< ରୋମୀୟ 12 >
1 ଅତଏବ, ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ଈଶ୍ବରଙ୍କ ଦୟା ହେତୁ ବିନତି କରୁଅଛି, ତୁମ୍ଭେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ବରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର, ଏହା ତ ତୁମ୍ଭମାନଙ୍କର ଯୁକ୍ତିଯୁକ୍ତ ଉପାସନା।
Nítorí náà mo fi ìyọ́nú Ọlọ́run bẹ̀ yín ará, kí ẹ̀yin kí ó fi ara yín fún Ọlọ́run ní ẹbọ ààyè mímọ́, ìtẹ́wọ́gbà, èyí ni iṣẹ́ ìsìn yín tí ó tọ̀nà.
2 ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମ୍ଭେମାନେ ଈଶ୍ବରଙ୍କ ଇଚ୍ଛା କଅଣ, ଅର୍ଥାତ୍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କଅଣ, ଏହା ପରୀକ୍ଷା କରି ଜାଣି ପାର, ଏଥିନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ। (aiōn )
Kí ẹ má sì da ara yín pọ̀ mọ́ ayé yìí; ṣùgbọ́n kí ẹ paradà láti di tuntun ní èrò inú yín, kí ẹ̀yin kí ó lè rí ìdí ìfẹ́ Ọlọ́run, tí ó dára, tí ó sì ṣe ìtẹ́wọ́gbà, ti ó sì pé. (aiōn )
3 କାରଣ ମୋତେ ପ୍ରଦତ୍ତ ଅନୁଗ୍ରହ ଦ୍ୱାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ପ୍ରତ୍ୟେକ ଜଣକୁ କହୁଅଛି, ଆପଣା ବିଷୟରେ ଯେପରି ମନେ କରିବା ଉଚିତ, ତାହାଠାରୁ ଆପଣାକୁ ଅଧିକ ବଡ଼ ମନେ ନ କର; କିନ୍ତୁ ଈଶ୍ବର ଯାହାକୁ ଯେ ପରିମାଣରେ ବିଶ୍ୱାସ ବିତରଣ କରିଅଛନ୍ତି, ସେହି ଅନୁସାରେ ପ୍ରତ୍ୟେକ ଜଣ ସୁବୋଧର ପରି ଆପଣା ବିଷୟରେ ମନେ କର।
Ǹjẹ́ mo wí fún olúkúlùkù ènìyàn tí ó wà nínú yín, nípa oore-ọ̀fẹ́ tí a fi fún mi, kí ó má ṣe ro ara rẹ̀ ju bí ó ti yẹ ní rírò lọ; ṣùgbọ́n kí ó le rò níwọ́ntúnwọ́nsì, bí Ọlọ́run ti fi ìwọ̀n ìgbàgbọ́ fún olúkúlùkù.
4 କାରଣ ଯେପରି ଏକ ଶରୀରରେ ଆମ୍ଭମାନଙ୍କର ଅନେକ ଅଙ୍ଗପ୍ରତ୍ୟଙ୍ଗ ଅଛି, କିନ୍ତୁ ସମସ୍ତ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟ ଏକ-ପ୍ରକାର ନୁହେଁ,
Nítorí gẹ́gẹ́ bí àwa ti ní ẹ̀yà púpọ̀ nínú ara kan, tí gbogbo ẹ̀yà kò sì ní iṣẹ́ kan náà,
5 ସେହିପରି ଅନେକ ଯେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଏକ ଶରୀର ଓ ପ୍ରତ୍ୟେକେ ପରସ୍ପର ଅଙ୍ଗପ୍ରତ୍ୟଙ୍ଗ।
bẹ́ẹ̀ ni àwa, tí a jẹ́ púpọ̀, a jẹ́ ara kan nínú Kristi, àti olúkúlùkù ẹ̀yà ara ọmọnìkejì rẹ̀.
