର ନିମନ୍ତେ ଆୟୋଜନ କର ନାହିଁ।
Ṣùgbọ́n ẹ gbé Jesu Kristi Olúwa wọ̀, kí ẹ má sì pèsè fún ara, láti máa mú ìfẹ́kúfẹ̀ẹ́ rẹ̀ ṣẹ.