6 ଆଉ, ଆମ୍ଭମାନଙ୍କୁ ପ୍ରଦତ୍ତ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ବିଭିନ୍ନ ଦାନ ପାଇଅଛୁ; ଏଣୁ ସେହି ଦାନ ଯଦି ଭାବବାଣୀ ହୁଏ, ଆସ, ଆମ୍ଭେମାନେ ବିଶ୍ୱାସର ପରିମାଣ ଅନୁସାରେ ଭାବବାଣୀ କହୁ;
Ǹjẹ́ bí àwa sì ti ń rí ọ̀tọ̀ọ̀tọ̀ ẹ̀bùn gbà gẹ́gẹ́ bí oore-ọ̀fẹ́ tí a fi fún wa, bí ó ṣe ìsọtẹ́lẹ̀ ni, kí a máa sọtẹ́lẹ̀ gẹ́gẹ́ bí ìwọ̀n ìgbàgbọ́;
7 କିମ୍ବା ତାହା ଯଦି ସେବକ କର୍ମ ହୁଏ, ତାହାହେଲେ ଆସ, ଆମ୍ଭମାନଙ୍କ ସେବକ କର୍ମରେ ନିବିଷ୍ଟ ରହୁ;
tàbí iṣẹ́ ìránṣẹ́, kí a kọjú sí iṣẹ́ ìránṣẹ́ wa tàbí ẹni tí ń kọ́ni, kí ó kọjú sí kíkọ́.
8 ଅବା ଯେ ଶିକ୍ଷା ଦିଏ, ସେ ଶିକ୍ଷାଦାନରେ, ବା ଯେ ଉପଦେଶ ଦିଏ, ସେ ଉପଦେଶ ଦାନରେ ନିବିଷ୍ଟ ରହୁ; ଯେ ଦାନ କରେ, ସେ ଉଦାର ଭାବରେ ଦାନ କରୁ; ଯେ ତତ୍ତ୍ୱାବଧାନ କରେ, ସେ ଯତ୍ନ ସହକାରେ ତତ୍ତ୍ୱାବଧାନ କରୁ; ଯେ ଦୟା କରେ, ସେ ହୃଷ୍ଟଚିତ୍ତରେ ତାହା କରୁ।
Tàbí ẹni tí ó ń gbani níyànjú, sí ìgbìyànjú; ẹni tí ń fi fún ni kí ó máa fi inú kan ṣe é; ẹni tí ń ṣe olórí, kí ó máa ṣe é ní ojú méjèèjì; ẹni tí ń ṣàánú, kí ó máa fi inú dídùn ṣe é.
9 ପ୍ରେମ ନିଷ୍କପଟ ହେଉ। ଯାହା ମନ୍ଦ, ତାହା ଘୃଣା କର; ଯାହା ଉତ୍ତମ, ସେଥିରେ ଆସକ୍ତ ହୁଅ;
Kí ìfẹ́ kí ó wà ní àìṣẹ̀tàn. Ẹ máa takété sí ohun tí í ṣe búburú; ẹ fi ara mọ́ ohun tí í ṣe rere.
10 ଭ୍ରାତୃପ୍ରେମରେ ପରସ୍ପର ପ୍ରତି ପ୍ରେମଶୀଳ ହୁଅ; ସମାଦରରେ ପରସ୍ପରକୁ ଶ୍ରେଷ୍ଠ ଜ୍ଞାନ କର;
Ní ti ìfẹ́ ará, ẹ máa fi ìyọ́nú fẹ́ràn ara yín; ní ti ọlá, ẹ máa fi ẹnìkejì yín ṣáájú.
11 ଉଦ୍ଯୋଗରେ ଶିଥିଳ ହୁଅ ନାହିଁ; ଆତ୍ମାରେ ଉତ୍ତପ୍ତ ହୁଅ; ପ୍ରଭୁଙ୍କ ସେବା କର;
Ní ti iṣẹ́ ṣíṣe, ẹ má ṣe ọ̀lẹ; ẹ máa ní ìgbóná ọkàn; ẹ máa sìn Olúwa.
12 ଭରସାରେ ଆନନ୍ଦ କର; କ୍ଳେଶରେ ସହିଷ୍ଣୁ ହୁଅ, ପ୍ରାର୍ଥନାରେ ଏକାଗ୍ରଭାବେ ନିବିଷ୍ଟ ଥାଅ;
Ẹ máa yọ̀ ni ìrètí; ẹ máa mú sùúrù nínú ìpọ́njú; ẹ máa dúró gbọingbọin nínú àdúrà.
13 ସାଧୁମାନଙ୍କ ଅଭାବ ମୋଚନ କର; ଆତିଥ୍ୟ ସତ୍କାରରେ ପ୍ରସ୍ତୁତ ହୁଅ।
Ẹ máa pèsè fún àìní àwọn ènìyàn mímọ́; ẹ fi ara yín fún àlejò ṣíṣe.
14 ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କୁ ଆଶୀର୍ବାଦ କର; ଆଶୀର୍ବାଦ କର, ଅଭିଶାପ ଦିଅ ନାହିଁ।
Ẹ máa súre fún àwọn tí ń ṣe inúnibíni sí yín; ẹ máa súre, ẹ má sì ṣépè.
15 ଯେଉଁମାନେ ଆନନ୍ଦ କରନ୍ତି, ସେମାନଙ୍କ ସହିତ ଆନନ୍ଦ କର; ଯେଉଁମାନେ ରୋଦନ କରନ୍ତି, ସେମାନଙ୍କ ସହିତ ରୋଦନ କର।
Àwọn tí ń yọ̀, ẹ máa bá wọn yọ̀, àwọn tí ń sọkún, ẹ máa bá wọn sọkún.
16 ପରସ୍ପର ପ୍ରତି ଏକମନା ହୁଅ; ଉଚ୍ଚାଭିମାନୀ ନ ହୋଇ ଦୀନ ଲୋକମାନଙ୍କର ସଙ୍ଗୀ ହୁଅ। ଆପଣା ଆପଣା ବୁଦ୍ଧିରେ ବୁଦ୍ଧିମାନ ନ ହୁଅ।
Ẹ máa wà ní inú kan náà sí ara yín. Ẹ má ṣe gbéraga, ṣùgbọ́n ẹ má tẹ̀lé àwọn onírẹ̀lẹ̀. Ẹ má ṣe jẹ́ ọlọ́gbọ́n ní ojú ara yín.
17 ମନ୍ଦ ବଦଳରେ କାହାରି ମନ୍ଦ କର ନାହିଁ; ସମସ୍ତ ମନୁଷ୍ୟଙ୍କ ଦୃଷ୍ଟିରେ ଯାହା ଯାହା ଉତ୍ତମ, ସେହିସବୁ ଚିନ୍ତା କର;
Ẹ má ṣe fi búburú san búburú fún ẹnikẹ́ni. Ẹ má pèsè ohun tí ó tọ́ níwájú gbogbo ènìyàn.
18 ସମ୍ଭବ ହେଲେ, ତୁମ୍ଭର ଯେତେ ପର୍ଯ୍ୟନ୍ତ ସାଧ୍ୟ, ସମସ୍ତ ଲୋକଙ୍କ ସହିତ ଶାନ୍ତିରେ ରୁହ।
Bí ó bá sé é ṣe, bí ó ti wà ní ipa tiyín, ẹ má wà ní àlàáfíà pẹ̀lú gbogbo ènìyàn.
19 ହେ ପ୍ରିୟମାନେ, ତୁମ୍ଭେମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, କିନ୍ତୁ ଈଶ୍ବରଙ୍କ କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ; କାରଣ ଲେଖାଅଛି, “ପ୍ରଭୁ କହନ୍ତି, ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା।”
Olùfẹ́ mi ọ̀wọ́n, ẹ má ṣe gbẹ̀san ara yín, ṣùgbọ́n ẹ fi ààyè sílẹ̀ fún ìbínú Ọlọ́run; nítorí a ti kọ ọ́ pé, Olúwa wí pé, “Tèmi ni ẹ̀san, èmi ó gbẹ̀san.”
20 “ବରଂ ଯଦି ତୁମ୍ଭର ଶତ୍ରୁ କ୍ଷୁଧିତ, ତେବେ ତାହାକୁ ଭୋଜନ କରାଅ; ଯଦି ସେ ତୃଷିତ ତାହାକୁ ପାନ କରାଅ; କାରଣ ଏହିପରି କଲେ ତୁମ୍ଭେ ତାହାର ମସ୍ତକ ଉପରେ ଜ୍ୱଳନ୍ତା ଅଙ୍ଗାର ଗଦା କରିବ।”
Ní òdìkejì ẹ̀wẹ̀, “Bí ebi bá ń pa ọ̀tá rẹ, fún un ní oúnjẹ; bí òùngbẹ bá ń gbẹ ẹ́, fún un ní omi mu. Ní ṣíṣe èyí, ìwọ ó kó ẹ̀yín iná lé e ní orí.”
21 କୁକର୍ମରେ ପରାଜିତ ନ ହୋଇ ସତ୍କର୍ମରେ କୁକର୍ମକୁ ପରାଜୟ କର।
Má ṣe jẹ́ kí búburú ṣẹ́gun rẹ, ṣùgbọ́n fi rere ṣẹ́gun búburú.